Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ଯିଏକି ଗୀତ୍ତୀତ୍ ସ୍ୱରରେ ଗାନ କରେ। ଦାଉଦଙ୍କର ଏକ ଗୀତ।
8 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ପ୍ରଶଂସାଯୁକ୍ତ।
ତୁମ୍ଭର ନାମ ସ୍ୱର୍ଗରେ ମଧ୍ୟ ପ୍ରଶଂସା ଯୋଗ୍ୟ ଅଟେ।
2 ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ
ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।
3 ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ।
ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ।
4 “କାହିଁକି ତୁମ୍ଭେ ମନୁଷ୍ୟମାନଙ୍କୁ ଏତେ ପ୍ରାଧାନ୍ୟ ଦିଅ?
କାହିଁକି ତୁମ୍ଭେ ସେମାନଙ୍କର କ୍ଷତ ନିଅ?
କାହିଁକି ତୁମ୍ଭେ ସେମାନଙ୍କୁ ଏତେ ଦୃଷ୍ଟି ଦିଅ?”
5 କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ତ୍ୱପୂର୍ଣ୍ଣ, ପରମେଶ୍ୱର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ
ଓ ସେମାନଙ୍କୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
6 ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସେହି ଲୋକମାନଙ୍କୁ ଅଧିଷ୍ଠିତ କରିଛ।
ତୁମ୍ଭେ ସବୁ ସେହିମାନଙ୍କ ନିୟନ୍ତ୍ରଣରେ ଛାଡ଼ି ଦେଇଛ।
7 ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।
8 ଆକାଶର ଉଡ଼ୁଥିବା ପକ୍ଷୀମାନେ
ଓ ସମୁଦ୍ରର ମାଛମାନେ ମଧ୍ୟ ଅଛନ୍ତି।
9 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ୱିତ।
ଦାଉଦଙ୍କର ଗୀତ
138 ହେ ପରମେଶ୍ୱର, ମୁଁ ମୋର ହୃଦୟ ସହିତ ତୁମ୍ଭର ପ୍ରଶଂସା ଗାନ କରିବି।
ସମସ୍ତ ଦେବତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
2 ହେ ପରମେଶ୍ୱର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି।
ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ୟତାକୁ ପ୍ରଶଂସା କରିବି।
ତୁମ୍ଭେ ପ୍ରସିଦ୍ଧ ଅଟ
ଏବଂ ଯାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ୟ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
3 ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି।
ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।
4 ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ,
ଯେତେବେଳେ ସେମାନେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
5 ସେମାନେ ସଦାପ୍ରଭୁଙ୍କର ପଥ ବିଷୟରେ ଗାନ କରିବେ,
କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ।
6 ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ୟ ଅଟନ୍ତି।
କିନ୍ତୁ ଏପର୍ଯ୍ୟନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି।
କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି
ଗର୍ବୀ ଲୋକମାନେ କ’ଣ କରୁଛନ୍ତି।
7 ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ।
ଯଦି ମୋର ଶତ୍ରୁଗଣ ତେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।
8 ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ।
ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ।
ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ।
ପାପର ଆରମ୍ଭ
3 ସଦାପ୍ରଭୁ ପରମେଶ୍ୱରଙ୍କର ସୃଷ୍ଟି କରିଥିବା ପ୍ରାଣୀମାନଙ୍କ ମଧ୍ୟରେ ସର୍ପ ସମସ୍ତଙ୍କଠାରୁ ଚତୁର ଥିଲା। ସର୍ପଟି ସ୍ତ୍ରୀଲୋକଟିକୁ କହିଲା, “ଏହା କ’ଣ ସତ୍ୟ ଯେ ପରମେଶ୍ୱର ଉଦ୍ୟାନର କୌଣସି ବୃକ୍ଷର ଫଳ ନ ଖାଇବା ପାଇଁ ତୁମ୍ଭଙ୍କୁ କହିଲେ?”
2 ସ୍ତ୍ରୀଲୋକଟି କହିଲା, “ଆମ୍ଭେ ବୃକ୍ଷଗୁଡ଼ିକର ଫଳ ଖାଇ ପାରିବୁ। 3 କିନ୍ତୁ ଉଦ୍ୟାନ ମଧ୍ୟସ୍ଥ ଗୋଟିଏ ବୃକ୍ଷରୁ ଫଳ ଖାଇବାକୁ ମନା! ପରମେଶ୍ୱର ଆମ୍ଭମାନଙ୍କୁ କହିଲେ, ‘ତୁମ୍ଭେ ଉଦ୍ୟାନ ମଝିରେ ଥିବା ବୃକ୍ଷରୁ ଫଳ ଖାଇବ ନାହିଁ। ଏପରିକି ତୁମ୍ଭେ ସେ ବୃକ୍ଷକୁ ଛୁଇଁବ ନାହିଁ। ଯଦି ଏପରି କର ତେବେ ମରିବ।’”
4 କିନ୍ତୁ ସର୍ପ ସ୍ତ୍ରୀଲୋକଟିକୁ କହିଲା, “ତୁମ୍ଭେ ମରିବ ନାହିଁ। 5 ପରମେଶ୍ୱର ଜାଣନ୍ତି ଯେ, ଯେତେବେଳେ ତୁମ୍ଭେ ସେହି ବୃକ୍ଷରୁ ଫଳ ଖାଇବ ତେବେ ତୁମ୍ଭମାନଙ୍କର ଚକ୍ଷୁ ଖୋଲିଯିବ ଏବଂ ତୁମ୍ଭେ ପରମେଶ୍ୱରଙ୍କ ପରି ହେବ, କାରଣ ତୁମ୍ଭେ ଜାଣିବ କ’ଣ ଭଲ ଏବଂ କ’ଣ ମନ୍ଦ ଅଟେ।”
6 ସେହି ସ୍ତ୍ରୀଲୋକଟି ଦେଖିଲା ଯେ, ସେହି ବୃକ୍ଷଟି ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ। ସେ ଜ୍ଞାନ ଲାଭ କରିବାକୁ ଇଚ୍ଛା କଲା। ତେଣୁ ସେ ସେହି ବୃକ୍ଷରୁ ଫଳ ତୋଳିଲା ଏବଂ ଖାଇଲା। ପୁଣି ଆପଣାର ସ୍ୱାମୀକୁ ଖାଇବାକୁ ଦେଲା ଏବଂ ସେ ମଧ୍ୟ ତାହାକୁ ଖାଇଲା।
7 ସେମାନଙ୍କର ଚକ୍ଷୁ ପ୍ରସନ୍ନ ହେଲା ଏବଂ ସେମାନେ ଜାଣି ପାରିଲେ ଯେ, ସେମାନେ ଉଲଗ୍ନ। ତେଣୁ ସେମାନେ କିଛି ଡିମ୍ବିରି ବୃକ୍ଷର ପତ୍ର ସଂଗ୍ରହ କରି ତାକୁ ସିଇଁ ବସ୍ତ୍ର ଭାବରେ ଗ୍ରହଣ କଲେ।
8 ସନ୍ଧ୍ୟା ସମୟରେ ସଦାପ୍ରଭୁ ପରମେଶ୍ୱର ଉଦ୍ୟାନ ମଧ୍ୟରେ ଭ୍ରମଣ କରୁଥିଲେ। ନର ଓ ନାରୀ ଏ କଥା ଶୁଣିବାକୁ ପାଇଲେ ଏବଂ ସେମାନେ ପରମେଶ୍ୱରଙ୍କଠାରୁ ନିଜ ନିଜକୁ ବୃକ୍ଷ ଆଢ଼ୁଆଳରେ ଲୁଗ୍ଭଇ ରଖିଲେ। 9 ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ ଡାକିଲେ, “ତୁମ୍ଭେ କେଉଁଠାରେ?”
10 ମନୁଷ୍ୟ ଉତ୍ତର ଦେଲା, “ମୁଁ ତୁମ୍ଭେ ଉଦ୍ୟାନରେ ଗ୍ଭଲିବାର ଶୁଣିଲି। ମୁଁ ଭୟ କଲି, ମୁଁ ଉଲଗ୍ନ ଥିଲି ତେଣୁ ମୁଁ ଲୁଚିଲି।”
11 ସଦାପ୍ରଭୁ ପରମେଶ୍ୱର ଆଦମକୁ କହିଲେ, “ତୁମ୍ଭକୁ କିଏ କହିଲା ଯେ, ତୁମ୍ଭେ ଉଲଗ୍ନ? ତୁମ୍ଭେ କ’ଣ ଉଦ୍ୟାନର ସେହି ବୃକ୍ଷର ଫଳ ଖାଇଲ, ଯାହା ଖାଇବା ପାଇଁ ମୁଁ ମନା କରିଥିଲି?”
12 ମନୁଷ୍ୟ ଉତ୍ତର ଦେଲା, “ତୁମ୍ଭେ ମୋ’ ପାଇଁ ଯେଉଁ ସ୍ତ୍ରୀ ତିଆରି କରିଥିଲ, ସେ ମୋତେ ସେହି ଫଳ ଖାଇବାକୁ ଦେଲା। ତେଣୁ ମୁଁ ତାହା ଖାଇଲି।”
13 ଏହା ପରେ ସଦାପ୍ରଭୁ ପରମେଶ୍ୱର ସେହି ସ୍ତ୍ରୀଲୋକକୁ କହିଲେ, “ଏପରି ତୁମ୍ଭେ କାହିଁକି କଲ?”
ସ୍ତ୍ରୀଲୋକଟି ଉତ୍ତର ଦେଲା, “ସର୍ପ ମୋତେ ଭୁଲାଇ ଦେଲା, ତହିଁରେ ମୁଁ ତାକୁ ଖାଇଲି।”
14 ସେଥିପାଇଁ ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ,
“ଯେହେତୁ ତୁମ୍ଭେ ଏହା କରିଅଛ,
ତୁମ୍ଭେ ଅନ୍ୟ ପ୍ରାଣୀମାନଙ୍କଠାରୁ ଅଧିକ କଷ୍ଟ ଭୋଗିବ,
ତୁମ୍ଭେ ତୁମ୍ଭର ପେଟରେ ଜୀବନସାରା
ଘୁଷୁଡ଼ିବ ଓ ତୁମ୍ଭେ ଧୂଳି ଖାଇବ।
15 ମୁଁ ତୁମ୍ଭକୁ ନାରୀର ଶତ୍ରୁ କରିବି।
ମୁଁ ତୁମ୍ଭର ପିଲାମାନଙ୍କୁ ଓ ତାହାର ପିଲାମାନଙ୍କ ମଧ୍ୟରେ ଶତ୍ରୁତା କରାଇବି।
ତୁମ୍ଭେ ତା’ର ପିଲାର ଗୋଇଠିକୁ କାମୁଡ଼ିବ,
କିନ୍ତୁ ସେ ତୁମ୍ଭର ମସ୍ତକକୁ ଆଘାତ କରି ଚୂର୍ଣ୍ଣ କରିବ।”
ଆଦମ ଓ ଯୀଶୁ
12 ଜଣେ ଲୋକ ଆଦମ ପାଇଁ ଜଗତକୁ ପାପ ଆସିଲା। ପାପ ଦ୍ୱାରା ମୃତ୍ୟୁ ଆସିଲା। ସେଥିପାଇଁ ସମସ୍ତେ ନିଶ୍ଚୟ ମରିବେ, କାରଣ ସମସ୍ତେ ପାପ କରିଛନ୍ତି। 13 ମୋଶା ବ୍ୟବସ୍ଥା ଦେବା ପୂର୍ବରୁ ପାପ ସଂସାରରେ ଥିଲା। କିନ୍ତୁ ପରମେଶ୍ୱର, ବ୍ୟବସ୍ଥା ନ ଥିବା କାରଣରୁ ଲୋକମାନଙ୍କୁ ପାପରେ ପାପୀ ମାନି ନ ଥିଲେ। 14 କିନ୍ତୁ ଆଦମଙ୍କ ସମୟରୁ ମୋଶାଙ୍କ ସମୟ ସୁଦ୍ଧା, ପ୍ରତ୍ୟେକ ଲୋକକୁ ମରିବାକୁ ପଡ଼ିଲା। ପରମେଶ୍ୱରଙ୍କର ଆଦେଶ ଅମାନ୍ୟ କରି ପାପ କରିଥିବା ହେତୁ ଆଦମ ମଲା। କିନ୍ତୁ, ଯେଉଁ ଲୋକମାନେ ଆଦମ ଭଳି ପାପ କରି ନ ଥିଲେ, ସେମାନଙ୍କୁ ମଧ୍ୟ ମରିବାକୁ ହେଲା।
ଭବିଷ୍ୟତରେ ଯେଉଁ ଜଣଙ୍କର (ଖ୍ରୀଷ୍ଟଙ୍କର) ଆସିବା କଥା, କେତେକାଂଶରେ ସେ ଆଦମଙ୍କ ଭଳି। 15 କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହଦାନ ଆଦମର ପାପ ପରି ନୁହେଁ। ଜଣେ ଲୋକର ପାପ କାରଣରୁ ଅନେକ ଲୋକ ମୃତ୍ୟୁ ବରଣ କଲେ। କିନ୍ତୁ ପରମେଶ୍ୱରଙ୍କଠାରୁ ଲୋକେ ଯେଉଁ ଅନୁଗ୍ରହ ପାଇଲେ, ତାହା ବହୁତ ଅଧିକ ଥିଲା। ଅନେକ ଲୋକ ଜଣେ ଲୋକର ଅନୁଗ୍ରହ ହେତୁ ଜୀବନରୂପେ ଅନୁଗ୍ରହଦାନ ପାଇଲେ। 16 ଆଦମ ଥରେ ପାପ କଲା ପରେ ସେ ଦୋଷୀ ବୋଲି ସାବ୍ୟସ୍ତ ହେଲା। କିନ୍ତୁ ପରମେଶ୍ୱରଙ୍କର ଅନୁଗ୍ରହଦାନ ଏହାଠାରୁ ଭିନ୍ନ ଅଟେ। ଅନେକ ପାପ ପରେ ପରମେଶ୍ୱରଙ୍କର ଅନୁଗ୍ରହଦାନ ଆସିଲା। ଓ ଏହି ଅନୁଗ୍ରହଦାନ ଲୋକଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରାଇଲା। 17 ଜଣେ ଲୋକ ପାପ କଲା, ସେଥିପାଇଁ ସେ ଜଣକ ଲାଗି, ମୃତ୍ୟୁ ସମସ୍ତଙ୍କ ଉପରେ ରାଜତ୍ୱ କଲା। କିନ୍ତୁ ଏବେ କିଛି ଲୋକ ପରମେଶ୍ୱରଙ୍କ ପୂର୍ଣ୍ଣ ଦୟା ଓ ତାହାଙ୍କର ‘ଧାର୍ମିକ’ ହେବା ଭଳି ବିରାଟ ଅନୁଗ୍ରହଦାନକୁ ମଧ୍ୟ ଗ୍ରହଣ କରନ୍ତି। ଏହା ନିଶ୍ଚିତ ଯେ ସେ ଲୋକମାନେ ପ୍ରକୃତ ଜୀବନ ପ୍ରାପ୍ତ କରିବେ, ଓ ସେହି ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଶାସନ କରିବେ।
18 ଅତଏବ ଯେପରି ଆଦମର ଗୋଟିଏ ପାପ ସମସ୍ତ ଲୋକଙ୍କୁ ମୃତ୍ୟୁରେ ଦଣ୍ଡିତ କଲା, ସେହିଭଳି ଯୀଶୁ ଖ୍ରୀଷ୍ଟ କରିଥିବା ଗୋଟିଏ ଧାର୍ମିକ କାମ ସମସ୍ତ ଲୋକଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରି ରଖିବ। ଓ ତାହା ସେହି ଲୋକମାନଙ୍କ ପାଇଁ ପ୍ରକୃତ ଜୀବନ ଆଣି ଦେବ। 19 ଜଣେ ଲୋକ ପରମେଶ୍ୱରଙ୍କୁ ଅବଜ୍ଞା କଲା ଓ ଅନେକ ଲୋକ ପାପୀ ହୋଇ ଗଲେ। କିନ୍ତୁ ସେହିପରି ଜଣେ ଲୋକ ପରମେଶ୍ୱରଙ୍କୁ ମାନିଲା ଓ ଅନେକ ଲୋକ ଧାର୍ମିକ ହୋଇଯିବେ। 20 ଲୋକମାନେ ଅଧିକ ପାପ କରିବା ପାଇଁ ବ୍ୟବସ୍ଥା ଆସିଲା, କିନ୍ତୁ ଯେତେବେଳେ ଲୋକେ ଅଧିକ ପାପ କଲେ, ପରମେଶ୍ୱର ସେମାନଙ୍କୁ ପ୍ରଚୁର ମାତ୍ରାରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ। 21 ଆମ୍ଭମାନଙ୍କୁ ଶାସନ କରିବା ପାଇଁ ପାପ ଥରେ ମୃତ୍ୟୁକୁ ବ୍ୟବହାର କଲା। କିନ୍ତୁ ପରମେଶ୍ୱର ନିଜର ଅଧିକ ଅନୁଗ୍ରହ ପ୍ରଦାନ କଲେ ଯାହାଦ୍ୱାରା ଅନୁଗ୍ରହ ଶାସନ କଲା ଓ ଲୋକେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇ ରହିଲେ। ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏହା ଅନନ୍ତ ଜୀବନ ଆଣିଲା।
2010 by World Bible Translation Center