Book of Common Prayer
ଇଷ୍ରାହୀୟ ଏଥନର ମସ୍କୀଲ୍।
89 ସଦାପ୍ରଭୁ, ମୁଁ ଚିରଦିନ ତୁମ୍ଭର ଦୟା ବିଷୟରେ ଗାନ କରିବି।
ମୋ’ ମୁଖରେ, ମୁଁ ତୁମ୍ଭର ବିଶ୍ୱସ୍ତତା ବିଷୟରେ ବଂଶାନୁକ୍ରମ ପର୍ଯ୍ୟନ୍ତ ଗାଉଥିବି।
2 ମୁଁ କହିଲି, “ତୁମ୍ଭର ଦୟା ଚିରଦିନ ନିର୍ମାଣ ହୋଇଅଛି।
ତୁମ୍ଭର ବିଶ୍ୱସ୍ତତା ସ୍ୱର୍ଗରେ ସ୍ଥାପନ କରାଯିବ।”
3 ତୁମ୍ଭେ କହିଲ, “ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି।
ମୁଁ ମୋର ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।
4 ‘ହେ ଦାଉଦ, ମୁଁ ତୁମ୍ଭ ବଂଶକୁ ସଦାକାଳ ଅମର କରିବି
ଓ ପରମ୍ପରା କ୍ରମେ ତୁମ୍ଭର ସିଂହାସନକୁ ଶକ୍ତ କରିବି।’”
5 ହେ ସଦାପ୍ରଭୁ, ସ୍ୱର୍ଗ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନର ପ୍ରଶଂସା କରୁଛି।
ପବିତ୍ରଗଣର ସମାନ ତୁମ୍ଭ ବିଶ୍ୱସ୍ତତାରେ ପ୍ରଶଂସା କରେ।
6 ସ୍ୱର୍ଗରେ ସଦାପ୍ରଭୁଙ୍କ ତୁଲ୍ୟ କେହି ନାହିଁ।
“ଦେବଗଣ”କୁ ସଦାପ୍ରଭୁଙ୍କ ସଙ୍ଗେ ତୁଳନା କରାଯାଇ ପାରିବ ନାହିଁ।
7 ପବିତ୍ର ଦୂତଗଣର ସମାନ ପରମେଶ୍ୱରଙ୍କୁ ବହୁତ ଭୟ କରନ୍ତି।
ସିଂହାସନ ଚତୁର୍ପାର୍ଶ୍ୱରେ ଛିଡ଼ା ହେଉଥିବା ସମସ୍ତେ ତାଙ୍କୁ ଭୟ କରନ୍ତି।
8 ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ତୁମ୍ଭ ପରି କେହି ନାହିଁ।
ସଦାପ୍ରଭୁ ତୁମ୍ଭେ ସର୍ବଶକ୍ତିମାନ ଅଟ ଓ ଆମ୍ଭେ ତୁମ୍ଭ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରି ପାରିବୁ।
9 ତୁମ୍ଭେ ଅହଙ୍କାରୀ ସମୁଦ୍ରର ଉପରେ କର୍ତ୍ତୃତ୍ୱ କରୁଅଛ।
ତୁମ୍ଭେ ତା’ର ଅଶାନ୍ତ ତରଙ୍ଗକୁ ଶାନ୍ତ କରୁଅଛ।
10 ତୁମ୍ଭେ ରାହାବକୁ ପରାସ୍ତ କରିଅଛ।
ସେ ଏକ ଶବପରି ଥିଲା।
ତୁମ୍ଭେ ତୁମ୍ଭର ମହାଶକ୍ତି ଦ୍ୱାରା ତୁମ୍ଭର ଶତ୍ରୁମାନଙ୍କୁ ଛିନ୍ନଛତ୍ର କରିଅଛ।
11 ସ୍ୱର୍ଗ ଓ ପୃଥିବୀ ତୁମ୍ଭର ଅଟେ।
ତୁମ୍ଭେ ଜଗତକୁ ସୃଷ୍ଟି କରିଛ ଓ ସମସ୍ତ ବସ୍ତୁଗୁଡ଼ିକ ଏହା ଉପରେ ଅଛି।
12 ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ।
ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି।
13 ତୁମ୍ଭେ ପରାକ୍ରାନ୍ତ।
ତୁମ୍ଭର ଶକ୍ତି ମହାନ।
ସର୍ବଦା ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚରେ ସ୍ଥାପିତ।
14 ଧର୍ମ ଓ ନ୍ୟାୟ ବିଗ୍ଭର ତୁମ୍ଭ ସିଂହାସନର ଭିତ୍ତିମୂଳ।
ପ୍ରେମ ଓ ଭକ୍ତି ତୁମ୍ଭ ସିଂହାସନର ସେବକ।
15 ସଦାପ୍ରଭୁ! ଯେଉଁମାନେ ତୁମ୍ଭକୁ ପ୍ରଶଂସା କରନ୍ତି, ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।
ସେମାନେ ତୁମ୍ଭର ଦୟାର ଆଲୋକରେ ବଞ୍ଚନ୍ତି।
16 ତୁମ୍ଭର ନାମ ସେମାନଙ୍କୁ ଦିନସାରା ଆନନ୍ଦ ପ୍ରଦାନ କରେ।
ସେମାନେ ତୁମ୍ଭର ଧାର୍ମିକତାକୁ ପ୍ରଶଂସା କରନ୍ତି।
17 ତୁମ୍ଭେ ସେମାନଙ୍କର ଅଦ୍ଭୂତ ଶକ୍ତି।
ତୁମ୍ଭ ଦୟାର ସହ ଆମ୍ଭେମାନେ ବିଜୟୀ ଅଟୁ।
18 ଆମ୍ଭର ସୁରକ୍ଷାକାରୀ ଆମ୍ଭମାନଙ୍କର ରାଜା,
ଇସ୍ରାଏଲର ଏକ ପବିତ୍ର ଆମ୍ଭମାନଙ୍କର ରାଜା ପରମେଶ୍ୱରଙ୍କ ଦ୍ୱାରା ମନୋନୀତ।
19 ତୁମ୍ଭେ ଆପଣା ଅନୁସରଣକାରୀଙ୍କୁ ଦର୍ଶନ ଦେଇ କହିଲ,
“ଆମ୍ଭେ ଏକ ଯୁବକ ତୁମ୍ଭ ମଧ୍ୟରୁ ମନୋନୀତ କରି ତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ମୁଖ୍ୟ ସ୍ଥାପିତ କଲୁ।
ଆମ୍ଭେ ସେହି ସୈନିକକୁ ଶକ୍ତିଶାଳୀ କରି ଗଢ଼ି ତୋଳିଲୁ।
20 ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ।
ଆମ୍ଭେ ପବିତ୍ର ତୈଳରେ ତାକୁ ଅଭିଷିକ୍ତ କରିଅଛୁ।
21 ଆମ୍ଭେ ଆପଣା ଡାହାଣ ହସ୍ତରେ ତାଙ୍କୁ ଆଶ୍ରୟ ଦେବା
ଏବଂ ଆମ୍ଭର ଶକ୍ତିରେ ତାକୁ ବଳବାନ୍ କରିବା।
22 ଶତ୍ରୁମାନେ ମନୋନୀତ ରାଜାଙ୍କୁ ପରାସ୍ତ କରି ପାରିବେ ନାହିଁ।
ଦୁଷ୍ଟ ଲୋକମାନେ ତାଙ୍କୁ ପରାସ୍ତ କରି ପାରିବେ ନାହିଁ।
23 ଆମ୍ଭେ ତାହାର ବିପକ୍ଷଗଣଙ୍କୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା
ଓ ତାହାର ଘୃଣାକାରୀମାନଙ୍କୁ ପରାସ୍ତ କରିବା।
24 ଆମ୍ଭେ ମନୋନୀତ ରାଜାଙ୍କୁ ସର୍ବଦା ପ୍ରେମ କରିବା
ଏବଂ ତାଙ୍କୁ ବିଜୟୀ କରିବା।
25 ଆମ୍ଭେ ସମୁଦ୍ର ଉପରେ ତାହାର କର୍ତ୍ତୃତ୍ୱ
ଓ ନଦୀସମୂହ ଉପରେ ତାହାର ନିୟନ୍ତ୍ରଣ ସ୍ଥାପନ କରାଇବା।
26 ସେ ଆମ୍ଭକୁ କହିବ, ‘ତୁମ୍ଭେ ମୋର ପିତା,
ତୁମ୍ଭେ ମୋର ପରମେଶ୍ୱର, ମୋର ଦୃଢ଼ ସୁରକ୍ଷାର ସ୍ଥାନ ଓ ମୋର ତ୍ରାଣକର୍ତ୍ତା।’
27 ଆମ୍ଭେ ତାଙ୍କୁ ଆମ୍ଭର ପ୍ରଥମଜାତ ସନ୍ତାନ କରିବା।
ସେ ପୃଥିବୀର ଶକ୍ତିଶାଳୀ ରାଜା ହେବ।
28 ଆମ୍ଭେ ସର୍ବଦା ତାଙ୍କୁ ପ୍ରେମ କରିବା ଓ ତା’ ପ୍ରତି ବିଶ୍ୱସ୍ତ ରହିବା।
ଆମ୍ଭର ଚୁକ୍ତି ସର୍ବଦା ତା’ଠାରେ ରଖିବା, ତାହା କେବେ ଶେଷ ହେବ ନାହିଁ।
29 ଆମ୍ଭେ ତାର ବଂଶକୁ ନିତ୍ୟସ୍ଥାୟୀ ବିରାଜମାନ କରିବା
ଓ ତା’ର ସିଂହାସନ ଆକାଶ ଥିବା ପର୍ଯ୍ୟନ୍ତ ରହିବ।
30 ଯଦି ବଂଶଧରଗଣ ଆମ୍ଭ ବ୍ୟବସ୍ଥା ପରିତ୍ୟାଗ କରନ୍ତି
ଓ ଆମ୍ଭର ଆଜ୍ଞା ଅନୁସରଣ ନ କରନ୍ତି, ଆମ୍ଭେ ସେମାନଙ୍କୁ ଦଣ୍ଡ ଦେବା।
31 ଯଦି ସେମାନେ ମୋ’ ନିୟମ ଭଙ୍ଗ କରନ୍ତି
ଏବଂ ମୋ’ ଆଜ୍ଞା ନ ପାଳନ୍ତି,
32 ତେବେ ଆମ୍ଭେ ଲୌହ ନିର୍ମିତ ବାଡ଼ିରେ ସେମାନଙ୍କ ଅପରାଧ
ଓ ପ୍ରହାର ଦ୍ୱାରା ସେମାନଙ୍କୁ କଠୋର ଦଣ୍ଡ ଦେବା।
33 ମାତ୍ର ସେମାନଙ୍କୁ ଦାଉଦଙ୍କ ପ୍ରେମଠାରୁ ବଞ୍ଚିତ କରିବା ନାହିଁ।
ଆମ୍ଭେ ସେମାନଙ୍କ ପ୍ରତି ଚିରଦିନ ବିଶ୍ୱସ୍ତ ରହିବା।
34 ଆମ୍ଭେ ଦାଉଦଙ୍କ ସହିତ କରିଥିବା ଚୁକ୍ତିକୁ ଲଙ୍ଘନ କରିବା ନାହିଁ
କିଅବା ଚୁକ୍ତିର ପରିବର୍ତ୍ତନ କରିବା ନାହିଁ।
35 ଆମ୍ଭେ ଆପଣା ପ୍ରବିତ୍ରତା ଦ୍ୱାରା ସାକ୍ଷୀରଖି ଆମ୍ଭେ ଦାଉଦ ନିକଟରେ ଏକ ବିଶେଷ ପ୍ରତିଜ୍ଞା କରିଥିଲୁ।
ତେଣୁ ଆମ୍ଭେ ଦାଉଦ ପ୍ରତି ଆପଣା ପ୍ରତିଜ୍ଞା ଭଙ୍ଗ କରିବା ନାହିଁ।
36 ଦାଉଦର ବଂଶ ସଦାକାଳ ରହିବ।
ଦାଉଦର ସିଂହାସନ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ରହିବ।
37 ଏହା ଚନ୍ଦ୍ରପରି ଚିରଦିନ ଗ୍ଭଲୁ ରହିବ।
ଏହା ଆକାଶପରି ଚିରଦିନ ପାଇଁ ରହିବ।”
38 କିନ୍ତୁ ହେ ପରମେଶ୍ୱର, ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କ୍ରୋଧ ହୋଇଅଛି,
ତୁମ୍ଭେ ତାକୁ ଛାଡ଼ିଲ ଏବଂ ତ୍ୟାଗ କରିଅଛ।
39 ତୁମ୍ଭେ ଦାସ ସହିତ କରିଥିବା ତୁମ୍ଭର ଚୁକ୍ତିକୁ ଭଙ୍ଗ କରିଅଛ।
ତୁମ୍ଭେ ରାଜାଙ୍କର ମୁକୁଟ ଅଳିଆ ଗଦାରେ ପକାଇ ଅଛ।
40 ତୁମ୍ଭେ ତା’ର ସମସ୍ତ ପ୍ରାଚୀର ଭାଙ୍ଗିଅଛ।
ତୁମ୍ଭେ ତା’ର ଦୃଢ଼ ଗଡ଼ସବୁ ଧ୍ୱଂସ କରିଅଛ।
41 ପଥ ଦେଇ ଯିବା ଲୋକ ସମସ୍ତେ ତାଙ୍କୁ ଲୁଟ କରନ୍ତି।
ଆପଣା ପ୍ରତିବାସୀମାନେ ତାଙ୍କୁ ପରିହାସ କରନ୍ତି।
42 ତୁମ୍ଭେ ରାଜାଙ୍କର ଶତ୍ରୁମାନଙ୍କୁ ଯୁଦ୍ଧରେ ପରାଜିତ କରିଅଛ।
ତୁମ୍ଭେ ତା’ର ସମସ୍ତ ଶତ୍ରୁଙ୍କୁ ଖୁସୀ କରାଇଅଛ।
43 ହେ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ନିଜକୁ ରକ୍ଷା କରିବାରେ ସାହାଯ୍ୟ କରିଅଛ।
ତୁମ୍ଭେ ନିଜ ରାଜାଙ୍କୁ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରି ନାହଁ।
44 ତୁମ୍ଭେ ତାଙ୍କୁ ଜିତିବାକୁ ଦେଇ ନାହଁ।
ତୁମ୍ଭେ ତା’ର ସିଂହାସନକୁ ଭୂମିରେ ଫିଙ୍ଗିଅଛ।
45 ତୁମ୍ଭେ ତା’ର ଜୀବନକୁ କ୍ଷୀଣ କଲ।
ତୁମ୍ଭେ ତାଙ୍କୁ ଲଜ୍ଜାରେ ଆଚ୍ଛନ୍ନ କଲ।
46 ହେ ସଦାପ୍ରଭୁ, ଏହିପରି କେତେ ଦିନ ଗ୍ଭଲିବ?
ତୁମ୍ଭେ କ’ଣ ସବୁଦିନ ପାଇଁ ଆମ୍ଭମାନଙ୍କଠାରୁ ଲୁଚେଇ ରହିବ?
ତୁମ୍ଭର କ୍ରୋଧ କ’ଣ ଚିରକାଳ ଅଗ୍ନି ତୁଲ୍ୟ ଜଳିବ?
47 ଏହା ସ୍ମରଣ କର ଯେ, ମୋର ଜୀବନ କେତେ କ୍ଷୀଣ।
ତୁମ୍ଭେ ଆମ୍ଭକୁ ସୃଷ୍ଟି କରିଅଛ ଅଳ୍ପ ଦିନ ପାଇଁ, ଏହା ପରେ ଆମ୍ଭେ ମରିବୁ।
48 ଏପରି କୌଣସି ମନୁଷ୍ୟ ନାହିଁ ଯିଏ କି କେବେବି ନ ମରି ବଞ୍ଚି ରହିବ।
ଏପରି କୌଣସି ମନୁଷ୍ୟ ନାହିଁ ଯିଏ କି ସମାଧିରୁ ରକ୍ଷା ପାଇ ପାରିବ।
49 ହେ ପ୍ରଭୁ, ତୁମ୍ଭର ପୂର୍ବର ସ୍ନେହପୂର୍ଣ୍ଣ କରୁଣା କୁଆଡ଼େ ଗଲା।
ତୁମ୍ଭେ ଦାଉଦଙ୍କ ସହ ତୁମ୍ଭର ବିଶ୍ୱସ୍ଥତା ଦେଖାଇବା ପାଇଁ ପ୍ରତିଜ୍ଞା କରିଥିଲ।
50 ହେ ପ୍ରଭୁ, ସ୍ମରଣ କର କିପରି ସମସ୍ତ ଜାତିଗଣ, ତୁମ୍ଭର ଦାସ ମୋତେ ଅପମାନିତ ଦେଉଛନ୍ତି।
51 ହେ ସଦାପ୍ରଭୁ, ତୁମ୍ଭର ଶତ୍ରୁମାନେ ଅପମାନିତ କରିଅଛନ୍ତି,
ତୁମ୍ଭର ଅଭିଷିକ୍ତ ରାଜା ଯେଉଁଆଡ଼େ ଯାଏ, ତାଙ୍କର ପଦଚିହ୍ନକୁ ନିନ୍ଦା କରିଅଛନ୍ତି।
52 ସଦାପ୍ରଭୁ ଅନନ୍ତକାଳ ଧନ୍ୟ ହେଉନ୍ତୁ।
ଆମେନ୍! ଆମେନ୍!
10 “ହେ ଯିରିମିୟ, ତୁମ୍ଭେ ଯେତେବେଳେ ଯିହୁଦାବାସୀଙ୍କୁ ଏସବୁ କଥା ଜଣାଇବ, ସେମାନେ ସେତେବେଳେ ତୁମ୍ଭକୁ ପଗ୍ଭରିବେ, ‘ସଦାପ୍ରଭୁ କାହିଁକି ଆମ୍ଭ ବିରୁଦ୍ଧରେ ଏହି ମହା ଅମଙ୍ଗଳ କଥା କହିଅଛନ୍ତି? ଆମ୍ଭେମାନେ କି ଅପରାଧ କରିଅଛୁ? ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ କି ପାପ କରିଅଛୁ?’ 11 ତୁମ୍ଭେ ସେମାନଙ୍କୁ ଉତ୍ତରରେ କହିବ, ସଦାପ୍ରଭୁ କହନ୍ତି, ‘ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି।’ ପୁଣି ‘ଅନ୍ୟ ଦେବତାମାନଙ୍କର ପଶ୍ଚାଦ୍ଗମନ କରି ସେମାନଙ୍କର ସେବା କରିଅଛନ୍ତି ଓ ସେମାନଙ୍କର ପୂଜା କରିଅଛନ୍ତି। ଆଉ ଆମ୍ଭକୁ ପରିତ୍ୟାଗ କରି ଆମ୍ଭର ବ୍ୟବସ୍ଥା ପାଳନ କରି ନାହାନ୍ତି। 12 କିନ୍ତୁ ତୁମ୍ଭେ ତୁମ୍ଭ ପୂର୍ବପୁରୁଷଗଣଙ୍କ ଅପେକ୍ଷା ଅଧିକ ପାପ କରିଅଛ। ତୁମ୍ଭେମାନେ ନିଜ ନିଜ ଦୁଷ୍ଟାନ୍ତଃକରଣରେ ଅବାଧ୍ୟ ହୋଇ ମନ୍ଦ ଆଚରଣ କରୁଅଛ ଓ ମୋ’ ଆଜ୍ଞା ପାଳନ କରୁ ନାହଁ। 13 ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶରୁ ବିତାଡ଼ିତ କରିବା ଓ ତୁମ୍ଭ ପୂର୍ବପୁରୁଷମାନଙ୍କ ଅଜ୍ଞାତ ଏକ ବିଦେଶରେ ନିକ୍ଷେପ କରିବା। ଆଉ ସେଠାରେ ତୁମ୍ଭେମାନେ ଦିବାରାତ୍ରି ଅନ୍ୟ ଦେବଗଣର ସେବା କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କୁ କୌଣସି ସାହାଯ୍ୟ ବା ଅନୁଗ୍ରହ କରିବା ନାହିଁ।’
14 “ଏଣୁ ସଦାପ୍ରଭୁ କହନ୍ତି, ‘ଦେଖ, ଇସ୍ରାଏଲ ସନ୍ତାନଗଣକୁ ଯେ ମିଶର ଦେଶରୁ ବାହାର କରି ଆଣିଲେ,’ ସେହି ସମୟ ଆସୁଛି।” ସେହି ଜୀବିତ ସଦାପ୍ରଭୁଙ୍କ ବିଷୟରେ, “ଲୋକମାନେ ଏହି କଥା କହିବେ ନାହିଁ। 15 କିନ୍ତୁ ସମୟ ଆସୁଛି, ଯେତେବେଳେ ସେମାନେ କହିବେ, ‘ନିଶ୍ଚିତ ଭାବରେ ସଦାପ୍ରଭୁ ଅଛନ୍ତି, ଯିଏ କି ଇସ୍ରାଏଲୀୟମାନଙ୍କୁ ଉତ୍ତରରୁ ଓ ଯେଉଁଠାରେ ସେମାନେ ଥିଲେ ସେଠାରୁ ଫେରାଇ ଆଣିଥିଲେ।’ ସେତେବେଳେ ମୁଁ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଥିଲି, ସେହି ଦେଶକୁ ସେମାନଙ୍କୁ ପୁନର୍ବାର ଫେରାଇ ଦେବି।
16 ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଅନେକ କେଉଁଟା ଅଣାଇବା,” “ସେମାନେ ମତ୍ସ୍ୟପରି ସେମାନଙ୍କୁ ଧରିବେ। ତା’ପରେ ଆମ୍ଭେ ଅନେକ ବ୍ୟାଧ ଅଣାଇବା। ସେମାନେ ପ୍ରତ୍ୟେକ ପର୍ବତରୁ, ପ୍ରତ୍ୟେକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସେମାନଙ୍କୁ ଶିକାର କରି ଆଣିବେ। 17 କାରଣ ସେମାନଙ୍କର ସମସ୍ତ କାର୍ଯ୍ୟରେ ଆମ୍ଭର ଦୃଷ୍ଟି ଅଛି। ସେମାନଙ୍କର କୌଣସି ଜିନିଷ ଆମ୍ଭ ସାକ୍ଷାତରୁ ଗୁପ୍ତ ରହି ନାହିଁ। କିଅବା ସେମାନଙ୍କର କୌଣସି ଅଧର୍ମ ଆମ୍ଭର ଅଗୋଚର ନୁହେଁ। 18 ଆମ୍ଭେ ସେମାନଙ୍କର ପାପ ଓ ଅଧର୍ମର ଦୁଇଗୁଣ ପ୍ରତିଫଳ ଦେବା। କାରଣ ସେମାନେ ନିଜ ନିଜର ଘୃଣ୍ୟବସ୍ତୁ ସ୍ୱରୂପ ଶବରେ ଆମ୍ଭର ଦେଶକୁ ‘ଅପବିତ୍ର’ କରିଅଛନ୍ତି। ସେମାନେ ଆମ୍ଭ ଦେଶକୁ ‘ଅଶୁଚି’ କରିଅଛନ୍ତି ଓ ନିଜର ଘୃଣ୍ୟକର୍ମରେ ଆମ୍ଭର ଦେଶକୁ ପରିପୂର୍ଣ୍ଣ କରିଅଛନ୍ତି।”
19 ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତି, ଦୃଢ଼ ଦୁର୍ଗ
ଓ ବିପଦରେ ମୋର ଆଶ୍ରୟ ସ୍ୱରୂପ।
ପୃଥିବୀର ସମସ୍ତ ପ୍ରାନ୍ତରରୁ ନାନା ଦେଶୀୟମାନେ
ତୁମ୍ଭ ନିକଟକୁ ଆସି କହିବେ,
“ଆମ୍ଭମାନଙ୍କର ପୂର୍ବପୁରୁଷମାନେ କେବଳ ମିଥ୍ୟା
ଅର୍ଥାତ୍ ଅସାର ଓ ନିଷ୍ଫଳ ବସ୍ତୁ ଅଧିକାର କରିଅଛନ୍ତି।
20 ମନୁଷ୍ୟ କ’ଣ ଆପଣା ନିମନ୍ତେ ପରମେଶ୍ୱର ନିର୍ମାଣ କରି ପାରିବ?
ନା, ସେ ପ୍ରତିମା ନିର୍ମାଣ କରିବ, ମାତ୍ର ଏହା ପ୍ରକୃତ ପରମେଶ୍ୱର ନୁହନ୍ତି।”
21 ସଦାପ୍ରଭୁ କହନ୍ତି, “ତେଣୁ ଆମ୍ଭେ ସେମାନଙ୍କୁ ଜଣାଇବା।
ବର୍ତ୍ତମାନରୁ ସେମାନଙ୍କୁ ଆମ୍ଭର ହସ୍ତ ଓ ପରାକ୍ରମ ଜ୍ଞାତ କରାଇବା।
ତାହାହେଲେ ଆମ୍ଭର ନାମ ଯେ ସଦାପ୍ରଭୁ
ଏହା ସେମାନେ ଜାଣିବେ।
ବିବାହର ଦୃଷ୍ଟାନ୍ତ
7 ଭାଇ ଓ ଭଉଣୀଗଣ, ତୁମ୍ଭେମାନେ ବ୍ୟବସ୍ଥା ଜାଣ। ତୁମ୍ଭେମାନେ ଜାଣ ଯେ ଯେତେବେଳେ ଜଣେ ଲୋକ ଜୀବିତ, ବ୍ୟବସ୍ଥା ତାହାକୁ ନିୟନ୍ତ୍ରିତ କର। 2 ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉଦାହରଣ ଦେଉଛି। ଜଣେ ବିବାହିତା ସ୍ତ୍ରୀଲୋକ ତାହାର ସ୍ୱାମୀ ଜୀବିତ ଥିବା ସମୟ ପର୍ଯ୍ୟନ୍ତ ତା’ ସହିତ ଆବଦ୍ଧ ହୋଇ ରହିଥାଏ। କିନ୍ତୁ ଯେତେବେଳେ ତାହାର ସ୍ୱାମୀ ମରି ଯାଏ ସେ ବିବାହର ନିୟମରୁ ମୁକ୍ତ ହୋଇ ଯାଏ। 3 କିନ୍ତୁ ଯେତେବେଳେ ଜଣେ ସ୍ତ୍ରୀଲୋକ ତାହାର ସ୍ୱାମୀ ଜୀବିତ ଥିବା ଅବସ୍ଥାରେ, ଆଉ ଜଣକୁ ବିବାହକରେ, ବ୍ୟବସ୍ଥା କୁହେ ଯେ, ସେ ବ୍ୟଭିଗ୍ଭର ଦୋଷରେ ଦୋଷୀ। କିନ୍ତୁ ଯଦି ସେ ସ୍ତ୍ରୀଲୋକର ସ୍ୱାମୀ ମରି ଯାଏ, ତାହାହେଲେ ସେ ସ୍ତ୍ରୀଲୋକଟି ବିବାହର ବନ୍ଧନ ବ୍ୟବସ୍ଥାରୁ ମୁକ୍ତ ହୋଇ ଯାଏ। ଅତଏବ, ଯଦି ସେହି ସ୍ତ୍ରୀଲୋକ ସ୍ୱାମୀର ମୃତ୍ୟୁ ପରେ ଆଉ ଜଣକୁ ବିବାହକରେ, ସେ ବ୍ୟଭିଗ୍ଭର ଦୋଷରେ ଆଉ ଦୋଷୀ ହୁଏ ନାହିଁ।
4 ଠିକ୍ ସେହିଭଳି, ମୋ’ ଭାଇ ଓ ଭଉଣୀଗଣ, ତୁମ୍ଭମାନଙ୍କ ପୁରୁଣା ବ୍ୟକ୍ତିତ୍ୱ ମରିଯାଇଛି ଓ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର ମାଧ୍ୟମରେ ବ୍ୟବସ୍ଥାରୁ ମୁକ୍ତ ହୋଇ ଯାଇଛ। ଏବେ ତୁମ୍ଭେମାନେ ଅନ୍ୟ ଜଣକର ଅଟ। ତୁମ୍ଭେମାନେ ମୃତ୍ୟୁରୁ ବଞ୍ଚି ଉଠିଥିବା ଖ୍ରୀଷ୍ଟଙ୍କର ଅଟ। ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ଅଟୁ, ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ସେବାରେ ନିୟୋଜିତ ହୋଇ ପାରିବା। 5 ଅତୀତରେ, ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହେଉଥିଲୁ। ଆମ୍ଭ ଦ୍ୱାରା ବ୍ୟବସ୍ଥା ପାପପୂର୍ଣ୍ଣ କାମ କରାଉ ଥିଲା। ଓ ଏହି ପାପପୂର୍ଣ୍ଣ କାମସବୁ ଆମ୍ଭର ଶରୀରକୁ ନିୟନ୍ତ୍ରିତ କରୁଥିଲା। ଅତଏବ ଏହି କର୍ମ ଆମ୍ଭର ଆଧ୍ୟାତ୍ମିକ ମୃତ୍ୟୁ ଘଟାଉ ଥିଲା। 6 ଅତୀତର ବ୍ୟବସ୍ଥା ଆମ୍ଭକୁ ବନ୍ଦୀ ଭଳି ବାନ୍ଧି ରଖି ଥିଲା। କିନ୍ତୁ ଆମ୍ଭର ପୁରୁଣା ବ୍ୟକ୍ତିତ୍ୱ ଏବେ ମରି ଯାଇଛି ଓ ଆମ୍ଭେ ବ୍ୟବସ୍ଥାରୁ ମୁକ୍ତ ହୋଇ ସାରିଛୁ। ଅତଏବ ଆମ୍ଭେ ପ୍ରାଚୀନ ପଦ୍ଧତି ଲିଖିତ ବ୍ୟବସ୍ଥା ଅନୁସାରେ ପରମେଶ୍ୱରଙ୍କ ସେବା କରୁ ନାହୁଁ। ଆମ୍ଭେ ପରମେଶ୍ୱରଙ୍କ ନୂତନ ପଦ୍ଧତିରେ ଆତ୍ମାରେ ସେବା କରୁଅଛୁ।
ପାପ ସହିତ ଆମ୍ଭର ସଂଘର୍ଷ
7 ତୁମ୍ଭେ ଭାବି ପାର ଯେ, ମୁଁ କହୁଛି ପାପ ଓ ବ୍ୟବସ୍ଥା ହେଉଛି ଏକା କଥା। ଏହା ସତ୍ୟ ନୁହେଁ। କିନ୍ତୁ ବ୍ୟବସ୍ଥା ହେଉଛି ଏକମାତ୍ର ଉପାୟ ଯାହାଦ୍ୱାରା ମୁଁ ପାପର ଅର୍ଥ ଜାଣି ପାରିଲି। ମୁଁ କେବେ ହେଲେ ଜାଣି ପାରି ନ ଥା’ନ୍ତି, “ଲୋଭ କରିବା” ଅର୍ଥ କ’ଣ। କିନ୍ତୁ ବ୍ୟବସ୍ଥା କହିଲା, “ଅନ୍ୟମାନଙ୍କ ବସ୍ତୁ ପାଇବା ପାଇଁ କେବେ ହେଲେ ଲୋଭ କର ନାହିଁ।” [a] 8 ଏହି ଆଦେଶ ଅନୁସାରେ ମୋ’ ଭିତରେ ସମସ୍ତ ପ୍ରକାରର ଭୁଲ୍ ବସ୍ତୁ ପ୍ରତି ପାପ ଇଚ୍ଛା ଜାଗ୍ରତ କରାଇଲା। ସେଥିପାଇଁ ଉକ୍ତ ଆଦେଶ ହେତୁ ପାପ ମୋ’ ପାଖକୁ ଆସିଲା। କିନ୍ତୁ ବ୍ୟବସ୍ଥା ବିନା ପାପର କୌଣସି ଶକ୍ତି ନାହିଁ। 9 ବ୍ୟବସ୍ଥା ଜାଣିବା ପୂର୍ବରୁ, ବ୍ୟବସ୍ଥା ବିନା ମୁଁ ଜୀବିତ ଥିଲି। କିନ୍ତୁ ଯେତେବେଳେ ବ୍ୟବସ୍ଥାର ଆଦେଶ ମୋ’ ପାଖକୁ ଆସିଲା, ସେତେବେଳେ ପାପ ଜୀବିତ ହେଲା ଓ ପାପ ହେତୁ ଆତ୍ମିକ ଭାବରେ ମୁଁ ମୃତ୍ୟୁ ବରଣ କଲି। 10 ଆଦେଶର ଆଜ୍ଞା ଥିଲା ଜୀବନ ଦାନ କିନ୍ତୁ ମୋ’ ପାଇଁ ଆଜ୍ଞା ଆଣିଲା ମୃତ୍ୟୁ। 11 ଏହି ଆଜ୍ଞାକୁ ବ୍ୟବହାର କରି ପାପ ମୋତେ ମୂର୍ଖ ପ୍ରମାଣିତ କରିବା ପାଇଁ ସୁଯୋଗ ପାଇଲା। ମୋତେ ଆତ୍ମିକ ଭାବରେ ମୃତ କରାଇବାରେ ପାପ ଏହି ଆଜ୍ଞାକୁ ବ୍ୟବହାର କଲା।
12 ଅତଏବ ବ୍ୟବସ୍ଥା ହେଉଛି ପବିତ୍ର ଓ ଆଜ୍ଞା ମଧ୍ୟ ପବିତ୍ର, ଠିକ୍ ଓ ଉତ୍ତମ।
ଯୀଶୁ 5000ରୁ ଅଧିକ ଲୋକଙ୍କୁ ଖୁଆଇଲେ(A)
6 ଏହା ପରେ ଯୀଶୁ ଗାଲିଲୀ ହ୍ରଦ (ଅର୍ଥାତ୍ ତିବିରିଆ ହ୍ରଦ) ପାର ହୋଇ ଆରପାରିକି ଗଲେ। 2 ତାହାଙ୍କ ପଛେ ପଛେ ବହୁତ ଲୋକ ଗଲେ। ସେମାନେ ତାହାଙ୍କୁ ଅନୁସରଣ କଲେ, କାରଣ ଯୀଶୁ କି ପ୍ରକାରେ ରୋଗୀମାନଙ୍କୁ ସୁସ୍ଥ କରି ଆପଣା ଶକ୍ତି ପ୍ରକାଶ କଲେ ତାହା ସେମାନେ ଦେଖିଥିଲେ। 3 ଯୀଶୁ ପାହାଡ଼ ଉପରକୁ ଚଢ଼ିଗଲେ। ସେଠାରେ ତାହାଙ୍କର ଶିଷ୍ୟମାନଙ୍କ ଗହଣରେ ବସିଲେ। 4 ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହୋଇଯାଇଥିଲା।
5 ଯୀଶୁ ଦେଖିଲେ ଲୋକମାନେ ବହୁ ସଂଖ୍ୟାରେ ତାହାଙ୍କ ପାଖକୁ ଆସୁଛନ୍ତି। ସେ ଫିଲିପ୍ପଙ୍କୁ କହିଲେ, “ଫିଲିପ୍ପ, ଏହି ଲୋକମାନଙ୍କୁ ଖୁଆଇବା ପାଇଁ ଆମ୍ଭେ କେଉଁଠାରୁ ଯଥେଷ୍ଟ ଖାଦ୍ୟ କିଣି ପାରିବା?” 6 ସେ ଏ କଥା ଫିଲିପ୍ପଙ୍କୁ ପରୀକ୍ଷା କରିବା ପାଇଁ ପଗ୍ଭରିଲେ, କାରଣ ସେ ତାହାଙ୍କ ନିଜ ଯୋଜନା ବିଷୟରେ ଜାଣିଥିଲେ।
7 ଫିଲିପ୍ପ ଉତ୍ତର ଦେଲେ, “ଏଠାରେ ଥିବା ପ୍ରତ୍ୟେକଙ୍କୁ ଖଣ୍ଡେ ଖଣ୍ଡେ ରୋଟୀ କିଣି ଦେବା ପାଇଁ ଆମ୍ଭ ସମସ୍ତଙ୍କୁ ମାସେ ପର୍ଯ୍ୟନ୍ତ କାମ କରି ଉପାର୍ଜନ କରିବାକୁ ପଡ଼ିବ।”
8 ସେଠାରେ ଆଉଜଣେ ଶିଷ୍ୟ, ଆନ୍ଦ୍ରିୟ ଉପସ୍ଥିତ ଥିଲେ, ସେ ଶିମୋନ ପିତରଙ୍କର ଭାଇ। ଆନ୍ଦ୍ରିୟ କହିଲେ, 9 “ଏଠାରେ ଜଣେ ବାଳକ ଅଛି। ତା’ପାଖରେ ପାଞ୍ଚୋଟି ରୋଟୀ ଓ ଦୁଇଟି ଛୋଟ ମାଛ ଅଛି। କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ଯଥେଷ୍ଟ ହେବ ନାହିଁ।”
10 ଯୀଶୁ କହିଲେ, “ସମସ୍ତଙ୍କୁ ବସିବାକୁ କୁହ।” ସେଠାରେ ପ୍ରଚୁର ଘାସ ଥିଲା। ସେଠାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଥିଲେ। 11 ଯୀଶୁ ରୋଟୀ ନେଇ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଲେ। ସେ ମାଛକୁ ମଧ୍ୟ ସେହିପରି ବାଣ୍ଟିଲେ। ସେ ଲୋକମାନଙ୍କୁ ମନଇଚ୍ଛା ଖାଇବାକୁ ଦେଲେ।
12 ସବୁ ଲୋକମାନେ ଯଥେଷ୍ଟ ପରିମାଣରେ ଖାଇଲେ। ସେମାନେ ଖାଇ ସାରିବା ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ବଳକା ମାଛ ଓ ରୋଟୀ ଏକାଠି କର, କିଛି ନଷ୍ଟ କର ନାହିଁ।” 13 ତେଣୁ ଶିଷ୍ୟମାନେ ବଳକା ଥିବା ଖାଦ୍ୟ ଏକାଠି କଲେ। ଲୋକମାନେ କେବଳ ମାତ୍ର ପାଞ୍ଚୋଟି ରୋଟୀରୁ ଖାଇବା ଆରମ୍ଭ କରିଥିଲେ କିନ୍ତୁ ଏବେ ଶିଷ୍ୟମାନେ ବଳକା ଖାଦ୍ୟକୁ ବାରଟି ଟୋକାଇରେ ଭର୍ତ୍ତି କଲେ।
14 ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖି କହିଲେ, “ସେ ନିଶ୍ଚୟ ଜଣେ ଭବିଷ୍ୟଦ୍ବକ୍ତା, ଯିଏ କି ଏହି ଜଗତକୁ ଆସିଛନ୍ତି।”
15 ଯୀଶୁ ଜାଣିଥିଲେ ଯେ ଲୋକମାନେ ତାହାଙ୍କୁ ରାଜା କରିବା ପାଇଁ ଗ୍ଭହୁଁଥିଲେ। ଯେତେବେଳେ ତାହାଙ୍କୁ ଧରି ନେଇ ରାଜା କରିବାର ଯୋଜନା ଲୋକେ କଲେ, ସେତେବେଳେ ସେ ସେହି ସ୍ଥାନ ଛାଡ଼ି ଏକୁଟିଆ ପାହାଡ଼ ଉପରକୁ ଗ୍ଭଲିଗଲେ।
2010 by World Bible Translation Center