Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 87

କୋରହ ସନ୍ତାନଗଣର ଏକ ଗୀତ।

87 ପରମେଶ୍ୱର ଯିରୁଶାଲମ ପର୍ବତ ଉପରେ ତାଙ୍କର ମନ୍ଦିର ପ୍ରତିଷ୍ଠା କଲେ।
    ସଦାପ୍ରଭୁ ଇସ୍ରାଏଲର ସମସ୍ତ ସ୍ଥାନ ଅପେକ୍ଷା ସିୟୋନର ଦ୍ୱାର ସମୂହକୁ ଅଧିକ ସ୍ନେହ କରନ୍ତି।
ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ଲୋକମାନେ ନାନାବିଧ ଗୌରବର କଥା କୁହନ୍ତି।

4-6 ପରମେଶ୍ୱର ତାଙ୍କର ଲୋକମାନଙ୍କର ଏକ ତାଲିକା ରଖିଛନ୍ତି।
    “ସେ ଜାଣନ୍ତି ତାଙ୍କର ପ୍ରତ୍ୟେକ ଲୋକ କେଉଁଠାରେ ଜନ୍ମ ହୋଇଥିଲେ।”
ସେହିମାନଙ୍କ ମଧ୍ୟରୁ ଯେଉଁମାନେ ତାଙ୍କର ସେବା କରନ୍ତି, ସେମାନେ ମିଶର ଓ ବାବିଲରେ ବାସ କରନ୍ତି।
    “ସେମାନଙ୍କ ମଧ୍ୟରୁ କେତେକ ପଲେଷ୍ଟୀୟରେ, ସୋରରେ ଓ ଇଥିଓପିଆରେ ବାସ କରନ୍ତି।”
    ଆଉ ସିୟୋନ ସେମାନଙ୍କର ସମସ୍ତ ନାମକୁ ଜାଣନ୍ତି ପ୍ରତ୍ୟେକ ସେଠାରେ ଜନ୍ମ ହୋଇଥିଲେ।

ସେହି ପର୍ବରେ ନର୍ତ୍ତକ ଓ ଗାୟକ କହିବେ।
    “ସମସ୍ତେ ଭଲ ଜିନିଷ ତୁମ୍ଭ ମଧ୍ୟରୁ ଆସେ।”

ଗୀତସଂହିତା 90

ଚତୁର୍ଥ ପୁସ୍ତକ

(ଗୀତସଂହିତା 90-106)

ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା।

90 ହେ ପ୍ରଭୁ, ତୁମ୍ଭେ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହୋଇଅଛ।
ହେ ପରମେଶ୍ୱର, ତୁମ୍ଭେ ପର୍ବତମାଳାର ସୃଷ୍ଟି ପୂର୍ବରୁ
    ଏବଂ ପୃଥିବୀ ଓ ଜଗତ ସୃଷ୍ଟି ପୂର୍ବରୁ ପରମେଶ୍ୱର ଥିଲ।
    ତୁମ୍ଭେ ଚିରକାଳ ପରମେଶ୍ୱର ହୋଇ ରହିବ।

ତୁମ୍ଭେ ଲୋକମାନଙ୍କୁ ପୃଥିବୀକୁ ଆଣିଛ
    ଏବଂ ପରିଶେଷରେ ତୁମ୍ଭେ ସେମାନଙ୍କୁ ଧୂଳିରେ ପରିଣତ କରିଛ।
ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ୟ
    ଓ ରାତ୍ରିର ଅଳ୍ପ ସମୟପରି।
ତୁମ୍ଭେ ସେମାନଙ୍କର ଜୀବନକୁ ଉଚ୍ଛେଦ କରିଛ, ଯାହା ମୃତ୍ୟୁରେ ଶୋଇ ଥିବା ପରି।
ପ୍ରଭାତରେ ସେମାନେ ଗୁଜୁରିବା ତୃଣପରି।
    ପ୍ରାତଃକାଳରେ ତୃଣ ସତେଜ ହୋଇ ବଢ଼େ।
    ସନ୍ଧ୍ୟାକାଳରେ ତାହା ଶୁଖି ମରିଯାଏ।
ହେ ପରମେଶ୍ୱର, ତୁମ୍ଭ କ୍ରୋଧରେ ଆମ୍ଭେମାନେ କ୍ଷୟ ହେଉ।
    ପୁଣି ତୁମ୍ଭ କ୍ରୋଧ ଆମ୍ଭଙ୍କୁ ଭୟଭୀତ କରେ।
ତୁମ୍ଭେ ଆମ୍ଭମାନଙ୍କର ପାପ ବିଷୟରେ ଜାଣ।
    ତୁମ୍ଭେ ମଧ୍ୟ ଆମ୍ଭମାନଙ୍କର ଗୁପ୍ତ ପାପ ଦେଖିଅଛ।
ତୁମ୍ଭର କ୍ରୋଧ ଆମ୍ଭମାନଙ୍କ ଜୀବନକୁ ଶେଷ ଦିନ କରିଦେଇ ଥାଏ।
    ଆମ୍ଭେ ଆମ୍ଭର ବର୍ଷ ଅତିଶୀଘ୍ର ସମାପ୍ତ କରୁଥାଉ।
10 ଆମ୍ଭେ ହୁଏତ ସତୁରି ବର୍ଷ ବଞ୍ଚିପାରୁ,
    ଅଥବା ଯଦି ଆମ୍ଭେ ଶକ୍ତିଶାଳୀ ତେବେ ଅଶୀ ବର୍ଷ ବଞ୍ଚିପାରୁ।
ଆମ୍ଭମାନଙ୍କର ଜୀବନ କଠିନ ପରିଶ୍ରମ ଓ ଯନ୍ତ୍ରଣାରେ ଭରପୁର ହୋଇଥାଏ।
    ଏହା ପରେ ହଠାତ୍ ଆମ୍ଭର ଜୀବନ ସମାପ୍ତ ହୁଏ ଓ ଆମ୍ଭେ ଉଡ଼ିଯାଉ।
11 କୌଣସି ଲୋକ ବାସ୍ତବରେ ତୁମ୍ଭର କ୍ରୋଧ ଦୂରତା ଜାଣନ୍ତି ନାହିଁ।
    କିନ୍ତୁ ତୁମ୍ଭର କ୍ରୋଧ ତୁମ୍ଭେ ଆଶା କରୁଥିବା ସମ୍ମାନଠାରୁ ଅଧିକ।
12 ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ
    ଯାହା ଫଳରେ ଆମ୍ଭେ ବୁଦ୍ଧିମାନ୍ ହୋଇ ପାରିବୁ।
13 ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫେରି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ?
    ଆପଣା ଦାସ ପ୍ରତି ଦୟା କର।
14 ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର।
    ଆମ୍ଭମାନଙ୍କୁ ଯାବଜ୍ଜୀବନ ଖୁସୀ ଓ ଆନନ୍ଦିତ ହେବାକୁ ଦିଅ।
15 ତୁମ୍ଭେ ଜୀବନରେ ଆମ୍ଭକୁ ବହୁ ବର୍ଷଧରି କଷ୍ଟ ଓ ଯନ୍ତ୍ରଣା ଦେଲ।
    ବର୍ତ୍ତମାନ ଆମ୍ଭକୁ ଆନନ୍ଦିତ କର, ଯେପରି ଯଥାର୍ଥ।
16 ତୁମ୍ଭେ କରିପାରୁଥିବା ଆଶ୍ଚର୍ଯ୍ୟ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ
    ଏବଂ ସେମାନଙ୍କ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦେଖାଅ।
17 ହେ ପରମେଶ୍ୱର ଆମ୍ଭମାନଙ୍କ ପ୍ରଭୁ, ଆମ୍ଭମାନଙ୍କୁ ଦୟାକର।
    ଆମ୍ଭର କାର୍ଯ୍ୟ ଆମ୍ଭକୁ ସମର୍ଥନ କରେ,
    ତେଣୁ ଦୟାକରି ଆମ୍ଭର କାର୍ଯ୍ୟକୁ ସମର୍ଥନ କର ଓ ଏହାକୁ ସଫଳ କରାଅ।

ଗୀତସଂହିତା 136

136 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ଦେବତାମାନଙ୍କର ଦେବତାର ପ୍ରଶଂସା କର।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପ୍ରଭୁମାନଙ୍କର ସଦାପ୍ରଭୁଙ୍କ ପ୍ରଶଂସା କର।
    ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ଯେ ଆଶ୍ଚର୍ଯ୍ୟକାର୍ଯ୍ୟମାନ କରନ୍ତି, ତାହଙ୍କର ପ୍ରଶଂସା କର।
    ତାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପରମେଶ୍ୱରଙ୍କର ପ୍ରଶଂସା କର ଯିଏ ତାଙ୍କ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ।
    ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପରମେଶ୍ୱର ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିସ୍ତୀର୍ଣ୍ଣ କଲେ,
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପରମେଶ୍ୱର ମହାନ ଜ୍ୟୋତିର୍ଗଣ ନିର୍ମାଣ କଲେ।
    ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପରମେଶ୍ୱର ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ ସୃଷ୍ଟି କଲେ,
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପରମେଶ୍ୱର ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ ସୃଷ୍ଟି କଲେ।
    ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
10 ପରମେଶ୍ୱର ମିଶରର ପ୍ରଥମଜାତ ମନୁଷ୍ୟ ଏବଂ ପଶୁମାନଙ୍କୁ ହତ୍ୟା କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
11 ପରମେଶ୍ୱର ମିଶର ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
12 ପରମେଶ୍ୱର ତାହଙ୍କର ମହାନ ଶକ୍ତି ଏବଂ ପରାକ୍ରମ ଦେଖାଇଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
13 ପରମେଶ୍ୱର ସୁଫସାଗରକୁ ଦୁଇ ଭାଗରେ ବିଭକ୍ତ କଲେ।
    ତାହଙ୍କର ବିଶ୍ୱସ୍ତ ପ୍ରେମ ଅନନ୍ତକାଳସ୍ଥାୟୀ।
14 ପରମେଶ୍ୱର ଇସ୍ରାଏଲକୁ ଏଥି ମଧ୍ୟରେ ଗମନ କରାଇଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
15 ପରମେଶ୍ୱର ଫାରୋ ଓ ତାହାର ସୈନ୍ୟଗଣଙ୍କୁ ସୂଫସାଗରରେ ବୁଡ଼ାଇ ଦେଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
16 ପରମେଶ୍ୱର ମରୁଭୂମି ଦେଇ ଆପଣା ଲୋକମାନଙ୍କୁ ଆଗେଇ ନେଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
17 ପରମେଶ୍ୱର ଶକ୍ତିଶାଳୀ ରାଜାମାନଙ୍କୁ ପରାସ୍ତ କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
18 ପରମେଶ୍ୱର ପରାକ୍ରାନ୍ତ ରାଜାମାନଙ୍କୁ ପରାସ୍ତ କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
19 ପରମେଶ୍ୱର ଇମୋରୀୟମାନଙ୍କର ରାଜା ସୀହୋନକୁ ପରାସ୍ତ କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
20 ପରମେଶ୍ୱର ବାଶନର ରାଜା ଓ‌ଗ୍‌କୁ ପରାସ୍ତ କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
21 ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ତାଙ୍କ ଭୂମି ଦେଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
22 ପରମେଶ୍ୱର ସେହି ଭୂମିକୁ ଇସ୍ରାଏଲଙ୍କୁ ଦାନ କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
23 ପରମେଶ୍ୱର ଆମ୍ଭମାନଙ୍କୁ ସ୍ମରଣ କଲେ, ଯେତେବେଳେ ଆମ୍ଭେ ପରାସ୍ତ ଥିଲୁ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
24 ପରମେଶ୍ୱର ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ ଆମ୍ଭକୁ ରକ୍ଷା କଲେ।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
25 ପରମେଶ୍ୱର ସମସ୍ତ ଜୀବିତ ପ୍ରାଣୀମାନଙ୍କ ନିମନ୍ତେ ଆହାର ଯୋଗାନ୍ତି।
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
26 ସ୍ୱର୍ଗର ପରମେଶ୍ୱରଙ୍କ ପ୍ରଶଂସା କର!
    ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 13:1-11

ପଟୁକାର ସଙ୍କେତ

13 ସଦାପ୍ରଭୁ ମୋତେ ଏହା କହିଲେ: “ତୁମ୍ଭେ ଏକ ମୋଟା ନାଇଲନ୍ ବସ୍ତ୍ର କିଣ ଓ ତାହା ଆପଣା କଟି ଦେଶରେ ବାନ୍ଧ ଓ ତାକୁ ଓଦା କର ନାହିଁ।”

ତେଣୁ ସଦାପ୍ରଭୁଙ୍କ କହିବା ଅନୁସାରେ ମୁଁ ଏକ ପଟୁକା କିଣି ଆପଣା କଟି ଦେଶରେ ବାନ୍ଧିଲି। ଅନ୍ତର ଦ୍ୱିତୀୟ ଥର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। “ହେ ଯିରିମିୟ, ତୁମ୍ଭେ କଟି ଦେଶରେ ଯେଉଁ ପଟୁକା କିଣି ପିନ୍ଧିଛ, ତାହା ନେଇ ଫରାତ୍ ନଦୀ ନିକଟକୁ ଯାଇ ସେଠାସ୍ଥିତ ଏକ ପଥର ତଳେ ଲୁଗ୍ଭଇ ରଖ।”

ତେଣୁ ସଦାପ୍ରଭୁଙ୍କ କହିବାନୁସାରେ ମୁଁ ଫରାତ୍ ନଦୀ ନିକଟରେ ତାହା ଲୁଗ୍ଭଇ ରଖିଲି। ପୁଣି ଅନେକ ଦିନପରେ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଫରାତ୍ ନଦୀ ନିକଟକୁ ଯାଅ ଓ ଯେଉଁ ପଟୁକା ସେଠାରେ ଲୁଗ୍ଭଇ ରଖିବା ପାଇଁ ଆମ୍ଭେ ଆଜ୍ଞା କରିଥିଲୁ, ତାହା ସେଠାରୁ ନିଅ।”

ତେଣୁ ମୁଁ ଫରାତ୍ ନଦୀ ନିକଟକୁ ଯାଇ ସେହି ପଥର ତଳ ଖୋଳି ଲୁଗ୍ଭଇ ରଖିଥିବା ପଟୁକା କାଢ଼ିଲି। ଆଉ ଦେଖ! ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା, ତାହା ପିନ୍ଧିବା ଯୋଗ୍ୟ ନ ଥିଲା।

ତା’ପରେ ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସଦାପ୍ରଭୁ କହିଲେ, “ଯେପରି ପଟୁକା ଧ୍ୱଂସ ପାଇଲା ସେହିପରି ଆମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବା। 10 ଯିହୁଦାର ଏହି ଯେଉଁ ଦୁଷ୍ଟ ଲୋକମାନେ ଆମ୍ଭର ବାକ୍ୟ ଶୁଣିବାକୁ ଅସମ୍ମତ ହୁଅନ୍ତି ଓ ଆପଣା ଅନ୍ତଃକରଣରେ ଅବାଧ୍ୟ ହୋଇ ଗ୍ଭଲନ୍ତି ଆଉ ଅନ୍ୟ ଦେବଗଣର ସେବା ଓ ପୂଜା କରିବା ନିମନ୍ତେ ସେମାନଙ୍କର ପଶ୍ଚା‌‌ଦ୍‌‌ଗମନ କରନ୍ତି, ସେମାନେ ଏହି ଅକର୍ମଣ୍ୟ ପଟୁକା ତୁଲ୍ୟ ହେବେ।” 11 କାରଣ ସଦାପ୍ରଭୁ କହନ୍ତି, “ମନୁଷ୍ୟର କଟି ଦେଶରେ ପଟୁକା ଯେପରି ସଂଲଗ୍ନ ଥାଏ, ସେହିପରି ଆମ୍ଭେ ସମୁଦାୟ ଇସ୍ରାଏଲ ଓ ସମୁଦାୟ ଯିହୁଦା ବଂଶକୁ ଆମ୍ଭର ଲୋକ ହୋଇ ଆମ୍ଭ ପାଇଁ କୀର୍ତ୍ତି, ପ୍ରଶଂସା ଓ ଗୌରବ ଆଣିବା ପାଇଁ ଆମ୍ଭଠାରେ ସଂଲଗ୍ନ କରାଇଲୁ। ମାତ୍ର ସେମାନେ ଆମ୍ଭ କଥା ଶୁଣିବାକୁ ଅସମ୍ମତ ହେଲେ।”

ରୋମୀୟଙ୍କ ପ୍ରତି ପତ୍ର 6:12-23

12 କିନ୍ତୁ ପାପ ଯେପରି ତୁମ୍ଭମାନଙ୍କର ଶରୀରକୁ ରାଜତ୍ୱ ନ କରୁ। ତୁମ୍ଭମାନଙ୍କର ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା ତୁମ୍ଭେମାନେ ଯେପରି ଶାସିତ ନ ହୁଅ। 13 ପାପର ସେବା କରିବା ପାଇଁ ତୁମ୍ଭମାନଙ୍କ ଶରୀରର ଅଙ୍ଗଗୁଡ଼ିକକୁ ଅନୁମତି ଦିଅ ନାହିଁ। ମନ୍ଦ କାମ କରିବା ପାଇଁ ଶରୀରକୁ ବ୍ୟବହାର କର ନାହିଁ। ତା’ ପରିବର୍ତ୍ତେ ନିଜକୁ ପରମେଶ୍ୱରଙ୍କଠାରେ ସମର୍ପଣ କର। ଯେଉଁମାନେ ମରି ଥିଲେ ଓ ଏବେ ଜୀବିତ ଅଛନ୍ତି ସେ ଲୋକଙ୍କ ଭଳି ହୁଅ। ନିଜ ଶରୀରର ଅଙ୍ଗଗୁଡ଼ିକୁ ଭଲ କାମ କରିବା ପାଇଁ ପରମେଶ୍ୱରଙ୍କଠାରେ ସମର୍ପଣ କର। 14 ପାପ ତୁମ୍ଭମାନଙ୍କର ସ୍ୱାମୀ ହେବ ନାହିଁ। କାରଣ ତୁମ୍ଭେମାନେ ବ୍ୟବସ୍ଥାର ବନ୍ଧନରେ ନୁହଁ। ତୁମ୍ଭେମାନେ ଏବେ ପରମେଶ୍ୱରଙ୍କ ଅନୁଗ୍ରହରେ ଜୀବିତ ଅଛ।

ଧାର୍ମିକତାର ଦାସ

15 ତା’ହେଲେ ଆମ୍ଭେ କ’ଣ କରିବା ଉଚିତ୍? ଆମ୍ଭେ ବ୍ୟବସ୍ଥାର ଅଧୀନ ନୋହୁଁ, କିନ୍ତୁ ଅନୁଗ୍ରହର ଅଧୀନ ବୋଲି କ’ଣ ପାପ କରି ଗ୍ଭଲିଥିବା? ଅବଶ୍ୟ ନୁହେଁ! 16 ଏହା ନିଶ୍ଚିତ ଭାବରେ ତୁମ୍ଭେମାନେ ଜାଣ ଯେ ଯେତେବେଳେ ତୁମ୍ଭେମାନେ ଦାସ ଭଳି ନିଜକୁ ସମର୍ପଣ କର, ସେତେବେଳେ ତୁମ୍ଭେମାନେ ପ୍ରକୃତରେ ସେହି ଲୋକର ଦାସ ଅଟ। ଯେଉଁ ଲୋକକୁ ତୁମ୍ଭେମାନେ ମାନିବ ସେ ହେଉଛି ତୁମ୍ଭର ମାଲିକ। ତୁମ୍ଭେମାନେ ପାପର ଗ୍ଭକର ହୋଇ ପାରିବ ବା ପରମେଶ୍ୱରଙ୍କୁ ମାନିବ। ପାପ ଆଧ୍ୟାତ୍ମିକ ମୃତ୍ୟୁ ଆଣି ଦିଏ। କିନ୍ତୁ ପରମେଶ୍ୱରଙ୍କୁ ମାନିଲେ, ପରମେଶ୍ୱରଙ୍କଠାରେ ତୁମ୍ଭେମାନେ ଧାର୍ମିକ ବୋଲି ଗଣିତ ହୁଅ। 17 ଅତୀତରେ ତୁମ୍ଭେମାନେ ପାପର ଦାସ ଥିଲ, ପାପ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ରଖିଥିଲା। କିନ୍ତୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ, ଯେ ତୁମ୍ଭମାନଙ୍କୁ ଯାହା ଶିକ୍ଷା ଦିଆଗଲା ତାହା ତୁମ୍ଭେମାନେ ସମସ୍ତ ହୃଦୟର ସହିତ ପାଳନ କଲ। 18 ତୁମ୍ଭମାନଙ୍କୁ ପାପରୁ ମୁକ୍ତ କରାହେଲା ଓ ଏବେ ତୁମ୍ଭେମାନେ ଧାର୍ମିକତାର ଦାସ ହୋଇଛ। 19 ଲୋକେ ଜାଣିଥିବା ଗୋଟିଏ ଉଦାହରଣ ଦେଇ ମୁଁ ଏ କଥା ତୁମ୍ଭମାନଙ୍କୁ ବୁଝାଉଛି। ଏହାକୁ ବୁଝିବା କଷ୍ଟକର ହୋଇଥିବା କାରଣରୁ ମୁଁ ଏହିଭଳି ବୁଝାଉଛି। ଅତୀତରେ ତୁମ୍ଭେମାନେ ନିଜ ଶରୀରର ଅଙ୍ଗଗୁଡ଼ିକୁ ପାପର ଦାସ ହେବାକୁ ଓ ମନ୍ଦ କର୍ମରେ ନିଯୁକ୍ତ କରିଥିଲ। ଫଳ ସ୍ୱରୂପ ତୁମ୍ଭେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନଯାପନ କରୁଥିଲ। ଠିକ୍ ସେହିଭଳି ଏବେ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼ିକୁ ଭଲ କାମ କରିବା ପାଇଁ ସମର୍ପଣ କର। ତେବେ ତୁମ୍ଭେମାନେ କେବଳ ପରମେଶ୍ୱରଙ୍କ ପାଇଁ ବଞ୍ଚିବ।

20 ଅତୀତରେ ତୁମ୍ଭେମାନେ ପାପର ଦାସ ଥିଲ ଓ ଯାହା ଉତ୍ତମ ତାହା ତୁମ୍ଭମାନଙ୍କୁ ନିୟନ୍ତ୍ରିତ କରି ନ ଥିଲା। 21 ତୁମ୍ଭେମାନେ ମନ୍ଦ କାମ କରୁଥିଲ। ଏବେ ତୁମ୍ଭେମାନେ ସେଭଳି କର୍ମ ପାଇଁ ଲଜ୍ଜିତ। ସେ କାମଗୁଡ଼ିକ କ’ଣ ତୁମ୍ଭମାନଙ୍କୁ ସାହାଯ୍ୟ କଲା? ନା, ସେ କର୍ମ ଗୁଡ଼ିକ କେବଳ ଆଧ୍ୟାତ୍ମିକ ମୃତ୍ୟୁ ଆଣିଥାଏ। 22 କିନ୍ତୁ ଏବେ ତୁମ୍ଭେମାନେ ପାପରୁ ମୁକ୍ତ। ତୁମ୍ଭେମାନେ ଏବେ ପରମେଶ୍ୱରଙ୍କର ଦାସ ଓ ଏହା କେବଳ ପରମେଶ୍ୱରଙ୍କ ପାଇଁ ତୁମ୍ଭମାନଙ୍କୁ ଜୀବନ ଆଣି ଦେବ। ତା’ପରେ ତୁମ୍ଭେମାନେ ସଦାକାଳ ପାଇଁ ଅନନ୍ତ ଜୀବନ ପାଇବ। 23 ପାପର ସ୍ୱାଭାବିକ ପରିଣତି ମୃତ୍ୟୁ। କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତାରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି।

ଯୋହନ ଲିଖିତ ସୁସମାଗ୍ଭର 8:47-59

47 ଯେଉଁ ଲୋକ ପରମେଶ୍ୱରଙ୍କର, ସେ ପରମେଶ୍ୱର ଯାହା କହନ୍ତି ଗ୍ରହଣ କରେ। କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କ କଥା ଗ୍ରହଣ କରୁ ନାହଁ, କାରଣ ତୁମ୍ଭେ ପରମେଶ୍ୱରଙ୍କର ନୁହଁ।”

ଯୀଶୁ ନିଜ ବିଷୟରେ ଓ ଅବ୍ରହାମଙ୍କ ବିଷୟରେ କହିଲେ

48 ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେମାନେ କହୁଛୁ, ତୁମ୍ଭେ ଜଣେ ଶମିରୋଣୀୟ। ତୁମ୍ଭ ଭିତରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରି ଦେଇଛି। ଆମ୍ଭର ଏହି କଥା କ’ଣ ଠିକ୍ ନୁହେଁ କି?”

49 ଯୀଶୁ ଉତ୍ତର ଦେଲେ, “ମୋ’ ଭିତରେ ଭୂତ ନାହିଁ। ମୁଁ ମୋ’ ପରମପିତାଙ୍କୁ ସମ୍ମାନ ଦିଏ। କିନ୍ତୁ ତୁମ୍ଭେ ମୋତେ ସମ୍ମାନ ଦେଉ ନାହଁ। 50 ମୁଁ ନିଜେ ସମ୍ମାନ ପାଇବା ପାଇଁ ଚେଷ୍ଟା କରୁ ନାହିଁ। ମାତ୍ର ଜଣେ ଅଛନ୍ତି, ଯିଏ ମୋ’ ନିମନ୍ତେ ସମ୍ମାନ ଇଚ୍ଛା କରନ୍ତି। ସେ ହେଉଛନ୍ତି ବିଗ୍ଭରକର୍ତ୍ତା। 51 ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କେହି ମୋ’ ଉପଦେଶ ମାନେ, ତେବେ ସେ ଲୋକ କେବେ ମରିବ ନାହିଁ।”

52 ଯିହୂଦୀମାନେ ଯୀଶୁଙ୍କୁ କହିଲେ, “ଆମ୍ଭେ ବର୍ତ୍ତମାନ ଜାଣିଲୁ ଯେ, ତୁମ୍ଭ ଭିତରେ ଗୋଟିଏ ଭୂତ ଅଛି। ଏପରିକି ଅବ୍ରହାମ ମରିଥିଲେ ଓ ଭବିଷ୍ୟ‌‌‌ଦ୍‌‌‌ବକ୍ତାମାନେ ମଧ୍ୟ ମରିଥିଲେ। କିନ୍ତୁ ତୁମ୍ଭେ କହୁଛ, ‘ମୋ’ ଉପଦେଶ ମାନିବା ଲୋକ କଦାପି ମରିବ ନାହିଁ।’ 53 ତୁମ୍ଭେ କ’ଣ ଭାବୁଛ ଯେ ତୁମ୍ଭେ ଆମ୍ଭ ପିତା ଅବ୍ରହାମଙ୍କଠାରୁ ମହାନ୍? ଅବ୍ରହାମ ତ’ ମରିଗଲେ ଓ ଭବିଷ୍ୟ‌‌‌ଦ୍‌‌‌ବକ୍ତାମାନେ ମଧ୍ୟ ମରିଗଲେ। ତୁମ୍ଭେ ନିଜକୁ କିଏ ବୋଲି ଭାବୁଛ?”

54 ଯୀଶୁ ଉତ୍ତର ଦେଲେ, “ଯଦି ମୁଁ ନିଜକୁ ସମ୍ମାନ ଦିଅନ୍ତି, ତେବେ ସେ ସମ୍ମାନର କିଛି ମୂଲ୍ୟ ନାହିଁ। ମୋତେ ଯିଏ ସମ୍ମାନ ଦିଅନ୍ତି, ସେ ମୋର ପରିମପିତା। ଏବଂ ତୁମ୍ଭେମାନେ କହୁଛ, ସେ ତୁମ୍ଭର ପରମେଶ୍ୱର। 55 କିନ୍ତୁ ତୁମ୍ଭେ ତାହାଙ୍କୁ ପ୍ରକୃତରେ ଜାଣି ନାହଁ। ମୁଁ ତାହାଙ୍କୁ ଜାଣେ। ଯଦି ମୁଁ କହେ ଯେ, ମୁଁ ତାହାଙ୍କୁ ଜାଣେ ନାହିଁ, ତେବେ ମୁଁ ତୁମ୍ଭମାନଙ୍କ ଭଳି ମିଥ୍ୟାବାଦୀ ହେବି। କିନ୍ତୁ ମୁଁ ତାହାଙ୍କୁ ଅବଶ୍ୟ ଜାଣେ, ସେ ଯାହା କହନ୍ତି ମୁଁ ସେଗୁଡ଼ିକ ପାଳନ କରେ। 56 ମୋର ଆଗମନ ଦେଖି ପାରିବେ ବୋଲି ଆଶାକରି ତୁମ୍ଭ ପିତା ଅବ୍ରହାମ ବହୁତ ଖୁସୀ ହୋଇଥିଲେ। ସେ ସେହି ଦିନଟି ଦେଖିଲେ ଓ ଖୁସୀ ହେଲେ।”

57 ଯିହୂଦୀମାନେ ଯୀଶୁଙ୍କୁ କହିଲେ, “କ’ଣ ତୁମ୍ଭେ ଅବ୍ରହାମଙ୍କୁ କଦାପି ଦେଖି ନାହଁ! ତୁମ୍ଭର ବୟସ ତ ପଗ୍ଭଶ ବର୍ଷ ବି ନୁହେଁ।”

58 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଅବ୍ରହାମଙ୍କ ଜନ୍ମ ପୂର୍ବରୁ, ମୁଁ ନିଜେ ଅଛି।” 59 ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉଠେଇଲେ। ମାତ୍ର ସେ ଲୁଚି ଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଗ୍ଭଲିଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center