Book of Common Prayer
146 ସଦାପ୍ରଭୁଙ୍କର ପ୍ରଶଂସା କର!
ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
2 ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
3 ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
ଲୋକମାନଙ୍କ ପ୍ରତି ଭରସା କର ନାହିଁ।
କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
4 ଲୋକମାନେ ମରନ୍ତି ଓ କବର ନିଅନ୍ତି।
ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
5 କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
6 ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
7 ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
8 ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
9 ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।
ସଦାପ୍ରଭୁଙ୍କର ପ୍ରଶଂସା କର।
147 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
କାରଣ ଆମ୍ଭର ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବା ଉତ୍ତମ!
ପରମେଶ୍ୱରଙ୍କୁ ପ୍ରଶଂସା କରିବା କେତେ ଉତ୍ତମ ଓ ମାନୋହର ଅଟେ।
2 ସଦାପ୍ରଭୁ ହେଉଛନ୍ତି ଜଣେ ଯିଏ ଯିରୁଶାଲମକୁ ପୁନଃନିର୍ମାଣ କରନ୍ତି।
ସେ ହିଁ ଜଣେ ଇସ୍ରାଏଲର ନିର୍ବାସିତମାନଙ୍କୁ ଏକତ୍ରିତ କରନ୍ତି।
3 ସେ ସେମାନଙ୍କର ଭଗ୍ନ ହୃଦୟକୁ ସୁସ୍ଥ କରନ୍ତି
ଓ ସେମାନଙ୍କ କ୍ଷତରେ ପଟି ବାନ୍ଧନ୍ତି।
4 ସେ ତାରାଗଣଙ୍କୁ ଗଣନା କରନ୍ତି।
ସେ ପ୍ରତ୍ୟେକଙ୍କର ଗୋଟି ଗୋଟି କରି ନାମ ଧରି ଡାକନ୍ତି।
5 ଆମ୍ଭର ପ୍ରଭୁ ଅତି ମହାନ ଏବଂ ଶକ୍ତିମାନ।
ତାଙ୍କର ବୁଝାମଣା ଅସୀମ।
6 ସଦାପ୍ରଭୁ ନମ୍ର ଲୋକମାନଙ୍କ ସପକ୍ଷରେ ଥା’ନ୍ତି।
ଏବଂ ସେ ଦୁଷ୍ଟମାନଙ୍କୁ ବିଚଳିତ କରନ୍ତି।
7 ସଦାପ୍ରଭୁଙ୍କୁ ଗୀତରେ ଧନ୍ୟବାଦ ଦିଅ।
ବୀଣାଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସା କର।
8 ପରମେଶ୍ୱର ଆକାଶକୁ ମୋଟା ମେଘମାଳାରେ ଆଚ୍ଛନ୍ନ କରନ୍ତି।
ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି।
ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।
9 ପରମେଶ୍ୱର ପଶୁମାନଙ୍କୁ ଆହାର ଦିଅନ୍ତି।
ସେ ପକ୍ଷୀ ଶାବକମାନଙ୍କୁ ମଧ୍ୟ ଆହାର ଦିଅନ୍ତି, ଯାହା ପାଇଁ ସେମାନେ ଚିତ୍କାର କରନ୍ତି।
10 ଯୁଦ୍ଧ ଅଶ୍ୱର ଓ ପରାକ୍ରମୀ ସୈନ୍ୟ
ତାଙ୍କୁ ଖୁସୀ କରି ପାରନ୍ତି ନାହିଁ।
11 ଯେଉଁ ଲୋକମାନେ ତାଙ୍କୁ ଭୟ କରନ୍ତି ଓ ବିଶ୍ୱସ୍ତ ପ୍ରେମରେ ଭରସା ରଖନ୍ତି,
ସେ ସେମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି।
12 ହେ ଯିରୁଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର!
13 ହେ ଯିରୁଶାଲମ, ପରମେଶ୍ୱର ତୁମ୍ଭ ଫାଟକକୁ ଦୃଢ଼ କରିଛନ୍ତି,
ଏବଂ ସେ ତୁମ୍ଭ ସହରର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି।
14 ସେ ତୁମ୍ଭ ଦେଶକୁ ଧନଧାନ୍ୟରେ ପୂର୍ଣ୍ଣ କରନ୍ତି,
ଯେଉଁଥିପାଇଁ ତୁମ୍ଭମାନଙ୍କର ଖାଇବା ପାଇଁ ଯଥେଷ୍ଟ ଖାଦ୍ୟ ଅଛି।
15 ପରମେଶ୍ୱର ପୃଥିବୀକୁ ଆପଣା ଆଦେଶ ଦିଅନ୍ତି।
ତାଙ୍କର ବାକ୍ୟସବୁ ଅତିଶୀଘ୍ର ପାଳନ କରାଯାଏ।
16 ପରମେଶ୍ୱର ପୃଥିବୀ ଧଳା ପଶମ ତୁଲ୍ୟ ହେବାଯାଏ ହିମପାତ କରନ୍ତି।
ସେ ଧୂଳିପରି ପୃଥିବୀରେ ତାହା ବିକ୍ଷିପ୍ତ କରନ୍ତି।
17 ପରମେଶ୍ୱର ପଥର ପରି ଆକାଶରୁ ଖଣ୍ଡ ଖଣ୍ଡ ବରଫ ପକାନ୍ତି,
ତାଙ୍କ ପଠାଯାଇଥିବା ଶୀତ ଆଗରେ କେହି ଠିଆ ହୋଇ ପାରିବେ ନାହିଁ।
18 ଏହା ପରେ ସେ ଗୋଟିଏ ଆଦେଶରେ ବରଫଗୁଡ଼ିକ ତରଳାଇ ପକାନ୍ତି,
ଏବଂ ତାଙ୍କ ଆଜ୍ଞାରେ ପବନ ବହିଲେ ଜଳସ୍ରୋତ ବହେ।
19 ପରମେଶ୍ୱର ଯାକୁବକୁ ଆପଣା ଆଦେଶ ଦେଲେ,
ପରମେଶ୍ୱର ଇସ୍ରାଏଲ ପ୍ରତି ଆପଣା ବ୍ୟବସ୍ଥା ଓ ବିଧି ପ୍ରକାଶ କଲେ!
20 ପରମେଶ୍ୱର କୌଣସି ଦେଶ ପାଇଁ କେବେ ଏହିପରି କରି ନାହାନ୍ତି।
ସେ ତାଙ୍କର ନିୟମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର।
111 ସଦାପ୍ରଭୁଙ୍କର ପ୍ରଶଂସା କର।
ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ
ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
2 ସଦାପ୍ରଭୁ ଆଶ୍ଚର୍ଯ୍ୟ କର୍ମମାନ କରନ୍ତି।
ଯେଉଁମାନେ ତାଙ୍କୁ ଗ୍ଭହାନ୍ତି ସେମାନେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।
3 ପରମେଶ୍ୱର ବାସ୍ତବରେ ଗୌରବପୂର୍ଣ୍ଣ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ କରନ୍ତି
ଓ ତାଙ୍କର ଉତ୍ତମତା ଅନନ୍ତକାଳସ୍ଥାୟୀ।
4 ସେ ଆପଣାର ଆଶ୍ଚର୍ଯ୍ୟ କର୍ମମାନ ସବୁ ସ୍ମରଣ କରାଇଛନ୍ତି।
ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମୟ।
5 ଯେଉଁମାନେ ତାଙ୍କୁ ଭୟ କରନ୍ତି ଏବଂ ସମ୍ମାନ ଦିଅନ୍ତି ସେ ସେମାନଙ୍କୁ ଖାଦ୍ୟ ଦିଅନ୍ତି।
ସେ ସଦାକାଳ ଆପଣା ଚୁକ୍ତି ସ୍ମରଣ କରନ୍ତି।
6 ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ
ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଥିଲେ।
7 ତାହାଙ୍କ ଦ୍ୱାରା ହୋଇଥିବା ଆଜ୍ଞାସବୁ ସତ୍ୟ
ଓ ତାଙ୍କର ନିୟମସବୁ ବିଶ୍ୱାସ ଯୋଗ୍ୟ।
8 ପରମେଶ୍ୱରଙ୍କର ନିର୍ଦ୍ଦେଶ ଅନନ୍ତ କାଳସ୍ଥାୟୀ।
ତାଙ୍କର ଆଜ୍ଞା ବିଶ୍ୱସ୍ତତା ଓ ସରଳତାରେ ସାଧିତ କରାଯାଏ।
9 ପରମେଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କଲେ।
ସେ ଗୋଟିଏ ଚୁକ୍ତି କଲେ ଏବଂ ଏହା ଅନନ୍ତକାଳସ୍ଥାୟୀ ହୋଇ ରହିଲା।
ତାଙ୍କର ନାମ ପବିତ୍ର ଏବଂ ଭୟଙ୍କର।
10 ଜ୍ଞାନ ପରମେଶ୍ୱରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ।
ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସେମାନେ ଜ୍ଞାନୀ ଅଟନ୍ତି।
ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାଯିବ।
112 ସଦାପ୍ରଭୁଙ୍କର ପ୍ରଶଂସା କର।
ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସେମାନେ ସମ୍ମାନରେ ଭାଗ୍ୟବାନ୍ ହୁଅନ୍ତି,
ଯିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ୱସ୍ତ ହୋଇଥାଏ,
2 ତା’ର ବଂଶଧର ଭୂପୃଷ୍ଠରେ ବିକ୍ରମଶାଳୀ ହେବେ।
ସରଳ ଲୋକର ବଂଶଧର ଆଶୀର୍ବାଦ ପ୍ରାପ୍ତ ହେବେ।
3 ସେହି ଲୋକର ପରିବାର ଧନଶାଳୀ ହେବେ
ଏବଂ ତା’ର ଧର୍ମ ଚିରକାଳସ୍ଥାୟୀ ହେବ।
4 ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ୱର ଅନ୍ଧକାରରେ ଆଲୋକ ସଦୃଶ୍ୟ।
ସେ କୃପାମୟ, ସ୍ନେହଶୀଳ ଓ ଧାର୍ମିକ।
5 ଦରକାର ବେଳେ ଋଣ ଦେବା ଏବଂ ଉଧାର ହେବା, ଏହା ଗୋଟିଏ ଲୋକର ଭଲ ଗୁଣ।
କୌଣସି ବ୍ୟକ୍ତି ନିଜର ବ୍ୟାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।
6 ସେହି ଲୋକ କଦାପି ବିଚଳିତ ହେବ ନାହିଁ।
ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।
7 ସେ କୁସମ୍ବାଦ ଶୁଣି ଭୟ କରିବ ନାହିଁ।
ସେହି ଲୋକ ସୁସ୍ଥିର ହେବ କାରଣ ସେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।
8 ସେହି ଲୋକ ସୁସ୍ଥିର ଥାଏ।
ସେ କେବେ ଭୟ କରେ ନାହିଁ।
ସେ ତା’ର ଶତ୍ରୁମାନଙ୍କୁ ପରାସ୍ତ ହେବାର ଦେଖିବ।
9 ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ,
ତା’ର ଧର୍ମ ଏକ। ଚିରକାଳସ୍ଥାୟୀ।
ସେ ବିଜୟ ଏବଂ ସମ୍ମାନ ପାଇବ।
10 ଦୁଷ୍ଟ ଲୋକ ଏହା ଦେଖି କ୍ରୋଧ କରିବେ।
ସେମାନେ ରାଗରେ ଦାନ୍ତ କଡ଼ମଡ଼ କରିବେ।
କିନ୍ତୁ ଏହା ପରେ ସେମାନେ ଅଦୃଶ୍ୟ ହେବେ।
ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହେବ ନାହିଁ।
113 ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ସଦାପ୍ରଭୁଙ୍କ ଦାସଗଣ, ତାଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
2 ଅଦ୍ୟାବଧି ଚିରକାଳ
ସଦାପ୍ରଭୁଙ୍କର ନାମ ଧନ୍ୟ ହେଉ।
3 ସୂର୍ଯ୍ୟର ଉଦୟ ସ୍ଥାନଠାରୁ ତା’ର ଅସ୍ତ ସ୍ଥାନ ପର୍ଯ୍ୟନ୍ତ
ସଦାପ୍ରଭୁଙ୍କର ନାମ ପ୍ରଶଂସନୀୟ।
4 ସଦାପ୍ରଭୁ ସମୁଦାୟ ବହୁ ଜାତିଗଣ ଉପରେ
ଓ ତାଙ୍କର ଗୌରବ ଆକାଶମଣ୍ଡଳଠାରୁ ଉଚ୍ଚ।
5 କୌଣସ ଲୋକ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ତୁଲ୍ୟ ନୁହେଁ।
ପରମେଶ୍ୱର ଆକାଶର ଊର୍ଦ୍ଧ୍ୱରେ ବିଦ୍ୟମାନ।
6 ତେଣୁ ପରମେଶ୍ୱର ଆକାଶ ଓ ପୃଥିବୀକୁ
ଦେଖିବାକୁ ତଳକୁ ଗ୍ଭହିଁଲେ।
7 ପରମେଶ୍ୱର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି।
ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।
8 ଏବଂ ପରମେଶ୍ୱର ସେହି ଲୋକମାନଙ୍କୁ ଗୁରୁତ୍ୱ ଦିଅନ୍ତି।
ପରମେଶ୍ୱର ସେହି ଲୋକମାନଙ୍କୁ ତାଙ୍କ ଅଧିପତି କରାନ୍ତି।
9 ଜଣେ ସ୍ତ୍ରୀ ବନ୍ଧ୍ୟା ହୋଇପାରେ ।
କିନ୍ତୁ ପରମେଶ୍ୱର ତା’ କୋଳରେ ସନ୍ତାନ ଦେଇ ତାକୁ ଖୁସୀ କରାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର!
1 ଆମୋସଙ୍କର ପୁତ୍ର ଯିଶାଇୟଙ୍କର ଦର୍ଶନ, ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଯାହାସବୁ ଘଟିଥିଲା ସେସବୁ ଯିଶାଇୟଙ୍କୁ ଦେଖାଇଲେ ଉଷିୟ, ଯୋଥମ୍, ଆହସ୍ ଓ ହିଜକିୟଙ୍କ ରାଜତ୍ୱ କାଳରେ ଯିହୁଦାରେ ଯାହାସବୁ ଘଟିଥିଲା ଯିଶାଇୟ ଦର୍ଶନ କଲେ।
ପରମେଶ୍ୱରଙ୍କର ତାଙ୍କ ସନ୍ତାନଗଣଙ୍କ ବିରୁଦ୍ଧରେ ଅଭିଯୋଗ
2 ହେ ସ୍ୱର୍ଗ, ହେ ପୃଥିବୀ, ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ! ସଦାପ୍ରଭୁ କହିଛନ୍ତି,
“ଆମ୍ଭେ ସନ୍ତାନଗଣଙ୍କୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ,
ମାତ୍ର ସେମାନେ ଆମ୍ଭର ବିରୁଦ୍ଧାଚରଣ କରିଛନ୍ତି।
3 ଗାଈ ତା’ର ମୁନିବକୁ ଜାଣେ,
ଗଧ ନିଜର ମୁନିବର ସଂଗ୍ଭଳକଙ୍କୁ ଜାଣେ,
ମାତ୍ର ଇସ୍ରାଏଲ ଲୋକମାନେ ମୋତେ ଚିହ୍ନି ପାରିଲେ ନାହିଁ।
ମୋର ଲୋକମାନେ ମୋତେ ବୁଝୁ ନାହାନ୍ତି।”
4 ଇସ୍ରାଏଲ ଗୋଷ୍ଠୀ ପାପରେ ପରିପୂର୍ଣ୍ଣ। ସେମାନେ ଅଧର୍ମ ଓ ପାପରେ ଭାରାକ୍ରାନ୍ତ। ସେମାନେ ଏକ ଭ୍ରଷ୍ଟାଗ୍ଭରୀ ବଂଶ ଦୁଷ୍କର୍ମକାରୀ ସନ୍ତାନଗଣ। ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଛନ୍ତି। ସେମାନେ ଇସ୍ରାଏଲର ପବିତ୍ର ପୁରୁଷଙ୍କୁ ଅବଜ୍ଞା କରିଛନ୍ତି। ସେମାନେ ତାଙ୍କୁ ଜଣେ ଅଜଣାବ୍ୟକ୍ତି ପରି ବ୍ୟବହାର କରିଛନ୍ତି ଓ ଛାଡ଼ି ଗ୍ଭଲିଯାଇଛନ୍ତି।
5 ପରମେଶ୍ୱର କୁହନ୍ତି, “ଆମ୍ଭେ କାହିଁକି ତୁମ୍ଭମାନଙ୍କ ପ୍ରତି ଶାସ୍ତି ବିଧାନ କରି ଗ୍ଭଲିବୁ। ତୁମ୍ଭମାନଙ୍କୁ ଦଣ୍ଡ ଦେଲୁ। ମାତ୍ର ତୁମ୍ଭମାନଙ୍କର କିଛି ପରିବର୍ତ୍ତନ ହେଲା ନାହିଁ। ତୁମ୍ଭେମାନେ ମୋ’ ବିରୁଦ୍ଧରେ ବିଦ୍ରୋହ କରି ଗ୍ଭଲିଛ। ବର୍ତ୍ତମାନ ସମସ୍ତ ମସ୍ତକ ଓ ସମସ୍ତ ହୃଦୟ ପୀଡ଼ିତ। 6 ତୁମ୍ଭମାନଙ୍କର ଆପାଦମସ୍ତକ କ୍ଷତ ବିକ୍ଷତ ଓ ପୂଜ ଘା’ରେ ପରିପୂର୍ଣ୍ଣ। ତୁମ୍ଭେମାନେ ସେ କ୍ଷତର ଯତ୍ନ ନେଲ ନାହିଁ। ତୁମ୍ଭମାନଙ୍କର ସେହି କ୍ଷତଗୁଡ଼ିକ ପରିଷ୍କୃତ ହୋଇ ନାହିଁ କିମ୍ବା ଆବୃତ ହୋଇ ନାହିଁ।
7 “ତୁମ୍ଭମାନଙ୍କର ଦେଶ ଧ୍ୱଂସ ପ୍ରାପ୍ତ। ତୁମ୍ଭମାନଙ୍କର ନଗରଗୁଡ଼ିକ ଅଗ୍ନିରେ ଭସ୍ମିଭୂତ ହୋଇଅଛି। ତୁମ୍ଭମାନଙ୍କର ଦେଶ ଶତ୍ରୁମାନଙ୍କ ଦ୍ୱାରା ଅଧିକୃତ। ସୈନ୍ୟବାହିନୀ ଦ୍ୱାରା ଦେଶ ଧ୍ୱଂସ ହେଲାପରି ତୁମ୍ଭର ଦେଶ ଧ୍ୱଂସ ହୋଇଯାଇଛି।
Warnings for Jerusalem
8 ସିୟୋନର କନ୍ୟା ପରିତ୍ୟକ୍ତ ଦ୍ରାକ୍ଷାକ୍ଷେତ୍ରରେ ଗୋଟିଏ କୁଡ଼ିଆ ସଦୃଶ ଦେଖାଯାଉଛି। ଏକ ପରିତ୍ୟକ୍ତ କାକୁଡ଼ିକ୍ଷେତ୍ର ସଦୃଶ। ଆଉ ଏହା ଶତ୍ରୁମାନଙ୍କ ଦ୍ୱାରା ଅବରୋଧିତ ନଗର ସଦୃଶ ହୋଇଅଛି।’ 9 ଏହା ସତ୍ୟ ଅଟେ। ମାତ୍ର ସଦାପ୍ରଭୁ ସର୍ବଶକ୍ତିମାନ ଅବଶିଷ୍ଟ ଅଳ୍ପ ଲୋକଙ୍କୁ ବଞ୍ଚିବାକୁ ଦେଲେ। ତା’ ନ ହୋଇଥିଲେ ଆମ୍ଭେମାନେ ସଦୋମ ଓ ହମୋରାର ପରି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇଥା’ନ୍ତୁ।
ଯୀଶୁ ପୁନର୍ବାର ଆସିବେ
3 ମୋ’ ମିତ୍ରଗଣ, ଏହି ଦ୍ୱିତୀୟ ପତ୍ର ମୁଁ ତୁମ୍ଭକୁ ଲେଖୁଅଛି। ତୁମ୍ଭକୁ କେତେଗୁଡ଼ିଏ ବିଷୟ ମନେ ପକାଇ ଦେବା ଲାଗି ମୁଁ ଦୁଇଟି ପତ୍ର ଲେଖିଛି। 2 ପବିତ୍ର ଭବିଷ୍ୟଦ୍ବକ୍ତାମାନେ ଅତୀତରେ ଯାହାକିଛି କହି ଯାଇଛନ୍ତି ମୁଁ ଗ୍ଭହେଁ ଯେ, ସେଗୁଡ଼ିକୁ ତୁମ୍ଭେମାନେ ମନେ ପକାଅ। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯେଉଁ ଆଜ୍ଞା ଦେଇଛନ୍ତି, ସେଗୁଡ଼ିକୁ ମଧ୍ୟ ମନେ ପକାଅ। ତୁମ୍ଭମାନଙ୍କ ପ୍ରେରିତମାନଙ୍କ ମାଧ୍ୟମରେ ସେ ଆମ୍ଭକୁ ଏହି ଆଜ୍ଞା ଦେଇଥିଲେ।
3 ପ୍ରଥମେ, ଶେଷ ଦିନଗୁଡ଼ିକରେ କ’ଣ କ’ଣ ଘଟିବ, ସେଗୁଡ଼ିକ ବୁଝିବା ତୁମ୍ଭର ଦରକାର। ଲୋକେ ତୁମ୍ଭକୁ ପରିହାସ କରିବେ। ସେମାନେ ନିଜ ଇଚ୍ଛାରେ ମନ୍ଦ କାର୍ଯ୍ୟ କରି ଜୀବନଧାରଣ କରିବେ। 4 ସେମାନେ କହିବେ, “ଯୀଶୁ ପୁନର୍ବାର ଆସିବା ପାଇଁ କହିଥିଲେ। ସେ କାହାନ୍ତି? ଆମ୍ଭର ପିତାମାନେ ମରିଛନ୍ତି। କିନ୍ତୁ ଜଗତ ସୃଷ୍ଟି ହେଲା ବେଳୁ ସେହିପରି ଭାବରେ ଗ୍ଭଲିଛି।”
5 ସୁଦୂର ଅତୀତରେ କ’ଣ ଘଟିଥିଲା, ସେମାନେ ତାହା ମନେ ପକାଇବା ପାଇଁ ଇଚ୍ଛା କରନ୍ତି ନାହିଁ। ଆକାଶମଣ୍ଡଳ ଥିଲା, ପରମେଶ୍ୱର ପାଣିରୁ ଓ ପାଣି ଦ୍ୱାରା ଜଗତକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଏହା ସାଧିତ ହେଲା। 6 ତାହା ପରେ ସେହି ସଂସାର ପ୍ରଳୟକାରୀ ବନ୍ୟା ଜଳ ଦ୍ୱାରା ନଷ୍ଟ ହୋଇଗଲା। 7 ମାତ୍ର ପରମେଶ୍ୱରଙ୍କ ସେହି ବାକ୍ୟ ଦ୍ୱାରା ଆକାଶମଣ୍ଡଳ ଓ ବର୍ତ୍ତମାନର ଜଗତ ରହିଅଛି। ଆକାଶମଣ୍ଡଳ ଓ ପୃଥିବୀ ଅଗ୍ନି ଦ୍ୱାରା ବିନଷ୍ଟ ହେବା ନିମନ୍ତେ ରକ୍ଷିତ ଅଛି। ପରମେଶ୍ୱରଙ୍କ ସମସ୍ତ ବିରୋଧୀ ଲୋକମାନେ ପୁଣି ଆକାଶମଣ୍ଡଳ ଓ ପୃଥିବୀ ନଷ୍ଟ ହେବା ନିମନ୍ତେ ବିଗ୍ଭର ଦିନ ପର୍ଯ୍ୟନ୍ତ ସୁରକ୍ଷିତ ଥିବେ।
8 ପ୍ରିୟ ମିତ୍ରଗଣ, କିନ୍ତୁ ଏହି ବିଶେଷ କଥା ଭୁଲ୍ ନାହିଁ, ପରମେଶ୍ୱରଙ୍କ ଲାଗି ଗୋଟିଏ ଦିନ ହଜାର ବର୍ଷ ଭଳି ଓ ହଜାର ବର୍ଷ ଗୋଟିଏ ଦିନ ଭଳି ଅଟେ। 9 ଯଦିଓ କିଛି ଲୋକେ ଏହାକୁ ଡେରି ବୋଲି ଭାବୁଛନ୍ତି, ତଥାପି ପରମେଶ୍ୱର ନିଜ ପ୍ରତିଜ୍ଞା ପୂରଣ କରିବାରେ ଡେରି କରିବେ ନାହିଁ। ବରଂ ପରମେଶ୍ୱର ତୁମ୍ଭ ପ୍ରତି ଧୈର୍ଯ୍ୟବାନ ହେଉଛନ୍ତି। ପରମେଶ୍ୱର କୌଣସି ଲୋକ ନଷ୍ଟ ହେଉ ବୋଲି ଗ୍ଭହାନ୍ତି ନାହିଁ। ପରମେଶ୍ୱର ଗ୍ଭହାନ୍ତି ଯେ ପ୍ରତ୍ୟେକ ଲୋକ ନିଜର ହୃଦୟ ପରିବର୍ତ୍ତନ କରୁ ଓ ପାପ କରିବାକୁ କ୍ଷାନ୍ତ ହେଉ।
10 କିନ୍ତୁ ଗ୍ଭେର ଆସିବା ଦିନପରି, ପ୍ରଭୁଙ୍କ ଆସିବା ଦିନଟି ପ୍ରତ୍ୟେକଙ୍କୁ ଆଶ୍ଚର୍ଯ୍ୟ କରିବ। ଭୟଙ୍କର ଗର୍ଜନ ସହିତ ଆକାଶମଣ୍ଡଳ ଅଦୃଶ୍ୟ ହୋଇଯିବ। ଆକାଶମଣ୍ଡଳର ସମସ୍ତ ବସ୍ତୁ ଅଗ୍ନିରେ ଧ୍ୱଂସ ହୋଇଯିବ। ଜଗତ ଏହାର ସମସ୍ତ ବିଷୟ ସହିତ ଜଳିଯିବ।
ଦଶ ଜଣ କୁମାରୀ ଝିଅଙ୍କ କାହାଣୀ
25 “ସେ ସମୟରେ ସ୍ୱର୍ଗରାଜ୍ୟ, ବର ଖୋଜିବାକୁ ବାହାରିଥିବା ଦଶ ଜଣ କୁମାରୀ ଝିଅଙ୍କ ଭଳି ହେବ। ଏହି ଝିଅମାନେ ବର ସହିତ ସକ୍ଷାତ କରିବାକୁ ବାହାରିଥିଲେ। ସେମାନେ ତାହାଙ୍କ ସହିତ ଦୀପ ଆଣିଥିଲେ, 2 ତାହାଙ୍କ ଭିତରୁ ପାଞ୍ଚ ଜଣ ବୋକୀ ଥିଲେ। ଆର ପାଞ୍ଚ ଜଣ ଚତୁର ଥିଲେ। 3 ବୋକୀ ଝିଅ ପାଞ୍ଚ ଜଣ ସେମାନଙ୍କ ସାଥୀରେ ଦୀପ ସିନା ନେଇଥିଲେ, କିନ୍ତୁ ଦୀପ ଜାଳିବା ପାଇଁ ବେଶୀ ତେଲ ଆଣି ନ ଥିଲେ। 4 ଚତୁର ଝିଅ ପାଞ୍ଚ ଜଣ ଦୀପ ତ ନେଇଥିଲେ, ତା’ଛଡ଼ା କାଚ ପାତ୍ରରେ ଅଧିକ ତେଲ ନେଇଥିଲେ। 5 ବରର ଆସିବା ଡେରି ହୋଇଗଲା, ସବୁ ଝିଅଯାକ କ୍ଳାନ୍ତ ହୋଇ ଶେଷରେ ଶୋଇ ପଡ଼ିଲେ।
6 “ଅଧ ରାତିରେ ଜଣେ କେହି ଘୋଷଣା କଲା, ବର ଆସୁଛନ୍ତି। ବାହାରକୁ ଯାଅ ଓ ତାହାଙ୍କୁ ସାକ୍ଷାତ କର।
7 “ଏ କଥା ଶୁଣି ସବୁ ଝିଅଯାକ ଉଠି ପଡ଼ିଲେ ନିଜ ନିଜ ଦୀପ ସଜାଡ଼ିବାକୁ ଲାଗିଲେ। 8 ବୋକୀ ଝିଅମାନେ ଚତୁର ଝିଅମାନଙ୍କୁ କହିଲେ, ‘ତୁମ୍ଭ ତେଲରୁ ଆମ୍ଭକୁ ଟିକିଏ ଦିଅ, ଆମ୍ଭ ଦୀପରୁ ତେଲ ପ୍ରାୟ ସରିଯାଇଛି।’
9 “ଚତୁର ଝିଅମାନେ କହିଲେ, ‘ନା, ନା, ଆମ୍ଭ ତେଲ ଆମ୍ଭ ସମସ୍ତଙ୍କ ପାଇଁ ଯଥେଷ୍ଟ ହେବ ନାହିଁ। ବରଂ ତୁମ୍ଭେମାନେ ଦୋକାନକୁ ଯାଇ ନିଜ ପାଇଁ କିଛି ତେଲ କିଣିଆଣ।’
10 “ତେଣୁ ପାଞ୍ଚ ଜଣ ଯାକ ବୋକୀ ଝୀଅ ତେଲ କିଣିବାକୁ ଗ୍ଭଲିଗଲେ। ସେମାନେ ଗ୍ଭଲିଗଲାପରେ ବର ଆସିଲେ। ଯେଉଁ ଚତୁର ଝିଅଯାକ ପ୍ରସ୍ତୁତ ଥିଲେ, ସେମାନେ ବର ସହିତ ବିବାହ ଭୋଜିକୁ ଗଲେ। ତା’ପରେ କବାଟରେ ତାଲା ପଡ଼ିଗଲା।
11 “ସେହି ସମୟରେ ବାକିତକ ଝିଅ ପହଞ୍ଚିଲେ। ସେମାନ କହିଲେ, ‘ଆଜ୍ଞା! ଆଜ୍ଞା! କବାଟ ଖୋଲନ୍ତୁ। ଯେପରି ଆମ୍ଭେ ଭିତରକୁ ଆସି ପାରିବୁ,’
12 “କିନ୍ତୁ ବର ଉତ୍ତର ଦେଲେ, ‘ମୁଁ ତୁମ୍ଭକୁ ସତ୍ୟ କହୁଛି, ମୁଁ ତୁମ୍ଭକୁ ଚିହ୍ନି ନାହିଁ।’
13 “ତେଣୁ ସଦାବେଳେ ଜାଗ୍ରତ ରୁହ, କାରଣ ମନୁଷ୍ୟପୁତ୍ର କେଉଁଦିନ ଓ କେଉଁ ସମୟରେ ଆସିବେ, ତାହା ତୁମ୍ଭେ ଜାଣି ନାହଁ।
2010 by World Bible Translation Center