Book of Common Prayer
ଦାଉଦଙ୍କର ଏକ ଗୀତ।
101 ମୁଁ ବିଶ୍ୱସ୍ତତା ଓ ସ୍ୱଚ୍ଛତାର ବିଷୟରେ ଗାନ କରିବି।
ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରଶଂସା କରିବି।
2 ମୁଁ ଯତ୍ନଶୀଳ ହୋଇ ସିଦ୍ଧ ପଥରେ ଜୀବନଯାପନ କରିବି।
ହେ ସଦାପ୍ରଭୁ, କେବେ ତୁମ୍ଭେ ମୋ’ ନିକଟକୁ ଆସିବ।
ମୁଁ ମୋ’ ରାଜପ୍ରାସାଦରେ ଧାର୍ମିକତା ଜୀବନଯାପନ କରିବି।
3 ମୁଁ ମୋର ସମ୍ମୁଖରେ କୌଣସି ମୂଲ୍ୟହୀନ ମୂର୍ତ୍ତି
ସ୍ଥାପନ କରିବି ନାହିଁ।
ମୁଁ ଦୁଷ୍ଟମାନଙ୍କ କର୍ମକୁ ଘୃଣା କରେ।
4 ମୁଁ ଦୁଷ୍ଟତାଠାରୁ ଦୂରରେ ରହିବି,
ମୁଁ ମନ୍ଦକାର୍ଯ୍ୟରୁ ଦୂରେଇ ରହିବି।
5 ଯେଉଁ ଲୋକ ଗୋପନରେ ଆପଣା ପଡ଼ୋଶୀର ଅପବାଦ କରେ
ମୁଁ ତାକୁ ଧ୍ୱଂସ କରିଦେବି।
ମୁଁ ଲୋକମାନଙ୍କୁ ଗର୍ବୀ ହେବାକୁ ଦେବି ନାହିଁ।
ସେମାନେ ଅନ୍ୟମାନଙ୍କଠାରୁ ଭଲ ବୋଲି ତାଙ୍କୁ ଚିନ୍ତା କରିବା ପାଇଁ ଦେବି ନାହିଁ।
6 ସମଗ୍ର ଦେଶରେ ସେହି ବିଶ୍ୱସ୍ତ ଲୋକମାନଙ୍କ ଉପରେ ଦୃଷ୍ଟି ରଖି ଭରସା କରାଯାଇପାରିବ,
ଯାହା ଫଳରେ ସେମାନେ ମୋ’ ପାଇଁ ମୋର ରାଜପ୍ରାସାଦ କାମ କରି ପାରିବେ।
କେବଳ ଶୁଦ୍ଧ ପଥରେ ଜୀବନଯାପନ କରୁଥିବା ଲୋକମାନେ ହିଁ ମୋର ସେବକ ହୋଇ ପାରିବେ।
7 ଯେଉଁମାନେ ମିଥ୍ୟା କହନ୍ତି, ସେମାନେ ମୋର ଏହି ରାଜପ୍ରାସାଦରେ ବାସ କରି ପାରିବେ ନାହିଁ।
ମିଥ୍ୟାବାଦୀମାନଙ୍କୁ ମୋ’ ନିକଟତର ହେବା ପାଇଁ ଦେବି ନାହିଁ।
8 ମୁଁ ଦୁଷ୍ଟମାନଙ୍କୁ ସଦାପ୍ରଭୁଙ୍କ ସହରରୁ ତଡ଼ିଦେବି,
ପ୍ରତ୍ୟେକ ଦିନ ମୁଁ ଅଧର୍ମାଗ୍ଭରୀ ଲୋକମାନଙ୍କୁ ବିନାଶ କରିବି।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
109 ପରମେଶ୍ୱର, ଯାହାଙ୍କୁ ମୁଁ ପ୍ରଶଂସା କରେ,
ନୀରବ ରୁହ ନାହିଁ।
2 ଦୁଷ୍ଟ ଲୋକମାନେ ମୋ’ ବିରୁଦ୍ଧରେ ମିଛ କହନ୍ତି।
ସେମାନେ ଯେଉଁ କଥା କୁହନ୍ତି ତାହା ସତ୍ୟ ନୁହେଁ।
3 ଲୋକମାନେ ମୋ’ ପ୍ରତି ଘୃଣାକାରୀ କଥା କହନ୍ତି।
ବିନା କାରଣରେ ମୋ’ ପ୍ରତି ଲୋକମାନେ ଆକ୍ରମଣ କରନ୍ତି।
4 ମୁଁ ସେମାନଙ୍କୁ ପ୍ରେମ କଲି।
କିନ୍ତୁ ସେମାନେ ମୋତେ ଦୋଷୀ କଲେ।
କିନ୍ତୁ ମୁଁ କ୍ରମାଗତ ପ୍ରାର୍ଥନା କରିଗ୍ଭଲିଛି।
5 ମୁଁ ସେହି ଲୋକମାନଙ୍କ ପାଇଁ ମଙ୍ଗଳ କାର୍ଯ୍ୟ କଲି।
ସେମାନେ ମୋ’ ପ୍ରତି ଅମଙ୍ଗଳ କାର୍ଯ୍ୟ କଲେ।
ମୁଁ ସେମାନଙ୍କୁ ପ୍ରେମ କଲି
କିନ୍ତୁ ସେମାନେ ମୋତେ ଘୃଣା କଲେ।
6 ସେମାନେ କହିଲେ, “ତାଙ୍କୁ ନ୍ୟାୟ ଦେବା ପାଇଁ କେହି ଜଣେ ଦୁଷ୍ଟ ଲୋକକୁ ନିଯୁକ୍ତି କର।
କାହାକୁ ଜଣେ ବାହାର କର ଯିଏକି ଭୁଲ୍ ବୋଲି କହୁ।
7 ଯେତେବେଳେ ସେ ନ୍ୟାୟ ଦିଅନ୍ତି, ସେ ଦୋଷୀ ବୋଲି ବାହାର କରିବ
ଏବଂ ତାଙ୍କର ପ୍ରାର୍ଥନାକୁ ପାପପୂର୍ଣ୍ଣ ଧରାଯିବ।
8 ତାଙ୍କର ଜୀବନ କାଳ ଛୋଟ ହେଉ।
ଅନ୍ୟକେହି ଜଣେ ତାଙ୍କର କାମ ନିଅନ୍ତୁ।
9 ତାଙ୍କର ପିଲାମାନେ ଅନାଥ ହୁଅନ୍ତୁ ଏବଂ ତାଙ୍କର ସ୍ତ୍ରୀମାନେ ବିଧବା ହୁଅନ୍ତୁ।
10 ତାଙ୍କର ଘର ଉଜୁଡ଼ି ଯାଉ।
ସେମାନେ ସବୁ ଭିକାରୀ ହୁଅନ୍ତୁ।
11 ସେ ଋଣ ଦେଇଥିବା ଲୋକ ତାଙ୍କର ସର୍ବଶ୍ୱ ନେଇଯାଉ।
ଏବଂ ବିଦେଶୀମାନେ ତାହାର ଶ୍ରମର ଫଳ ଲୁଟ କରନ୍ତୁ।
12 ମୁଁ ଆଶା କରେ ସେମାନଙ୍କୁ କେହି ଦୟା ନ କରନ୍ତୁ।
ତାଙ୍କର ପିଲାମାନଙ୍କୁ କେହି ଦୟା ନ ଦେଖାନ୍ତୁ।
13 ତାଙ୍କର ସବୁ ସନ୍ତାନ-ସନ୍ତତି ମରନ୍ତୁ।
ଗୋଟିଏ ପିଢ଼ି ଭିତରେ ତା’ର ନାମକୁ ଲୁପ୍ତ କରିଦିଅନ୍ତୁ।
14 ତାଙ୍କ ପିତୃ ଲୋକଙ୍କର ଅପରାଧ ସଦାପ୍ରଭୁଙ୍କ ମନରେ ଥାଉ
ଓ ତାହାର ମାତାର ପାପ ପୋଛି ନ ହେଉ।
15 ସଦାପ୍ରଭୁ ସେମାନଙ୍କ ପାପକୁ ଚିରଦିନ ମନେ ପକାନ୍ତୁ,
କିନ୍ତୁ ପୃଥିବୀରେ ଲୋକମାନେ ସେହି ପରିବାର ବିଷୟରେ ସମ୍ପୂର୍ଣ୍ଣ ଭାବରେ ଭୁଲିଯାଆନ୍ତୁ।
16 କାରଣ ସେ ଦୟାଳୁ ଭାବେ କାମ କରିବାକୁ ମନେ କରି ନ ଥିଲେ।
ସେ ଅତ୍ୟାଗ୍ଭର କରୁଥିଲେ ଏବଂ ସେ ଗରିବ ଓ ଦରିଦ୍ର ଲୋକମାନଙ୍କୁ ମାରି ଦେଲେ,
ଯେଉଁମାନେ ଦିନହୀନ ଓ ହତାଶ ହୁଅନ୍ତି।
17 ସେ ଅନ୍ୟମାନଙ୍କର ମନ୍ଦ କାମକୁ ଭଲ ପାଇଲେ।
ସେହି ମନ୍ଦ, ସେମାନଙ୍କ ପାଇଁ ଘଟୁ।
ସେ ଅନ୍ୟର ମଙ୍ଗଳ କରିଲେ ନାହିଁ।
ତାଙ୍କଠାରୁ ମଙ୍ଗଳ ଦୂରେଇଯାଉ।
18 ଅଭିଶାପ ତା’ର ବସ୍ତ୍ର ହେଉ।
ଅଭିଶାପ ସେ ପିଉଥିବା ପାଣି ହେଉ।
ଅଭିଶାପ ତା’ର ଶରୀରର ତୈଳ ହେଉ।
19 ଅଭିଶାପ ଦୁଷ୍ଟବ୍ୟକ୍ତି ବସ୍ତ୍ର ପରି ହେଉ
ଓ ତାହାର ନିତ୍ୟ କଟିବନ୍ଧନ ପରି ହେଉ।”
20 ଏହା ମୋର ଶତ୍ରୁଗଣ ମୋ’ ବିଷୟରେ କହନ୍ତି,
ମୁଁ ଆଶାକରେ ମୋ’ ବିରୁଦ୍ଧରେ ଯିଏ ଦୁଷ୍ଟକଥା କୁହେ ସଦାପ୍ରଭୁ ଏହିସବୁ ବିଷୟ ସେହି ଲୋକମାନଙ୍କ ପ୍ରତି କରନ୍ତୁ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରଭୁ।
ତେଣୁ ମୋତେ ସେହି ବାଟରେ ଚଲାଅ ଯେଉଁଥିରେ ତୁମ୍ଭ ନାମର ସମ୍ମାନ ଆସୁ।
କାରଣ ତୁମ୍ଭେ ଦୟାମୟ, ମଙ୍ଗଳମୟ, ଏଣୁ ମୋତେ ଉଦ୍ଧାର କର।
22 ମୁଁ ଏକମାତ୍ର ଦିନହୀନ ଓ ଅସହାୟ ବ୍ୟକ୍ତି ଅଟେ।
ମୁଁ ବାସ୍ତବରେ ଦୁଃଖିତ, ମୋର ହୃଦୟ ଭାଙ୍ଗିପଡ଼ିଛି।
23 ମୁଁ ଅନୁଭବ କରୁଛି, ଯେପରି ମୋର ଜୀବନ ଶେଷ ହୋଇ ଆସୁଛି।
ଯେପରି ଦିନ ବିରାଟ ଛାଇପରି ସରିସରି ଆସୁଛି।
ମୁଁ ଛାରପୋକ ନ୍ୟାୟ ଗ୍ଭଳିତ ହେଉଅଛି।
24 ମୋର ଆଣ୍ଠୁ ଦୁର୍ବଳ ହୋଇଛି।
କାରଣ ମୁଁ ଭୋକିଲା ଅଟେ।
ମୁଁ ମୋର ଓଜନ ହରାଉଛି ଓ ପତଳା ହୋଇ ଯାଉଛି।
25 ମନ୍ଦ ଲୋକମାନେ ମୋତେ ଅପମାନିତ କରୁଛନ୍ତି।
ସେମାନେ ମୋତେ ଦେଖି ମୁଣ୍ଡ ହଲାଉଛନ୍ତି।
26 ହେ ସଦାପ୍ରଭୁ ମୋର ପରମେଶ୍ୱର, ମୋତେ ସାହାଯ୍ୟ କର।
ତୁମ୍ଭର ପ୍ରକୃତ କରୁଣା ପ୍ରେମ ମୋତେ ଦେଖାଅ ଓ ମୋତେ ରକ୍ଷା କର।
27 ଏହା ପରେ ସେହି ଲୋକମାନେ ଜାଣିବେ, ଯେ ତୁମ୍ଭେ ମୋତେ ସାହାଯ୍ୟ କଲ।
ଏହା ପରେ ସେମାନେ ଜାଣିବେ ଯେ ଏହାଥିଲା ତୁମ୍ଭର ଶକ୍ତି ଯାହାକି ମୋତେ ସାହାଯ୍ୟ କଲା।
28 ସେହି ମନ୍ଦ ଲୋକମାନେ ମୋତେ ଅଭିଶାପ ଦିଅନ୍ତି।
କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଶୀର୍ବାଦ କରିବ।
ଯେତେବେଳେ ସେମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରିବେ, ସେମାନେ ଅପମାନିତ ହେବେ।
ଏହା ପରେ ମୁଁ ତୁମ୍ଭର ଦାସ, ଖୁସୀ ହେବି।
29 ମୋର ଶତ୍ରୁମାନଙ୍କୁ ଲଜ୍ଜିତ କରାଅ।
ସେମାନେ ଉତ୍ତରୀୟ ବସ୍ତ୍ରତୁଲ୍ୟ ନିଜ ଇଚ୍ଛାରେ ଆଚ୍ଛାଦିତ ହୁଅନ୍ତୁ।
30 ମୁଁ ସଦାପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦେବି,
ବହୁତ ଲୋକମାନଙ୍କ ସମ୍ମୁଖରେ ମୁଁ ତାଙ୍କର ପ୍ରଶଂସା କରିବି।
ଅଇନ୍
121 ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି।
ହେ ସଦାପ୍ରଭୁ, ଉପଦ୍ରବ କରୁଥିବା ଲୋକମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ।
122 ମୋତେ ସାହାଯ୍ୟ କରିବାକୁ ପ୍ରତିଜ୍ଞା କର।
ମୁଁ ତୁମ୍ଭର ସେବକ।
ହେ ସଦାପ୍ରଭୁ, ଅହଙ୍କାରୀମାନଙ୍କୁ ମୋ’ ପ୍ରତି କ୍ଷତି କରିବାକୁ ଦିଅ ନାହିଁ।
123 ସଦାପ୍ରଭୁ ତୁମ୍ଭର ବିଶ୍ୱସ୍ତ ପ୍ରତିଜ୍ଞା ସତ୍ୟ ହେବାକୁ,
ତୁମ୍ଭର ପରିତ୍ରାଣ ପଥକୁ ଗ୍ଭହିଁ ଗ୍ଭହିଁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ।
124 ମୁଁ ତୁମ୍ଭର ସେବକ ଅଟେ।
ମୋ’ ପ୍ରତି ତୁମ୍ଭର ପ୍ରେମ ଦେଖାଅ।
ତୁମ୍ଭର ବ୍ୟବସ୍ଥାମାନ ଶିଖାଅ।
125 ମୁଁ ତୁମ୍ଭର ଦାସ,
ତୁମ୍ଭର ବ୍ୟବସ୍ଥାସବୁ ବୁଝିବାରେ ମୋତେ ସାହାଯ୍ୟ କର।
126 ହେ ସଦାପ୍ରଭୁ, ତୁମ୍ଭର କାର୍ଯ୍ୟ କରିବାର ସମୟ ଏହି।
କାରଣ ଲୋକମାନେ ତୁମ୍ଭ ନିୟମ ଭାଙ୍ଗିଛନ୍ତି।
127 ସଦାପ୍ରଭୁ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା
ମୁଁ ତୁମ୍ଭର ନିର୍ଦ୍ଦେଶକୁ ସ୍ନେହ କରେ।
128 ମୁଁ ଯତ୍ନର ସହକାରେ ତୁମ୍ଭର ନିର୍ଦ୍ଦେଶକୁ ଅନୁସରଣ କରେ।
ମୁଁ ମିଥ୍ୟା ଉପଦେଶକୁ ଘୃଣା କରେ।
ପେ
129 ସଦାପ୍ରଭୁ, ତୁମ୍ଭର ବାକ୍ୟସକଳ ଆଶ୍ଚର୍ଯ୍ୟଜନକ ଅଟେ।
ସେଥିପାଇଁ ମୁଁ ତାହା ଅନୁସରଣ କରେ।
130 ତୁମ୍ଭର କଥାର ବିସ୍ତାରତା ମସ୍ତକକୁ ଆଲୋକ ପ୍ରଦାନ କରେ।
ଏପରିକି ଏହା ମୂର୍ଖ ଲୋକମାନଙ୍କୁ ମଧ୍ୟ ବୁଦ୍ଧିମାନ କରେ।
131 ହେ ସଦାପ୍ରଭୁ, ମୁଁ ତୁମ୍ଭର ସମସ୍ତ ନିର୍ଦ୍ଦେଶ ଶିକ୍ଷା କରିବାକୁ ଗ୍ଭହେଁ।
ମୁଁ ସେସବୁ ପାଇଁ ଧୈର୍ଯ୍ୟଶୀଳ ହୋଇ ଅପେକ୍ଷା କରୁଅଛି, ମୁଁ ପ୍ରାୟ ନିଶ୍ୱାସ ଅପ୍ରଚଳିତ।
132 ହେ ପରମେଶ୍ୱର, ମୋତେ ଦେଖ ଓ ମୋ’ ପ୍ରତି ଦୟା କର।
ତୁମ୍ଭର ନାମକୁ ଭଲପାଉଥିବା ଲୋକମାନଙ୍କ ପାଇଁ ଯାହା କରିବା ଉଚିତ୍ ତାହା କର।
133 ହେ ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ପରିଗ୍ଭଳିତ କର।
ମୋ’ ପ୍ରତି କୌଣସି ଅଘଟଣ ଘଟିବାକୁ ଦିଅ ନାହିଁ।
134 ହେ ସଦାପ୍ରଭୁ, ଯେଉଁମାନେ ମୋତେ ଆହତ କରନ୍ତି ସେମାନଙ୍କଠାରୁ ମୋତେ ରକ୍ଷା କର
ଯେପରିକି ମୁଁ ତୁମ୍ଭର ନିର୍ଦ୍ଦେଶ ସକଳ ମାନିବି।
135 ହେ ସଦାପ୍ରଭୁ, ତୁମ୍ଭର ଦାସକୁ ଗ୍ରହଣ କର।
ଏବଂ ତୁମ୍ଭର ବ୍ୟବସ୍ଥାମାନ ମୋତେ ଶିକ୍ଷା ଦିଅ।
136 ମୋ’ ଚକ୍ଷୁରୁ ଅଶ୍ରୁ ନଦୀପରି ବହୁଛି।
କାରଣ ଲୋକମାନେ ତୁମ୍ଭର ବ୍ୟବସ୍ଥାମାନ ପାଳନ କରୁ ନାହାନ୍ତି।
ସାଦେ
137 ହେ ସଦାପ୍ରଭୁ, ତୁମ୍ଭେ ଧାର୍ମିକ ଅଟ।
ଏବଂ ତୁମ୍ଭର ନିୟମ ସବୁ ଧର୍ମମୟ।
138 ତୁମ୍ଭେ ଆପଣା ନିୟମ ଦେଇଅଛ।
ସେଗୁଡ଼ିକ ଧର୍ମମୟ ଓ ଆମ୍ଭେ ତା’ଉପରେ ସମ୍ପୂର୍ଣ୍ଣ ରୂପେ ଭରସା କରି ପାରିବୁ।
139 ମୋର ଦୃଢ଼ ଅନୁଭବ ମୋତେ ଗ୍ରାସ କରିଅଛି।
ମୁଁ ବହୁତ ମାନସିକ ଅଶାନ୍ତିରେ ଅଛି।
କାରଣ ମୋର ଶତ୍ରୁଗଣ ତୁମ୍ଭର ବାକ୍ୟସବୁ ପାଶୋରି ଯାଇଛନ୍ତି।
140 ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ପରୀକ୍ଷା ହୋଇଅଛି ଏବଂ ବିଶ୍ୱସ୍ତ ବାହାରିଲା,
ମୁଁ ତୁମ୍ଭର ଦାସ, ଏହାକୁ ଭଲ ପାଏ।
141 ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏବଂ ଲୋକମାନେ ମୋତେ ସମ୍ମାନ କରନ୍ତି ନାହିଁ।
କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଭୁଲି ନାହିଁ।
142 ହେ ସଦାପ୍ରଭୁ, ତୁମ୍ଭର ଧାର୍ମିକତା ଅନନ୍ତକାଳସ୍ଥାୟୀ।
ତୁମ୍ଭର ବ୍ୟବସ୍ଥାସବୁକୁ ଭରସା କରାଯାଇ ପାରିବ।
143 କ୍ଳେଶ ଓ ଯନ୍ତ୍ରଣା ମୋ’ ଉପରେ ଆସିଅଛି।
କିନ୍ତୁ ମୁଁ ତୁମ୍ଭର ଆଜ୍ଞାରେ ଆନନ୍ଦିତ ହୁଏ।
144 ସଦାପ୍ରଭୁ, ତୁମ୍ଭର ପ୍ରମାଣ ବାକ୍ୟଗୁଡ଼ିକ ଚିରକାଳ ଉତ୍ତମ।
ତାହା ସବୁ ବୁଝିବାରେ ସହାୟ ହୁଅ, ଯେପରିକି ମୁଁ ବଞ୍ଚିପାରିବି।
1 ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର ଏହି ବାର୍ତ୍ତା ଥିଲା। ଏହି ବାର୍ତ୍ତା ପ୍ରଗ୍ଭର କରିବାକୁ ପରମେଶ୍ୱର ମଲାଖିକୁ ନିଯୁକ୍ତ କରିଥିଲେ।
ଲୋକମାନେ ପରମେଶ୍ୱରଙ୍କୁ ସମ୍ମାନ କରନ୍ତି ନାହିଁ
6 ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ, “ପିଲାମାନେ ସେମାନଙ୍କର ପିତାଙ୍କୁ ସମ୍ମାନ କରନ୍ତି, ଗ୍ଭକରମାନେ ସେମାନଙ୍କର ମୁନିବଙ୍କୁ ସମ୍ମାନ କରନ୍ତି, ତେଣୁ ଆମ୍ଭେ ତୁମ୍ଭମାନଙ୍କର ପିତା, ତୁମ୍ଭେମାନେ ଆମ୍ଭକୁ କାହିଁକି ଭୟ ଓ ସମ୍ମାନ କରୁ ନାହଁ? ଆମ୍ଭେ ତୁମ୍ଭମାନଙ୍କର ମୁନିବ, ତୁମ୍ଭେମାନେ ଆମ୍ଭକୁ କାହିଁକି ଭୟ ଏବଂ ସମ୍ମାନ କରୁ ନାହଁ? ତୁମ୍ଭେ ଯାଜକଗଣ ଆମ୍ଭର ନାମ ପ୍ରତି ତାଚ୍ଛଲ୍ୟ ମନୋଭାବ ଦେଖାଉଛ।
“କିନ୍ତୁ ତୁମ୍ଭେମାନେ ପଗ୍ଭର, ‘ଆମ୍ଭେମାନେ କିପରି ତୁମ୍ଭର ନାମକୁ ତାଚ୍ଛଲ୍ୟ ମନୋଭାବ ଦେଖାଇଛୁ?’
7 ସଦାପ୍ରଭୁ କହିଲେ, “ତୁମ୍ଭେମାନେ ଆମ୍ଭର ଯଜ୍ଞବେଦି ଉପରେ ଅଶୁଚି ଖାଦ୍ୟ ଉତ୍ସର୍ଗ କରୁଅଛ।
“ତଥାପି ତୁମ୍ଭେମାନେ କହୁଛ, ‘ଆମ୍ଭେମାନେ କ’ଣ ଖାଦ୍ୟକୁ ଅଶୁଚି କରୁଛୁ?’
ସଦାପ୍ରଭୁ ଉତ୍ତର ଦେଲେ, “ତୁମ୍ଭେମାନେ ଆମ୍ଭର ଯଜ୍ଞବେଦିକୁ ଅସମ୍ମାନ କରୁଛ। 8 ତୁମ୍ଭେମାନେ ଯଜ୍ଞବେଦି ନିମନ୍ତେ ଅନ୍ଧ ପଶୁ ବଳିଦାନ କରୁଛ, ଏହା କ’ଣ ଭୁଲ୍ ନୁହେଁ? ତୁମ୍ଭେମାନେ ଯେଉଁ ଛୋଟା ଓ ରୋଗୀ ପଶୁଗୁଡ଼ିକୁ ଉତ୍ସର୍ଗ କରୁଛ ତାହା ମଧ୍ୟ ଭୁଲ୍ ନୁହେଁ କି? ତୁମ୍ଭେମାନେ ଯଦି ସେହି ଭେଟି ତୁମ୍ଭମାନଙ୍କର ଶାସକକୁ ଦିଅ, ସେ କ’ଣ ସନ୍ତୁଷ୍ଟ ହେବେ? ନା, ସେ କେବେହେଲେ ସେ ଭେଟି ଗ୍ରହଣ କରିବେ ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।
9 “ହେ ଯାଜକଗଣ, ସଦାପ୍ରଭୁଙ୍କୁ ପ୍ରାର୍ଥନା କର ଯେପରି ଆମ ପ୍ରତି ଦୟାଳୁ ହେବେ। ଏହା ତୁମ୍ଭର ଭୁଲ୍ ଯୋଗୁଁ ହୋଇଛି। ସେ କାହିଁକି ତୁମ୍ଭମାନଙ୍କ ମଧ୍ୟରୁ କାହାକୁ ଗ୍ରହଣ କରିବେ?” ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଥିଲେ।
10 “ଆମ୍ଭେ ଇଚ୍ଛାକରୁ, ତୁମ୍ଭର କେହି ଯାଜକ ଦ୍ୱାର ବନ୍ଦ କରିଦିଅନ୍ତୁ। ତା’ହେଲେ ତୁମ୍ଭେ ମୋର ବେଦିରେ ଅନୁପଯୋଗୀ ଅଗ୍ନି ଜଳାଇ ପାରିବ ନାହିଁ। ଆମ୍ଭେ କିନ୍ତୁ ତୁମ୍ଭଠାରେ ସନ୍ତୁଷ୍ଟ ନୁହଁ। ଆମ୍ଭେ ତୁମ୍ଭର ନୈବେଦ୍ୟ ଗ୍ରହଣ କରିବୁ ନାହିଁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ।
11 “ସମସ୍ତ ଦେଶର ଲୋକମାନେ ଆପଣା ନାମର ମହତ୍ତ୍ୱ ଗାନ କରୁଛନ୍ତି। ଲୋକମାନେ ସମସ୍ତ ସ୍ଥାନରେ ପବିତ୍ର ନୈବେଦ୍ୟ ଓ ଧୂପ ଉତ୍ସର୍ଗ କରୁଛନ୍ତି, କାରଣ ଆମ୍ଭର ନାମ ସମଗ୍ର ଦେଶରେ ମହାନ ଅଟେ।” ସର୍ବଶକ୍ତିମାନ ସଦାପ୍ରଭୁ ଏସବୁ କହିଥିଲେ।
12 “ମାତ୍ର, ତୁମ୍ଭେମାନେ ଆମ୍ଭର ନାମର ଅସମ୍ମାନ କରୁଛ। ତୁମ୍ଭେମାନେ କହୁଛ ସଦାପ୍ରଭୁଙ୍କର ଯଜ୍ଞବେଦି ଅପବିତ୍ର। 13 ତୁମ୍ଭେ କହିଛ ଯେ, ତୁମ୍ଭେ ବିବ୍ରତ ହେବ ନାହିଁ ଏବଂ ତୁମ୍ଭେ ଯଜ୍ଞବେଦିରେ ଥିବା ଖାଦ୍ୟ ପ୍ରତି ତାଚ୍ଛଲ୍ୟ ପ୍ରକାଶ କରିଛ ଏବଂ ତୁମ୍ଭେ ନ ଖାଇ ପରିତ୍ୟାଗ କରୁଛ, ଆଉ ମଧ୍ୟ ମନ୍ଦ ବୋଲି କହୁଛ। ମାତ୍ର ଏହା ସତ୍ୟ ନୁହେଁ। ତା’ପରେ ତୁମ୍ଭେମାନେ ଆହତ, ଛୋଟା ଓ ରୁଗ୍ଣ ପଶୁମାନଙ୍କୁ ଆମ୍ଭ ନିକଟରେ ବଳିଦାନ ପାଇଁ ଆଣୁଛ। ମାତ୍ର ସେହି ରୁଗ୍ଣ ପଶୁଗୁଡ଼ିକୁ ଆମ୍ଭେ ଗ୍ରହଣ କରିବା ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ। 14 “କେତେକ ଲୋକ ଅଛନ୍ତି ଯେଉଁମାନେ ଶପଥ ନିଅନ୍ତି, ଭଲ ସୁସ୍ଥ ପଶୁକୁ ବଳିଦେବା ପାଇଁ, କିନ୍ତୁ ଶେଷରେ ସେମାନେ ରୁଗ୍ଣ ପଶୁକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସେଥିପାଇଁ ସେମାନେ ଅଭିଶପ୍ତ ହେବେ। ଆମ୍ଭେ ଜଣେ ମହାନ ରାଜା ଅଟୁ। ଆମ୍ଭକୁ ତୁମ୍ଭେମାନେ ସମ୍ମାନ କରିବା ଉଚିତ୍ ଓ ସମଗ୍ର ବିଶ୍ୱ ଆମ୍ଭକୁ ଭୟ ଓ ସମ୍ମାନ କରିବା ଉଚିତ୍।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।
ପ୍ରକୃତ ଜ୍ଞାନ
13 ତୁମ୍ଭମାନଙ୍କ ଭିତରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି? ତା’ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦେଖାଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ୍। ଜ୍ଞାନୀ ଲୋକ ଗର୍ବ କରେ ନାହିଁ। 14 ଯଦି ତୁମ୍ଭେ ନିହାତି ସ୍ୱାର୍ଥପର ଓ ତୁମ୍ଭ ହୃଦୟରେ ଈର୍ଷାଭାବ ଅଛି, ତା’ହେଲେ ତୁମ୍ଭର ଗର୍ବ କରିବା ପାଇଁ କିଛି କାରଣ ନାହିଁ। ତୁମ୍ଭର ଅହଂକାର କେବଳ ମିଛ, ଏବଂ ତାହା ସତ୍ୟକୁ ଘୋଡ଼ାଇ ଦିଏ। 15 ଏହି ପ୍ରକାର “ଜ୍ଞାନ” ପରମେଶ୍ୱରଙ୍କଠାରୁ ଆସେ ନାହିଁ। ମାତ୍ର ଏହି “ଜ୍ଞାନ” ସଂସାରରୁ ଆସେ। ଏହା ଆତ୍ମିକ ନୁହେଁ। ଏହା ଶୟତାନଠାରୁ ଆସିଛି। 16 ଯେଉଁଠାରେ ଈର୍ଷାଭାବ ଓ ସ୍ୱାର୍ଥପର ମନୋଭାବ ଅଛି, ସେହିଠାରେ ସମସ୍ତ ପ୍ରକାର ବିଶୃଙ୍ଖଳା ଓ ସମସ୍ତ ପ୍ରକାରର ମନ୍ଦତା ଦେଖାଯାଏ। 17 କିନ୍ତୁ ପରମେଶ୍ୱରଙ୍କଠାରୁ ଆସିଥିବା “ଜ୍ଞାନ” ଏହିପରି: ପ୍ରଥମରେ ଏହା ପବିତ୍ର, ଶାନ୍ତିପୂର୍ଣ୍ଣ, ଭଦ୍ର ଓ ପ୍ରସନ୍ନ ଅଟେ। ଯେଉଁମାନେ ଅସୁବିଧା ବା କଷ୍ଟରେ ପଡ଼ିଛନ୍ତି, ଏହି ଜ୍ଞାନ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାଏ ଓ ଏହା ଅନ୍ୟମାନଙ୍କର ମଙ୍ଗଳ କରେ। ଏହି ଜ୍ଞାନ ସର୍ବଦା ନିରପେକ୍ଷ ଓ ନିଷ୍ଠାପର ଅଟେ। 18 ଯେଉଁ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବରେ ଶାନ୍ତି ପାଇଁ କାମ କରନ୍ତି, ସେମାନେ ଧାର୍ମିକ ଜୀବନଯାପନ ଦ୍ୱାରା ସେଥିରୁ ଉତ୍ପନ୍ନ ଉତ୍ତମ ବିଷୟମାନ ପାଆନ୍ତି।
ପରମେଶ୍ୱରଙ୍କଠାରେ ସମର୍ପିତ ହୁଅ
4 ତୁମ୍ଭେ କ’ଣ ଜାଣିଛ କି ତୁମ୍ଭମାନଙ୍କ ଭିତରେ ଝଗଡ଼ା ଓ ଯୁକ୍ତିତର୍କ କାହିଁକି ହୁଏ? ତୁମ୍ଭର ଝଗଡ଼ା ଓ ଯୁକ୍ତିତର୍କ ସ୍ୱାର୍ଥପର ଇଚ୍ଛାରୁ ଆସେ ଓ ତୁମ୍ଭ ମଧ୍ୟରେ ବିବାଦ ସୃଷ୍ଟି କରିଥାଏ? 2 ତୁମ୍ଭେମାନେ ଅନେକ ବିଷୟ ଇଚ୍ଛା କର, କିନ୍ତୁ ପାଅ ନାହିଁ। ତେଣୁ ତୁମ୍ଭେ ଅନ୍ୟ ଲୋକମାନଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ସେମାନଙ୍କୁ ହତ୍ୟା କରିଥାଅ। ତଥାପି ତୁମ୍ଭେ ଇଚ୍ଛା କରୁଥିବା ବିଷୟ ଗୁଡ଼ିକ ପାଇ ପାର ନାହିଁ। ସେଥିପାଇଁ ତୁମ୍ଭେ ତର୍କବିତର୍କ କରିଥାଅ ଓ ବିବାଦ କରିଥାଅ। ଯେହେତୁ ତୁମ୍ଭେ ପରମେଶ୍ୱରଙ୍କୁ ତୁମ୍ଭର ଦରକାରୀ ବିଷୟ ଗୁଡ଼ିକ ମାଗି ନ ଥାଅ, ତେଣୁ ତୁମ୍ଭେମାନେ ସେଗୁଡ଼ିକ ପାଇ ନ ଥାଅ। 3 ବା ଯେତେବେଳେ ତୁମ୍ଭେ ମାଗ, ତାହା ପାଅ ନାହିଁ। କାହିଁକି? କାରଣ ଯେଉଁ କାରଣରୁ ତୁମ୍ଭେ ମାଗ, ତାହା ଭୁଲ୍ ଥାଏ। ତୁମ୍ଭେ ନିଜର ଅଭିଳାଷ ପାଇଁ ଯେପରି ସେଗୁଡ଼ିକୁ ବ୍ୟବହାର କରିପାର, ସେଥିପାଇଁ ସେହିସବୁ ମାଗିଥାଅ।
4 ଏହା ଦ୍ୱାରା ତୁମ୍ଭେମାନେ ପରମେଶ୍ୱରଙ୍କ ନିକଟରେ ବିଶ୍ୱସ୍ତ ନୁହଁ। ତୁମ୍ଭେ ଜାଣି ରଖିବା ଉଚିତ୍ ଯେ, ଜଗତକୁ ଭଲ ପାଇବା ଓ ପରମେଶ୍ୱରଙ୍କୁ ଘୃଣା କରିବା ବିଷୟ ସମାନ। ଅତଏବ ଯଦି କେହି ଏହି ସଂସାରର ଅଂଶୀ ହେବା ପାଇଁ ଇଚ୍ଛା କରେ, ତେବେ ସେ ନିଜକୁ ପରମେଶ୍ୱରଙ୍କୁ ଶତ୍ରୁ କରି ପକାଏ। 5 ତୁମ୍ଭେ କ’ଣ ଭାବୁଛ କି ଶାସ୍ତ୍ରର ଅର୍ଥ କିଛି ନାହିଁ? ଶାସ୍ତ୍ର କୁହେ: “ପରମେଶ୍ୱର ଆମ୍ଭ ମଧ୍ୟରେ ବାସ କରିବା ପାଇଁ ଯେଉଁ ଆତ୍ମାଙ୍କୁ ଦେଇଛନ୍ତି, ସେ ଆମ୍ଭକୁ ସମ୍ପୂର୍ଣ୍ଣ ରୂପେ ଅଧିକାର କରିବା ନିମନ୍ତେ ଗ୍ଭହାନ୍ତି।” [a] 6 କିନ୍ତୁ ପରମେଶ୍ୱର ଆମ୍ଭକୁ ଦେଇଥିବା ଅନୁଗ୍ରହ ଅତି ମହାନ ଅଟେ। ଯେପରି ଶାସ୍ତ୍ର କୁହେ: “ପରମେଶ୍ୱର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।” [b]
7 ଅତଏବ ନିଜକୁ ପରମେଶ୍ୱରଙ୍କଠାରେ ସମର୍ପିତ କର। ଶୟତାନକୁ ବାଧା ଦିଅ, ତା’ହେଲେ ସେ ତୁମ୍ଭଠାରୁ ଦୂରେଇ ଯିବ। 8 ପରମେଶ୍ୱରଙ୍କ ନିକଟକୁ ଆସ, ତେବେ ସେ ମଧ୍ୟ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭେମାନେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ୱର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର। 9 ଦୁଃଖୀ ହୁଅ, ଦୁଃଖ ପ୍ରକାଶ କର ଓ କ୍ରନ୍ଦନ କର! ତୁମ୍ଭର ହାସ୍ୟକୁ କ୍ରନ୍ଦନରେ ବଦଳାଇ ଦିଅ। ତୁମ୍ଭର ପ୍ରଫୁଲ୍ଲତାକୁ ଦୁଃଖରେ ବଦଳାଅ। 10 ପ୍ରଭୁଙ୍କ ଆଗରେ ନମ୍ର ହୁଅ ଓ ସେ ତୁମ୍ଭକୁ ମହାନ୍ କରିବେ।
ତୁମ୍ଭେ ବିଗ୍ଭରପତି ନୁହଁ
11 ଭାଇ ଓ ଭଉଣୀମାନେ! ପରସ୍ପର ବିରୁଦ୍ଧରେ କିଛି କୁହ ନାହଁ। ତୁମ୍ଭେ ଯଦି ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର କୌଣସି ଭାଇର ସମାଲୋଚନା କରୁଛ ବା ବିଗ୍ଭର କରୁଛ; ତା’ହେଲେ ସେ ଯେଉଁ ବ୍ୟବସ୍ଥା ପାଳନ କରୁଛି, ତୁମ୍ଭେ ତା’ର ସମାଲୋଚନା କରୁଛ। ଯଦି ତୁମ୍ଭେ ଖ୍ରୀଷ୍ଟରେ ଥିବା ଜଣେ ଭାଇର ବିଗ୍ଭର କର, ତେବେ ତୁମ୍ଭେ ପ୍ରକୃତରେ ସେ ପାଳନ କରୁଥିବା ବ୍ୟବସ୍ଥାର ବିଗ୍ଭର କରୁଛ। ଏବଂ ତୁମ୍ଭେ ଯଦି ବ୍ୟବସ୍ଥାର ବିଗ୍ଭର କରୁଛ, ତେବେ ତୁମ୍ଭେ ବ୍ୟବସ୍ଥାର ପାଳନ କରୁ ନାହଁ। ତୁମ୍ଭେ ନିଜେ ତାହାର ବିଗ୍ଭରପତି ହୋଇଗଲ। 12 କେବଳ ପରମେଶ୍ୱର ହିଁ ବ୍ୟବସ୍ଥା ରଚନା କରନ୍ତି। ସେ ହେଉଛନ୍ତି ଏକମାତ୍ର ବିଗ୍ଭରପତି। ସେ କେବଳ ରକ୍ଷା କରି ପାରନ୍ତି ଓ ବିନାଶ ମଧ୍ୟ କରି ପାରନ୍ତି। ଅତଏବ ଅନ୍ୟ କୌଣସି ଲୋକର ବିଗ୍ଭର କରିବାର ତୁମ୍ଭ ପକ୍ଷରେ ଠିକ୍ ନୁହେଁ।
କୃତଜ୍ଞ ହୁଅ
11 ଯୀଶୁ ଯିରୁଶାଲମ ଯାତ୍ରା କରୁଥିଲେ। ସେ ଗାଲିଲୀରୁ ଶମିରୋଣକୁ ଗଲେ। 12 ସେ ଗୋଟିଏ ଛୋଟ ନଗରକୁ ଆସିଲେ। ସେଠାରେ ତାହାଙ୍କୁ ଦଶ ଜଣ ଲୋକ ଭେଟିଲେ। ସେହି ସମସ୍ତଙ୍କର କୁଷ୍ଠରୋଗ ହୋଇଥିବାରୁ ସେମାନେ କେହି ଯୀଶୁଙ୍କର ଅତି ପାଖକୁ ଆସି ପାରିଲେ ନାହିଁ। 13 କିନ୍ତୁ ସେମାନେ ଯୀଶୁଙ୍କୁ ପାଟି କରି ଡାକିଲେ, “ହେ ପ୍ରଭୁ ଯୀଶୁ! ଦୟାକରି ଆମ୍ଭକୁ ସାହାଯ୍ୟ କର।”
14 ଯୀଶୁ ଲୋକମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ଦେହକୁ ଯାଜକମାନଙ୍କୁ ଦେଖାଅ।”
ସେହି ଦଶ ଜଣ ଲୋକ ଯାଜକଙ୍କ ପାଖକୁ ଗଲାବେଳେ ସୁସ୍ଥ ହୋଇଗଲେ। 15 ଜଣେ ଲୋକ ନିଜକୁ ସୁସ୍ଥ ହୋଇ ଯାଇଥିବାର ଦେଖି ଯୀଶୁଙ୍କ ପାଖକୁ ଫେରି ଆସିଲା। ସେ ବଡ଼ ପାଟିକରି ନଇଁପଡ଼ି ପ୍ରଣାମ କଲା ଓ ତାହାଙ୍କୁ ଧନ୍ୟବାଦ ଦେଲା 16 ସେ ଯୀଶୁଙ୍କ ପାଦତଳେ ନଇଁପଡ଼ି ପ୍ରମାଣ କଲା ଓ ତାହାଙ୍କୁ ଧନ୍ୟବାଦ ଦେଲା। ଏହି ଲୋକଟି ଶମିରୋଣର ଅଧିବାସୀ ଥିଲା। ସେ ଯିହୂଦୀ ନ ଥିଲା, 17 ଯୀଶୁ ଉତ୍ତର ଦେଲେ, “ଦଶ ଜଣ ଲୋକ ସୁସ୍ଥ ହେଲେ, ତେବେ ଅନ୍ୟ ନଅ ଜଣ କାହାନ୍ତି? 18 ସୁସ୍ଥ ହୋଇ ସାରିବା ପରେ ପୁଣି ଫେରି ଆସି ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ପାଇଁ କ’ଣ ଏହି ଶମିରୋଣୀୟ ଜଣକ କେବଳ ଥିଲା?” 19 ତା’ପରେ ଯୀଶୁ ତାହାକୁ କହିଲେ, “ଠିଆ ହୁଅ। ତୁମ୍ଭେ ଏବେ ଯାଅ। ତୁମ୍ଭର ବିଶ୍ୱାସ କରିଥିବା ହେତୁ ତୁମ୍ଭେ ଭଲ ହୋଇଗଲ।”
2010 by World Bible Translation Center