Book of Common Prayer
ଆସଫର ଏକ ପ୍ରଶଂସା ଗୀତ।
83 ହେ ପରମେଶ୍ୱର, ତୁମ୍ଭେ ନୀରବ ରୁହ ନାହିଁ!
ତୁମ୍ଭର କାନ ବନ୍ଦ କର ନାହିଁ!
ହେ ପରମେଶ୍ୱର, ଦୟାକରି କିଛି କୁହ!
2 ହେ ପରମେଶ୍ୱର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି
ଏବଂ ସେମାନେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।
3 ସେମାନେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି।
ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।
4 ସେହି ଶତ୍ରୁମାନେ କହନ୍ତି, “ଆସ ଆମ୍ଭେମାନେ ସେମାନଙ୍କୁ ପୁରାପୁରି ଧ୍ୱଂସ କରିଦେବା, ତେବେ ସେମାନେ ଗୋଟିଏ ଜାତି ହୋଇ ରହିବେ ନାହିଁ।
ତାହାହେଲେ ଇସ୍ରାଏଲର ନାମକୁ କେହି ମନେପକାଇବେ ନାହିଁ।”
5 ହେ ପରମେଶ୍ୱର, ସେମାନେ ସେମାନଙ୍କର ଯୋଜନାରେ ଏକତ୍ରିତ ହୋଇଛନ୍ତି।
ସେମାନେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକ ଚୁକ୍ତି କରିଛନ୍ତି।
6-7 ଇଦୋମର ବଂଶଧର ଇଶ୍ମାୟେଲୀୟମାନେ, ମୋୟାବ ଓ ହାଗରୀୟମାନେ, ଗବାଲ୍, ଅମ୍ମୋନ, ଅମାଲେକ୍
ଓ ସୋର ନିବାସୀଙ୍କ ସହିତ ପଲେଷ୍ଟୀୟମାନେ ସମସ୍ତେ
ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି।
8 ଏପରିକି ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଛନ୍ତି।
ସେମାନେ ଲୋଟ-ସନ୍ତାନଗଣଙ୍କୁ ବହୁତ ଶକ୍ତିଶାଳୀ କରିଅଛନ୍ତି।
9 ହେ ପରମେଶ୍ୱର, ଶତ୍ରୁମାନଙ୍କୁ ଏପରି ପରାସ୍ତ କର, ଯେପରି ମିଦିୟନମାନଙ୍କୁ,
ସୀଷରା ଓ ଯାବୀନକୁ କିଶୋନ ନଦୀ ନିକଟରେ ପରାସ୍ତ କରିଥିଲ।
10 ସେମାନଙ୍କୁ ଐନଦୋର ନିକଟରେ ପରାସ୍ତ କଲ
ଏବଂ ସେମାନଙ୍କ ଶରୀର ସେହି ସ୍ଥାନରେ ସଢ଼ି ଗଲା।
11 ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗଙ୍କୁ ଓରେବ୍, ସେବର,
ସେବହ ଓ ସଲ୍ମୁନ୍କୁ ପରାସ୍ତ କଲା ପରି ପରାସ୍ତ କର।
12 ସେହି ନେତାମାନେ କହିଲେ, “ସେମାନେ ତୁମ୍ଭର ଭୂମି ଛାଡ଼ିବା ପାଇଁ
ଆମ୍ଭକୁ ବାଧ୍ୟ କରିବେ।”
13 ମୋର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଘୂର୍ଣ୍ଣିବାୟୁ ଦ୍ୱାରା ଗଛ ଉପୁଡ଼ିଲା ପରି
ଏବଂ ବାୟୁ ସମ୍ମୁଖରେ କୁଟାପରି ଛିନ୍ଛତ୍ର କର।
14 ଅଗ୍ନିରେ ପୋଡ଼ି, ଜଙ୍ଗଲ ଓ ପାହାଡ଼ ଧ୍ୱଂସ ହେଲା ପରି
ଶତ୍ରୁମାନଙ୍କୁ ଧ୍ୱଂସ କର।
15 ହେ ପରମେଶ୍ୱର, ସେହି ଲୋକମାନଙ୍କୁ ଝଡ଼ରେ ଧୂଳି ଉଡ଼ିଲାପରି ଦୂରେଇ ଦିଅ।
ଆପଣା ପ୍ରଚଣ୍ଡ ବତାସଦ୍ୱାରା ସେମାନଙ୍କୁ ଭୟଭୀତ କର।
16 ହେ ପରମେଶ୍ୱର, ସେମାନେ ଯେପରି ତୁମ୍ଭର ନାମ ଅନ୍ୱେଷଣ ନ କରିବା ପର୍ଯ୍ୟନ୍ତ
ସେମାନଙ୍କୁ ଲଜ୍ଜାରେ ଆଚ୍ଛାଦନ କର।
17 ହେ ପରମେଶ୍ୱର ସେମାନଙ୍କୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର।
ସେମାନଙ୍କୁ ଅପମାନିତ କର ଓ ବିନାଶ କର।
18 ଏହା ପରେ ସେମାନେ ଜାଣିବେ ଯେ,
ଯାହାର ନାମ ଯିହୋବାଃ,
ତୁମ୍ଭେ ପ୍ରକୃତରେ, ସମୁଦାୟ ଭୂମଣ୍ଡଳରେ
ସର୍ବୋପରିସ୍ଥ ପରମେଶ୍ୱର ଅଟ।
ଦାଉଦଙ୍କର ଏକ ଗୀତ।
23 ସଦାପ୍ରଭୁ ମୋର ପ୍ରତିପାଳକ ଅଟନ୍ତି,
ମୋର କିଛି ଅଭାବ ହେବ ନାହିଁ।
2 ସେ ମୋତେ କୋମଳ ସବୁଜ ସ୍ଥାନରେ ଶୋଇବାକୁ ଦିଅନ୍ତି।
ସେ ମୋତେ ସ୍ଥିର ଜଳପୂର୍ଣ୍ଣ ପୁଷ୍କରିଣୀ ପାଖେ ପାଖେ କଢ଼ାଇ ନିଅନ୍ତି।
3 ସେ ମୋର ପ୍ରାଣରେ ନୂତନ ବଳ ସଞ୍ଚାର କରନ୍ତି, ସେ ମୋତେ ଧର୍ମପଥରେ କଢ଼ାଇ ନିଅନ୍ତି।
ଏହା ଦ୍ୱାରା ପ୍ରମାଣିତ ହୁଏ ଯେ, ସେ ପ୍ରକୃତରେ ପରମେଶ୍ୱର ଅଟନ୍ତି।
4 ଯଦିଓ ମୁଁ ମୃତ୍ୟୁଛାୟା ରୂପ ଉପତ୍ୟକାରେ ଏକା ବାଟ ଗ୍ଭଲେ, ଯାହାକି ଅନ୍ଧକାରରେ ଆଚ୍ଛାଦିତ ତଥାପି ମୁଁ କୌଣସି ବିପଦ ଯୋଗୁଁ ଭୟଭୀତ ହେବି ନାହିଁ।
କାରଣ ସଦାପ୍ରଭୁ, ତୁମ୍ଭେ ମୋ’ ସହିତ ଅଛ।
ତୁମ୍ଭର ଆଶାବାଡ଼ି ଓ ପାଞ୍ଚଣ ବାଡ଼ି ମୋତେ ସୁରକ୍ଷା କରେ।
5 ହେ ସଦାପ୍ରଭୁ, ତୁମ୍ଭେ ମୋର ଶତ୍ରୁମାନଙ୍କ ସମ୍ମୁଖରେ ମୋର ମେଜ ସଜାଇଅଛ।
ତୁମ୍ଭେ ମୋର ମୁଣ୍ଡରେ ତେଲ ଢାଳିଛ।
ମୋ’ ପାନପାତ୍ର ପୂର୍ଣ୍ଣ ହୋଇ ଉଚ୍ଛୁଳି ପଡ଼ିଛି।
6 ନିଶ୍ଚୟ ଧାର୍ମିକତା, ମଙ୍ଗଳ ଓ ଦୟା ମୋର ଅବଶିଷ୍ଟ ଜୀବନର ପଶ୍ଚାଦ୍ଗାମୀ ହେବ।
ମୁଁ ଶେଷରେ ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ସବୁଦିନ ପାଇଁ ବାସ କରିବି।
ଦାଉଦଙ୍କର ଗୀତ।
27 ହେ ସଦାପ୍ରଭୁ ତୁମ୍ଭେ ମୋର ଆଲୋକବର୍ତ୍ତିକା ଓ ମୋର ତ୍ରାଣକର୍ତ୍ତା।
ମୁଁ ତାହାଦ୍ୱାରା ଭୟଭୀତ ହେବି ନାହିଁ।
ସଦାପ୍ରଭୁଙ୍କ ଆଶ୍ରୟସ୍ଥଳ ମୋ’ ପାଇଁ ସବୁଠାରୁ ନିରାପଦସ୍ଥଳ।
ତେଣୁ ମୁଁ କାହାରିକୁ ଭୟ କରିବି ନାହିଁ।
2 ଦୁଷ୍ଟ ଲୋକମାନେ ହୁଏତ ମୋତେ ଆକ୍ରମଣ କରି ପାରନ୍ତି,
ସେମାନେ ମୋର ଶରୀରକୁ ଆଘାତ କରିବାକୁ ଗ୍ଭହାନ୍ତି।
ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି
ଧ୍ୱଂସ କରିଦେବାକୁ ଗ୍ଭହାନ୍ତି।
3 ଯଦି ସମସ୍ତ ସେନାବାହିନୀ ମୋର ଗ୍ଭରି ଦିଗରୁ ମୋତେ ଘେରି ଯାଆନ୍ତି, ତେବେ ମୁଁ ଭୟ କରିବି ନାହିଁ।
ଯଦି ମୋତେ ଲୋକମାନେ ଯୁଦ୍ଧ କ୍ଷେତ୍ରରେ ଆକ୍ରମଣ କରନ୍ତି, ତଥାପି ମୁଁ ଭୟଭୀତ ହେବି ନାହିଁ, କାରଣ ମୁଁ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।
4 ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷୟ ପ୍ରାର୍ଥନା କରେ,
“ଯେପରି ମୋର ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ,
ଯାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟକୁ ଦେଖି ପାରିବି
ଓ ତାଙ୍କ ପ୍ରାସାଦକୁ ଦର୍ଶନ କରି ପାରିବି।”
5 ସଦାପ୍ରଭୁ ମୋତେ ନିଶ୍ଚୟ ବିପଦରୁ ରକ୍ଷା କରିବେ।
ସେ ମୋତେ ତାଙ୍କ ମନ୍ଦିରରେ ଲୁଗ୍ଭଇ ରଖିବେ।
ସେ ମୋତେ ନେଇ ତାଙ୍କ ନିରାପଦ ସ୍ଥାନରେ ରଖିବେ।
6 ମୋର ଶତ୍ରୁମାନେ ମୋତେ ଘେରି ଗଲେଣି।
କିନ୍ତୁ ମୋର ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରି ମୋତେ ରକ୍ଷା କରିବେ।
ତା’ପରେ ମୁଁ ତାଙ୍କ ମନ୍ଦିରରେ ମୋର ବଳିଦାନ ଅର୍ପଣ କରିବି।
ମୁଁ ଆନନ୍ଦ ଧ୍ୱନିରେ ବଳିଦାନ ଉତ୍ସର୍ଗ ଦେବି।
ମୁଁ ଗୀତ ବୋଲି ସଦାପ୍ରଭୁଙ୍କର ମହିମା ବର୍ଣ୍ଣନା କରି ତାଙ୍କ ପ୍ରତି ଥିବା ସମ୍ମାନକୁ ନିବେଦନ କରିବି।
7 ହେ ସଦାପ୍ରଭୁ, ମୋର ଡାକ ଶୁଣ।
ମୋତେ ଉତ୍ତର ଦିଅ ଓ ମୋ’ ପ୍ରତି ସଦୟ ହୁଅ।
8 ହେ ସଦାପ୍ରଭୁ, ମୁଁ ତୁମ୍ଭ ସହିତ କଥା ହେବାକୁ ଗ୍ଭହେଁ।
ମୁଁ ତୁମ୍ଭ ସହିତ ଅନ୍ତରର ଗଭୀରତମ ପ୍ରଦେଶରୁ କଥା ହେବାକୁ ଗ୍ଭହେଁ।
ମୁଁ ତୁମ୍ଭ ନିକଟକୁ କହିବା ପାଇଁ ଆସିଛି।
9 ହେ ପରମେଶ୍ୱର, ମୋ’ଠାରୁ ଆପଣା ମୁଖ ଲୁଗ୍ଭଅ ନାହିଁ।
ମୋତେ ସାହାଯ୍ୟ କର।
ମୋତେ ଦୂର କର ନାହିଁ।
ମୋତେ ପରିତ୍ୟାଗ କର ନାହିଁ।
ମୋର ପରମେଶ୍ୱର, ତୁମ୍ଭେ ହିଁ ମୋର ତ୍ରାଣକର୍ତ୍ତା।
10 ମୋର ପିତାମାତା ମୋତେ ଛାଡ଼ି ଗ୍ଭଲିଗଲେ।
କିନ୍ତୁ ସଦାପ୍ରଭୁ ମୋତେ ଲାଳନପାଳନ କରିବେ।
11 ହେ ସଦାପ୍ରଭୁ, ମୋର ଶତ୍ରୁମାନେ ଅଛନ୍ତି।
ତେଣୁ ମୋତେ ନ୍ୟାୟମାର୍ଗ ପ୍ରଦର୍ଶନ କର।
ମୋତେ ସରଳ ମାର୍ଗରେ ଯିବାକୁ ଶିକ୍ଷା ଦିଅ।
12 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରିଛନ୍ତି।
ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି।
ସେମାନେ ମୋତେ ମିଥ୍ୟା କହି ଆଘାତ ଦେଇଛନ୍ତି।
13 ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ,
ମୃତ୍ୟୁ ପୂର୍ବରୁ ମୁଁ ନିଶ୍ଚୟ ସଦାପ୍ରଭୁଙ୍କର ମହିମା ଦର୍ଶନ କରିବି।
14 ସଦାପ୍ରଭୁଙ୍କ ସହାୟତା ପାଇଁ ଅପେକ୍ଷା କର,
ବଳଶାଳୀ ଓ ସାହସିକ ହୁଅ
ଏବଂ ସଦାପ୍ରଭୁଙ୍କର ଅନୁସରଣ କର।
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣଙ୍କର ଗୀତ।
85 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ଦୟା ଦେଖାଇଅଛ।
ବିଦେଶରେ ଯାକୁବର ଲୋକମାନେ ବନ୍ଦୀ ହୋଇଥିଲେ।
ସେମାନଙ୍କୁ ଛଡ଼ାଇ ତାଙ୍କର ନିଜ ଦେଶକୁ ନେଇଆସିଲ।
2 ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କର ଅପରାଧ ସବୁ କ୍ଷମା କଲ।
ଆଉ ତୁମ୍ଭେ ସେମାନଙ୍କର ପାପସବୁ ପୋଛିଲ।
3 ଆପଣା ସମସ୍ତ କ୍ରୋଧରୁ ନିବୃତ୍ତ ହେଲ।
ଆପଣା କ୍ରୋଧରେ ପ୍ରଚଣ୍ଡ ହେଲ ନାହିଁ।
4 ହେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱର, ଆମ୍ଭମାନଙ୍କୁ ତୁମ୍ଭ ପାଖକୁ ଫେରାଇ ଆଣ
ଏବଂ ଆମ୍ଭ ଉପରେ ଅପ୍ରସନ୍ନ ହେବା ବନ୍ଦ କର।
5 ତୁମ୍ଭେ କି ସଦାକାଳ ଆମ୍ଭ ଉପରେ
କ୍ରୋଧିତ ହୋଇ ରହିବ?
6 ନିଶ୍ଚିତ ତୁମ୍ଭେ ଆଉଥରେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦେବ।
ତେଣୁ ତୁମ୍ଭର ଲୋକମାନେ ତୁମ୍ଭ ସହିତ ଆନନ୍ଦ କରିବେ।
7 ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର
ଏବଂ ଦେଖାଇ ଦିଅ ଯେ ତୁମ୍ଭେ ଆମ୍ଭକୁ ପ୍ରେମ କରୁଛ।
8 ସଦାପ୍ରଭୁ ପରମେଶ୍ୱର ଯାହା କହିବେ ମୁଁ ଶୁଣିବି।
ସେ ପ୍ରତିଜ୍ଞା କରିଛନ୍ତି ଯେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ।
ସେମାନେ ପୁନର୍ବାର ମୂର୍ଖତା ଜୀବନଯାପନ କରିବା ପାଇଁ ଫେରି ନ ଯାଆନ୍ତୁ।
9 ପରମେଶ୍ୱର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ।
ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।
10 ସ୍ନେହପୂର୍ଣ୍ଣ କରୁଣା ଓ ବିଶ୍ୱସ୍ତତା ଦେଶକୁ ପ୍ରତ୍ୟାବର୍ତ୍ତନ କରେ।
ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।
11 ପୃଥିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହେବେ
ଏବଂ ସ୍ୱର୍ଗରେ ପରମେଶ୍ୱର ସେମାନଙ୍କର ମଙ୍ଗଳ କରିବେ।
12 ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ
ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ।
13 ଧର୍ମ ପରମେଶ୍ୱରଙ୍କର ଆଗେ ଆଗେ ଯିବ
ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।
ଦାଉଦଙ୍କର ପ୍ରାର୍ଥନା।
86 ହେ ସଦାପ୍ରଭୁ, ମୋର ଗୁହାରି ଶୁଣ।
ଏବଂ ମୋ’ ପ୍ରାର୍ଥନାର ଉତ୍ତର ଦିଅ।
କାରଣ ମୁଁ ଜଣେ ଦିନହୀନ, ନିଃସହାୟ ମଣିଷ।
2 ମୁଁ ତୁମ୍ଭର ଭକ୍ତ, ଦୟାକରି ମୋ’ ଜୀବନକୁ ରକ୍ଷା କର!
ମୁଁ ତୁମ୍ଭର ଦାସ, ତୁମ୍ଭେ ମୋର ପରମେଶ୍ୱର।
ମୁଁ ତୁମ୍ଭକୁ ବିଶ୍ୱାସ କରେ, ତେଣୁ ମୋତେ ରକ୍ଷା କର।
3 ହେ ମୋର ପ୍ରଭୁ, ମୋ’ ପ୍ରତି ଦୟା ଦେଖାଅ।
ମୁଁ ତୁମ୍ଭଠାରେ ପ୍ରତିଦିନ ପ୍ରାର୍ଥନା କରୁଅଛି।
4 ହେ ସଦାପ୍ରଭୁ, ମୁଁ ମୋ’ ଜୀବନ ତୁମ୍ଭ ହସ୍ତରେ ସମର୍ପଣ କରିଛି,
ତେଣୁ ମୋତେ ତୁମ୍ଭର ସେବକକୁ ଆନନ୍ଦ ଦିଅ।
5 ହେ ପ୍ରଭୁ, ତୁମ୍ଭେ ବହୁତ ଉତ୍ତମ ଓ କରୁଣାମୟ,
ଯେଉଁମାନେ ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।
6 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
ହୃଦୟ ସହକାରେ ମୋର କରୁଣାମୟ ପ୍ରାର୍ଥନା ଶୁଣ।
7 ସଦାପ୍ରଭୁ, ମୋର ବିପଦକାଳରେ ମୁଁ ତୁମ୍ଭକୁ ଡାକିବି।
ମୁଁ ଜାଣେ ତୁମ୍ଭେ ଉତ୍ତର ଦେବ।
8 ହେ ପରମେଶ୍ୱର, ଦେବଗଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କେହି ନାହିଁ।
ତୁମ୍ଭେ ଯାହା କରିଛ କେହି ଏପରି କରି ପାରିବେ ନାହିଁ।
9 ହେ ପ୍ରଭୁ, ତୁମ୍ଭେ ପ୍ରତ୍ୟେକ ଦେଶଗୁଡ଼ିକୁ ସୃଷ୍ଟି କରିଛ।
ସେମାନେ ଆସିବେ ଓ ମଥାନତ ହୋଇ ତୁମ୍ଭ ସମ୍ମୁଖରେ ଛିଡ଼ା ହେବେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।
10 ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟ କର୍ମମାନ କର।
ତୁମ୍ଭେ ହିଁ ଏକମାତ୍ର, ପରମେଶ୍ୱର ଅଟ।
11 ସଦାପ୍ରଭୁ, ତୁମ୍ଭର ପଥ, ମୋତେ ଶିକ୍ଷା ଦିଅ
ଓ ମୁଁ ତୁମ୍ଭପରି ହେବାକୁ ଶିଖିବି।
ମୋତେ ତୁମ୍ଭର ନାମକୁ ସମ୍ମାନ ଦେବାରେ ସାହାଯ୍ୟ କର,
ଯାହା ମୋ’ ଜୀବନର ମୁଖ୍ୟ ଜିନିଷ ଅଟେ।
12 ହେ ପ୍ରଭୁ, ମୋର ପରମେଶ୍ୱର, ମୁଁ ତୁମ୍ଭକୁ ହୃଦୟ ସହିତ ପ୍ରଶଂସା କରିବି।
ମୁଁ ସର୍ବଦା ତୁମ୍ଭ ନାମରେ ଗୌରବ କରିବି।
13 ମୋ’ ପ୍ରତି ତୁମ୍ଭର ଦୟା ମହତ୍ ଅଟେ।
ତୁମ୍ଭେ ମୋ’ ଜୀବନକୁ ଶେଷାବସ୍ଥା ମୃତ୍ୟୁ ମୁଖରୁ ଉଦ୍ଧାର କରିଛ।
14 ହେ ପରମେଶ୍ୱର, ଗର୍ବୀ ଲୋକମାନେ ମୋତେ ଆକ୍ରମଣ କରିଛନ୍ତି।
ଦଳେ ଦୁଷ୍ଟ ଲୋକ ମୋତେ ହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି।
ଏବଂ ସେମାନେ ତୁମ୍ଭକୁ ସମ୍ମାନ କରନ୍ତି ନାହିଁ।
15 ହେ ମୋର ପ୍ରଭୁ, ତୁମ୍ଭେ ସ୍ନେହଶୀଳ ଓ କରୁଣାମୟ ପରମେଶ୍ୱର।
ତୁମ୍ଭେ ଧୈର୍ଯ୍ୟଶୀଳ, ପ୍ରେମ ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ।
16 ତୁମ୍ଭେ ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ଦୟା କର।
ମୁଁ ତୁମ୍ଭର ଦାସ, ମୋତେ ଶକ୍ତି ଦିଅ।
ମୁଁ ତୁମ୍ଭର ଦାସ, ମୋତେ ରକ୍ଷା କର।
17 ହେ ସଦାପ୍ରଭୁ, ମୋତେ ଟିକେ ସୂଚନା ଦିଅ ଯେ, ମୋର ସବୁକିଛି ପାଇଁ ଉତ୍ତମ ହୋଇ ପାରିବ।
ମୋର ଶତ୍ରୁଗଣ ତାହା ଦେଖି ନିରାଶ ହେବେ।
ଏଥିରୁ ସେମାନେ ଜାଣିବେ ଯେ ତୁମ୍ଭେ ମୋର ପ୍ରାର୍ଥନା ଗ୍ରହଣ କଲ ଓ ମୋତେ ସାନ୍ତ୍ୱନା କଲ।
ପୁନର୍ବାର ନୂତନ ରାଜ୍ୟ ନିର୍ମିତ ହେବ
21 ହେ ଦେଶ, ଭୟ କର ନାହିଁ।
ସୁଖୀ ହୁଅ, ଆନନ୍ଦ କର
କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମହାନ କାର୍ଯ୍ୟ କରିବେ।
22 ହେ କ୍ଷେତ୍ରସ୍ଥ ପଶୁଗଣ, ଭୟଭୀତ ହୁଅ ନାହିଁ।
ମରୁପ୍ରାୟ ଗ୍ଭରଣଭୂମି ତୃଣାଚ୍ଛାଦିତ ହେବ।
ବୃକ୍ଷଗୁଡ଼ିକ ଫଳ ଧାରଣ କରିବେ।
ଡିମ୍ବିରି ବୃକ୍ଷ ଓ ଦ୍ରାକ୍ଷାଲତା ପ୍ରଚୁର ଫଳ ଧାରଣ କରିବ।
23 ତେଣୁ ହେ ସିୟୋନର ସନ୍ତାନଗଣ, ତୁମ୍ଭେମାନେ ସୁଖ କର,
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ଆନନ୍ଦ ଉଲ୍ଲାସ କର।
ସେ ମଙ୍ଗଳମୟ ଏବଂ ତୁମ୍ଭମାନଙ୍କୁ ବୃଷ୍ଟି ଦେବେ।
ସେ ତୁମ୍ଭକୁ ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପୂର୍ବପରି ଦେବେ।
24 ତୁମ୍ଭମାନଙ୍କର ଖଳାସବୁ ଗହମରେ ପରିପୂର୍ଣ୍ଣ ହେବ
ଏବଂ ତୁମ୍ଭମାନଙ୍କର କୁଣ୍ତଗୁଡ଼ିକ ଦ୍ରାକ୍ଷାରସ ଓ ତୈଳରେ ଉଚ୍ଛୁଳି ପଡ଼ିବ।
25 “ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କ ମଧ୍ୟକୁ ଆପଣା ଯେଉଁ ମହା ସୈନ୍ୟଦଳ
ଅର୍ଥାତ ପଙ୍ଗପାଳ, ଶୂକ ଘୁର୍ଘୁରିୟା ଓ ପରିପକ୍ୱ ତୁମ୍ଭମାନଙ୍କ ବିରୁଦ୍ଧରେ ପଠାଇଲୁ।
ସେମାନେ ତୁମ୍ଭମାନଙ୍କର ଯେଉଁ ସମସ୍ତ ଖାଦ୍ୟ ଖାଇ ଦେଲେ।
ଆମ୍ଭେ ତାହା ତୁମ୍ଭମାନଙ୍କୁ ଫେରାଇ ଦେବା,
ଯାହା ବର୍ଷଧରି ଖାଇଯାଇଛନ୍ତି।
26 ତତ୍ପରେ ତୁମ୍ଭେ ପ୍ରଚୁର ଖାଇବାକୁ ପାଇବ।
ତୁମ୍ଭର ସବୁ ପରିପୂର୍ଣ୍ଣ ହେବ।
ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବ।
କାରଣ ସେ ତୁମ୍ଭମାନଙ୍କ ପାଇଁ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରିଛନ୍ତି।
ସେ ଆପଣାର ଲୋକମାନଙ୍କୁ ଆଉ ଲଜ୍ଜିତ କରିବାକୁ ଦେବେ ନାହିଁ।
27 ଏହା ଦ୍ୱାରା ତୁମ୍ଭେମାନେ ଜାଣିବ ଯେ ଆମ୍ଭେ ଇସ୍ରାଏଲ ସହିତ ଅଛୁ।
ଆଉ ମଧ୍ୟ ତୁମ୍ଭେମାନେ ଜାଣିବ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର,
ତୁମ୍ଭର ଅନ୍ୟ କେହି ପରମେଶ୍ୱର ନାହାନ୍ତି।
ଆମ୍ଭର ଲୋକମାନେ ଆଉ କେବେ ଲଜ୍ଜିତ ହେବେ ନାହିଁ।”
1 ମୁଁ ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ ଯାକୁବ,
ସାରା ପୃଥିବୀରେ ବ୍ୟାପି ହୋଇ ରହିଥିବା ପ୍ରଭୁଙ୍କ ଲୋକମାନଙ୍କୁ ନମସ୍କାର ଜଣାଏ।
ବିଶ୍ୱାସ ଓ ଜ୍ଞାନ
2 ମୋ’ ଭାଇ ଓ ଭଉଣୀମାନେ, ତୁମ୍ଭେମାନେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବ। କିନ୍ତୁ ଏପରି ହେଲାବେଳେ ତୁମ୍ଭେମାନେ ଅଧିକ ଖୁସୀ ହେବା ଉଚିତ୍। 3 କାରଣ ତୁମ୍ଭେ ଜାଣିଛ ଯେ, ଏହି ଅସୁବିଧାଗୁଡ଼ିକ ତୁମ୍ଭର ବିଶ୍ୱାସକୁ ପରିକ୍ଷା କରେ, ଓ ଏଗୁଡ଼ିକ ତୁମ୍ଭର ଧୈର୍ଯ୍ୟ ଜନ୍ମାଏ। 4 ତୁମ୍ଭ କାମଗୁଡ଼ିକରେ ତୁମ୍ଭର ଧୈର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶିତ ହେବାକୁ ଦିଅ। ତେବେ ଯାଇ ତୁମ୍ଭେ ସିଦ୍ଧ ଓ ସମ୍ପୂର୍ଣ୍ଣ ହେବ। ତୁମ୍ଭର ପ୍ରତ୍ୟେକ ଆବଶ୍ୟକ ବିଷୟ ତୁମ୍ଭେ ପାଇବ।
5 କିନ୍ତୁ ତୁମ୍ଭ ଭିତରୁ ଯଦି କେହି ଜ୍ଞାନର ଆବଶ୍ୟକ କରେ, ତା’ହେଲେ ତୁମ୍ଭେ ଏହା ପରମେଶ୍ୱରଙ୍କୁ ମାଗିବା ଉଚିତ୍। ପରମେଶ୍ୱର ଅତ୍ୟନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦେବାରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ୱର ତୁମ୍ଭକୁ ଜ୍ଞାନ ଦେବେ। 6 କିନ୍ତୁ ତୁମ୍ଭେ ଯେତେବେଳେ ପରମେଶ୍ୱରଙ୍କୁ ମାଗିଥାଅ, ସେତେବେଳେ ତୁମ୍ଭକୁ ବିଶ୍ୱାସ କରିବାକୁ ପଡ଼ିବ। ପରମେଶ୍ୱରଙ୍କୁ ସନ୍ଦେହ କର ନାହିଁ। ସନ୍ଦେହୀ ଲୋକ ସମୁଦ୍ରର ଢେଉ ଭଳି। ପବନ ଢେଉକୁ ଉପରକୁ ଉଠାଏ ଓ ତଳକୁ ପକାଏ, ସନ୍ଦେହୀ ଲୋକ ସେହି ଢେଉ ଭଳି। 7-8 ସନ୍ଦେହୀ ଲୋକ ଏକାଥରକେ ଦୁଇଟି କଥା ଭାବେ। ତେଣୁ ସେ କରୁଥିବା କୌଣସି ବିଷୟରେ ନିଷ୍ପତ୍ତି ନେଇପାରେ ନାହିଁ। ସେଭଳି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ଆଶା କରିବା ଉଚିତ୍ ନୁହେଁ।
ପ୍ରକୃତ ଧନ
9 ଯଦି ଜଣେ ବିଶ୍ୱାସୀ ଗରିବ ହୋଇଥାଏ, ତେବେ ପରମେଶ୍ୱର ତାହାକୁ ଆତ୍ମିକ ଭାବେ ଧନୀ କରିଥିବାରୁ, ସେ ଗର୍ବ କରିବା ଉଚିତ୍। 10 ସେହିପରି ଜଣେ ଧନୀ ବିଶ୍ୱାସୀ ଯେ ଆତ୍ମିକ ଭାବରେ ଗରିବ, ତାହା ପରମେଶ୍ୱର ତାହାକୁ ଦେଖାଇ ଦେଇଥିବାରୁ, ସେ ଗର୍ବ କରିବା ଉଚିତ୍। ଧନୀଲୋକ ଜଣକ ଘାସର ଫୁଲ ଭଳି ଝଡ଼ିପଡ଼ି ମରିଯିବ। 11 ସୂର୍ଯ୍ୟ ଉଦୟ ହୋଇ ଅଧିକ ଉତ୍ତପ୍ତ କରେ। ସୂର୍ଯ୍ୟର ଉତ୍ତାପ ଗ୍ଭରା ଗଛଟିକୁ ଶୁଖେଇ ଦିଏ। ଫୁଲ ଝଡ଼ି ଯାଏ। ସେହି ଫୁଲ ଅତି ସୁନ୍ଦର ଥିଲା, କିନ୍ତୁ ଏବେ ତାହା ମୃତ ହେଲା। ଧନୀଲୋକର କଥା ମଧ୍ୟ ଠିକ୍ ସେହିଭଳି। ସେ ତାହାର ବ୍ୟବସାୟ ଲାଗି ଯୋଜନା କରୁଥିବା ବେଳେ ମରିଯିବ।
ପରମେଶ୍ୱରଙ୍କଠାରୁ ପରୀକ୍ଷା ଆସେ ନାହିଁ
12 ଯେଉଁ ବ୍ୟକ୍ତି ପରୀକ୍ଷିତ ହୋଇ ଦୃଢ଼ ରହି ପାରେ, ସେ ଖୁସୀ ହେବା କଥା। କାରଣ, ସେ ତାହାର ବିଶ୍ୱାସକୁ ଦୃଢ଼ ବୋଲି ପ୍ରମାଣିତ କରି ସାରିଲା ପରେ, ପରମେଶ୍ୱର ତାହାକୁ ଅନନ୍ତ ଜୀବନର ପୁରସ୍କାର ଦେବେ। ପରମେଶ୍ୱରଙ୍କୁ ପ୍ରେମ କରୁଥିବା ସବୁ ଲୋକଙ୍କୁ ପରମେଶ୍ୱର ଏହି ପ୍ରତିଜ୍ଞା ଦେଇଛନ୍ତି। 13 ଯେତେବେଳେ ଜଣେ ବ୍ୟକ୍ତି ପରୀକ୍ଷିତ ହୁଏ, ସେ କହିବା ଉଚିତ୍ ନୁହେଁ ଯେ, “ପରମେଶ୍ୱର ମୋତେ ପରୀକ୍ଷା କରୁଛନ୍ତି।” କାରଣ ମନ୍ଦତା ପରମେଶ୍ୱରଙ୍କୁ ପରୀକ୍ଷା କରିପାରେ ନାହିଁ। ଏବଂ ପରମେଶ୍ୱର ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ। 14 ପ୍ରତ୍ୟେକ ବ୍ୟକ୍ତି ତା’ର ନିଜର ମନ୍ଦ ପ୍ରବୃତ୍ତି ଯୋଗୁଁ ପରୀକ୍ଷିତ ହୁଏ। ତାହାର ମନ୍ଦ ଇଚ୍ଛା ତାହାକୁ ଭସାଇ ନିଏ ଓ ବାନ୍ଧି ରଖେ। 15 ଏହି ଇଚ୍ଛା ହିଁ ପାପକୁ ଜାତ କରେ। ଏହି ପାପ ବଢ଼ି ମୃତ୍ୟୁକୁ ଜନ୍ମ ଦିଏ।
ସ୍ୱର୍ଗରେ ଆନନ୍ଦ(A)
15 ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଅନେକ କରଆଦାୟକାରୀ ଓ ଖରାପ ଲୋକମାନେ ଆସିବାକୁ ଲାଗିଲେ। 2 ଏହା ଦେଖି ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, ଏହି ବ୍ୟକ୍ତି (ଯୀଶୁ) ପାପୀ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି ଓ ଏପରିକି ସେମାନଙ୍କ ସହିତ ଖାଉଛନ୍ତି।”
ପୁଅ ଯେ କି ଘର ଛାଡ଼ି ଗ୍ଭଲିଗଲା
11 ଯୀଶୁ କହିଲେ, “ଜଣେ ଲୋକର ଦୁଇ ପୁଅ ଥିଲେ। 12 ଦିନେ ସାନପୁଅ ତା’ ବାପାଙ୍କୁ କହିଲା, ‘ବାପା, ତୁମ୍ଭେ ମୋତେ ତୁମ୍ଭର ସବୁ ସମ୍ପତ୍ତିରୁ ମୋ’ ଭାଗତକ ଦେଇଦିଅ।’ ତେଣୁ ତା’ ବାପା ତାହାଙ୍କର ସବୁ ସମ୍ପତ୍ତିକୁ ଦୁଇ ପୁଅଙ୍କ ମଧ୍ୟରେ ବାଣ୍ଟି ଦେଲେ।
13 “ଅଳ୍ପ ଦିନ ପରେ ସାନପୁଅ ତା’ ଭାଗର ସବୁ ସମ୍ପତ୍ତିତକ ସଂଗ୍ରହ କରି ଗୋଟିଏ ଦୂର ଦେଶକୁ ଗ୍ଭଲିଗଲା। ସେଠାରେ ସେ ଗୋଟିଏ ମୂର୍ଖ ଭଳି ଜୀବନଯାପନ କରି ସବୁ ଧନ ସମ୍ପତ୍ତି ଉଡ଼େଇ ଦେଲା। 14 ସବୁତକ ସାରିଦେଲା ପରେ, ସେହି ଦେଶରେ ଗ୍ଭରିଆଡ଼େ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତାକୁ ଅଭାବ ଭିତରେ ଉପାସରେ ରହିବାକୁ ପଡ଼ିଲା। ତା’ର ଟଙ୍କା ଦରକାର ପଡ଼ିଲା। 15 ତେଣୁ ସେ ସେହି ଦେଶରେ ଗୋଟିଏ ଲୋକ ପାଖକୁ ମୂଲ ଲାଗିବାକୁ ଗଲା, ସେ ଲୋକଟି ତାହାକୁ ତା ପଡ଼ିଆରେ ଘୁଷୁରି ଚରେଇବାକୁ ପଠାଇଲା। 16 ତାହାକୁ ଏତେ ଭୋକ ଲାଗୁଥିଲା ଯେ ସେ ଘୁଷୁରିମାନେ ଖାଉଥିବା ଖାଦ୍ୟରୁ କିଛି ଖାଇବାକୁ ଇଚ୍ଛା କଲା କିନ୍ତୁ ତାହା ମଧ୍ୟ କେହି ତାହାକୁ ଦେଲେ ନାହିଁ।
17 “ଏବେ ସେ ବୁଝି ପାରିଲା ଯେ, ସେ ବହୁତ ମୂର୍ଖାମୀ କରିଛି। ସେ ଭାବିଲା, ‘ମୋ’ ବାପାଙ୍କର ମୂଲିଆମାନଙ୍କର କେତେ ଖାଦ୍ୟ ବଳୁଛି। ଆଉ ମୁଁ ଏଠାରେ ଭୋକରେ ମରୁଛି। 18 ମୁଁ ଏ ସ୍ଥାନ ଛାଡ଼ି ମୋ’ ବାପାଙ୍କ ପାଖକୁ ଫେରିଯିବି।’ ମୁଁ ତାହାଙ୍କୁ କହିବି, ‘ବାପା, ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଛି। 19 ମୁଁ ତୁମ୍ଭର ପୁଅ ହେବାର ଯୋଗ୍ୟ ନୁହେଁ। କିନ୍ତୁ ତୁମ୍ଭେ ମୋତେ ଦୟାକରି ତୁମ୍ଭର ଅନ୍ୟ ମୂଲିଆମାନଙ୍କ ଭଳି ରଖ।’ 20 ତେଣୁ ସେ ସ୍ଥାନ ଛାଡ଼ି ତା’ ବାପାଙ୍କ ପାଖକୁ ବାହାରିଲା।
ପୁଅର ଘର ବାହୁଡ଼ା
“ପୁତ୍ର ବହୁତ ଦୂରରେ ଥିଲାବେଳେ ବାପା ତାହାକୁ ଦେଖିଲେ। ସେ ପୁଅ ପାଇଁ ଦୁଃଖ ଅନୁଭବ କଲେ ଓ ତା’ ପାଖକୁ ଦୌଡ଼ିଗଲେ। ସେ ପୁଅକୁ କୁଣ୍ଢେଇ ପକେଇ ଚୁମ୍ବନ ଦେଲେ। 21 ପୁଅ କହିଲା, ‘ବାପା, ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଛି। ମୁଁ ତୁମ୍ଭର ପୁଅ ହେବାକୁ ଯୋଗ୍ୟ ନୁହେଁ।’
22 “କିନ୍ତୁ ବାପା ତାହାଙ୍କ ଗ୍ଭକରମାନଙ୍କୁ ଡାକି କହିଲେ, “ଶୀଘ୍ର ଯାଅ, ତା’ ପାଇଁ ସବୁଠାରୁ ଭଲ ପୋଷାକ ଆଣ। ତା’ ଆଙ୍ଗୁଠିରେ ମୁଦିଟିଏ ପିନ୍ଧାଇ ଦିଅ। ପାଦରେ ଭଲ ଜୋତା ପିନ୍ଧାଇ ଦିଅ। 23 ଆମ୍ଭର ସବୁଠାରୁ ମୋଟା ବାଛୁରିଟିକୁ ଆଣ। ଆମ୍ଭେ ତାହାକୁ ମାରିବା। ଆମ୍ଭର ଖାଇବା ପାଇଁ ତାହା ପ୍ରଚୁର ହେବ। ଆମ୍ଭେମାନେ ଗୋଟିଏ ଭୋଜି କରିବା। 24 ମୋର ପୁଅ ମରି ଯାଇଥିଲା। ବର୍ତ୍ତମାନ ସେ ପୁଣି ବଞ୍ଚି ଉଠିଛି। ସେ ହଜି ଯାଇଥିଲା। ଏବେ ମିଳି ଯାଇଛି।’ ତେଣୁ ସେମାନେ ଭୋଜିର ଆୟୋଜନ କଲେ।
ବଡ଼ ପୁଅ ଆସିଲା
25 “ଏହି ସମୟରେ ଲୋକଟିର ବଡ଼ ପୁଅ କ୍ଷେତରେ ଥିଲା। ଫେରିଲା ବେଳେ, ଘର ପାଖାପାଖି ପହଞ୍ଚିବା ବେଳକୁ ସେ ନାଚଗୀତର ଶବ୍ଦ ଶୁଣିଲା। 26 ତେଣୁ ସେ ଜଣେ ଗ୍ଭକରକୁ ଡାକି ପଗ୍ଭରିଲା, ‘ଏ ସବୁ କ’ଣ ଗ୍ଭଲିଛି?’ 27 ଗ୍ଭକରଟି କହିଲା, ‘ତୁମ୍ଭ ଭାଇ ଫେରି ଆସିଛି। ତୁମ୍ଭ ବାପା ଭୋଜି ପାଇଁ ମୋଟା ବାଛୁରିଟି ମାରିଛନ୍ତି। ତୁମ୍ଭ ଭାଇ କୁଶଳରେ ଫେରି ଆସିଥିବାରୁ ତୁମ୍ଭ ବାପା ବହୁତ ଖୁସୀ ହେଉଛନ୍ତି।’
28 “ଏହା ଶୁଣି ବଡ଼ ପୁଅ ଭୀଷଣ ରାଗିଗଲା। ସେ ଭିତରେ ପ୍ରବେଶ କରିବା ପାଇଁ ଇଚ୍ଛା କଲା ନାହିଁ। ତେଣୁ ତା’ ବାପା ବଡ଼ ପୁଅକୁ ଭିତରକୁ ଡାକିବା ପାଇଁ ବାହାରି ଆସିଲେ। 29 ବଡ଼ ପୁଅ ବାପାଙ୍କୁ କହିଲା, ‘ବର୍ଷବର୍ଷ ଧରି ମୁଁ ଗୋଟିଏ କ୍ରୀତଦାସ ଭଳି ତୁମ୍ଭର ସେବା କରି ଆସିଛି। ତୁମ୍ଭର ଆଦେଶକୁ ସବୁବେଳେ ମାନି ଆସିଛି। କିନ୍ତୁ ତୁମ୍ଭେ ମୋ’ ପାଇଁ ଛେଳିଟିଏ ମଧ୍ୟ କେବେ ମାରି ନାହଁ। ତୁମ୍ଭେ ମୋ’ ପାଇଁ ଓ ମୋ’ ବନ୍ଧୁମାନଙ୍କ ପାଇଁ କେବେ ହେଲେ ଭୋଜିଟିଏ ଦେଇ ନାହଁ। 30 କିନ୍ତୁ ତୁମ୍ଭର ଏହି ପୁଅଟି ତୁମ୍ଭର ସବୁତକ ସମ୍ପତ୍ତି ବେଶ୍ୟାମାନଙ୍କ ପାଇଁ ନଷ୍ଟ କରି ଦେଇଛି। ତା’ପରେ ସେ ଘରକୁ ଫେରି ଆସିଲା। ଆଉ ତା’ ପାଇଁ ତୁମ୍ଭେ ମୋଟା ବାଛୁରିଟିକୁ ମାରିଲ!’
31 “କିନ୍ତୁ ବାପା ତାକୁ କହିଲେ, ‘ପୁଅ, ତୁ ସବୁବେଳେ ମୋ’ ପାଖରେ ଅଛୁ। ମୋର ଯାହାକିଛି ଅଛି, ସେ ସବୁ ତୋର। 32 କିନ୍ତୁ ତୋର ଏ ଭାଇ ମରିଯାଇଥିଲା। ଏବେ ସେ ପୁଣି ଜୀବନ ପାଇଲା। ସେ ହଜି ଯାଇଥିଲା, ଏବେ ସେ ମିଳିଲା। ସେଥିପାଇଁ ଆମ୍ଭେ ଖୁସୀ ହେବା ଓ ଭୋଜି କରିବା ଉଚିତ୍।’”
2010 by World Bible Translation Center