Book of Common Prayer
କୋରହ ସନ୍ତାନଗଣର ଏକ ଗୀତ।
87 ପରମେଶ୍ୱର ଯିରୁଶାଲମ ପର୍ବତ ଉପରେ ତାଙ୍କର ମନ୍ଦିର ପ୍ରତିଷ୍ଠା କଲେ।
2 ସଦାପ୍ରଭୁ ଇସ୍ରାଏଲର ସମସ୍ତ ସ୍ଥାନ ଅପେକ୍ଷା ସିୟୋନର ଦ୍ୱାର ସମୂହକୁ ଅଧିକ ସ୍ନେହ କରନ୍ତି।
3 ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ଲୋକମାନେ ନାନାବିଧ ଗୌରବର କଥା କୁହନ୍ତି।
4-6 ପରମେଶ୍ୱର ତାଙ୍କର ଲୋକମାନଙ୍କର ଏକ ତାଲିକା ରଖିଛନ୍ତି।
“ସେ ଜାଣନ୍ତି ତାଙ୍କର ପ୍ରତ୍ୟେକ ଲୋକ କେଉଁଠାରେ ଜନ୍ମ ହୋଇଥିଲେ।”
ସେହିମାନଙ୍କ ମଧ୍ୟରୁ ଯେଉଁମାନେ ତାଙ୍କର ସେବା କରନ୍ତି, ସେମାନେ ମିଶର ଓ ବାବିଲରେ ବାସ କରନ୍ତି।
“ସେମାନଙ୍କ ମଧ୍ୟରୁ କେତେକ ପଲେଷ୍ଟୀୟରେ, ସୋରରେ ଓ ଇଥିଓପିଆରେ ବାସ କରନ୍ତି।”
ଆଉ ସିୟୋନ ସେମାନଙ୍କର ସମସ୍ତ ନାମକୁ ଜାଣନ୍ତି ପ୍ରତ୍ୟେକ ସେଠାରେ ଜନ୍ମ ହୋଇଥିଲେ।
7 ସେହି ପର୍ବରେ ନର୍ତ୍ତକ ଓ ଗାୟକ କହିବେ।
“ସମସ୍ତେ ଭଲ ଜିନିଷ ତୁମ୍ଭ ମଧ୍ୟରୁ ଆସେ।”
ଚତୁର୍ଥ ପୁସ୍ତକ
(ଗୀତସଂହିତା 90-106)
ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା।
90 ହେ ପ୍ରଭୁ, ତୁମ୍ଭେ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହୋଇଅଛ।
2 ହେ ପରମେଶ୍ୱର, ତୁମ୍ଭେ ପର୍ବତମାଳାର ସୃଷ୍ଟି ପୂର୍ବରୁ
ଏବଂ ପୃଥିବୀ ଓ ଜଗତ ସୃଷ୍ଟି ପୂର୍ବରୁ ପରମେଶ୍ୱର ଥିଲ।
ତୁମ୍ଭେ ଚିରକାଳ ପରମେଶ୍ୱର ହୋଇ ରହିବ।
3 ତୁମ୍ଭେ ଲୋକମାନଙ୍କୁ ପୃଥିବୀକୁ ଆଣିଛ
ଏବଂ ପରିଶେଷରେ ତୁମ୍ଭେ ସେମାନଙ୍କୁ ଧୂଳିରେ ପରିଣତ କରିଛ।
4 ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ୟ
ଓ ରାତ୍ରିର ଅଳ୍ପ ସମୟପରି।
5 ତୁମ୍ଭେ ସେମାନଙ୍କର ଜୀବନକୁ ଉଚ୍ଛେଦ କରିଛ, ଯାହା ମୃତ୍ୟୁରେ ଶୋଇ ଥିବା ପରି।
ପ୍ରଭାତରେ ସେମାନେ ଗୁଜୁରିବା ତୃଣପରି।
6 ପ୍ରାତଃକାଳରେ ତୃଣ ସତେଜ ହୋଇ ବଢ଼େ।
ସନ୍ଧ୍ୟାକାଳରେ ତାହା ଶୁଖି ମରିଯାଏ।
7 ହେ ପରମେଶ୍ୱର, ତୁମ୍ଭ କ୍ରୋଧରେ ଆମ୍ଭେମାନେ କ୍ଷୟ ହେଉ।
ପୁଣି ତୁମ୍ଭ କ୍ରୋଧ ଆମ୍ଭଙ୍କୁ ଭୟଭୀତ କରେ।
8 ତୁମ୍ଭେ ଆମ୍ଭମାନଙ୍କର ପାପ ବିଷୟରେ ଜାଣ।
ତୁମ୍ଭେ ମଧ୍ୟ ଆମ୍ଭମାନଙ୍କର ଗୁପ୍ତ ପାପ ଦେଖିଅଛ।
9 ତୁମ୍ଭର କ୍ରୋଧ ଆମ୍ଭମାନଙ୍କ ଜୀବନକୁ ଶେଷ ଦିନ କରିଦେଇ ଥାଏ।
ଆମ୍ଭେ ଆମ୍ଭର ବର୍ଷ ଅତିଶୀଘ୍ର ସମାପ୍ତ କରୁଥାଉ।
10 ଆମ୍ଭେ ହୁଏତ ସତୁରି ବର୍ଷ ବଞ୍ଚିପାରୁ,
ଅଥବା ଯଦି ଆମ୍ଭେ ଶକ୍ତିଶାଳୀ ତେବେ ଅଶୀ ବର୍ଷ ବଞ୍ଚିପାରୁ।
ଆମ୍ଭମାନଙ୍କର ଜୀବନ କଠିନ ପରିଶ୍ରମ ଓ ଯନ୍ତ୍ରଣାରେ ଭରପୁର ହୋଇଥାଏ।
ଏହା ପରେ ହଠାତ୍ ଆମ୍ଭର ଜୀବନ ସମାପ୍ତ ହୁଏ ଓ ଆମ୍ଭେ ଉଡ଼ିଯାଉ।
11 କୌଣସି ଲୋକ ବାସ୍ତବରେ ତୁମ୍ଭର କ୍ରୋଧ ଦୂରତା ଜାଣନ୍ତି ନାହିଁ।
କିନ୍ତୁ ତୁମ୍ଭର କ୍ରୋଧ ତୁମ୍ଭେ ଆଶା କରୁଥିବା ସମ୍ମାନଠାରୁ ଅଧିକ।
12 ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ
ଯାହା ଫଳରେ ଆମ୍ଭେ ବୁଦ୍ଧିମାନ୍ ହୋଇ ପାରିବୁ।
13 ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫେରି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ?
ଆପଣା ଦାସ ପ୍ରତି ଦୟା କର।
14 ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର।
ଆମ୍ଭମାନଙ୍କୁ ଯାବଜ୍ଜୀବନ ଖୁସୀ ଓ ଆନନ୍ଦିତ ହେବାକୁ ଦିଅ।
15 ତୁମ୍ଭେ ଜୀବନରେ ଆମ୍ଭକୁ ବହୁ ବର୍ଷଧରି କଷ୍ଟ ଓ ଯନ୍ତ୍ରଣା ଦେଲ।
ବର୍ତ୍ତମାନ ଆମ୍ଭକୁ ଆନନ୍ଦିତ କର, ଯେପରି ଯଥାର୍ଥ।
16 ତୁମ୍ଭେ କରିପାରୁଥିବା ଆଶ୍ଚର୍ଯ୍ୟ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ
ଏବଂ ସେମାନଙ୍କ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦେଖାଅ।
17 ହେ ପରମେଶ୍ୱର ଆମ୍ଭମାନଙ୍କ ପ୍ରଭୁ, ଆମ୍ଭମାନଙ୍କୁ ଦୟାକର।
ଆମ୍ଭର କାର୍ଯ୍ୟ ଆମ୍ଭକୁ ସମର୍ଥନ କରେ,
ତେଣୁ ଦୟାକରି ଆମ୍ଭର କାର୍ଯ୍ୟକୁ ସମର୍ଥନ କର ଓ ଏହାକୁ ସଫଳ କରାଅ।
136 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
2 ଦେବତାମାନଙ୍କର ଦେବତାର ପ୍ରଶଂସା କର।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
3 ପ୍ରଭୁମାନଙ୍କର ସଦାପ୍ରଭୁଙ୍କ ପ୍ରଶଂସା କର।
ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
4 ଯେ ଆଶ୍ଚର୍ଯ୍ୟକାର୍ଯ୍ୟମାନ କରନ୍ତି, ତାହଙ୍କର ପ୍ରଶଂସା କର।
ତାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
5 ପରମେଶ୍ୱରଙ୍କର ପ୍ରଶଂସା କର ଯିଏ ତାଙ୍କ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ।
ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
6 ପରମେଶ୍ୱର ଯେ ଭୂମଣ୍ଡଳକୁ ଜଳରାଶି ଉପରେ ବିସ୍ତୀର୍ଣ୍ଣ କଲେ,
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
7 ପରମେଶ୍ୱର ମହାନ ଜ୍ୟୋତିର୍ଗଣ ନିର୍ମାଣ କଲେ।
ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
8 ପରମେଶ୍ୱର ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟକୁ ସୃଷ୍ଟି କଲେ,
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
9 ପରମେଶ୍ୱର ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ ସୃଷ୍ଟି କଲେ।
ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
10 ପରମେଶ୍ୱର ମିଶରର ପ୍ରଥମଜାତ ମନୁଷ୍ୟ ଏବଂ ପଶୁମାନଙ୍କୁ ହତ୍ୟା କଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
11 ପରମେଶ୍ୱର ମିଶର ମଧ୍ୟରୁ ଇସ୍ରାଏଲକୁ ବାହାର କରି ଆଣିଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
12 ପରମେଶ୍ୱର ତାହଙ୍କର ମହାନ ଶକ୍ତି ଏବଂ ପରାକ୍ରମ ଦେଖାଇଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
13 ପରମେଶ୍ୱର ସୁଫସାଗରକୁ ଦୁଇ ଭାଗରେ ବିଭକ୍ତ କଲେ।
ତାହଙ୍କର ବିଶ୍ୱସ୍ତ ପ୍ରେମ ଅନନ୍ତକାଳସ୍ଥାୟୀ।
14 ପରମେଶ୍ୱର ଇସ୍ରାଏଲକୁ ଏଥି ମଧ୍ୟରେ ଗମନ କରାଇଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
15 ପରମେଶ୍ୱର ଫାରୋ ଓ ତାହାର ସୈନ୍ୟଗଣଙ୍କୁ ସୂଫସାଗରରେ ବୁଡ଼ାଇ ଦେଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
16 ପରମେଶ୍ୱର ମରୁଭୂମି ଦେଇ ଆପଣା ଲୋକମାନଙ୍କୁ ଆଗେଇ ନେଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
17 ପରମେଶ୍ୱର ଶକ୍ତିଶାଳୀ ରାଜାମାନଙ୍କୁ ପରାସ୍ତ କଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
18 ପରମେଶ୍ୱର ପରାକ୍ରାନ୍ତ ରାଜାମାନଙ୍କୁ ପରାସ୍ତ କଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
19 ପରମେଶ୍ୱର ଇମୋରୀୟମାନଙ୍କର ରାଜା ସୀହୋନକୁ ପରାସ୍ତ କଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
20 ପରମେଶ୍ୱର ବାଶନର ରାଜା ଓଗ୍କୁ ପରାସ୍ତ କଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
21 ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ତାଙ୍କ ଭୂମି ଦେଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
22 ପରମେଶ୍ୱର ସେହି ଭୂମିକୁ ଇସ୍ରାଏଲଙ୍କୁ ଦାନ କଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
23 ପରମେଶ୍ୱର ଆମ୍ଭମାନଙ୍କୁ ସ୍ମରଣ କଲେ, ଯେତେବେଳେ ଆମ୍ଭେ ପରାସ୍ତ ଥିଲୁ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
24 ପରମେଶ୍ୱର ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ ଆମ୍ଭକୁ ରକ୍ଷା କଲେ।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
25 ପରମେଶ୍ୱର ସମସ୍ତ ଜୀବିତ ପ୍ରାଣୀମାନଙ୍କ ନିମନ୍ତେ ଆହାର ଯୋଗାନ୍ତି।
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
26 ସ୍ୱର୍ଗର ପରମେଶ୍ୱରଙ୍କ ପ୍ରଶଂସା କର!
ତାହଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ
9 ତୁମ୍ଭମାନଙ୍କ ରାଜ୍ୟ ମଧ୍ୟରେ ଏହା ଘୋଷଣା କର।
ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ।
ସମସ୍ତ ଯୋଦ୍ଧାମାନେ ଜାଗ୍ରତ ହୁଅ।
ଯୁଦ୍ଧର ସମସ୍ତ ଲୋକମାନଙ୍କୁ ଜାଗ୍ରତ ହେବାକୁ ଡାକ
ଏବଂ ଯୁଦ୍ଧ ଭୂମିରେ ସମ୍ମୁଖୀନ ହୁଅ।
10 ତୁମ୍ଭର ଲଙ୍ଗଳର ଲୁହାକୁ ଭାଙ୍ଗି ଖଡ଼୍ଗ ତିଆରି କର।
ନିଜ ନିଜର ଦାଆକୁ ଭାଙ୍ଗି ବର୍ଚ୍ଛା ତିଆରି କର।
ଦୁର୍ବଳ ଲୋକ କହୁ,
“ମୁଁ ବଳବାନ”
11 ହେ ସବୁ ରାଜ୍ୟ! ଚଞ୍ଚଳ ହୁଅ।
ଗୋଟିଏ ସ୍ଥାନରେ ଏକତ୍ରିତ ହୁଅ।
ହେ! ପରମେଶ୍ୱର! ଆପଣଙ୍କର ଶକ୍ତିଶାଳୀ ବୀରମାନଙ୍କୁ ନେଇ ଆସନ୍ତୁ।
12 ହେ, ରାଜ୍ୟବାସୀ! ଜାଗ୍ରତ ହୁଅ,
ଯିହୋଶାଫଟର ଉପତ୍ୟକାକୁ ଆସ
କାରଣ ସେହି ସ୍ଥାନରେ ଆମ୍ଭେ ଇସ୍ରାଏଲର ଚତୁର୍ପାର୍ଶ୍ୱରେ ଥିବା
ରାଜ୍ୟମାନଙ୍କର ବିଗ୍ଭର କରିବା ପାଇଁ ଫେରି ଆସିବା।
13 ଦାଆ ଆଣ,
କାରଣ ଶସ୍ୟ ପାଚିଅଛି।
ଆସ, ଅଙ୍ଗୁର ଲତା ଉପରେ ଗ୍ଭଲ।
କାରଣ ଦ୍ରାକ୍ଷାରସ ପରିପୂର୍ଣ୍ଣ ହୋଇଅଛି।
କୁଣ୍ତଗୁଡ଼ିକ ଉଚ୍ଛୁଳି ପଡ଼ୁଛି,
କାରଣ ସେମାନଙ୍କର ମନ୍ଦ କର୍ମ ବହୁତ ଅଧିକ।
14 ଦଣ୍ତ ବିଗ୍ଭର ଉପତ୍ୟକାରେ ଲୋକାରଣ୍ୟ।
ସଦାପ୍ରଭୁଙ୍କର ବିଶେଷ ବିଗ୍ଭରଦିନ ନିକଟବର୍ତ୍ତୀ।
15 ସୂର୍ଯ୍ୟ ଚନ୍ଦ୍ର ଅନ୍ଧକାରମୟ ହେବ
ଏବଂ ତାରକାଗଣ କିରଣ ଦେବା ବନ୍ଦ କରି ଦେବେ।
16 ପୁଣି ସଦାପ୍ରଭୁ ପରମେଶ୍ୱର ସିୟୋନରୁ ଚିତ୍କାର କରିବେ,
ସେ ଯିରୁଶାଲମରୁ ମଧ୍ୟ ଚିତ୍କାର କରିବେ।
ସେହି ଚିତ୍କାରରେ ଆକାଶ ଓ ପୃଥିବୀ ଥରି ଉଠିବ।
ମାତ୍ର ସଦାପ୍ରଭୁ ପରମେଶ୍ୱର ତାଙ୍କ ସନ୍ତାନଗଣଙ୍କ ପାଇଁ
ନିରାପଦ ସ୍ଥାନ ହେବ।
ସେ ମଧ୍ୟ ଇସ୍ରାଏଲର ଲୋକମାନଙ୍କ ପାଇଁ
ନିରାପଦ ସ୍ଥାନ ହେବେ।
17 “ତା’ପରେ ତୁମ୍ଭେମାନେ ଜାଣିବ ଯେ,
ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର।
ଆମ୍ଭେ ପବିତ୍ର ପର୍ବତ ସିୟୋନରେ ବାସ କରିବା।
ଯିରୁଶାଲମ ଗୋଟିଏ ପବିତ୍ର ସ୍ଥାନରେ ପରିଣତ ହେବ।
ବିଦେଶୀୟମାନେ ଆଉ ଏହି ନଗରରେ
ପ୍ରବେଶ କରି ପାରିବେ ନାହିଁ।
ସମସ୍ତଙ୍କୁ ପ୍ରେମ କର
2 ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, ଆମ୍ଭର ମହିମାମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବିଶ୍ୱାସ କର। ଅତଏବ କେତେକ ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବ ନାହିଁ। 2 ମନେକର, ଜଣେ ଲୋକ ଖୁବ୍ ଦାମିକା ସୁନ୍ଦର ଲୁଗାପଟା ଓ ସୁନା ମୁଦି ପିନ୍ଧି ତୁମ୍ଭର ସଭାକୁ ଆସେ ଓ ଅନ୍ୟ ଗରିବ ଲୋକ ଜଣେ ମଇଳା ପୁରୁଣା ଲୁଗା ପିନ୍ଧି ସେତିକିବେଳେ ଆସେ। 3 ତୁମ୍ଭେ ଦାମିକା ସୁନ୍ଦର ଲୁଗାପଟା ପିନ୍ଧିଥିବା ଲୋକକୁ ଡାକି ବିଶେଷ ଅଭ୍ୟର୍ଥନା ଜଣାଇ କହିଥାଅ: “ଏହି ଭଲ ଆସନରେ ବସନ୍ତୁ।” କିନ୍ତୁ ଗରିବ ଲୋକଟିକୁ କହିଥାଅ: “ତୁମ୍ଭେ ସେଠାରେ ଠିଆ ହୁଅ” ବା “ମୋ’ ଗୋଡ଼ ପାଖର ଭୂଇଁରେ ବସ।” 4 ତୁମ୍ଭେ ଏ କ’ଣ କରୁଛ? ଏହା ଦ୍ୱାରା ତୁମ୍ଭେ କେତେକ ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମହତ୍ତ୍ୱ ପ୍ରଦାନ କରୁଛ! ମନ୍ଦ ଅଭିପ୍ରାୟ ରଖି ତୁମ୍ଭେ ନିର୍ଣ୍ଣୟ କରୁଛ ଯେ, କେଉଁ ଲୋକଟି ଅଧିକ ଭଲ।
5 ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, ଶୁଣ! ପରମେଶ୍ୱର ବିଶ୍ୱାସରେ ଧନୀ ହେବା ପାଇଁ ପୃଥିବୀର ଗରିବ ଲୋକମାନଙ୍କୁ ବାଛିଛନ୍ତି। ଯେଉଁମାନେ ପରମେଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ସେ ଯେଉଁ ରାଜ୍ୟ ଦେବା ପାଇଁ ପ୍ରତିଜ୍ଞା କରିଥଇଲେ, ସେଥିପାଇଁ ସେମାନଙ୍କୁ ବାଛିଛନ୍ତି। 6 କିନ୍ତୁ ତୁମ୍ଭେ ଗରିବ ଲୋକଙ୍କୁ କୌଣସି ସମ୍ମାନ ଦେଉ ନାହଁ। ଏବଂ ତୁମ୍ଭେ ଜାଣିଛ ଯେ, ଧନୀ ଲୋକମାନେ ତୁମ୍ଭର ଜୀବନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ଓ ସେହିମାନେ ତୁମ୍ଭକୁ କଚେରୀକୁ ଟାଣି ନେଇ ଯାଆନ୍ତି। 7 ଏବଂ ଯେଉଁ ମହତ ନାମରେ ତୁମ୍ଭେମାନେ ନାମିତ ହୋଇଅଛ ଓ ଯେ ତୁମ୍ଭମାନଙ୍କୁ ଆପଣାର କରିଅଛନ୍ତି, ସେମାନେ ତାହାଙ୍କର ନିନ୍ଦା କରନ୍ତି।
8 ଗୋଟିଏ ନିୟମ, ଅନ୍ୟ ସମସ୍ତ ନିୟମଗୁଡ଼ିକର ଉପରେ ଆଧିପତ୍ୟ କରେ। ଶାସ୍ତ୍ରରେ ଏହି ରାଜକୀୟ ନିୟମଟି ମିଳେ: “ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।” [a] ଯଦି ତୁମ୍ଭେ ଏହି ନିୟମ ପାଳନ କରୁଛ, ତା’ହେଲେ ତୁମ୍ଭେ ଠିକ୍ କରୁଛ। 9 କିନ୍ତୁ ଯଦି ତୁମ୍ଭେ ଜଣକୁ ଅନ୍ୟ ଜଣକ ତୁଳନାରେ ଅଧିକ ମହତ୍ତ୍ୱ ଦେଉଛ, ତା’ହେଲେ ତୁମ୍ଭେ ପାପ କରୁଛ। ସେହି ରାଜକୀୟ ବ୍ୟବସ୍ଥା ପ୍ରମାଣିତ କରେ ଯେ, ତୁମ୍ଭେ ପରମେଶ୍ୱରଙ୍କ ନିୟମ ଭଙ୍ଗ କରିବାରେ ଦୋଷୀ ଅଟ।
10 ଜଣେ ଲୋକ ହୁଏତ ପରମେଶ୍ୱରଙ୍କ ସବୁ ବ୍ୟବସ୍ଥା ପାଳନ କରୁଥାଇପାରେ, କିନ୍ତୁ ସେ ଯଦି ଗୋଟିଏ ଆଜ୍ଞାର ଅବାଧ୍ୟ ହୁଏ, ତା’ହେଲେ ସେ ବ୍ୟବସ୍ଥାର ସମସ୍ତ ଆଜ୍ଞା ଭଙ୍ଗ କରିବା ଦୋଷରେ ଦୋଷୀ ହୁଏ। 11 ପରମେଶ୍ୱର କହିଛନ୍ତି, “ବ୍ୟଭିଗ୍ଭରର ପାପ କର ନାହିଁ।” [b] ସେହି ପରମେଶ୍ୱର ପୁନଃ କହିଛନ୍ତି, “ହତ୍ୟା କର ନାହିଁ।’’ [c] ଅତଏବ, ତୁମ୍ଭେ ଯଦି ବ୍ୟଭିଗ୍ଭର ପାପ କରି ନାହଁ କିନ୍ତୁ ଜଣକୁ ହତ୍ୟା କରିଛ, ତା’ହେଲେ ପରମେଶ୍ୱରଙ୍କ ବ୍ୟବସ୍ଥା ଭାଙ୍ଗିବା ଦୋଷରେ ଦୋଷୀ ହେଲ।
12 ଲୋକମାନଙ୍କୁ ସ୍ୱାଧୀନ କରୁଥିବା ବ୍ୟବସ୍ଥା ଦ୍ୱାରା ତୁମ୍ଭର ବିଗ୍ଭର ହେବ। ପ୍ରତ୍ୟେକ କଥା କହିଲା ବେଳେ ଓ ପ୍ରତ୍ୟେକ କାମ କଲାବେଳେ, ତୁମ୍ଭେ ଏହି କଥା ମନେ ରଖିବା ଉଚିତ୍। 13 ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦେଖାଇବା ଉଚିତ୍। ଯଦି ତୁମ୍ଭେ ଦୟା ନ ଦେଖାଇବ, ତା’ହେଲେ ପରମେଶ୍ୱର ବିଗ୍ଭର କଲାବେଳେ ତୁମ୍ଭ ପ୍ରତି ମଧ୍ୟ ସେ ଦୟା ଦେଖାଇବେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦେଖାଇଥିବା ବ୍ୟକ୍ତି ତାହାର ବିଗ୍ଭର ହେଲାବେଳେ ନିର୍ଭୟରେ ଠିଆ ହେବ।
10 ଛୋଟ ଛୋଟ ବିଷୟରେ ଯଦି ଜଣକୁ ବିଶ୍ୱାସ କରାଯାଇ ପାରିବ, ତେବେ ତାକୁ ବଡ଼ ବିଷୟ ଗୁଡ଼ିକ ପାଇଁ ମଧ୍ୟ ବିଶ୍ୱାସ କରାଯାଇ ପାରିବ। ଅଳ୍ପ ଜିନିଷ ପାଇଁ ଯଦି ଜଣେ ଅସାଧୁ ହୋଇଯାଏ ତେବେ ସେ ଅଧିକ ଜିନିଷ ପାଇଁ ମଧ୍ୟ ଆସାଧୁ ହୋଇଯିବା 11 ତୁମ୍ଭେମାନେ ଯଦି ସାଂସାରିକ ସମ୍ପତ୍ତି ପାଇଁ ବିଶ୍ୱାସ ଯୋଗ୍ୟ ବୋଲି ପ୍ରମାଣିତ ହୋଇ ପାରିବ ନାହିଁ, ତେବେ ତୁମ୍ଭମାନଙ୍କୁ ସତ୍ୟ ସମ୍ପତ୍ତି ପାଇଁ କିଏ ବିଶ୍ୱାସ କରିବ? 12 ତୁମ୍ଭେମାନେ ଯଦି ଅନ୍ୟ କାହାର ଜିନିଷ ରଖିବା ପାଇଁ ବିଶ୍ୱାସ ଯୋଗ୍ୟ ବୋଲି ପ୍ରମାଣିତ ହୋଇ ନାହଁ, ତେବେ ତୁମ୍ଭମାନଙ୍କ ନିଜ ଜିନିଷ ମଧ୍ୟ ତୁମ୍ଭମାନଙ୍କୁ ଦିଆ ଯିବ ନାହିଁ।
13 “ଜଣେ ସେବକ ଏକା ସଙ୍ଗରେ ଦୁଇଜଣ ମାଲିକଙ୍କ ସେବା କରି ପାରିବ ନାହିଁ। ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ଶ୍ରଦ୍ଧା କରିବ। କିମ୍ବା ସେ ଜଣକ ପ୍ରତି ବିଶ୍ୱସ୍ତ ରହିବ ଓ ଅନ୍ୟ ଜଣକୁ ବେଖାତିରି କରିବ। ତୁମ୍ଭେମାନେ ଏକା ବେଳେ ପରମେଶ୍ୱର ଓ ଧନ ଦୁହିଁଙ୍କ ସେବା କରି ପାରିବ ନାହିଁ।”
ପରମେଶ୍ୱରଙ୍କ ବିଧାନ ଅଟଳ(A)
14 ଫାରୂଶୀମାନେ ଏହିସବୁ କଥା ଶୁଣୁଥିଲେ। ଫାରୂଶୀମାନେ ନିଜ ଟଙ୍କାକୁ ଭଲ ପାଉଥିବାରୁ ଯୀଶୁଙ୍କୁ ସମାଲୋଚନା କଲେ। 15 ଯୀଶୁ ଫାରୂଶୀମାନଙ୍କୁ କହିଲେ, “ଲୋକଙ୍କ ଆଗରେ ତୁମ୍ଭେମାନେ ନିଜକୁ ଭଲ ବୋଲି ଦେଖେଇ ହେଉଛ। କିନ୍ତୁ ତୁମ୍ଭମାନଙ୍କ ହୃଦୟରେ ପ୍ରକୃତରେ କ’ଣ ଅଛି, ତାହା ପରମେଶ୍ୱର ଜାଣନ୍ତି। ଯେଉଁସବୁ ବିଷୟକୁ ଲୋକମାନେ ବହୁତ ମୂଲ୍ୟବାନ୍ ବୋଲି ମନେ କରିଥା’ନ୍ତି, ତାହା ପରମେଶ୍ୱରଙ୍କ ଦୃଷ୍ଟିରେ ମୂଲ୍ୟ ହୀନ।
16 “ମୋଶାଙ୍କ ନିୟମ ଓ ଭବିଷ୍ୟଦ୍ବକ୍ତାମାନଙ୍କ ଲେଖା ଅନୁସାରେ ଲୋକମାନେ ଜୀବନଯାପନ କରନ୍ତୁ ବୋଲି ପରମେଶ୍ୱର ଗ୍ଭହିଁଲେ। କିନ୍ତୁ ବାପ୍ତିଜକ ଯୋହନ ଆସିବା ପରଠାରୁ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ଅନେକ ଲୋକ ଅକ୍ଳାନ୍ତ ଚେଷ୍ଟା କରୁଛନ୍ତି। 17 ସ୍ୱର୍ଗ ଓ ପୃଥିବୀର ଧ୍ୱଂସ ହୁଏତ ସହଜରେ ହୋଇଯିବ, ମାତ୍ର ବ୍ୟବସ୍ଥାର କ୍ଷୁଦ୍ରତମ ଅଂଶ ସୁଦ୍ଧା ପରିବର୍ତ୍ତିତ ହେବ ନାହିଁ।
ଛାଡ଼ପତ୍ର ଓ ପୂର୍ଣ୍ଣବିବାହ
18 “ଯଦି ଜଣେ ପୁରୁଷ ନିଜ ପତ୍ନୀକୁ ଛାଡ଼ପତ୍ର ଦେଇ ଅନ୍ୟ ଜଣେ ସ୍ତ୍ରୀକୁ ବିବାହକରେ ତେବେ ସେହି ପୁରୁଷଟି ବ୍ୟଭିଗ୍ଭର ପାପରେ ଦୋଷୀ ସାବ୍ୟସ୍ତ ହେବ। ଏବଂ ଯେଉଁ ପୁରୁଷ ଜଣେ ପରିତ୍ୟକ୍ତା ସ୍ତ୍ରୀକୁ ବିବାହକରେ, ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହେବ।”
2010 by World Bible Translation Center