Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 61-62

ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଏକ ଗୀତ।

61 ପରମେଶ୍ୱର, ସାହାଯ୍ୟ ପାଇଁ ମୋର କ୍ରନ୍ଦନ ଶୁଣ।
    ମୋର ପ୍ରାର୍ଥନାରେ ମନୋଯୋଗ କର।
ମୁଁ ଯେତେବେଳେ ଭୟଭୀତ ହୁଏ,
    ପୃଥିବୀର ଶେଷ ପ୍ରାନ୍ତରୁ ମୁଁ ତୁମ୍ଭକୁ ଡାକେ।
ତୁମ୍ଭେ ମୋତେ ଉଚ୍ଚସ୍ଥାନରେ ଥିବା
    ନିରାପଦ ସ୍ଥାନକୁ ନେଇଯାଅ।
ତୁମ୍ଭେ ମୋର ନିରାପଦ ଆଶ୍ରୟସ୍ଥଳୀ!
    ମୋର ଶତ୍ରୁମାନଙ୍କ କବଳରୁ ରକ୍ଷା କରୁଥିବା ତୁମ୍ଭେ ହିଁ ମୋର ଉଚ୍ଚ ଦୁର୍ଗ।
ମୁଁ ଚିରଦିନ ତୁମ୍ଭ ତମ୍ବୁରେ ବାସ କରିବାକୁ ଗ୍ଭହେଁ।
    ମୁଁ ତୁମ୍ଭ ପକ୍ଷର ଛାୟାରେ ଆଶ୍ରୟ ନେବି।

ହେ ପରମେଶ୍ୱର, ତୁମ୍ଭେ ଶୁଣିଛ ମୁଁ ତୁମ୍ଭକୁ କ’ଣ ଦେବା ପାଇଁ ପ୍ରତିଜ୍ଞା କରିଛି।
    ଯେଉଁମାନେ ତୁମ୍ଭକୁ ସମ୍ମାନ କରନ୍ତି, ସେମାନଙ୍କୁ ସର୍ବଦା ତୁମ୍ଭେ ଯାହା ଦିଅ, ତାହା ତୁମ୍ଭେ ମୋତେ ଦେଲ।
ତୁମ୍ଭେ ରାଜାଙ୍କୁ ଦୀର୍ଘ ଜୀବନ ପ୍ରଦାନ କର।
    ତାଙ୍କୁ ଚିରଦିନ ପାଇଁ ବଞ୍ଚିବାକୁ ଦିଅ।
ସେ ପରମେଶ୍ୱରଙ୍କ ଆଶୀର୍ବାଦରେ ଚିରଦିନ ବାସ କରିବେ।
    ଆପଣାର ସତ୍ୟତା ଓ ସ୍ନେହପୂର୍ଣ୍ଣ କରୁଣାନୁସାରେ ତାଙ୍କୁ ରକ୍ଷା କର।
ଏବଂ ମୁଁ ସର୍ବଦା ତୁମ୍ଭ ନାମର ପ୍ରଶଂସା ଗାନ କରିବି
    ଓ ପ୍ରତ୍ୟେକ ଦିନ, ମୁଁ ମୋର ପ୍ରତିଜ୍ଞା ପାଳନ କରିବି।

ପ୍ରଧାନ ବାଦ୍ୟକର ପାଇଁ ଯିଦୁଥୂନର ରୀତିନୁସାରେ ଦାଉଦଙ୍କର ଗୀତ।

62 ହଁ, ମୋର ହୃଦୟ ଶାନ୍ତ ଭାବରେ ପରମେଶ୍ୱରଙ୍କ ଅପେକ୍ଷା କରେ।
    ମୋର ପରିତ୍ରାଣ ତାଙ୍କଠାରୁ ଆସେ।
ହଁ, ପରମେଶ୍ୱର ମୋର ଶୈଳ ଯିଏ ମୋତେ ନିରାପଦ ରଖନ୍ତି।
    ପରମେଶ୍ୱର ହେଉଛନ୍ତି ଉଚ୍ଚ ପର୍ବତରେ ଥିବା ମୋର ଦୁର୍ଗ।
    ମୁଁ ଧ୍ୱଂସରୁ ନିରାପଦ ରହିବି।

କେତେକାଳ ପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆକ୍ରମଣ କରିବ
    ଓ ହତ୍ୟା କରିବାକୁ ଚେଷ୍ଟା କରିବ?
ମୁଁ ଗୋଟିଏ ନଇଁ ପଡ଼ିଥିବା କାନ୍ଥ ଓ ଟଳମଳ ପ୍ରାଚୀର ତୁଲ୍ୟ।
    ମୁଁ ଜଣେ ଉଚ୍ଚ ପଦାଧିକାରୀ ତଥାପି ଲୋକମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।
ମୋର ପ୍ରଭାବଶାଳୀ ପଦବୀ ସଂପନ୍ନ ବ୍ୟକ୍ତିମାନେ
    ମୋତେ ତଳକୁ ଆଣିବା ପାଇଁ ଯୋଜନା କରନ୍ତି।
ସେମାନେ ମୋ’ ବିଷୟରେ ମିଥ୍ୟା କଥା କହି ଆନନ୍ଦିତ ହୁଅନ୍ତି।
    ସେମାନେ ସର୍ବସାଧାରଣରେ ମୋର ବିଷୟରେ ଭଲ କହନ୍ତି,
    କିନ୍ତୁ ଅନ୍ତରରେ ଅଭିଶାପ ଦିଅନ୍ତି।

ହେ ମୋର ପ୍ରାଣ, ସତରେ ଶାନ୍ତ ଭାବରେ ପରମେଶ୍ୱରଙ୍କୁ ଅପେକ୍ଷା କର।
    କାରଣ ତାଙ୍କଠାରୁ ମୋର ଆଶା ଆସେ।
ହଁ, ସତରେ ପରମେଶ୍ୱର ହେଉଛନ୍ତି ମୋର ଶୈଳ, ଯିଏକି ମୋତେ ସୁରକ୍ଷିତ ରଖନ୍ତି।
    ପରମେଶ୍ୱର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମୋର ଦୁର୍ଗ।
    ମୁଁ ଧ୍ୱଂସରୁ ନିରାପଦ ରହିବି।
ମୋର ଗୌରବ ଓ ବିଜୟ ପରମେଶ୍ୱରଙ୍କଠାରୁ ଆସେ।
    ପରମେଶ୍ୱର ହିଁ ମୋର ନିରାପଦ ସ୍ଥାନ, ସେ ମୋର ଦୃଢ଼ ଦୁର୍ଗ।
ହେ ଲୋକମାନେ! ସବୁକାଳେ ପରମେଶ୍ୱରଙ୍କଠାରେ ନିର୍ଭର କର।
    ପରମେଶ୍ୱରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ।
    ପରମେଶ୍ୱର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରୟସ୍ଥଳ।

ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ।
    ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ।
ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି,
    ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।
10 ଦୌରାତ୍ମ୍ୟରେ ଭରସା କର ନାହିଁ।
    ଗ୍ଭେରି କରି ଲାଭ କରିବାର ଚିନ୍ତା କର ନାହିଁ,
ଏବଂ ଯଦି ତୁମ୍ଭେ ଧନୀ ହେଲେ
    ତୁମ୍ଭର ଧନ ତୁମ୍ଭକୁ ସାହାଯ୍ୟ କରିବ ବୋଲି ଆଶା କର ନାହିଁ।
11 ପରମେଶ୍ୱର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି:
    “ପରମେଶ୍ୱର ବଳବାନ୍ ଅଟନ୍ତି।”

12 ହେ ମୋର ପ୍ରଭୁ, ତୁମ୍ଭର ପ୍ରେମ ହିଁ ପ୍ରକୃତ।
    ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।

ଗୀତସଂହିତା 68

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗାନାର୍ଥକ ଗୀତ।

68 ପରମେଶ୍ୱର ଉଠ ଏବଂ ତାଙ୍କର ଶତ୍ରୁଗଣଙ୍କୁ ଛିନ୍ନଭିନ୍ନ କର।
    ସମସ୍ତ ଶତ୍ରୁ ତାଙ୍କଠାରୁ ପଳାଇ ଯାଆନ୍ତୁ।
ଯେମିତି ପବନ ଦ୍ୱାରା ଧୂଆଁ ବିଚ୍ଛୁରିତ ହୁଏ,
    ସେହିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ।
ଯେପରି ନିଆଁରେ ମହମ ତରଳି ଯାଏ,
    ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ।
ପରମେଶ୍ୱରଙ୍କ ସହିତ ଧାର୍ମିକ ଲୋକମାନେ ଖୁସୀ ହୁଅନ୍ତି
    ଓ ଧାର୍ମିକ ଲୋକମାନେ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦିତ ହୁଅନ୍ତି, ସେମାନେ ଆନନ୍ଦର ସହିତ ପାଳନ କରନ୍ତି।
ପରମେଶ୍ୱରଙ୍କ ନିମନ୍ତେ ସଙ୍ଗୀତ ଗାନ କର, ତାଙ୍କର ନାମର ଗୁଣଗାନ କର।
    ପରମେଶ୍ୱରଙ୍କର ପ୍ରଶଂସା ହେଉ।
ଯିଏ ମେଘ ଉପରେ ଆରୋହଣ କରନ୍ତି,
    ତାଙ୍କ ଆଗରେ ଆନନ୍ଦିତ ହୁଅ।
ତାଙ୍କର ପବିତ୍ର ମନ୍ଦିରରେ ପରମେଶ୍ୱର ଅନାଥମାନଙ୍କର ନାଥ
    ଏବଂ ସେ ବିଧବାମାନଙ୍କୁ ସୁରକ୍ଷା କରନ୍ତି।
ଯିଏ ପରିବାରରେ ଏକାକୀ ଥାଏ, ପରମେଶ୍ୱର ଲୋକ ପଠାନ୍ତି,
    ଏପରିକି ଏକାକୀ ଲୋକଙ୍କୁ ପରମେଶ୍ୱର ଆନନ୍ଦ ଦିଅନ୍ତି ଓ ବନ୍ଦୀମାନଙ୍କୁ ବନ୍ଧନରୁ ମୁକ୍ତ କରନ୍ତି।
    କିନ୍ତୁ ଯିଏ ପରମେଶ୍ୱରଙ୍କର ବିରୋଧ ହୁଏ, ସେମାନଙ୍କୁ ଶୁଷ୍କ ଭୂମିରେ ରହିବାକୁ ପଡ଼େ।

ହେ ପରମେଶ୍ୱର, ତୁମ୍ଭେ ଆପଣା ଭକ୍ତମାନଙ୍କୁ ମିଶରରୁ ବାହାର କରି ଆଣିଲ
    ଏବଂ ପାଦରେ ଚଲାଇ ମରୁଭୂମିକୁ ପାର କରାଇଲ।
ସୀନୟ ପରମେଶ୍ୱରଙ୍କର! ଇସ୍ରାଏଲର ପରମେଶ୍ୱର!
    ତୁମ୍ଭ କାରଣରୁ ପୃଥିବୀ କମ୍ପିତ ହେଲା ଓ ଆକାଶ ମେଘ ବୃଷ୍ଟି କଲା।
ହେ ପରମେଶ୍ୱର! ତୁମ୍ଭେ ବର୍ଷାକୁ ପଠାଇଲ
    ଏବଂ ପୁରୁଣା ଓ ଦୁର୍ବଳ ଧରିତ୍ରୀକୁ ତୁମ୍ଭେ ପୁଣି ସତେଜ କଲ।
10 ତୁମ୍ଭର ଲୋକମାନେ ସେଠାରେ ବାସ କଲେ।
    ହେ ପରମେଶ୍ୱର, ସେଠାରେ ଗରିବ ଲୋକମାନଙ୍କୁ ତୁମ୍ଭେ ଉତ୍ତମ ବସ୍ତୁ ଦେଇଅଛ।
11 ତୁମ୍ଭର ଲୋକମାନେ ଉତ୍ତମ ଖବର
    ଘୋଷଣା କରିବାକୁ ବାହାରି ଗଲେ।
12 “ବଳଶାଳୀ ରାଜାମାନଙ୍କର ସୈନ୍ୟମାନେ ଏଣେତେଣେ ଦୌଡ଼ି ପଳାଇଲେ।
    ଗୃହରେ ଥିବା ସ୍ତ୍ରୀ ଲୋକମାନେ ସୈନ୍ୟମାନଙ୍କର ଅତ୍ୟାଗ୍ଭର ସହିଲେ।
13 ଘରେ ରହୁଥିବା ଲୋକମାନେ ମଧ୍ୟ ଧନ ଭାଗ ପାଇବେ।
    ସେମାନେ ରୌପ୍ୟ ମଣ୍ଡିତ କପୋତର ଡେଣା ପାଇବେ।
    ସେମାନେ ସୁବର୍ଣ୍ଣରେ ଝଲମଲ କରୁଥିବା ଡେଣା ପାଇବେ।”

14 ପରମେଶ୍ୱର ଯେତେବେଳେ ସଲମୋନା ପର୍ବତରେ ଶତ୍ରୁ ରାଜାମାନଙ୍କୁ ଛିନ୍ନଛତ୍ର କଲେ।
    ସେମାନେ ବରଫପାତ ପରି ଛିନ୍ନଛତ୍ର ହେଲେ।
15 ବାଶନ ପର୍ବତ ମହାନ ପର୍ବତ ଅଟେ,
    ଯାହାର ବୃହତ ଶୃଙ୍ଗ ଅଛି।
16 ବାଶନ ପର୍ବତ, ତୁମ୍ଭେ କାହିଁକି ସିୟୋନ ପର୍ବତକୁ ଈର୍ଷା ଦୃଷ୍ଟିରେ ଦେଖୁଛ?
    ପରମେଶ୍ୱର ଏହାକୁ ପ୍ରେମ କରନ୍ତି।
    ପରମେଶ୍ୱର ଏହାକୁ ସେଠାରେ ଚିରଦିନ ରହିବା ପାଇଁ ମନୋନୀତ କରିଛନ୍ତି।
17 ପରମେଶ୍ୱରଙ୍କର ଅୟୁତ ଅୟୁତ ଓ ଲକ୍ଷ ଲକ୍ଷ ରଥ ଅଛି।
    ସଦାପ୍ରଭୁ ସିୟୋନ ପର୍ବତରୁ ତାଙ୍କର ପବିତ୍ର ସ୍ଥାନକୁ ଆସିଲେ।
18 ସେ ଉଚ୍ଚ ପର୍ବତ ପର୍ଯ୍ୟନ୍ତ ଗଲେ,
    ସେ ବହୁତ ନିର୍ବାସିତମାନଙ୍କୁ ଆଗେଇ ନେଲେ
ଏବଂ ଯଥେଷ୍ଟ ଉପହାରସବୁ ଗ୍ରହଣ କଲେ।
    ସେମାନଙ୍କଠାରୁ ଯେଉଁ ଲୋକମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ।
    ସଦାପ୍ରଭୁ ପରମେଶ୍ୱର ସେମାନଙ୍କ ମଧ୍ୟରେ ବାସ କରିବେ।
19 ସଦାପ୍ରଭୁଙ୍କର ପ୍ରଶଂସା କର।
    ପରମେଶ୍ୱର ଯିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି,
    ପ୍ରତିଦିନ ଆଶୀର୍ବାଦ ସଂଗ୍ରହ କରି ଦିଅନ୍ତି।

20 ଆମ୍ଭର ପରମେଶ୍ୱର ହେଉଛନ୍ତି ପରମେଶ୍ୱର ଯିଏକି ରକ୍ଷା କରନ୍ତି।
    ଆମ୍ଭମାନଙ୍କର ସଦାପ୍ରଭୁ ମୃତ୍ୟୁଠାରୁ ରକ୍ଷା କରନ୍ତି।
21 ପରମେଶ୍ୱର ତାଙ୍କର ଶତ୍ରୁମାନଙ୍କର ମସ୍ତକକୁ ଚୂର୍ଣ୍ଣ କରିବେ।
    ସେ ସେମାନଙ୍କର ଖପୁରୀକୁ ଚୂର୍ଣ୍ଣ କରିବେ, ଯେଉଁମାନେ କ୍ରମାଗତ ପାପ କରନ୍ତି।
22 ମୋର ପ୍ରଭୁ କହିଲେ, “ମୋର ଶତ୍ରୁଗଣ ହୁଏତ ବାଶନ ପର୍ବତକୁ ଅଥବା ଭୂମଧ୍ୟସାଗରର ଗଭୀରକୁ ପଳାଇ ଯାଇପାରନ୍ତି।
    କିନ୍ତୁ ମୁଁ ସେମାନଙ୍କୁ ଅକ୍ତିଆର କରିବି ଏବଂ ସେମାନଙ୍କୁ ଫେରାଇ ଆଣିବି।
23 ଯାହା ଫଳରେ ତୁମ୍ଭେ ସେମାନଙ୍କ ରକ୍ତରେ ଗ୍ଭଲିପାରିବ।
    ତୁମ୍ଭମାନଙ୍କର କୁକୁରଗୁଡ଼ିକ ସେମାନଙ୍କର ରକ୍ତ ଗ୍ଭଟି ପାରିବେ।”

24 ପରମେଶ୍ୱର, ତୁମ୍ଭେ ବିଜୟ ପଥର ନେତୃତ୍ୱ ନେବାର ଲୋକମାନେ ଦେଖୁଛନ୍ତି।
    ସେମାନେ ମୋର ପରମେଶ୍ୱର, ମୋର ରାଜା, ତାଙ୍କର ପବିତ୍ର ସ୍ଥାନ ନିକଟକୁ ଯାଉଥିବାର ଦେଖନ୍ତି।
25 ଆଗେ ଆଗେ ଗାୟକମାନଙ୍କର ମଣ୍ଡଳୀ ଯାଉଛନ୍ତି।
    ପଛେ ପଛେ ବାଦ୍ୟକାରମାନଙ୍କର ମଣ୍ଡଳୀ ଆସୁଛନ୍ତି ଏବଂ ମଝିରେ କୁମାରୀ କନ୍ୟାଗଣ ତମ୍ବୁରା ବଜାଉଛନ୍ତି।
26 ପରମେଶ୍ୱରଙ୍କର ପ୍ରଶଂସା ଜନସମାଗମ ମଧ୍ୟରେ କର।
    ଇସ୍ରାଏଲ ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ଗୁଣ ଗାଅ।
27 ସେଠାରେ ଏକ ଛୋଟିଆ ଗୋଷ୍ଠୀ ଅଛି।
    ବିନ୍ୟାମୀନ ସେମାନଙ୍କର ନେତୃତ୍ୱ କରୁଛନ୍ତି।
ବହୁତ ଭିଡ଼ ଏବଂ ଯିହୁଦାର ଏକ ପ୍ରଧାନ ସେଠାରେ ଅଛନ୍ତି।
    ସବୁଲୁନ୍ ଓ ନପ୍ତାଲିର ନେତାମାନେ ସେଠାରେ ଅଛନ୍ତି।

28 ହେ ପରମେଶ୍ୱର, ଆମ୍ଭକୁ ଆପଣାର ଶକ୍ତି ଦେଖାଅ,
    ଯାହାର ଉପଭୋଗ ତୁମ୍ଭେ ଆମ୍ଭ ପାଇଁ ବିତିଯାଇଥିବା ଦିନରେ କରିଥିଲ।
29 ହେ ପରମେଶ୍ୱର, ତୁମ୍ଭର ଯିରୁଶାଲମସ୍ଥ ମନ୍ଦିରରୁ
    ରାଜାମାନେ ତୁମ୍ଭ ନିକଟକୁ ଉପହାର ଆଣିବାର ତୁମ୍ଭେ ଦେଖିବ।
30 ନଳବଣର ସେହି “ବନ୍ୟ ପଶୁଗୁଡ଼ିକୁ” [a] ଦଣ୍ଡ ଦିଅ।
    ସେହି ଜାତିଗୁଡ଼ିକର “ଷଣ୍ଢଗୁଡ଼ିକୁ” ଓ “ଗାଈଗୁଡ଼ିକୁ” [b] ଆଦେଶ ମାନିବାକୁ ପ୍ରସ୍ତୁତ କରାଅ।
ତୁମ୍ଭେ ସେହି ଜାତିଗୁଡ଼ିକୁ ଯୁଦ୍ଧରେ ହରାଇଥିଲ।
    ବର୍ତ୍ତମାନ ସେହି ଲୋକମାନଙ୍କୁ ତୁମ୍ଭ ପାଇଁ ରୂପା ଆଣିବେ।
ସେହି ଜାତିମାନଙ୍କୁ ବିକ୍ଷିପ୍ତ କର,
    ଯେଉଁମାନେ ଯୁଦ୍ଧକୁ ଭଲ ପାଆନ୍ତି।
31 ମିଶରୀୟମାନଙ୍କୁ ମୂଲ୍ୟବାନ ପିତ୍ତଳର ଉପହାରଗୁଡ଼ିକ ଆଣିବାକୁ ଆଜ୍ଞା କରାଅ।
    ପରମେଶ୍ୱର, ଇଥିଓପିଆର ଲୋକମାନଙ୍କୁ ଉପହାରଗୁଡ଼ିକ ତୁମ୍ଭ ନିକଟକୁ ଆଣିବାକୁ ଚଞ୍ଚଳ କରାଅ।
32 ହେ ଧରଣୀର ରାଜ୍ୟଗୁଡ଼ିକ, ପରମେଶ୍ୱରଙ୍କ ପାଇଁ ଗୀତ ଗାନ କର।
    ଆମ୍ଭର ପ୍ରଭୁଙ୍କୁ ପ୍ରଶଂସା ଗାନ କର।

33 ପରମେଶ୍ୱରଙ୍କ ପାଇଁ ଗାଅ।
    ସେ ରଥ ଉପରେ ଚଢ଼ି ମହାକାଶରୁ ବାହାରି ଆସନ୍ତି।
    ତୁମ୍ଭେ ତାଙ୍କର ଗୁରୁ ଗମ୍ଭୀର ସ୍ୱରକୁ ଶୁଣ।
34 ଘୋଷଣା କର ଯେ, ପରମେଶ୍ୱର ଶକ୍ତିଶାଳୀ ଅଟନ୍ତି।
    ସେ ଇସ୍ରାଏଲ ଉପରେ ରାଜତ୍ୱ କରନ୍ତି
    ଏବଂ ଆକାଶରେ ତାଙ୍କର ଶକ୍ତି ପ୍ରଦର୍ଶିତ ହୁଏ।
35 ପରମେଶ୍ୱର, ତୁମ୍ଭେ ଆପଣା ମନ୍ଦିରରେ ଭକ୍ତିର ଉତ୍ସ।
    ଇସ୍ରାଏଲର ପରମେଶ୍ୱର ଲୋକମାନଙ୍କୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତି।

ପରମେଶ୍ୱରଙ୍କର ପ୍ରଶଂସା ଗୁଣଗାନ କର।

Error: Book name not found: Sir for the version: Odia Holy Bible: Easy-to-Read Version
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:14-15:8

ପୃଥିବୀରୁ ଶସ୍ୟ କଟା ହେବ

14 ତା’ପରେ ମୁଁ ଦେଖିଲି, ମୋ’ ସମ୍ମୁଖରେ ଗୋଟିଏ ଧଳା ମେଘ ଥିଲା। ସେହି ମେଘ ଉପରେ ମନୁଷ୍ୟପୁତ୍ରଙ୍କ ପରି ଜଣେ ବ୍ୟକ୍ତି ବସିଥିଲେ। ତାହାଙ୍କ ମୁଣ୍ଡରେ ଗୋଟିଏ ସୁନାର ମୁକୁଟ ଓ ହାତରେ ଗୋଟିଏ ମୁନିଆ ଦାଆ ଥିଲା। 15 ତା’ପରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ଆସିଲେ। ସେ ମେଘ ଉପରେ ବସିଥିବା ବ୍ୟକ୍ତିଙ୍କୁ ଡାକି କହିଲେ, “ଦାଆ ଲଗାଇ ଶସ୍ୟ ଅମଳ କର, କାରଣ ଶସ୍ୟ ଅମଳର ସମୟ ହୋଇ ଗଲାଣି। ପୃଥିବୀର ଫଳ ପାଚିଗଲାଣି।” 16 ତେଣୁ ମେଘ ଉପରେ ଯିଏ ବସିଥିଲେ, ସେ ପୃଥିବୀର ଶସ୍ୟରେ ଦାଆ ଲଗାଇଲେ। ଏହିପରି ପୃଥିବୀର ଶସ୍ୟ କଟାଗଲା।

17 ତା’ପରେ ଆଉ ଜଣେ ସ୍ୱର୍ଗ ଦୂତ ସ୍ୱର୍ଗର ମନ୍ଦିର ଭିତରୁ ଆସିଲେ। ତାହାଙ୍କର ମଧ୍ୟ ଗୋଟିଏ ଧାରୁଆ ଦାଆ ଥିଲା। 18 ତା’ପରେ ଆଉ ଜଣେ ସ୍ୱର୍ଗଦୂତ ବେଦୀରୁ ଆସିଲେ। ସେହି ଦୂତଙ୍କର ଅଗ୍ନି ଉପରେ କ୍ଷମତା ଥିଲା। ସେ ଧାରୁଆ ଦାଆ ଧରିଥିବା ଦୂତଙ୍କୁ ଉଚ୍ଚସ୍ୱରରେ ଡାକି କହିଲେ, “ପୃଥିବୀର ଅଙ୍ଗୁର ପେନ୍ଥାଗୁଡ଼ିକ ଦାଆ ବ୍ୟବହାର କରି କାଟି ପକାଅ, କାରଣ ଦ୍ରାକ୍ଷା ପାଚିଗଲାଣି।” 19 ତା’ପରେ ସ୍ୱର୍ଗଦୂତ ପୃଥିବୀ ଉପରେ ନିଜର ଦାଆ ବୁଲାଇଲେ ଓ ପୃଥିବୀରୁ ଦ୍ରାକ୍ଷାଗୁଡ଼ିକୁ ଏକାଠି କଲେ। ସେ ପରମେଶ୍ୱରଙ୍କର କ୍ରୋଧ ରୂପ ଦ୍ରାକ୍ଷାପେଷା କୁଣ୍ଡରେ ସେଗୁଡ଼ିକୁ ପକାଇ ଦେଲେ। 20 ନଗର ବାହାରେ ଦ୍ରାକ୍ଷା ଫଳ ସବୁ ସେହି ଦ୍ରାକ୍ଷାପେଷା କୁଣ୍ଡରେ ଚିପୁଡ଼ା ହେଲା। ସେହି ଦ୍ରାକ୍ଷାକୁଣ୍ଡରୁ ରକ୍ତ ବୋହିଲା। ଏହା ଘୋଡ଼ାମାନଙ୍କ ଲଗାମ ପର୍ଯ୍ୟନ୍ତ ଉପରକୁ ଉଠି 300 କିଲୋମିଟର ପର୍ଯ୍ୟନ୍ତ ରକ୍ତ ସ୍ରୋତ ହୋଇ ବହିବାରେ ଲାଗିଲା।

ଦୂତଙ୍କର ଶେଷ ମହାମାରୀ

15 ଏହା ପରେ ମୁଁ ସ୍ୱର୍ଗରେ ଗୋଟିଏ ବଡ଼ ଓ ଆଶ୍ଚର୍ଯ୍ୟ ଜନକ ଲକ୍ଷଣ ଦେଖିଲି। ସେଠାରେ ସାତ ଜଣ ଦୂତ ସେମାନଙ୍କ ହାତରେ ସାତୋଟି ଶେଷ ମହାମାରୀ ଧରିଥିଲେ। ଏହା ଘଟିବା ପରେ ପରମେଶ୍ୱରଙ୍କ କ୍ରୋଧର ସମାପ୍ତି ଘଟିବ।

ମୁଁ ମୋ’ ସାମନାରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସେହି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ୟା ଉପରେ ଜୟଲାଭ କରିଥିଲେ, ସେମାନଙ୍କୁ ସେହି ସମୁଦ୍ର କୂଳରେ ଠିଆ ହେବାର ଦେଖିଲି। ସେମାନଙ୍କ ହାତରେ ପରମେଶ୍ୱର ଦେଇଥିବା ବୀଣା ଥିଲା। ସେମାନେ ପରମେଶ୍ୱରଙ୍କର ସେବକ ମୋଶାଙ୍କର ଓ ମେଷଶାବକଙ୍କର ଗୀତ ବୋଲୁଥିଲେ:

“ହେ ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର!
    ତୁମ୍ଭର କାର୍ଯ୍ୟଗୁଡ଼ିକ ମହାନ ଓ ଆଶ୍ଚର୍ଯ୍ୟପୂର୍ଣ୍ଣ
ହେ ଜାତି ସମୂହର ରାଜା,
    ତୁମ୍ଭର ପଥଗୁଡ଼ିକ ନ୍ୟାୟସଙ୍ଗତ ଓ ସତ୍ୟ।
ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ?
    ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ।
    କାରଣ କେବଳ ତୁମ୍ଭେ ହିଁ ପବିତ୍ର;
ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ।
    କାରଣ ତୁମ୍ଭେ ହିଁ ନ୍ୟାୟବନ୍ତ ଏହା ଜଗତେ ବିଦିତ।”

ଏହା ପରେ ମୁଁ ସ୍ୱର୍ଗରେ ପରମେଶ୍ୱରଙ୍କ ଉପସ୍ଥିତିର ପବିତ୍ର ସ୍ଥାନର ମନ୍ଦିର ଖୋଲା ହେବାବାର ଦେଖିଲି। ସେହି ମନ୍ଦିର ଭିତରୁ ସାତ ଜଣ ଦୂତ ସାତୋଟି ମହାମାରୀଗୁଡ଼ିକୁ ଧରି ବାହାରି ଆସିଲେ। ସେମାନେ ଶୁଦ୍ଧ, ଉଜ୍ଜ୍ୱଳ, ମସୀନା, ଶୁଭ୍ର ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ବକ୍ଷରେ ସୁବର୍ଣ୍ଣ ବନ୍ଧନୀ ଥିଲା। ତା’ପରେ ଗ୍ଭରି ଜୀବିତ ପ୍ରାଣୀମାନଙ୍କ ମଧ୍ୟରୁ ଜଣେ ପ୍ରାଣୀ ସାତ ଦୂତଙ୍କୁ ସାତୋଟି ସୁବର୍ଣ୍ଣ ପାତ୍ର ଦେଲେ। ସେହି ପାତ୍ର ନିତ୍ୟଜୀବୀ ପରମେଶ୍ୱରଙ୍କର କ୍ରୋଧରେ ପରିପୂର୍ଣ୍ଣ ଥିଲା। ସେହି ମନ୍ଦିର ପରମେଶ୍ୱରଙ୍କ ଗୌରବ ଓ କ୍ଷମତାର ଧୂଆଁରେ ଭର୍ତ୍ତି ହୋଇଗଲା। ସାତ ଜଣ ଦୂତଙ୍କର ସାତୋଟି ମହାମାରୀ ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ଲୋକ ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ।

ଲୂକ ଲିଖିତ ସୁସମାଗ୍ଭର 13:1-9

ହୃଦୟ ପରିବର୍ତ୍ତନ କର

13 ସେତେବେଳେ ଯୀଶୁଙ୍କ ପାଖରେ କେତେକ ଲୋକ ଥିଲେ। ଗାଲିଲୀର କେତେକ ଲୋକଙ୍କର ଯାହା ଘଟିଥିଲା, ସେହି ବିଷୟରେ ସେମାନେ ଯୀଶୁଙ୍କୁ କହିଲେ। ସେମାନେ ଉପାସନା କରୁଥିବା ସମୟରେ ପୀଲାତ [a] ସେହି ଲୋକମାନଙ୍କୁ ହତ୍ୟା କରିଥିଲେ, ଓ ବଳିପଶୁମାନଙ୍କ ରକ୍ତ ସହିତ ସେମାନଙ୍କ ରକ୍ତକୁ ମିଶାଇଥିଲେ। ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କ’ଣ ଭାବୁଛ ଯେ ଏହି ଲୋକମାନେ ଗାଲିଲୀର ସବଠାରୁ ଅଧିକ ପାପୀ ଥିଲେ ବୋଲି ସେମାନଙ୍କୁ ଏ ଦଶା ଭୋଗିବାକୁ ପଡ଼ିଲା? ନା, ସେମାନେ ତାହା ନ ଥିଲେ। କିନ୍ତୁ ତୁମ୍ଭେମାନେ ଯଦି ତୁମ୍ଭର ହୃଦୟ ଓ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ନ ଆଣିବ ତେବେ ତୁମ୍ଭେମାନେ ମଧ୍ୟ ସେହି ଲୋକମାନଙ୍କ ଭଳି ଧ୍ୱଂସ ପାଇଯିବ। ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ଭାଙ୍ଗି ପଡ଼ିଲା, ତୁମ୍ଭେମାନେ କ’ଣ ଭାବୁଛ ଯେ ସେମାନେ ଯିରୁଶାଲମରେ ରହୁଥିବା ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ? ନା, ସେମାନେ ତା’ ନ ଥିଲେ। ମୁଁ କିନ୍ତୁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଯଦି ତୁମ୍ଭମାନଙ୍କର ହୃଦୟ ଓ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ନ ଆଣିବ, ତେବେ ତୁମ୍ଭେମାନେ ସବୁ ବିନଷ୍ଟ ହେବ।”

ଅଦରକାରୀ ଗଛ

ଯୀଶୁ ପୁଣି ଏହି ଦୃଷ୍ଟାନ୍ତଟି କହିଲେ, “କୌଣସି ଗୋଟିଏ ଲୋକ ତା ବଗିଗ୍ଭରେ ଡିମ୍ବିରିଗଛଟିଏ ଲଗାଇଥିଲା। ଗଛରେ ଫଳ ଆସିଛି କି ନାହିଁ ତାହା ଦେଖିବାକୁ ସେ ଆସିଥିଲା। କିନ୍ତୁ ଗୋଟିଏ ହେଲେ ଫଳ ପାଇଲା ନାହିଁ। ତେଣୁ ସେ ବଗିଗ୍ଭ ଦାୟିତ୍ୱରେ ଥିବା ଗ୍ଭକରକୁ କହିଲା, “ଦେଖ, ମୁଁ ତିନି ବର୍ଷ ହେଲା ଏ ଡିମ୍ବିରିଗଛରେ ଫଳ ଆସିବ ବୋଲି ଅପେକ୍ଷାକରି ଆସୁଛି। କିନ୍ତୁ ଗୋଟିଏ ହେଲେ ଫଳ ମୁଁ ପାଉ ନାହିଁ। ଏ ଗଛଟା କାଟିଦିଅ, କାହିଁକି ଅଯଥାରେ ସେ ଗଛଟା ମାଟି ଖରାପ କରିବ?’ କିନ୍ତୁ ଗ୍ଭକରଟି କହିଲା, ‘ମାଲିକ, ଆଉ ବର୍ଷକ ପାଇଁ ଏହାକୁ ଛାଡ଼ିଦିଅ। ମୁଁ ଏହାର ଗ୍ଭରିପଟେ ଗାତ ଖୋଳି ଖତସାର ଦେବି। କାଳେ ଆସନ୍ତା ବର୍ଷ ଗଛରେ ଫଳ ଆସି ପାରେ। ଯଦି ଆସନ୍ତା ବର୍ଷ ଗଛରେ ଫଳ ନ ଆସିବ, ତେବେ ତୁମ୍ଭେ ଏହାକୁ କାଟି ଦେଇପାର।’”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center