Book of Common Prayer
ଅବସନ୍ନକାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଦୁଃଖ ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା।
102 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ!
ମୋର ସାହାଯ୍ୟ ପାଇଁ କରୁଥିବା ପ୍ରାର୍ଥନା ଶୁଣ।
2 ହେ ସଦାପ୍ରଭୁ, ମୋର ସଙ୍କଟ କାଳରେ ମୋର ନିକଟରୁ ବିମୁଖ ହୁଅ ନାହିଁ।
ମୋ’ ପ୍ରତି କର୍ଣ୍ଣପାତ କର।
ଯେତେବେଳେ ମୁଁ ସାହାଯ୍ୟ ପାଇଁ ପ୍ରାର୍ଥନା କରେ ଶୀଘ୍ର ମୋତେ ଉତ୍ତର ଦିଅ।
3 ମୋର ଜୀବନ ଧୂଆଁ ପରି କ୍ଷୟ ପାଉଅଛି।
ମୋର ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।
4 ମୋର ଶକ୍ତିସବୁ ଶେଷ ହୋଇଯାଇଛି।
ମୁଁ ଯେପରି ଶୁଖିଲା ତୃଣପରି।
ଏପରିକି ମୁଁ ଖାଇବା ପାଇଁ କ୍ଷୁଧା ହରେଇଅଛି।
5 ମୋର ଦୁଃଖ ସକାଶୁ ବର୍ତ୍ତମାନ
ମୁଁ ଖାଲି ଚର୍ମ ଏବଂ ଅସ୍ଥି ହୋଇଛି।
6 ମୁଁ ମରୁଭୂମିର ଏକାକୀ ପେଗ୍ଭ ପରି,
ମୁଁ ଏକ ପେଗ୍ଭ ପରି ନିଃସଙ୍ଗ ଯିଏକି ଏକ ପୁରୁଣା ଧ୍ୱଂସିତ ପରିତ୍ୟକ୍ତ କୋଠାରେ ବାସ କରୁଛି।
7 ଛାତ ଉପରିସ୍ଥ ଏକାକୀ ଘରଚଟିଆ ପରି
ମୁଁ ଶୋଇପାରେ ନାହିଁ।
8 ମୋର ଶତ୍ରୁଗଣ ମୋତେ ସର୍ବଦା ଅପମାନିତ କରନ୍ତି।
ମୋତେ ସେମାନେ ପରିହାସ କରନ୍ତି।
9 ମୋର ଦୁଃଖ ହିଁ ଏକମାତ୍ର ଭୋଜନ।
ମୋର ପେୟଦ୍ରବ୍ୟ ଅଶ୍ରୁଜଳ ସଙ୍ଗେ ମିଶିଅଛି।
10 କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କୃଦ୍ଧ ହେଲ।
ତୁମ୍ଭେ ମୋତେ ଉପରକୁ ଟେକି ପୁଣି ଦୂରକୁ ଫିଙ୍ଗି ଦେଲ।
11 ମୋର ଜୀବନ ପ୍ରାୟ ଶେଷ ହୋଇଅଛି।
ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶେଷ ଦିନର ଛାଇ ତୁଲ୍ୟ।
12 କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସବୁଦିନ ଶାସନ କର।
ତୁମ୍ଭର ନାମ ଚିରଦିନ ପାଇଁ ଗ୍ଭଲୁ ରହିଥିବ।
13 ତୁମ୍ଭେ ଉଠ ଓ ସିୟୋନକୁ ଦୟା କର।
ସେହି ଯଥାର୍ଥ ସମୟ ଆସିଅଛି।
ଯେତେବେଳେ ତୁମ୍ଭେ ସିୟୋନକୁ ଦୟା କରିବ।
14 ତୁମ୍ଭର ଦାସଗଣ ସିୟୋନର ଶୈଳକୁ ପ୍ରେମ କରନ୍ତି।
ସେମାନେ ଏପରିକି ସହରର ଧୂଳିକି ମଧ୍ୟ ପ୍ରେମ କରନ୍ତି।
15 ଜାତିଗୁଡ଼ିକ ସଦାପ୍ରଭୁଙ୍କ ନାମରେ ଉପାସନା କରିବେ।
ହେ ସଦାପ୍ରଭୁ, ପୃଥିବୀର ସମସ୍ତ ରାଜାଗଣ ତୁମ୍ଭର ମହିମାକୁ ଭୟ କରିବେ।
16 ସଦାପ୍ରଭୁ ସିୟୋନକୁ ପୁନ୍ନରାୟ ତିଆରି କରିବେ।
ଲୋକମାନେ ତାଙ୍କର ମହିମା ପୁନ୍ନରାୟ ଦେଖିବେ।
17 ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣିବେ।
ସେ ସେମାନଙ୍କର ବିନତିକୁ ଉପେକ୍ଷା କରିବେ ନାହିଁ।
18 ଭବିଷ୍ୟତ ବଂଶଧର ପାଇଁ ଏହିକଥା ଲେଖି ରଖ ଏବଂ ଯେପରିକି ଲୋକମାନେ ଏପର୍ଯ୍ୟନ୍ତ ଜନ୍ମ ହୋଇ ନାହାନ୍ତି,
ଯେଉଁମାନେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ।
19 ସଦାପ୍ରଭୁ ତାଙ୍କର ପବିତ୍ର ସ୍ଥାନ ଉପରୁ ତଳକୁ ଗ୍ଭହିଁବେ।
ସଦାପ୍ରଭୁ ସ୍ୱର୍ଗରୁ ପୃଥିବୀକୁ ଗ୍ଭହିଁବେ।
20 ସେ ବନ୍ଦୀମାନଙ୍କର ପ୍ରାର୍ଥନା ଗ୍ରହଣ କରିବେ।
ମୃତ୍ୟୁଦଣ୍ଡ ପାଇଥିବା ଲୋକମାନଙ୍କୁ ମୁକ୍ତ କରିବେ।
21 ଏହା ପରେ ସିୟୋନର ଲୋକମାନେ ସଦାପ୍ରଭୁଙ୍କ ବିଷୟରେ କହିବେ।
ସେମାନେ ତାଙ୍କ ନାମ ଯିରୁଶାଲମରେ ପ୍ରଶଂସା କରିବେ।
22 ସମସ୍ତ ଜାତି ଏକତ୍ରିତ ହେବେ
ଓ ସକଳ ରାଜ୍ୟ ସଦାପ୍ରଭୁଙ୍କର ସେବା ପାଇଁ ଆସିବେ।
23 ମୋର ଜୀବନର ମଝିରେ ସଦାପ୍ରଭୁ ମୋର ବଳକୁ ହ୍ରାସ କରି,
ସେ ମୋର ଆୟୁ ଊଣା କରିଛନ୍ତି।
24 ତେଣୁ ମୁଁ କହିଲି, “ମୋ’ ପରମେଶ୍ୱର ଯୁବାବସ୍ଥାରେ ମୋର ପ୍ରାଣ ନିଅ ନାହିଁ।
ତୁମ୍ଭେ ଚିରଦିନ ଆମର।
25 ବହୁଦିନ ପୂର୍ବରୁ ତୁମ୍ଭେ ପୃଥିବୀକୁ ସୃଷ୍ଟି କଲ।
ତୁମ୍ଭେ ଆକାଶକୁ ନିଜ ହସ୍ତରେ ନିର୍ମାଣ କଲ।
26 ପୃଥିବୀ ଓ ଆକାଶ ଦିନେ ଶେଷ ହେବ,
କିନ୍ତୁ ତୁମ୍ଭେ ନିତ୍ୟ ବିରାଜିତ।
ତାହା ସବୁ ବସ୍ତ୍ରପରି
ସେସବୁ ବଦଳାଇ ଦେବ।
27 କିନ୍ତୁ ତୁମ୍ଭେ ପରମେଶ୍ୱର, କେବେ ପରିବର୍ତ୍ତନ ହେବ ନାହିଁ।
ତୁମ୍ଭେ ଚିରକାଳ ରହିବ।
28 ଆମ୍ଭେମାନେ ତୁମ୍ଭର ଦାସ ଅଟୁ
ଏବଂ ଆମ୍ଭର ସନ୍ତାନମାନେ ଏଠାରେ ନିରାପଦରେ ବାସ କରିବେ।
ଏବଂ ସେମାନଙ୍କର ବଂଶଧରମାନେ ତୁମ୍ଭର ସୁରକ୍ଷାରେ ସୁରକ୍ଷିତ ରହିବେ।”
ପଞ୍ଚମ ପୁସ୍ତକ
(ଗୀତସଂହିତା 107-150)
107 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମହାନ।
ତାଙ୍କର ଦୟା ଅନନ୍ତକାଳସ୍ଥାୟୀ।
2 ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍।
ସଦାପ୍ରଭୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଛନ୍ତି।
3 ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରିତ କଲେ।
ସେ ସେମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରିତ କଲେ।
4 ସେମାନଙ୍କ ମଧ୍ୟରୁ କେତେକ ଶୁଷ୍କ ମରୁଭୂମିରେ ଏଣେତେଣେ ଭ୍ରମଣ କଲେ।
ସେମାନେ ସହରରେ ବାସ କରିବାକୁ ଏକ ସ୍ଥାନ ଖୋଜୁଥିଲେ,
କିନ୍ତୁ ସେମାନେ ପାଇଲେ ନାହିଁ।
5 ସେମାନେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ
ଏବଂ ସେମାନେ ଦୁର୍ବଳ ହୋଇଯାଇଥିଲେ।
6 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
ଏବଂ ସେ ତାଙ୍କୁ ସେହି ବିପଦରୁ ମୁକ୍ତ କଲେ।
7 ପରମେଶ୍ୱର ସେମାନଙ୍କୁ ବସତି ନଗରକୁ ଆଗେଇ ନେଲେ, ଯେଉଁଠାରେ ସେମାନେ ବାସ କରି ପାରିବେ।
8 ସେମାନେ ସଦାପ୍ରଭୁଙ୍କ କରୁଣା ପାଇଁ ତାଙ୍କୁ ଧନ୍ୟବାଦ କରିବା ଉଚିତ୍
କାରଣ ସେ ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି।
9 କାରଣ ପରମେଶ୍ୱର ତୃଷାର୍ତ୍ତ ପ୍ରାଣକୁ ଶାନ୍ତ କରିଛନ୍ତି।
କ୍ଷୁଧାର୍ତ୍ତମାନଙ୍କର ଉଦର ପରମେଶ୍ୱର ପୂର୍ଣ୍ଣ କରିଛନ୍ତି।
10 ପରମେଶ୍ୱରଙ୍କର କିଛି ଲୋକ ଦୁଃଖ ଓ ଲୌହ ଶୃଙ୍ଖଳରେ ବନ୍ଧାହୋଇ
ଅନ୍ଧକାରରେ ଥିଲେ।
11 କାରଣ ସେମାନେ ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ କଲେ।
ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ଉପଦେଶକୁ ମାନିବାକୁ ମନା କଲେ।
12 ପରମେଶ୍ୱର ସେମାନଙ୍କୁ ନମ୍ର କରେଇବା ପାଇଁ
ଅସୁବିଧାର ସମ୍ମୁଖୀନ କଲେ।
ସେମାନେ ପତିତ ହେଲେ
ଓ ସାହାଯ୍ୟ କରିବାକୁ କେହି ନ ଥିଲେ।
13 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
ଏବଂ ସେ ସେମାନଙ୍କୁ ବିପଦରୁ ରକ୍ଷା କଲେ।
14 ପରମେଶ୍ୱର ସେମାନଙ୍କୁ ଅନ୍ଧକାର ଓ ମୃତ୍ୟୁ ଛାୟାରୁ ସେମାନଙ୍କୁ ବାହାର କରି ଆଣିଲେ
ଓ ସେମାନଙ୍କ ବନ୍ଧନ ଛେଦନ କଲେ।
15 ସେମାନେ ସଦାପ୍ରଭୁଙ୍କର କରୁଣା ପ୍ରେମ ପାଇଁ ତାଙ୍କୁ ଧନ୍ୟବାଦ କରନ୍ତୁ।
ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି ବୋଲି।
16 ପରମେଶ୍ୱର ପିତ୍ତଳ ଫାଟକକୁ ଭାଙ୍ଗି ଦେଇ ପାରିବେ।
ସେ କଏଦୀମାନଙ୍କର ଲୌହ ନିର୍ମିତ ଫାଟକରେ ଥିବା ଲୁହା ଅର୍ଗଳକୁ ଭାଙ୍ଗି ଚୂନା କରି ପାରିବେ।
17 କେତେକ ମୂର୍ଖ ହୋଇଗଲେ କାରଣ ସେମାନଙ୍କର ନିଜର ପାପ ଯୋଗୁଁ
ଏବଂ ସେମାନେ ଅଧର୍ମାଚରଣ କଲେ।
18 ସେହି ଲୋକମାନେ ବହୁତ ରୁଗ୍ଣ ଥିଲେ।
ଖାଦ୍ୟ ପରିତ୍ୟାଗ କରିଥିଲେ।
ସେମାନେ ପ୍ରାୟ ମୃତବତ୍ ରହିଥିଲେ।
19 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସହାୟତା ପାଇଁ କାକୁକ୍ତି କଲେ
ଏବଂ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ମୁକ୍ତ କଲେ।
20 ପରମେଶ୍ୱର ଆପଣା ଆଦେଶ ପଠାଇ ତାଙ୍କୁ ସୁସ୍ଥ କଲେ।
ଏବଂ ସେ ବିନାଶରୁ ସେମାନଙ୍କୁ ମୁକ୍ତ କଲେ।
21 ସଦାପ୍ରଭୁଙ୍କୁ ତାଙ୍କର ସ୍ନେହପୂର୍ଣ୍ଣ କରୁଣା ନିମନ୍ତେ ଧନ୍ୟବାଦ କର
କାରଣ ସେ ଆପଣା ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି।
22 ସେମାନେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରନ୍ତୁ
ଓ ଗାନ କରି ତାଙ୍କ କର୍ମସକଳ ବର୍ଣ୍ଣନା କରନ୍ତୁ।
23 କେତେକ ଲୋକ ସେମାନଙ୍କର କାର୍ଯ୍ୟ ପାଇଁ
ନୌକାରେ ସମୁଦ୍ର ପାର ହୁଅନ୍ତି।
24 ସେମାନେ ସଦାପ୍ରଭୁଙ୍କର କାର୍ଯ୍ୟ
ଓ ସମୁଦ୍ର ଜଳରେ ତାଙ୍କର ଅଦ୍ଭୂତ କାର୍ଯ୍ୟ ଦେଖନ୍ତି।
25 ପରମେଶ୍ୱର ଆଜ୍ଞା କଲେ ଏବଂ ପ୍ରବଳ ବାୟୁ ଉଠି ଆସିଲା।
ଢେଉଗୁଡ଼ିକ ସମୁଦ୍ରର ଦୁଇଗୁଣ ଉପର ଉଚ୍ଚରେ ଆସିଲା।
26 ସେମାନେ ସେହି ଢେଉରେ ଆକାଶକୁ ଉଠିଲେ
ଓ ଏହା ପରେ ଜଳଗର୍ଭକୁ ଖସିଲେ।
ଝଡ଼ ଏତେ ବିପଦପୂର୍ଣ୍ଣ ଥିଲା ଯେ, ସେମାନେ ସେମାନଙ୍କର ସାହସ ହରାଇଲେ।
27 ସେମାନେ ମତ୍ତଲୋକ ପରି ଏକଡ଼ ସେକଡ଼ ଦୋହଲନ୍ତି।
ଏବଂ ସେମାନଙ୍କର ବୁଦ୍ଧି ହଜିଯାଏ।
28 ତେବେ ସେମାନେ ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କଠାରେ ସହାୟତା ପାଇଁ କାକୁକ୍ତି କଲେ
ଏବଂ ତହିଁରେ ପରମେଶ୍ୱର ସେମାନଙ୍କୁ ସଙ୍କଟରୁ ଉଦ୍ଧାର କଲେ।
29 ପରମେଶ୍ୱର ବତାସକୁ ସ୍ଥିର କଲେ
ଓ ସମୁଦ୍ରର ତରଙ୍ଗମାଳାକୁ ଶାନ୍ତ କଲେ।
30 ସମୁଦ୍ର ଶାନ୍ତ ହୋଇଗଲା ବୋଲି ନାବିକମାନେ ଖୁସୀ ହେଲେ,
କାରଣ ସେମାନେ ଯେଉଁଠାକୁ ଯିବାକୁ ଗ୍ଭହିଁଥିଲେ ପରମେଶ୍ୱର ତାଙ୍କୁ ପୋତାଶ୍ରୟକୁ ନିରାପଦରେ ଆଗେଇ ନେଲେ।
31 ସେମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ପାଇଁ ତାଙ୍କୁ ଧନ୍ୟବାଦ କର,
ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି ବୋଲି।
32 ଲୋକମାନଙ୍କ ମହାସଭାରେ ପରମେଶ୍ୱରଙ୍କର ପ୍ରଶଂସା କରିବା ଉଚିତ୍
ଓ ପ୍ରାଚୀନବର୍ଗମାନଙ୍କ ସଭାରେ ତାଙ୍କ ପ୍ରଶଂସା କରିବା ଉଚିତ୍।
3 ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ରେରଣ କରିବା। ଆଉ ଦେଖ ତୁମ୍ଭେମାନେ ଯେଉଁ ପ୍ରଭୁଙ୍କୁ ଅନ୍ୱେଷଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚୟ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷୟରେ ସନ୍ତୁଷ୍ଟ ସେ ଆସୁଛନ୍ତି।
2 “ମାତ୍ର ସେହି ସମୟ ପାଇଁ କୌଣସି ବ୍ୟକ୍ତି ପ୍ରସ୍ତୁତ ହୋଇ ପାରିବ ନାହିଁ। ସେ ଯେତେବେଳେ ଆସିବେ କେହି ରକ୍ଷା କରିବେ ନାହିଁ। ସେ ଏକ ମାର୍ଜିତ ଅଗ୍ନି ସଦୃଶ ହେବ, ଆଉ ମଧ୍ୟ ପରିଷ୍କାରକାରୀ ରଜକର କ୍ଷାର ସ୍ୱରୂପ ହେବ। 3 ଅଗ୍ନିରେ ରୂପା ବିଶୁଦ୍ଧ ହେଲାପରି ସେ ଲେବୀୟମାନଙ୍କୁ ପବିତ୍ର କରିବ। ସେ ସୁବର୍ଣ୍ଣ ଓ ରୌପ୍ୟ ସଦୃଶ ସେମାନଙ୍କୁ ଶୁଦ୍ଧ କରିବ। ତା’ପରେ ସେମାନେ ସଦାପ୍ରଭୁଙ୍କ ପାଇଁ ଉପଯୁକ୍ତ ନୈବେଦ୍ୟ ଆଣିବେ। 4 ତା’ପରେ ସଦାପ୍ରଭୁ ଯିରୁଶାଲମ ଓ ଯିହୁଦା ନିକଟରୁ ଭେଟି ଗ୍ରହଣ କରିବେ, ସେ ଯେପରି ପ୍ରାଚୀନ କାଳରେ କରିଥିଲେ। 5 ତା’ପରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ୟ ଦେବା ସେମାନଙ୍କ ବିରୁଦ୍ଧରେ, ଯେଉଁମାନେ ମାୟାବୀ, ବ୍ୟଭିଗ୍ଭରୀ, ମିଥ୍ୟାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ୟାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡ଼ି ଦିଅନ୍ତି। ସେହିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।
ପରମେଶ୍ୱରଙ୍କଠାରୁ ଗ୍ଭେରି
6 “ଆମ୍ଭେ ସଦାପ୍ରଭୁ ଏବଂ ଆମ୍ଭେ ପରିବର୍ତ୍ତନ ହେବା ନାହିଁ। ସେଥିପାଇଁ ତୁମ୍ଭେ ଯାକୁବର ବଂଶଧର ବିନାଶ ହୋଇ ନାହଁ। 7 ମାତ୍ର ତୁମ୍ଭେମାନେ ମୋର ବ୍ୟବସ୍ଥା ପାଳନ କଲ ନାହିଁ, ଠିକ୍ ଯେପରି ତୁମ୍ଭର ପୂର୍ବପୁରୁଷଗଣ ମଧ୍ୟ ଆମ୍ଭକୁ ଅବଜ୍ଞା କଲେ। ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସ, ତାହାହେଲେ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଫେରିଯିବା,” ସଦାପ୍ରଭୁ ଏହିକଥା କହିଥିଲେ।
“ତୁମ୍ଭେମାନେ ପଗ୍ଭରୁଛ, ‘ଆମ୍ଭେମାନେ କିପରି ଫେରିଯାଇ ପାରିବୁ?’
8 ଉତ୍ତରରେ ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ,“ତୁମ୍ଭେମାନେ ପରମେଶ୍ୱରଙ୍କ ଦ୍ରବ୍ୟ ଗ୍ଭେରି କରିବା ବନ୍ଦ କର। ପରମେଶ୍ୱରଙ୍କ ଦ୍ରବ୍ୟ ଗ୍ଭେରି କରିବା ଉଚିତ୍ ନୁହେଁ। ମାତ୍ର ତୁମ୍ଭେମାନେ ଆମ୍ଭର ଦ୍ରବ୍ୟ ଗ୍ଭେରିକଲ।
“ତୁମ୍ଭେମାନେ ପୁଣି ପ୍ରଶ୍ନ କଲ, ‘ଆମ୍ଭେମାନେ ତୁମ୍ଭଠାରୁ କ’ଣ ଗ୍ଭେରି କଲୁ?’
ଉତ୍ତରରେ ସଦାପ୍ରଭୁ କହିଲେ, “ତୁମ୍ଭେମାନେ ତୁମ୍ଭ ଦ୍ରବ୍ୟର ଏକ ଦଶମାଂଶ ଦେବା କଥା। ମୋତେ ଏକ ସ୍ୱତନ୍ତ୍ର ଭେଟି ଦେବା କଥା। ମାତ୍ର ସେ ସବୁ ତୁମ୍ଭେମାନେ ମୋତେ ଦେଲନାହିଁ। 9 ଏହିପରି ଭାବରେ, ସମଗ୍ର ଗୋଷ୍ଠୀ ମୋର ଦ୍ରବ୍ୟ ଗ୍ଭେରି କରିଛ। ତୁମ୍ଭେମାନେ ସମ୍ପୂର୍ଣ୍ଣ ଅଭିଶପ୍ତ।”
10 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ତୁମ୍ଭମାନଙ୍କ ଦ୍ରବ୍ୟର ଏକ ଦଶମାଂଶ ଆମ୍ଭ ଭଣ୍ତାରକୁ ଆଣ ଯଦ୍ଦ୍ୱାରା କି ତୁମ୍ଭର ଗୃହରେ ଯଥେଷ୍ଟ ଖାଦ୍ୟ ରହିବ। ଆମ୍ଭକୁ ପରୀକ୍ଷା କର। ଯଦି ତୁମ୍ଭେମାନେ ଏହି କାର୍ଯ୍ୟ କର, ଆମ୍ଭେ ଆକାଶର ଝରକାସବୁ ଖୋଲିଦେବା ଏବଂ ତୁମ୍ଭ ଉପରେ ଆଶୀର୍ବାଦ ବୃଷ୍ଟି କରିବା। ପ୍ରତ୍ୟେକ ଦିଗରୁ ତୁମ୍ଭମାନଙ୍କର ଦରକାରଠାରୁ ଅଧିକ ତୁମ୍ଭେମାନେ ଲାଭ କରିବ। 11 ଆମ୍ଭେ ତୁମ୍ଭର ଶସ୍ୟକୁ ନଷ୍ଟ କରିବା ପାଇଁ କୀଟ ପଠାଇବା ନାହିଁ। ତୁମ୍ଭମାନଙ୍କର ଦ୍ରାକ୍ଷାଲତାସବୁ ଫଳ ଧାରଣ କରିବ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଥିଲେ।
12 “ଅନ୍ୟ ଦେଶର ଲୋକମାନେ ତୁମ୍ଭମାନଙ୍କୁ ସୁଖୀ ବୋଲି କହିବେ। ତୁମ୍ଭର ଦେଶ ଉତ୍ତମ ଓ ମନୋହର ହେବ।” ଏହା ସର୍ବଶକ୍ତିମାନ୍ ସଦାପ୍ରଭୁ କହିଥିଲେ।
ଧୈର୍ଯ୍ୟବାନ ହୁଅ
7 ଭାଇ ଓ ଭଉଣୀମାନେ, ଧୈର୍ଯ୍ୟ ରଖ, ପ୍ରଭୁ ଯୀଶୁ ଆସିବେ। ସେହି ସମୟ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ। 8 ଗ୍ଭଷୀ ଯେପରି ନିଜ କ୍ଷେତର ମୂଲ୍ୟବାନ ଶସ୍ୟ ବଢ଼ି ଉଠିବାକୁ ଧୈର୍ଯ୍ୟର ସହିତ ଆଶାରଖି, ଆରମ୍ଭ ଓ ଶେଷ ବର୍ଷା ପଡ଼ିବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଅପେକ୍ଷା କରେ, ତୁମ୍ଭେମାନେ ସେହିଭଳି ଧୈର୍ଯ୍ୟଶୀଳ ହେବା ଉଚିତ୍। ନିଜର ଆଶା ଛାଡ଼ିଦିଅ ନାହିଁ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି। 9 ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧରେ ଅଭିଯୋଗ କର ନାହିଁ। ତୁମ୍ଭେ ଅଭିଯୋଗ କରିବା ବନ୍ଦ ନ କଲେ, ନିଜେ ଦୋଷୀ ବୋଲି ବିଗ୍ଭରିତ ହେବ। ବିଗ୍ଭରପତି ଆସିବାକୁ ପ୍ରସ୍ତୁତ ଅଛନ୍ତି।
10 ଭାଇ ଓ ଭଉଣୀମାନେ, ପ୍ରଭୁଙ୍କ ପାଇଁ ଭାବବାଣୀ କହିଥିବା ଭାବବାଦୀମାନଙ୍କ ଉଦାହରଣ ଅନୁସରଣ କର। ସେମାନେ ଅନେକ ଯାତନା ସହି ଥିଲେ ହେଁ ଧୈର୍ଯ୍ୟବାନ ଥିଲେ। 11 ଆମ୍ଭେ କହୁଛୁ ଯେ, ଯେଉଁମାନେ ସେମାନଙ୍କର ଅସୁବିଧାଗୁଡ଼ିକୁ ଧୈର୍ଯ୍ୟର ସହିତ ଗ୍ରହଣ କଲେ, ସେମାନେ ବର୍ତ୍ତମାନ ଖୁସୀରେ ଅଛନ୍ତି। ତୁମ୍ଭେମାନେ ଆୟୁବଙ୍କର ଧୈର୍ଯ୍ୟ [a] କଥା ଶୁଣିଛ। ତୁମ୍ଭେ ଜାଣିଛ ଯେ, ଆୟୁବ ସବୁ କଷ୍ଟରୁ ଉତ୍ତୀର୍ଣ୍ଣ ହୋଇ ସାରିଲା ପରେ ପରମେଶ୍ୱର ତାହାଙ୍କୁ ସାହାଯ୍ୟ କରିଥିଲେ। ଏହା ଦର୍ଶାଏ ଯେ, ପ୍ରଭୁ କରୁଣାରେ ପୂର୍ଣ୍ଣ ଓ ଦୟାଳୁ ଅଟନ୍ତି।
ସାବଧାନ ରହି କଥା କୁହ
12 ମୋ’ ଭାଇ ଓ ଭଉଣୀମାନେ! ମନେରଖ ଯେକୌଣସି ପ୍ରତିଜ୍ଞା କଲାବେଳେ ଶପଥ କର ନାହିଁ। ଏହା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭର କଥାକୁ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ସ୍ୱର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। “ତୁମ୍ଭର ହଁ କଥା ହଁ ହେଉ, ଏବଂ ନା କଥା ନା ହେଉ। ଏପରି କଲେ ତୁମ୍ଭେ ଦୋଷୀ ସାବ୍ୟସ୍ତ ହେବ ନାହିଁ।”
ପରମେଶ୍ୱର ତାଙ୍କ ଲୋକଙ୍କୁ ଉତ୍ତର ଦେବେ
18 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେଉଥିଲେ ଯେ, ସେମାନେ ସଦାବାଳେ ପ୍ରାର୍ଥନା କରିବା ଉଚିତ୍। ଏବଂ କେବେ ହେଲେ ଭରସା ହରେଇବା ଉଚିତ୍ ନୁହେଁ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ, 2 “ଥରେ ଗୋଟିଏ ନଗରରେ ଜଣେ ବିଗ୍ଭରପତି ଥିଲା। ପରମେଶ୍ୱରଙ୍କୁ ତାହାଙ୍କର ଡର ନ ଥିଲା କି ଲୋକମାନେ ତାହାଙ୍କ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି କରୁ ନ ଥିଲେ। 3 ସେହି ନଗରରେ ଗୋଟିଏ ସ୍ତ୍ରୀଲୋକ ଥିଲା। ତା’ର ସ୍ୱାମୀ ମରି ଯାଇଥିଲା। ସେ ସ୍ତ୍ରୀଲୋକଟି ଏହି ବିଗ୍ଭରପତିଙ୍କ ନିକଟକୁ ବହୁତ ଥର ଆସୁଥିଲା ସେ ବିଗ୍ଭରପତିଙ୍କୁ କହୁଥିଲା, ‘ଗୋଟିଏ ଲୋକ ମୋ’ ପ୍ରତି ଅନ୍ୟାୟ କରୁଛି। ତୁମ୍ଭେ ମୋତେ ମୋ’ ନ୍ୟାୟ ଅଧିକାର ଦିଅ।’ 4 କିନ୍ତୁ ବିଗ୍ଭରପତି ସ୍ତ୍ରୀଲୋକଟିକୁ ସାହାଯ୍ୟ କରିବାକୁ ଇଚ୍ଛା କରି ନ ଥିଲେ। କେତେ ସମୟ ପରେ ବିଗ୍ଭରପତି ଜଣକ ମନେ ମନେ ଭାବିଲେ, ‘ମୁଁ ପରମେଶ୍ୱରଙ୍କୁ ଡରୁ ନାହିଁ କି ଲୋକମାନେ ମୋ’ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି ବି କରୁ ନାହିଁ। 5 କିନ୍ତୁ ଏହି ସ୍ତ୍ରୀଲୋକଟି ମୋତେ ସବୁବେଳେ ବ୍ୟସ୍ତ କରି ପକାଉଛି। ମୁଁ ତାକୁ ନ୍ୟାୟ ଅଧିକାର ଦେଇଦେଲେ ସେ ମୋ’ ପିଛା ଛାଡ଼ିଦେବ। ନଚେତ ସେ ମୋତେ ହଇକାଣ କରୁଥିବ।’”
6 ପ୍ରଭୁ! କହିଲେ, “ଶୁଣ, ସେହି ଦୁଷ୍ଟ ବିଗ୍ଭରପତି ଜଣକ ଯାହା କହିଲେ, ସେ କଥାର ଗୋଟିଏ ଅର୍ଥ ଅଛି। 7 ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ପାଟି କରି ଡାକୁଥା’ନ୍ତି। ଯାହା ଠିକ୍, ତାହା ପରମେଶ୍ୱର ତାହାଙ୍କ ଲୋକଙ୍କୁ ସଦାବେଳେ ଦେଇଥା’ନ୍ତି। ନିଜ ଲୋକଙ୍କୁ ଉତ୍ତର ଦେବାରେ ପରମେଶ୍ୱର ଆଦୌ ବିଳମ୍ବ କରିବେ ନାହିଁ। 8 ମୁଁ ତୁମ୍ଭକୁ କହୁଛି। ଅତି ଶୀଘ୍ର ପରମେଶ୍ୱର ତାହାଙ୍କ ଲୋକଙ୍କୁ ସାହାଯ୍ୟ କରିବେ। କିନ୍ତୁ ମନୁଷ୍ୟପୁତ୍ର ପୁଣି ଥରେ ଫେରି ଆସିବା ପରେ ସେ ଏ ପୃଥିବୀରେ ତାହାଙ୍କର ବିଶ୍ୱାସୀମାନଙ୍କୁ ପାଇ ପାରିବେ କି?”
2010 by World Bible Translation Center