Book of Common Prayer
ପ୍ରଧାନ ବାଦ୍ୟକର ପାଇଁ ଯୋନତ୍-ଏଲମ୍ ରହୋକୀମ୍ ସ୍ୱରରେ ଦାଉଦଙ୍କ ଗୀତ। ପଲେଷ୍ଟୀୟମାନେ ତାହାଙ୍କୁ ଗାଥ୍ ନଗରରେ ଧରିବା ସମୟରେ ରଚିତ ଦାଉଦଙ୍କର ଏକ ମିକ୍ତାମ୍।
56 ହେ ପରମେଶ୍ୱର, ମୋତେ ଦୟା କର।
ଲୋକମାନେ ମୋତେ ଆକ୍ରମଣ କରିବାକୁ ଉଦ୍ୟମ କଲେ।
ସେମାନେ ନିରନ୍ତର ଭାବରେ ମୋତେ ଅନୁଧାବନ କରୁଛନ୍ତି ଓ ଯୁଦ୍ଧ କରି ଆସୁଛନ୍ତି।
2 ମୋର ଶତ୍ରୁମାନେ ନିରନ୍ତର ଭାବରେ ମୋତେ ଆକ୍ରମଣ କରିବାକୁ ଉଦ୍ୟମ,
ସେହି ଯୋଦ୍ଧାମାନଙ୍କର ସଂଖ୍ୟା ବହୁତ।
3 ହେ ସର୍ବୋପରିସ୍ଥ ପରମେଶ୍ୱର,
ମୁଁ ଭୀତ ହେବା ସମୟରେ
ତୁମ୍ଭ ଉପରେ ନିର୍ଭର କରେ।
4 ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର କରେ।
ତାଙ୍କର ପ୍ରତିଜ୍ଞା ପାଇଁ ମୁଁ ତାଙ୍କୁ ପ୍ରଶଂସା କରେ।
ମୁଁ ପରମେଶ୍ୱରଙ୍କ ଉପରେ ନିର୍ଭର କରେ, ତେଣୁ ମୁଁ ଭୟ କରିବି ନାହିଁ।
ଲୋକମାନେ ମୋତେ କ’ଣ କରି ପାରିବେ?
5 ମୋର ଶତ୍ରୁମାନେ ମୋର କଥାକୁ ରୂପ ବଦଳାଇ ବିପରୀତ ଅର୍ଥ କରୁଛନ୍ତି।
ସେମାନେ ମୋତେ ସର୍ବଦା କୁମନ୍ତ୍ରଣାରେ ଅନିଷ୍ଟ କରୁଛନ୍ତି।
6 ସେମାନେ ମୋତେ ହତ୍ୟା କରିବାର ଆଶା ନେଇ ଲୁଚି ରହନ୍ତି
ଓ ମୋର ପ୍ରତ୍ୟେକ ଗତିବିଧି ଲକ୍ଷ୍ୟ କରନ୍ତି।
7 କାରଣ ସେମାନଙ୍କର ଅଧର୍ମ ପାଇଁ, ସେମାନଙ୍କୁ ପଳାଇ ଯିବାକୁ ଦିଅ ନାହିଁ।
ପରମେଶ୍ୱର! ତୁମ୍ଭ କ୍ରୋଧରେ ସେହି ଜାତିଗଣକୁ ନିମ୍ନ ଆଡ଼କୁ ନେଇଆସ।
8 ତୁମ୍ଭେ ନିଶ୍ଚୟ ମୋର ଦୁଃଖର ହିସାବ ରଖିଥିବି।
ତୁମ୍ଭେ ନିଶ୍ଚିତଭାବରେ ଜାଣିଥିବ ଯେ, ମୁଁ କେତେ କ୍ରନ୍ଦନ କଲି।
ନିଶ୍ଚିତରେ ତୁମ୍ଭେ ମୋର ସମସ୍ତ ଅଶ୍ରୁଜଳରେ ହିସାବ ରଖିଛ।
9 ମୁଁ ଜାଣେ କେତେବେଳେ ମୁଁ ସାହାଯ୍ୟ ପାଇଁ ଡାକିବି, ମୋର ଶତ୍ରୁଗଣ ବୁଲିପଡ଼ିବେ ଏବଂ ଦୌଡ଼ିବେ।
ମୁଁ ତାହା ଜାଣେ କାରଣ ତୁମ୍ଭେ ମୋର ପରମେଶ୍ୱର।
10 ମୁଁ ପରମେଶ୍ୱରଙ୍କ ବାକ୍ୟର ପ୍ରଶଂସା କରିବି।
ସଦାପ୍ରଭୁ ମୋତେ କରିଥିବା ପ୍ରତିଜ୍ଞା ପାଇଁ ମୁଁ ତାଙ୍କର ପ୍ରଶଂସା କରିବି।
11 ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର କରେ।
ତେଣୁ ମୁଁ ଭୟ କରିବି ନାହିଁ।
ଲୋକମାନେ ମୋର କ’ଣ କରିବେ!
12 ହେ ପରମେଶ୍ୱର, ତୁମ୍ଭ ନିକଟରେ କରିଥିବା ପ୍ରତିଜ୍ଞା, ମୁଁ ପୂରଣ କରିବି।
ମୁଁ ତୁମ୍ଭକୁ ଧନ୍ୟବାଦ ରୂପକ ନୈବେଦ୍ୟ ଦେବି।
13 କାରଣ ତୁମ୍ଭେ ମୋତେ ମୃତ୍ୟୁମୁଖରୁ ରକ୍ଷା କରିଛ,
ମୋତେ ପରାସ୍ତ ହେବାରୁ ଉଦ୍ଧାର କରିଛ।
ତେଣୁ ମୁଁ ପରମେଶ୍ୱରଙ୍କ ଉପସ୍ଥିତିରେ ଗ୍ଭଲିବି, ଜୀବନ ପ୍ରଦାନକାରୀ ରଶ୍ମି ତୁଲ୍ୟ।
ଯେଉଁ ରଶ୍ମି ମୋତେ ଜୀବନ ପ୍ରଦାନ କରିଅଛି, ସେହି ପରମେଶ୍ୱରଙ୍କ ପାଇଁ ବଞ୍ଚିବି।
ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ଗୁମ୍ଫାରେ ଶାଉଲ ସମ୍ମୁଖରୁ ପଳାଇବା ବେଳେ ରଚିତ।
57 ହେ ପରମେଶ୍ୱର, ମୋ’ ଉପରେ ଦୟାକର।
ମୋ’ ଉପରେ ଦୟାକର, କାରଣ ମୁଁ ସୁରକ୍ଷା ପାଇଁ ତୁମ୍ଭ ନିକଟକୁ ଆସେ।
ବିପଦ ବହିଯିବା ପର୍ଯ୍ୟନ୍ତ
ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବାକୁ ଆସିଛି।
2 ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବି।
ଏବଂ ପରମେଶ୍ୱର ମୋର ସମ୍ପୂର୍ଣ୍ଣ ଭାବରେ ରକ୍ଷା କରିବେ!
3 ସେ ସ୍ୱର୍ଗରୁ ମୋତେ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି।
ଯେଉଁମାନେ ମୋତେ ଆକ୍ରମଣ କରନ୍ତି,
ସେ ସେମାନଙ୍କୁ ଲଜ୍ଜିତ କରନ୍ତି।
ପରମେଶ୍ୱର ତାଙ୍କର ସ୍ୱର୍ଗୀୟ ପ୍ରେମ ଓ ବିଶ୍ୱସ୍ତ ମଙ୍ଗଳ ପ୍ରଦାନ କରନ୍ତି।
4 ମୋର ଜୀବନ ସଙ୍କଟପୂର୍ଣ୍ଣ।
ମୋର ଶତ୍ରୁମାନେ ମୋର ଚତୁର୍ପାର୍ଶ୍ୱରେ ଘେରି ରହିଛନ୍ତି।
ସେମାନେ ମଣିଷ ଖିଆ ସିଂହ ପରି।
ସେମାନଙ୍କର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ୟ।
ସେମାନଙ୍କର ଜିହ୍ୱା ତୀକ୍ଷ୍ଣ ଖଡ଼୍ଗ ତୁଲ୍ୟ।
5 ପରମେଶ୍ୱର, ସ୍ୱର୍ଗ ଉପରେ ଜାଗି ଉଠ।
ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ଆଚ୍ଛାଦିତ ହେଉ।
6 ମୋର ଶତ୍ରୁମାନେ ମୋତେ ଫାନ୍ଦରେ ପକାଇବାକୁ
ମୋ’ ପାଇଁ ଜାଲ ବିସ୍ତାର କରିଛନ୍ତି।
ସେମାନେ ମୋ’ ପାଇଁ ଏକ ବଡ଼ ଗାତ ଖୋଳିଛନ୍ତି।
କିନ୍ତୁ ସେମାନେ ନିଜେ ସେଥିରେ ପଡ଼ିଛନ୍ତି।
7 ମୋର ହୃଦୟ ସ୍ଥିର ଅଟେ।
ପରମେଶ୍ୱର, ମୋର ହୃଦୟ ସ୍ଥିର ଅଟେ।
ମୁଁ ତାଙ୍କର ପ୍ରଶଂସା ଓ ଗାନ କରିବି।
8 ଜାଗ୍ରତ ହୁଅ, ହେ ମୋର ପ୍ରାଣ ଜାଗ୍ରତ ହୁଅ!
ନେବଲ ଓ ବୀଣା, ଜାଗ୍ରତ ହୁଅ!
ଓ ମୁଁ ଅତି ପ୍ରଭାତରେ ଜାଗ୍ରତ ହେବି।
9 ହେ ପ୍ରଭୁ, ପ୍ରତ୍ୟେକ ବ୍ୟକ୍ତି ସମ୍ମୁଖରେ ମୁଁ ତୁମ୍ଭର ଗୁଣଗାନ କରିବି।
ମୁଁ ପ୍ରତ୍ୟେକ ଜାତିଗଣ ମଧ୍ୟରେ ତୁମ୍ଭ ପ୍ରଶଂସାର ଗୀତ ଗାଇବି।
10 ତୁମ୍ଭର ପ୍ରେମ ଆକାଶ ପରି ଉଚ୍ଚ।
ତୁମ୍ଭର ବିଶ୍ୱସନୀୟତା ମେଘମାଳାକୁ ସ୍ପର୍ଶ କରୁଛି।
11 ପରମେଶ୍ୱର, ସ୍ୱର୍ଗ ଉପରେ ଉଠ।
ତୁମ୍ଭର ମହିମା ସାରାପୃଥିବୀକୁ ଆଚ୍ଛାଦନ କରୁ।
ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କର ଗୀତ; ମିକ୍ତାମ୍।
58 ବିଗ୍ଭରକଗଣ! ତୁମ୍ଭେ ନ୍ୟାୟ ଭାବରେ କୁହ କି?
ତୁମ୍ଭେ ଲୋକମାନଙ୍କର ଧର୍ମ ବିଗ୍ଭର କର କି?
2 ନା, ତୁମ୍ଭେ କେବଳ ମନ୍ଦକାର୍ଯ୍ୟ କରିବା ପାଇଁ ଚିନ୍ତା କରୁଛ।
ତୁମ୍ଭେମାନେ ନିଜେ ଏହି ଦେଶରେ ଅପରାଧ କରୁଛି।
3 ସେହି ଦୁଷ୍ଟ ଲୋକମାନେ ଜନ୍ମ ହେବା ମାତ୍ରେ ବିପଥଗାମୀ।
ସେମାନେ ଜନ୍ମଠାରୁ ମିଥ୍ୟାବାଦୀ।
4 ସେମାନଙ୍କର କ୍ରୋଧ ସର୍ପର ବିଷତୁଲ୍ୟ ବିପଦପୂର୍ଣ୍ଣ।
ଆଉ ନାଗସାପ ପରି ଯିଏ ଶୁଣିପାରିବ ନାହିଁ, ସେମାନେ ସତ କଥା ଶୁଣିବାକୁ ବାରଣ କରନ୍ତି।
5 ସାପୁଆକେଳାମାନଙ୍କର ବାଦ୍ୟ କିଅବା ଗୀତକୁ ନାଗସାପ ଶୁଣି ପାରିବ ନାହିଁ।
ଆଉ ସେହି ମନ୍ଦ ଲୋକମାନେ ସେହିପରି, ଯେତେବେଳେ ସେମାନେ ସେମାନଙ୍କର ମନ୍ଦ ଯୋଜନା କରନ୍ତି।
6 ହେ ପରମେଶ୍ୱର, ସେହି ଲୋକମାନେ ସିଂହ ପରି।
ତେଣୁ ହେ ପରମେଶ୍ୱର, ସେମାନଙ୍କର ଦାନ୍ତସବୁ ଭାଙ୍ଗି ଦିଅ।
7 ସେମାନେ ବହନ୍ତା ଜଳପରି ଅନ୍ତର୍ଦ୍ଧାନ ହୋଇ ଯାଆନ୍ତୁ।
ରାସ୍ତାର ଘାସ ତୁଲ୍ୟ ସେମାନେ ପଦଦଳିତ ହୁଅନ୍ତୁ।
8 ଶାମୁକା ଗତି କଲାବେଳେ ତରଳି ଯିବା ପରି ସେମାନେ ତରଳି ଯାଆନ୍ତୁ।
ସୂର୍ଯ୍ୟାଲୋକ ଦେଖି ନ ଥିବା ମୃତବସ୍ଥାରେ ଜନ୍ମଲାଭ କରିଥିବା ସନ୍ତାନ ପରି ହୁଅନ୍ତୁ।
9 ଜ୍ୱଳନ୍ତା କଣ୍ଟା ହାଣ୍ଡିକୁ ଗଲାପରି
ସେମାନେ ଶୀଘ୍ର ଧ୍ୱଂସ ହୁଅନ୍ତି।
10 ଜଣେ ଧାର୍ମିକ ଲୋକ ଯେତେବେଳେ
ସେହି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହେବାର ଦେଖେ, ସେ ଆନନ୍ଦିତ ହେବ।
11 ଯେତେବେଳେ ଏପରି ଘଟେ, ଲୋକମାନେ କହିବେ, “ଏଣୁ ଯେଉଁ ଲୋକମାନେ ଯାହା ଧାର୍ମିକ ତାହା କରନ୍ତି, ସତରେ ପୁରସ୍କୃତ ଅଟନ୍ତି।
ସତରେ ପରମେଶ୍ୱର ଅଛନ୍ତି, ଯିଏ ପୃଥିବୀ ଉପରେ ବିଗ୍ଭର କରନ୍ତି।”
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
64 ହେ ପରମେଶ୍ୱର, ମୋହର ଅଭିଯୋଗ ଶୁଣ।
ମୋ’ ଶତ୍ରୁମାନେ ମୋତେ ଭୟଭୀତ କରିଛନ୍ତି।
ସେମାନଙ୍କଠାରୁ ମୋର ଜୀବନ ରକ୍ଷା କର।
2 ମୋ’ ଶତ୍ରୁମାନଙ୍କର ଗୁପ୍ତମନ୍ତ୍ରଣାରୁ ମୋତେ ରକ୍ଷା କର।
ଦୁଷ୍ଟ ଲୋକମାନଙ୍କ ଦଳଠାରୁ ତୁମ୍ଭେ ମୋତେ ଲୁଗ୍ଭଇ ରଖ।
3 ସେମାନେ ସେମାନଙ୍କର ଜିହ୍ୱାକୁ କ୍ଷୁରପରି ଶାଣିତ କରନ୍ତି,
ସେମାନେ ସେମାନଙ୍କର ବିଷାକ୍ତ ଶବ୍ଦଗୁଡ଼ିକ ତୀର ତୁଲ୍ୟ ନିକ୍ଷେପ କରନ୍ତି।
4 ହଠାତ୍ ସେମାନଙ୍କର ଲୁଚିବା ସ୍ଥାନରୁ ସେମାନେ ସେମାନଙ୍କର ତୀରଗୁଡ଼ିକ
ଉତ୍ତମ ନିଷ୍ଠାପର ଲୋକମାନଙ୍କ ଉପରକୁ ବିନା ଭୟରେ ନିକ୍ଷେପ କରନ୍ତି।
5 ସେମାନେ ଭୁଲ୍ କରିବା ପାଇଁ ପରସ୍ପରକୁ ଉତ୍ସାହିତ କରନ୍ତି।
ସେମାନେ ଏହା କହି ଫାନ୍ଦ ବସାଇବା ବିଷୟରେ କଥାବାର୍ତ୍ତା ହୁଅନ୍ତି, “କେହି ଏଠାରେ ସେମାନଙ୍କୁ ଦେଖି ପାରିବେ ନାହିଁ।”
6 କେହି ଆମ୍ଭର ଦୋଷକୁ ଆବିଷ୍କାର କରିବେ ନାହିଁ।
ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଯୋଜନା ଅଛି।”
ଲୋକମାନେ ବହୁତ କୁଟିଳ ଏବଂ ବୁଝିବା ବହୁତ କଷ୍ଟ।
7 କିନ୍ତୁ ହଠାତ୍ ପରମେଶ୍ୱର ତାଙ୍କର ‘ତୀର’ ନିକ୍ଷେପ କରିବେ
ଏବଂ ଦୁଷ୍ଟମାନେ ଆଘାତ ହେବେ।
8 ସେମାନଙ୍କ ନିଜ ଜିହ୍ୱା ସେମାନଙ୍କୁ ଧ୍ୱଂସର ବିଷୟ ଆଣିବ।
ସେମାନଙ୍କୁ ଯିଏ ଦେଖିବେ ସେମାନେ ଦୁଃଖରେ ମୁଣ୍ଡ ହଲାଇବେ।
9 ତା’ହେଲେ ପ୍ରତ୍ୟେକ ବ୍ୟକ୍ତି ଭୟଭୀତ ହେବେ।
ସେମାନେ ପରମେଶ୍ୱରଙ୍କର କାର୍ଯ୍ୟ ବିଷୟରେ କହିବେ
ଏବଂ ସେ ଯାହା କରିଛନ୍ତି
ସେମାନେ ତାହା ଶିକ୍ଷା କରିବେ।
10 ଧାର୍ମିକ ଲୋକମାନେ ସଦାପ୍ରଭୁଙ୍କ ସେବାରେ ଆନନ୍ଦ କରିବେ।
ସେମାନେ ତାହାଙ୍କର ଶରଣାଗତ ହେବେ।
ପୁଣି ସମସ୍ତ ସଜ୍ଜନମାନେ, ସଦାପ୍ରଭୁଙ୍କର ପ୍ରଶଂସା କରିବେ।
ପ୍ରଧାନ ବାଦ୍ୟକର ନିମନ୍ତେ, ଦାଉଦଙ୍କର ଏକ ପ୍ରଶଂସାର ଗୀତ।
65 ହେ ସିୟୋନର ପରମେଶ୍ୱର, ତୁମ୍ଭେ ପ୍ରଶଂସିତ ହେବାର ହକ୍ଦାର।
ଆମ୍ଭେମାନେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ।
2 ଯିଏକି ଆମ୍ଭର ପ୍ରାର୍ଥନା ଶୁଣନ୍ତି,
ସମସ୍ତ ଲୋକମାନେ ତୁମ୍ଭ ପାଖକୁ ଆସିବେ।
3 ଯେତେବେଳେ ଆମ୍ଭର ପାପ ଆମ୍ଭ ଉପରେ ଅତ୍ୟଧିକ ହୁଏ ଓ ସହି ହୁଏ ନାହିଁ,
ସେତେବେଳେ ତୁମ୍ଭେ ହିଁ ଏକ ଯିଏ ଆମ୍ଭର ପାପକୁ କ୍ଷମା କରିବ।
4 କେତେ ଭାଗ୍ୟବାନ୍ ସେମାନେ,
ଯେଉଁମାନଙ୍କୁ ତୁମ୍ଭେ ତୁମ୍ଭ ମନ୍ଦିରର ଅଗଣାରେ
ରଖିବା ପାଇଁ ମନୋନୀତ କର।
ତୁମ୍ଭ ପବିତ୍ର ମନ୍ଦିରରେ ଆମ୍ଭେ ଆଶୀର୍ବାଦର ଗୃହସହ ପରିପୂର୍ଣ୍ଣ ହେଉ।
5 ହେ ପରମେଶ୍ୱର, ଆମ୍ଭମାନଙ୍କର ରକ୍ଷାକର୍ତ୍ତା,
ତୁମ୍ଭେ ଆଶ୍ଚର୍ଯ୍ୟ କାର୍ଯ୍ୟ ମାଧ୍ୟମରେ ଉତ୍ତର ଦିଅ
ଓ ଯାହା ଯଥାର୍ଥ ତାହା କର।
ସମଗ୍ର ବିଶ୍ୱର ଲୋକମାନେ ତୁମ୍ଭଠାରେ ବିଶ୍ୱାସ ରଖନ୍ତି।
6 ପରମେଶ୍ୱର, ତୁମ୍ଭେ ମହାଶକ୍ତିର ସହ ପର୍ବତ ତିଆରି କରିଅଛ।
ତୁମ୍ଭେ ଆପଣା ଶକ୍ତିରେ ବସ୍ତ୍ରାବୃତ କରିବ।
7 ପରମେଶ୍ୱର “ଅଶାନ୍ତ ସମୁଦ୍ରକୁ” ଓ ଉତ୍ତାଳ ତରଙ୍ଗକୁ ଶାନ୍ତ କର।
ଏପରିକି ଆମ୍ଭ ଚତୁର୍ପାର୍ଶ୍ୱର ଭୟଙ୍କର ଦେଶଗୁଡ଼ିକୁ।
8 ଯେଉଁସବୁ ଅଦ୍ଭୂତ କାର୍ଯ୍ୟ ତୁମ୍ଭେ କର, ତାହା ଦେଖି ସମଗ୍ର ପୃଥିବୀର ଲୋକମାନେ ଭୟରେ ଛିଡ଼ା ହୋଇଯାଆନ୍ତି।
ତୁମ୍ଭେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଆନନ୍ଦରେ ଗୀତ ଗାନ କରାଅ।
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଆମ୍ଭମାନଙ୍କୁ ଖୁସୀ କରେ।
9 ତୁମ୍ଭେ ପୃଥିବୀର ଯତ୍ନ ନିଅ।
ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ।
ହେ ପରମେଶ୍ୱର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର।
ତୁମ୍ଭେ ଶସ୍ୟକ୍ଷେତ୍ରମାନ ବଢ଼ାଇ ଥାଅ।
10 ତୁମ୍ଭେ କୃଷିକ୍ଷେତ୍ରକୁ ଯଥେଷ୍ଟ ପରିମାଣରେ ବୃଷ୍ଟି ପଠାଅ।
ତୁମ୍ଭେ ଲଙ୍ଗଳ ଗାରକୁ ଶୋଷିଲ।
ତୁମ୍ଭେ ପୃଥିବୀର ମାଟିକୁ ନରମ କର।
ତୁମ୍ଭେ ପୃଥିବୀରେ ଶସ୍ୟକ୍ଷେତ୍ରକୁ ବୃଦ୍ଧି କରାଅ।
11 ତୁମ୍ଭେ ପ୍ରତ୍ୟେକ ନୂତନ ବର୍ଷରେ ଉତ୍ତମ ଶସ୍ୟଅମଳ କରାଅ।
ଉତ୍ତମ ଶସ୍ୟରେ ଶଗଡ଼ ଭରିଦିଅ।
12 ମରୁଭୂମି ଓ ପର୍ବତଗୁଡ଼ିକୁ ତୁମ୍ଭେ ସବୁଜ ଘାସରେ ଆଚ୍ଛାଦିତ କର।
13 ଗ୍ଭରଣଭୂମି ସବୁ ମେଷପଲରେ ପୁରି ଉଠନ୍ତି।
ଉପତ୍ୟକା ସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି।
ପ୍ରତ୍ୟେକେ ଆନନ୍ଦରେ ଗୀତ ଗାଆନ୍ତି ଓ ଜୟଧ୍ୱନି କରନ୍ତି।
ମୁକ୍ତପ୍ରାପ୍ତ ଲୋକଙ୍କର ଗୀତ
14 ତା’ପରେ ମୁଁ ମୋ’ ସମ୍ମୁଖରେ ମେଷଶାବକଙ୍କୁ ଦେଖିଲି। ସେ ସିୟୋନ ପର୍ବତ ଉପରେ ଠିଆ ହୋଇଥିଲେ। ତାହାଙ୍କ ସହିତ 144,000 ଲୋକ ଥିଲେ। ସେମାନଙ୍କ କପାଳରେ ମେଷଶାବକ ଓ ତାହାଙ୍କ ପରମପିତାଙ୍କ ନାମ ଲେଖାଥିଲା।
2 ମୁଁ ସ୍ୱର୍ଗରୁ ମହାଜଳପ୍ରପାତ ଓ ମହାବଜ୍ରନାଦ ଭଳି ଏକ ଏକ ସ୍ୱର ଶୁଣିଲି। ଏହା ବୀଣାବାଦକମାନେ ସେମାନଙ୍କର ବୀଣାବାଦନ କରିବାପରି ମନେ ହେଲା। 3 ଏହି ଲୋକମାନେ ସିଂହାସନ ସମ୍ମୁଖରେ ଗ୍ଭରି ଜଣ ଜୀବନ୍ତ ପଶୁଙ୍କ ସମ୍ମୁଖରେ ଓ ପ୍ରାଚୀନମାନଙ୍କ ସମ୍ମୁଖରେ ଗୋଟିଏ ନୂତନ ଗୀତ ଗାଇଲେ। ପୃଥିବୀରୁ କ୍ରୟ କରାଯାଇଥିବା କେବଳ 144,000 ଜଣ ଲୋକମାନଙ୍କ ଛଡ଼ା କେହିହେଲେ ଏହି ଗୀତ ଶିଖି ପାରିଲେ ନାହିଁ।
4 ଏହି 144,000 ଜଣ ଲୋକମାନେ ସ୍ତ୍ରୀମାନଙ୍କ ସହିତ କୌଣସି ବ୍ୟଭିଗ୍ଭରପାପ କରି ନାହାନ୍ତି। ସେମାନେ ନିଜକୁ କୁମାରୀକନ୍ୟା ତୁଲ୍ୟ ପବିତ୍ର କରି ରଖିଛନ୍ତି। ମେଷଶାବକ ଯେଉଁ ଯେଉଁ ସ୍ଥାନକୁ ଯାଆନ୍ତି, ସେମାନେ ତାହାଙ୍କର ଅନୁସରଣ କରନ୍ତି। ଏହି 144,000 ଜଣ ମନୁଷ୍ୟଜାତି ମଧ୍ୟରୁ ମୁକ୍ତି ପାଇଛନ୍ତି। ସେମାନେ ପରମେଶ୍ୱର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଫଳ ସ୍ୱରୂପେ ଉତ୍ସର୍ଗୀକୃତ ହୋଇଛନ୍ତି। 5 ସେମାନେ କେବେ ମିଥ୍ୟା କହନ୍ତି ନାହିଁ। ସେମାନେ ସର୍ବଦା ନିର୍ଦ୍ଦୋଷ।
ତିନି ଜଣ ସ୍ୱର୍ଗଦୂତ
6 ତା’ପରେ ମୁଁ ଆଉ ଏକ ଦୂତଙ୍କୁ ଉଚ୍ଚ ଆକାଶରେ ଉଡ଼ୁଥିବାର ଦେଖିଲି। ପୃଥିବୀର ସକଳ ବାସିନ୍ଦାମାନଙ୍କୁ ସମସ୍ତ ଦେଶ, ଜାତି, ଭାଷା ଓ ପ୍ରଜାତିର ଲୋକମାନଙ୍କୁ ଉପଦେଶ ଦେବା ପାଇଁ ସେହି ସ୍ୱର୍ଗଦୂତଙ୍କ ପାଖରେ ଏକ ଅନନ୍ତକାଳୀନ ସୁସମାଗ୍ଭର ଥିଲା। 7 ସେହି ସ୍ୱର୍ଗଦୂତ ଉଚ୍ଚ ସ୍ୱରରେ କହିଲେ, “ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କୁ ମହିମା ପ୍ରଦାନ କର। ପରମେଶ୍ୱରଙ୍କ ଦ୍ୱାରା ଲୋକମାନଙ୍କୁ ବିଗ୍ଭର କରିବା ସମୟ ଉପସ୍ଥିତ। ପରମେଶ୍ୱରଙ୍କର ଉପାସନା କର। ସେ ସ୍ୱର୍ଗ, ପୃଥିବୀ, ସମୁଦ୍ର ଓ ଜଳଉତ୍ସଗୁଡ଼ିକର ସୃଷ୍ଟିକର୍ତ୍ତା।”
8 ତା’ପରେ ଦ୍ୱିତୀୟ ଦୂତ ଜଣକ, ପ୍ରଥମ ସ୍ୱର୍ଗଦୂତଙ୍କୁ ଅନୁସରଣ କରି କହିଲେ, “ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିର ଲୋକଙ୍କୁ ଲୋଭ ଦେଖାଇ ଭ୍ରଷ୍ଟାଗ୍ଭର କାମ ଓ ପରମେଶ୍ୱରଙ୍କ କ୍ରୋଧ ରୂପକ ସୁରା ପାନ କରାଇଛି, ସେ ନଷ୍ଟ ହୋଇଯାଇଛି।”
9 ତା’ପରେ ତୃତୀୟଦୂତ ଜଣକ, ଅନ୍ୟ ଦୁଇଜଣ ଦୂତଙ୍କୁ ଉଚ୍ଚ ସ୍ୱରରେ ଅନୁସରଣ କରି କହିଲେ, “ଯଦି କେହି ଲୋକ ସେହି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରେ ଓ ତା’ ନିଜ କପାଳରେ ଓ ହାତରେ ତା’ର ଚିହ୍ନ ଧାରଣ କରେ, 10 ସେହି ଲୋକ ପରମେଶ୍ୱରଙ୍କ କ୍ରୋଧର ସୁରା ପାନ କରିବ। ଏହି ସୁରା ପରମେଶ୍ୱରଙ୍କ କ୍ରୋଧର ପାତ୍ରରେ ଅମିଶ୍ରିତ ଭାବେ ଢଳା ହୋଇଛି। ସେ ପବିତ୍ର ଦୂତଗଣ ଓ ମେଷଶାବକଙ୍କ ସମ୍ମୁଖରେ ଜ୍ୱଳନ୍ତ ଗନ୍ଧକରେ ଯନ୍ତ୍ରଣା ପାଇବ। 11 ସେମାନଙ୍କ ଯନ୍ତ୍ରଣାର ଧୂଆଁ ସବୁବେଳ ପାଇଁ ଉଠୁଥିବ। ସେମାନଙ୍କୁ ଯନ୍ତ୍ରଣାରୁ ଦିନରାତି କେବେ ହେଲେ ଆରାମ ମିଳିବ ନାହିଁ, କାରଣ ସେମାନେ ସେହି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରିଛନ୍ତି ଓ ତାହାର ନାମର ଚିହ୍ନ ଧାରଣ କରିଛନ୍ତି। 12 ଏହାର ଅର୍ଥ ହେଉଛି ଯେ, ପରମେଶ୍ୱରଙ୍କର ପବିତ୍ର ଲୋକମାନେ ଧୈର୍ଯ୍ୟବାନ୍ ହୁଅନ୍ତୁ। ସେମାନେ ପରମେଶ୍ୱରଙ୍କର ଆଜ୍ଞା ମାନିବା ଓ ଯୀଶୁଙ୍କ ପାଖରେ ବିଶ୍ୱାସ ରଖୁଥିବା ଉଚିତ୍।
13 ତା’ପରେ ମୁଁ ଗୋଟିଏ ସ୍ୱର ସ୍ୱର୍ଗରୁ ଶୁଣିଲି। ସେହି ସ୍ୱର କହିଲା, “ଏହା ଲେଖିରଖ: ବର୍ତ୍ତମାନଠାରୁ ପ୍ରଭୁଙ୍କଠାରେ ବିଶ୍ୱାସ ରଖି ଯେଉଁମାନେ ମୃତ୍ୟୁବରଣ କରନ୍ତି, ସେମାନେ ଧନ୍ୟ।”
ଆତ୍ମା କହନ୍ତି, “ହଁ, ତାହା ସତ୍ୟ। ସେହି ଲୋକମାନେ ସେମାନଙ୍କର କଠିନ ପରିଶ୍ରମରୁ ବିଶ୍ରାମ ନେବେ କାରଣ ସେମାନେ କରିଥିବା କାମ ସେମାନଙ୍କ ସାଙ୍ଗରେ ଯିବ।”
ଲୋକମାନେ ଯୀଶୁଙ୍କ ସହ ଏକମତ ହେବେ ନାହିଁ(A)
49 ଯୀଶୁ କହି ଗ୍ଭଲିଲେ, “ମୁଁ ଏ ପୃଥିବୀରେ ନିଆଁ ଜଳେଇବାକୁ ଆସିଛି। ମୁଁ ଗ୍ଭହୁଁଛି ଏହା ଆଗରୁ ଜଳୁଥା’ନ୍ତା। 50 ମୋତେ ‘ଅନ୍ୟପ୍ରକାରର ବାପ୍ତିସ୍ମ’ [a] ଦ୍ୱାରା ବାପ୍ତିଜିତ ହେବାକୁ ପଡ଼ିବ। ଏହା ନ ହେବା ପର୍ଯ୍ୟନ୍ତ ମୁଁ ପୀଡ଼ା ଅନୁଭବ କରୁଛି। 51 ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଶାନ୍ତି ଦେବା ପାଇଁ ଏ ପୃଥିବୀକୁ ଆସିଛି? ନା, ମୁଁ ପୃଥିବୀକୁ ଭାଗ ଭାଗ କରିଦେବାକୁ ଆସିଛି। 52 ଏଣିକି ବର୍ତ୍ତମାନଠାରୁ ଗୋଟିଏ ଘରେ ପାଞ୍ଚ ଜଣ ଲୋକ ଥିଲେ ସେମାନେ ପରସ୍ପରର ବିରୋଧୀ ହୋଇଯିବେ। ତିନି ଜଣ ଦୁଇଜଣଙ୍କ ବିରୁଦ୍ଧରେ ଠିଆ ହେବେ କିମ୍ବା ଦୁଇଜଣ ତିନି ଜଣଙ୍କ ବିରୁଦ୍ଧରେ ଠିଆ ହେବେ।
53 ବାପ ପୁଅର ବିରୋଧୀ,
ପୁଅ ବାପର ବିରୋଧୀ,
ମା ଝିଅର ବିରୋଧୀ,
ଝିଅ ମାର ବିରୋଧୀ,
ଶାଶୁ ବୋହୂର ବିରୋଧୀ
ଓ ବୋହୂ ଶାଶୁର ବିରୋଧୀ ହୋଇଯିବ।”
ବୁଝିବା ସମୟର ଚିହ୍ନ(B)
54 ଯୀଶୁ ଲୋକମାନଙ୍କୁ କହିବାକୁ ଲାଗିଲେ, “ତୁମ୍ଭେମାନେ ପଶ୍ଚିମ ଦିଗରୁ ମେଘ ଉଠିବା ଦେଖିଲେ କୁହ, ‘ଝଡ଼ବର୍ଷା ଆସୁଛି’ ତା’ପରେ ତାହା ହିଁ ହୁଏ। 55 ଦକ୍ଷିଣ ଦିଗରୁ ପବନ ବୋହିଲେ ତୁମ୍ଭେମାନେ କୁହ, ‘ଗରମ ହେବ।’ ତା’ପରେ ତାହା ହିଁ ହୁଏ। 56 ହେ କପଟୀଗଣ! ତୁମ୍ଭେମାନେ ପାଗ ବିଷୟରେ ତ ଜାଣି ପାରୁଛ। ତେବେ ଏହି ସମୟରେ କ’ଣ ଘଟୁଛି, ତାହା କାହିଁକି ଜାଣି ପାରୁ ନାହଁ?
ନିଜ ସମସ୍ୟାର ସମାଧାନ କର(C)
57 “ଯାହା ଠିକ୍, ତାହା ତୁମ୍ଭେମାନେ ନିଜେ ନିଷ୍ପତ୍ତି କରି ପାରୁ ନାହଁ କାହିଁକି? 58 ଯଦି ତୁମ୍ଭେ ତୁମ୍ଭ ବିରୋଧୀ ସହିତ ବିଗ୍ଭରାଳୟକୁ ଯାଉଛ, ତେବେ ରାସ୍ତାରେ ତା’ ସହିତ ବୁଝାମଣା କରିବାକୁ ଚେଷ୍ଟା କର। ତା’ ନ ହେଲେ ସେ ତୁମ୍ଭକୁ ବିଗ୍ଭରପତିଙ୍କ ଆଗକୁ ଟାଣିନେବ। ବିଗ୍ଭରପତି ତୁମ୍ଭକୁ ଅଧିକାରୀଙ୍କ ହାତରେ ଦେଇଦେବେ ଏବଂ ଅଧିକାରୀ ତୁମ୍ଭକୁ କାରାଗାରରେ ବନ୍ଦୀ କରିବେ। 59 ଯେଉଁଦିନ ପର୍ଯ୍ୟନ୍ତ ତୁମ୍ଭେ ପ୍ରତ୍ୟେକ ଋଣର ମୂଲ୍ୟ ଶେଷ ପଇସା ପର୍ଯ୍ୟନ୍ତ ନ ଦେଇଛ, ସେ ପର୍ଯ୍ୟନ୍ତ ତୁମ୍ଭେମାନେ ସେଠାରୁ ମୁକ୍ତି ପାଇ ପାରିବ ନାହିଁ।”
2010 by World Bible Translation Center