Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 72

ଶଲୋମନଙ୍କର ଗୀତ।

72 ହେ ପରମେଶ୍ୱର, ରାଜାଙ୍କୁ ସାହାଯ୍ୟ କର, ଯାହା ଫଳରେ ସେ ତୁମ୍ଭ ପରି ବିବେକବାନ ନ୍ୟାୟ ପ୍ରଦାନ କରିବେ।
    ତୁମ୍ଭର ନ୍ୟାୟ ପରାୟଣ ରାଜପୁତ୍ରମାନଙ୍କୁ ଦିଅ।
ରାଜାଙ୍କୁ ସାହାଯ୍ୟ କର, ଯେପରି ସେ ତୁମ୍ଭର ଲୋକମାନଙ୍କୁ ସୁବିଗ୍ଭର ଦେଇ ପାରିବ।
    ତାଙ୍କୁ ସାହାଯ୍ୟ କର, ଯେପରି ସେ ଗରିବ ଲୋକମାନଙ୍କୁ ଉଚିତ୍ ବ୍ୟବହାର କରିବ।
ପର୍ବତ ଏବଂ ପାହାଡ଼ଗୁଡ଼ିକ ଶାନ୍ତି
    ଏବଂ ନ୍ୟାୟପୂର୍ଣ୍ଣ ବିଗ୍ଭର କରନ୍ତୁ।
ରାଜା ଦୀନହୀନ ଲୋକମାନଙ୍କ ପ୍ରତି ନ୍ୟାୟକାରୀ ରୁହନ୍ତୁ।
    ସେ ଅସହାୟ ଲୋକମାନଙ୍କୁ ସହାୟତା କରନ୍ତୁ।
    ସେ ଏମାନଙ୍କ ଉପରେ ଉପଦ୍ରବ କରୁଥିବା ଲୋକମାନଙ୍କୁ ଦଣ୍ଡିତ କରନ୍ତୁ।
ମୁଁ ଆଶା କରେ ସୂର୍ଯ୍ୟ ଓ ଚନ୍ଦ୍ର ଆକାଶରେ ଥିବା ପର୍ଯ୍ୟନ୍ତ
    ଲୋକମାନେ ତୁମ୍ଭକୁ ପୁରୁଷାନୁକ୍ରମେ ଭୟ କରିବେ। [a]
ଭୂମିରେ ବୃଷ୍ଟି ତୁଲ୍ୟ, ଭୂମି ସେଚନକାରୀ ଜଳଧାରା ତୁଲ୍ୟ ତୁମ୍ଭେ ରାଜାଙ୍କୁ ସହାୟ ହୁଅ।
    କ୍ଷେତ୍ରରେ ପଡ଼ୁଥିବା ଜଳଧାରା ହେବା ପାଇଁ ତାଙ୍କୁ ସାହାଯ୍ୟ କର।
ଯେପର୍ଯ୍ୟନ୍ତ ରାଜା ଅଛନ୍ତି, ଧାର୍ମିକତା ବୃଦ୍ଧି ହେଉ।
    ଚନ୍ଦ୍ର ଲୁପ୍ତ ନ ହେବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ସ୍ଥାପିତ ହେଉ।
ତାଙ୍କର ରାଜ୍ୟ ସମୁଦ୍ରରୁ ସମୁଦ୍ର ପର୍ଯ୍ୟନ୍ତ
    ଏବଂ ଫରାତ୍ ନଦୀଠାରୁ ଶେଷ ଧରଣୀକୁ ବ୍ୟାପି ଯାଉ।
ମରୁଭୂମିରେ ବାସ କରୁଥିବା ଲୋକମାନେ ତାଙ୍କ ସମ୍ମୁଖରେ ନତ ହେବେ।
    ତାହାଙ୍କ ଶତ୍ରୁଗଣ ଅଧୋମୁଖ ହୋଇ ନତ ମସ୍ତକ ହେବେ।
10 ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ।
    ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭେଟି [b] ଆଣନ୍ତୁ।
11 ହଁ ସବୁ ରାଜାଗଣ ଆମ୍ଭ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୁଅନ୍ତୁ।
    ସବୁ ଜାତିଗଣର ଲୋକମାନେ ତାଙ୍କର ସେବା କରନ୍ତୁ।
12     ଆମ୍ଭର ରାଜା ସାହାଯ୍ୟ କରନ୍ତି, ଯେଉଁମାନେ ତାଙ୍କୁ ଡାକନ୍ତି,
    ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।
13 ଦରିଦ୍ର ଓ ନିଃସହାୟ ଲୋକମାନଙ୍କର ସେ ଯତ୍ନ ନିଅନ୍ତି।
    ରାଜା ସେମାନଙ୍କୁ ଜୀବିତ ରଖନ୍ତି।
14 ଆମ୍ଭ ରାଜା ସେମାନଙ୍କୁ ଦୁଷ୍ଟ ଲୋକମାନଙ୍କଠାରୁ ରକ୍ଷା କରିବେ ଯେଉଁମାନେ କି ସେମାନଙ୍କୁ ଦୁଃଖ ଦେବା ପାଇଁ ଗ୍ଭହୁଁଛନ୍ତି।
    ରାଜାଙ୍କ ପାଇଁ ସେଇ ଦରିଦ୍ର ଲୋକମାନଙ୍କର ଜୀବନ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ।
15 ରାଜା ଦୀର୍ଘଜୀବୀ ହୁଅନ୍ତୁ
    ଏବଂ ତାଙ୍କୁ ଶିବାର ସ୍ୱର୍ଣ୍ଣ ହସ୍ତଗତ ହେଉ।
ଲୋକମାନେ ରାଜାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରନ୍ତୁ
    ଏବଂ ତାଙ୍କୁ ସର୍ବଦା ଆଶୀର୍ବାଦ ଦିଅନ୍ତୁ।
16 କ୍ଷେତରେ ପ୍ରଚୁର ପରିମାଣର ଫସଲ ହେଉ।
    ପର୍ବତଗୁଡ଼ିକ ମଧ୍ୟ ଫସଲରେ ପୂର୍ଣ୍ଣ ହୋଇ
ଲିବାନୋନ୍ କ୍ଷେତ ତୁଲ୍ୟ ଉର୍ବର ହେଉ।
    କ୍ଷେତଗୁଡ଼ିକ ତୃଣରେ ପୂର୍ଣ୍ଣ ହେଲା ପରି ନଗରଗୁଡ଼ିକ ଜନ ଗହଳିରେ ପୂର୍ଣ୍ଣ ହେଉ।
17 ରାଜାଙ୍କର ପ୍ରସିଦ୍ଧ ସର୍ବଦା ଅକ୍ଷୁର୍ଣ୍ଣ ରହୁ।
    ଆକାଶରେ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଲୋକମାନେ ତାଙ୍କର ନାମକୁ ମନେ ରଖନ୍ତୁ।
ସମସ୍ତ ପ୍ରଜା ତାଙ୍କ ଯୋଗୁଁ ଆଶୀର୍ବାଦ ପାଆନ୍ତୁ
    ଓ ସମସ୍ତ ଜାତିଗଣ ତାଙ୍କୁ ପ୍ରଶଂସା କରନ୍ତୁ।

18 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି।
    ଅନନ୍ତର ପରମେଶ୍ୱରଙ୍କର ଗୁଣଗାନ କର।
    କେବଳ ପରମେଶ୍ୱର ହିଁ ଏହିପରି ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରନ୍ତି।
19 ତାଙ୍କର ଗୌରବାନ୍ୱିତ ନାମର ମହିମା ଅନନ୍ତକାଳ ପର୍ଯ୍ୟନ୍ତ ଗାନ କର।
    ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ!
ଆମେନ୍, ଆମେନ୍।

20 ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନା ସବୁ ଏଠାରେ ଶେଷ ହୁଏ।

ଗୀତସଂହିତା 119:73-96

ଇୟୂଦ୍

73 ହେ ସଦାପ୍ରଭୁ, ତୁମ୍ଭର ହସ୍ତ ମୋତେ ନିର୍ମାଣ କଲା ଏବଂ ମୁଁ କ’ଣ ତିଆରି କଲି?
    ମୋତେ ବୁଝିବା ଶକ୍ତି ପ୍ରଦାନ କର, ଯେପରିକି ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଶିକ୍ଷା କରିପାରେ।
74 ସଦାପ୍ରଭୁ ଯେଉଁମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି, ସେମାନେ ମୋତେ ଦେଖିବେ ଏବଂ ଖୁସୀ ହେବେ।
    କାରଣ ମୁଁ ତୁମ୍ଭଠାରେ ଭରସା କରେ।
75 ହେ ସଦାପ୍ରଭୁ, ମୁଁ ଜାଣେ ତୁମ୍ଭ ନିଷ୍ପତ୍ତି ସବୁ ଧର୍ମମୟ।
    ମୋତେ ତୁମ୍ଭେ ଦଣ୍ଡ ଦେଇ ଠିକ୍ କରିଥିଲ।
76 ତୁମ୍ଭର ପ୍ରକୃତ ପ୍ରେମରେ ମୋତେ ସାନ୍ତ୍ୱନା ଦିଅ।
    ତୁମ୍ଭ ପ୍ରତିଜ୍ଞାନୁସାରେ, ତୁମ୍ଭର ଦାସକୁ ସାନ୍ତ୍ୱନା ଦିଅ।
77 ସଦାପ୍ରଭୁ ମୋ’ ଉପରେ ଦୟା ରଖ, ଯେପରିକି ମୁଁ ବଞ୍ଚିପାରେ।
    ମୁଁ ବାସ୍ତବରେ ତୁମ୍ଭର ଶିକ୍ଷାକୁ ଉପଭୋଗ କରେ।
78 ଯେଉଁ ଲୋକମାନେ ନିଜକୁ ମୋ’ଠାରୁ ଧାର୍ମିକ ଭାବନ୍ତି, ମୋ’ ବିଷୟରେ ମିଥ୍ୟା କହନ୍ତି।
    ମୁଁ ଆଶାକରେ ସେମାନେ ଲଜ୍ଜିତ ହୁଅନ୍ତୁ।
    ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାସବୁ ଉପରେ ଧ୍ୟାନ କରେ।
79 ଯେଉଁମାନେ ତୁମ୍ଭକୁ ସମ୍ମାନ କରି ପାରନ୍ତି, ତୁମ୍ଭେ ସେମାନଙ୍କୁ ମୋ’ ପାଖକୁ ଫେରାଅ।
    ଯେପରିକି ସେମାନେ ତୁମ୍ଭର ବାକ୍ୟ ବିଷୟରେ ଶିକ୍ଷା କରି ପାରିବେ।
80 ସଦାପ୍ରଭୁ, ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତୁମ୍ଭର ନିୟମକୁ ମାନିପାରେ,
    ତେବେ ମୁଁ ଲଜ୍ଜିତ ହେବି ନାହିଁ।

କଫ୍

81 ସଦାପ୍ରଭୁ, ତୁମ୍ଭକୁ ଅପେକ୍ଷା କରି ମୁଁ ଦୁର୍ବଳ ଅଟେ ତୁମ୍ଭେ ମୋତେ ରକ୍ଷା କର।
    କିନ୍ତୁ ମୁଁ ତୁମ୍ଭର ବାକ୍ୟ ଉପରେ ନିର୍ଭର ରଖେ।
82 ସଦାପ୍ରଭୁ, ତୁମ୍ଭେ କରିଥିବା ପ୍ରତିଜ୍ଞାର ଅପେକ୍ଷାରେ ମୋର ଚକ୍ଷୁକ୍ଳାନ୍ତ ହେଲାଣି,
    ତୁମ୍ଭେ ମୋତେ କେବେ ସାନ୍ତ୍ୱନା ଦେବ?
83 ଏପରିକି ମୁଁ ଅଳିଆ ଗଦାରେ ପଡ଼ିଥିବା ଏକ ପଗ୍ଭ ଚମଡ଼ା ଥଳୀ ଅଟେ।
    ମୁଁ ତୁମ୍ଭର ନିୟମ ଭୁଲିବି ନାହିଁ।
84 କେତେଦିନ ମୁଁ ବଞ୍ଚିବି?
    ହେ ସଦାପ୍ରଭୁ ତୁମ୍ଭେ କେବେ ମୋର ଦଣ୍ଡବିଧାନକାରୀମାନଙ୍କୁ ଦଣ୍ଡିତ କରିବ।
85 ଅହଂକାରୀମାନେ ମିଥ୍ୟାଦ୍ୱାରା ଆଘାତ କରନ୍ତି
    ଏବଂ ତାହା ତୁମ୍ଭ ଶିକ୍ଷା ବିରୁଦ୍ଧ ଅଟେ।
86 ହେ ସଦାପ୍ରଭୁ, ତୁମ୍ଭର ଆଦେଶସବୁ ବିଶ୍ୱାସନୀୟ।
    ସେମାନେ ଅନ୍ୟାୟରେ ମୋତେ ତାଡ଼ନା କରନ୍ତି।
    ମୋତେ ସାହାଯ୍ୟ କର!
87 ସେହି ଲୋକମାନେ ମୋତେ ଧ୍ୱଂସ କରି ଦେଲେଣି।
    ମାତ୍ର ମୁଁ ତୁମ୍ଭର ଆଦେଶ ପରିତ୍ୟାଗ କରି ନାହିଁ।
88 ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋତେ ଦେଖାଅ ଏବଂ ମୋତେ ବଞ୍ଚାଅ।
    ଯେପରି ମୁଁ ତୁମ୍ଭର ଆଦେଶ ରଖିପାରେ।

ଲାମଦ୍

89 ହେ ସଦାପ୍ରଭୁ, ତୁମ୍ଭର ବାକ୍ୟ ସର୍ବଦା ପାଇଁ ସ୍ୱର୍ଗରେ ସଂସ୍ଥାପିତ ଅଛି।
90 ତୁମ୍ଭର ବିଶ୍ୱସ୍ତତା ବଂଶାନୁକ୍ରମେ ଗ୍ଭଲିବ।
    ତୁମ୍ଭେ ପୃଥିବୀକୁ ଉଚିତ୍ ଜାଗାରେ ରଖିଛ ଏବଂ ଏହା ଏଠାରେ ସବୁବେଳେ ରହିଅଛି।
91 ତୁମ୍ଭର ବ୍ୟବସ୍ଥା ଯୋଗୁଁ ସ୍ୱର୍ଗ ଓ ପୃଥିବୀ ଆଜି ପର୍ଯ୍ୟନ୍ତ ଗ୍ଭଲୁ ରହିଛି।
    କାରଣ ସବୁକିଛି ତୁମ୍ଭର ଦାସମାନେ।
92 ଯଦି ମୁଁ ଶିକ୍ଷାଗୁଡ଼ିକ ପସନ୍ଦ କରି ନ ଥା’ନ୍ତି,
    ମୁଁ ଆପଣା କଷ୍ଟରେ ବିନଷ୍ଟ ହୋଇଥା’ନ୍ତି।
93 ସଦାପ୍ରଭୁ, ତୁମ୍ଭର ନିର୍ଦ୍ଦେଶକୁ ମୁଁ କଦାପି ପାଶୋରିବି ନାହିଁ।
    କାରଣ ସେମାନଙ୍କ ଦ୍ୱାରା ମୋତେ ତୁମ୍ଭେ ଜୀବିତ ରହିବାକୁ ଦିଅ।
94 ମୁଁ ତୁମ୍ଭର, ତେଣୁ ମୋତେ ରକ୍ଷା କର।
    କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁର ଅନ୍ୱେଷଣ କରିଅଛ।
95 ଦୁଷ୍ଟ ଲୋକମାନେ ମୋତେ ଧ୍ୱଂସ କରିବାକୁ ଅପେକ୍ଷା କରୁଛନ୍ତି,
    କିନ୍ତୁ ମୁଁ ତୁମ୍ଭର ବାକ୍ୟ ବିଷୟରେ ଭାବିବି।
96 ମୁଁ ଦେଖିଅଛି ଯେ, ସବୁ ଜିନିଷର ତା’ର ସୀମା ରହିଅଛି,
    ତୁମ୍ଭର ବ୍ୟବସ୍ଥା ଛଡ଼ା।

Error: Book name not found: Sir for the version: Odia Holy Bible: Easy-to-Read Version
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:1-11

ପରମେଶ୍ୱରଙ୍କ କ୍ରୋଧରେ ସାତୋଟି ପାତ୍ର ପୂର୍ଣ୍ଣ

16 ତା’ପରେ ମୁଁ ମନ୍ଦିର ଭିତରୁ ଏକ ଉଚ୍ଚ ଧ୍ୱନି ଶୁଣିଲି। ତାହା ସାତୋଟି ଦୂତଙ୍କୁ କହିଲା, “ଯାଅ, ପରମେଶ୍ୱରଙ୍କ କ୍ରୋଧରେ ପୂର୍ଣ୍ଣ ହୋଇଥିବା ସାତୋଟି ପାତ୍ରକୁ ପୃଥିବୀ ଉପରେ ଢାଳିଦିଅ।”

ତହୁଁ ପ୍ରଥମ ଦୂତ ମନ୍ଦିରରୁ ବାହାରି ପୃଥିବୀ ଉପରେ ତାହାଙ୍କ ପାତ୍ରକୁ ଢାଳି ଦେଲେ। ତା’ପରେ ଯେଉଁମାନେ ସେହି ପଶୁର ଚିହ୍ନ ଧାରଣ କରିଥିଲେ ଓ ତା’ର ପ୍ରତିମାକୁ ପୂଜା କରୁଥିଲେ, ସେମାନଙ୍କର ଶରୀରରେ ଅତି କଷ୍ଟଦାୟକ ଓ ସାଂଘାତିକ ଧରଣର ଘା ବାହାରି ପଡ଼ିଲା।

ଦ୍ୱିତୀୟ ଦୂତ ତାହାଙ୍କ ପାତ୍ରକୁ ସମୁଦ୍ର ଉପରେ ଢାଳି ଦେଲେ। ସେଥିରେ ସମୁଦ୍ର ଜଳ ମୃତ ଲୋକର ରକ୍ତ ପରି ଲାଲ ହୋଇଗଲା। ସମୁଦ୍ରରେ ଥିବା ସମସ୍ତ ଜୀବନ୍ତ ପ୍ରାଣୀ ମରିଗଲେ।

ତୃତୀୟ ସ୍ୱର୍ଗ ଦୂତ ତାହାଙ୍କ ପାତ୍ରକୁ ନଦୀ ଓ ଜଳ ନିର୍ଝରଗୁଡ଼ିକ ଉପରେ ଢାଳିଲେ। ନଦୀ ଓ ଜଳ ନିର୍ଝରଗୁଡ଼ିକର ଜଳ ରକ୍ତ ହୋଇଗଲା। ତା’ପରେ ମୁଁ ଜଳ ସମୂହର ଅଧିକାରୀ ଦୂତଙ୍କୁ ପରମେଶ୍ୱରଙ୍କୁ କହିବାର ଶୁଣିଲି:

“ହେ ପବିତ୍ର ପରମେଶ୍ୱର,
    ତୁମ୍ଭେ ହିଁ କେବଳ ଅତୀତରେ ସର୍ବଦା ଥିଲ ଓ ବର୍ତ୍ତମାନ ଅଛ।
    ତୁମ୍ଭେ ଏହି ବିଗ୍ଭର କରିବା ଦ୍ୱାରା ନ୍ୟାୟ କରିଅଛ।
ଲୋକମାନେ ଯେହେତୁ ତୁମ୍ଭର ପବିତ୍ର ଲୋକ
    ଓ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କର ରକ୍ତପାତ କରିଥିଲେ,
ଏବେ ତୁମ୍ଭେ ସେମାନଙ୍କୁ ରକ୍ତପାତ କରିବାକୁ ଦେଇଛ।
    ସେମାନେ ଏହା ହିଁ ପାଇବାକୁ ଯୋଗ୍ୟ।”

ମୁଁ ବେଦୀକୁ ଏହା କହିବାର ଶୁଣିଲି,

“ହେ ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର
    ହଁ, ତୁମ୍ଭର ବିଗ୍ଭରଗୁଡ଼ିକ ସତ୍ୟ ଓ ନ୍ୟାୟସଙ୍ଗତ।”

ଏହା ପରେ ଚତୁର୍ଥ ଦୂତ ତାହାଙ୍କ ପାତ୍ର ସୂର୍ଯ୍ୟଙ୍କ ଉପରେ ଢାଳିଲେ। ସେଥିରେ ସୂର୍ଯ୍ୟକୁ, ମନୁଷ୍ୟମାନଙ୍କୁ ଅଗ୍ନିରେ ପୋଡ଼ି ଦେବାର କ୍ଷମତା ଦିଆଗଲା। ଲୋକମାନେ ପ୍ରଚଣ୍ଡ ଉତ୍ତାପରେ ଜଳି ପୋଡ଼ିଗଲେ। ସେମାନେ ପରମେଶ୍ୱରଙ୍କ ନାମକୁ ଅଭିଶାପ ଦେଲେ। କାରଣ ତାହାଙ୍କର କେବଳ ଏହି ସମସ୍ତ ମହାମାରୀ ଉପରେ ନିୟନ୍ତ୍ରଣର ଅଧିକାର ଥିଲା। ସେମାନେ ସେମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କଲେ ନାହିଁ କି, ପରମେଶ୍ୱରଙ୍କ ମହିମା ଗାନ କଲେ ନାହିଁ।

10 ପଞ୍ଚମ ଦୂତ ତାହାଙ୍କ ପାତ୍ର ସେହି ପଶୁର ସିଂହାସନ ଉପରେ ଢାଳିଲେ। ଏହା ଦ୍ୱାରା ପଶୁର ରାଜ୍ୟରେ ଅନ୍ଧକାର ଘୋଟିଗଲା। ଲୋକମାନେ ଯନ୍ତ୍ରଣାରେ ଜିଭ କାମୁଡ଼ିଲେ। 11 ସେମାନେ ତାହାଙ୍କ ଯନ୍ତ୍ରଣା ଓ ଘା ସକାଶେ ସ୍ୱର୍ଗରେ ଥିବା ପରମେଶ୍ୱରଙ୍କର ନିନ୍ଦା କଲେ। କିନ୍ତୁ ସେମାନେ ତାହାଙ୍କର ହୃଦୟ ପରିବର୍ତ୍ତନ କଲେ ନାହିଁ ଓ ନିଜର ମନ୍ଦ କାମ ପାଇଁ ଅନୁତାପ କଲେ ନାହିଁ।

ଲୂକ ଲିଖିତ ସୁସମାଗ୍ଭର 13:10-17

ଯୀଶୁ ବିଶ୍ରାମବାରରେ ଜଣେ ସ୍ତ୍ରୀ ଲୋକକୁ ସୁସ୍ଥ କଲେ

10 ଥରେ ଯୀଶୁ ବିଶ୍ରାମବାରରେ ଗୋଟିଏ ଯିହୂଦୀ ସମାଜଗୃହରେ ଉପଦେଶ ଦେଉଥିଲେ। 11 ସେଠାରେ ଏପରି ଗୋଟିଏ ସ୍ତ୍ରୀ ଲୋକ ଥିଲା, ଯାହା ଦେହରେ ଗୋଟିଏ ଭୂତ ପ୍ରବେଶ କରି ରହିଥିଲା। ଭୂତ ସ୍ତ୍ରୀ ଲୋକଟିକୁ ଅଠର ବର୍ଷ ଧରି ପଙ୍ଗୁ କରି ପକାଇଥିଲା। ସେ କୁଜ୍ଜା ହୋଇ ନଇଁ ଯାଉଥିଲା। ସେ ଜମା ସିଧା ଠିଆ ହୋଇ ପାରୁ ନ ଥିଲା। 12 ଯୀଶୁ ତାକୁ ଡାକି ପାଖରେ ଦେଖି କହିଲେ, “ହେ ନାରୀ ତୁମ୍ଭର ପୀଡ଼ିତା ଅବସ୍ଥା ବର୍ତ୍ତମାନ ଗ୍ଭଲିଯାଇଛି।” 13 ଯୀଶୁ ନିଜ ହାତ ସ୍ତ୍ରୀ ଲୋକଟି ଉପରେ ରଖିଲେ। ତା’ପରେ ସ୍ତ୍ରୀ ଲୋକଟି ସିଧା ଠିଆ ହେବାକୁ ସକ୍ଷମ ହେଲା। ସେ ପରମେଶ୍ୱରଙ୍କ ସ୍ତୁତି କଲା।

14 ଯୀଶୁ ବିଶ୍ରାମବାରରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରି ଦେବାରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, “ସପ୍ତାହରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭେମାନେ ସୁସ୍ଥ ହେବା ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାରରେ କେବେ ହେଲେ ସୁସ୍ଥ ହେବା ପାଇଁ ଆସ ନାହିଁ।”

15 ପ୍ରଭୁ ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କପଟୀ। ତୁମ୍ଭେମାନେ ପ୍ରତିଦିନ ଏପରିକି ବିଶ୍ରାମବାରରେ ମଧ୍ୟ ତୁମ୍ଭମାନଙ୍କର କାମ କରୁଥିବା ପଶୁଙ୍କୁ ଖୋଲି ପାଣି ପିଆଇ ଥାଅ। 16 ଏହି ଯେଉଁ ସ୍ତ୍ରୀ ଲୋକଟିକୁ ମୁଁ ସୁସ୍ଥ କରିଦେଲି ସେ ଆମ୍ଭର ଜଣେ ଯିହୂଦୀ ଭଉଣୀ [a] ଶୟତାନ ତାକୁ ଅଠର ବର୍ଷ ହେଲା ବାନ୍ଧି ରଖିଥିଲା, ବିଶ୍ରାମବାରରେ ସେଥିରୁ ସେ ମୁକ୍ତ ହେବା କ’ଣ ଉଚିତ୍ ନୁହେଁ?” 17 ଯୀଶୁ ଏ କଥା କହିବା ବେଳେ ଯେଉଁସବୁ ଲୋକେ ତାହାଙ୍କୁ ସମାଲୋଚନା କରୁଥିଲେ, ସେମାନେ ଲଜ୍ଜିତ ହେଲେ। ଯୀଶୁ ଯେଉଁସବୁ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲେ, ତାକୁ ଦେଖି ସବୁ ଲୋକ ଖୁସୀ ହେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center