Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 106

106 ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସେ ଉତ୍ତମ!
    ତାଙ୍କର ପ୍ରେମ ଅନନ୍ତକାଳସ୍ଥାୟୀ!
ସଦାପ୍ରଭୁଙ୍କୁ କେହି ବର୍ଣ୍ଣନା କରି ପାରିବେ ନାହିଁ।
    ତାଙ୍କର ପୂର୍ଣ୍ଣ ପ୍ରଶଂସା କେହି କରି ପାରିବେ ନାହିଁ।
ଯେଉଁ ଲୋକେ ପରମେଶ୍ୱରଙ୍କ ନିର୍ଦ୍ଦେଶ ମାନନ୍ତି ସେମାନେ ଖୁସୀ ରହନ୍ତି।
    ଯିଏ ସର୍ବଦା ସୁକାର୍ଯ୍ୟ କରିଥା’ନ୍ତି।

ହେ ସଦାପ୍ରଭୁ, ତୁମ୍ଭର ଲୋକମାନଙ୍କ ପ୍ରତି ଦୟା କରିବା ସମୟରେ ମୋତେ ଟିକେ ମନେ ପକାଅ।
    ମୋତେ ମଧ୍ୟ ଉଦ୍ଧାର କରିବାକୁ ମନେପକାଅ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ତୁମ୍ଭର ମନୋନୀତ ଲୋକମାନଙ୍କର
    ଭଲ କାର୍ଯ୍ୟରେ ନିୟୋଜିତ ହେବାକୁ ଦିଅ।
ତୁମ୍ଭ ନିର୍ଣ୍ଣିତ ଲୋକମାନଙ୍କ ସହିତ ଆନନ୍ଦ କରିବାକୁ ଦିଅ,
    ଯେଉଁମାନେ କି ତୁମ୍ଭ ସହିତ ଆସନ୍ତି।

ଆମ୍ଭେମାନେ ଠିକ୍ ଆମ୍ଭର ପୂର୍ବପୁରୁଷଙ୍କ ପରି ପାପ କରିଛୁ।
    ଆମ୍ଭେ ଅଧର୍ମ କରିଅଛୁ।
    ଆମ୍ଭେମାନେ ଅଧର୍ମ ଭାବରେ କାମ କରିଅଛୁ।
ହେ ସଦାପ୍ରଭୁ, ମିଶରରେ ଯେଉଁ ଆଶ୍ଚର୍ଯ୍ୟ କ୍ରିୟାମାନ ଦେଖାଇଥିଲ
    ଆମ୍ଭର ପୂର୍ବପୁରୁଷ ସେଥିରୁ କିଛି ଶିଖି ନାହାନ୍ତି।
ତୁମ୍ଭର ବହୁତ ଦୟାର କାମକୁ ସେମାନେ ମନେ ରଖିଲେ ନାହିଁ।
    ଲୋହିତ ସମୁଦ୍ର ନିକଟରେ ଆମ୍ଭର ପୂର୍ବପୁରୁଷ ତୁମ୍ଭର ବିଦ୍ରୋହାଚରଣ କଲେ।

କିନ୍ତୁ ପରମେଶ୍ୱର ଆପଣା କାମ ସକାଶୁ ଆମ୍ଭର ପୂର୍ବପୁରୁଷମାନଙ୍କୁ ରକ୍ଷା କଲେ।
    ସେ ତାଙ୍କର ମହାଶକ୍ତିର ପରିଚୟ ଦେବା ପାଇଁ ସେମାନଙ୍କୁ ରକ୍ଷା କଲେ।
ପରମେଶ୍ୱର ନିର୍ଦ୍ଦେଶ ଦେଲେ ଏବଂ ଲୋହିତ ସାଗର ଶୁଖିଗଲା।
    ପରମେଶ୍ୱର ଆମ୍ଭ ପୂର୍ବପୁରୁଷମାନଙ୍କୁ ସେହି ଗଭୀର ସମୁଦ୍ର ମଧ୍ୟରେ ଚଲାଇ ନେଲେ, ମରୁଭୂମିରେ ଚଳାଇବା ପରି।
10 ପରମେଶ୍ୱର ଆମ୍ଭର ପୂର୍ବପୁରୁଷମାନଙ୍କୁ ସେମାନଙ୍କର ଶତ୍ରୁଗଣଙ୍କଠାରୁ ପରିତ୍ରାଣ କଲେ!
    ସେମାନଙ୍କର ଶତ୍ରୁମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
11 ପରମେଶ୍ୱର ଜଳରାଶିଦ୍ୱାରା ତାଙ୍କର ଶତ୍ରୁଗଣଙ୍କୁ ଆଚ୍ଛାଦନ କଲେ।
    ସେମାନଙ୍କ ମଧ୍ୟରୁ ଜଣେ କେହି ରକ୍ଷା ପାଇଲେ ନାହିଁ।

12 ଏହା ପରେ ଆମ୍ଭର ପୂର୍ବପୁରୁଷମାନେ ପରମେଶ୍ୱର ଯାହା କଲେ ତାହା ବିଶ୍ୱାସ କଲେ।
    ସେମାନେ ତାଙ୍କର ପ୍ରଶଂସା କରି ଗୀତ ଗାଇଲେ।
13 କିନ୍ତୁ ପରମେଶ୍ୱର କରିଥିବା କାର୍ଯ୍ୟଗୁଡ଼ିକୁ ଆମ୍ଭର ପୂର୍ବପୁରୁଷମାନେ ଅତି ଶୀଘ୍ର ଭୁଲିଗଲେ।
    ସେମାନେ ପରମେଶ୍ୱରଙ୍କ ଉପଦେଶ ଶୁଣିଲେ ନାହିଁ।
14 ପ୍ରାନ୍ତରରେ ଆମ୍ଭର ପୂର୍ବପୁରୁଷଗଣ ଅତିଶୟ ଲୋଭଗ୍ରସ୍ତ ହେଲେ
    ଓ ମରୁଭୂମିରେ ପରମେଶ୍ୱରଙ୍କୁ ପରୀକ୍ଷା କଲେ।
15 କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ଇଚ୍ଛାନୁରୂପେ ଫଳ ଦେଲେ।
    କିନ୍ତୁ ପରମେଶ୍ୱର ସେମାନଙ୍କୁ ଭୟଙ୍କର ରୋଗ ଦେଲେ।
16 ଲୋକମାନେ ମୋଶାଙ୍କ ପ୍ରତି ଈର୍ଷା କଲେ।
    ଲୋକମାନେ ସଦାପ୍ରଭୁଙ୍କର ପବିତ୍ର ଯାଜକ ହାରୋଣଙ୍କ ପ୍ରତି ଈର୍ଷାପରାୟଣ ହେଲେ।
17 ତେଣୁ ପରମେଶ୍ୱର ସେହି ଈର୍ଷାପରାୟଣ ଲୋକମାନଙ୍କୁ ଦଣ୍ଡିତ କଲେ।
    ପୃଥିବୀ ଫାଟି ଯାଇ ଦାଥନକୁ ଗ୍ରାସ କଲା ଓ ଅବିରାମର ଦଳକୁ ମଧ୍ୟ ଗ୍ରାସ କଲା ପୁଣି ଯୋଡ଼ି ହୋଇଗଲା।
18 ଏହା ପରେ ସେମାନଙ୍କ ଦିନ ମଧ୍ୟରେ ଅଗ୍ନି ପ୍ରଜ୍ୱଳିତ ହେଲା।
    ଏବଂ ଅଗ୍ନିଶିଖା ଦୁଷ୍ଟମାନଙ୍କୁ ଦ‌‌ଗ୍‌‌ଧ କଲା।
19 ସେହି ଲୋକମାନେ ହୋରେବରେ ଏକ ଗୋବତ୍ସ ନିର୍ମାଣ କଲେ
    ଓ ଛାଞ୍ଚରେ ଢଳା ପ୍ରତିମାକୁ ପୂଜା କଲେ।
20 ସେହି ଲୋକମାନେ ମହିମାନ୍ୱିତ ପରମେଶ୍ୱରଙ୍କର
    ଏକ ତୃଣଭକ୍ଷ୍ୟଣକାରୀ ଷଣ୍ଢର ପ୍ରତିମୂର୍ତ୍ତି ତିଆରି କରି ବେପାର କଲେ।
21 ପରମେଶ୍ୱର ଆମ୍ଭ ପୂର୍ବପୁରୁଷଗଣକୁ ରକ୍ଷା କଲେ, କିନ୍ତୁ ସେମାନେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଭୁଲିଗଲେ।
    ସେ ସେମାନଙ୍କ ପାଇଁ ମିଶରରେ କରିଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ସେମାନେ ଭୁଲିଗଲେ।
22 ପରମେଶ୍ୱର ହାମୋସ ଦେଶରେ ଆଶ୍ଚର୍ଯ୍ୟ କ୍ରିୟାମାନ କଲେ।
    ପରମେଶ୍ୱର ଲୋହିତ ସମୁଦ୍ର ନିକଟରେ ଭୟଙ୍କର କାର୍ଯ୍ୟସାଧନ କରିଥିଲେ।

23 ପରମେଶ୍ୱର ଗ୍ଭହିଁଥିଲେ ସେହି ଲୋକମାନଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ,
    କିନ୍ତୁ ମୋଶା ତାହାଙ୍କ ମନୋନୀତ ବ୍ୟକ୍ତି ତାଙ୍କର କୋପ ଫେରାଇବା ନିମନ୍ତେ
ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ,
    ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବିନାଶ କଲେ ନାହିଁ।

24 କିନ୍ତୁ ତା’ପରେ ସେହି ଲୋକମାନେ କିଣାନର ଆଶ୍ଚର୍ଯ୍ୟ ପୂର୍ଣ୍ଣ ସ୍ଥାନକୁ ଯିବା ପାଇଁ ମନା କଲେ।
    ସେମାନେ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ନାହିଁ ଯେ ପରମେଶ୍ୱର ସେଠାରେ ବାସ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରିବେ।
25 ଆମ୍ଭର ପୂର୍ବପୁରୁଷଗଣ ପରମେଶ୍ୱରଙ୍କୁ ମାନିବାକୁ ମନା କଲେ
    ଏବଂ ସେମାନଙ୍କ ଗୃହରେ ସେମାନେ ଅଭିଯୋଗ କଲେ।
26 ତେଣୁ ପରମେଶ୍ୱର ସେମାନଙ୍କୁ ମରୁଭୂମିରେ
    ବିନାଶ କରିବା ପାଇଁ ଶପଥ କଲେ।
27 ପରମେଶ୍ୱର ପ୍ରତିଜ୍ଞା କଲେ ଯେ, ଅନ୍ୟ ଦେଶରେ ସେହି ଲୋକମାନଙ୍କର ଭବିଷ୍ୟଦ୍ ବଂଶଧରଙ୍କୁ ପରାସ୍ତ କରିବେ।
    ସେହି ଅନ୍ୟ ଦେଶ ମଧ୍ୟରେ ସେ ସେମାନଙ୍କ ପୂର୍ବପୁରୁଷଗଣଙ୍କୁ ଛିନ୍ନଛତ୍ର କଲେ।

28 ଏହା ପରେ ପରମେଶ୍ୱରଙ୍କ ଲୋକମାନେ ବାଲ୍-ପିୟୋରର ସେବା କଲେ।
    ସେମାନେ ଅନ୍ୟ ଦେବତାମାନଙ୍କଠାରେ ବଳି ଦିଆଯାଇଥିବା ପଶୁମାନଙ୍କର ମାଂସ ଭକ୍ଷ୍ୟଣ କଲେ।
29 ପରମେଶ୍ୱର ସେମାନଙ୍କ ଉପରେ କ୍ରୋଧ ପ୍ରକାଶ କଲେ।
    ତେଣୁ ସେ ସେମାନଙ୍କ ମଧ୍ୟରେ ମହାମାରୀ ପ୍ରଦର୍ଶନ କଲେ।
30 କିନ୍ତୁ ପୀନହସ୍ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ
    ଏବଂ ପରମେଶ୍ୱର ତା’ର ମହାମାରୀ ଦୂର କଲେ।
31 ପରମେଶ୍ୱର ଜାଣିଲେ ପୀନହସ୍ ସୁକର୍ମ କଲା।
    ପରମେଶ୍ୱର ତାଙ୍କୁ ଅନନ୍ତକାଳ ମନେ ରଖିଲେ।

32 ଲୋକମାନେ ମିରୀବାଃ ଜଳଠାରେ ସଦାପ୍ରଭୁଙ୍କୁ ବହୁତ କ୍ରୁଦ୍ଧ କଲେ,
    ତେଣୁ ସେମାନଙ୍କ ସକାଶୁ ମୋଶାଙ୍କୁ ବହୁତ ବିପଦ ଘଟିଲା।
33 ସେ ଲୋକମାନେ ମୋଶାଙ୍କୁ ବିରକ୍ତ କଲେ।
    ତେଣୁ ମୋଶା କିଛି ନ ବିଗ୍ଭରି କହିବାକୁ ଲାଗିଲେ।

34 କିଣାନୀୟଠାରେ ରହୁଥିବା ଅନ୍ୟ ବିଦେଶୀୟମାନଙ୍କୁ ନଷ୍ଟ କରିବା ପାଇଁ ପରମେଶ୍ୱର କହିଲେ,
    କିନ୍ତୁ ଇସ୍ରାଏଲୀୟମାନେ ତାଙ୍କ କଥା ମାନିଲେ ନାହିଁ।
35 ସେମାନେ ଅନ୍ୟ ଦେଶୀୟଙ୍କ ସଙ୍ଗେ ମିଶିଲେ
    ଏବଂ ସେମାନଙ୍କ କ୍ରିୟାସକଳ କଲେ।
36 ପରମେଶ୍ୱରଙ୍କ ଲୋକମାନେ ଦେବତାମାନଙ୍କୁ ପୂଜା କରିବାକୁ ଆରମ୍ଭ କଲେ,
    ଯାହାକି ଅନ୍ୟ ଲୋକମାନେ କରୁଥିଲେ ଏବଂ ସେହି ମୂର୍ତ୍ତିଗୁଡ଼ିକ ଫାନ୍ଦରେ ପରିଗଣିତ ହେଲେ।
37 ଏପରିକି ପରମେଶ୍ୱରଙ୍କର ଲୋକମାନେ
    ସେମାନଙ୍କର ପିଲାମାନଙ୍କୁ ଅନ୍ୟ ଦେବତାଙ୍କ ନିକଟରେ ବଳି ଦେଲେ।
38 ପରମେଶ୍ୱରଙ୍କର ଲୋକମାନେ ନିରୀହ ପିଲାମାନଙ୍କୁ ହତ୍ୟା କଲେ।
    ସେମାନେ ମଧ୍ୟ ସେମାନଙ୍କ ନିଜ ସନ୍ତାନମାନଙ୍କୁ ହତ୍ୟା କରି ମିଥ୍ୟା ଦେବଗଣ ନିକଟରେ ବଳି ଦେଲେ।
    ତେଣୁ ଭୂମି, ହତ୍ୟା ପାପରେ ଦୂଷିତ ହୋଇଗଲା।
39 ତେଣୁ ପରମେଶ୍ୱରଙ୍କର ଲୋକମାନେ ସେମାନଙ୍କର କାର୍ଯ୍ୟଦ୍ୱାରା ଅପବିତ୍ର ହୋଇଥିଲେ।
    ପରମେଶ୍ୱରଙ୍କର ଲୋକମାନେ ତାଙ୍କ ପ୍ରତି ବିଶ୍ୱାସୀ ହେଲେ ନାହିଁ।
    ଅନ୍ୟ ଦେଶୀୟ ଲୋକମାନେ ଯେଉଁ କର୍ମ କରୁଥିଲେ ଏମାନେ ମଧ୍ୟ ସେପରି କାର୍ଯ୍ୟ କଲେ।
40 ଏହି ହେତୁ, ସଦାପ୍ରଭୁ ତାଙ୍କର ଲୋକମାନଙ୍କ ସହିତ ବହୁତ କ୍ରୋଧ କଲେ।
    ପରମେଶ୍ୱର ସେମାନଙ୍କ ପ୍ରତି ବିରକ୍ତ ହେଲେ।
41 ପରମେଶ୍ୱର ସେମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ହସ୍ତରେ ସମର୍ପଣ କଲେ
    ଓ ସେମାନଙ୍କ ଶତ୍ରୁମାନେ ସେମାନଙ୍କ ଉପରେ ଶାସନ କଲେ।
42 ପରମେଶ୍ୱରଙ୍କ ଲୋକମାନଙ୍କର ଶତ୍ରୁମାନେ ସେମାନଙ୍କୁ ନିୟନ୍ତ୍ରଣ କଲେ
    ଏବଂ ସେମାନଙ୍କର ଜୀବନ ଦୁଃର୍ବିସହ ହୋଇଗଲା।
43 ଅନେକ ଥର ପରମେଶ୍ୱର ସେମାନଙ୍କୁ ଉଦ୍ଧାର କଲେ।
    ମାତ୍ର ସେମାନେ କ୍ରମାଗତ ପରମେଶ୍ୱରଙ୍କ ବିଦ୍ରୋହୀ ହେଲେ
    ଏବଂ ଆପଣା ଇଚ୍ଛାନୁସାରେ କାର୍ଯ୍ୟରେ ବହୁତ ଗଭୀର ପର୍ଯ୍ୟନ୍ତ ବୁଡ଼ିଗଲେ।
44 କିନ୍ତୁ ଯେତେବେଳେ ପରମେଶ୍ୱରଙ୍କ ଲୋକ ବିପଦରେ ପଡ଼ିଲେ ସେମାନେ ସର୍ବଦା ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ ଡାକିଲେ।
    ଏବଂ ପ୍ରତ୍ୟେକ ଥର ପରମେଶ୍ୱର ସେମାନଙ୍କ ପ୍ରାର୍ଥନା ଶୁଣିଲେ।
45 ପରମେଶ୍ୱର ସର୍ବଦା ତାଙ୍କର ଚୁକ୍ତି ମନେ କରନ୍ତି
    ଏବଂ ତାଙ୍କର ମହାନ କରୁଣା ପାଇଁ ଦଣ୍ଡ ଦେବାରେ ତାଙ୍କର ମନକୁ ପରିବର୍ତ୍ତନ କଲେ।
46 ସେ ସେମାନଙ୍କର ସମସ୍ତଙ୍କୁ ବନ୍ଦୀ କରିଥିବା ମନରେ
    ଦୟା ଦେଖାଇଲେ।
47 ହେ ସଦାପ୍ରଭୁ ପରମେଶ୍ୱର ଆମ୍ଭକୁ ରକ୍ଷାକର।
    ଏବଂ ପରମେଶ୍ୱର ଆମ୍ଭମାନଙ୍କୁ ଅନ୍ୟ ଦେଶୀୟମାନଙ୍କଠାରୁ ଫେରାଇ ଆଣ।
ଯେପରିକି ଆମ୍ଭେ ତୁମ୍ଭର ପବିତ୍ର ନାମର ପ୍ରଶଂସା କରି ପାରିବୁ
    ଓ ଆମ୍ଭେ ତୁମ୍ଭର ପ୍ରଶଂସା କରି ଗର୍ବୀତ ହୋଇ ପାରିବୁ।
48 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଧନ୍ୟ ହୁଅନ୍ତୁ।
    ପରମେଶ୍ୱର ସର୍ବଦା ଜୀବିତ ରହି ଆସୁଛନ୍ତି ଏବଂ ସେ ସର୍ବଦା ଜୀବିତ ରହିବେ।
ସମସ୍ତ ଲୋକ କହନ୍ତୁ “ଆମେନ୍!”

ସଦାପ୍ରଭୁଙ୍କର ପ୍ରଶଂସା କର।

ଯିଖରିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 10

ସଦାପ୍ରଭୁଙ୍କ ପ୍ରତିଜ୍ଞା

10 ବସନ୍ତ ଋତୁରେ ବର୍ଷା ହେବା ପାଇଁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରେ। ସଦାପ୍ରଭୁ ହିଁ କେବଳ ବିଦ୍ୟୁତ୍ ପ୍ରେରଣ କରନ୍ତି ଏବଂ ବର୍ଷା ଢାଳନ୍ତି ଓ ପ୍ରତ୍ୟେକଙ୍କୁ କ୍ଷେତର ଘାସ ପ୍ରଦାନ କରନ୍ତି।

କାରଣ ମୂର୍ତ୍ତିଗୁଡ଼ିକ ପ୍ରବଞ୍ଚନା ପୂର୍ଣ୍ଣ ବାକ୍ୟ କହିଥିଲେ ଏବଂ ଭବିଷ୍ୟ‌ଦ୍‌ବକ୍ତାମାନେ ମିଥ୍ୟା ଦର୍ଶନ ଦେଖିଥିଲେ। ସେମାନେ ମୂଲ୍ୟହୀନ ସ୍ୱପ୍ନ ଏବଂ ସେମାନେ ମିଥ୍ୟା ସାନ୍ତ୍ୱନା ଦେଲେ। ସେଥିପାଇଁ ସେମାନେ ମେଷ ତୁଲ୍ୟ ବୁଲିବେ, ଆଉ କଷ୍ଟ ଭୋଗିବେ କାରଣ ସେମାନଙ୍କର କୌଣସି ମେଷପାଳକ ନାହାନ୍ତି।

“ଆମ୍ଭେ ବିଶେଷଭାବରେ ପାଳକମାନଙ୍କ ଉପରେ କ୍ରୋଧାନ୍ୱିତ। ଆମ୍ଭେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବା ଯେଉଁମାନେ ମେଷପଲର ଯତ୍ନ ନିଅନ୍ତି।” କାରଣ ସର୍ବଶକ୍ତିମାନ ସଦାପ୍ରଭୁ ପ୍ରକୃତରେ ତାଙ୍କ ପଲର ଯତ୍ନ ନିଅନ୍ତି, ଯିହୁଦାର ଘର। ସେ ସେମାନଙ୍କୁ ଏକ ଯୋଦ୍ଧା ଅଶ୍ୱ ପରି ତିଆରି କରିବେ।

“କୋଣ ପ୍ରସ୍ତର, ତାଙ୍କଠାରୁ ତମ୍ବୁର କିଳା, ଯୁଦ୍ଧର ଧନୁ ଏବଂ ସମସ୍ତ ସୈନ୍ୟାଧିପତି, ଏକତ୍ର ଯିହୁଦାରୁ ଆସିବେ। ସେମାନେ ବୀରପରି ତାଙ୍କର ପାଦତଳେ କାଦୁଅ ରାସ୍ତାକୁ ଦଳି ଦେବେ। ସେମାନେ ଯୁଦ୍ଧ କରି ଶତ୍ରୁପକ୍ଷର ଅଶ୍ୱାରୋହୀମାନଙ୍କୁ ମଧ୍ୟ ପରାସ୍ତ କରିବେ। କାରଣ ସଦାପ୍ରଭୁ ତାଙ୍କ ସହବର୍ତ୍ତୀ ଅଟନ୍ତି। ଆମ୍ଭେ ଯିହୁଦାର ଗୃହକୁ ଶକ୍ତିଶାଳୀ କରାଇବା ଆଉ ମଧ୍ୟ ଆମ୍ଭେ ଯୋଷେଫଙ୍କର ଗୃହକୁ ରକ୍ଷା କରିବା। ଆମ୍ଭେ ସେମାନଙ୍କୁ ପୁନଃସ୍ଥାପନ କରିବା କାରଣ ସେମାନଙ୍କ ପ୍ରତି ଆମ୍ଭର ଦୟା ଅଛି। ଏହା ଏପରି ହେବ ଯେପରିକି ଆମ୍ଭେ ସେମାନଙ୍କୁ କେବେ ପ୍ରତ୍ୟାଖ୍ୟାନ କରି ନାହୁଁ। ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଏବଂ ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା। ଇଫ୍ରୟିମର ଲୋକମାନେ ଦ୍ରାକ୍ଷାରସ ପାନ କରିଥିବା ସୈନ୍ୟଟି ପରି ଖୁସୀ ହେବେ। ସେମାନଙ୍କର ପିଲାମାନେ ଦେଖିବେ ଓ ଆନନ୍ଦ କରିବେ। ସେମାନଙ୍କର ହୃଦୟ ସଦାପ୍ରଭୁଙ୍କଠାରେ ଉଲ୍ଲସିତ ହେବ।

“ଆମ୍ଭେ ତୂରି ବଜାଇବା ଏବଂ ସେମାନଙ୍କୁ ଏକତ୍ରିତ କରାଇବା। ଆମ୍ଭେ ସେମାନଙ୍କୁ ଦାସତ୍ୱରୁ ମୁକ୍ତ କରିଅଛୁ ଓ ସେମାନେ ଯେପରି ବହୁ ସଂଖ୍ୟାରେ ଥିଲେ ସେହିପରି ବହୁ ସଂଖ୍ୟାରେ ପୂର୍ଣ୍ଣ ହେବେ। ଯଦିଓ ଆମ୍ଭେ ଦେଶଗୁଡ଼ିକ ମଧ୍ୟରେ ସେମାନଙ୍କୁ ବିଛାଡ଼ି ଦେଇଛୁ, ସେମାନେ ସେହି ଦୂର ସ୍ଥାନରେ ଆମ୍ଭକୁ ମନେ ପକାଇବେ। ସେମାନେ ସନ୍ତାନଗଣଙ୍କୁ ପାଳନ କରିବେ ଏବଂ ସେମାନେ ଫେରିବେ। 10 ଆମ୍ଭେ ସେମାନଙ୍କୁ ମିଶରରୁ ଫେରାଇ ଆଣିବା ଏବଂ ଅଶୂରରୁ ଏକତ୍ରିତ କରିବା। ଆମ୍ଭେ ସେମାନଙ୍କୁ ଗିଲିୟଦରୁ ଏବଂ ଲିବାନୋ‌ନ୍‌ରୁ ଫେରାଇ ଆଣିବା ଏବଂ ସେମାନଙ୍କ ପାଇଁ ଯଥେଷ୍ଟ ସ୍ଥାନ ନ ଥିବ।” 11 ସେମାନେ ଦାରୁଣ ବ୍ୟଥାର ସମୁଦ୍ର ମଧ୍ୟଦେଇ ପାର ହେବେ ଏବଂ ସମୁଦ୍ରର ଢେଉକୁ ଆଘାତ କରିବେ। ନୀଳ ନଦୀର ଗଭୀରତାର ପାଣି ସବୁ ଶୁଖିଯିବ। ଅଶୂରର ଗର୍ବ ନତ ହେବ ଏବଂ ମିଶରର ରାଜଦଣ୍ତ ଗ୍ଭଲିଯିବ। 12 ସଦାପ୍ରଭୁ ତାଙ୍କର ନିଜର ଲୋକମାନଙ୍କୁ ବଳବାନ୍ କରିବେ। ତାଙ୍କ ନାମରେ, ସେମାନେ ସବୁସ୍ଥାନକୁ ଯିବେ।” ଏହା ସଦାପ୍ରଭୁ କହିଥିଲେ।

ଗାଲାତୀୟଙ୍କ ପ୍ରତି ପତ୍ର 6:1-10

ଏକଆରେକର ସାହାଯ୍ୟ କର

ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରିପାରେ। ସେତେବେଳେ ତୁମ୍ଭେମାନେ ଆତ୍ମିକ ଲୋକ ହୋଇଥିବାରୁ, ଭଦ୍ରତା ସହକାରେ ଭୁଲକାର୍ଯ୍ୟ କରୁଥିବା ଲୋକଟିକୁ ସଂଶୋଧନ ହେବା ପାଇଁ ସାହାଯ୍ୟ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭେମାନେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷାରେ ପଡ଼ି ନ ଯାଅ। ନିଜର କର୍ତ୍ତବ୍ୟ କରିବା ସହ ପରସ୍ପରକୁ ସାହାଯ୍ୟ କର। ଏଭଳି କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଆଜ୍ଞାକୁ ପ୍ରକୃତରେ ପାଳନ କରି ପାରିବ। ଯଦି ଜଣେ ଅତି ନଗନ୍ୟ ହୋଇଥିଲେ ହେଁ ନିଜକୁ ମହାନ୍ ବୋଲି ଭାବେ, ତେବେ ସେ ନିଜକୁ ପ୍ରତାରଣା କରେ। ଜଣେ ଲୋକ ନିଜକୁ ଅନ୍ୟ ସହିତ ତୁଳନା କରିବା ଉଚିତ୍ ନୁହେଁ। ମାତ୍ର ପ୍ରତ୍ୟେକ ଲୋକ ନିଜର କାର୍ଯ୍ୟଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରିବା ଉଚିତ୍। ତା’ହେଲେ ସେ ନିଜର କାମ ପାଇଁ ଗର୍ବ ଅନୁଭବ କରି ପାରିବ। ପ୍ରତ୍ୟେକ ଲୋକ ନିଜ ନିଜର ଦାୟିତ୍ୱ ବହନ କରିବା ଉଚିତ୍।

ଉତ୍ତମ କାର୍ଯ୍ୟ କରିବା ବନ୍ଦ ନ କର

ଯେଉଁ ଲୋକ ପରମେଶ୍ୱରଙ୍କ ବାକ୍ୟର ଶିକ୍ଷା କରୁଛି, ସେ ନିଜର ଶିକ୍ଷକଙ୍କୁ ତା’ ନିକଟରେ ଥିବା ସମସ୍ତ ଭଲ ବିଷୟ ଗୁଡ଼ିକର ସହଭାଗୀ କରାଉ।

ଜୀବନ ହେଉଛି ଜମି ଗ୍ଭଷ କରିବା ସହିତ ସମାନ

ନିଜକୁ ପ୍ରତାରଣା କର ନାହିଁ। ପରମେଶ୍ୱରଙ୍କୁ ତୁମ୍ଭେମାନେ ଠକି ପାରିବ ନାହିଁ। ଜଣେ ଲୋକ ଯେପରି ବୁଣିବ, ସେହିପରି କାଟିବ। ଯେଉଁ ଲୋକ ନିଜର ପାପମୟ ସ୍ୱଭାବକୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ବିନାଶ ଦାୟକ ଫସଲ କାଟିବ। କିନ୍ତୁ ଜଣେ ଯଦି ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ଆତ୍ମାଙ୍କଠାରୁ ଅନନ୍ତ ଜୀବନ ରୂପକ ଶସ୍ୟ କାଟିବ। ଆମ୍ଭେ ଉତ୍ତମ କାର୍ଯ୍ୟ କରିବାରେ ଥକିଯିବା ନାହିଁ। କାରଣ ଉପଯୁକ୍ତ ସମୟ ଆସିଲା ପରେ ଆମ୍ଭକୁ ତା’ର ଫଳ ମିଳିବ। 10 ତେଣୁ ଯେତେବେଳେ ଆମ୍ଭେ କାହାର ଉପକାର କରିବା ନିମନ୍ତେ ସୁଯୋଗ ପାଉ, ଆମ୍ଭେ ଅବଶ୍ୟ ତାହା କରିବା ଉଚିତ୍। କିନ୍ତୁ ଯେଉଁମାନେ ମଣ୍ଡଳୀଭୁକ୍ତ ବିଶ୍ୱାସୀ ଅଟନ୍ତି, ସେମାନଙ୍କ ପ୍ରତି ଆମ୍ଭକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

ଲୂକ ଲିଖିତ ସୁସମାଗ୍ଭର 18:15-30

ପରମେଶ୍ୱରଙ୍କ ରାଜ୍ୟରେ କେଉଁମାନେ ପ୍ରବେଶ କରିବେ(A)

15 କେତେକ ଲୋକ ସେମାନଙ୍କର ଛୋଟ ଛୋଟ ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ, ଯେପରି ଯୀଶୁ ସେହି ପିଲାମାନଙ୍କୁ କେବଳ ଛୁଇଁବେ। ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଲୋକମାନଙ୍କୁ ଏହା ନ କରିବାକୁ କହିଲେ। 16 କିନ୍ତୁ ଯୀଶୁ ସେହି ଛୋଟ ପିଲାମାନଙ୍କୁ ପାଖକୁ ଡାକିଲେ। ସେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଛୋଟ ପିଲାମାନେ ମୋ’ ପାଖକୁ ଆସନ୍ତୁ। ସେମାନଙ୍କୁ ଅଟକାଅ ନାହିଁ। କାରଣ ଯେଉଁ ଲୋକମାନେ ଏହି ଛୋଟ ପିଲାମାନଙ୍କ ଭଳି ହୋଇଥିବେ, କେବଳ ସେହିମାନେ ପରମେଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ। 17 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ଗୋଟିଏ ଛୋଟ ପିଲା କିଛି ଗ୍ରହଣ କଲାଭଳି ତୁମ୍ଭେମାନେ ପରମେଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କଲେ ତା’ ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।”

ଜଣେ ଧନୀଲୋକ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ(B)

18 ଜଣେ ଯିହୂଦୀ ନେତା ଯୀଶୁଙ୍କୁ ପଗ୍ଭରିଲେ, “ହେ ଉତ୍ତମ ଗୁରୁ! ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ’ଣ କରିବା ଉଚିତ୍?”

19 ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ମୋତେ ଉତ୍ତମ ବୋଲି କାହିଁକି କହିଲ? କେବଳ ପରମେଶ୍ୱର ହିଁ ଉତ୍ତମ। 20 ମୁଁ କିନ୍ତୁ ତୁମ୍ଭ ପ୍ରଶ୍ନର ଉତ୍ତର ଦେବି। ତୁମ୍ଭେ ପରମେଶ୍ୱରଙ୍କ ଆଜ୍ଞାମାନ ଜାଣିଛ: ‘ତୁମ୍ଭେ ବ୍ୟଭିଗ୍ଭର କରିବ ନାହିଁ, ତୁମ୍ଭେ କାହାରିକି ହତ୍ୟା କରିବ ନାହିଁ, କୌଣସି ଜିନିଷ ଗ୍ଭେରି କରିବ ନାହିଁ, ଅନ୍ୟ ଲୋକଙ୍କ ବିଷୟରେ କେବେ ହେଁ ମିଛ କହିବ ନାହିଁ, ତୁମ୍ଭେ ତୁମ୍ଭର ବାପା-ମାଙ୍କୁ ନିଶ୍ଚୟ ସମ୍ମାନ ଦେବ…’ [a]

21 କିନ୍ତୁ ଯିହୂଦୀ ନେତା ଜଣକ କହିଲେ, “ମୁଁ ମୋ’ ପିଲା ଦିନୁ ଏସବୁ ଆଜ୍ଞା ମାନିଆସିଛି।”

22 ଏ କଥା ଶୁଣି ଯୀଶୁ ସେହି ନେତାଙ୍କୁ କହିଲେ, “ତଥାପି ଏ ପର୍ଯ୍ୟନ୍ତ ଆଉ ଗୋଟିଏ କଥା ତୁମ୍ଭର କରିବାକୁ ବାକିଅଛି। ତୁମ୍ଭର ଯାହା ଅଛି ସବୁ ବିକି ଦେଇ ଗରିବଙ୍କୁ ବାଣ୍ଟିଦିଅ। ତୁମ୍ଭକୁ ସ୍ୱର୍ଗରେ ପୁରସ୍କାର ମିଳିବ। ତା’ପରେ ତୁମ୍ଭେ ଆସ ଓ ମୋର ଅନୁସରଣ କର।” 23 ନେତା ଜଣକ ଏହା ଶୁଣି ବହୁତ ମନ ଦୁଃଖ କଲେ। ସେ ବହୁତ ଧନୀ ଥିଲେ ଓ ନିଜ ଧନତକ ରଖିବାକୁ ଗ୍ଭହୁଁଥିଲେ।

24 ସେହି ଯିହୂଦୀ ନେତାଙ୍କୁ ଦୁଃଖିତ ହେବାର ଦେଖି ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ଧନୀ ଲୋକମାନେ ପ୍ରବେଶ କରିବ ବହୁତ କଠିନ। 25 ଜଣେ ଧନୀଲୋକ ପକ୍ଷରେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାଠାରୁ ଗୋଟିଏ ଛୁଞ୍ଚି କଣାଦେଇ ଓଟଟିଏ ଗଳିଯିବା ଅଧିକ ସହଜ।”

କେଉଁମାନେ ପରିତ୍ରାଣ ପାଇ ପାରିବେ

26 ଲୋକମାନେ ଏ କଥା ଶୁଣିବା ପରେ କହିଲେ, “ତେବେ କେଉଁମାନେ ପରିତ୍ରାଣ ପାଇ ପାରିବେ?”

27 ଯୀଶୁ କହିଲେ, “ଯେଉଁ କାମ ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ, ତାହା ପରମେଶ୍ୱର କରି ପାରିବେ।”

28 ପିତର କହିଲେ, “ଦେଖନ୍ତୁ, ଆମ୍ଭେ ଆମ୍ଭର ସର୍ବସ୍ୱ ଛାଡ଼ିଦେଇ ଆପଣଙ୍କ ଅନୁସରଣ କରିଛୁ।”

29 ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ଯେଉଁ ଲୋକ ପରମେଶ୍ୱରଙ୍କ ରାଜ୍ୟ ପାଇଁ ତା’ର ଘର, ପତ୍ନୀ, ଭାଇ, ବାପାମା କିମ୍ବା ପିଲାମାନଙ୍କୁ ଛାଡ଼ିଥିବ, 30 ସେ ଛାଡ଼ିଥିବା ବସ୍ତୁ ଅପେକ୍ଷା ଅଧିକ ପାଇବ। ସେ ଲୋକ ଏହି ଜୀବନକାଳ ମଧ୍ୟରେ ତ ଅନେକ ଗୁଣ ଅଧିକ ପାଇବ ଏବଂ ମରିଗଲା ପରେ ମଧ୍ୟ ସେ ପରମେଶ୍ୱରଙ୍କ ସହିତ ଚିରକାଳ ବାସ କରିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center