Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 30

ଦାଉଦଙ୍କର ଏକ ଗୀତ, ଏହି ଗୀତଟି ଈଶ୍ୱରଙ୍କ ମନ୍ଦିର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ।

30 ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କରିଛ।
    ତୁମ୍ଭେ ମୋର ଶତ୍ରୁଙ୍କୁ ମୋତେ ପରାଜିତ କରିବାକୁ ସୁଯୋଗ ଦେଲ ନାହିଁ କି ସେମାନେ ମୋତେ ପରିହାସ କରିବାକୁ ଦେଲ ନାହିଁ।
    ତେଣୁ ମୁଁ ତୁମ୍ଭକୁ ସମ୍ମାନ ଜଣାଉଛି।
ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲି
    ଓ ତହିଁରେ ତୁମ୍ଭେ ମୋତେ ସୁସ୍ଥ କରିଅଛ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁ ଗୁମ୍ଫାରୁ ମୋର ପ୍ରାଣ ବଞ୍ଚାଇ ରଖିଛ।
    ମୋତେ ସେହି ମୃତ ଲୋକମାନଙ୍କ ସହିତ କବରରେ ରହିବାକୁ ଦେଇ ନାହଁ।

ହେ ପରମେଶ୍ୱରଙ୍କ ଅନୁଗାମୀମାନେ ସଦାପ୍ରଭୁଙ୍କ ପ୍ରଶଂସା କରି ସଙ୍ଗୀତ ଗାନ କର।
    ତାଙ୍କର ସେହି ପବିତ୍ର ନାମର ପ୍ରଶଂସା କର।
ପରମେଶ୍ୱର କ୍ରୋଧିତ ହୁଅନ୍ତି।
ତେଣୁ ତାଙ୍କର ନିଷ୍ପତ୍ତି ହିଁ “ମୃତ୍ୟୁ”।
    କିନ୍ତୁ ସେ ମୋ’ ପ୍ରତି କରୁଣା ପ୍ରଦର୍ଶନ କରି ମୋତେ “ଜୀବନଦାନ” ଦେଇଛନ୍ତି।
ସାରା ରାତି ମୁଁ କାନ୍ଦୁଥିଲି।
    ତା’ ପରଦିନ ସକାଳୁ ଦେଖିଲି, ମୁଁ ଖୁସୀରେ ଗୀତ ବୋଲୁଛି।

ମୁଁ ସେତେବେଳେ ନିରାପଦରେ ନିଶ୍ଚିତ ଥିଲି,
    ମୁଁ ଭାବୁଥିଲି ମୋର କିଛି କ୍ଷତି ହେବ ନାହିଁ।
ହଁ, ସଦାପ୍ରଭୁ, ଯେତେବେଳେ ତୁମ୍ଭେ ମୋ’ ପ୍ରତି ଦୟା କଲ,
    ମୁଁ ସେତେବେଳେ ଭାବିଲି, କେହି ମୋତେ ପରାସ୍ତ କରି ପାରିବେ ନାହିଁ।
କିନ୍ତୁ ତୁମ୍ଭେ ଯେତେବେଳେ ମୋ’ ପାଖରୁ ଦୂରେଇ ଗଲ,
    ମୁଁ ସେତେବେଳେ ବ୍ୟାକୁଳ ହୋଇ ଭୟରେ ଥରି ଉଠିଲି।
ତେଣୁ ହେ ପରମେଶ୍ୱର,
    ମୁଁ ତୁମ୍ଭକୁ ମୋ’ ପ୍ରତି ସଦୟ ହେବାକୁ ନିବେଦନ କଲି।
ମୁଁ କହିଲି, “ହେ ପ୍ରଭୁ କ’ଣ ଭଲ ହେବ ଯଦି ମୁଁ ମରିଯାଏ?
    ମୁଁ କବର ଭିତରକୁ ଗଲେ କ’ଣ ଲାଭ?
ମୃତ ଲୋକମାନେ ସେହି ମାଟିର କବରରେ ଶୋଇ ରହନ୍ତି।
    ସେମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
    ସେମାନେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭେମାନେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।
10 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ ଓ ମୋ’ ପ୍ରତି କରୁଣା ପ୍ରଦର୍ଶନ କର।
    ହେ ସଦାପ୍ରଭୁ ମୋର ସହାୟ ହୁଅ।”

11 ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ତୁମ୍ଭେ ମୋତେ ସାହାଯ୍ୟ କଲ।
    ତୁମ୍ଭେ ମୋର କ୍ରନ୍ଦନକୁ ନୃତ୍ୟରେ ପରିଣତ କଲ।
    ତୁମ୍ଭେ ମୋର ଦୁଃଖର ପୋଷାକ ସବୁକୁ କାଢ଼ି ନେଲ ଓ ମୋତେ ସୁଖରେ ଆଚ୍ଛାଦିତ କରିଲ।
12 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୁଁ ଚିରଦିନ ତୁମ୍ଭର ଗୁଣଗାନ କରିବି, କେବେ ନୀରବରେ ବସି ରହିବି ନାହିଁ।
    ତେଣୁ ସବୁବେଳେ କେହି ନା କେହି ତୁମ୍ଭକୁ ସମ୍ମାନ ଜଣାଇବା ପାଇଁ ତୁମ୍ଭର ଗୁଣଗାନ କରୁଥିବ।

ଗୀତସଂହିତା 32

ଦାଉଦଙ୍କର ଏକ ଜ୍ଞାନଗର୍ଭକ ଗୀତ

32 ଯାହାର ସବୁ ପାପ କ୍ଷମା କରାଯାଇଅଛି, ସେ ବ୍ୟକ୍ତି ଧନ୍ୟ।
    ସେହି ବ୍ୟକ୍ତି ଅଧିକ ଭାଗ୍ୟଶାଳୀ, ଯେତେବେଳେ ତା’ର ସମସ୍ତ ପାପ ଧୋଇ ଦିଆଯାଇଥାଏ।
ଜଣେ ବ୍ୟକ୍ତି ଅଧିକ ଖୁସୀ ହୁଏ,
    ଯେତେବେଳେ ସଦାପ୍ରଭୁ ତାକୁ ଦୋଷୀ ବୋଲି କୁହନ୍ତି ନାହିଁ।
    ସେହି ବ୍ୟକ୍ତିଟି ଅଧିକ ଭାଗ୍ୟଶାଳୀ ଯିଏ ନିଜର ପାପକୁ ଗୋପନ ରଖେ ନାହିଁ।

ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମୋର ଗୋପନ ପାପ ବିଷୟରେ ତୁମ୍ଭକୁ କିଛି କହିଲି ନାହିଁ।
    ମୁଁ କେବଳ ଦୁର୍ବଳ ହୋଇ ପଡ଼ିଲି, ପ୍ରତ୍ୟେକ ଥର ଯେତେବେଳେ ମୁଁ ପ୍ରାର୍ଥନା କଲି।
ପ୍ରଭୁ ତୁମ୍ଭେ ମୋର ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦେଲ।
    ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ଯେମିତି ଭୂମି ଶୁଖି ଯାଏ।

କିନ୍ତୁ ତା’ପରେ ମୁଁ ନିଷ୍ପତ୍ତି ନେଲି ମୋର ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି।
    ସଦାପ୍ରଭୁ ତୁମ୍ଭଙ୍କୁ ମୋର ସମସ୍ତ ପାପ ବିଷୟରେ କହିଲି।
    ମୋର କୌଣସି ପାପ ଲୁଗ୍ଭଇ ରଖିଲି ନାହିଁ ଓ ତୁମ୍ଭେ ମୋତେ ମୋର ସମସ୍ତ ପାପରୁ କ୍ଷମା କରିଦେଲ।

ଏହି କାରଣରୁ ତୁମ୍ଭର ସମସ୍ତ ଅନୁଗାମୀମାନେ ତୁମ୍ଭକୁ ପ୍ରାର୍ଥନା କରନ୍ତି।
    ଯଦିଓ ସେମାନଙ୍କର ବନ୍ୟାପରି ବହୁତ ବିପଦ ଅଛି, ତଥାପି ସେମାନେ ନିରାପଦରେ ରହିବେ।
ପରମେଶ୍ୱର ତୁମ୍ଭେ ହିଁ ମୋର ଲୁଚିବାର ସ୍ଥାନ ଅଟ।
    ତୁମ୍ଭେ ମୋତେ ସମସ୍ତ ବିପଦରୁ ଉଦ୍ଧାର କର।
ତୁମ୍ଭେ ମୋର ଚତୁର୍ଦ୍ଦିଗରେ ରହି ମୋତେ ରକ୍ଷା କର।
    ତେଣୁ ଯେଉଁ ଉପାୟରେ ମୋତେ ବଞ୍ଚାଇଲ ମୁଁ ସେହି ବିଷୟରେ ଗୀତ ବୋଲିବି।

ସଦାପ୍ରଭୁ କୁହନ୍ତି, “ମୁଁ ତୁମ୍ଭକୁ ଶିକ୍ଷା ଦେବି ଏବଂ ତୁମ୍ଭେ ଯେଉଁ ମାର୍ଗରେ ବଞ୍ଚିବ ତାକୁ ମଧ୍ୟ ବତାଇ ଦେବି।
    ମୁଁ ତୁମ୍ଭକୁ ରକ୍ଷା କରିବି ଏବଂ ତୁମ୍ଭର ତତ୍ତ୍ୱାବଧାରକ ହେବି।
ତୁମ୍ଭେମାନେ ନିଶ୍ଚିତ ଗଧମାନଙ୍କୁ ଦଉଡ଼ି ଏବଂ ଅଶ୍ୱମାନଙ୍କୁ ଲଗାମର ବ୍ୟବହାର କର।
    କାରଣ ସେମାନଙ୍କୁ ତୁମ୍ଭ ପାଖକୁ ଆଣିବା ପାଇଁ, କିନ୍ତୁ ପରମେଶ୍ୱରଙ୍କ ସହିତ ସେପରି ହୁଅ ନାହିଁ।”

10 ଦୁଷ୍ଟ ଲୋକମାନଙ୍କ ଉପରେ ଅନେକ ଅଘଟଣ ଘଟିଛି,
    କିନ୍ତୁ ପରମେଶ୍ୱର ତାଙ୍କର ଆଶ୍ରିତମାନଙ୍କୁ ନିଜର କରୁଣା ଦୃଷ୍ଟି ବଳରେ ରକ୍ଷା କରିବେ।
11 ହେ ଧାର୍ମିକଗଣ, ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ।
    ହେ ସରଳାନ୍ତଃକରଣର ବ୍ୟକ୍ତିମାନେ ଆନନ୍ଦିତ ହୁଅ।

ଗୀତସଂହିତା 42-43

ଦ୍ୱିତୀୟ ଖଣ୍ଡ

(ଗୀତସଂହିତା 42-72)

ପ୍ରଧାନ ବାଦ୍ୟକର ନିମନ୍ତେ, କୋରହ ପରିବାରରଏହା ଏକ ସୂଚନାଯୁକ୍ତ ଗୀତ।

42 ହେ ପରମେଶ୍ୱର, ହରିଣଟି ଯେପରି ପାଣି ପାଇଁ ସ୍ରୋତ ଆଡ଼କୁ ଧାଏଁ
    ସେପରି ମୋର ପ୍ରାଣ ତୁମ୍ଭ ଆଡ଼କୁ ଆକାଂକ୍ଷା କରେ।
ମୋର ପ୍ରାଣ ଜୀବନ୍ତ ପରମେଶ୍ୱରଙ୍କ ନିମନ୍ତେ ତୃଷିତ।
    ମୁଁ କେବେ ପ୍ରଭୁଙ୍କ ଦର୍ଶନ ପାଇବି?
ମୋର ଶତ୍ରୁମାନେ ନିରନ୍ତର ମୋ’ ପ୍ରତି ପରିହାସ କରୁଛନ୍ତି।
    ସେମାନେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି?
ସେ କେବେ ତୁମ୍ଭକୁ ଉଦ୍ଧାର କରିବାକୁ ଆସିଛନ୍ତି କି?”
    ଭୋଜନ କରିବା ପରିବର୍ତ୍ତେ କେବଳ ମୁଁ କାନ୍ଦେ।

ଯେତେବେଳେ ମୁଁ ମନେ ପକାଏ, ମୋର ହୃଦୟ ବିଦୀର୍ଣ୍ଣ ହୋଇଯାଏ,
    ସେହି ସୁଦିନ ଗୁଡ଼ିକୁ ଯାହା ମୁଁ ତୁମ୍ଭ ମନ୍ଦିରରେ କଟାଇଥିଲି।
ଯେତେବେଳେ ଲୋକଭିଡ଼ ମଧ୍ୟରେ ମୁଁ ପରମେଶ୍ୱରଙ୍କ ମନ୍ଦିରକୁ ଗ୍ଭଲିଲି, ମୁଁ ମନେ ପକାଏ ସେହିସବୁ ଖୁସୀର ଦିନଗୁଡ଼ିକ
    ଓ ପ୍ରଶଂସାର ଗୀତ ସବୁ ଯାହାକି ଲୋକମାନେ ପର୍ବପର୍ବାଣି ବେଳେ ଗାନ କରନ୍ତି।

ହେ ମୋର ପ୍ରାଣ କାହିଁକି ମୁଁ ଏତେ ବ୍ୟାକୁଳ?
    “ମୁଁ ପରମେଶ୍ୱରଙ୍କ ସହାୟତା ପାଇଁ ଅପେକ୍ଷା କରିବି।
ମୁଁ ତାଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି।
    ସେ ମୋତେ ରକ୍ଷା କରିବେ।
ହେ ମୋର ପରମେଶ୍ୱର, ମୋର ପ୍ରାଣ ଆଜି ଦୁଃଖିତ କାରଣ ଏହି ସ୍ଥାନରୁ ଏହି ଛୋଟିଆ ପାହାଡ଼ରୁ ତୁମ୍ଭକୁ ମନେ ପକାଉଛି।
    ଯେଉଁଠାରେ ହର୍ମୋଣ ପର୍ବତ ଓ ଯର୍ଦ୍ଦନ ନଦୀ ପରସ୍ପରକୁ ଭେଟନ୍ତି।”
ପୃଥିବୀର ଗଭୀରରୁ ଆସୁଥିବା ପାଣିର ଗର୍ଜନ ମୁଁ ଶୁଣେ ।
    ଯେତେବେଳେ ଜଳପ୍ରପାତ ଓଲଟ ପାଲଟ ହୋଇଯାଏ,
ନିମ୍ନଭାଗର ଜଳସ୍ରୋତ ଶବ୍ଦ କରେ।
    ‘ସଦାପ୍ରଭୁ, ତୁମ୍ଭର ଢେଉଗୁଡ଼ିକ ଗୋଟିଏ ପରେ ଗୋଟିଏ ଆସେ, ମୋର ଚତୁର୍ପାର୍ଶ୍ୱରେ ଚୂର୍ଣ୍ଣ ହୋଇଯାଏ ଓ ମୋତେ ଟପିଯାଏ।

ରାତି ହେଉକି ଦିନ, ସଦାପ୍ରଭୁ ତାଙ୍କର ପ୍ରକୃତ ପ୍ରେମ ଢାଳି ଦିଅନ୍ତି।
    ସେହି ଜୀବନ୍ତ ପରମେଶ୍ୱରଙ୍କ ପାଇଁ ମୋ’ ନିକଟରେ ଏକ ଗୀତ ଅଛି।
ମୁଁ ପରମେଶ୍ୱରଙ୍କୁ କହିଲି, ତୁମ୍ଭେ ମୋର ଦୃଢ଼ତାର ପଥର।
    ମୁଁ କହେ, “ହେ ସଦାପ୍ରଭୁ କାହିଁକି ତୁମ୍ଭେ ମୋତେ ଭୁଲି ଯାଇଛ?
    କାହିଁକି ମୁଁ ମୋର ଶତ୍ରୁମାନଙ୍କ ପାଇଁ ଏତେ ଦୁଃଖିତ?”
10 ମୋର ଶତ୍ରୁମାନେ ନିରନ୍ତର ମୋତେ ଅପମାନିତ କରନ୍ତି ଓ ଏକ ଶକ୍ତ ଗ୍ଭପୁଡ଼ା ଦିଅନ୍ତି,
    ଯେତେବେଳେ ସେମାନେ ମୋତେ ପଗ୍ଭରନ୍ତି, “ତୁମ୍ଭର ପରମେଶ୍ୱର କେଉଁଠାରେ ଅଛନ୍ତି? ସେ କ’ଣ ତୁମ୍ଭକୁ ଉଦ୍ଧାର କରିବାକୁ ଆସୁଛନ୍ତି?”

11 ହେ ମୋର ପ୍ରାଣ ତୁମ୍ଭେ କାହିଁକି ଦୁଃଖିତ ହେଉଅଛ?
    କାହିଁକି ମୁଁ ଏତେ ଅସ୍ଥିର ହେଉଅଛି?
ମୁଁ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିବି।
    ମୁଁ ପରମେଶ୍ୱରଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି
    ଓ ସେ ମୋତେ ଉଦ୍ଧାର କରିବେ।

43 ହେ ପରମେଶ୍ୱର, ଜଣେ ଲୋକ ଥିଲା ଯିଏ କି ତୁମ୍ଭର ଆଶ୍ରିତ ନ ଥିଲା।
    ସେହି ଲୋକଟି ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଓ ମିଥ୍ୟା କହେ।
ହେ ପରମେଶ୍ୱର, ସେହି ଲୋକଠାରୁ ମୋତେ ବଞ୍ଚାଅ।
    ମୋତେ ସାହାଯ୍ୟ କରି ପ୍ରମାଣ କର ଯେ, ମୁଁ ଠିକ୍ ଅଟେ।
ହେ ପରମେଶ୍ୱର, ତୁମ୍ଭେ ହିଁ ମୋର ବଳସ୍ୱରୂପ।
    କାହିଁକି ତୁମ୍ଭେ ମୋତେ ଛାଡ଼ି ଗ୍ଭଲିଯିବ?
ମୋର ଶତ୍ରୁର ନିଷ୍ଠୁର ଆଚରଣ ଯୋଗୁଁ
    କାହିଁକି ମୁଁ ଏତେ ଦୁଃଖ ପାଇବି।
ହେ ପରମେଶ୍ୱର, ତୁମ୍ଭର ଆଲୋକ ଓ ସତ୍ୟତାର ବାର୍ତ୍ତା ମୋ’ ନିକଟକୁ ପ୍ରେରିତ ହେଉ।
    ତୁମ୍ଭର ଆଲୋକ ଓ ସତ୍ୟତା ମୋର ପଥ ପ୍ରଦର୍ଶକ ହେଉ।
ସେମାନେ ମୋତେ ବାଟ ଦେଖାଇ ତୁମ୍ଭର ପବିତ୍ର ପର୍ବତକୁ ନେଇଯିବେ।
    ସେମାନେ ମୋତେ ତୁମ୍ଭର ପବିତ୍ର ଗୃହକୁ ପଥ ଦେଖାଇବେ।
ମୁଁ ପରମେଶ୍ୱରଙ୍କ ଯଜ୍ଞବେଦି ନିକଟକୁ ଆସିବି।
    ମୁଁ ପରମେଶ୍ୱରଙ୍କ ନିକଟକୁ ଯିବି, ଯିଏ ମୋତେ ସମସ୍ତ ସୁଖ ପ୍ରଦାନ କରିଛନ୍ତି।
ସଦାପ୍ରଭୁ ମୋର ପରମେଶ୍ୱର,
    ମୁଁ ଏହି ବୀଣା ବାଦ୍ୟଯନ୍ତ୍ରରେ ତୁମ୍ଭର ପ୍ରଶଂସା ଗାନ କରିବି।

ହେ ମୋର ପ୍ରାଣ, କାହିଁକି ଏତେ ଦୁଃଖିତ?
    ମୁଁ କାହିଁକି ଏତେ ଅଧୀର ହେଉଛି?
ମୁଁ ପରମେଶ୍ୱରଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିବି।
    ତାଙ୍କୁ ପ୍ରଶଂସା କରିବା ପାଇଁ ମୁଁ ନିଶ୍ଚୟ ସୁଯୋଗ ପାଇବି।
    ସେ ମୋତେ ରକ୍ଷା କରିବେ।

Error: Book name not found: Sir for the version: Odia Holy Bible: Easy-to-Read Version
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 10

ସ୍ୱର୍ଗଦୂତ ଏବଂ କ୍ଷୁଦ୍ର ପୁସ୍ତକ

10 ତା’ପରେ ମୁଁ ଜଣେ ଶକ୍ତିଶାଳୀ ଦୂତଙ୍କୁ ସ୍ୱର୍ଗରୁ ଆସିବାର ଦେଖିଲି। ସେ ମେଘ ଦ୍ୱାରା ଆଚ୍ଛାଦିତ ଥିଲେ। ତାହାଙ୍କ ମସ୍ତକରେ ମେଘଧନୁ ଶୋଭା ପାଉଥିଲା। ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ପାଦ ଦୁଇଟି ଅଗ୍ନିସ୍ତମ୍ଭ ସଦୃଶ ଥିଲା। ସେହି ଦୂତଙ୍କ ହାତରେ ଗୋଟିଏ କ୍ଷୁଦ୍ର ଖୋଲା ଚର୍ମପତ୍ର ଥିଲା। ସେ ତାହାଙ୍କର ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ସ୍ଥଳଭାଗ ଉପରେ ରଖିଥିଲେ। ସେ ସିଂହ ଗର୍ଜନ ପରି ଜୋର୍‌‌ରେ ପାଟି କଲେ। ସେ ପାଟି କରନ୍ତେ ପରେ ସାତ ବଜ୍ର ତାହାର ଉତ୍ତର ଦେଲେ।

ମୁଁ ଏହା ଲେଖିବାକୁ ପ୍ରସ୍ତୁତ ହେଲି। ସେତେବେଳେ ମୋତେ ଆକାଶବାଣୀ ଶୁଭିଲା, “ସାତ ବଜ୍ର ଯାହା କହିଲେ, ତାହା ଲେଖ ନାହିଁ। ସେଗୁଡ଼ିକ ଗୁପ୍ତ ରଖ।”

ତା’ପରେ ସେହି ସ୍ୱର୍ଗଦୂତ ଯେକି ସମୁଦ୍ର ଓ ପୃଥିବୀ ଉପରେ ପାଦଦେଇ ଠିଆ ହୋଇଥିବାର ମୁଁ ଦେଖିଲି, ସେ ତାହାଙ୍କ ଦକ୍ଷିଣ ହସ୍ତ ସ୍ୱର୍ଗକୁ ଉଠାଇଲେ। ଯେ ନିତ୍ୟଜୀବିତ, ଯେ ଆକାଶ ଓ ତନ୍ମଧ୍ୟସ୍ଥ ସକଳ ବିଷୟ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ସକଳ ବିଷୟ ସୃଷ୍ଟି କରିଛନ୍ତି, ତାହାଙ୍କ ନାମରେ ସେହି ସ୍ୱର୍ଗଦୂତ ଶପଥକରି କହିଲେ, “ଆଉ ଅଧିକ ବିଳମ୍ବ ହେବ ନାହିଁ। କିନ୍ତୁ ସପ୍ତମ ଦୂତ ସେହି ଦିନମାନଙ୍କରେ ତୂରୀ ବଜାନ୍ତେ ପରମେଶ୍ୱର ଆପଣା ସେବକ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କୁ କହିଥିବା ବାକ୍ୟ ଅନୁସାରେ ତାହାଙ୍କର ଗୁପ୍ତ ଯୋଜନା ସମ୍ପୂର୍ଣ୍ଣ ହେବ।”

ତା’ପରେ ମୁଁ ସେହି ସ୍ୱର ସ୍ୱର୍ଗରୁ ପୁଣି ଥରେ ଶୁଣିଲି। ସେ ସ୍ୱର ମୋତେ କହିଲା, “ଯାଅ ଓ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହୋଇଥିବା ଦୂତଙ୍କ ହାତରୁ ଖୋଲା ଚର୍ମପତ୍ରଟି ନିଅ।”

ତେଣୁ ମୁଁ ଦୂତଙ୍କ ପାଖକୁ ଯାଇ କ୍ଷୁଦ୍ର ଚର୍ମପତ୍ରଟି ମାଗିଲି। ସେ ମୋତେ କହିଲେ, “ଏହାକୁ ନିଅ ଓ ଏହା ଖାଅ। ଏହା ତୁମ୍ଭ ପେଟକୁ ଖଟା ଲାଗିବ, କିନ୍ତୁ ତୁମ୍ଭ ମୁହଁକୁ ମହୁ ପରି ମିଠା ଲାଗିବ।” 10 ତେଣୁ ମୁଁ ତାହାଙ୍କ ହସ୍ତରୁ କ୍ଷୁଦ୍ର ଚର୍ମପତ୍ର ନେଲି ଓ ଖାଇଲି। ମୋ’ ପାଟିକୁ ତାହା ମିଠା ଲାଗିଲା, କିନ୍ତୁ ଯେତେବେଳେ ମୁଁ ଏହାକୁ ଢୋକିଲି, ପେଟରେ ଏହା ଖଟା ଲାଗିଲା। 11 ତା’ପରେ ସେମାନେ ମୋତେ କହିଲେ, “ଅନେକ ଦେଶ, ଜାତି, ଭାଷା ଓ ରାଜାମାନଙ୍କ ବିଷୟରେ ତୁମ୍ଭକୁ ଆହୁରି ଭବିଷ୍ୟ‌‌ଦ୍‌‌‌‌ବାଣୀ କହିବାକୁ ପଡ଼ିବ।”

ଲୂକ ଲିଖିତ ସୁସମାଗ୍ଭର 11:1-13

ଯୀଶୁ ପ୍ରାର୍ଥନା ବିଷୟରେ ଉପଦେଶ ଦେଲେ(A)

11 ଥରେ ଯୀଶୁ ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ। ସେ ପ୍ରାର୍ଥନା କରି ସାରିବା ପରେ ତାହାଙ୍କର ଜଣେ ଶିଷ୍ୟ ତାହାଙ୍କୁ କହିଲେ, “ପ୍ରାର୍ଥନା କିପରି କରିବାକୁ ହେବ ତାହା ଯୋହନ ତାହାଙ୍କ ଶିଷ୍ୟମାନଙ୍କୁ ଶିଖାଇ ଦେଇଥିଲେ। ପ୍ରଭୁ, ପ୍ରାର୍ଥନା କିପରି କରିବାକୁ ହୁଏ, ତାହା ଆପଣ ମଧ୍ୟ ଆମ୍ଭମାନଙ୍କୁ ବତେଇ ଦିଅନ୍ତୁ।

ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରାର୍ଥନା କଲାବେଳେ କୁହ:

‘ହେ ପରମପିତା, ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ ତୁମ୍ଭ ନାମ ସର୍ବଦା ପବିତ୍ର ରହୁ।
    ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ ତୁମ୍ଭର ରାଜ୍ୟ ଆସୁ।
ଆମ୍ଭେମାନେ ଆବଶ୍ୟକ କରୁଥିବା ଖାଦ୍ୟ ଆମ୍ଭକୁ ଦିଅ।
ଆମ୍ଭମାନଙ୍କର ପାପଗୁଡ଼ିକ କ୍ଷମା କରିଦିଅ,
    କାରଣ ଯେଉଁମାନେ ଆମ୍ଭମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି, ଆମ୍ଭେମାନେ ପ୍ରତ୍ୟେକଙ୍କୁ ମଧ୍ୟ କ୍ଷମା ଦେଉଛୁ।
ଆମ୍ଭମାନଙ୍କୁ କଠିନ ପରୀକ୍ଷା ମଧ୍ୟରେ ପକାଅ ନାହିଁ।’”

ତୁମ୍ଭର ଆବଶ୍ୟକ ପାଇଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କର(B)

5-6 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମନେକର ତୁମ୍ଭମାନଙ୍କ ଭିତରୁ ଜଣେ କେହି ନିଜ ସାଙ୍ଗ ପାଖକୁ ରାତିରେ ବହୁତ ଡେରିରେ ଯାଇ କହିବ, ‘ମୋର ଅନ୍ୟ ସହରରେ ଜଣେ ବନ୍ଧୁ ମୋତେ ଦେଖା କରିବାକୁ ଆସିଛନ୍ତି। ତାହାଙ୍କୁ ଖାଇବାକୁ ଦେବା ପାଇଁ ମୋ’ ପାଖରେ କିଛି ହେଲେ ନାହିଁ। ଦୟାକରି ମୋତେ ତିନିଖଣ୍ଡ ରୋଟୀ ଦିଅ।’ ତୁମ୍ଭ ସାଙ୍ଗ ଘର ଭିତରୁ ଉତ୍ତର ଦେବ, ‘ତୁମ୍ଭେ ଗ୍ଭଲିଯାଅ। ମୋତେ ହଇରାଣ କର ନାହିଁ। ଦୁଆର ବନ୍ଦ ହୋଇ ଗଲାଣି। ମୁଁ ଓ ମୋ’ ପିଲାମାନେ ଶୋଇବାକୁ ଗଲୁଣି, ତୁମ୍ଭକୁ ରୋଟୀ ଦେବାକୁ ମୁଁ ବର୍ତ୍ତମାନ ଉଠି ପାରିବି ନାହିଁ।’ ମୁଁ ତୁମ୍ଭକୁ କହୁଛି। ସେ ଲୋକଟି ଶେଯ ଛାଡ଼ି ଉଠିବ, ଓ ତୁମ୍ଭକୁ ରୋଟୀ ଦେବା ପାଇଁ ହୁଏତ ତୁମ୍ଭର ବନ୍ଧୁତ୍ୱ ଯଥେଷ୍ଟ ହୋଇ ପାରି ନ ଥାଏ। କିନ୍ତୁ ତୁମ୍ଭେ ଯଦି ନିରନ୍ତର ମାଗି ଗ୍ଭଲିଥାଅ, ତେବେ ସେ ନିଶ୍ଚୟ ଉଠିବ, ଓ ତୁମ୍ଭର ଯାହା ଦରକାର, ତାହା ଦେବ। ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ବାରମ୍ବାର ମାଗୁଥାଅ। ତା’ହେଲେ ପରମେଶ୍ୱର ତୁମ୍ଭମାନଙ୍କୁ ଦେବେ। ଖୋଜୁଥାଅ। ତୁମ୍ଭେମାନେ ପାଇବ। ଦୁଆର ଠ‌‌କ୍‌‌ଠକ୍ କରି ଗ୍ଭଲି ଥାଅ। ତୁମ୍ଭ ପାଇଁ ଦୁଆର ଖୋଲିଯିବ। 10 କାରଣ ଯେଉଁ ଲୋକମାନେ ମାଗୁଥା’ନ୍ତି, ସେମାନେ ପ୍ରତ୍ୟେକେ ପାଇଥା’ନ୍ତି। ଯେଉଁମାନେ ଖୋଜୁଥା’ନ୍ତି, ସେମାନେ ପାଇଥା’ନ୍ତି। ଯେଉଁମାନେ ଦୁଆର ବାଡ଼େଇ ଥା’ନ୍ତି, ସେମାନଙ୍କ ପାଇଁ ଦୁଆର ଖୋଲିଯାଏ। 11 ତୁମ୍ଭମାନଙ୍କ ଭିତରୁ କାହାର ପୁଅଟିଏ ଅଛି କି? ତୁମ୍ଭକୁ ତୁମ୍ଭ ପୁଅ ମାଛଟିଏ ମାଗିଲେ ତୁମ୍ଭେ କ’ଣ କରିବ? କୌଣସି ବାପା ତା ପୁଅକୁ ମାଛଟିଏ ବଦଳରେ ସାପଟିଏ ଦିଏ କି? ନା, ତୁମ୍ଭେମାନେ ତାକୁ ମାଛ ଦେବ। 12 କିମ୍ବା ପୁଅ ଯଦି ଅଣ୍ଡାଟିଏ ମାଗେ, ତେବେ ତା’ ହାତରେ ତୁମ୍ଭେମାନେ କଙ୍କଡ଼ାବିଛାଟିଏ ଦେବ କି? ନା। 13 ତୁମ୍ଭେମାନେ ଖରାପ ଲୋକ ହୋଇଥିଲେ ମଧ୍ୟ ତୁମ୍ଭମାନଙ୍କ ପିଲାମାନଙ୍କୁ କିଭଳି ଭଲ ଉପହାର ଦିଆଯାଏ ତୁମ୍ଭେମାନେ ଜାଣ। ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ଜାଣନ୍ତି ଯେ ତାହାଙ୍କୁ ମାଗୁଥିବା ଲୋକମାନଙ୍କୁ ସେ ପବିତ୍ରଆତ୍ମା କିପରି ଦେବେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center