Book of Common Prayer
ପ୍ରଧାନ ବୀଣା ବାଦକଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଗୀତ।
5 ହେ ସଦାପ୍ରଭୁ ମୋର କଥା ଶୁଣନ୍ତୁ।
ବୁଝିବାକୁ ଚେଷ୍ଟା କରନ୍ତୁ ମୁଁ କ’ଣ କରିବାକୁ ଗ୍ଭହୁଁଛି।
2 ହେ ମୋର ପରମେଶ୍ୱର ଓ ରାଜା
ମୋର ପ୍ରାର୍ଥନା ଶୁଣ।
3 ପ୍ରତିଦିନ ସକାଳେ ହେ ସଦାପ୍ରଭୁ, ମୋର ରବ ଶୁଣ,
ମୁଁ ତୁମ୍ଭ ଉଦ୍ଦେଶ୍ୟରେ ଆପଣା ପ୍ରାର୍ଥନା ସଜାଏ
ଏବଂ ପ୍ରତିଦିନ ସକାଳେ ତୁମ୍ଭେ ମୋର ପ୍ରାର୍ଥନା ଶୁଣ।
4 ହେ ପରମେଶ୍ୱର, ତୁମ୍ଭେ କେବେ ମନ୍ଦକାର୍ଯ୍ୟ ପସନ୍ଦ କର ନାହିଁ।
କାରଣ ମନ୍ଦକାର୍ଯ୍ୟ ସହ ତୁମ୍ଭର କୌଣସି ସମ୍ପର୍କ ନାହିଁ।
5 ଗର୍ବୀମାନେ କେବେ ତୁମ୍ଭ ନିକଟକୁ ଆସି ପାରିବେ ନାହିଁ।
ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ତୁମ୍ଭେ ସେମାନଙ୍କୁ ଘୃଣା କର।
6 ଯେଉଁମାନେ ମିଥ୍ୟା କହନ୍ତି, ତୁମ୍ଭେ ସେମାନଙ୍କୁ ବିନାଶ କରିବ।
ତୁମ୍ଭେ ସେହି ଲୋକମାନଙ୍କୁ ଘୃଣା କର, ଯେଉଁମାନେ ଅନ୍ୟ ଲୋକମାନଙ୍କୁ ଆଘାତ କରିବାକୁ ଗୋପନରେ ଷଡ଼ଯନ୍ତ୍ର କରନ୍ତି।
7 କିନ୍ତୁ ସଦାପ୍ରଭୁ ତୁମ୍ଭର ଅସୀମ କରୁଣା ଯୋଗୁଁ,
ମୁଁ ନିଶ୍ଚୟ ତୁମ୍ଭ ପବିତ୍ର ମନ୍ଦିରରେ ପହଞ୍ଚିବି।
ମୁଁ ନତମସ୍ତକରେ ତୁମ୍ଭର ସେହି ପବିତ୍ର ମନ୍ଦିରରେ ତୁମ୍ଭକୁ ଭୟ ଭକ୍ତି ଓ ସମ୍ମାନର ସହିତ ଉପାସନା କରିବି।
8 ହେ ସଦାପ୍ରଭୁ ମୋତେ ତୁମ୍ଭର ଧର୍ମ ପଥରେ ପ୍ରଦର୍ଶନ କର।
ଲୋକମାନେ ମୋର ଦୁର୍ବଳତାକୁ ଗ୍ଭହିଁ ବସିଛନ୍ତି।
ତେଣୁ ମୋତେ ଉଚିତ୍ ମାର୍ଗ ପ୍ରଦର୍ଶନ କରି ଧର୍ମ ପଥରେ କଢ଼ାଇ ନିଅ,
ଓ ମୋର ପଥକୁ ସରଳ କର।
9 ସେହି ଲୋକମାନେ କେବେ ସତ୍ୟ କଥା କହନ୍ତି ନାହିଁ।
ସେମାନେ ସବୁ ମିଥ୍ୟାବାଦୀ, ସତ୍ୟକୁ ଗୋପନ ରଖନ୍ତି।
ସେମାନଙ୍କର ପାଟି ଏକ କବର ସ୍ୱରୂପ।
ଓ ସେମାନଙ୍କ ଉଦ୍ଦେଶ୍ୟ ହେଲା ଅନ୍ୟ ଲୋକଙ୍କୁ ଫାନ୍ଦରେ ପକାଇବା, ସେମାନେ ଅନାବୃତ ମଧୁର କଥା କହି ଲୋକଙ୍କୁ ବିପଥଗାମୀ କରନ୍ତି।
10 ହେ ପରମେଶ୍ୱର ସେମାନଙ୍କୁ ଶାସ୍ତି ଦିଅ।
ସେମାନେ ବାନ୍ଧିଥିବା ଫାଶରେ ସେମାନଙ୍କୁ ପକାଇ ଦିଅ।
ସେମାନେ ତୁମ୍ଭର ବିରୁଦ୍ଧାଚରଣ କରିଛନ୍ତି,
ତେଣୁ ସେମାନଙ୍କର ଅନେକ ଅପରାଧ ପାଇଁ ସେମାନଙ୍କୁ ଶାସ୍ତି ବିଧାନ କର।
11 କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତି, ସେମାନେ ସୁଖରେ ରୁହନ୍ତି ଏବଂ ସେମାନେ ଚିରଦିନ ପାଇଁ ସୁଖରେ ରୁହନ୍ତି।
ପରମେଶ୍ୱର ତୁମ୍ଭେ ଆପଣା ଲୋକମାନଙ୍କୁ ରକ୍ଷା କର ଏବଂ ଯେଉଁମାନେ ତୁମ୍ଭର ନାମର ପ୍ରଶଂସା କରନ୍ତି, ସେମାନଙ୍କୁ ଅଧିକ ଶକ୍ତି ପ୍ରଦାନ କର।
12 ହେ ସଦାପ୍ରଭୁ ଯେତେବେଳେ ତୁମ୍ଭେ ଧାର୍ମିକ ଲୋକମାନଙ୍କୁ ଆନନ୍ଦ ପ୍ରଦାନ କର,
ତୁମ୍ଭେ ସେମାନଙ୍କୁ ବିରାଟ ଢାଲ ସଦୃଶ ସମସ୍ତ କୁକାର୍ଯ୍ୟରୁ ରକ୍ଷା କର।
ପ୍ରଧାନ ବାଦ୍ୟକର ଉଦ୍ଦେଶ୍ୟରେ ତାରଯୁକ୍ତ ଯନ୍ତ୍ରରେ ଶିମିନୀତ ସ୍ୱରରେ ଦାଉଦଙ୍କର ଗୀତ।
6 ହେ ସଦାପ୍ରଭୁ, ତୁମ୍ଭେ କ୍ରୋଧିତ ହୋଇ ମୋତେ ଦଣ୍ଡିତ କର ନାହିଁ।
ତୁମ୍ଭେ ବିରକ୍ତ ହୋଇ ମୋତେ ଦଣ୍ଡ ଦିଅ ନାହିଁ।
2 ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
ମୁଁ ରୁଗ୍ଣ ଓ ଦୁର୍ବଳ।
ମୋତେ ସୁସ୍ଥ କର
କାରଣ ମୋର ଅସ୍ଥିସବୁ କମ୍ପିତ ହେଉଅଛି।
3 ମୋର ସମଗ୍ର ଶରୀର କମ୍ପୁଅଛି।
ହେ ସଦାପ୍ରଭୁ, ଆଉ କେତେ କାଳ ପରେ ତୁମ୍ଭେ ମୋତେ ସୁସ୍ଥ କରିବ।
4 ହେ ସଦାପ୍ରଭୁ, ତୁମ୍ଭେ ଫେରି ଆସ ଓ ମୋତେ ପୁନର୍ବାର ଅଧିକ ବଳଶାଳୀ କର।
ତୁମ୍ଭେ ଅତ୍ୟନ୍ତ କରୁଣାରେ ମୋତେ ଉଦ୍ଧାର କର।
5 ମୃତ ଲୋକମାନେ ତୁମ୍ଭକୁ ସେମାନଙ୍କର କବରରେ କେବେ ମନେ ପକାନ୍ତି ନାହିଁ।
ମୃତମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
ସେଥିପାଇଁ ମୋତେ ରକ୍ଷା କର।
6 ହେ ସଦାପ୍ରଭୁ,
ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ମୋର ବିଛଣା ମୋର ଲୁହରେ ଭିଜିଗଲା।
ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।
7 ମୋର ଶତ୍ରୁମାନେ ମୋତେ ବହୁତ ଦୁଃଖ ଦେଇଛନ୍ତି, ଯାହାକି ମୋତେ ବହୁତ ଦୁଃଖୀ କରିଛି।
ବର୍ତ୍ତମାନ ମୋର ଚକ୍ଷୁଦ୍ୱୟ ବହୁତ କ୍ରନ୍ଦନ କରିଥିବା ଯୋଗୁଁ କ୍ଷୀଣ।
8 ହେ ଅଧର୍ମୀ ଲୋକସବୁ, ମୋ’ ନିକଟରୁ ଦୂର ହୋଇଯାଅ।
କାରଣ ସଦାପ୍ରଭୁ ମୋର କ୍ରନ୍ଦନ ଶୁଣିଛନ୍ତି।
9 ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଛନ୍ତି।
ସଦାପ୍ରଭୁ ମୋର ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଓ ମୋର ପ୍ରାର୍ଥନାର ଉତ୍ତର ମଧ୍ୟ ଦେଇଛନ୍ତି।
10 ମୋର ସମସ୍ତ ଶତ୍ରୁମାନେ ଲଜ୍ଜିତ ଓ ବ୍ୟାକୁଳ ହେବେ।
ଓ ସେମାନେ ସମସ୍ତେ ଲଜ୍ଜିତ ହୋଇ ଏ ସ୍ଥାନ ପରିତ୍ୟାଗ କରିବେ।
10 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଦୂରରେ ରହିଅଛ?
ଯେଉଁମାନେ ବିପଦରେ ପଡ଼ନ୍ତି ସେମାନେ ତୁମ୍ଭକୁ ଦେଖି ପାରନ୍ତି ନାହିଁ।
2 ଗର୍ବୀ ଓ ଦୁଷ୍ଟ ଲୋକମାନେ କୁମନ୍ତ୍ରଣା କରନ୍ତି
ଓ ସେମାନେ ଗରିବ ଲୋକମାନଙ୍କର କ୍ଷତି କରନ୍ତି।
3 ଦୁଷ୍ଟ ଲୋକମାନେ ଆପଣା ମନସ୍କାମନା ବିଷୟରେ ଗର୍ବ ଅନୁଭବ କରନ୍ତି
ଓ ସେହି ଲୋଭୀ ଲୋକମାନେ ପରମେଶ୍ୱରଙ୍କୁ ଅଭିଶାପ ଦିଅନ୍ତି।
ଏହି ଉପାୟରେ ସେହି ମନ୍ଦ ଲୋକମାନେ ଦେଖାଇ ଦେବାକୁ ଗ୍ଭହାନ୍ତି ସେମାନେ ସଦାପ୍ରଭୁଙ୍କୁ ଘୃଣା କରନ୍ତି।
4 ଦୁଷ୍ଟମାନେ ଅହଂକାର ବଶତଃ ପରମେଶ୍ୱରଙ୍କୁ ଅନୁସରଣ କରନ୍ତି ନାହିଁ।
ସେମାନେ ସେମାନଙ୍କର ମନ୍ଦ ଯୋଜନାରେ ବ୍ୟସ୍ତ ରହନ୍ତି।
ସେମାନେ ଭାବନ୍ତି ଯେ, ପରମେଶ୍ୱର ଜାଣନ୍ତି ନାହିଁ।
5 ମନ୍ଦ ଲୋକମାନେ ସବୁବେଳେ ମନ୍ଦକାର୍ଯ୍ୟ କରିବାକୁ ମନ ବଳାନ୍ତି।
ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ସମସ୍ତ ଉତ୍ତମ ଶିକ୍ଷାକୁ ଗ୍ରହଣ କରନ୍ତି ନାହିଁ।
ପରମେଶ୍ୱରଙ୍କର ଶତ୍ରୁମାନେ ତାହଙ୍କର ଉପଦେଶକୁ ଅବଜ୍ଞା କରନ୍ତି।
6 ସେହି ଲୋକମାନେ ଭାବନ୍ତି ଯେ, ସେମାନଙ୍କ ଉପରେ କେବେ ବିପଦ ଆସିବ ନାହିଁ।
ସେମାନେ କହନ୍ତି, “ଆମ୍ଭର ସବୁବେଳେ ଭଲ ହେବ ଏବଂ କେବେ ବି ଆମ୍ଭେ ଦଣ୍ଡ ପାଇବୁ ନାହିଁ।”
7 ସେହି ଲୋକମାନେ ସବୁବେଳେ ଈଶ୍ୱରଙ୍କୁ ତିରସ୍କାର କରନ୍ତି।
ସେମାନେ ସବୁବେଳେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା କହନ୍ତି।
ସେମାନେ ସବୁବେଳେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରନ୍ତି।
8 ସେହି ଲୋକମାନେ ଗୁପ୍ତସ୍ଥାନରେ ଲୁଚି ରହି ଲୋକମାନଙ୍କୁ ଧରିବା ପାଇଁ ଅପେକ୍ଷା କରନ୍ତି।
ସେମାନେ ଗୋପନରେ ରହି ଲୋକଙ୍କୁ ଆଘାତ କରିବାକୁ ଚେଷ୍ଟା କରନ୍ତି।
ସେମାନେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରନ୍ତି।
9 ସେହି ଦୁଷ୍ଟ ଲୋକମାନେ ସିଂହ ଭଳି ଅନ୍ୟ ପ୍ରାଣୀମାନଙ୍କୁ ଧରି ଖାଇ ଯାଆନ୍ତି
ସେମାନେ ଗରିବ ଲୋକମାନଙ୍କୁ ଆକ୍ରମଣ କରନ୍ତି।
ସେହି ନିରୀହ ଲୋକମାନେ ସହଜରେ
ସେହି ଦୁଷ୍ଟମାନଙ୍କ ଦ୍ୱାରା ବସାଯାଇଥିବା ଯନ୍ତାରେ ପଡ଼ି ଯାଆନ୍ତି।
10 ବାରମ୍ବାର ସେହି ଦୁଷ୍ଟ ଲୋକମାନେ
ନିରୀହ ଲୋକମାନଙ୍କର କ୍ଷତି କରନ୍ତି।
11 ତେଣୁ ସେହି ନିରୀହ ଲୋକମାନେ ଭାବିବାକୁ ଲାଗନ୍ତି, “ପରମେଶ୍ୱର ଆମ୍ଭମାନଙ୍କୁ ଭୁଲି ଯାଇଛନ୍ତି।
ସେ ଆମ୍ଭମାନଙ୍କଠାରୁ ବହୁ ଦୂରକୁ ଗ୍ଭଲି ଯାଇଛନ୍ତି।
ଆମ୍ଭମାନଙ୍କ ଉପରେ ଯାହା ଘଟୁଛି ସେ ବୋଧହୁଏ ଦେଖୁ ନାହାନ୍ତି।”
12 ହେ ସଦାପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ, ଏବଂ ଆମ୍ଭମାନଙ୍କ ପାଇଁ କିଛି କର।
ହେ ପରମେଶ୍ୱର ସେହି ଦୁଷ୍ଟମାନଙ୍କୁ ଦଣ୍ଡ ଦିଅ!
ଗରିବ ଲୋକମାନଙ୍କୁ ଭୁଲି ଯାଅ ନାହିଁ।
13 କାହିଁକି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାଆନ୍ତି?
କାରଣ ସେମାନେ ଭାବନ୍ତି ଯେ, ସେ ତାଙ୍କୁ ଦଣ୍ଡ ଦେବେ ନାହିଁ।
14 ହେ ସଦାପ୍ରଭୁ, ନିଶ୍ଚୟ ତୁମ୍ଭେ ସେହି ନଷ୍ଠୁର ଲୋକମାନଙ୍କ କାର୍ଯ୍ୟ ଦେଖୁଅଛ।
ଥରେ ସେହି ମନ୍ଦକାର୍ଯ୍ୟକୁ ଗ୍ଭହଁ, ଓ କିଛି କର।
ଯେଉଁମାନେ ବିପଦରେ ପଡ଼ନ୍ତି, ନିଶ୍ଚୟ ତୁମ୍ଭ ନିକଟକୁ ସାହାଯ୍ୟ ପାଇଁ ଆସନ୍ତି।
ହେ ସଦାପ୍ରଭୁ ତୁମ୍ଭେ ହେଉଛ ଏକମାତ୍ର, ଯିଏକି ସେହି ପିତୃହୀନମାନଙ୍କୁ ସାହାଯ୍ୟ କରିପାର।
15 ହେ ସଦାପ୍ରଭୁ, ତୁମ୍ଭେ ଦୁଷ୍ଟମାନଙ୍କୁ ଧ୍ୱଂସ କର।
ସେମାନଙ୍କର କୁକାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡିତ କର, ସେମାନେ ଧ୍ୱଂସ ହୋଇ ନ ଯିବା ପର୍ଯ୍ୟନ୍ତ।
16 ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି।
ସେହି ଦୁଷ୍ଟମାନଙ୍କୁ ତୁମ୍ଭ ରାଜ୍ୟରୁ ବିତାଡ଼ିତ କର।
17 ହେ ସଦାପ୍ରଭୁ, ତୁମ୍ଭେ ସେହି ନିରୀହ ଲୋକମାନଙ୍କର ଡାକ ଶୁଣିଛ ବା ସେମାନେ ଯାହା ଗ୍ଭହୁଁଛନ୍ତି ଜାଣିପାରୁଛ।
ସେମାନଙ୍କର ପ୍ରାର୍ଥନା ଶୁଣ ଓ ସେମାନେ ଯାହା ଗ୍ଭହୁଁଛନ୍ତି ତାହା ପ୍ରଦାନ କର।
18 ହେ ସଦାପ୍ରଭୁ, ଯେଉଁ ପିଲାମାନଙ୍କର ପିତାମାତା ନାହାନ୍ତି ସେମାନଙ୍କୁ ରକ୍ଷା କର।
ଯେଉଁମାନେ ଅଧିକ ବିପଦରେ ପଡ଼ିଛନ୍ତି, ସେହି ଲୋକମାନଙ୍କୁ ଅଧିକ ଦୁଃଖୀ କରାଅ ନାହିଁ।
ତେଣୁ ଦୁଷ୍ଟ ଲୋକମାନଙ୍କ ମନରେ ଭୟ ସଞ୍ଚାର କର, ଯେଉଁମାନେ ଏଠାରେ ଅଛନ୍ତି।
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଲିଖିତ ଗୀତ।
11 ମୁଁ ସର୍ବଦା ସଦାପ୍ରଭୁଙ୍କ ଆଶ୍ରୟ ନିଏ।
ତେଣୁ କାହିଁକି ମୋତେ ଲୁଚିବାକୁ କହୁଅଛ, “ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିଯାଅ?”
2 ଦୁଷ୍ଟ ଲୋକମାନେ ଶିକାରୀ ଅଟନ୍ତି।
ସେମାନେ ଅନ୍ଧାରରେ ଲୁଚି ରହନ୍ତି।
ସେମାନେ ଧନୁରେ ଗୁଣ ଚଢ଼ାନ୍ତି।
ସେମାନେ ତୀର ଦ୍ୱାରା ଲକ୍ଷ୍ୟ ସ୍ଥିର କରନ୍ତି ଏବଂ ସେମାନେ ସିଧା ସାଧୁ ଓ ଉତ୍ତମ ବ୍ୟକ୍ତିର ହୃଦୟକୁ ଶରବିଦ୍ଧ କରନ୍ତି।
3 ଯଦି ସେମାନେ ସବୁ ଉତ୍ତମ କାର୍ଯ୍ୟକୁ ନଷ୍ଟ କରନ୍ତି।
ତେବେ କ’ଣ ଘଟିବ? ତା’ପରେ ସବୁ ଧର୍ମାତ୍ମାମାନେ କ’ଣ କରି ପାରିବେ?
4 ସଦାପ୍ରଭୁ ତାହଙ୍କର ପବିତ୍ର ମନ୍ଦିରରେ ବାସ କରନ୍ତି।
ସଦାପ୍ରଭୁଙ୍କ ସିଂହାସନ ସ୍ୱର୍ଗରେ,
ସେ ସେହିଠାରୁ ଯାହାସବୁ ଘଟୁଛି ସମସ୍ତ ବିଷୟ ଦେଖନ୍ତି।
ସଦାପ୍ରଭୁ ମନୁଷ୍ୟକୁ ଯତ୍ନ ସହକାରେ ଅତି ନିକଟରୁ ଭଲ କି ମନ୍ଦ ତାହା ବିଗ୍ଭର କରନ୍ତି।
5 ସଦାପ୍ରଭୁ ସବୁବେଳେ ଧାର୍ମିକମାନଙ୍କୁ ପରୀକ୍ଷା କରନ୍ତି।
କିନ୍ତୁ ସେ ନିଷ୍ଠୁର ତଥା ଖରାପ ଲୋକମାନଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି।
6 ସେ ଉତ୍ତପ୍ତ ଅଙ୍ଗାର ଓ ଜଳନ୍ତା ଗନ୍ଧକର ବର୍ଷା ଦୁଷ୍ଟମାନଙ୍କ ଉପରେ ବର୍ଷାନ୍ତି।
ସେହି ଦୁଷ୍ଟ ଲୋକମାନେ ଶେଷରେ କିଛି ପାଇବେ ନାହିଁ, କିନ୍ତୁ ଉତ୍ତପ୍ତ ଓ ଜ୍ୱଳନ୍ତ ଝାଞ୍ଜି ପବନ ଅନୁଭବ କରିବେ।
7 କିନ୍ତୁ ସଦାପ୍ରଭୁ ସବୁବେଳେ ଧର୍ମର ପଥ ଅନୁସରଣ କରନ୍ତି ଏବଂ ଯେଉଁମାନେ ଧର୍ମର ପଥରେ ଗ୍ଭଲନ୍ତି ଓ ପ୍ରେମ କରନ୍ତି,
ସେହିମାନେ ହିଁ ତାଙ୍କର ମୁଖ ଦର୍ଶନ କରି ପାରିବେ।
ପରମେଶ୍ୱର ଡାକିଲେ ଏବଂ ଯୂନସ ଦୂରେଇ ଗଲେ
1 ଅମିତ୍ତୟଙ୍କ ପୁତ୍ର ଯୂନସକୁ ସଦାପ୍ରଭୁ କହିଲେ। 2 ସଦାପ୍ରଭୁ କହିଲେ, “ନୀନିବୀ ଗୋଟିଏ ବିରାଟ ନଗରୀ। ସେଠାରେ ଲୋକମାନେ ବହୁତ ମନ୍ଦକାର୍ଯ୍ୟ କରୁଛନ୍ତି ବୋଲି ଆମ୍ଭେ ଶୁଣିଲୁ। ଉଠ ଓ ସେହି ନଗରୀକୁ ଯାଅ ଏବଂ ତାହା ବିରୁଦ୍ଧରେ ଆମ୍ଭ ବିଗ୍ଭରଧାରା ଘୋଷଣା କର।”
3 ଯୂନସ ପରମେଶ୍ୱରଙ୍କ କଥା ମାନିବାକୁ ଗ୍ଭହିଁଲେ ନାହିଁ। ତେଣୁ ସେ ସଦାପ୍ରଭୁଙ୍କଠାରୁ ଦୂରେଇ ଯିବାକୁ ଚେଷ୍ଟା କଲେ। ସେ ଯାଫୋକୁ ଗ୍ଭଲିଗଲେ। ସେ ଦେଖିଲେ ଗୋଟିଏ ନୌକା ସୁଦୂର ତର୍ଶୀଶ ନଗରୀକୁ ଯାଉଥିଲା। ସେ ଅର୍ଥ ଦେଇ ସେହି ନୌକାରେ ଯାତ୍ରା କଲେ। ସେ ତର୍ଶୀଶ ଯାଉଥିବା ଲୋକମାନଙ୍କ ସହିତ ଭ୍ରମଣ କରିବାକୁ ଇଚ୍ଛା କଲା ଏବଂ ସଦାପ୍ରଭୁଙ୍କଠାରୁ ଦୂରେଇ ଗଲେ।
ଗୋଟିଏ ପ୍ରକାଣ୍ତ ଝଡ଼
4 କିନ୍ତୁ ସଦାପ୍ରଭୁ ଗୋଟିଏ ପ୍ରକାଣ୍ତ ଝଡ଼ି ସେହି ସମୁଦ୍ରକୁ ପ୍ରେରଣ କଲେ। ସେହି ବାତ୍ୟା ସମୁଦ୍ରକୁ ଅଶାନ୍ତ କରି ଦେଲା। ସେହି ଝଡ଼ ଅତି ଶକ୍ତିଶାଳୀ ଥିଲା ଏବଂ ନୌକାଟି ଭାଙ୍ଗି ଖଣ୍ତ ଖଣ୍ତ ହେବାକୁ ବସିଲା। 5 ଲୋକମାନେ ବୁଡ଼ି ଯାଉଥିବା ନୌକାକୁ ହାଲୁକା କରିବାକୁ ଇଚ୍ଛା କଲେ। ସେମାନେ ନୌକାରେ ବୋଝେଇ ହୋଇଥିବା ମାଲକୁ ସମୁଦ୍ରକୁ ଫିଙ୍ଗିବା ଆରମ୍ଭ କଲେ। ନାବିକମାନେ ଭୟଭୀତ ହୋଇ ପଡ଼ିଲେ। ସମସ୍ତେ ନିଜ ନିଜ ଈଶ୍ୱରଙ୍କୁ ଡାକିବା ଆରମ୍ଭ କଲେ।
ମାତ୍ର ଯୂନସ ଜାହାଜ ଅନ୍ତରସ୍ଥ ଭାଗକୁ ଯାଇଥିଲେ; ଆଉ, ଶୟନ କରି ଘୋର ନିଦ୍ରାରେ ମଗ୍ନ ହୋଇଥିଲେ। 6 ଯୂନସ ଜାହଜରେ ଶୋଇଥିବାର ଦେଖି ଜାହାଜର କପ୍ତାନ କହିଲେ, “ଉଠ ଜାଗ୍ରତ ହୁଅ। ଶୋଇଛ କାହିଁକି? ତୁମ୍ଭର ଈଶ୍ୱରଙ୍କୁ ପ୍ରାର୍ଥନା କର। ତୁମ୍ଭର ପ୍ରଭୁ ହୁଏତ ତୁମ୍ଭର ପ୍ରାର୍ଥନା ଶୁଣିବେ ଓ ଆମ୍ଭମାନଙ୍କୁ ରକ୍ଷା କରିବେ।”
What Caused This Storm?
7 ତା’ପରେ ନାବିକମାନେ ପରସ୍ପର କୁହାକୁହି ହେଲେ, “ଆମ୍ଭେମାନେ ଗୁଲିବାଣ୍ଟ ଫିଙ୍ଗି ଜାଣିବା, କାହିଁକି ଏ ଦୁଃଖ ଆମ୍ଭମାନଙ୍କ ଉପରେ ଘଟୁଛି।”
ତେଣୁ ସେମାନେ ଗୁଲିବାଣ୍ଟ ଫିଙ୍ଗିଲେ। ଏହି ଗୁଲିବାଣ୍ଟ ଫିଙ୍ଗାରୁ ଜଣାଗଲା ଯୂନସ ଯୋଗୁଁ ଏ ଦୁଃଖ ଘଟିଲା। 8 ତା’ପରେ ଲୋକମାନେ ଯୂନସକୁ କହିଲେ, “ଏହା ହେଉଛି ତୁମ୍ଭର ଦୋଷ, ଯାହା ଯୋଗୁଁ ଆମ୍ଭମାନଙ୍କର ଏହି ଭୟଙ୍କର ଦୁଃଖ ଘଟୁଛି। ତେଣୁ ତୁମ୍ଭେ କ’ଣ କରିଛ ଆମ୍ଭମାନଙ୍କୁ କୁହ। ତୁମ୍ଭର କାମ କ’ଣ? ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭର ଘର କେଉଁଠି? ତୁମ୍ଭର ଲୋକ କିଏ?”
9 ଯୂନସ ସେହି ନାବିକମାନଙ୍କୁ କହିଲେ, “ମୁଁ ଜଣେ ହିବ୍ରୁ ଏବଂ ସଦାପ୍ରଭୁଙ୍କୁ ଉପାସନା କରେ ଯିଏ କି ସ୍ୱର୍ଗର ପରମେଶ୍ୱର। ସେହି ହେଉଛନ୍ତି ପରମେଶ୍ୱର ଯିଏ କି ସମୁଦ୍ର ଓ ଦେଶର ସୃଷ୍ଟିକର୍ତ୍ତା।”
10 ଯୂନସ ସଦାପ୍ରଭୁଙ୍କଠାରୁ ଦୂରେଇ ଯାଉଥିଲା ବୋଲି ସେହି ନାବିକମାନଙ୍କୁ କହିଲେ। ଯେତେବେଳେ ସେମାନେ ଏ କଥା ଜାଣିଲେ, ସେମାନେ ଭୟଭୀତ ହୋଇ ପଡ଼ିଲେ। ସେମାନେ ଯୂନସକୁ ପଗ୍ଭରିଲେ, “ତୁମ୍ଭେ କି ଭୟଙ୍କର କାର୍ଯ୍ୟ ପରମେଶ୍ୱରଙ୍କ ବିରୁଦ୍ଧରେ କଲ?”
11 ପବନ ଓ ଢେଉ ସମୁଦ୍ରରେ ଅଧିକ ଶକ୍ତିଶାଳୀ ହୋଇ ବଢ଼ିବାକୁ ଲାଗିଲା। ତେଣୁ ଲୋକମାନେ ଯୂନସକୁ କହିଲେ, “ଆମ୍ଭେମାନେ ଆମ୍ଭମାନଙ୍କୁ ରକ୍ଷା କରିବାକୁ କ’ଣ କରିବୁ? ତୁମ୍ଭ ପ୍ରତି କ’ଣ କଲେ ସମୁଦ୍ର ଶାନ୍ତ ହେବ?”
12 ଯୂନସ ସେହି ନାବିକମାନଙ୍କୁ କହିଲେ, “ମୁଁ ଜାଣେ, ମୁଁ ଭୁଲ୍ କରିଛି, ସେଥିପାଇଁ ସମୁଦ୍ରରେ ଝଡ଼ ଆସିଲା। ତେଣୁ ତୁମ୍ଭେମାନେ ମୋତେ ସମୁଦ୍ରକୁ ଫିଙ୍ଗିଦିଅ, ତହିଁରେ ସମୁଦ୍ର ଶାନ୍ତ ହୋଇଯିବ।”
13 କିନ୍ତୁ ସେହି ନାବିକମାନେ ଯୂନସକୁ ସମୁଦ୍ରକୁ ଫିଙ୍ଗିବାକୁ ଇଚ୍ଛା କରି ନ ଥିଲେ। ସେମାନେ ଜାହାଜକୁ କୂଳକୁ ନେବାକୁ ବହୁ ଚେଷ୍ଟା କଲେ, କିନ୍ତୁ କୂଳକୁ ନେବାକୁ ସକ୍ଷମ ହେଲେ ନାହିଁ। ପବନ ଓ ତରଙ୍ଗ ଅଧିକ ଶକ୍ତିଶାଳୀ ହୋଇ ସେମାନଙ୍କ ବିରୁଦ୍ଧରେ ବହିବାକୁ ଲାଗିଲା।
ଯୂନସର ଶାସ୍ତି
14 ତେଣୁ ସେହି ନାବିକମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, “ହେ ପ୍ରଭୁ, ଆମ୍ଭେମାନେ ଯୂନସକୁ ସମୁଦ୍ର ମଧ୍ୟକୁ ପକାଉଛୁ କାରଣ ସେ ବହୁ ମନ୍ଦକାର୍ଯ୍ୟ କରିଛି। ଏଥିପାଇଁ ଆମ୍ଭକୁ ଦୋଷୀ କର ନାହିଁ, ସତେ ଯେପରି ଆମ୍ଭେ ଏକ ନିରୀହ ବ୍ୟକ୍ତିକୁ ବଧ କରୁଅଛୁ। ପୁଣି ନିରୀହ ବ୍ୟକ୍ତିର ରକ୍ତପାତ ଦୋଷ ଆମ୍ଭମାନଙ୍କ ଉପରେ ବର୍ତ୍ତାଅ ନାହିଁ। ଆମ୍ଭେମାନେ ଜାଣୁ ତୁମ୍ଭେ ସଦାପ୍ରଭୁ ଅଟ ଏବଂ ତୁମ୍ଭେ ଯାହା ଗ୍ଭହିଁବ ତାହା କରିବ। କିନ୍ତୁ ଆମ୍ଭମାନଙ୍କ ପ୍ରତି ସଦୟ ହୁଅ।”
15 ତେଣୁ ସେହି ନାବିକମାନେ ଯୂନସକୁ ସମୁଦ୍ରରେ ଫିଙ୍ଗି ଦେଲେ। ଝଡ଼ ବନ୍ଦ ହେଲା ଓ ସମୁଦ୍ର ଶାନ୍ତ ହେଲା। 16 ଯେତେବେଳେ ଲୋକମାନେ ଏହା ଦେଖିଲେ ସେମାନେ ଭୟଭୀତ ହୋଇ ପଡ଼ିଲେ ଏବଂ ସଦାପ୍ରଭୁଙ୍କୁ ଉପାସନା କଲେ। ସେମାନେ ସଦାପ୍ରଭୁଙ୍କୁ ବଳି ଦେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ମାନସିକ କରି ଶପଥ କଲେ।
17 ଯେତେବେଳେ ଯୂନସ ସମୁଦ୍ରରେ ପଡ଼ିଲେ, ସେତେବେଳେ ସଦାପ୍ରଭୁ ଏକ ବିରାଟ ମାଛ ଯୂନସକୁ ଗିଲିବାକୁ ପଠାଇଲେ। ଯୂନସ ସେହି ମାଛ ଗର୍ଭରେ ତିନି ଦିନ ଓ ତିନି ରାତି ରହିଲା।
ପାଉଲଙ୍କର ଆଗ୍ରିପ୍ପାଙ୍କ ଧାରଣା ବଦଳେଇବାର ଚେଷ୍ଟା
24 ପାଉଲ ଆତ୍ମରକ୍ଷା ପାଇଁ ଏହିସବୁ କଥା କହିଲା ବେଳେ, ଫେଷ୍ଟ ଖୁବ୍ ଜୋର୍ରେ କହିଲେ, “ପାଉଲ, ତୁମ୍ଭେ ପାଗଳ। ବହୁତ ପଢ଼ିବା କାରଣରୁ ତୁମ୍ଭେ ପାଗଳ ହୋଇ ଯାଇଛ।”
25 ପାଉଲ ଏହା ଶୁଣି ଉତ୍ତର ଦେଲେ, “ହେ ମହାମାନ୍ୟ ଫେଷ୍ଟ, ମୁଁ ପାଗଳ ନୁହେଁ। ମୋର ସବୁ କଥା ସତ୍ୟ ଓ ଯୁକ୍ତିଯୁକ୍ତ। 26 ରାଜା ଆଗ୍ରିପ୍ପା ଏସବୁ କଥା ଜାଣନ୍ତି। ତାହାଙ୍କୁ ଏହା ସ୍ପଷ୍ଟ ଭାବରେ କହି ପାରିବି, କାରଣ ମୁଁ ଜାଣେ ଯେ, ତାହାଙ୍କ ଦୃଷ୍ଟିରୁ ଏ ସମସ୍ତ ବିଷୟ ବାଦ୍ ଯାଇ ନାହିଁ, ଯେହେତୁ ଏହିସବୁ କୌଣସି ଗୁପ୍ତ ସ୍ଥାନରେ କରାଯାଇ ନାହିଁ। 27 ହେ ରାଜା ଆଗ୍ରିପ୍ପା, ଆପଣ କ’ଣ ଭାବବାଦୀମାନଙ୍କ ଲେଖାରେ ବିଶ୍ୱାସ କରନ୍ତି କି? ମୁଁ ଜାଣେ, ଆପଣ ବିଶ୍ୱାସ କରନ୍ତି।”
28 ଆଗ୍ରିପ୍ପା ପାଉଲଙ୍କୁ କହିଲେ, “ତୁମ୍ଭେ କ’ଣ ଏତେ ସହଜରେ ମୋତେ ଖ୍ରୀଷ୍ଟିୟାନ କରିଦେବ ବୋଲି ଭାବୁଛ?”
29 ପାଉଲ ଉତ୍ତର ଦେଲେ, “ପରମେଶ୍ୱର କରନ୍ତୁ, ଶୀଘ୍ର ବା ବିଳମ୍ବରେ ହେଉ, ଆପଣ ଓ ଅନ୍ୟ ସମସ୍ତେ, ମୋ’ କଥା ଶୁଣି, ପରିତ୍ରାଣ ପାଆନ୍ତୁ ଓ କୌଣସି ବନ୍ଧନ ବିନା ମୋ’ ପରି ହୁଅନ୍ତୁ।”
30 ତା’ପରେ ରାଜା, ରାଜ୍ୟପାଳ, ରାଣୀ ବର୍ଣ୍ଣୀକୀ ଓ ଅନ୍ୟମାନେ ସମସ୍ତେ ଠିଆ ହେଲେ ଓ ପ୍ରସ୍ଥାନ କଲେ। 31 ସେମାନେ ବିଗ୍ଭର ଗୃହ ଛାଡ଼ିଲା ବେଳେ ପରସ୍ପର ସହିତ କଥାବାର୍ତ୍ତା ହେଲେ। ସେମାନେ କହିଲେ, “ଏହି ଲୋକକୁ ହତ୍ୟା କରିବା କି ବନ୍ଦୀ କରିବା ଉଚିତ୍ ନୁହେଁ। ସେ ପ୍ରକୃତରେ କିଛି ଖରାପ କାର୍ଯ୍ୟ କରି ନାହିଁ।” 32 ଆଗ୍ରିପ୍ପା ଫେଷ୍ଟଙ୍କୁ କହିଲେ, “ଆମ୍ଭେ ଏହି ଲୋକକୁ ମୁକ୍ତି ଦେଇପାରିଥା’ନ୍ତୁ, କିନ୍ତୁ ସେ ଯଦି କାଇସରଙ୍କୁ ଆବେଦନ କରି ନ ଥା’ନ୍ତା।”
ପାଉଲଙ୍କର ରୋମକୁ ଜଳଯାତ୍ରା
27 ଇତାଲିଆକୁ ଜାହାଜରେ ଯାତ୍ରା କରିବା ପାଇଁ ସ୍ଥିର ହେବାରୁ ପାଉଲ ଓ ଅନ୍ୟ ବନ୍ଦୀମାନଙ୍କୁ ଦାୟିତ୍ୱ ଯୂଲିଅ ନାମକ ଶତସେନାପତିଙ୍କ ହସ୍ତରେ ଅର୍ପଣ କରାଗଲା। ସେହି ଯୂଲିଅ ସମ୍ରାଟଙ୍କର ସେନାବାହିନୀରେ ଗ୍ଭକିରୀ କରୁଥିଲେ। ଆମ୍ଭେମାନେ ଆଦ୍ରାମୁତ୍ତୀୟରୁ ଗୋଟିଏ ଜାହାଜରେ ଉଠିଲୁ। 2 ସେହି ଜାହାଜଟି ଏସିଆ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯାଉଥିଲା। ଥେସଲନିକୀର ଆରିସ୍ତାର୍ଖ ନାମକ ଜଣେ ମାକିଦନିଆ ଅଧିବାସୀ ଆମ୍ଭ ସହିତ ଥିଲେ।
3 ତହିଁ ଆରଦିନ ଆମ୍ଭେ ସୀଦୋନରେ ପହଞ୍ଚିଲୁ। ଯୂଲିଅ ପାଉଲଙ୍କ ପ୍ରତି ଦୟା ଦେଖେଇ ତାହାଙ୍କୁ ତାହାଙ୍କର ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦେଲେ। ପାଉଲଙ୍କ ବନ୍ଧୁମାନେ ତାହାଙ୍କର ଆବଶ୍ୟକତା ପୂର୍ଣ୍ଣ କଲେ। 4 ତା’ପରେ ଆମ୍ଭେ ସୀଦୋନ ନଗର ଛାଡ଼ିଲୁ। ସେ ସମୟରେ ପ୍ରତିକୂଳ ପବନ ବହୁଥିଲା। ତେଣୁ ଆମ୍ଭେ ସାଇପ୍ରସ୍ ଉପଦ୍ୱୀପ ନିକଟ ଦେଇ ଜଳଯାତ୍ରା କଲୁ। 5 ତା’ପରେ ଆମ୍ଭେ କିଲିକିୟା ଓ ଫଫୁଲିଆ କୂଳେ କୂଳେ ଯାଇ ଲୁକିଆ ଦେଶର ମୁରା ନଗରୀରେ ପହଞ୍ଚିଲୁ। 6 ସେଠାରେ ଯୂଲିଅ ଆଲେକ୍ଜାଣ୍ଡ୍ରିୟାର ଜାହାଜଟିଏ ଇତାଲିଆକୁ ଯାଉଥିବାର ପାଇଲେ ସେ ଆମ୍ଭମାନଙ୍କୁ ସେଥିରେ ଚଢ଼ାଇ ଦେଲେ।
7 ଆମ୍ଭେମାନେ କିଛି ଦିନ ଧୀରେ ଧୀରେ ଯାତ୍ରା କଲୁ। ଶେଷରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ କ୍ନିଦ ପହଞ୍ଚିଲୁ। କିନ୍ତୁ ଖୁବ୍ ଜୋର୍ରେ ପବନ ବହୁଥିବାରୁ ଆମ୍ଭେ ଆଗକୁ ଯାଇ ପାରିଲୁ ନାହିଁ। ତେଣୁ ଆମ୍ଭେ ସାଲ୍ମୋନୀର ନିକଟ କ୍ରୀତୀ ଦ୍ୱୀପ ଉପକୂଳ ଦେଇ ଯାତ୍ରା କଲୁ। 8 ଆମ୍ଭେ କୂଳେ କୂଳେ ବହୁତ କଷ୍ଟରେ ଯାତ୍ରା କଲୁ। ତା’ପରେ ଆମ୍ଭେ ଲାସାୟା ନଗର ପାଖ ‘ସୁନ୍ଦର ବନ୍ଦର’ ନାମକ ସ୍ଥାନରେ ପହଞ୍ଚିଲୁ।
ମରିଯାଇଥିବା ଝିଅକୁ ଜୀବନ ଦେବା ଓ ରୋଗୀ ସ୍ତ୍ରୀ ଲୋକକୁ ସୁସ୍ଥ କରିବା(A)
40 ଯୀଶୁ ଗାଲିଲୀ ଫେରିଯିବା ପରେ ଲୋକମାନେ ତାହାଙ୍କୁ ସ୍ୱାଗତ କଲେ। ସମସ୍ତେ ତାହାଙ୍କୁ ଅପେକ୍ଷା କରି ରହିଥିଲେ। 41 ଯାଈରସ ନାମରେ ଜଣେ ଲୋକ ଯୀଶୁଙ୍କ ପାଖକୁ ଆସିଲେ। ଯାଈରସ ସେଠାକାର ସମାଜଗୃହର ନେତା ଥିଲେ। ସେ ଯୀଶୁଙ୍କ ପାଦତଳେ ପଡ଼ିଗଲେ ଓ ତାହାଙ୍କୁ ଘରକୁ ଆସିବା ପାଇଁ ଅନୁରୋଧ କଲେ। 42 ଯାଈରସଙ୍କର ଗୋଟିଏ ବୋଲି ଝିଅ ଥିଲା। ତାହାକୁ ବାର ବର୍ଷ ବୟସ ହୋଇଥିଲା। ସେ ମରିଯିବା ଅବସ୍ଥାରେ ପଡ଼ିଥିଲା। ଯୀଶୁ ଯେତେବେଳେ ଯାଈରସର ଘରକୁ ଯାଉଥିଲେ, ସେତେବେଳେ ବହୁ ସଂଖ୍ୟାରେ ଲୋକ ତାହାଙ୍କ ଘର ଗ୍ଭରିପାଖକୁ ଆସିଗଲେ।
ଲୋକଙ୍କ ଭିଡ଼ ଭିତରେ ଯୀଶୁ ଗ୍ଭପି ହୋଇ ଯାଉଥିଲେ। 43 ସେଠାରେ ଜଣେ ସ୍ତ୍ରୀ ଲୋକ ମଧ୍ୟ ଥିଲା। ତା’ର ବାର ବର୍ଷ ହେଲା ରକ୍ତସ୍ରାବ ହେଉଥିଲା। ସେ ତା’ର ସମସ୍ତ ଅର୍ଥ ଔଷଧରେ ଖର୍ଚ୍ଚ କରି ସାରିଥିଲା। କିନ୍ତୁ କୌଣସି ଡାକ୍ତର ତାକୁ ଭଲ କରିଦେବା ପାଇଁ ସମର୍ଥ ହୋଇ ନ ଥିଲେ। 44 ସେହି ସ୍ତ୍ରୀ ଲୋକ ଯୀଶୁଙ୍କ ପଛପଟୁ ଆସି ତାହାଙ୍କ ଜାମାର ତଳକୁ ଛୁଇଁଦେଲା। ତତ୍କ୍ଷଣାତ୍ ତା’ର ରକ୍ତସ୍ରାବ ବନ୍ଦ ହୋଇଗଲା। 45 ସେତେବେଳେ ଯୀଶୁ ପଗ୍ଭରିଲେ, “ମୋତେ କିଏ ଛୁଇଁଲା?”
ସବୁ ଲୋକ କହିଲେ ଯେ, ସେମାନେ ତାହାଙ୍କୁ ଛୁଇଁ ନାହାନ୍ତି। ତା’ପରେ ପିତର କହିଲେ, “ଗୁରୁ, ସବୁ ଲୋକତ ଆପଣଙ୍କ ଗ୍ଭରିପଟେ ଘେରି ରହିଛନ୍ତି ଏବଂ ଆପଣଙ୍କ ଆଡ଼କୁ ଠେଲି ହୋଇ ଯାଉଛନ୍ତି।”
46 କିନ୍ତୁ ଯୀଶୁ କହିଲେ, “ଜଣେ କେହି ମୋତେ ଛୁଇଁଛି। କାରଣ ମୋ’ଠାରୁ ଶକ୍ତି ବାହାରି ଯାଇଥିବା ମୁଁ ଅନୁଭବ କରିଛି।” 47 ସ୍ତ୍ରୀ ଲୋକଟି ଦେଖିଲା ଯେ ସେ ଲୁଚି ରହି ପାରିବ ନାହିଁ, ତେଣୁ ସେ ଥରି ଥରି ଆଗକୁ ଆସିଲା। ସେ ଯୀଶୁଙ୍କ ଆଗରେ ମୁଣ୍ଡ ନୁଆଇଲା। ସେ ଯୀଶୁଙ୍କୁ କାହିଁକି ଛୁଇଁଦେଲା, ସେଇ କଥା ସବୁ ଲୋକମାନଙ୍କ ଆଗରେ କହିଲା। ସେ କହିଲା ଯେ, ଯେତେବେଳେ ସେ ଯୀଶୁଙ୍କୁ ଛୁଇଁଦେଲା, ତତ୍କ୍ଷଣାତ୍ ସେ ସୁସ୍ଥ ହୋଇଗଲା। 48 ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ହେ ଝିଅ, ତୁମ୍ଭେ ବିଶ୍ୱାସ କଲ ସେଥିପାଇଁ ସୁସ୍ଥ ହୋଇଗଲ। ଏଥର ଶାନ୍ତିରେ ଯାଅ।”
49 ସେ ଠିକ୍ ଏହି କଥା କହୁଥିବା ସମୟରେ ସମାଜଗୃହର ନେତା ଯାଈରସଙ୍କ ଘରୁ ଜଣେ ଆସି କହିଲା, “ତୁମ୍ଭ ଝିଅ ମରିଗଲା। ଆଉ ଏବେ ଗୁରୁଙ୍କୁ କଷ୍ଟ ଦିଅ ନାହିଁ।”
50 ଯୀଶୁ ଏ କଥା ଶୁଣିଲେ। ସେ ଯାଈରସଙ୍କୁ କହିଲେ, “ଭୟ କର ନାହିଁ। ବିଶ୍ୱାସ ରଖ, ତୁମ୍ଭ ଝିଅ ସୁସ୍ଥ ହୋଇଯିବ।”
51 ଯୀଶୁ ଘରକୁ ଆସିଲେ। ସେ କେବଳ ପିତର, ଯୋହନ ଓ ଯାକୁବ ତଥା ଝିଅଟିର ବାପା-ମାଙ୍କୁ ତାହାଙ୍କ ସହିତ ଭିତରକୁ ଯିବାକୁ ଦେଲେ। 52 ସମସ୍ତେ ସେହି ଝିଅଟିର ମୃତ୍ୟୁ ପାଇଁ କାନ୍ଦୁଥିଲେ ଓ ଦୁଃଖ କରୁଥିଲେ। କିନ୍ତୁ ଯୀଶୁ କହିଲେ, “କାନ୍ଦ ନାହିଁ, ସେ ମରି ନାହିଁ, ସେ କେବଳ ଶୋଇଛି ମାତ୍ର।”
53 ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ। କାରଣ ସେମାନେ ଜାଣିଥିଲେ ଯେ ଝିଅଟି ମରିଯାଇଛି। 54 କିନ୍ତୁ ଯୀଶୁ ଝିଅଟିର ହାତ ଧରି ତାକୁ ଡାକିଲେ, “ହେ ଝିଅ, ଉଠିପଡ଼।” 55 ସେହିକ୍ଷଣି ତା’ ଶରୀର ଭିତରକୁ ତା’ର ଆତ୍ମା ଫେରି ଆସିଲା ଓ ସେ ସଙ୍ଗେ ସଙ୍ଗେ ଠିଆ ହୋଇ ପଡ଼ିଲା। ଯୀଶୁ ଆଜ୍ଞା ଦେଲେ, “ତାକୁ କିଛି ଖାଇବାକୁ ଦିଅ।” 56 ତା’ ବାପାମା ବିସ୍ମିତ ହୋଇଗଲେ। ଯୀଶୁ ସେମାନଙ୍କୁ ଏ ଘଟଣା କାହାରି ଆଗରେ ନ କହିବାକୁ କହିଲେ।
2010 by World Bible Translation Center