Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 102

ଅବସନ୍ନକାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଦୁଃଖ ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା।

102 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ!
    ମୋର ସାହାଯ୍ୟ ପାଇଁ କରୁଥିବା ପ୍ରାର୍ଥନା ଶୁଣ।
ହେ ସଦାପ୍ରଭୁ, ମୋର ସଙ୍କଟ କାଳରେ ମୋର ନିକଟରୁ ବିମୁଖ ହୁଅ ନାହିଁ।
    ମୋ’ ପ୍ରତି କର୍ଣ୍ଣପାତ କର।
    ଯେତେବେଳେ ମୁଁ ସାହାଯ୍ୟ ପାଇଁ ପ୍ରାର୍ଥନା କରେ ଶୀଘ୍ର ମୋତେ ଉତ୍ତର ଦିଅ।
ମୋର ଜୀବନ ଧୂଆଁ ପରି କ୍ଷୟ ପାଉଅଛି।
    ମୋର ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।
ମୋର ଶକ୍ତିସବୁ ଶେଷ ହୋଇଯାଇଛି।
    ମୁଁ ଯେପରି ଶୁଖିଲା ତୃଣପରି।
    ଏପରିକି ମୁଁ ଖାଇବା ପାଇଁ କ୍ଷୁଧା ହରେଇଅଛି।
ମୋର ଦୁଃଖ ସକାଶୁ ବର୍ତ୍ତମାନ
    ମୁଁ ଖାଲି ଚର୍ମ ଏବଂ ଅସ୍ଥି ହୋଇଛି।
ମୁଁ ମରୁଭୂମିର ଏକାକୀ ପେଗ୍ଭ ପରି,
    ମୁଁ ଏକ ପେଗ୍ଭ ପରି ନିଃସଙ୍ଗ ଯିଏକି ଏକ ପୁରୁଣା ଧ୍ୱଂସିତ ପରିତ୍ୟକ୍ତ କୋଠାରେ ବାସ କରୁଛି।
ଛାତ ଉପରିସ୍ଥ ଏକାକୀ ଘରଚଟିଆ ପରି
    ମୁଁ ଶୋଇପାରେ ନାହିଁ।
ମୋର ଶତ୍ରୁଗଣ ମୋତେ ସର୍ବଦା ଅପମାନିତ କରନ୍ତି।
    ମୋତେ ସେମାନେ ପରିହାସ କରନ୍ତି।
ମୋର ଦୁଃଖ ହିଁ ଏକମାତ୍ର ଭୋଜନ।
    ମୋର ପେୟଦ୍ରବ୍ୟ ଅଶ୍ରୁଜଳ ସଙ୍ଗେ ମିଶିଅଛି।
10 କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କୃଦ୍ଧ ହେଲ।
    ତୁମ୍ଭେ ମୋତେ ଉପରକୁ ଟେକି ପୁଣି ଦୂରକୁ ଫିଙ୍ଗି ଦେଲ।

11 ମୋର ଜୀବନ ପ୍ରାୟ ଶେଷ ହୋଇଅଛି।
    ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶେଷ ଦିନର ଛାଇ ତୁଲ୍ୟ।
12 କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସବୁଦିନ ଶାସନ କର।
    ତୁମ୍ଭର ନାମ ଚିରଦିନ ପାଇଁ ଗ୍ଭଲୁ ରହିଥିବ।
13 ତୁମ୍ଭେ ଉଠ ଓ ସିୟୋନକୁ ଦୟା କର।
    ସେହି ଯଥାର୍ଥ ସମୟ ଆସିଅଛି।
    ଯେତେବେଳେ ତୁମ୍ଭେ ସିୟୋନକୁ ଦୟା କରିବ।
14 ତୁମ୍ଭର ଦାସଗଣ ସିୟୋନର ଶୈଳକୁ ପ୍ରେମ କରନ୍ତି।
    ସେମାନେ ଏପରିକି ସହରର ଧୂଳିକି ମଧ୍ୟ ପ୍ରେମ କରନ୍ତି।
15 ଜାତିଗୁଡ଼ିକ ସଦାପ୍ରଭୁଙ୍କ ନାମରେ ଉପାସନା କରିବେ।
    ହେ ସଦାପ୍ରଭୁ, ପୃଥିବୀର ସମସ୍ତ ରାଜାଗଣ ତୁମ୍ଭର ମହିମାକୁ ଭୟ କରିବେ।
16 ସଦାପ୍ରଭୁ ସିୟୋନକୁ ପୁନ୍ନରାୟ ତିଆରି କରିବେ।
    ଲୋକମାନେ ତାଙ୍କର ମହିମା ପୁନ୍ନରାୟ ଦେଖିବେ।
17 ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣିବେ।
    ସେ ସେମାନଙ୍କର ବିନତିକୁ ଉପେକ୍ଷା କରିବେ ନାହିଁ।
18 ଭବିଷ୍ୟତ ବଂଶଧର ପାଇଁ ଏହିକଥା ଲେଖି ରଖ ଏବଂ ଯେପରିକି ଲୋକମାନେ ଏପର୍ଯ୍ୟନ୍ତ ଜନ୍ମ ହୋଇ ନାହାନ୍ତି,
    ଯେଉଁମାନେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ।
19 ସଦାପ୍ରଭୁ ତାଙ୍କର ପବିତ୍ର ସ୍ଥାନ ଉପରୁ ତଳକୁ ଗ୍ଭହିଁବେ।
    ସଦାପ୍ରଭୁ ସ୍ୱର୍ଗରୁ ପୃଥିବୀକୁ ଗ୍ଭହିଁବେ।
20 ସେ ବନ୍ଦୀମାନଙ୍କର ପ୍ରାର୍ଥନା ଗ୍ରହଣ କରିବେ।
    ମୃତ୍ୟୁଦଣ୍ଡ ପାଇଥିବା ଲୋକମାନଙ୍କୁ ମୁକ୍ତ କରିବେ।
21 ଏହା ପରେ ସିୟୋନର ଲୋକମାନେ ସଦାପ୍ରଭୁଙ୍କ ବିଷୟରେ କହିବେ।
    ସେମାନେ ତାଙ୍କ ନାମ ଯିରୁଶାଲମରେ ପ୍ରଶଂସା କରିବେ।
22 ସମସ୍ତ ଜାତି ଏକତ୍ରିତ ହେବେ
    ଓ ସକଳ ରାଜ୍ୟ ସଦାପ୍ରଭୁଙ୍କର ସେବା ପାଇଁ ଆସିବେ।

23 ମୋର ଜୀବନର ମଝିରେ ସଦାପ୍ରଭୁ ମୋର ବଳକୁ ହ୍ରାସ କରି,
    ସେ ମୋର ଆୟୁ ଊଣା କରିଛନ୍ତି।
24 ତେଣୁ ମୁଁ କହିଲି, “ମୋ’ ପରମେଶ୍ୱର ଯୁବାବସ୍ଥାରେ ମୋର ପ୍ରାଣ ନିଅ ନାହିଁ।
    ତୁମ୍ଭେ ଚିରଦିନ ଆମର।
25 ବହୁଦିନ ପୂର୍ବରୁ ତୁମ୍ଭେ ପୃଥିବୀକୁ ସୃଷ୍ଟି କଲ।
    ତୁମ୍ଭେ ଆକାଶକୁ ନିଜ ହସ୍ତରେ ନିର୍ମାଣ କଲ।
26 ପୃଥିବୀ ଓ ଆକାଶ ଦିନେ ଶେଷ ହେବ,
    କିନ୍ତୁ ତୁମ୍ଭେ ନିତ୍ୟ ବିରାଜିତ।
ତାହା ସବୁ ବସ୍ତ୍ରପରି
    ସେସବୁ ବଦଳାଇ ଦେବ।
27 କିନ୍ତୁ ତୁମ୍ଭେ ପରମେଶ୍ୱର, କେବେ ପରିବର୍ତ୍ତନ ହେବ ନାହିଁ।
    ତୁମ୍ଭେ ଚିରକାଳ ରହିବ।
28 ଆମ୍ଭେମାନେ ତୁମ୍ଭର ଦାସ ଅଟୁ
    ଏବଂ ଆମ୍ଭର ସନ୍ତାନମାନେ ଏଠାରେ ନିରାପଦରେ ବାସ କରିବେ।
    ଏବଂ ସେମାନଙ୍କର ବଂଶଧରମାନେ ତୁମ୍ଭର ସୁରକ୍ଷାରେ ସୁରକ୍ଷିତ ରହିବେ।”

ଗୀତସଂହିତା 107:1-32

ପଞ୍ଚମ ପୁସ୍ତକ

(ଗୀତସଂହିତା 107-150)

107 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମହାନ।
    ତାଙ୍କର ଦୟା ଅନନ୍ତକାଳସ୍ଥାୟୀ।
ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍।
    ସଦାପ୍ରଭୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଛନ୍ତି।
ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରିତ କଲେ।
    ସେ ସେମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରିତ କଲେ।

ସେମାନଙ୍କ ମଧ୍ୟରୁ କେତେକ ଶୁଷ୍କ ମରୁଭୂମିରେ ଏଣେତେଣେ ଭ୍ରମଣ କଲେ।
    ସେମାନେ ସହରରେ ବାସ କରିବାକୁ ଏକ ସ୍ଥାନ ଖୋଜୁଥିଲେ,
    କିନ୍ତୁ ସେମାନେ ପାଇଲେ ନାହିଁ।
ସେମାନେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ
    ଏବଂ ସେମାନେ ଦୁର୍ବଳ ହୋଇଯାଇଥିଲେ।
ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
    ଏବଂ ସେ ତାଙ୍କୁ ସେହି ବିପଦରୁ ମୁକ୍ତ କଲେ।
ପରମେଶ୍ୱର ସେମାନଙ୍କୁ ବସତି ନଗରକୁ ଆଗେଇ ନେଲେ, ଯେଉଁଠାରେ ସେମାନେ ବାସ କରି ପାରିବେ।
ସେମାନେ ସଦାପ୍ରଭୁଙ୍କ କରୁଣା ପାଇଁ ତାଙ୍କୁ ଧନ୍ୟବାଦ କରିବା ଉଚିତ୍
    କାରଣ ସେ ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି।
କାରଣ ପରମେଶ୍ୱର ତୃଷାର୍ତ୍ତ ପ୍ରାଣକୁ ଶାନ୍ତ କରିଛନ୍ତି।
    କ୍ଷୁଧାର୍ତ୍ତମାନଙ୍କର ଉଦର ପରମେଶ୍ୱର ପୂର୍ଣ୍ଣ କରିଛନ୍ତି।

10 ପରମେଶ୍ୱରଙ୍କର କିଛି ଲୋକ ଦୁଃଖ ଓ ଲୌହ ଶୃଙ୍ଖଳରେ ବନ୍ଧାହୋଇ
    ଅନ୍ଧକାରରେ ଥିଲେ।
11 କାରଣ ସେମାନେ ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ କଲେ।
    ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ଉପଦେଶକୁ ମାନିବାକୁ ମନା କଲେ।
12 ପରମେଶ୍ୱର ସେମାନଙ୍କୁ ନମ୍ର କରେଇବା ପାଇଁ
    ଅସୁବିଧାର ସମ୍ମୁଖୀନ କଲେ।
ସେମାନେ ପତିତ ହେଲେ
    ଓ ସାହାଯ୍ୟ କରିବାକୁ କେହି ନ ଥିଲେ।
13 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
    ଏବଂ ସେ ସେମାନଙ୍କୁ ବିପଦରୁ ରକ୍ଷା କଲେ।
14 ପରମେଶ୍ୱର ସେମାନଙ୍କୁ ଅନ୍ଧକାର ଓ ମୃତ୍ୟୁ ଛାୟାରୁ ସେମାନଙ୍କୁ ବାହାର କରି ଆଣିଲେ
    ଓ ସେମାନଙ୍କ ବନ୍ଧନ ଛେଦନ କଲେ।
15 ସେମାନେ ସଦାପ୍ରଭୁଙ୍କର କରୁଣା ପ୍ରେମ ପାଇଁ ତାଙ୍କୁ ଧନ୍ୟବାଦ କରନ୍ତୁ।
    ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି ବୋଲି।
16 ପରମେଶ୍ୱର ପିତ୍ତଳ ଫାଟକକୁ ଭାଙ୍ଗି ଦେଇ ପାରିବେ।
    ସେ କଏଦୀମାନଙ୍କର ଲୌହ ନିର୍ମିତ ଫାଟକରେ ଥିବା ଲୁହା ଅର୍ଗଳକୁ ଭାଙ୍ଗି ଚୂନା କରି ପାରିବେ।

17 କେତେକ ମୂର୍ଖ ହୋଇଗଲେ କାରଣ ସେମାନଙ୍କର ନିଜର ପାପ ଯୋଗୁଁ
    ଏବଂ ସେମାନେ ଅଧର୍ମାଚରଣ କଲେ।
18 ସେହି ଲୋକମାନେ ବହୁତ ରୁ‌‌ଗ୍‌‌ଣ ଥିଲେ।
    ଖାଦ୍ୟ ପରିତ୍ୟାଗ କରିଥିଲେ।
    ସେମାନେ ପ୍ରାୟ ମୃତବତ୍ ରହିଥିଲେ।
19 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସହାୟତା ପାଇଁ କାକୁକ୍ତି କଲେ
    ଏବଂ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ମୁକ୍ତ କଲେ।
20 ପରମେଶ୍ୱର ଆପଣା ଆଦେଶ ପଠାଇ ତାଙ୍କୁ ସୁସ୍ଥ କଲେ।
    ଏବଂ ସେ ବିନାଶରୁ ସେମାନଙ୍କୁ ମୁକ୍ତ କଲେ।
21 ସଦାପ୍ରଭୁଙ୍କୁ ତାଙ୍କର ସ୍ନେହପୂର୍ଣ୍ଣ କରୁଣା ନିମନ୍ତେ ଧନ୍ୟବାଦ କର
    କାରଣ ସେ ଆପଣା ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି।
22 ସେମାନେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରନ୍ତୁ
    ଓ ଗାନ କରି ତାଙ୍କ କର୍ମସକଳ ବର୍ଣ୍ଣନା କରନ୍ତୁ।

23 କେତେକ ଲୋକ ସେମାନଙ୍କର କାର୍ଯ୍ୟ ପାଇଁ
    ନୌକାରେ ସମୁଦ୍ର ପାର ହୁଅନ୍ତି।
24 ସେମାନେ ସଦାପ୍ରଭୁଙ୍କର କାର୍ଯ୍ୟ
    ଓ ସମୁଦ୍ର ଜଳରେ ତାଙ୍କର ଅ‌ଦ୍‌ଭୂତ କାର୍ଯ୍ୟ ଦେଖନ୍ତି।
25 ପରମେଶ୍ୱର ଆଜ୍ଞା କଲେ ଏବଂ ପ୍ରବଳ ବାୟୁ ଉଠି ଆସିଲା।
    ଢେଉଗୁଡ଼ିକ ସମୁଦ୍ରର ଦୁଇଗୁଣ ଉପର ଉଚ୍ଚରେ ଆସିଲା।
26 ସେମାନେ ସେହି ଢେଉରେ ଆକାଶକୁ ଉଠିଲେ
    ଓ ଏହା ପରେ ଜଳଗର୍ଭକୁ ଖସିଲେ।
    ଝଡ଼ ଏତେ ବିପଦପୂର୍ଣ୍ଣ ଥିଲା ଯେ, ସେମାନେ ସେମାନଙ୍କର ସାହସ ହରାଇଲେ।
27 ସେମାନେ ମତ୍ତଲୋକ ପରି ଏକଡ଼ ସେକଡ଼ ଦୋହଲନ୍ତି।
    ଏବଂ ସେମାନଙ୍କର ବୁଦ୍ଧି ହଜିଯାଏ।
28 ତେବେ ସେମାନେ ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କଠାରେ ସହାୟତା ପାଇଁ କାକୁକ୍ତି କଲେ
    ଏବଂ ତହିଁରେ ପରମେଶ୍ୱର ସେମାନଙ୍କୁ ସଙ୍କଟରୁ ଉଦ୍ଧାର କଲେ।
29 ପରମେଶ୍ୱର ବତାସକୁ ସ୍ଥିର କଲେ
    ଓ ସମୁଦ୍ରର ତରଙ୍ଗମାଳାକୁ ଶାନ୍ତ କଲେ।
30 ସମୁଦ୍ର ଶାନ୍ତ ହୋଇଗଲା ବୋଲି ନାବିକମାନେ ଖୁସୀ ହେଲେ,
    କାରଣ ସେମାନେ ଯେଉଁଠାକୁ ଯିବାକୁ ଗ୍ଭହିଁଥିଲେ ପରମେଶ୍ୱର ତାଙ୍କୁ ପୋତାଶ୍ରୟକୁ ନିରାପଦରେ ଆଗେଇ ନେଲେ।
31 ସେମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ପାଇଁ ତାଙ୍କୁ ଧନ୍ୟବାଦ କର,
    ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି ବୋଲି।
32 ଲୋକମାନଙ୍କ ମହାସଭାରେ ପରମେଶ୍ୱରଙ୍କର ପ୍ରଶଂସା କରିବା ଉଚିତ୍
    ଓ ପ୍ରାଚୀନବର୍ଗମାନଙ୍କ ସଭାରେ ତାଙ୍କ ପ୍ରଶଂସା କରିବା ଉଚିତ୍।

ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 10

ଇସ୍ରାଏଲର ଧନସମ୍ପଦ ପ୍ରତିମାପୂଜାର ଅଗ୍ରଗାମୀ

10 ଇସ୍ରାଏଲ ଦ୍ରାକ୍ଷାଲତା ସଦୃଶ ପ୍ରଚୁର ଫଳ ଧାରଣ କରେ।
କିନ୍ତୁ ଯେତେବେଳେ ଇସ୍ରାଏଲ ଅଧିକ ଜିନିଷ ଲାଭକଲେ
    ସେତେବେଳେ ସେ ଭଣ୍ତ ଦେବତାଙ୍କ ପୂଜା ପାଇଁ ଅଧିକ ଯଜ୍ଞବେଦି ନିର୍ମାଣ କଲେ।
ତାଙ୍କର ରାଜ୍ୟ ଅଧିକ ଭଲ ହେଲା।
    ତେଣୁ ସେ ଭଣ୍ତ ଦେବତାଙ୍କ ପୂଜାଲାଗି ଅତିସୁନ୍ଦର ପଥରମାନ ସ୍ଥାପନ କଲେ।
ଇସ୍ରାଏଲର ଲୋକମାନେ ପରମେଶ୍ୱରଙ୍କୁ ଠକିବାକୁ ଚୋଷ୍ଟା କଲେ
    କିନ୍ତୁ ବର୍ତ୍ତମାନ ସେମାନେ ସେମାନଙ୍କର ଦୋଷ ସ୍ୱୀକାର କରିବେ।
ସଦାପ୍ରଭୁ ସେମାନଙ୍କର ଯଜ୍ଞବେଦିକୁ ଭାଙ୍ଗି ଦେବେ।
    ସେ ସେମାନଙ୍କର ସ୍ମୃତିସ୍ତମ୍ଭକୁ ଧ୍ୱଂସ କରି ଦେବେ।

ଇସ୍ରାଏଲୀୟମାନଙ୍କ ମନ୍ଦ ନିଷ୍ପତ୍ତି

ବର୍ତ୍ତମାନ ଇସ୍ରାଏଲୀୟମାନେ କୁହନ୍ତି, “ଆମ୍ଭମାନଙ୍କର ରାଜା ନାହାନ୍ତି। ଆମ୍ଭେ ସଦାପ୍ରଭୁଙ୍କୁ ସମ୍ମାନ କରୁ ନାହୁଁ ଏବଂ ତାଙ୍କର ରାଜା ଆମ୍ଭମାନଙ୍କର କିଛି କରି ପାରିବେ ନାହିଁ।”

ସେମାନେ ଶପଥ ନିଅନ୍ତି କିନ୍ତୁ ସେମାନେ କେବଳ ମିଥ୍ୟା କୁହନ୍ତି। ସେମାନେ ସେମାନଙ୍କର ଶପଥ ରକ୍ଷା କରନ୍ତି ନାହିଁ। ସେମାନେ ଚୁକ୍ତି କରନ୍ତି। ସେଥିପାଇଁ ନ୍ୟାୟ କୃଷିକ୍ଷେତ୍ରରେ ବିଷାକ୍ତ ଅନାବନା ଘାସ ପରି ବଢ଼େ।

ଶମରିୟାର ଲୋକମାନେ ବୈଥ୍-ଆବନର ବାଛୁରିମାନଙ୍କୁ ପୂଜା କରନ୍ତି। ସେହି ଲୋକମାନେ ପ୍ରକୃତରେ କାନ୍ଦିବେ। ଯାଜକମାନେ ମଧ୍ୟ ପ୍ରକୃତରେ କାନ୍ଦିବେ। କାରଣ ସେମାନଙ୍କର ସୁନ୍ଦର ପ୍ରତିମା ଗ୍ଭଲିଗଲା। ତାକୁ ଦୂରେଇ ନିଆଗଲା। ଅଶୂରକୁ ମହାନ ରାଜାଙ୍କ ଉପହାର ସ୍ୱରୂପ ଏହାକୁ ନିଆଗଲା। ସେ ଇଫ୍ରୟିମଙ୍କର ଲଜ୍ଜାଜନକ ପ୍ରତିମା ରଖିବ। ଇସ୍ରାଏଲ ତା’ର ମୂର୍ତ୍ତି ପାଇଁ ଲଜ୍ଜିତ ହେବ। ପାଣିରେ ଗୋଟିଏ କାଠଖଣ୍ତ ଭାସି ଗଲାପରି, ଶମରିୟାର ରାଜା ଧ୍ୱଂସ ହେବେ।

ଇସ୍ରାଏଲ ବହୁ ପାପ କଲା ଏବଂ ବହୁତ ଉଚ୍ଚସ୍ଥାନ ନିର୍ମାଣ କଲା। ଆବେ‌‌‌ନ୍‌‌‌ର ଉଚ୍ଚସ୍ଥାନଗୁଡ଼ିକ ଧ୍ୱଂସ ହେବ। ସେମାନଙ୍କର ଯଜ୍ଞବେଦି ଉପରେ କଣ୍ଟା ଓ ଅନାବନା ଘାସ ଜନ୍ମିବ। ତା’ପରେ ସେମାନେ ପର୍ବତଗୁଡ଼ିକୁ କହିବେ, “ଆମ୍ଭମାନଙ୍କୁ ଆବୃତ୍ତ କର” ଏବଂ ପାହାଡ଼ଗୁଡ଼ିକୁ କହିବେ, “ଆମ୍ଭମାନଙ୍କ ଉପରେ ପଡ଼ିଯାଅ।”

ଇସ୍ରାଏଲ ପାପ ପାଇଁ ପରିଶୋଧ କରିବ

“ଇସ୍ରାଏଲ, ତୁମ୍ଭେ ଗିବିୟାଙ୍କ ସମୟରୁ ପାପ କରି ଗ୍ଭଲିଛ ଏବଂ ତୁମ୍ଭ ଲୋକମାନେ ସେଠାରେ ଲଗାତାର ପାପ କରି ଗ୍ଭଲିଛନ୍ତି। ଯୁଦ୍ଧ ପ୍ରକୃତରେ ସେହି ମନ୍ଦ ଲୋକମାନଙ୍କୁ ଗିବିୟାରେ ଧରିବ। 10 ମୁଁ ସେମାନଙ୍କୁ ଦଣ୍ତ ଦେବାକୁ ଆସିବି। ଦେଶଗୁଡ଼ିକୁ ମିଳିତ ଭାବରେ ସେମାନଙ୍କ ବିରୁଦ୍ଧରେ ଯିବେ। ସେମାନେ ଇସ୍ରାଏଲ ଅଧିବାସୀଙ୍କୁ ସେମାନଙ୍କର ଦୁଇଗୁଣା ପାପ ପାଇଁ ଦଣ୍ତ ଦେବେ।

11 “ଇଫ୍ରୟିମ ତାଲିମପ୍ରାପ୍ତ ଗାଈ ପରି ଖଳାରେ ଶସ୍ୟ ଉପରେ ବିଚରଣ କରିବାକୁ ଭଲପାଏ। ଆମ୍ଭେ ଗୋଟିଏ ଭଲ ଯୁଆଳି ତା’ କାନ୍ଧରେ ପକାଇବା। ଆମ୍ଭେ ତାକୁ ଦଉଡ଼ିରେ ବାନ୍ଧିବା। ତା’ପରେ ଯିହୁଦା ହଳ ଆରମ୍ଭ କରିବ। ଯାକୁବ ନିଜେ ଭୂମିକୁ ଫଟାଇବ।”

12 ତୁମ୍ଭେ ଯଦି ଭଲପଣିଆ ବୁଣିବ ତେବେ ପ୍ରକୃତ ପ୍ରେମ ଅମଳ କରିବ। ଭୂମିକୁ ହଳ କରିବ ଏବଂ ସଦାପ୍ରଭୁଙ୍କ ସହିତ ଅମଳ କରିବ। ପ୍ରଭୁ ଆସିବେ ଏବଂ ତୁମ୍ଭମାନଙ୍କ ଉପରେ ଭଲ ଜିନିଷ ବର୍ଷା ପରି ପକାଇବେ।

13 କିନ୍ତୁ ତୁମ୍ଭେମାନେ ମନ୍ଦ ଜିନିଷ ଲଗାଇଲ ଏବଂ ତୁମ୍ଭେମାନେ ଦୁଃଖ ଅମଳ କଲ। ତୁମ୍ଭ ମିଥ୍ୟାର ଫଳ ତୁମ୍ଭେ ଭକ୍ଷ୍ୟଣ କଲ। କାରଣ ତୁମ୍ଭେମାନେ ତୁମ୍ଭ ଶକ୍ତି ଓ ସୈନ୍ୟବାହିନୀ ଉପରେ ବିଶ୍ୱାସ ରଖିଛ। 14 ତେଣୁ ତୁମ୍ଭମାନଙ୍କର ସୈନ୍ୟବାହିନୀ ଯୁଦ୍ଧର ଶବ୍ଦ ଶୁଣିବେ ଏବଂ ତୁମ୍ଭମାନଙ୍କର ସମସ୍ତ ଦୁର୍ଗ ଧ୍ୱଂସ ପାଇବ। ଶଲମନ ବୈଥ୍-ଅରବେଲକୁ ଧ୍ୱଂସ କଲାପରି ଏହା ଘଟିବ। ଯୁଦ୍ଧ ସମୟରେ ମାମାନଙ୍କୁ ସେମାନଙ୍କର ପିଲାମାନଙ୍କ ସହିତ ହତ୍ୟା କରାଗଲା। 15 ବୈଥେଲ୍, ତୁମ୍ଭର ଦୁଷ୍ଟାମୀ ଯୋଗୁଁ ଏହିପରି ହେବ। ଯେତେବେଳେ ସକାଳ ହେବ ଇସ୍ରାଏଲର ରାଜା ସମ୍ପୂର୍ଣ୍ଣ ଧ୍ୱଂସ ହେବେ।”

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 21:37-22:16

37 ସେନାନିବାସକୁ ନେବା ସମୟରେ ସେନାପତିଙ୍କୁ ପାଉଲ ପଗ୍ଭରିଲେ, “ମୁଁ ଆପଣଙ୍କୁ କିଛି କହିବା ଅଧିକାର ଅଛି କି?”

ସେନାପତି ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଗ୍ରୀକ୍ ଭାଷା ଜାଣ? 38 ତେବେ ତୁମ୍ଭେ କ’ଣ ସେ ମିଶରୀୟ ଲୋକ ନୁହଁ, ଯିଏ କିଛି ବର୍ଷ ପୂର୍ବେ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲା ଓ ଗ୍ଭରି ହଜାର ଆତଙ୍କବାଦୀଙ୍କୁ ନେଇ ମରୁଭୂମିକୁ ଗ୍ଭଲିଯାଇଥିଲା।”

39 ପାଉଲ କହିଲେ, “ମୁଁ କିଲିକିଆର ତାର୍ଷ ନଗରର ଜଣେ ଯିହୂଦୀ। ଗୋଟିଏ ପ୍ରଧାନ ନଗରର ମୁଁ ଜଣେ ନାଗରିକ। ତେଣୁ ମୁଁ ଲୋକମାନଙ୍କୁ କଥା କହିବା ପାଇଁ ଆପଣଙ୍କଠାରୁ ଅନୁମତି ଗ୍ଭହୁଁଛି।”

40 ପାଉଲ ସେନାପତିଙ୍କଠାରୁ ଅନୁମତି ପାଇ ପାହାଚ ଉପରେ ଠିଆ ହୋଇଗଲେ। ସେ ଲୋକମାନଙ୍କୁ ହାତରେ ସଙ୍କେତ କରିବା ହେତୁ ସମସ୍ତେ ଅତି ଶାନ୍ତ ହୋଇଗଲେ। ତା’ପରେ ସେ ଏବ୍ରୀ ଭାଷାରେ କହିଲେ।

ପାଉଲଙ୍କ ଭାଷଣ

22 ପାଉଲ କହିଲେ, “ଭାଇମାନେ ଓ ପିତାମାନେ, ଯେହେତୁ ମୁଁ ମୋର ନିଜ ସପକ୍ଷରେ କଥା କହୁଛି, ତେଣୁ ଆପଣମାନେ ମୋ’ କଥା ଶୁଣନ୍ତୁ।”

ସେମାନେ ପାଉଲଙ୍କୁ ଯିହୂଦୀ ଭାଷାରେ କହିବାର ଶୁଣି ଆହୁରି ଅଧିକ ଶାନ୍ତ ହୋଇଗଲେ। ତା’ପରେ ପାଉଲ କହିଲେ,

“ମୁଁ ଜଣେ ଯିହୂଦୀୟ ଲୋକ। ମୋର ଜନ୍ମ କିଲିକିଆ ଦେଶର ତାର୍ଷ ନଗରରେ। କିନ୍ତୁ ଏହି ନଗରରେ ମୋର ଲାଳନପାଳନ ହୋଇଥିଲା। ମୁଁ ଆମ୍ଭ ପିତୃପୁରୁଷଙ୍କ ନିୟମ ଗୁଡ଼ିକ ବିଷୟରେ ଗୁରୁ ଗମଲୀୟେଲଙ୍କ ପାଖରୁ ବହୁତ ଯତ୍ନ ସହକାରେ ତାଲିମ ପାଇଛି। ତୁମ୍ଭେମାନଙ୍କ ପରି, ମୁଁ ମଧ୍ୟ ପରମେଶ୍ୱରଙ୍କ ନିମନ୍ତେ ଅତି ଉତ୍ସାହୀ ଥିଲି। ମୁଁ ଯୀଶୁଙ୍କ ପଥରେ ଯାଉଥିବା ଲୋକମାନଙ୍କୁ ତାଡ଼ନା ଓ କଷ୍ଟ ଦେଉଥିଲି। ମୁଁ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ବନ୍ଦୀ କରି କାରାଗାରରେ ରଖିଥିଲି।

“ମହାଯାଜକ ଓ ପ୍ରାଚୀନ ଲୋକମାନଙ୍କର ସମ୍ପୂର୍ଣ୍ଣ ପରିଷଦ ଏ କଥାର ସାକ୍ଷୀ ଅଟନ୍ତି। ମୁଁ ସେମାନଙ୍କଠାରୁ ଦମ୍ମେସକରେ ଥିବା ସେମାନଙ୍କର ଭାଇମାନଙ୍କ ପାଖକୁ ପତ୍ର ନେଇ ଯାଇଥିଲି। ସେଠାରେ ଥିବା ଯୀଶୁଙ୍କର ଶିଷ୍ୟମାନେ ଯେପରି ଦଣ୍ଡ ପାଇପାରନ୍ତି, ଏଥିନିମନ୍ତେ ସେମାନଙ୍କୁ ବନ୍ଦୀ କରି ଯିରୁଶାଲମକୁ ନେଇ ଆସିବା ପାଇଁ ମୁଁ ଯାଉଥିଲି।

ପାଉଲ ନିଜ ମନ ପରିବର୍ତ୍ତନ ବିଷୟରେ କହିଲେ

“ମୁଁ ଦମ୍ମେସକର ନିକଟବର୍ତ୍ତୀ ହେଲାବେଳେ ହଠାତ୍ ଗୋଟିଏ ଘଟଣା ଘଟିଲା। ଦମ୍ମେସକରେ ପହଞ୍ଚିବା ବେଳେ ପ୍ରାୟ ଦ୍ୱିପ୍ରହର ହୋଇଥିଲା। ସେତେବେଳେ ହଠାତ୍ ଆକାଶରୁ ଗୋଟିଏ ଉଜ୍ଜ୍ୱଳ ଆଲୋକ ମୋ’ ଗ୍ଭରିପାଖରେ ପ୍ରକାଶିତ ହେଲା। ମୁଁ ତଳେ ପଡ଼ିଗଲି। ସେତେବେଳେ ମୋତେ ଗୋଟିଏ ବାଣୀ ଶୁଭିଲା, ‘ଶାଉଲ, ଶାଉଲ, ତୁମ୍ଭେ କାହିଁକି ମୋତେ ତାଡ଼ନା କରୁଛ?’

“ମୁଁ ପଗ୍ଭରିଲି, ‘ଆପଣ କିଏ, ପ୍ରଭୁ?’ ସେ ମୋତେ କହିଲେ, ‘ମୁଁ ସେହି ନାଜରିତୀୟ ଯୀଶୁ, ଯାହାକୁ ତୁମ୍ଭେ ତାଡ଼ନା କରୁଅଛ।’ ମୋ’ ସହିତ ଥିବା ଲୋକମାନେ ମଧ୍ୟ ସେହି ଆଲୋକ ଦେଖି ପାରିଲେ। କିନ୍ତୁ ସେମାନେ ମୋତେ କୁହାଯିବା ବାକ୍ୟ ଶୁଣି ବୁଝି ପାରିଲେ ନାହିଁ।

10 “ମୁଁ ପଗ୍ଭରିଲି, ‘ପ୍ରଭୁ ମୁଁ କ’ଣ କରିବି?’ ପ୍ରଭୁ ମୋତେ କହିଲେ, ‘ଉଠ ଦମ୍ମେସକ ନଗରକୁ ଯାଅ।’ ଯେଉଁସବୁ କାର୍ଯ୍ୟ ନିମନ୍ତେ ତୁମ୍ଭକୁ ମନୋନୀତ କରାଯାଇଛି, ତାହା ସେଠାରେ ତୁମ୍ଭକୁ କୁହାଯିବ। 11 ମୁଁ କିଛି ଦେଖି ପାରୁ ନ ଥିଲି, କାରଣ ସେହି ଆଲୋକର ତେଜ ମୋତେ ଅନ୍ଧ କରି ପକାଇଥିଲା। ସେଥିପାଇଁ ମୋର ବନ୍ଧୁମାନେ ମୋ’ ହାତ ଧରି ଦମ୍ମେସକ ନେଇଗଲେ।

12 “ହନନିୟ ନାମକ ଜଣେ ଭକ୍ତ ଦମ୍ମେସକ ନଗରରେ ଥିଲେ। ସେ ମୋଶାଙ୍କ ବ୍ୟବସ୍ଥା ମାନୁଥିଲେ। ସେଠାରେ ରହୁଥିବା ସମସ୍ତ ଯିହୂଦୀୟମାନେ ତାହାଙ୍କୁ ସମ୍ମାନ ଦେଉଥିଲେ। 13 ହନନିୟ ମୋ’ ପାଖରେ ଆସି ଠିଆ ହୋଇ କହିଲେ, ‘ହେ ଭାଇ ଶାଉଲ, ତୁମ୍ଭେ ପୁଣି ଥରେ ଦେଖିବାକୁ ପାଅ।’ ମୁଁ ସେହି ମୁହୂର୍ତ୍ତରେ ତାହାଙ୍କୁ ଦେଖି ପାରିଲି।

14 “ସେ ମୋତେ କହିଲେ, ‘ଆମ୍ଭମାନଙ୍କ ପୈତୃକ ପରମେଶ୍ୱର ତାହାଙ୍କର ଇଚ୍ଛା ଜାଣିବା ନିମନ୍ତେ, ଓ ସେହି ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବା ଓ ତାହାଙ୍କ ମୁଖର କଥା ଶୁଣିବା ନିମନ୍ତେ ତୁମ୍ଭକୁ ମନୋନୀତ କରି ଅଛନ୍ତି। 15 କାରଣ ତୁମ୍ଭେ ସମସ୍ତ ଲୋକମାନଙ୍କ ପାଖରେ ତାହାଙ୍କର ସାକ୍ଷୀ ହେବ। ତୁମ୍ଭେ ଯାହା ଯାହା ଦେଖିଛ ଓ ଶୁଣିଛ, ତାହା ସମସ୍ତଙ୍କୁ କହିବ। 16 ତୁମ୍ଭେ ବର୍ତ୍ତମାନ ଆଉ ଅପେକ୍ଷା କର ନାହିଁ। ଶୀଘ୍ର ଉଠ ଓ ବାପ୍ତିଜିତ ହୁଅ ଏବଂ ଯୀଶୁଙ୍କ ନାମରେ ତୁମ୍ଭର ପାପରୁ ଧୋଇ ହୁଅ।’

ଲୂକ ଲିଖିତ ସୁସମାଗ୍ଭର 6:12-26

ଯୀଶୁ ତାହାଙ୍କ ବାରଜଣ ପ୍ରେରିତଙ୍କୁ ବାଛିଲେ(A)

12 ସେହି ସମୟରେ ଯୀଶୁ ପ୍ରାର୍ଥନା କରିବା ପାଇଁ ଗୋଟିଏ ପର୍ବତ ଉପରକୁ ଗଲେ। ସେ ସେଠାରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବାରେ ସାରା ରାତିଟି ବିତେଇଲେ। 13 ତା’ ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଡାକିଲେ। ସେ ସେମାନଙ୍କ ମଧ୍ୟରୁ ବାରଜଣଙ୍କୁ ବାଛିଲେ। ସେ ଏହି ଶିଷ୍ୟମାନଙ୍କୁ ‘ପ୍ରେରିତ’ ନାମ ଦେଲେ।

14 ସେମାନେ ହେଲେ: ଶିମୋନ ଯାହାଙ୍କୁ ସେ ପିତର ବୋଲି ମଧ୍ୟ ନାମ ଦେଲେ।

ଶିମୋନଙ୍କ ଭାଇ ଆନ୍ଦ୍ରିୟ,

ଯାକୁବ ଓ

ଯୋହନ,

ଫିଲି‌ପ୍‌ପ ଓ

ବାର୍ଥଲମି,

15 ମାଥିଉ,

ଥୋମା,

ଆଲଫିଙ୍କ ପୁତ୍ର ଯାକୁବ,

ଶିମୋନ ଯାହାଙ୍କୁ ଉ‌ଦ୍‌ଯୋଗୀ ବୋଲି କୁହନ୍ତି।

16 ଯାକୁବଙ୍କ ପୁତ୍ର ଯିହୂଦା ଓ ଇଷ୍କାରିୟୋତ ଯିହୂଦା ପରେ ଏହି ଯିହୂଦା ବିଶ୍ୱାସ ଘାତକତା କରି ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା।

ଯୀଶୁ ଲୋକଙ୍କୁ ଉପଦେଶ ଦେଲେ ଓ ରୋଗ ମୁକ୍ତକଲେ(B)

17 ତା’ପରେ ଯୀଶୁ ସେମାନଙ୍କ ସହିତ ତଳକୁ ଆସି ଗୋଟିଏ ସମତଳ ଭୂମି ଉପରେ ଠିଆ ହେଲେ। ସେଠାରେ ବହୁତ ସଂଖ୍ୟାରେ ତାହାଙ୍କ ଶିଷ୍ୟମାନେ ଉପସ୍ଥିତ ଥିଲେ। ତା ଛଡ଼ା ସମଗ୍ର ଯିହୂଦା, ଯିରୁଶାଲମ, ସମୁଦ୍ର ଉପକୂଳବର୍ତ୍ତୀ ସହର ସୋର ଓ ସୀଦୋନରୁ ଆସି ବହୁ ସଂଖ୍ୟାରେ ଲୋକ ସେଠାରେ ଜମା ହୋଇଥିଲେ। 18 ସେମାନେ ଯୀଶୁଙ୍କ ଉପଦେଶ ଶୁଣିବାକୁ ଓ ସୁସ୍ଥ ହେବାକୁ ସେଠାକୁ ଆସିଥିଲେ। ଯେଉଁମାନେ ଦୁଷ୍ଟାତ୍ମା ଯୋଗୁଁ କଷ୍ଟ ପାଉଥିଲେ, ସେମାନେ ସେଠାକୁ ଆସି ସୁସ୍ଥ ହୋଇଗଲେ। 19 ସମସ୍ତ ଲୋକେ ତାହାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ। କାରଣ ତାହାଙ୍କ ଦେହରୁ ଶକ୍ତି ବାହାରୁ ଥିଲା। ସେ ସେହି ଲୋକମାନଙ୍କୁ ସୁସ୍ଥ କରିଦେଲେ।

20 ଶିଷ୍ୟମାନଙ୍କ ଆଡ଼କୁ ଗ୍ଭହିଁ ଯୀଶୁ କହିଲେ,

“ହେ ଦୀନହୀନ ଲୋକମାନେ! ତୁମ୍ଭେମାନେ ଧନ୍ୟ
    କାରଣ ତୁମ୍ଭେମାନେ ସ୍ୱର୍ଗରାଜ୍ୟର ଅଧିକାରୀ।
21 ତୁମ୍ଭେମାନେ, ଯେଉଁମାନେ ଏବେ ଭୋକିଲା, ଧନ୍ୟ,
    କାରଣ ତୁମ୍ଭେମାନେ ପରିତୃପ୍ତ ହେବ।
ରୋଦନ କରୁଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଏବେ ଧନ୍ୟ,
    କାରଣ ତୁମ୍ଭେମାନେ ଆନନ୍ଦରେ ଜୀବନଯାପନ କରିବ।

22 “ମନୁଷ୍ୟପୁତ୍ରଙ୍କ ଯୋଗୁଁ ଲୋକମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ସେମାନେ ତୁମ୍ଭମାନଙ୍କୁ ଘୃଣା କରିବେ। ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କ ବିଷୟରେ ମନ୍ଦ କଥା କହି ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରିଦେବେ, ଯେତେବେଳେ ଏହା ଘଟିବ, ତୁମ୍ଭେ ଧନ୍ୟ ହେବ। 23 ସେତେବେଳେ ଆନନ୍ଦରେ ନାଚି ଉଠିବ। କାରଣ ତୁମ୍ଭମାନଙ୍କ ପାଇଁ ସ୍ୱର୍ଗରେ ମହା ପୁରସ୍କାର ରହିଛି। ସେମାନଙ୍କର ପୂର୍ବପୁରୁଷମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ଠିକ୍ ସେହିଭଳି ବ୍ୟବହାର ଦେଖାଇ ଥିଲେ ଯେଉଁଭଳି ଏବେ ସେମାନେ ତୁମ୍ଭକୁ ବ୍ୟବହାର ଦେଖାଉଛନ୍ତି।

24 “କିନ୍ତୁ ହେ ଧନୀ ଲୋକମାନେ! ତୁମ୍ଭକୁ ଧିକ୍
    କାରଣ ତୁମ୍ଭେମାନେ ଆରାମଦାୟକ ଜୀବନ କଟାଇ ଆସିଛ।
25 ଧିକ୍ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ପରିତୃପ୍ତ ଅଛ।
    କାରଣ ତୁମ୍ଭେମାନେ ଭୋକିଲା ହେବ।
ଧିକ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ହସୁଛ,
    କାରଣ ତୁମ୍ଭେମାନେ ଦୁଃଖିତ ହେବ ଓ କାନ୍ଦିବ।

26 “ଧିକ୍ ତୁମ୍ଭମାନଙ୍କୁ ଯେଉଁମାନଙ୍କୁ ବର୍ତ୍ତମାନେ ଲୋକେ ‘ଭଲ’ ବୋଲି କହୁଛନ୍ତି। କାରଣ ସେମାନଙ୍କର ପୂର୍ବପୁରୁଷମାନେ ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ମଧ୍ୟ ଭଲ ବୋଲି କହୁଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center