Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
140 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
ଦୌରାତ୍ମ୍ୟକାରୀ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
2 ଯେଉଁ ଦୁର୍ଜ୍ଜନମାନେ, ଦୁଷ୍ଟ ଯୋଜନା କରନ୍ତି।
ସେମାନେ ପ୍ରତ୍ୟେକ ଦିନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି।
3 ସେମାନଙ୍କର ଜିହ୍ୱା ବିଷଧର ସର୍ପପରି,
ଯେପରି ସେମାନଙ୍କର ଜିହ୍ୱାତଳେ ନାଗର ଗରଳ ରହିଛି।
4 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
ଦୌରାତ୍ମ୍ୟକାରୀମାନଙ୍କଠାରୁ ମୋତେ ସୁରକ୍ଷା ଦିଅ।
ଯେଉଁମାନେ ମୋ’ ପଛରେ ପଡ଼ିଛନ୍ତି ଏବଂ ଦୁଃଖ ଦେବା ପାଇଁ ଯୋଜନା କରୁଛନ୍ତି।
5 ସେହି ଗର୍ବୀ ଲୋକମାନେ ମୋ’ ପାଇଁ ଫାନ୍ଦ ବିଛାଇଛନ୍ତି।
ସେମାନେ ମୋତେ ଧରିବା ପାଇଁ ଜାଲ ବିଛାଇଛନ୍ତି।
ସେମାନେ ମୋ’ ପଥରେ ଯନ୍ତା ବିଛାଇଛନ୍ତି।
6 ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମୋର ପରମେଶ୍ୱର।
ହେ ସଦାପ୍ରଭୁ, ମୋର ପ୍ରାର୍ଥନାକୁ ଗ୍ରହଣ କର।
7 ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ ହେଉଛ ଶକ୍ତିଶାଳୀ, ଯିଏକି ମୋତେ ରକ୍ଷା କରେ।
ତୁମ୍ଭେ ମୋର ମସ୍ତକର ରକ୍ଷାକବଚ, ଯାହା ମୋର ଯୁଦ୍ଧ ସମୟରେ ମସ୍ତକ ଆଚ୍ଛାଦନ କରି ସୁରକ୍ଷା ଦିଅ।
8 ହେ ସଦାପ୍ରଭୁ, ସେହି ଲୋକମାନେ ଦୁଷ୍ଟ ପ୍ରକୃତିର।
ସେମାନଙ୍କର ଇଚ୍ଛା ପୂର୍ଣ୍ଣ ହେବାକୁ ଦିଅ ନାହିଁ।
ସେମାନଙ୍କର ଯୋଜନାକୁ ସଫଳ ହେବାକୁ ଦିଅ ନାହିଁ।
9 ହେ ସଦାପ୍ରଭୁ, ମୋର ଶତ୍ରୁମାନଙ୍କୁ ବିଜୟ କରାଅ ନାହିଁ।
ସେହି ଦୁଷ୍ଟ ଲୋକମାନଙ୍କର ଯୋଜନା ମନ୍ଦ ଅଟେ।
ସେମାନଙ୍କ ମନ୍ଦ ଯୋଜନା ତୁମ୍ଭେ ସେହିଠାରେ ଶେଷ କର।
10 ସେମାନଙ୍କ ମୁଣ୍ଡରେ ଜ୍ୱଳନ୍ତା କୋଇଲା ପଡ଼ୁ।
ମୋର ଶତ୍ରୁମାନଙ୍କୁ ଅଗ୍ନିରେ ନିକ୍ଷେପ କର।
ସେମାନେ ଯେପରି ଉଠିପାରିବେ ନାହିଁ ଏଥିପାଇଁ ତାଙ୍କୁ ଗଭୀର ଗର୍ଭରେ ନିକ୍ଷେପ କର।
11 ସଦାପ୍ରଭୁ, ସେହି ମିଥ୍ୟାବାଦୀ ଲୋକମାନଙ୍କୁ ସୁଖ ସମୃଦ୍ଧି ଦିଅ ନାହିଁ।
ସେମାନଙ୍କୁ ଆକସ୍ମିକ ବିପତ୍ତି ଶିକାର କରିନେଉ।
12 ମୁଁ ଜାଣେ ଯେ, ସଦାପ୍ରଭୁ ଗରିବ ଲୋକମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବେ
ଏବଂ ସେ ନିଃସହାୟ ଲୋକମାନଙ୍କୁ ଆକ୍ରମଣରୁ ରକ୍ଷା କରିବେ।
13 ହେ ସଦାପ୍ରଭୁ, ଧାର୍ମିକ ଲୋକମାନେ ତୁମ୍ଭ ନାମର ପ୍ରଶଂସା କରିବେ।
ଧାର୍ମିକ ଲୋକମାନେ ତୁମ୍ଭର ଉପସ୍ଥିତିରେ ବଞ୍ଚିବେ।
ଗୁମ୍ଫାରେ ଥିବା ବେଳେ ଦାଉଦଙ୍କର ମସ୍କୀଲ୍, ପ୍ରାର୍ଥନା।
142 ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକିବି।
ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।
2 ମୁଁ ସଦାପ୍ରଭୁଙ୍କୁ ମୋର ସମସ୍ୟା ବିଷୟରେ କହିବି।
ମୋର ଅସୁବିଧାସକଳ ବିଷୟରେ ସଦାପ୍ରଭୁଙ୍କୁ କହିବି।
3 ଆଶା ଛାଡ଼ିଦେବା ପାଇଁ ମୁଁ ପ୍ରସ୍ତୁତ ଅଟେ।
କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି,
ମୋର ଶତ୍ରୁଗଣ ମୋ’ ପାଇଁ ଫାନ୍ଦ ବସାଇଅଛନ୍ତି।
4 ମୋର ଚତୁର୍ପାର୍ଶ୍ୱରେ
କୌଣସି ବନ୍ଧୁଙ୍କୁ ପାଉ ନାହିଁ।
ମୋତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ଯିବାକୁ ସ୍ଥାନ ନାହିଁ।
କୌଣସି ଲୋକ ମୋତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।
5 ସଦାପ୍ରଭୁ, ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକେ:
“ସଦାପ୍ରଭୁ ତୁମ୍ଭେ ମୋର ନିରାପଦର ସ୍ଥାନ।
ତୁମ୍ଭେ ହେଉଛ ସବୁକିଛି ଯାହା ମୁଁ ଜୀବନରେ ଦରକାର କରେ।”
6 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
ମୁଁ ବହୁତ ଦୁର୍ବଳ ଅଟେ।
ସେହି ଲୋକମାନଙ୍କଠାରୁ ମୋତେ ରକ୍ଷା କର ଯେଉଁମାନେ ମୋ’ ପଛରେ ଗୋଡ଼ାଉଛନ୍ତି।
ସେହି ଲୋକମାନେ ମୋ’ଠାରୁ ଅଧିକ ଶକ୍ତିଶାଳୀ।
7 ଏହି ଫାନ୍ଦରୁ ମୋତେ ଉଦ୍ଧାର କରିବାରେ ସାହାଯ୍ୟ କର।
ଯେପରିକି ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେଇ ପାରିବି।
ଧାର୍ମିକମାନେ ମୋ’ ସହିତ ପାଳନ କରିବେ,
କାରଣ ତୁମ୍ଭେ ମୋର ଯତ୍ନ ନେଲ।
ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ।
141 ହେ ସଦାପ୍ରଭୁ, ମୁଁ ତୁମ୍ଭ ସହାୟତା ପାଇଁ ପ୍ରାର୍ଥନା କରେ।
ଯେତେବେଳେ ମୁଁ ଡାକୁଛି ସେତେବେଳେ ତୁମ୍ଭେ ମୋର ପ୍ରାର୍ଥନାରେ କର୍ଣ୍ଣପାତ କର।
ଯଥା ଶୀଘ୍ର ମୋତେ ସାହାଯ୍ୟ କର।
2 ସଦାପ୍ରଭୁ, ଜଳୁଥିବା ଧୂପକାଠିର ସୁଗନ୍ଧି ଧୂପ ପରି ମୋର ପ୍ରାର୍ଥନାକୁ ଗ୍ରହଣ କର।
ସନ୍ଧ୍ୟା ବେଳର ଉତ୍ସର୍ଗ ପରି, ମୁଁ ମୋର ହାତ ବଢ଼ାଇ କରୁଥିବା ପ୍ରାର୍ଥନାକୁ ଗ୍ରହଣ କର।
3 ହେ ସଦାପ୍ରଭୁ, ମୁଖ ଆଗର ପ୍ରହରୀ, ମୋତେ ସାହାଯ୍ୟ କର।
କୌଣସି ପାପପୂର୍ଣ୍ଣ କଥା କହିବାଠାରୁ ମୋତେ ରକ୍ଷା କର।
4 ମୋତେ ମନ୍ଦକାର୍ଯ୍ୟ କରିବାର ଇଚ୍ଛା ଦିଅ ନାହିଁ।
ଦୁଷ୍ଟ ସାଙ୍ଗ ଓ ତାଙ୍କର ଖାଦ୍ୟ ଏବଂ ମନ୍ଦକାର୍ଯ୍ୟରେ ମୋତେ ମିଶିବା ପାଇଁ ବନ୍ଦ କର।
ଏପରି ସେମାନଙ୍କର ଭୋଜିଠାରୁ ଦୂରରେ ରହିବାକୁ ମୋତେ ସାହାଯ୍ୟ କର।
5 ଗୋଟିଏ ଧାର୍ମିକ ଲୋକ ମୋତେ ସୁଧାରି ପାରେ।
ତାହା ତାଙ୍କ ପ୍ରତି ବହୁତ ଦୟା ହେବ।
ଯଦି ସେ ମୋତେ ସମାଲୋଚନା କରେ,
ମୁଁ ଏହା ହାର୍ଦ୍ଦିକ ସ୍ୱାଗତ [a] ଭଳି ଗ୍ରହଣ କରିବି।
କିନ୍ତୁ ମୁଁ ସର୍ବଦା ଦୁଷ୍ଟମାନେ କରୁଥିବା କୁକର୍ମ ବିରୁଦ୍ଧରେ ପ୍ରାର୍ଥନା କରେ।
6 ସେମାନଙ୍କର ନ୍ୟାୟଧୀଶମାନଙ୍କୁ ପର୍ବତର ଶୀର୍ଷରୁ ଫିଙ୍ଗା ଯାଉ।
ତେବେ ଲୋକମାନେ ଜାଣିବେ ଯେ, ମୁଁ ସତ୍ୟ କହିଅଛି।
7 ଗ୍ଭଷୀମାନେ ଭୂମିରେ ହଳ କରିଥିବା ପଥରପରି,
ଠିକ୍ ସେହିପ୍ରକାର ଆମ୍ଭମାନଙ୍କର ଅସ୍ଥିସବୁ କବରରେ ମିଶିଯିବ।
8 ସଦାପ୍ରଭୁ, ମୋର ପ୍ରଭୁ, ମୁଁ ତୁମ୍ଭ ଆଡ଼େ ଗ୍ଭହୁଁ ଅଛି।
ମୁଁ ସୁରକ୍ଷା ପାଇଁ ତୁମ୍ଭ ଆଡ଼େ ଗ୍ଭହିଁଅଛି।
ତେଣୁ ମୋତେ ମୃତ୍ୟୁବରଣ କରିବାକୁ ଦିଅ ନାହିଁ।
9 ମନ୍ଦ ଲୋକମାନେ ମୋ’ ପାଇଁ ଫାଶ ବସାନ୍ତି।
ସେମାନଙ୍କର ଫାଶରେ ମୋତେ ପଡ଼ିବା ପାଇଁ ଦିଅ ନାହିଁ।
10 ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ।
ସେହି ଅବସରରେ ମୁଁ ରକ୍ଷା ପାଏ।
ଦାଉଦଙ୍କର ଏକ ଗୀତ।
143 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
ମୋର ସାହାଯ୍ୟ ପାଇଁ ପ୍ରାର୍ଥନାରେ କର୍ଣ୍ଣପାତ କର।
ତୁମ୍ଭର ବିଶ୍ୱସ୍ତତା ଏବଂ ତୁମ୍ଭର ଧାର୍ମିକତାରେ ମୋତେ ଉତ୍ତର ଦିଅ।
2 ମୋତେ ବିଗ୍ଭର କର ନାହିଁ, ତୁମ୍ଭର ନିଜ ଦାସ।
କାରଣ କେହି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଗ୍ଭରରେ ଆସି ପାରିବ ନାହିଁ।
3 ଶତ୍ରୁଗଣ ମୋ’ ପଛରେ ଗୋଡ଼ାଉଛନ୍ତି।
ସେମାନେ ମୋ’ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛନ୍ତି।
ସେମାନେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ୟ
ମୋତେ ଅନ୍ଧକାର ସ୍ଥାନରେ ବାସ କରିବା ପାଇଁ ବାଧ୍ୟ କରୁଛନ୍ତି।
4 ମୁଁ ତ୍ୟାଗ କରିବାକୁ ପ୍ରସ୍ତୁତ।
ମୁଁ ମୋର ସାହସ ହରାଉଛି।
5 ମୁଁ ପୁରୁଣା ଦିନସବୁ ମନେ ପକାଏ।
ମୁଁ ତୁମ୍ଭର କର୍ମ ବିଷୟରେ ଭାବେ।
ତୁମ୍ଭେ ଯାହାସବୁ କର ମୁଁ ସେସବୁ ବିଷୟରେ ଭାବେ।
6 ହେ ସଦାପ୍ରଭୁ, ମୁଁ ହସ୍ତ ପ୍ରସାରୀ ତୁମ୍ଭକୁ ପ୍ରାର୍ଥନା କରୁଅଛି।
ମୁଁ ତୁମ୍ଭର ସାହାଯ୍ୟ ଅପେକ୍ଷାରେ ଅଛି, ଯେପରି ଶୁଷ୍କଭୂମି ବର୍ଷାକୁ ଅପେକ୍ଷା କରିଥାଏ।
7 ହେ ସଦାପ୍ରଭୁ, ଶୀଘ୍ର ମୋତେ ଉତ୍ତର ଦିଅ।
ମୁଁ ମୋର ସାହସ ହରାଇଛି।
ମୋ’ଠାରୁ ଦୂରେଇ ଯାଅ ନାହିଁ।
ମୋତେ ମରିବାକୁ ଦିଅ ନାହିଁ, ନ ହେଲେ କବରରେ ଥିବା ମୃତ ତୁଲ୍ୟ ହେବି।
8 ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋତେ ପ୍ରଭାତରେ ଦେଖାଅ।
ମୁଁ ତୁମ୍ଭ ଉପରେ ଭରସା କରେ।
ମୁଁ ଯେଉଁ ପଥରେ ଯିବା ଉଚିତ୍ ମୋତେ ସେହି ପଥ ଦେଖାଅ।
କାରଣ ମୁଁ ମୋର ପ୍ରାଣ ତୁମ୍ଭ ହାତରେ ଟେକି ଦେଇଅଛି।
9 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ସୁରକ୍ଷା ପାଇବା ପାଇଁ ଆସିଅଛି।
ମୋର ଶତ୍ରୁମାନଙ୍କ କବଳରୁ ମୋତେ ରକ୍ଷା କର।
10 ତୁମ୍ଭେ ମୋ’ ପାଇଁ କ’ଣ କରିବାକୁ ଗ୍ଭହଁ ତାହା ମୋତେ ଦେଖାଅ।
ତୁମ୍ଭେ ମୋର ପରମେଶ୍ୱର,
ତୁମ୍ଭର ଆତ୍ମା ମୋତେ ଭୂମି ସ୍ତରରେ ଆଗେଇ ନେଉ।
11 ହେ ସଦାପ୍ରଭୁ, ମୋତେ ବଞ୍ଚିବାକୁ ଦିଅ,
ଯେପରି ଲୋକମାନେ ତୁମ୍ଭ ନାମରେ ପ୍ରଶଂସା କରିବେ।
କାରଣ ତୁମ୍ଭେ ଆପଣା ଲୋକମାନଙ୍କ ପ୍ରତି ଧାର୍ମିକ ଅଟ,
ତେଣୁ ମୋର ଦୁଃଖରୁ ମୋତେ ରକ୍ଷା କର।
12 ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦ୍ୱାରା
ମୋର ଶତ୍ରୁମାନଙ୍କୁ ପରାସ୍ତ କର।
ଯେଉଁମାନେ ମୋତେ ହତ୍ୟା କରିବାକୁ ଗ୍ଭହୁଁଛନ୍ତି, ସେମାନଙ୍କୁ ଧ୍ୱଂସ କର।
କାରଣ ମୁଁ ତୁମ୍ଭର ସେବକ ଅଟେ।
ଇସ୍ରାଏଲର ପ୍ରାଚୀନଗଣ ନିନ୍ଦିତ ହୁଅନ୍ତି
9 ହେ ଯାକୁବର ବୃଦ୍ଧଗଣ ଓ ଇସ୍ରାଏଲର ଶାସକଗଣ ମୋ’ କଥା ଶୁଣ!
ତୁମ୍ଭେମାନେ ନ୍ୟାୟ ବିଗ୍ଭର ଚଳଣିକୁ ଘୃଣା କରୁଛ।
ଯାହାସବୁ ନ୍ୟାୟ ଓ ଯଥାର୍ଥ
ତୁମ୍ଭେମାନେ ସେ ସମସ୍ତକୁ ମିଥ୍ୟା କରୁଛ।
10 ଲୋକମାନଙ୍କ ରକ୍ତରେ ସିୟୋନକୁ ତୁମ୍ଭେ ଗଢ଼ିଛ
ଓ ଅଧର୍ମ ଦ୍ୱାରା ଯିରୁଶାଲମକୁ ନିର୍ମାଣ କରିଛ।
11 ଯିରୁଶାଲମର ବିଗ୍ଭରପତିଗଣ
ଲାଞ୍ଚ ନେଇ ବିଗ୍ଭର କରନ୍ତି।
ଆଉ ସେ ସ୍ଥାନର ଯାଜକଗଣ
ଅର୍ଥ ନେଇ ଶିକ୍ଷା ଦିଅନ୍ତି
ଓ ଭବିଷ୍ୟଦ୍ବକ୍ତାଗଣ ଭବିଷ୍ୟଦ୍ବାଣୀ ପାଇଁ
ଅର୍ଥ ନିଅନ୍ତି।
ତଥାପି ସେ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାଯ୍ୟ ପାଇଁ ଆଶା କରନ୍ତି।
ସେମାନେ ମଧ୍ୟ କୁହନ୍ତି, “ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠାରେ ଅଛନ୍ତି।
ତେଣୁ କୌଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ।”
12 ହେ ପ୍ରାଚୀନଗଣ, ତୁମ୍ଭମାନଙ୍କ ପାଇଁ ସିୟୋନ ଧ୍ୱଂସ ହେବ।
ଏହା ଗ୍ଭଷ ଭୂମିରେ ପରିଣତ ହେବ।
ଯିରୁଶାଲମ ମଧ୍ୟ ପ୍ରସ୍ତର ସ୍ତୁପରେ ପରିଣତ ହେବ।
ମନ୍ଦିରର ପର୍ବତ ଶୂନ୍ୟ ପାହାଡ଼ ହୋଇ ବଣବୁଦାରେ ଆବୃତ ହେବ।
ଯିରୁଶାଲମରୁ ଆଇନ ପ୍ରଣୀତ ହେବ
4 ଭବିଷ୍ୟତରେ ସଦାପ୍ରଭୁଙ୍କ ଗୃହ,
ପର୍ବତର ଉଚ୍ଚତମ ପର୍ବତ ଶିଖର ଉପରେ ସ୍ଥାପିତ ହେବ।
ଏହା ସମସ୍ତ ପର୍ବତଗୁଡ଼ିକ ଅପେକ୍ଷା ଉଚ୍ଚତର ହେବ।
ଲଗାତାର ଗୋଷ୍ଠୀଗଣ ସ୍ରୋତ ପରି ସେଠାକୁ ଯାଉଥିବେ।
2 ବିଭିନ୍ନ ଗୋଷ୍ଠୀରୁ ଲୋକମାନେ ସେଠାକୁ ଯିବେ ଏବଂ କହିବେ,
“ଆସ, ସଦାପ୍ରଭୁଙ୍କ ପର୍ବତକୁ ଯିବା।
ଗ୍ଭଲ ଯାକୁବଙ୍କ ପରମେଶ୍ୱରଙ୍କ ମନ୍ଦିରକୁ ଯିବା।
ସେତେବେଳେ ପରମେଶ୍ୱର ତାଙ୍କ ପଥ ବିଷୟରେ ଆମ୍ଭମାନଙ୍କୁ ଶିକ୍ଷା ଦେବେ
ଏବଂ ଆମ୍ଭେମାନେ ସେହିସବୁକୁ ଅନୁସରଣ କରିବା।”
ପରମେଶ୍ୱରଙ୍କଠାରୁ ଶିକ୍ଷା ସଦାପ୍ରଭୁଙ୍କ ବାର୍ତ୍ତା ଯିରୁଶାଲମର ସିୟୋନ ପର୍ବତରୁ ଆରମ୍ଭ ହେବ
ଏବଂ ତାହା ସମଗ୍ର ପୃଥିବୀରେ ପ୍ରସାରିତ ହେବ।
3 ତା’ପରେ ଅନେକ ଗୋଷ୍ଠୀର ଲୋକମାନଙ୍କ ପାଇଁ ପରମେଶ୍ୱର ବିଗ୍ଭରକ ହେବେ
ଓ ଦୂରଦେଶୀୟ ଅନେକ ଲୋକମାନଙ୍କୁ ତାଙ୍କର ଶେଷ ନିଷ୍ପତ୍ତି ଜଣାଇବେ।
ସେହି ଲୋକମାନେ ଯୁଦ୍ଧ ପାଇଁ ସେମାନଙ୍କର ଅସ୍ତ୍ର ତ୍ୟାଗ କରିବେ।
ସେମାନେ ସେମାନଙ୍କର ଖଡ଼୍ଗରେ ଲଙ୍ଗଳ ତିଆରି କରିବେ
ଏବଂ ବର୍ଛାକୁ ଭାଙ୍ଗି ଶସ୍ୟ କାଟିବାକୁ ଦାଆ ନିର୍ମାଣ କରିବେ।
ଲୋକମାନେ ଅନ୍ୟ ସହିତ ଯୁଦ୍ଧ କରିବା ବନ୍ଦ କରିବେ।
ଆଉ ଯୁଦ୍ଧ ପାଇଁ ତାଲିମ ମଧ୍ୟ କେବେ ନେବେ ନାହିଁ।
4 ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଦ୍ରାକ୍ଷାଲତା
ଓ ଡିମ୍ବିରି ବୃକ୍ଷ ତଳେ ବସିବେ
ଓ କେହି ସେମାନଙ୍କୁ ଭୟଭୀତ କରାଇବେ ନାହିଁ।
କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହା ହିଁ ଘଟିବ ବୋଲି କହିଲେ।
5 ଅନ୍ୟ ଗୋଷ୍ଠୀର ଲୋକମାନେ ସେମାନଙ୍କର ନିଜର ଦେବତାମାନଙ୍କୁ ଅନୁସରଣ କରିବେ।
କିନ୍ତୁ ଆମ୍ଭେମାନେ ଚିରକାଳ ସଦାପ୍ରଭୁ ପରମେଶ୍ୱରଙ୍କର ଅନୁଗାମୀ ହେବା।
ଫେଲୀକ୍ସ୍ ଓ ତାହାଙ୍କ ସ୍ତ୍ରୀଙ୍କ ସହିତ ପାଉଲଙ୍କର କଥା
24 କିଛି ଦିନ ପରେ ଫେଲୀକ୍ସ୍ ତାହାଙ୍କ ସ୍ତ୍ରୀ ଦ୍ରୁସିଲ୍ଲାଙ୍କୁ ନେଇ ଆସିଲେ। ସେ ଯିହୂଦୀ ଥିଲେ। ଫେଲୀକ୍ସ୍ ପାଉଲଙ୍କୁ ଡକାଇ ତାହାଙ୍କଠାରୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ବିଷୟରେ ଶୁଣିଲେ। 25 କିନ୍ତୁ ପାଉଲ ଯେତେବେଳେ ଧାର୍ମିକ ଜୀବନ, ଆତ୍ମସଂଯମ ଓ ଆଗାମୀ ବିଗ୍ଭର ବିଷୟରେ କହିଲେ, ସେତେବେଳେ ଫେଲୀକ୍ସ୍ ଭୟଭୀତ ହୋଇଗଲେ। ଫେଲୀକ୍ସ୍ କହିଲେ, “ବର୍ତ୍ତମାନ ତୁମ୍ଭେ ଯାଅ। ମୋର ସମୟ ହେଲେ ମୁଁ ତୁମ୍ଭକୁ ଡାକିବି।” 26 କିନ୍ତୁ ଫେଲୀକ୍ସ୍ ପାଉଲଙ୍କ ସହିତ କଥା ହେବାର ଆଉ ଗୋଟିଏ କାରଣ ଥିଲା। ସେ ଆଶା କରିଥିଲେ ଯେ ପାଉଲ ତାହାଙ୍କୁ ଟଙ୍କା ଲାଞ୍ଚ ଦେବେ। ତେଣୁ ସେ ପାଉଲଙ୍କୁ ଅନେକଥର ଡକାଇ କଥା ହେଉଥିଲେ।
27 କିନ୍ତୁ ଏହିପରି ଦୁଇ ବର୍ଷ ବିତିଗଲାପରେ ପର୍କିୟ ଫେଷ୍ଟ ରାଜ୍ୟପାଳ ହେଲେ। ଫେଲୀକ୍ସ୍ ଆଉ ରାଜ୍ୟପାଳ ପଦରେ ରହିଲେ ନାହିଁ। ତେଣୁ ଫେଲୀକ୍ସ୍ ଯିହୂଦୀୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଉଲଙ୍କୁ ବନ୍ଦୀ ଅବସ୍ଥାରେ କାରାଗାରରେ ରଖି ଗ୍ଭଲିଗଲେ।
ପାଉଲଙ୍କର କାଇସରୀଆ ଦେଖିବା ଇଚ୍ଛା
25 ତା’ପରେ ଫେଷ୍ଟ ରାଜ୍ୟପାଳ ହେଲେ। ସେ ସେହି ପ୍ରଦେଶରେ ତିନି ଦିନ ରହିଲେ ଓ ତା’ପରେ କାଇସରୀଆରୁ ଯିରୁଶାଲମ ଗ୍ଭଲିଗଲେ। 2 ସେଠାରେ ମୁଖ୍ୟ ଯାଜକମାନେ ଓ ଅନ୍ୟ ଯିହୂଦୀ ନେତାମାନେ ତାହାଙ୍କୁ ସାକ୍ଷାତ କରି ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ଆଗତ କଲେ। 3 ସେମାନେ ପାଉଲଙ୍କୁ ଯିରୁଶାଲମକୁ ପଠାଇଦେବା ପାଇଁ ତାହାଙ୍କୁ ଅନୁରୋଧ କଲେ। କାରଣ ସେମାନେ ତାହାଙ୍କୁ ରାସ୍ତାରେ ହତ୍ୟା କରିବାର ଷଡ଼ଯନ୍ତ୍ର କରିଥିଲେ। 4 କିନ୍ତୁ ଫେଷ୍ଟ କହିଲେ, “ପାଉଲ କାଇସରୀଆରେ ରହିବେ ଓ ମୁଁ ଶୀଘ୍ର ଯାଇ ପହଞ୍ଚିବି। 5 ତୁମ୍ଭମାନଙ୍କ ମଧ୍ୟରୁ କେତେକ ନେତା ମଧ୍ୟ ମୋ’ ସହିତ ଗ୍ଭଲନ୍ତୁ। ଯଦି ପାଉଲ କିଛି ଭୁଲ୍ କରିଛନ୍ତି, ତେବେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣନ୍ତୁ।”
6 ତା’ପରେ ଫେଷ୍ଟ ସେମାନଙ୍କ ସହିତ ଆଠ ଦଶ ଦିନ ରହି କାଇସରୀଆକୁ ଗ୍ଭଲିଗଲେ। ତହିଁ ଆରଦିନ ସେ ବିଗ୍ଭର ଆସନରେ ବସିଲେ, ଓ ପାଉଲଙ୍କୁ ଡକାଇ ପଠାଇଲେ। 7 ପାଉଲ କୋଠରୀକୁ ଆସିବା ପରେ ଯିରୁଶାଲମରୁ ଯେଉଁ ଯିହୂଦୀମାନେ ଆସିଥିଲେ, ସେମାନେ ତାହାଙ୍କ ଗ୍ଭରିପାଖେ ଠିଆ ହୋଇଗଲେ। ସେମାନେ ତାହାଙ୍କ ବିରୁଦ୍ଧରେ ବହୁଗୁରୁତର ଅଭିଯୋଗମାନ କଲେ, କିନ୍ତୁ କିଛି ପ୍ରମାଣ କରି ପାରିଲେ ନାହିଁ। 8 ପାଉଲ ଆତ୍ମରକ୍ଷାର ସୁଯୋଗ ପାଇ ଉତ୍ତର ଦେଲେ, “ମୁଁ ଯିହୂଦୀୟ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ କୌଣସି ଦୋଷ କରି ନାହିଁ।”
9 କିନ୍ତୁ ଫେଷ୍ଟ ଯିହୂଦୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଗ୍ଭରିଲେ, “ତୁମ୍ଭେ ମୋ’ ଦ୍ୱାରା ଏହି ଅଭିଯୋଗ ସମ୍ବନ୍ଧରେ ବିଗ୍ଭର କରାଯିବା ପାଇଁ ଯିରୁଶାଲମ ଯିବା ପାଇଁ କି?”
10 ପାଉଲ କହିଲେ, “ମୁଁ ବର୍ତ୍ତମାନ କାଇସରଙ୍କ ବିଗ୍ଭର ଆସନ ସମ୍ମୁଖରେ ଠିଆ ହୋଇଛି। ଏଠାରେ ହିଁ ମୋର ବିଗ୍ଭର ହେବ। ମୁଁ ଯିହୂଦୀୟମାନଙ୍କ ପ୍ରତି କୌଣସି ଭୁଲ୍ କରି ନାହିଁ, ଏହା ଆପଣ ଜାଣନ୍ତି। 11 ମୁଁ ଯଦି କୌଣସି ଦୋଷ କରିଥାଏ, ଓ ମୃତ୍ୟୁ ଯୋଗ୍ୟ କୌଣସି କାର୍ଯ୍ୟ କରିଥାଏ, ତେବେ ମୁଁ ମୃତ୍ୟୁ ବରଣ କରିବା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ ଯଦି ଏ ଅଭିଯୋଗକାରୀ ମାନଙ୍କର କଥାରେ ସତ୍ୟତା ନାହିଁ ତେବେ ମୋତେ କେହି ସେମାନଙ୍କ ହାତରେ ସମର୍ପଣ କରି ପାରିବେ ନାହିଁ। ତେଣୁ ମୁଁ କାଇସରଙ୍କ ନିକଟରେ ବିଗ୍ଭର ପାଇଁ ଆବେଦନ କରୁଛି।”
12 ଫେଷ୍ଟ ତାହାଙ୍କ ପରାମର୍ଶ ଦାତାମାନଙ୍କ ସହିତ ଏ ବିଷୟରେ କଥା ହେଲେ। ସେ କହିଲେ, “ତୁମ୍ଭେ କାଇସରଙ୍କ ନିକଟରେ ଆବେଦନ କରିଛ। ତେଣୁ ତୁମ୍ଭେ ତାହାଙ୍କ ନିକଟକୁ ଯିବ।”
ଶିଷ୍ୟମାନଙ୍କ ସହିତ ଯୀଶୁ
8 ଏହା ପରେ ଯୀଶୁ ନଗର ନଗର, ଗାଁ ଗାଁ ବୁଲି ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ଲୋକମାନଙ୍କୁ ଶୁଣାଇଲେ। ତାହାଙ୍କ ସହିତ ବାରଜଣ ପ୍ରେରିତ ମଧ୍ୟ ରହିଥିଲେ। 2 କେତେକ ସ୍ତ୍ରୀଲୋକ ମଧ୍ୟ ତାହାଙ୍କ ସାଙ୍ଗରେ ଥିଲେ। ସେମାନଙ୍କୁ ଯୀଶୁ ଦୁଷ୍ଟାତ୍ମା କବଳରୁ ତଥା ରୋଗରୁ ମୁକ୍ତ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣକର ନାଁ ଥିଲା ମରିୟମ। ସେ ମଗ୍ଦଲା ସହରର ବାସିନ୍ଦା ଥିଲେ। ତା’ଠାରୁ ସାତୋଟି ଭୂତ ବାହାର କରା ଯାଇଥିଲା। 3 ହେରୋଦଙ୍କ ଗୁମାସ୍ତା ଖୂଜାଙ୍କ ସ୍ତ୍ରୀ ଯୋହାନା, ଶୋଶାନ୍ନା, ପୁଣି ଏହିଭଳି ଆହୁରି ଅନେକ ସ୍ତ୍ରୀ ଲୋକ ମଧ୍ୟ ଯାଉଥିଲେ। ସେହି ସ୍ତ୍ରୀ ଲୋକମାନେ ଯୀଶୁ ଓ ତାହାଙ୍କ ପ୍ରେରିତମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କ ନିଜ ଟଙ୍କା ଖର୍ଚ୍ଚ କରୁଥିଲେ।
ବିହନ ବୁଣା ଦୃଷ୍ଟାନ୍ତ(A)
4 ବହୁ ଲୋକ ଆସି ଜମା ହୋଇଗଲେ। ପ୍ରତ୍ୟେକ ନଗରରୁ ଲୋକେ ଯୀଶୁଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ:
5 “ଜଣେ କୃଷକ ବୀଜ ବୁଣିବାକୁ ବାହାରିଲା। ସେ ବୀଜ ବୁଣିଲା ବେଳେ କିଛି ବୀଜ ରାସ୍ତା କଡ଼ରେ ଯାଇ ପଡ଼ିଲା। ଏହି ବୀଜଗୁଡ଼ିକ ଲୋକଙ୍କ ପାଦରେ ଚକଟି ହୋଇଗଲା ଓ ଚଢ଼େଇମାନେ ସେଗୁଡ଼ିକୁ ଖାଇଗଲେ। 6 କିଛି ବୀଜ ପଥର ଉପରେ ପଡ଼ିଲା ସେଥିରୁ ଗଜା ବାହାରିଲା କିନ୍ତୁ ଜଳ ଅଭାବରୁ ମରିଗଲା। 7 କିଛି ବୀଜ କଣ୍ଟା ବୁଦାରେ ପଡ଼ିଲା। ବୀଜ ଗଜାହୋଇ ଗଛ ବଢ଼ିଲା। କିନ୍ତୁ କଣ୍ଟା ବୁଦା ମଧ୍ୟ ତା’ ସହିତ ବଢ଼ିଲା ଓ ଶେଷରେ ତାକୁ ଗ୍ଭପି ପକାଇଲା। 8 ଅନ୍ୟ ବୀଜତକ ଭଲ ମାଟିରେ ପଡ଼ିଲା। ତାହା ଗଛ ହୋଇ ବଢ଼ିଲା। ଏଥିରୁ ଶହେ ଗୁଣ ଅଧିକ ଶସ୍ୟ ମିଳିଲା।”
ଏହି ଦୃଷ୍ଟାନ୍ତ କରିସାରି ଯୀଶୁ ବଡ଼ ପାଟିରେ କହିଲେ, “ତୁମ୍ଭମାନଙ୍କର ଯଦି କାନ ଅଛି, ତେବେ ଶୁଣ।”
9 ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଏହି ଦୃଷ୍ଟାନ୍ତର ଅର୍ଥ କ’ଣ?”
10 ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟର ନିଗୁଢ଼ ବିଷୟ ଜାଣିବା ପାଇଁ ତୁମ୍ଭେ ବଛା ହୋଇଛ। କିନ୍ତୁ ଅନ୍ୟମାନଙ୍କୁ ଏହି ରହସ୍ୟ ବିଷୟରେ କହିବାକୁ ମୁଁ ଦୃଷ୍ଟାନ୍ତ ବ୍ୟବହାର କରୁଛି। ମୁଁ ଏହା କରୁଛି
‘ଯେପରି କି ସେମାନେ ଗ୍ଭହୁଁଥିଲେ ମଧ୍ୟ
ଦେଖି ପାରିବେନି,
ଏବଂ ଶୁଣୁଥିଲେ ମଧ୍ୟ
ବୁଝି ପାରିବେ ନାହିଁ।’(B)
ବିହନବୁଣା ଦୃଷ୍ଟାନ୍ତର ଅର୍ଥ(C)
11 “ଦୃଷ୍ଟାନ୍ତର ଏହା ହିଁ ଅର୍ଥ: “ବୀଜ ହେଉଛି ପରମେଶ୍ୱରଙ୍କ ଉପଦେଶ। 12 ଯେଉଁ ବୀଜ ରାସ୍ତା କଡ଼ରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି, କିନ୍ତୁ ତା’ପରେ ଶୟତାନ ଆସେ ତାହାଙ୍କ ହୃଦୟରୁ ଉପଦେଶ ବାହାର କରି ନେଇଯାଏ। ତେଣୁ ସେହି ଲୋକମାନେ ବିଶ୍ୱାସ କରି ନ ପାରି ଉଦ୍ଧାର ପାଆନ୍ତି ନାହିଁ। 13 ଯେଉଁ ବୀଜ ପଥର ଉପରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ଶୁଣନ୍ତି ଓ ଆନନ୍ଦରେ ତାହା ଗ୍ରହଣ କରନ୍ତି। କିନ୍ତୁ ତା’ର ଚେର ସେହି ଲୋକମାନଙ୍କ ହୃଦୟ ମଧ୍ୟରେ ଗଭୀରକୁ ପ୍ରବେଶ କରିପାରେ ନାହିଁ। ସେମାନେ କିଛି ସମୟ ପର୍ଯ୍ୟନ୍ତ ବିଶ୍ୱାସ କରନ୍ତି, କିନ୍ତୁ ପରୀକ୍ଷାର ସମୟ ଆସିଲେ ସେମାନେ ବିଶ୍ୱାସ କରିବା ବନ୍ଦ କରନ୍ତି। ସେମାନେ ବିଶ୍ୱାସ ହରେଇ ବସନ୍ତି ଓ ପରମେଶ୍ୱରଙ୍କଠାରୁ ଦୂରେଇ ଯାଆନ୍ତି।
14 “ଯେଉଁ ବୀଜ କଣ୍ଟା ବୁଦାରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି କିନ୍ତୁ ଚିନ୍ତା, ଧନ, ସମ୍ପତ୍ତି, ଜୀବନର ଭୋଗ ବିଳାସ ଆଦି ସେମାନଙ୍କୁ ବଢ଼ିବାରୁ ବାଧାଦିଏ। ତା’ ଫଳରେ ସେଥିରୁ ଭଲ ଫଳ ମିଳି ପାରେ ନାହିଁ। 15 ଏବଂ ଯେଉଁ ବୀଜ ଭଲ ମାଟିରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ସ୍ୱଚ୍ଛ ଓ ପବିତ୍ର ହୃଦୟରେ ଶୁଣନ୍ତି, ତାହା ହୃଦୟରେ ଗ୍ରହଣ କରନ୍ତି, କାର୍ଯ୍ୟରେ ପାଳନ କରନ୍ତି ଓ ଧୈର୍ଯ୍ୟ ପୂର୍ବକ ଉତ୍ତମ ଫଳ ଫଳନ୍ତି।
2010 by World Bible Translation Center