Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 38

ଦାଉଦଙ୍କ ସ୍ମରଣୀୟ ଗୀତ।

38 ହେ ସଦାପ୍ରଭୁ, ମୋତେ ଆପଣା କୋପରେ ଅନୁଯୋଗ କର ନାହିଁ।
    କିଅବା ମୋତେ ତୁମ୍ଭେ କ୍ରୋଧାନ୍ୱିତ ହୋଇ ଦଣ୍ଡ ଦିଅ ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଘାତ କରିଛ।
    ତୁମ୍ଭର ତୀର ମୋର ଅନ୍ତଃସ୍ଥଳକୁ ବିଦ୍ଧ କରିଛି।
ତୁମ୍ଭେ ମୋତେ ଦଣ୍ଡ ଦେଲ।
ବର୍ତ୍ତମାନ ମୋର ସମସ୍ତ ଶରୀର କମ୍ପୁଅଛି।
    ମୋର ପାପ ଲାଗି ତୁମ୍ଭେ ମୋତେ ଦଣ୍ଡ ଦେଲ, ତେଣୁ ମୋର ଅସ୍ଥିରେ କିଛି ଆରାମ ନାହିଁ।
ମୁଁ ପାପ କରିଛି, ମନ୍ଦକାର୍ଯ୍ୟ କରି ସେହି ପାପ ମୋତେ ଓଜନ ଲାଗୁଛି।
    ମୁଁ ଅତ୍ୟନ୍ତ ଲଜ୍ଜିତ।
    ମୁଁ ମୁଣ୍ଡ ଉପରକୁ ଟେକିପାରୁ ନାହିଁ।
ମୁଁ ଏକ ମୂର୍ଖାମୀ କାର୍ଯ୍ୟ କରିଛି।
    ମୋର ଅଜ୍ଞାନତା ଯୋଗୁଁ ମୋର କ୍ଷତ ସବୁ ଦୁର୍ଗନ୍ଧ ଓ ବିକୃତ ହୋଇଛି।
ମୁଁ ଆଜି ନଇଁ ଯାଇଛି।
    ଭାଙ୍ଗି ପଡ଼ିଛି, ସାରାଦିନ ମୁଁ ବ୍ୟଥିତ ହୋଇଛି।
ମୋର ଶରୀର ଜ୍ୱାଳାରେ ପରିପୂର୍ଣ୍ଣ ଥିଲା।
    ମୋର ସମସ୍ତ ଶରୀର ଯନ୍ତ୍ରଣାରେ ଛଟପଟ ହେଉଥିଲା।
ମୋତେ ଏତେ କଷ୍ଟ ହେଉଥିଲା, ମୁଁ କିଛି ଅନୁଭବ କରିପାରୁ ନ ଥିଲି।
    ମୁଁ ହୃଦୟର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରୁଥିଲି।
ହେ ମୋର ପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନା ଶୁଣିଲ।
    ତୁମ୍ଭେ ମୋର ଆର୍ତ୍ତନାଦ ଶୁଣିଲ।
10 ମୋର ହୃଦୟ ବିଦୀର୍ଣ୍ଣ ହେଉଅଛି।
    ମୋର ବଳସବୁ କ୍ଷୀଣ ହୋଇଗଲାଣି ଓ ମୁଁ ଅନ୍ଧ ହୋଇଯାଉଛି।
11 ମୋର ରୋଗ ଯୋଗୁଁ ମୋର ବନ୍ଧୁ ଓ ପଡ଼ୋଶୀମାନେ ମୋତେ ଦେଖା କରିବାକୁ ଆସନ୍ତି ନାହିଁ।
    ମୋର ପରିବାରବର୍ଗ ମୋ’ଠାରୁ ଦୂରେଇ ରହନ୍ତି।
12 ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି।
    ସେମାନେ ମିଛ ଓ ଗୁଜବ ସୃଷ୍ଟି କରନ୍ତି।
    ସେମାନେ ସବୁବେଳେ ମୋ’ ବିଷୟରେ ଆଲୋଚନା କରନ୍ତି।
13 ମୁଁ ଏକ ବଧିର ବ୍ୟକ୍ତି ତୁଲ୍ୟ, ଯିଏ ଶୁଣିପାରେ ନାହିଁ।
    ମୁଁ ଏକ ମୂକ ବ୍ୟକ୍ତି ତୁଲ୍ୟ, ଯିଏ କଥା କହିପାରେ ନାହିଁ।
14 ମୁଁ ଜଣେ ବଧିର ବ୍ୟକ୍ତି ପରି ଯିଏ, ପ୍ରତ୍ୟେକ ଲୋକମାନେ ଯାହା କରନ୍ତି ସର୍ବଦା ଶୁଣିପାରେ ନାହିଁ।
    ମୁଁ ସେମାନଙ୍କ ସହିତ ଯୁକ୍ତି ଏବଂ ପ୍ରମାଣ କରି ପାରିବି ନାହିଁ, କାରଣ ମୋର ଶତ୍ରୁମାନେ ଭୁଲ୍ କରୁଛନ୍ତି।
15 ତେଣୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ନିଶ୍ଚୟ ସହାୟ ହେବ।
    ହେ ପରମେଶ୍ୱର ମୋର ସଦାପ୍ରଭୁ, ତୁମ୍ଭେ ମୋ’ ପାଇଁ ନିଶ୍ଚୟ କହିବ।
16 “ଯଦି ମୁଁ କିଛି କହେ, ମୋର ଶତ୍ରୁମାନେ ମୋତେ ପରିହାସ କରିବେ।
    ସେମାନେ ଦେଖିବେ ଯେ, ମୁଁ ଅସୁସ୍ଥ ଅଛି ଓ କହିବେ ମୁଁ ପାପ କଲି।
    ସେମାନେ କହିବେ, ପରମେଶ୍ୱର ମୋତେ ଦଣ୍ଡ ଦେଉଛନ୍ତି।”
17 ମୁଁ ଜାଣେ ମୁଁ ପାପର ଶାସ୍ତି ଭୋଗୁଛି,
    ମୁଁ ମୋର ଯନ୍ତ୍ରଣାକୁ ଭୁଲିପାରିବି ନାହିଁ।
18 ହେ ସଦାପ୍ରଭୁ, ମୁଁ କହେ, ମୁଁ ଯେଉଁ ମନ୍ଦକାର୍ଯ୍ୟ କରିଛି, ମୁଁ ସ୍ୱୀକାର କରେ ଯାହା ପାପ ମୁଁ କରିଛି।
    ମୁଁ ମୋର ପାପଗୁଡ଼ିକ ପାଇଁ ବାସ୍ତବରେ ଦୁଃଖିତ।
19 ମୋର ଶତ୍ରୁମାନେ ସତେଜ ଓ ବଳବାନ ଅଟନ୍ତି।
    ସେମାନେ ଅନେକ ଥର ମିଥ୍ୟା କହିଛନ୍ତି।
20 ମୋର ଶତ୍ରୁମାନେ ମୋ’ ପ୍ରତି ମନ୍ଦ ଆଚରଣ କରନ୍ତି।
    କିନ୍ତୁ ମୁଁ ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରେ।
ମୁଁ ସବୁବେଳେ ଉତ୍ତମ କାର୍ଯ୍ୟ କରିବାକୁ ଚେଷ୍ଟା କରେ।
    ତଥାପି ସେହି ଲୋକମାନେ ମୋ’ ବିରୁଦ୍ଧରେ ଯାଆନ୍ତି।
21 ହେ ସଦାପ୍ରଭୁ, ମୋତେ ପରିତ୍ୟାଗ କର ନାହିଁ।
    ହେ ମୋର ପରମେଶ୍ୱର ମୋର ନିକଟରେ ରୁହ।
22 ଶୀଘ୍ର ଆସ ଓ ମୋତେ ସାହାଯ୍ୟ କର।
    ହେ ମୋର ପରମେଶ୍ୱର ମୋତେ ଉଦ୍ଧାର କର।

ଗୀତସଂହିତା 119:25-48

ଦାଲତ୍

25 ମୁଁ ମରିବା ବେଳେ ଧୂଳିରେ ଗଡ଼େ।
    ଯେପରି ତୁମ୍ଭର ବାକ୍ୟ ଦ୍ୱାରା ପ୍ରତିଜ୍ଞା କରିଛି, ମୋତେ ବଞ୍ଚିବାକୁ ଦିଅ।
26 ମୁଁ ତୁମ୍ଭକୁ ମୋର ଜୀବନ ବିଷୟରେ କହିଅଛି।
    ଏବଂ ତୁମ୍ଭେ ମୋତେ ଉତ୍ତର ଦେଇଅଛ।
    ବର୍ତ୍ତମାନ ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
27 ତୁମ୍ଭର ନିର୍ଦ୍ଦେଶଗୁଡ଼ିକ ଅନୁସାରେ ମୋତେ ବୁଝିବା ପାଇଁ ସାହାଯ୍ୟ କର।
    ତେବେ ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନ ବିଷୟରେ ଗଭୀରତମ ଭାବିବି।
28 ମୁଁ ଦୁଃଖିତ ଓ କ୍ଳାନ୍ତ ଅଟେ।
    ତୁମ୍ଭର ବାକ୍ୟର ପ୍ରତିଜ୍ଞା ଅନୁସାରେ ମୋତେ ପୁଣି ଶକ୍ତିଶାଳୀ କର।
29 ମୋତେ ମିଥ୍ୟା ଜୀବନ ବିତାଇବାକୁ ଦିଅ ନାହିଁ।
    ଦୟାକରି ମୋତେ ତୁମ୍ଭର ବ୍ୟବସ୍ଥା ଶିଖାଅ।
30 ମୁଁ ତୁମ୍ଭ ନିକଟରେ ବିଶ୍ୱସ୍ତ ହେବା ପାଇଁ ମନୋନୀତ ହୋଇଅଛି।
    ମୁଁ ଯତ୍ନ ସହକାରେ ତୁମ୍ଭର ନ୍ୟାୟପରାୟଣତାକୁ ଶିକ୍ଷା କରିବି।
31 ମୁଁ ତୁମ୍ଭ ବାକ୍ୟ ନିକଟବର୍ତ୍ତୀ ହୋଇ ଅନୁସରଣ କଲି।
    ହେ ସଦାପ୍ରଭୁ, ମୋତେ ନିରାଶ କର ନାହିଁ।
32 ମୁଁ ବହୁ ଆନନ୍ଦ ସହକାରେ ତୁମ୍ଭର ଆଦେଶସବୁ ମାନିବି,
    ଯେତେବେଳେ ତୁମ୍ଭେ ମୋର ବୁଝିବା ଶକ୍ତିକୁ ପ୍ରଶସ୍ତ କରିବ।

ହେ

33 ହେ ସଦାପ୍ରଭୁ, ତୁମ୍ଭ ନିୟମ ଦ୍ୱାରା ମୋତେ କିପରି ବଞ୍ଚିବାକୁ ହେବ ଶିଖାଅ
    ଏବଂ ତାକୁ ଅନୁସରଣ କଲେ ମୋର ପୁରସ୍କାର ହେବ।
34 ସେସବୁକୁ ବୁଝିବା ପାଇଁ ମୋତେ ସାହାଯ୍ୟ କର।
    ଏବଂ ମୁଁ ତୁମ୍ଭର ଶିକ୍ଷା ମାନିବି।
    ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତାହାକୁ ପାଳନ କରିବି।
35 ସଦାପ୍ରଭୁ ତୁମ୍ଭର ନିର୍ଦ୍ଦେଶ ପଥରେ ମୋତେ ଆଗେଇ ନିଅ।
    ମୁଁ ବାସ୍ତବରେ ସେହିପରି ଜୀବନ ବିତାଇବା ପାଇଁ ବହୁତ ଭଲପାଏ।
36 ମୋତେ ଧନୀ ହେବା ପରିବର୍ତ୍ତେ
    ମୋତେ ବାକ୍ୟ ବିଷୟରେ ବୁଝିବା ପାଇଁ ସାହାଯ୍ୟ କର।
37 ସଦାପ୍ରଭୁ ଅସାର ବସ୍ତୁ ମୋତେ ଦେଖିବାକୁ ଦିଅ ନାହିଁ।
    ତୁମ୍ଭ ପଥରେ ଗ୍ଭଲିକି ମୋତେ ଜୀବନ ଖୋଜିବାକୁ ଦିଅ।
38 ତୁମ୍ଭେ ଆପଣା ଦାସ ପାଇଁ ଯାହା ପ୍ରତିଜ୍ଞା କରିଅଛ, ତାହା କର।
    ତେଣୁ ଲୋକମାନେ ତୁମ୍ଭକୁ ସମ୍ମାନ କରିବେ।
39 ସଦାପ୍ରଭୁ, ଅପମାନକୁ ଦୂରେଇ ନିଅ ଯାହାକୁ ମୁଁ ଭୟ କରେ।
    ତୁମ୍ଭର ବିଜ୍ଞ ନିଷ୍ପତ୍ତି ଉତ୍ତମ।
40 ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶ ସବୁକୁ ଭଲପାଏ।
    ତୁମ୍ଭର ଧର୍ମରେ ମୋତେ ବଞ୍ଚିବାକୁ ଦିଅ।

ବୌ

41 ହେ ସଦାପ୍ରଭୁ, ମୋ’ ପ୍ରତି ତୁମ୍ଭର ପ୍ରେମ ପ୍ରଦର୍ଶନ କର।
    ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ପରିତ୍ରାଣ କର।
42 ତହିଁରେ ମୁଁ ସେମାନଙ୍କୁ ଉତ୍ତର ଦେବି,
    ଯେଉଁମାନେ ମୋତେ ଅପମାନିତ କରୁଥିଲେ।
    ହେ ସଦାପ୍ରଭୁ, ବାସ୍ତବରେ ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
43 ମୋତେ ତୁମ୍ଭର ସତ୍ୟ ଶିକ୍ଷା ବିଷୟରେ କହିବାକୁ ଦିଅ।
    ମୁଁ ତୁମ୍ଭର ବୁଦ୍ଧିମାନ ବାକ୍ୟରେ ନିର୍ଭର କରେ।
44 ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭର ଶିକ୍ଷା ଅନୁସରଣ କରିବି।
45 ତେଣୁ ମୁଁ ମୁକ୍ତ ହେବି,
    କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଅନୁସରଣ କରିବାକୁ ଚେଷ୍ଟା କରେ।
46 ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ୟ ବିଷୟରେ ଆଲୋଚନା କରିବି।
    ଏବଂ ମୁଁ ଲଜ୍ଜିତ ହେବି ନାହିଁ।
47 ମୁଁ ତୁମ୍ଭର ନୀତି ଆଦେଶମାନ ମାନି ବହୁତ ଖୁସୀ।
    ହେ ସଦାପ୍ରଭୁ, ମୁଁ ତୁମ୍ଭର ଆଜ୍ଞାସମୂହ ସ୍ନେହ କରିଅଛି।
48 ମୁଁ ତୁମ୍ଭର ଆଦେଶଗୁଡ଼ିକୁ ପ୍ରଶଂସା କରେ, ଯେଉଁଗୁଡ଼ିକ କି ମୁଁ ଭଲପାଏ।
    ଏବଂ ମୁଁ ତୁମ୍ଭର ବ୍ୟବସ୍ଥାସବୁ ଧ୍ୟାନ କରିବି।

Error: Book name not found: Sir for the version: Odia Holy Bible: Easy-to-Read Version
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 8

ସପ୍ତମ ମୁଦ୍ରା

ମେଷଶାବକ ସପ୍ତମ ମୁଦ୍ରା ଖୋଲିଲେ। ସେତେବେଳେ ସ୍ୱର୍ଗରେ ଅଧଘଣ୍ଟା ପର୍ଯ୍ୟନ୍ତ ନୀରବତା ଥିଲା। ତା’ପରେ ମୁଁ ପରମେଶ୍ୱରଙ୍କ ସାମନାରେ ସାତ ଜଣ ସ୍ୱର୍ଗଦୂତଙ୍କୁ ଠିଆ ହୋଇଥିବାର ଦେଖିଲି। ସେମାନଙ୍କୁ ସାତୋଟି ତୂରୀ ଦିଆଗଲା।

ଆଉ ଜଣେ ଦୂତ ଆସି ବେଦୀ ପାଖରେ ଠିଆ ହେଲେ। ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର ପ୍ରାର୍ଥନା ସହିତ ପ୍ରଚୁର ସୁଗନ୍ଧି ଧୂପ, ସୁନାର ବଳିବେଦୀ ଉପରେ ଅର୍ପଣ କରିବା ନିମନ୍ତେ ତାହାଙ୍କ ହାତରେ ଗୋଟିଏ ସୁନାର ଧୂପଦାନୀ ଥିଲା। ସ୍ୱର୍ଗଦୂତ ଏହି ପ୍ରାର୍ଥନାଯୁକ୍ତ ଧୂପକୁ ବେଦୀ ଉପରେ ପକାନ୍ତେ ତାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉପରକୁ ଉଠିଲା। ତା’ପରେ ଦୂତ ବେଦୀର ଅଗ୍ନି ନେଇ ଧୂପଦାନୀ ପୂର୍ଣ୍ଣ କଲେ ଓ ତାହା ପୃଥିବୀ ଉପରକୁ ନିକ୍ଷେପ କଲେ। ତେଣୁ ସେଠାରେ ବଜ୍ରପାତ, ମେଘ ଘଡ଼ଘଡ଼ି, ବିଜୁଳି, କୋଳାହଳ ଓ ଭୂମିକମ୍ପ ହେଲା।

ସାତ ଜଣ ସ୍ୱର୍ଗ ଦୂତଙ୍କର ତୂରୀନାଦ

ତା’ପରେ ସାତ ଜଣ ସ୍ୱର୍ଗଦୂତ ସାତୋଟି ତୂରୀ ଧରି ବଜାଇବାକୁ ପ୍ରସ୍ତୁତ ହେଲେ।

ପ୍ରଥମ ସ୍ୱର୍ଗଦୂତ ତାହାଙ୍କ ତୂରୀ ବଜାଇଲେ। ଏହା ଦ୍ୱାରା ପୃଥିବୀ ଉପରେ ରକ୍ତ ମିଶ୍ରିତ ଅଗ୍ନି ଓ ଶିଳାବୃଷ୍ଟି ହେଲା। ଏହି କାରଣରୁ ପୃଥିବୀର ଏକ ତୃତୀୟାଂଶରେ ନିଆଁ ଲାଗି ଏକ ତୃତୀୟାଂଶ ବୃକ୍ଷ ଓ ସବୁଜ ଘାସସବୁ ପୋଡ଼ିଗଲା।

ଦ୍ୱିତୀୟ ସ୍ୱର୍ଗଦୂତ ତୂରୀ ବଜାଇଲା ପରେ ଗୋଟିଏ ବୃହତ୍ ଜ୍ୱଳନ୍ତ ପର୍ବତ ପରି ଦିଶୁଥିବା ଏକ ବସ୍ତୁ ସମୁଦ୍ରରେ ପଡ଼ିଲା। ଏହା ଦ୍ୱାରା ସମୁଦ୍ରର ଏକ ତୃତୀୟାଂଶ ଜଳ ରକ୍ତରେ ପୂର୍ଣ୍ଣ ହୋଇଗଲା। ସମୁଦ୍ରରେ ଥିବା ଏକ ତୃତୀୟାଂଶ ଜୀବନ୍ତ ପ୍ରାଣୀ ମରିଗଲେ ଓ ଏକ ତୃତୀୟାଂଶ ଜାହାଜ ନଷ୍ଟ ହୋଇଗଲା।

10 ଯେତେବେଳେ ତୃତୀୟ ସ୍ୱର୍ଗଦୂତ ତୂରୀ ବଜାଇଲେ, ସେତେବେଳେ ଏକ ପ୍ରକାଣ୍ଡ ତାରା ମଶାଲପରି ଜଳୁଥିବା ଅବସ୍ଥାରେ ଆକାଶରୁ ଖସିପଡ଼ିଲା। ଏହା ଏକ ତୃତୀୟାଂଶ ନଦୀ ଓ ଏକ ତୃତୀୟାଂଶ ଜଳ ନିର୍ଝର ଗୁଡ଼ିକ ଉପରେ ପଡ଼ିଲା। 11 ସେହି ତାରାର ନାମ ‘ନାଗଦଅଣା’ ଥିଲା। ଏହା ଦ୍ୱାରା ପୃଥିବୀର ଏକ ତୃତୀୟାଂଶ ଜଳଭାଗ ପିତା ହୋଇଗଲା। ଏହି ପିତା ଜଳ ପାନକରି ଅନେକ ଲୋକ ମୃତ୍ୟୁବରଣ କଲେ।

12 ଯେତେବେଳେ ଚତୁର୍ଥ ଦୂତ ତୂରୀ ବଜାଇଲେ, ଏକତୃତୀୟାଂଶ ସୂର୍ଯ୍ୟ, ଏକତୃତୀୟାଂଶ ଚନ୍ଦ୍ର ଓ ଏକତୃତୀୟାଂଶ ନକ୍ଷତ୍ରଗୁଡ଼ିକ ଆଘାତ ପାଇଲେ। ତେଣୁ ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଅନ୍ଧକାରମୟ ହୋଇଗଲା। ଦିନ ଓ ରାତ୍ରିର ଏକ ତୃତୀୟାଂଶ ଆଲୋକବିହୀନ ହେଲା।

13 ମୁଁ ସେତେବେଳେ ଗୋଟିଏ ଉତ୍କ୍ରୋଶ ପକ୍ଷୀକୁ ଆକାଶର ଉପରଭାଗରେ ଉଡ଼ୁଥିବାର ଦେଖିଲି, ସେ ଖୁବ୍ ଜୋର୍‌‌ରେ କହିଲା, “ହାୟ, ହାୟ! ପୃଥିବୀ ନିବାସୀମାନଙ୍କ ଉପରେ ଭୟଙ୍କର କ୍ଳେଶ ଆସୁଅଛି। କାରଣ ଆହୁରି ତିନି ଜଣ ଦୂତ ତୂରୀ ବଜାଇବାକୁ ଯାଉଅଛନ୍ତି।”

ଲୂକ ଲିଖିତ ସୁସମାଗ୍ଭର 10:17-24

ଶୟତାନର ପତନ

17 ଯେତେବେଳେ ବାସ୍ତରି [a] ଜଣ ସେମାନଙ୍କ ଭ୍ରମଣରୁ ଫେରି ଆସିଲେ, ସେମାନେ ବହୁତ ଖୁସୀ ଥିଲେ। ସେମାନେ କହିଲେ, “ପ୍ରଭୁ, ଆମ୍ଭେମାନେ ଯେତେବେଳେ ଆପଣଙ୍କ ନାମ ନେଇ ଆଜ୍ଞା ଦେଲୁ, ସେତେବେଳେ ଏପରିକି ଭୂତମାନେ ମଧ୍ୟ ଆମ୍ଭମାନଙ୍କ କଥା ମାନିଲେ।”

18 ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ମୁଁ ଶୟତାନକୁ ଆକାଶରୁ ବିଜୁଳି ଭଳି ଖସିଥିବାର ଦେଖିଛି। 19 ଶୁଣ! ସାପ ଓ କଙ୍କଡ଼ାବିଛାମାନଙ୍କୁ ପାଦତଳେ ଦଳି ଦେବାକୁ ମୁଁ ତୁମ୍ଭମାନଙ୍କୁ ଶକ୍ତି ଦେଇଛି। ମୁଁ ତୁମ୍ଭମାନଙ୍କ ଶତ୍ରୁ ପାଖରେ ଥିବା ଶକ୍ତିଠାରୁ ଅଧିକ ଶକ୍ତି ଦେଇଛି। ତୁମ୍ଭମାନଙ୍କର କେହି କିଛି କ୍ଷତି କରି ପାରିବ ନାହିଁ। 20 ହଁ, ଆତ୍ମାମାନେ ତୁମ୍ଭମାନଙ୍କ କଥା ମାନୁଛନ୍ତି। ତୁମ୍ଭେମାନେ ଖୁସୀ ହୁଅ, କାରଣ ତୁମ୍ଭମାନଙ୍କ ପାଖରେ ଏ ଶକ୍ତି ଥିବା ଯୋଗୁଁ ନୁହେଁ, ବରଂ ତୁମ୍ଭମାନଙ୍କ ନାମ ସ୍ୱର୍ଗରେ ଲେଖା ହୋଇଥିବା ଯୋଗୁଁ ଖୁସୀ ହୁଅ।”

ଯୀଶୁ ପରମପିତାଙ୍କୁ ପ୍ରାର୍ଥନା କଲେ(A)

21 ତ’ପରେ ପବିତ୍ରଆତ୍ମା ଯୀଶୁଙ୍କୁ ଅତ୍ୟନ୍ତ ଆନନ୍ଦିତ କରାଇଲେ। ଯୀଶୁ କହିଲେ, “ହେ ପରମପିତା! ହେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମ୍ଭକୁ ପ୍ରଶଂସା କରୁଛି। କାରଣ ତୁମ୍ଭେ ଏହି କଥାଗୁଡ଼ିକୁ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଚେଇ ରଖିଥିଲେ ମଧ୍ୟ ଶିଶୁମାନଙ୍କ ପରି ଲୋକମାନଙ୍କୁ ଦେଖାଇଛ। ହେ ପରମ ପିତା! ତୁମ୍ଭେ ଏହା ପ୍ରକୃତରେ କରିବାକୁ ଗ୍ଭହୁଁଥିଲ ବୋଲି ତୁମ୍ଭେ ଏହା କଲ।

22 “ମୋର ପରମପିତା ମୋତେ ସବୁକିଛି ଦେଇଛନ୍ତି। ପୁତ୍ର କିଏ ଏହା ପରମପିତାଙ୍କ ବ୍ୟତୀତ ଅନ୍ୟ କେହି ଜାଣନ୍ତି ନାହିଁ। ଏବଂ ପରମପିତା କିଏ ଏହା ପୁତ୍ରଙ୍କ ଛଡ଼ା କେହି ଜାଣନ୍ତି ନାହିଁ। କେବଳ ସେହିମାନେ ପରମପିତାଙ୍କ ବିଷୟରେ ଜାଣି ପାରିବେ, ଯେଉଁମାନଙ୍କୁ ତାହା ଜଣାଇବା ନିମନ୍ତେ ପୁତ୍ର ସ୍ୱୟଂ ବାଛିବେ।”

23 ତା’ପରେ ଯୀଶୁ ଶିଷ୍ୟମାନଙ୍କ ଆଡ଼କୁ ମୁହଁ ବୁଲାଇଲେ। ଯୀଶୁଙ୍କ ସହିତ ସେଠାରେ କେବଳ ତାହାଙ୍କ ଶିଷ୍ୟମାନେ ରହିଥିଲେ। ଯୀଶୁ କହିଲେ, “ତୁମ୍ଭେମାନେ ଧନ୍ୟ, ଯେହେତୁ ତୁମ୍ଭେମାନେ ଏହିସବୁ ବିଷୟ ଦେଖିଲ। 24 ମୁଁ ତୁମ୍ଭମାନଙ୍କୁ କହୁଛି, ତୁମ୍ଭେମାନେ ଏବେ ଯାହା ଦେଖୁଛ, ତାହା ଦେଖିବା ପାଇଁ ଅନେକ ଭବିଷ୍ୟ‌ଦ୍‌ବକ୍ତା ଓ ରାଜା ଗ୍ଭହିଁଥିଲେ। କିନ୍ତୁ ସେମାନେ ଏସବୁ ଦେଖି ପାରି ନ ଥିଲେ। ତୁମ୍ଭେମାନେ ଏବେ ଯାହା ଶୁଣୁଛ, ତାହା ଶୁଣିବା ପାଇଁ ଅନେକ ଭବିଷ୍ୟ‌ଦ୍‌ବକ୍ତା ଓ ରାଜା ଗ୍ଭହିଁଥିଲେ। କିନ୍ତୁ ସେମାନେ ଏସବୁ ଶୁଣି ପାରି ନ ଥିଲେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center