Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କ ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ନିବେଦନ କରିଥିଲେ।
18 ସେ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଶକ୍ତିସ୍ୱରୂପ,
ମୁଁ ତୁମ୍ଭକୁ ଭଲ ପାଏ।”
2 ହେ ସଦାପ୍ରଭୁ, ତୁମ୍ଭେ ମୋର ଶୈଳ, ମୋ’ ନିରାପତ୍ତାରେ ଆଶ୍ରୟସ୍ଥଳ।
ମୋର ପରମେଶ୍ୱର ମୋ’ ପାଇଁ ଶୈଳ ସଦୃଶ ଦୃଢ଼।
ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ଯାଏ।
ପରମେଶ୍ୱର ମୋର ଢାଲ ସଦୃଶ।
ତାଙ୍କର ଶକ୍ତି ମୋର ରକ୍ଷା ଶୃଙ୍ଗ।
ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଲୁଚିବା ସ୍ଥାନର ଆଶ୍ରୟସ୍ଥଳ।
3 ସେମାନେ ମୋତେ ପରିହାସ କଲେ,
କିନ୍ତୁ ଯେତେବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି,
ସେ ମୋତେ ମୋର ଶତ୍ରୁମାନଙ୍କଠାରୁ ରକ୍ଷା କଲେ।
4 ମୋର ଶତ୍ରୁମାନେ ଯେତେବେଳେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, ମୃତ୍ୟୁର ରଶି ମୋତେ ସେତେବେଳେ ବାନ୍ଧିବାକୁ ଯାଉଥିଲା ମୋର ଗ୍ଭରିଆଡ଼ୁ।
ମୁଁ ବନ୍ୟାରେ କବଳିତ ହୋଇ ମୃତ୍ୟୁ ଆଡ଼କୁ ଭାସି ଗ୍ଭଲିଥିଲି,
5 କବରର ରଶି ମୋର ଗ୍ଭରିଆଡ଼େ ଥିଲା,
ମୃତ୍ୟୁର ଯନ୍ତା ମୋ’ ସମ୍ମୁଖରେ ଥିଲା।
6 ସେହି ଯନ୍ତାରେ ପଡ଼ି ସହାୟତା ପାଇଁ ମୁଁ ସଦାପ୍ରଭୁଙ୍କୁ ଡାକିବାକୁ ଲାଗିଲି।
ହଁ, ମୁଁ ମୋର ପରମେଶ୍ୱରଙ୍କୁ ଡାକିଲି,
ସେ ଆପଣା ମନ୍ଦିରରେ ଥାଇ ମୋ’ ଡାକ ଶୁଣିଲେ।
ସେ ମୋର ସହାୟତା ପାଇଁ ଆର୍ତ୍ତନାଦ ଶୁଣିବାକୁ ପାଇଲେ।
7 ସେତିକି ବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା।
ସ୍ୱର୍ଗରାଜ୍ୟର ଭିତ୍ତିଭୂମି ଥରି ଉଠିଲା, କାରଣ ସଦାପ୍ରଭୁ କ୍ରୋଧିତ ହେଲେ।
8 ତାଙ୍କ ନାକରୁ ଧୂଆଁ ନିର୍ଗତ ହେଲା।
ଜ୍ୱଳନ୍ତ ଅଗ୍ନିଶିଖା ତାଙ୍କ ମୁଖରୁ ବାହାରିଲା।
ଜ୍ୱଳନ୍ତା ଅଙ୍ଗାର ସବୁ ତାଙ୍କଠାରୁ ନିର୍ଗତ ହେବାକୁ ଲାଗିଲା।
9 ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକୁ ଓହ୍ଲାଇ ଆସିଲେ।
ସେ ଘନ ଅନ୍ଧକାର ବାଦଲ ଖଣ୍ଡ ଉପରେ ଦଣ୍ଡାୟମାନ ହେଲେ।
10 ସଦାପ୍ରଭୁ ସେହି ଆକାଶ ବକ୍ଷର ଉଚ୍ଚରେ କିରୂବଦୂତମାନଙ୍କ ସହିତ ଉଡ଼ିବାକୁ ଲାଗିଲେ।
ସେ ବାୟୁର ଗତିରେ ଉଡ଼ିବାକୁ ଲାଗିଲେ।
11 ପରମେଶ୍ୱର କଳା, ଘନ ବାଦଲଖଣ୍ଡ ଭିତରେ ଲୁଚି ଗଲେ।
ସତେ ଯେମିତି ଏକ ଘନ ଅନ୍ଧକାର ଏକ ତମ୍ବୁ ଭିତରେ ଲୁଚି ରହିଲେ।
ସେ ଘନ ବିଜୁଳିଯୁକ୍ତ ମେଘ ଖଣ୍ଡ ଭିତରେ ଲୁଚି ଗଲେ।
12 ତା’ପରେ ସଦାପ୍ରଭୁଙ୍କ ଜ୍ୟୋତିରୁ ଉଜ୍ଜ୍ୱଳ ଆଲୋକ ମେଘଖଣ୍ଡ ଦେଇ ନିର୍ଗତ ହେଲା।
ତାହା ଆକାଶ ମଧ୍ୟରେ ବିଜୁଳିର ଆଲୋକ ପରି ଆଲୋକିତ ହୋଇ ଉଠିଲା।
13 ସଦାପ୍ରଭୁ ଆକାଶ ମଧ୍ୟରୁ ଗର୍ଜନ କଲେ।
ସର୍ବୋପରିସ୍ଥ ସେ ଆପଣା ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ।
14 ସଦାପ୍ରଭୁ ଆପଣା ବାଣ ପ୍ରୟୋଗ କଲେ ଓ ଶତ୍ରୁମାନଙ୍କୁ ବିନାଶ କଲେ।
ସେ ବିଜୁଳି ମାରି ସେମାନଙ୍କୁ ଉଚ୍ଛିନ୍ନ କଲେ।
ଲୋକେ ବୁଝି ପାରିଲେ ନାହିଁ କ’ଣ ସବୁ ଘଟୁଛି।
15 ହେ ସଦାପ୍ରଭୁ, ତୁମ୍ଭେ ଚିତ୍କାର କରି ତୁମ୍ଭର ଆଦେଶ ଘୋଷଣା କଲ
ଓ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା।
ହଠାତ୍ ସମୁଦ୍ର ଗର୍ଭର ଜଳ ଅପସାରିତ ହୋଇ ସମୁଦ୍ରର ନିମ୍ନ ଭାଗ ଦିଶିବାକୁ ଲାଗିଲା।
ଆମ୍ଭେ ପୃଥିବୀର ଆଭ୍ୟନ୍ତରର ଭିତ୍ତି ଭୂମିକୁ ଦେଖିବାକୁ ଲାଗିଲୁ।
16 ସଦାପ୍ରଭୁ ଊର୍ଦ୍ଧ୍ୱରୁ ହସ୍ତ ବଢ଼ାଇ ମୋତେ ଉଦ୍ଧାର କଲେ।
ସେ ମୋତେ ସେହି ଗଭୀର ଜଳରୁ ହାତ ବଢ଼ାଇ ଟେକି ଆଣିଲେ।
17 ମୋର ଶତ୍ରୁମାନେ ମୋ’ଠାରୁ ଶକ୍ତିଶାଳୀ ଥିଲେ।
ସେମାନେ ମୋତେ ଘୃଣା କରୁଥିଲେ।
ମୋର ଶତ୍ରୁମାନେ ମୋ’ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲେ।
ତେଣୁ ପରମେଶ୍ୱର ମୋତେ ରକ୍ଷା କଲେ।
18 ମୁଁ ବିପଦରେ ପଡ଼ିଥିଲି ମୋର ଶତ୍ରୁମାନେ ମୋତେ ଆକ୍ରମଣ କରୁଥିଲେ,
କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କରିବାକୁ ସେଠାରେ ଉପସ୍ଥିତ ହେଲେ।
19 ସଦାପ୍ରଭୁ ମୋତେ ଭଲ ପାଆନ୍ତି।
ତେଣୁ ସେ ମୋତେ ଉଦ୍ଧାର କଲେ, ସେ ମୋତେ ନିରାପଦ ସ୍ଥାନକୁ ନେଇଗଲେ।
20 ମୁଁ ନିରପରାଧ ତେଣୁ ସଦାପ୍ରଭୁ ମୋତେ ନିଶ୍ଚୟ ମୋର ପୁରସ୍କାର ଦେବେ।
ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
21 କାରଣ ମୁଁ ସଦାପ୍ରଭୁଙ୍କ ଆଦେଶକୁ ପାଳନ କରେ।
ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ କୌଣସି ପାପ କରି ନାହିଁ।
22 ମୁଁ ସବୁବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଛି।
ମୁଁ ତାଙ୍କ ବ୍ୟବସ୍ଥାଗୁଡ଼ିକୁ ପାଳନ କରେ।
23 ମୁଁ ତାଙ୍କ ଉଦ୍ଦେଶ୍ୟରେ ପବିତ୍ର ତଥା ସତ୍ ଚରିତ୍ର ଥିଲି।
ମୁଁ ନିଜକୁ ଅପରାଧ କରିବାକୁ ନିବୃତ୍ତ କଲି।
24 ତେଣୁ ମୋର ସଦାପ୍ରଭୁ ମୋତେ ପୁରସ୍କୃତ କଲେ କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ।
ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
25 ହେ ସଦାପ୍ରଭୁ, ଯଦି କେହି ତୁମ୍ଭକୁ ପ୍ରକୃତରେ ଭଲ ପାଏ, ତୁମ୍ଭେ ନିଶ୍ଚୟ ତାକୁ ଭଲ ପାଇବ।
ଯଦି ଜଣେ ବ୍ୟକ୍ତି ତୁମ୍ଭ ପ୍ରତି ନିର୍ମଳ ଅନୁରକ୍ତି ପ୍ରକାଶ କରେ, ତୁମ୍ଭେ ମଧ୍ୟ ତାକୁ ସେହିପରି ପ୍ରତିଦାନ ଦେଇଥାଅ।
26 ସଦାପ୍ରଭୁ ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦୟର, ତୁମ୍ଭେ ସେହିମାନଙ୍କ ପାଇଁ ପବିତ୍ର ଅଟ।
କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକ ପ୍ରତି ଆପଣାକୁ ଚତୁର ଦେଖାଇବ।
27 ହେ ସଦାପ୍ରଭୁ, ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କର।
କିନ୍ତୁ ଅହଂକାରୀର ଗର୍ବ ଓ ଦର୍ପକୁ ଚୂର୍ଣ୍ଣ କର।
28 ହେ ସଦାପ୍ରଭୁ, ତୁମ୍ଭେ ମୋର ଦୀପକୁ ଆଲୋକିତ କର।
ମୋ’ ଚତୁର୍ଦ୍ଦିଗରେ ଥିବା ଅନ୍ଧକାରକୁ ଦୂର କର।
29 ହେ ସଦାପ୍ରଭୁ, ତୁମ୍ଭର ସାହାଯ୍ୟରେ ମୁଁ ସୈନ୍ୟମାନଙ୍କ ସହିତ ଲଢ଼ିପାରେ।
ପରମେଶ୍ୱରଙ୍କ ସାହାଯ୍ୟରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିଯାଇପାରେ।
30 ପରମେଶ୍ୱରଙ୍କ ଶକ୍ତି ଅତୁଳନୀୟ।
ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ,
ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
31 ସଦାପ୍ରଭୁଙ୍କ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।
ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ ଶୈଳ ନାହିଁ।
32 ପରମେଶ୍ୱର ଆମ୍ଭକୁ ବଳ ପ୍ରଦାନ କରନ୍ତି।
ସେ ମୋତେ ଶୁଦ୍ଧ ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତି।
33 ପରମେଶ୍ୱର ମୋତେ ହରିଣଠାରୁ ଅଧିକ ବେଗରେ ଦୌଡ଼ିବାକୁ ସାହାଯ୍ୟ କରନ୍ତି।
ସେ ମୋତେ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି।
34 ପରମେଶ୍ୱର ମୋତେ ଯୁଦ୍ଧ କରିବା ପାଇଁ ଶିକ୍ଷା ଦିଅନ୍ତି।
ସେଥିପାଇଁ ମୋର ବାହୁଗୁଡ଼ିକ ଶକ୍ତ ଧନୁକୁ ବଙ୍କେଇବା ପାଇଁ ଯଥେଷ୍ଟ ବଳିଷ୍ଠ।
35 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କରିଛ ଓ ଜୟଲାଭ କରିବାକୁ ସାହାଯ୍ୟ କରିଛ।
ତୁମ୍ଭେ ମୋତେ ତୁମ୍ଭର ଦକ୍ଷିଣ ବାହୁ ଦ୍ୱାରା ସାହାଯ୍ୟ କରିଛ।
ତୁମ୍ଭେ ମୋତେ ମୋର ଶତ୍ରୁକୁ ପରାଜିତ କରିବାରେ ସାହାଯ୍ୟ କରିଛ।
36 ମୋର ଗୋଡ଼ ଓ ଆଣ୍ଠୁକୁ ଅଧିକ ଶକ୍ତିଶାଳୀ କର,
ଯାହା ଫଳରେ ମୁଁ ଦୁର୍ବଳ ହେବି ନାହିଁ ଏବଂ ପଡ଼ିବି ନାହିଁ।
37 ତା’ପରେ ମୁଁ ମୋର ଶତ୍ରୁ ପଛରେ ଗୋଡ଼ାଇ ପାରିବି ଓ ସେମାନଙ୍କୁ ଧରି ପାରିବି।
ମୁଁ ସେମାନଙ୍କୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ ଫେରି ଆସିବି ନାହିଁ।
38 ମୁଁ ମୋର ଶତ୍ରୁମାନଙ୍କୁ ପରାଜିତ କରିବି।
ସେମାନେ ଆଉ ପୁନର୍ବାର ଉଠିପାରିବେ ନାହିଁ।
ମୋର ଶତ୍ରୁମାନେ ମୋର ପାଦ ତଳେ ପାତିତ ହେବେ।
39 ହେ ପରମେଶ୍ୱର, ତୁମ୍ଭେ ମୋତେ ଯୁଦ୍ଧ କ୍ଷେତ୍ରରେ ବଳଶାଳୀ କରିଛ।
ତୁମ୍ଭେ ମୋର ଶତ୍ରୁମାନଙ୍କୁ ମୋ’ ନିକଟରେ ପକାଇ ଦେଇଛ।
40 ତୁମ୍ଭେ ମୋତେ ସୁଯୋଗ ଦେଇଛ, ମୋର ଶତ୍ରୁମାନଙ୍କୁ ଧରିବା ପାଇଁ
ଓ ମୁଁ ମୋର ଶତ୍ରୁମାନଙ୍କୁ ଧ୍ୱଂସ କରିଅଛି।
41 ମୋର ଶତ୍ରୁମାନେ ସାହାଯ୍ୟ ପାଇଁ ଚିତ୍କାର କଲେ,
କିନ୍ତୁ କେହି ସେମାନଙ୍କୁ ରକ୍ଷା କରିବାକୁ ଆଗେଇ ଆସି ନ ଥିଲେ।
ସେମାନେ ସଦାପ୍ରଭୁଙ୍କୁ ମଧ୍ୟ ଡାକିଲେ
କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ।
42 ମୁଁ ମୋର ଶତ୍ରୁମାନଙ୍କୁ ପରାସ୍ତ କରିଛି।
ସେମାନେ ଧୂଳି ସଦୃଶ ପବନରେ ଉଡ଼ିଯାଇଛନ୍ତି।
ମୁଁ ସେମାନଙ୍କୁ ଛୋଟ ଛୋଟ ଖଣ୍ଡ କରି ପେଶି ଦେଇଛି।
43 ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଛନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
ମୋତେ ସେହିସବୁ ରାଜ୍ୟର ନେତା କର।
ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସେମାନେ ମୋର ସେବା କରିବେ।
44 ସେହି ଲୋକମାନେ ମୋ’ କଥା ଶୁଣିବେ ଓ ଖୁବ୍ ଶୀଘ୍ର ମୋତେ ମାନିବେ।
ସେହି ବିଦେଶୀମାନେ ମୋତେ ଦେଖି ଭୟଭୀତ ହେବେ।
45 ସେମାନେ ଭୟରେ ଦୁର୍ବଳ ହୋଇଯିବେ।
ସେମାନେ ଲୁଚିଥିବା ଗୁପ୍ତ ସ୍ଥାନମାନଙ୍କରୁ ଭୟରେ ଥରହର ହୋଇ ବାହାରି ଆସିବେ।
46 ସଦାପ୍ରଭୁ ଜୀବନ୍ତ ଅଟନ୍ତି।
ମୁଁ ସେହି ଶୈଳକୁ ପ୍ରଶଂସା କରେ।
ପରମେଶ୍ୱର ମୋତେ ରକ୍ଷା କରନ୍ତି।
ସେ ମହାନ ଅଟନ୍ତି।
47 ପରମେଶ୍ୱର ମୋ’ ପାଇଁ ମୋର ଶତ୍ରୁମାନଙ୍କୁ ଦଣ୍ଡ ଦିଅନ୍ତି।
ସେ ଲୋକମାନଙ୍କୁ ମୋର ନିୟନ୍ତ୍ରଣରେ ରଖନ୍ତି।
48 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଶତ୍ରୁମାନଙ୍କ କବଳରୁ ରକ୍ଷା କରିଅଛ।
ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଥିଲେ ତାଙ୍କୁ ପରାସ୍ତ କରି ମୋତେ ସାହାଯ୍ୟ କରିଛ।
ତୁମ୍ଭେ ନିଷ୍ଠୁର ଲୋକମାନଙ୍କ କବଳରୁ ମୋତେ ବଞ୍ଚାଇଛ।
49 ହେ ସଦାପ୍ରଭୁ, ସେଥିପାଇଁ ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରେ।
ସେହି କାରଣରୁ ତୁମ୍ଭ ନାମରେ ଜୟଗାନ କରି ଗୀତ ବୋଲେ।
50 ସଦାପ୍ରଭୁ ତାଙ୍କର ରାଜାଙ୍କୁ ଅନେକ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରିଛନ୍ତି।
ସେ ତାଙ୍କର ମନୋନୀତ ରାଜାଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି।
ସେଥିପାଇଁ ସେ ଦାଉଦ ଓ ତାଙ୍କର ବଂଶଧରମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳ ପାଇଁ ଦେଖାଇଛନ୍ତି।
ପରମେଶ୍ୱର କହିଲେ ଓ ଯୂନସ ପାଳନ କଲେ
3 ତା’ପରେ ସଦାପ୍ରଭୁ ଯୂନସଙ୍କୁ ପୁନର୍ବାର କହିଲେ। 2 ପ୍ରଭୁ କହିଲେ, “ବୃହତ୍ ନଗର ନୀନିବୀକୁ ଯାଅ ଏବଂ ଆମ୍ଭେ ଯାହା କହିଛୁ ତାକୁ ଲୋକମାନଙ୍କ ମଧ୍ୟରେ ପ୍ରଗ୍ଭର କର।”
3 ଯୂନସ ସଦାପ୍ରଭୁଙ୍କ ବାକ୍ୟକୁ ପାଳନ କରି ନୀନିବୀକୁ ଗଲେ। ଏହା ଏକ ବିରାଟ ନଗର ଥିଲା। ଜଣେ ଲୋକକୁ ସମଗ୍ର ସହରରେ ବୁଲି ଆସିବାକୁ ତିନି ଦିନ ସମୟ ଲାଗୁଥିଲା।
4 ଯୂନସ ନଗରର କେନ୍ଦ୍ରସ୍ଥଳୀକୁ ଯାଇ ତା’ର ପ୍ରଗ୍ଭର ଲୋକମାନଙ୍କ ମଧ୍ୟରେ ଆରମ୍ଭ କଲେ। ଯୂନସ କହିଲେ, “ଗ୍ଭଳିଶ୍ ଦିନ ପରେ ନୀନିବୀ ଧ୍ୱଂସ ହେବ।”
5 ନୀନିବୀର ଲୋକମାନେ ପରମେଶ୍ୱରଙ୍କର ଏହି ବାର୍ତ୍ତାକୁ ବିଶ୍ୱାସ କଲେ। କିଛିଦିନ ଉପବାସ କରିବାକୁ ସ୍ଥିର କଲେ। ସେମାନେ ଚଟ ବସ୍ତ୍ର ପରିଧାନ କଲେ ଏବଂ ଅନୁତାପ କଲେ। ସାନ ବଡ଼ ସମସ୍ତ ଲୋକେ ଏହି କାର୍ଯ୍ୟ କଲେ।
6 ନୀନିବୀର ରାଜା ଏ ବିଷୟରେ ଶୁଣିଲେ ଏବଂ ସେ ମଧ୍ୟ ମନ୍ଦକାର୍ଯ୍ୟ କରିଥିବା ଯୋଗୁଁ ଅନୁତାପ କଲେ। ରାଜା ସିଂହାସନ ଛାଡ଼ି ଦେଲେ। ସେ ତାଙ୍କର ଦୁଃଖ ପ୍ରକାଶ କରିବାକୁ ଯାଇ ରାଜକୀୟ ପୋଷାକ ପରିତ୍ୟାଗ କଲେ ଏବଂ ସାଧାରଣ ପୋଷାକ ପରିଧାନ କଲେ। ଅନୁତପ୍ତ ରାଜା ଧୂଳି ଉପରେ ବସି ପଡ଼ିଲେ। 7 ରାଜା ଏକ ସ୍ୱତନ୍ତ୍ର ବାର୍ତ୍ତା ଲେଖି ନଗରକୁ ପଠାଇଲେ।
ଏହି ବାର୍ତ୍ତା ରାଜା ଓ ତାଙ୍କର ମୁଖ୍ୟ ଶାସକମାନଙ୍କର ଥିଲା।
ସେହି ବାର୍ତ୍ତାରେ ଥିଲା କୌଣସି ମନୁଷ୍ୟ ବା ପ୍ରାଣୀ କିଛି ସମୟ ପାଇଁ କିଛି ଖାଇବେ ନାହିଁ। କୌଣସି ଗୋରୁପଲ କି ମେଷପଲ ପଡ଼ିଆରେ ଚରିବେ ନାହିଁ। ନୀନିବୀର କୌଣସି ଜୀବନ୍ତ ପ୍ରାଣୀ କିଛି ଖାଇବେ ନାହିଁ କି ପିଇବେ ନାହିଁ। 8 କିନ୍ତୁ ସମସ୍ତ ମନୁଷ୍ୟ ଓ ପ୍ରାଣୀ ମୋଟା ବସ୍ତ୍ର ପରିଧାନ କରିବେ ଏବଂ ସେମାନେ ଦୁଃଖ ପ୍ରକାଶ କରିବେ। ସେମାନେ ଉଚ୍ଚ ସ୍ୱରରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବେ। ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଜୀବନଧାରା ବଦଳାଇବେ ଓ ମନ୍ଦକାର୍ଯ୍ୟ କରିବା ବନ୍ଦ କରିବେ। 9 ତାହାହେଲେ ପରମେଶ୍ୱର ହୁଏତ ତାଙ୍କର ମନ ପରିବର୍ତ୍ତନ କରିବେ ଓ ଯୋଜନା କରିଥିବା କାର୍ଯ୍ୟ କରିବେ ନାହିଁ। ସେ ହୁଏତ ବଦଳି ଯିବେ ଓ କ୍ରୋଧ ହେବେ ନାହିଁ। ତା’ପରେ ସେ ହୁଏତ ଦଣ୍ତ ଦେବେ ନାହିଁ।
10 ଲୋକମାନେ ଯାହା କଲେ ପରମେଶ୍ୱର ସବୁ ଦେଖିଲେ। ସେମାନେ ମନ୍ଦକାର୍ଯ୍ୟ ବନ୍ଦ କରିବା ପରମେଶ୍ୱର ଦେଖିଲେ। ତେଣୁ ସେ ତାଙ୍କର ମନ ବଦଳାଇଲେ ଏବଂ ଯାହା ଯୋଜନା କରିଥିଲେ ତାହା କଲେ ନାହିଁ। ସେ ଲୋକମାନଙ୍କୁ ଆଉ ଦଣ୍ତ ଦେଲେ ନାହିଁ।
ପରମେଶ୍ୱରଙ୍କ ଦୟା ଯୂନସକୁ କ୍ରୋଧାନ୍ୱିତ କଲା
4 ପରମେଶ୍ୱର ସେ ନଗରକୁ ରକ୍ଷା କରିବାରୁ ଯୂନସ ଖୁସୀ ହେଲେ ନାହିଁ। ସେ ଏଥିରେ କ୍ରୋଧାନ୍ୱିତ ହେଲେ। 2 ଯୂନସ ସଦାପ୍ରଭୁଙ୍କ ନିକଟରେ ଅଭିଯୋଗ କରି କହିଲେ, “ମୁଁ ଜାଣିଥିଲି ଏହା ହିଁ ଘଟିବ। ମୁଁ ମୋ’ ନିଜ ଦେଶରେ ଥିଲା ବେଳେ ତୁମ୍ଭେ ମୋତେ ସେଠାକୁ ଡାକିଥିଲ। ସେତେବେଳେ ମୁଁ ଜାଣିଥିଲି ଯେ ତୁମ୍ଭେ ସେହି କୁନଗରୀର ଲୋକମାନଙ୍କୁ କ୍ଷମା ଦେବ। ତେଣୁ ମୁଁ ତର୍ଶୀଶକୁ ଗ୍ଭଲି ଯିବାକୁ ସ୍ଥିର କଲି। ମୁଁ ଜାଣିଥିଲି ତୁମ୍ଭେ ଜଣେ ଦୟାଳୁ ପ୍ରଭୁ। ମୁଁ ଜାଣିଥିଲି ତୁମେ ଦୟା ଦେଖାଇ ଲୋକମାନଙ୍କୁ ଦଣ୍ତ ଦେବ ନାହିଁ। ମୁଁ ଜାଣିଥିଲି ତୁମ୍ଭେ ଦୟାରେ ପରିପୂର୍ଣ୍ଣ। ଯଦି ଏହି ଲୋକମାନେ ପାପ କରିବା ବନ୍ଦ କରନ୍ତି ତେବେ ତୁମ୍ଭେ ଧ୍ୱଂସ କରିବ ନାହିଁ ବୋଲି ମୁଁ ଜାଣିଥିଲି। 3 ତେଣୁ ମୁଁ ବର୍ତ୍ତମାନ ପ୍ରାର୍ଥନା କରୁଛି, “ହେ ସଦାପ୍ରଭୁ, ମୋତେ ବରଂ ମାରି ଦିଅ। ବଞ୍ଚିବା ଅପେକ୍ଷା ବରଂ ମୋର ମରିବା ଭଲ ହେବ।”
4 ତା’ପରେ ସଦାପ୍ରଭୁ କହିଲେ, “ତୁମ୍ଭେ କ’ଣ ଭାବୁଛ, ତୁମ୍ଭେ ରାଗି ଠିକ୍ କରୁଛ, କାରଣ ଆମ୍ଭେ ସେମାନଙ୍କୁ ବିନାଶ କଲୁ ନାହିଁ?”
5 ତଥାପି ଯୂନସ ଏ ବିଷୟରେ କ୍ରୋଧାନ୍ୱିତ ଥିଲେ। ତେଣୁ ସେ ନଗର ବାହାରକୁ ଗ୍ଭଲିଗଲେ। ନଗର ନିକଟରେ ଥିବା ପୂର୍ବ ଦିଗରେ ଏକ ସ୍ଥାନକୁ ସେ ଗଲେ। ସେ ସେଠାରେ ଏକ କୁଟୀର ନିର୍ମାଣ କରି ତାରି ଛାୟାରେ ବସି ରହିଲେ। ନଗରରେ କ’ଣ ଘଟିବ ଦେଖିବାକୁ ଅପେକ୍ଷା କରି ରହିଲେ।
ଲାଉ ଗଛ ଓ କୀଟ
6 ସଦାପ୍ରଭୁ ଗୋଟିଏ ଲାଉଗଛ ସୃଷ୍ଟି କଲେ ଯାହା ଯୂନସ ଉପରେ ଶୀଘ୍ର ମାଡ଼ିଯାଇ ତା’ର ବସିବା ସ୍ଥାନରେ ଛାୟା ଓ ଶୀତଳତା ପ୍ରଦାନ କଲା। ତାହା ଯୂନସକୁ ଆରାମ ଦେବାରେ ଏତେ ସାହାଯ୍ୟ କଲା ଯେ, ଯୂନସ ଗଛ ପାଇଁ ଭାରି ଖୁସୀ ହେଲେ।
7 ପରଦିନ ପ୍ରଭାତରେ ପରମେଶ୍ୱର ସେହି ଗଛକୁ ଖାଇଦେବାକୁ ଗୋଟିଏ କୀଟ ପଠାଇଲେ। ସେହି କୀଟ ଗଛଟିକୁ ଖାଇଲା ଓ ଗଛ ମରିଗଲା।
8 ସୂର୍ଯ୍ୟ ମୁଣ୍ତ ଉପରକୁ ଆସିଲା ପରେ ପରମେଶ୍ୱର ଉତ୍ତପ୍ତ ପୁନେଇ ପବନ ବହିବାକୁ ନିର୍ଦ୍ଦେଶ ଦେଲେ। ସୂର୍ଯ୍ୟର ପ୍ରଖର କିରଣ ଯୂନସର ମୁଣ୍ତ ଉପରେ ପଡ଼ି ଯୂନସକୁ ଅତି ଦୁର୍ବଳ କରି ଦେଲା। ଯୂନସ ପରମେଶ୍ୱରଙ୍କୁ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ, ମୋର ବଞ୍ଚିବା ଅପେକ୍ଷା ବରଂ ମରିବା ଭଲ।”
9 କିନ୍ତୁ ପରମେଶ୍ୱର ଯୂନସକୁ କହିଲେ, “ତୁମ୍ଭେ କ’ଣ ଭାବୁଛ, ଏହି ଗଛ ସକାଶୁ ତୁମ୍ଭେ ରାଗିବା ଠିକ୍ କରିଛ?”
ଯୂନସ ଉତ୍ତର ଦେଲେ, “ହଁ ପ୍ରଭୁ, ମୁଁ ରାଗି ଠିକ୍ କରିଛି। ମୁଁ ମରିବାକୁ ଅଧିକ ରାଗୁଛି।”
10 ସଦାପ୍ରଭୁ କହିଲେ, “ତୁମ୍ଭେ ସେ ଗଛ ପାଇଁ କିଛି କରି ନ ଥିଲ। ସେ ଗଛ ବଢ଼ିବା ପାଇଁ ତୁମ୍ଭେ କିଛି କରି ନ ଥିଲା। ଏହା ରାତ୍ରିରେ ବଢ଼ିଲା ଓ ପରଦିନ ମଲା। କିନ୍ତୁ ତୁମ୍ଭେ ସେ ଗଛ ପାଇଁ ଦୁଃଖିତ। 11 ତୁମ୍ଭେ ଯଦି ସାମାନ୍ୟ ଗୋଟିଏ ଗଛ ପାଇଁ ଦୁଃଖିତ, ମୁଁ ନିଶ୍ଚିତ ଭାବରେ ନୀନିବୀ ପରି ଗୋଟିଏ ବିରାଟ ନଗର ପାଇଁ ଦୁଃଖିତ ହେବି ନାହିଁ କି? ସେହି ନଗରୀରେ ବହୁ ଲୋକ ଓ ପ୍ରାଣୀ ଅଛନ୍ତି। ସେହି ନଗରରେ 120,000 ରୁ ଅଧିକ ଲୋକ ଅଛନ୍ତି, ଯେଉଁମାନେ କି ଭୁଲ୍ କରୁଛନ୍ତି ବୋଲି ଜାଣି ନ ଥିଲେ।” କ’ଣ ଆମ୍ଭେ ତାଙ୍କ ପ୍ରତି ଦୟା ନ କରିବା।
27 ଝଡ଼ର ଚଉଦ ଦିନରେ ପ୍ରାୟ ମଧ୍ୟରାତ୍ରି ସମୟରେ ଆମ୍ଭ ଜାହାଜ ଆଦ୍ରିୟା ସମୁଦ୍ରର ପାଖରେ ଭାସୁଥିଲା। ଆମ୍ଭ ନାବିକମାନେ କୌଣସି ସ୍ଥଳ ଭାଗରେ ନିକଟବର୍ତ୍ତୀ ହୋଇଛନ୍ତି ବୋଲି ସନ୍ଦେହ କଲେ। 28 ସେମାନେ ଗୋଟିଏ କଡ଼ରେ ଓଜନ ଓହଳିଥିବା ଦଉଡ଼ି ସାହାଯ୍ୟରେ ମାପ କରି ସେଠାରେ ଜଳର ଗଭୀରତା 120 ଫୁଟ ବୋଲି ଦେଖିଲେ। କିଛି ସମୟ ପରେ ସେମାନେ ପୁଣି ମାପି ତାହା 90 ଫୁଟ ଗଭୀର ଥିବାର ଦେଖିଲେ। 29 ସେମାନେ ଭୟ କଲେ, ଯେ କାଳେ ଜାହାଜ ଭାସି-ଭାସି ଯାଇ ପଥରରେ ଧକ୍କା ହୋଇଯିବ। ତେଣୁ ସେମାନେ ଜାହାଜର ପଛପଟେ ଗ୍ଭରୋଟି ଲଙ୍ଗର ପକାଇ ଦିନ ହେବା ପାଇଁ ଅପେକ୍ଷା କଲେ। 30 କେତେକ ନାବିକ ଜାହାଜ ଛାଡ଼ି ଗ୍ଭଲିଯିବାକୁ ଗ୍ଭହିଁଲେ। ତେଣୁ ସେମାନେ ଜୀବନ ରକ୍ଷକ ଡଙ୍ଗାକୁ ପାଣିରେ ଖସେଇ ଦେଲେ। ଯାହା ଫଳରେ ଅନ୍ୟମାନେ ଭାବିବେ ଯେ, ନାବିକମାନେ ଜାହାଜ ସାମନାରେ ଅଧିକ ଲଙ୍ଗର ପକାଇବାକୁ ଯାଉଛନ୍ତି। 31 କିନ୍ତୁ ପାଉଲ ସେନାଅଧିକାରୀଙ୍କୁ ଓ ସୈନିକମାନଙ୍କୁ କହିଲେ, “ଏମାନେ ଯଦି ଜାହାଜରେ ନ ରହିବେ, ତେବେ ତୁମ୍ଭେମାନେ କେହି ରକ୍ଷା ପାଇବ ନାହିଁ।” 32 ତେଣୁ ସୈନିକମାନେ ଜୀବନ ରକ୍ଷକ ଡଙ୍ଗାର ଦଉଡ଼ି କାଟି ଦେଲେ ଓ ତାହାକୁ ପାଣିରେ ପକେଇ ଦେଲେ।
33 ପାହାନ୍ତିଆ ସମୟର ଠିକ୍ ପୂର୍ବରୁ ପାଉଲ ସେମାନଙ୍କୁ କିଛି ଖାଦ୍ୟ ଖାଇବା ପାଇଁ ଅନୁରୋଧ କଲେ। ସେ କହିଲେ, “ତୁମ୍ଭେମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛ ଓ ଆଜିକୁ ଚଉଦ ଦିନ ଧରି ତୁମ୍ଭେମାନେ ଖାଦ୍ୟ ସ୍ପର୍ଶ କରି ନାହଁ। 34 ବର୍ତ୍ତମାନ ବଞ୍ଚିବା ପାଇଁ ତୁମ୍ଭମାନଙ୍କର କିଛି ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ତୁମ୍ଭମାନଙ୍କ ମଧ୍ୟରୁ କାହାରି ମୁଣ୍ଡର ଗୋଟିଏ ବାଳ ମଧ୍ୟ, ନଷ୍ଟ ହେବ ନାହିଁ।” 35 ଏତିକି କହିବା ପରେ ପାଉଲ କିଛି ରୋଟୀ ନେଇ ସମସ୍ତଙ୍କ ଆଗରେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ, ଓ ସେଥିରୁ ଖଣ୍ଡେ ଛିଣ୍ଡେଇ ଖାଇବାକୁ ଆରମ୍ଭ କଲେ। 36 ଏଥିରେ ସେମାନେ ସମସ୍ତେ ଉତ୍ସାହିତ ହେଲେ ଓ ସେମାନେ ମଧ୍ୟ ଖାଇବା ଆରମ୍ଭ କଲେ। 37 ଜାହାଜରେ ସର୍ବ ମୋଟ 276 ଜଣ ଥିଲେ। 38 ଆମ୍ଭେ ଯଥେଷ୍ଟ ପରିମାଣରେ ଖାଇବା ପରେ ଜାହାଜରେ ଥିବା ଗହମକୁ ସେମାନେ ସମୁଦ୍ରରେ ଫିଙ୍ଗି ଦେଲେ, ଯଦ୍ଦ୍ୱାରା ଜାହାଜ ହାଲୁକା ହୋଇଗଲା।
ଜାହାଜ ନଷ୍ଟ ହୋଇଗଲା
39 ଦିନ ହେଲା, ମାତ୍ର ନାବିକମାନେ ସେହି ସ୍ଥାନଟି ଚିହ୍ନି ପାରିଲେ ନାହିଁ। ସେମାନେ ଗୋଟିଏ ଉପସାଗର କୂଳରେ ବାଲିତଟ ଦେଖିଲେ। ସମ୍ଭବ ହେଲେ ସେହି କୂଳରେ ଜାହାଜ ଲଗେଇବା ପାଇଁ ସ୍ଥିର କଲେ। 40 ସେମାନେ ଲଙ୍ଗରଗୁଡ଼ିକ କାଟି ସମୁଦ୍ରରେ ଫିଙ୍ଗି ଦେଲେ। ସେମାନେ ମଙ୍ଗର ଦଉଡ଼ି ଫିଟେଇ ପବନରେ ସାମନା ପାଲଟି ଉଠାଇଲେ। ତା’ପରେ ସେମାନେ ବାଲିତଟ ଆଡ଼କୁ ଯାତ୍ରା କଲେ। 41 କିନ୍ତୁ ଜାହାଜଟି ଦୁଇଟି ସମୁଦ୍ରର ସଙ୍ଗମ ସ୍ଥାନରେ ଗୋଟିଏ ବାଲିଚଡ଼ାଠାରେ ଧକ୍କା ଖାଇ ଲାଗିଗଲା। ତେଣୁ ଜାହାଜର ଆଗ ଅଂଶ ଅଚଳ ହୋଇଗଲା ଓ ପଛ ଭାଗ ଲହରୀ ଧକ୍କାରେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା।
42 ବନ୍ଦୀମାନେ କାଳେ ପହଁରି ଖସି ଗ୍ଭଲିଯିବେ, ସେଥିପାଇଁ ସୈନ୍ୟମାନେ ଭୟରେ ସେମାନଙ୍କୁ ହତ୍ୟା କରିବା ପାଇଁ ଚିନ୍ତା କଲେ। 43 କିନ୍ତୁ ସେନା ଅଧିକାରୀ ଯୂଲିଅ ପାଉଲଙ୍କୁ ରକ୍ଷା କରିବା ପାଇଁ ଗ୍ଭହିଁଲେ। ତେଣୁ ବନ୍ଦୀ ଲୋକମାନଙ୍କୁ ମାରିଦେବା ପାଇଁ ସେ ସୈନିକମାନଙ୍କୁ ଅନୁମତି ଦେଲେ ନାହିଁ। ସେ ପହଁରି ଜାଣିଥିବା ଲୋକଙ୍କୁ ସମୁଦ୍ରକୁ ଡେଇଁ ପଡ଼ି ପହଁରି ପହଁରି କୂଳକୁ ଯିବା ପାଇଁ ଆଦେଶ ଦେଲେ। 44 ସେ ଅନ୍ୟମାନଙ୍କୁ ଜାହାଜର କୌଣସି କାଠ ପଟା ବା ଭଙ୍ଗା ଅଂଶକୁ ଧରି ବା ଭେଳା ସାହାଯ୍ୟରେ କୂଳକୁ ଯିବା ପାଇଁ କହିଲେ। ଏହିପରି ଭାବରେ ସମସ୍ତେ ନିରାପଦରେ କୂଳରେ ଆସି ପହଞ୍ଚିଲେ। କାହାର ମୃତ୍ୟୁ ହେଲା ନାହିଁ।
ପିତର ଖ୍ରୀଷ୍ଟଙ୍କୁ ସ୍ୱୀକାର କଲେ(A)
18 ଥରେ ଯୀଶୁ ଏକୁଟିଆ ପ୍ରାର୍ଥନା କରୁଥିଲେ। ତାହାଙ୍କ ଶିଷ୍ୟମାନେ ଏକାଠି ମିଳି ସେହିସ୍ଥାନକୁ ଆସିଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ଲୋକେ କ’ଣ ସବୁ କହୁଛନ୍ତି?”
19 ସେମାନେ ଉତ୍ତର ଦେଲେ, “କେତେକ କହୁଛନ୍ତି ଯେ ଆପଣ ବାପ୍ତିଜକ ଯୋହନ। କେତେକ କହୁଛନ୍ତି ଯେ ଆପଣ ଏଲିୟ। ଏବଂ ଅନ୍ୟ କେତେକ କହୁଛନ୍ତି ଯେ ଆପଣ କାଳ ପୂର୍ବେ ଥିବା ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରୁ ପୁନର୍ବାର ବଞ୍ଚି ଉଠିଥିବା କୌଣସି ଏକ ଭବିଷ୍ୟଦ୍ବକ୍ତା।”
20 ଯୀଶୁ ସେମାନଙ୍କୁ କହିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କ’ଣ କହୁଛ?”
ପିତର ଉତ୍ତର ଦେଲେ, “ଆପଣ ପରମେଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ।”
21 କିନ୍ତୁ ଯୀଶୁ ଏ ବିଷୟରେ କାହାକୁ ନ କହିବା ପାଇଁ ଚେତାବନୀ ଦେଇ ସେମାନଙ୍କୁ କହିଲେ,
ଯୀଶୁ କହିଲେ ଯେ, ସେ ନିଶ୍ଚୟ ମୃତ୍ୟୁବରଣ କରିବେ(B)
22 “ଏ କଥା ସତ୍ୟ ଯେ ମନୁଷ୍ୟପୁତ୍ର ଅନେକ ଯାତନା ନିଶ୍ଚୟ ଭୋଗ କରିବେ। ପ୍ରାଚୀନ ଯିହୂଦୀ ନେତା, ପ୍ରଧାନଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କୁ ଅସ୍ୱୀକାର କରିବେ। ମନୁଷ୍ୟପୁତ୍ରଙ୍କୁ ମାରିଦେବେ। କିନ୍ତୁ ତିନି ଦିନ ପରେ ସେ ପୁଣି ମୃତ୍ୟୁରୁ ପୁନରୁତ୍ଥିତ ହେବେ।”
23 ଯୀଶୁ ପୁଣି ସେମାନଙ୍କୁ କହିବାକୁ ଲାଗିଲେ, “ଯଦି କେହି ମୋର ଅନୁସରଣ କରିବାକୁ ଗ୍ଭହୁଁଥାଏ, ତେବେ ତାହାକୁ ନିଜର ସମସ୍ତ କାମନା ତ୍ୟାଗ କରିବାକୁ ପଡ଼ିବ। ପ୍ରତିଦିନ ତାହାକୁ ଦିଆଯାଇଥିବା କ୍ରୁଶକୁ ଗ୍ରହଣ କରିବାକୁ ହେବ, ଏବଂ ସେ ମୋର ଅନୁସରଣ କରିବ। 24 ଯେଉଁ ଲୋକ ନିଜ ଜୀବନ ରକ୍ଷା କରିବାକୁ ଗ୍ଭହିଁବ, ସେ ତାହା ହରାଇ ବସିବ। ଏବଂ ଯେଉଁ ଲୋକ ମୋ’ ପାଇଁ ତାହାର ଜୀବନ ଦେବ, ସେ ତାହାକୁ ରକ୍ଷା କରିବ। 25 ଯଦି ଜଣେ ସାରା ସଂସାର ପାଇ ଶେଷରେ ମରିଯାଏ ବା ହଜିଯାଏ, ତାହାହେଲେ ଲାଭ କ’ଣ? 26 ଯଦି କୌଣସି ଲୋକ ମୋ’ ପାଇଁ ବା ମୋ’ ଉପଦେଶ ପାଇଁ ଲଜ୍ଜିତ ହୋଇଥାଏ, ତେବେ ମୁଁ ମଧ୍ୟ ତା’ ପାଇଁ ଲଜ୍ଜିତ ହେବି। ଯେତେବେଳେ ମନୁଷ୍ୟପୁତ୍ର ନିଜ ମହିମା, ପରମପିତାଙ୍କ ମହିମା ଓ ପବିତ୍ର ସ୍ୱର୍ଗଦୂତଙ୍କ ମହିମା ସହିତ ଆଗମନ କରିବେ, ସେତେବେଳେ ସେ ତା’ ପାଇଁ ଲଜ୍ଜିତ ହେବେ। 27 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ ତୁମ୍ଭମାନଙ୍କ ଭିତରୁ ଏଠାରେ ଠିଆ ହୋଇଥିବା କେତେକ ଲୋକ ମୃତ୍ୟୁ ପୂର୍ବରୁ ପରମେଶ୍ୱରଙ୍କ ରାଜ୍ୟ ଦେଖିବେ।”
2010 by World Bible Translation Center