Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 107:33-108:13

33 ପରମେଶ୍ୱର ନଦନଦୀକୁ ମରୁଭୂମିରେ ପରିଣତ କରି ପାରିବେ
    ଏବଂ ଝରଣାର ଜଳସ୍ରୋତକୁ ବନ୍ଦ କରି ପାରନ୍ତି।
34 ପରମେଶ୍ୱର ଉର୍ବର ଜମିକୁ ଲବଣାକ୍ତ ଭୂମିରେ ବଦଳାଇ ପାରନ୍ତି।
    କାରଣ ଦେଶର ଅଧର୍ମୀ ଲୋକମାନେ ସେଠାରେ ବାସ କରନ୍ତି।
35 କିନ୍ତୁ ପରମେଶ୍ୱର ମଧ୍ୟ ମରୁଭୂମିକୁ ଜଳାଶୟରେ ପରିବର୍ତ୍ତିତ କରି ପାରନ୍ତି।
    ସେ ପୁଣି ଶୁଷ୍କ ଭୂମିରେ ଝରଣା ବୁହାଇ ପାରନ୍ତି।
36 ପରମେଶ୍ୱର କ୍ଷୁଧାର୍ତ୍ତ ଲୋକମାନଙ୍କୁ ଉର୍ବର ଭୂମିକୁ ଆଗେଇ ନିଅନ୍ତି।
    ଏବଂ ସେଠାରେ ସେମାନେ ତାଙ୍କର ରହିବା ପାଇଁ ନୂତନ ସହର ସୃଷ୍ଟି କରନ୍ତି।
37 ସେହି ଲୋକମାନେ ସେମାନଙ୍କର ଜମିରେ ବୀଜ ରୋପଣ କଲେ ଓ ସେମାନେ ଦ୍ରାକ୍ଷାଲତା ଲଗେଇଲେ
    ଏବଂ ଭଲ ଫସଲ ଅମଳ କରି ପାରନ୍ତି।
38 ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରନ୍ତି।
    ତହିଁରେ ସେମାନେ ଅତିଶୟ ବୃଦ୍ଧି ପା’ନ୍ତି।
    ଏବଂ ସେମାନଙ୍କର ବହୁତ ପଶୁପଲ ଊଣା ହୁଅନ୍ତି ନାହିଁ।
39 ଯେତେବେଳେ ପରମେଶ୍ୱରଙ୍କର ଲୋକମାନେ ଛୋଟ ହୋଇଗଲେ
    ଏବଂ ଅତ୍ୟାଗ୍ଭର, ଅସୁବିଧା ଏବଂ ଦୁଃଖ ଯୋଗୁଁ ଅପମାନିତ ହେଲେ।
40 ପରମେଶ୍ୱର ସେମାନଙ୍କର ଅଧିପତିମାନଙ୍କୁ ଅପମାନିତ ଓ ବିଚଳିତ କରିଥିଲେ, ଯେଉଁମାନେ ତାଙ୍କୁ ଅତ୍ୟାଗ୍ଭର କରିଥିଲେ।
    ପୁଣି ସେମାନଙ୍କୁ ପଥହୀନ ମରୁଭୂମିରେ ଭ୍ରମଣ କରାଇଥିଲେ।
41 କିନ୍ତୁ ପରମେଶ୍ୱର ସେହି ଦୀନହୀନ ଲୋକମାନଙ୍କୁ ଦୁଃଖରୁ ଉଦ୍ଧାର କଲେ।
    ସେ ସେମାନଙ୍କର ପରିବାରକୁ ମେଷପଲ ତୁଲ୍ୟ ପାଳନ କରନ୍ତି।
42 ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେଲେ
    ଏବଂ ଦୁଷ୍ଟ ଲୋକମାନେ କ’ଣ କହିବା କଥା ତାହା ଜାଣନ୍ତି ନାହିଁ।
43 ଯେ ଜ୍ଞାନବାନ୍, ସେ ଏହିସବୁ ବିଷୟରେ ମନୋଯୋଗ କରିବ।
    ପୁଣି ସେ ପରମେଶ୍ୱରଙ୍କର ପ୍ରକୃତ କରୁଣା ପ୍ରେମକୁ ସେ ବୁଝିବା ଉଚିତ୍।

ଦାଉଦଙ୍କ ପ୍ରଶଂସାପୂର୍ଣ୍ଣ ଏକ ଗୀତ।

108 ହେ ପରମେଶ୍ୱର,
    ମୁଁ ଗୀତ ଗାନ ଓ ପ୍ରଶଂସା କରିବି,
ମୋର ପ୍ରାଣ ଜାଗ୍ରତ ହୁଅ।
    ଜାଗ୍ରତ ହୁଅ! ହେ ମୋର ପ୍ରାଣ, ଜାଗ୍ରତ ହୁଅ! ନେବଲ ଓ ବୀଣା, ଜାଗ୍ରତ ହୁଅ, ମୁଁ ଅତି ପ୍ରଭାତରେ ଜାଗ୍ରତ ହେବି।
ସଦାପ୍ରଭୁ, ମୁଁ ଜାତିମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି।
    ମୁଁ ଲୋକ ସମୂହରେ ତୁମ୍ଭର ପ୍ରଶଂସା ଗାନ କରିବି।
ସଦାପ୍ରଭୁ ତୁମ୍ଭର ପ୍ରେମ ଆକାଶଠାରୁ ମହତ୍।
    ତୁମ୍ଭର ବିଶ୍ୱାସନୀୟତା ଗଗନସ୍ପର୍ଶୀ ଆକାଶ ପର୍ଯ୍ୟନ୍ତ ପହଞ୍ଚେ।
ପରମେଶ୍ୱର, ତୁମ୍ଭର ମହାନତାକୁ ଆକାଶ ମଣ୍ତଳରେ ଦେଖାଅ।
    ତୁମ୍ଭର ମହିମା ସାରା ପୃଥିବୀକୁ ଦେଖିବାକୁ ଦିଅ।
ହେ ପରମେଶ୍ୱର, ଏପରି କିଛି କର ଯେଉଁଥିରେ ତୁମ୍ଭର ପ୍ରିୟତମଗଣ ରକ୍ଷାପାଇବେ।
    ମୋ’ ପ୍ରାର୍ଥନାର ଉତ୍ତର ଦିଅ।
    ରକ୍ଷା କରିବାକୁ ତୁମ୍ଭର ମହାଶକ୍ତି ବ୍ୟବହାର କର।

ପରମେଶ୍ୱର, ତାଙ୍କ ପବିତ୍ର ମନ୍ଦିରରେ ଉତ୍ତର ଦେଲେ,
    “ମୁଁ ଯୁଦ୍ଧରେ ଜିତିବି ଏବଂ ଏହି ଜୟଲାଭରେ ଆନନ୍ଦିତ ହେବି।
ଏବଂ ଏହି ଦେଶକୁ ମୋର ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେବି।
    ମୁଁ ଶିଖି‌ମ୍‌କୁ ସେମାନଙ୍କୁ ଦେବି।
    ସୁ‌କ୍‌କୋତ ଉପତ୍ୟକାକୁ ସେମାନଙ୍କୁ ଦେବି।
ଗିଲିୟଦ୍ ମୋର, ମନଃଶି ମୋର, ଇଫ୍ରୟିମ ମୋର ଶିରସ୍ତ୍ରାଣ, ଯିହୁଦା ମୋର ରାଜଦଣ୍ଡ ସ୍ୱରୂପ।
    ମୋୟାବ ମୋର ପାଦର ପ୍ରକ୍ଷାଳନପାତ୍ର।
    ଇଦୋମ୍ ମୋର ପାଦୁକା ବହିବ।
ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି
    ଏବଂ ଜୟଧ୍ୱନି କରିବି।”

10 କିଏ ମୋତେ ଶତ୍ରୁମାନଙ୍କ ଦୁର୍ଗକୁ ନେଇଯିବ? କିଏ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବାରେ ମୋର ନେତୃତ୍ୱ ନେବ?
11     କିଏ ମୋତେ ସେହି ସକଳ ସହରକୁ ନେବ?
କିଏ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବାରେ ମୋର ନେତୃତ୍ୱ ନେବ? ତୁମ୍ଭେ ନୁହଁ କି, ପରମେଶ୍ୱର? କିନ୍ତୁ ତୁମ୍ଭେ ଆମ୍ଭକୁ ପରିତ୍ୟାଗ କଲ।
    ତୁମ୍ଭେ ଆମ୍ଭ ସୈନ୍ୟମାନଙ୍କ ସହିତ ଆଉ ଯାଉ ନାହଁ।
12 ହେ ପରମେଶ୍ୱର, ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସାହାଯ୍ୟ କର।
    ଲୋକମାନେ ଆମ୍ଭକୁ ସାହାଯ୍ୟ କରି ପାରିବେ ନାହିଁ।
13 କେବଳ ପରମେଶ୍ୱର ଆମ୍ଭକୁ ଶକ୍ତିଶାଳୀ କରି ପାରିବେ।
    ପରମେଶ୍ୱର ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବେ।

ଗୀତସଂହିତା 33

33 ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ।
    ପରମେଶ୍ୱରଙ୍କୁ ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ।
ବୀଣା ବାଦ୍ୟ କରି ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
    ଦଶ-ତାର ବାଦ୍ୟରେ ତାଙ୍କର ପ୍ରଶଂସା ଗାନ କର।
ତାଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଶୁଣାଅ।
    ସୁନ୍ଦର ସ୍ୱରରେ ମନୋହର ବାଦ୍ୟରେ ଏକ ଗୀତ ରଚନା କର।
ପରମେଶ୍ୱରଙ୍କ ବାକ୍ୟ ସତ୍ୟ ଅଟେ।
    ତାଙ୍କର ସମସ୍ତ କାର୍ଯ୍ୟକୁ ତୁମ୍ଭେ ବିଶ୍ୱାସ କରିପାର।
ପରମେଶ୍ୱର ସବୁ ପ୍ରକାର ନ୍ୟାୟ ବିଗ୍ଭର ଓ ଉତ୍ତମ କାର୍ଯ୍ୟକୁ ଭଲ ପାଆନ୍ତି।
    ପୃଥିବୀ ସଦାପ୍ରଭୁଙ୍କ ପ୍ରକୃତ କରୁଣାରେ ପରିପୂର୍ଣ୍ଣ।
ସଦାପ୍ରଭୁ ଆଦେଶ ଦେଲେ ଓ ପୃଥିବୀ ସୃଷ୍ଟି ହେଲା।
    ପରମେଶ୍ୱରଙ୍କ ନିଶ୍ୱାସରୁ ପୃଥିବୀରେ ସବୁକିଛି ସୃଷ୍ଟି ହେଲା।
ପରମେଶ୍ୱର ସମୁଦ୍ରରୁ ଜଳ ଆଣି ଗୋଟିଏ ସ୍ଥାନରେ ଏକତ୍ରିତ କଲେ।
    ସେ ସମୁଦ୍ରକୁ ତା ସ୍ଥାନରେ ରଖି ଦେଲେ।
ଏ ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍।
    ଏ ପୃଥିବୀର ସମସ୍ତ ଲୋକ ତାଙ୍କୁ ଭୟ କରିବା ଉଚିତ୍।
କାରଣ ପରମେଶ୍ୱରଙ୍କ ଆଦେଶ ମାତ୍ରକେ ପୃଥିବୀ ସୃଷ୍ଟି ହେଲା
    ଯଦି ସେ କାହାରିକୁ ଗ୍ଭଲୁରଖିବା ପାଇଁ ଗ୍ଭହାନ୍ତି ତେବେ ଗ୍ଭଲୁରଖି ପାରିବେ।
10 ସଦାପ୍ରଭୁ ସମସ୍ତଙ୍କ ଉପଦେଶକୁ ବ୍ୟର୍ଥ କରି ପାରନ୍ତି।
    ସେ ସେମାନଙ୍କ ସମସ୍ତ ଯୋଜନାକୁ ବ୍ୟର୍ଥ କରି ପାରନ୍ତି।
11 କିନ୍ତୁ ସଦାପ୍ରଭୁଙ୍କ ଉପଦେଶ ଚିରଦିନ ମଙ୍ଗଳମୟ
    ତାଙ୍କର ସଂକଳ୍ପ ସବୁ ଚିରକାଳ ଲାଗି ବଂଶାନୁକ୍ରମେ ଥାଏ।
12 ଯେଉଁ ଲୋକମାନେ ସଦାପ୍ରଭୁଙ୍କୁ ମାନନ୍ତି ସେମାନେ ସମସ୍ତେ ଭାଗ୍ୟଶାଳୀ ଅଟନ୍ତି।
    କାରଣ ପରମେଶ୍ୱର ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ବିବେଚନା କରନ୍ତି।
13 ସଦାପ୍ରଭୁ ସ୍ୱର୍ଗରୁ ଥାଇ ସବୁ ଲୋକଙ୍କ ଉପରେ
    ଦୃଷ୍ଟିପାତ କରନ୍ତି।
14 ସେ ତାଙ୍କର ଉଚ୍ଚ ସିଂହାସନରୁ ଏ ପୃଥିବୀରେ ବାସ କରୁଥିବା ସବୁ ଜୀବନ୍ତ ପ୍ରାଣୀଙ୍କୁ
    ନିରୀକ୍ଷଣ କରନ୍ତି।
15 ପରମେଶ୍ୱର ସମସ୍ତ ମନୁଷ୍ୟମାନଙ୍କ ହୃଦୟକୁ ତିଆରି କରିଛନ୍ତି।
    ତେଣୁ ପରମେଶ୍ୱର ଜାଣନ୍ତି ପ୍ରତ୍ୟେକ ମନୁଷ୍ୟ କ’ଣ ଚିନ୍ତା କରୁଥାଏ।
16 ଜଣେ ରାଜା ନିଜର ଶକ୍ତିଦ୍ୱାରା ସୁରକ୍ଷିତ ହୁଏ ନାହିଁ।
    ଜଣେ ଶକ୍ତିଶାଳୀ ସୈନିକ କେବଳ ତା’ର ନିଜର ବଳ ଉପରେ ନିର୍ଭର କରି ଉଦ୍ଧାର ପାଏ ନାହିଁ।
17 ଅଶ୍ୱମାନେ କେବଳ ଯୁଦ୍ଧରେ ବିଜୟୀ କରାନ୍ତି ନାହିଁ।
    ସେମାନଙ୍କର ଶକ୍ତି କେବଳ ତୁମ୍ଭକୁ ପ୍ରକୃତରେ ଉଦ୍ଧାର କରିବାକୁ ସମର୍ଥ ହେବ ନାହିଁ।
18 ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ପରମେଶ୍ୱର ସେମାନଙ୍କର ଯତ୍ନ ନିଅନ୍ତି ଓ ସେମାନଙ୍କ ଉପରେ ଦୃଷ୍ଟି ରଖନ୍ତି।
    ଯେଉଁମାନେ ତାଙ୍କର ଉପାସନା କରନ୍ତି, ସେହିମାନେ ତାଙ୍କର ସ୍ୱର୍ଗୀୟ କରୁଣାରେ ରକ୍ଷା ପାଆନ୍ତି।
19 ପ୍ରଭୁ ସେହି ଲୋକମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରନ୍ତି।
ସେ ସେମାନଙ୍କୁ ଶକ୍ତି ପ୍ରଦାନ କରନ୍ତି।
    ଯେତେବେଳେ ସେମାନେ ଅତ୍ୟନ୍ତ ଭୋକିଲା ଥା’ନ୍ତି।
20 ତେଣୁ ଆମ୍ଭେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବା।
    ସେ ଆମ୍ଭକୁ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି।
21 ପରମେଶ୍ୱର ଆମ୍ଭକୁ ଆନନ୍ଦ ପ୍ରଦାନ କରନ୍ତି।
    ଆମ୍ଭେ ପ୍ରକୃତରେ ତାଙ୍କର ସେହି ପବିତ୍ର ନାମରେ ଭରସା କରିବା।
22 ହେ ସଦାପ୍ରଭୁ, ଆମ୍ଭେ ପ୍ରକୃତରେ ତୁମ୍ଭକୁ ଉପାସନା କରୁଛୁ।
    ତେଣୁ ତୁମ୍ଭର କୃପା ଦୃଷ୍ଟି ଓ ଦୟା ଆମ୍ଭମାନଙ୍କ ପ୍ରତି ରହିଥାଉ।

ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 11:1-9

ଇସ୍ରାଏଲ ସଦାପ୍ରଭୁଙ୍କୁ ଭୁଲିଛି

11 ସଦାପ୍ରଭୁ କହିଲେ, “ଇସ୍ରାଏଲ ବାଲ୍ୟ ଥିଲା ବେଳେ ଆମ୍ଭେ ତାକୁ ଭଲ ପାଉଥିଲୁ।
    ଆମ୍ଭେ ମିଶରକୁ ପୁଅ ବୋଲି ଡାକୁଥିଲୁ।
କିନ୍ତୁ ଇସ୍ରାଏଲକୁ ଯେତେ ଅଧିକ ନିଜର କଲୁ ଇସ୍ରାଏଲ
    ସେତେ ଅଧିକ ଆମ୍ଭଠାରୁ ଦୂରେଇଗଲା।
ଇସ୍ରାଏଲୀୟମାନେ ‌ବା‌ଲ୍‌ଦେବଗଣଙ୍କ ଉଦ୍ଦେଶ୍ୟରେ ବଳି ଦେଲେ।
    ସେମାନେ ପ୍ରତିମା ନିକଟରେ ଧୂପ ଦେଲେ।

“ଆମ୍ଭେ ଇଫ୍ରୟିମକୁ ଗ୍ଭଲିବା ଶିଖାଇଲୁ।
    ଆମ୍ଭେ ଇସ୍ରାଏଲୀୟଙ୍କୁ ଆମ୍ଭର ବାହୁରେ ନେଇଥିଲୁ।
ଆମ୍ଭେ ସେମାନଙ୍କୁ ସୁସ୍ଥ କଲୁ।
    କିନ୍ତୁ ସେମାନେ ତାହା ଅନୁଭବ କଲେ ନାହିଁ।
ଆମ୍ଭେ ସେମାନଙ୍କୁ ରଜ୍ଜୁରେ ବାନ୍ଧିଥିଲୁ,
    କିନ୍ତୁ ତାହା ଥିଲା ପ୍ରେମର ରଜ୍ଜୁ।
ଆମ୍ଭେ ଜଣେ ବ୍ୟକ୍ତିପରି ସେମାନଙ୍କୁ ମୁକ୍ତ କଲୁ।
    ଆମ୍ଭେ ନମ୍ର ହେଲୁ ଓ ସେମାନଙ୍କୁ ଖୁଆଇଲୁ।

“ଇସ୍ରାଏଲୀୟମାନେ ପରମେଶ୍ୱରଙ୍କ ନିକଟକୁ ଫେରିବାକୁ ମନା କଲେ। ତେଣୁ ସେଥିପାଇଁ ସେମାନେ ମିଶର ଯିବେ। ଅଶୂରର ରାଜା ସେମାନଙ୍କର ରାଜା ହେବେ। ଖଣ୍ତା ସେମାନଙ୍କ ନଗର ବିରୁଦ୍ଧରେ ଝୁଲିବ। ଏହା ସେମାନଙ୍କର ଶକ୍ତିଶାଳୀ ଲୋକଙ୍କୁ ହତ୍ୟା କରିବ। ଏହା ସେମାନଙ୍କର ନେତାମାନଙ୍କୁ ଧ୍ୱଂସ କରିବ।

“ଆମ୍ଭର ଲୋକମାନେ ଆମ୍ଭ ନିକଟକୁ ଫେରିବାକୁ ଆଶା କରନ୍ତି। ସେମାନେ ଊର୍ଦ୍ଧ୍ୱକୁ ଡାକିବେ। କିନ୍ତୁ କେହି ସେମାନଙ୍କୁ ସାହାଯ୍ୟ କରିବେ ନାହିଁ।”

ସଦାପ୍ରଭୁ ଇସ୍ରାଏଲକୁ ଧ୍ୱଂସ କରିବାକୁ ଗ୍ଭହାନ୍ତି ନାହିଁ

“ଇଫ୍ରୟିମ, ଆମ୍ଭେ ତୁମ୍ଭକୁ ପରିତ୍ୟାଗ କରିବାକୁ ଗ୍ଭହୁଁ ନାହୁଁ।
    ଇସ୍ରାଏଲ, ଆମ୍ଭେ ତୁମ୍ଭର ସୁରକ୍ଷା ଗ୍ଭହୁଁ।
ଅଦ୍ମାର ଓ ସବୋୟିମ୍ ପରି
    ତୁମ୍ଭକୁ ହେବାକୁ ଆମ୍ଭେ ଗ୍ଭହୁଁ ନାହୁଁ।
ଆମ୍ଭର ମନକୁ ପରିବର୍ତ୍ତନ କରିଛୁ।
    ଆମ୍ଭର ପ୍ରେମ ତୁମ୍ଭ ପାଇଁ ଅତି ଶକ୍ତିଶାଳୀ ଅଟେ।
ଆମ୍ଭେ ଆପଣା ଭୟଙ୍କର କ୍ରୋଧଭାବକୁ ପ୍ରକାଶ କରିବା ନାହିଁ।
    ଇଫ୍ରୟିମକୁ ପୁନର୍ବାର ଧ୍ୱଂସ କରିବା ନାହିଁ।
ଆମ୍ଭେ ପରମେଶ୍ୱର, ମାନବ ନୋହୁଁ।
    ଆମ୍ଭେ ତୁମ୍ଭର ମଧ୍ୟବର୍ତ୍ତୀ
ଧର୍ମସ୍ୱରୂପ ଅଟୁ।
    ଆମ୍ଭର କ୍ରୋଧ ଦେଖାଇବା ନାହିଁ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 22:17-29

17 “ତା’ପରେ ମୁଁ ଯିରୁଶାଲମକୁ ଫେରି ଆସିଲି। ସେଠାରେ ମନ୍ଦିରରେ ଦିନେ ପ୍ରାର୍ଥନା କଲାବେଳେ ମୁଁ ଗୋଟିଏ ଦର୍ଶନ ଦେଖିଲି। 18 ସେହି ସମୟରେ ମୁଁ ଯୀଶୁଙ୍କୁ ଦର୍ଶନ କଲି। ସେ ମୋତେ କହିଲେ, ‘ତୁମ୍ଭେ ସଙ୍ଗେ ସଙ୍ଗେ ଯିରୁଶାଲମ ଛାଡ଼ିଦିଅ, କାରଣ ତୁମ୍ଭେ ମୋ’ ବିଷୟରେ ଯାହା କହିବ, ସେମାନେ ଗ୍ରହଣ କରିବେ ନାହିଁ।’

19 “କିନ୍ତୁ ମୁଁ କହିଲି, ପ୍ରଭୁ, ଏ ଲୋକମାନେ ତ ସମସ୍ତେ ଜାଣନ୍ତି ଯେ ମୁଁ ପ୍ରତ୍ୟେକ ସମାଜଗୃହକୁ ଯାଇ ସେଠାରେ ତୁମ୍ଭକୁ ବିଶ୍ୱାସ କରୁଥିବା ଲୋକମାନଙ୍କୁ ବନ୍ଦୀ କରୁଥିଲି ଏବଂ ମାଡ଼ ମାରୁଥିଲି। 20 ତୁମ୍ଭର ସାକ୍ଷୀ ସ୍ତିଫାନଙ୍କ ରକ୍ତ ବହିଯାଉଥିବା ସମୟରେ ମୁଁ ସେଠାରେ ଠିଆ ହୋଇ ସେହି କାର୍ଯ୍ୟକୁ ସମର୍ଥନ କରୁଥିଲି। ମୁଁ ତାହାଙ୍କୁ ହତ୍ୟା କରୁଥିବା ଲୋକମାନଙ୍କର ଲୁଗାପଟାକୁ ଜଗିଥିଲି, ଏସବୁ କଥା ସେମାନେ ଜାଣନ୍ତି।’

21 “କିନ୍ତୁ ପ୍ରଭୁ ମୋତେ କହିଲେ, ‘ତୁମ୍ଭେ ଯାଅ। ମୁଁ ତୁମ୍ଭକୁ ବହୁତ ଦୂର ଅଣଯିହୂଦୀ ଦେଶଗୁଡ଼ିକୁ ପଠାଇବି।’”

22 ପାଉଲ ଏ କଥା କହିବା ପର୍ଯ୍ୟନ୍ତ ଯିହୂଦୀମାନେ ଶୁଣୁଥିଲେ। ତା’ପରେ ସେମାନେ ସମସ୍ତେ ମିଶି ଖୁବ୍ ଜୋ‌ର୍‌‌ରେ ପାଟି କରି କହିଲେ, “ଏ ଲୋକକୁ ପୃଥିବୀରୁ ଦୂର କର। କାରଣ ସେ ବଞ୍ଚିରହିବା ପାଇଁ ଯୋଗ୍ୟ ନୁହଁ।” 23 ସେମାନେ ଚିତ୍କାର କରି ନିଜ ନିଜ ଲୁଗାପଟା ବାହାର କରି ଫୋପାଡ଼ି ଦେଲେ ଓ ଶୂନ୍ୟକୁ ଧୂଳି ଫୋପାଡ଼ିଲେ। 24 ତା’ପରେ ସେନାପତି ପାଉଲଙ୍କୁ ସୈନ୍ୟ ନିବାସ ଭିତରକୁ ନେଇଯିବା ପାଇଁ ଆଦେଶ ଦେଲେ। କାହିଁକି ଲୋକମାନେ ତାହାଙ୍କ ବିରୁଦ୍ଧରେ ଏଭଳି ପାଟିତୁଣ୍ଡ କରୁଥିଲେ, ତାହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ୱାରା ପାଉଲଙ୍କୁ ପଗ୍ଭରିବା ନିମନ୍ତେ ସେ ସୈନିକମାନଙ୍କୁ ଆଦେଶ ଦେଲେ। 25 ସେମାନେ ପାଉଲଙ୍କୁ କୋରଡ଼ା ମାରିବା ପାଇଁ ବାନ୍ଧୁଥିବା ସମୟରେ ପାଉଲ ସେଠାରେ ଠିଆ ହୋଇଥିବା ଜଣେ ସେନା ଅଧିକାରୀଙ୍କୁ କହିଲେ, “ଜଣେ ରୋମୀୟ ନାଗରିକ, ଯେ କି ଦୋଷୀ ବୋଲି ପ୍ରମାଣିତ ହୋଇ ନାହିଁ, ତାହାକୁ କୋରଡ଼ା ମାରିବା କ’ଣ ଆଇନ ସଙ୍ଗତ ଅଟେ?”

26 ଏ କଥା ଅଧିକାରୀ ଶୁଣି ସେନାଧ୍ୟକ୍ଷଙ୍କୁ ଜଣାଇଲେ। ଅଧିକାରୀ କହିଲେ, “ତୁମ୍ଭେ ଜାଣ, ତୁମ୍ଭେ କ’ଣ କରୁଛ? ଏ ଲୋକ ଜଣେ ରୋମୀୟ ନାଗରିକ?”

27 ତେଣୁ ସେନାଧ୍ୟକ୍ଷ ଯାଇ ପାଉଲଙ୍କୁ ପଗ୍ଭରିଲେ, “ମୋତେ କୁହ, ତୁମ୍ଭେ କ’ଣ ପ୍ରକୃତରେ ଜଣେ ରୋମୀୟ ନାଗରିକ?”

ପାଉଲ ଉତ୍ତର ଦେଲେ, “ହଁ।”

28 ସେନାଧ୍ୟକ୍ଷ କହିଲେ, “ମୁଁ ଜଣେ ରୋମୀୟ ନାଗରିକ ହେବା ପାଇଁ ପ୍ରଚୁର ଟଙ୍କା ଦେଇଥିଲି।।”

ପାଉଲ କହିଲେ, “କିନ୍ତୁ ମୁଁ ଜଣେ ରୋମୀୟ ନାଗରିକ ଭାବେ ଜନ୍ମ ନେଇଥିଲି।”

29 ପାଉଲ ଜଣେ ରୋମୀୟ ନାଗରିକ ବୋଲି ଜାଣିବା ପରେ ତାହାଙ୍କୁ ପ୍ରଶ୍ନ କରିବା ପାଇଁ ଯାଉଥିବା ଲୋକମାନେ ସଙ୍ଗେ ସଙ୍ଗେ ତାହାଙ୍କୁ ଛାଡ଼ି ଗ୍ଭଲିଗଲେ। ସେନାଧ୍ୟକ୍ଷ ମଧ୍ୟ ତାହାଙ୍କୁ ବାନ୍ଧି ବେତ୍ରାଘାତ କରିବା ପାଇଁ ଆଦେଶ ଦେଇଥିବାରୁ ଡରିଗଲେ।

ଲୂକ ଲିଖିତ ସୁସମାଗ୍ଭର 6:27-38

ତୁମ୍ଭର ଶତ୍ରୁକୁ ପ୍ରେମ କର(A)

27 “ତୁମ୍ଭେମାନେ ଯେଉଁମାନେ ମୋ’ କଥା ଶୁଣୁଛ, ମୁଁ ସେହିମାନଙ୍କୁ କହୁଛି, ନିଜ ଶତ୍ରୁକୁ ପ୍ରେମ କର। ତୁମ୍ଭମାନଙ୍କୁ ଯେଉଁମାନେ ଘୃଣା କରୁଛନ୍ତି, ସେମାନଙ୍କର ମଙ୍ଗଳ କର। 28 ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦେଉଛନ୍ତି, ପରମେଶ୍ୱରଙ୍କୁ ପ୍ରାର୍ଥନା କର ଯେ ସେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଯେଉଁମାନେ ତୁମ୍ଭମାନଙ୍କୁ ଆପମାନ ଦେଉଛନ୍ତି, ତୁମ୍ଭେମାନେ ସେମାନଙ୍କ ପାଇଁ ପ୍ରାର୍ଥନା କର। 29 ଯେଉଁ ଲୋକ ତୁମ୍ଭର ଗୋଟିଏ ଗାଲରେ ଗ୍ଭପୁଡ଼ାଟିଏ ମାରିବ, ତାହାକୁ ଅନ୍ୟ ଗାଲଟି ବି ଦେଖାଇ ଦିଅ। ଯେଉଁ ଲୋକ ତୁମ୍ଭର ଜାମାଟି ନେଇଯାଉଛି ତାହାକୁ ତୁମ୍ଭର ଧୋତିବି ନେଇଯିବାକୁ ଦିଅ। 30 ଯଦି କେହି ତୁମ୍ଭକୁ କିଛି ମାଗୁଛି, ତାହା ତାକୁ ଦେଇଦିଅ। ଯଦି କୌଣସି ଲୋକ ତୁମ୍ଭର କିଛି ନେଇ ଯାଏ, ତେବେ ତାହା ତାକୁ ଫେରେଇ ଦେବାକୁ କୁହ ନାହିଁ। 31 ଅନ୍ୟ ଲୋକମାନେ ତୁମ୍ଭମାନଙ୍କୁ ଯେଭଳି ବ୍ୟବହାର ଦେଖାନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ଅନ୍ୟମାନଙ୍କୁ ମଧ୍ୟ ସେହିଭଳି ବ୍ୟବହାର ଦେଖାଅ।

32 “ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ତୁମ୍ଭେମାନେ ଯଦି କେବଳ ସେହି ଲୋକମାନଙ୍କୁ ପ୍ରେମ କରୁଛ, ତେବେ ତୁମ୍ଭେମାନେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ୟ? କାରଣ ପାପୀମାନେ ମଧ୍ୟ ସେହିମାନଙ୍କୁ ପ୍ରେମ କରନ୍ତି, ଯେଉଁମାନେ ସେମାନଙ୍କୁ ପ୍ରେମ କରନ୍ତି। 33 ଯେଉଁମାନେ ତୁମ୍ଭମାନଙ୍କର ଉପକାର କରନ୍ତି, ତୁମ୍ଭେମାନେ ଯଦି କେବଳ ସେହିମାନଙ୍କର ଉପକାର କରିବ, ତେବେ ତୁମ୍ଭମାନଙ୍କର ମହତ ପଣିଆ କେଉଁଠି ରହିଲା? କାରଣ ପାପୀମାନେ ମଧ୍ୟ ଏହିପରି କରନ୍ତି। 34 ଯେଉଁମାନଙ୍କଠାରୁ ଫେରି ପାଇବାର ଆଶା ଥିବ, ତୁମ୍ଭେମାନେ ଯଦି କେବଳ ସେହିମାନଙ୍କୁ ଟଙ୍କା ଧାର ଦିଅ, ତେବେ ତୁମ୍ଭେମାନେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ୟ? କାରଣ ପାପୀମାନେ ମଧ୍ୟ ଟଙ୍କା ଫେରି ପାଇବା ଆଶାରେ ଅନ୍ୟ ପାପୀମାନଙ୍କୁ ଟଙ୍କା ଧାର ଦିଅନ୍ତି।

35 “ତେଣୁ ନିଜ ଶତ୍ରୁକୁ ଭଲ ପାଅ। ଲୋକଙ୍କର ଉପକାର କର ଓ ଫେରି ପାଇବାର କୌଣସି ଆଶା ନ ରଖି ଟଙ୍କା ଧାର ଦିଅ। ଏହା କଲେ ତୁମ୍ଭମାନଙ୍କୁ ପ୍ରଚୁର ପୁରସ୍କାର ମିଳିବ। ତୁମ୍ଭେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସନ୍ତାନ ହେବ। କାରଣ ସେ କପଟୀ ଏବଂ ଦୁଷ୍ଟ ଲୋକମାନଙ୍କ ପ୍ରତି ମଧ୍ୟ ଦୟାଶୀଳ ଅଟନ୍ତି। 36 ତୁମ୍ଭମାନଙ୍କର ପରମପିତା ଯେଉଁଭଳି ତୁମ୍ଭମାନଙ୍କୁ ପ୍ରେମ ଦେଖାନ୍ତି ଓ ଦୟା କରନ୍ତି, ତୁମ୍ଭେମାନେ ମଧ୍ୟ, ସେହିଭଳି ଅନ୍ୟମାନଙ୍କୁ ଦୟା ଦେଖାଅ ଓ ପ୍ରେମ କର।

ନିଜକୁ ଦେଖ(B)

37 “ତୁମ୍ଭେମାନେ କାହାରି ବିଗ୍ଭର କର ନାହିଁ। ତାହାହେଲେ ତୁମ୍ଭମାନଙ୍କର ମଧ୍ୟ ବିଗ୍ଭର କରାଯିବ ନାହିଁ। କୌଣସି ବ୍ୟକ୍ତିକୁ ଦୋଷୀ କର ନାହିଁ, ତେବେ ତୁମ୍ଭେ ମଧ୍ୟ ଦୋଷୀ ବିବେଚିତ ହେବ ନାହିଁ। ଅନ୍ୟକୁ କ୍ଷମା କରିଦିଅ, ତେବେ ତୁମ୍ଭେମାନଙ୍କୁ ମଧ୍ୟ କ୍ଷମା କରି ଦିଆଯିବ। 38 ଅନ୍ୟକୁ ଦିଅ, ତେବେ ତୁମ୍ଭେମାନେ ପାଇବ। ତୁମ୍ଭମାନଙ୍କୁ ବହୁତ ଦିଆଯିବ। ତୁମ୍ଭେମାନେ ଯେତିକି ଧରି ପାରିବ, ତା’ଠାରୁ ଅଧିକ ତୁମ୍ଭମାନଙ୍କ ହାତରେ ଢାଳି ଦିଆଯିବ। ତୁମ୍ଭମାନଙ୍କୁ ଏତେ ଅଧିକ ଦିଆଯିବ ଯେ ସେଥିରୁ ବହୁତ ତୁମ୍ଭମାନଙ୍କ ଅଣ୍ଟିରୁ ଉଛୁଳି ପଡ଼ିବ। ତୁମ୍ଭେମାନେ ଯେଉଁଭଳି ଭାବରେ ଅନ୍ୟକୁ ଦେବ, ପରମେଶ୍ୱର ବି ତୁମ୍ଭମାନଙ୍କୁ ସେହିଭଳି ଭାବରେ ଦେବେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center