Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:145-168

କଫ

145 ହେ ସଦାପ୍ରଭୁ, ମୁଁ ହୃଦୟ ସହକାରେ ତୁମ୍ଭକୁ ପ୍ରାର୍ଥନା କରେ।
    ମୋତେ ଉତ୍ତର ଦିଅ! ମୁଁ ତୁମ୍ଭର ନିୟମସବୁ ଅନୁସରଣ କରିବି।
146 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଡାକ ପକାଉଛି,
    ମୋତେ ରକ୍ଷା କର, ଏବଂ ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିବି।
147 ମୁଁ ପ୍ରଭାତରୁ ଉଠିଲି ଏବଂ ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
    ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
148 ମୁଁ ତୁମ୍ଭର ପ୍ରତିଜ୍ଞା ଧ୍ୟାନ କରିବା ପାଇଁ
    ରାତ୍ରି ଉଜାଗର ରହିଲି।
149 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ସହକାରେ ମୋର ପ୍ରାର୍ଥନା ଶୁଣ।
    ତୁମ୍ଭ ଶାସନ ଦ୍ୱାରା ମୋତେ ବଞ୍ଚିବାକୁ ଦିଅ।
150 ମନ୍ଦ ଯୋଜନା ସହିତ ଲୋକମାନେ ମୋତେ ଆକ୍ରମଣ କରିବା ପାଇଁ ମୋ’ ପାଖକୁ ଆସନ୍ତି।
    ସେମାନେ ତୁମ୍ଭର ଶିକ୍ଷାଠାରୁ ବହୁ ଦୂରରେ।
151 ହେ ସଦାପ୍ରଭୁ, ତୁମ୍ଭେ ମୋର ନିକଟବର୍ତ୍ତୀ।
    ତୁମ୍ଭର ଆଦେଶ ସକଳ ଭରସା ଯୋଗ୍ୟ।
152 ବହୁତ ଦିନ ପୂର୍ବରୁ ମୁଁ ଜାଣେ ଯେ, ତୁମ୍ଭର ଶାସନ ଅଛି।
    ମୁଁ ଜାଣେ ଯେ, ତୁମ୍ଭେ ସେମାନଙ୍କୁ ଅନନ୍ତକାଳ ପାଇଁ ଶେଷ କରିପକାଇଲ।

ରେଶ୍

153 ହେ ସଦାପ୍ରଭୁ, ମୋର ଯନ୍ତ୍ରଣାକୁ ଦେଖ ଓ ମୋତେ ଉଦ୍ଧାର କର।
    କାରଣ ମୁଁ ତୁମ୍ଭର ଶିକ୍ଷାମାନ ଭୁଲି ନାହିଁ।
154 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପାଇଁ ନିଷ୍ପତ୍ତି କର ଏବଂ ମୋତେ ରକ୍ଷା କର।
    ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ବଞ୍ଚିବାକୁ ଦିଅ।
155 ଦୁଷ୍ଟଗଣ କେବେ ବିଜୟୀ ହେବେ ନାହିଁ।
    କାରଣ ସେମାନେ ତୁମ୍ଭର ବ୍ୟବସ୍ଥା ଅନୁସରଣ କରନ୍ତି ନାହିଁ।
156 ହେ ସଦାପ୍ରଭୁ, ତୁମ୍ଭେ ମହାନ ଦୟାଳୁ।
    ତୁମ୍ଭର ଶାସନ ନିୟମାନୁସାରେ କାମ କର ଓ ମୋତେ ବଞ୍ଚିବାକୁ ଦିଅ।
157 ମୋତେ କଷ୍ଟ ଦେବାକୁ ଚେଷ୍ଟା କରନ୍ତି, ସେହିପରି ମୋର ବହୁତ ଶତ୍ରୁ ଅଛନ୍ତି,
    କିନ୍ତୁ ମୁଁ ତୁମ୍ଭର ବାକ୍ୟରୁ ବିଚ୍ୟୁତ ହୋଇ ନାହିଁ।
158 ମୁଁ ବିଶ୍ୱାସଘାତକମାନଙ୍କୁ ଦେଖେ।
    ସେମାନେ ତୁମ୍ଭର ବାକ୍ୟ ମାନନ୍ତି ନାହିଁ।
    ମୁଁ ସେମାନଙ୍କୁ ଘୃଣାକରେ।
159 ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶସବୁ ପାଳନ କରିବା ପାଇଁ କଠିନ ଚେଷ୍ଟା କରୁଛି।
    ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋତେ ବଞ୍ଚିବାକୁ ଦିଅ।
160 ଆରମ୍ଭରୁ ତୁମ୍ଭର ସମୁଦାୟ ବାକ୍ୟ ଭରସା ଯୋଗ୍ୟ
    ଓ ତୁମ୍ଭର ସବୁ ଧର୍ମମୟ ବ୍ୟବସ୍ଥା ନିତ୍ୟସ୍ଥାୟୀ ପାଇଁ ସୁନ୍ଦର ହୋଇ ରହିବ।

ଶିନ୍

161 ସଦାପ୍ରଭୁ ଶକ୍ତିଶାଳୀ ଅଧିପତିମାନେ ବିନା କାରଣରେ ମୋତେ ଆକ୍ରମଣ କରନ୍ତି।
    କିନ୍ତୁ ମୁଁ କେବଳ ତୁମ୍ଭର ବାକ୍ୟକୁ ଭୟ ଓ ସମ୍ମାନ କରେ।
162 ତୁମ୍ଭର ପ୍ରତିଜ୍ଞା ମୋତେ ଆନନ୍ଦ ଦିଏ,
    ଯେପରି ଜଣେ ବ୍ୟକ୍ତି ବହୁତ ଲୁଟ୍ ଧନ ପାଇବା ପରେ ଖୁସୀ ହୁଏ।
163 ମୁଁ ମିଥ୍ୟାକୁ ଘୃଣା କରେ ଓ ଏହାକୁ ଅଶ୍ରଦ୍ଧା କରେ।
    ମାତ୍ର ମୁଁ ତୁମ୍ଭ ଶିକ୍ଷାସବୁ ସ୍ନେହ କରେ।
164 ତୁମ୍ଭର ଯଥାର୍ଥ ବିଗ୍ଭର ପାଇଁ,
    ମୁଁ ଦିନରେ ସାତଥର ତୁମ୍ଭର ପ୍ରଶଂସା କରେ।
165 ଯେଉଁ ବ୍ୟକ୍ତି ତୁମ୍ଭର ଶିକ୍ଷାକୁ ଭଲ ପାଏ, ସେ ଶାନ୍ତି ପାଇବ।
    ତାକୁ କୌଣସି ବସ୍ତୁ ପକେଇ ପାରିବ ନାହିଁ।
166 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ ଅଛି, ମୋତେ ରକ୍ଷା କର।
    ମୁଁ ତୁମ୍ଭର ଆଦେଶସବୁ ପାଳନ କଲି।
167 ମୁଁ ତୁମ୍ଭର ବାକ୍ୟକୁ ଅନୁସରଣ କରିଅଛି।
    ଏବଂ ସେଗୁଡ଼ିକୁ ବହୁଳ ପରିମାଣରେ ଭଲ ପାଏ।
168 ମୁଁ ତୁମ୍ଭର ନିୟମ ଓ ନିର୍ଦ୍ଦେଶ ପାଳନ କରିଅଛି।
    ତୁମ୍ଭେ ସବୁ ଜାଣ, ଯାହା ମୁଁ କରିଅଛି।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 11:18-23

ଯିରିମିୟଙ୍କ ବିରୁଦ୍ଧରେ ମନ୍ଦ ଯୋଜନା

18 ସଦାପ୍ରଭୁ ମୋତେ ଜଣାଇଲେ ଯେ ଅନାଥୋତର ଲୋକମାନେ ମୋ’ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ସେ ସେମାନଙ୍କର କ୍ରିୟା ମୋତେ ସେ ସମୟରେ ଦେଖାଇଲେ। 19 ସଦାପ୍ରଭୁ, ସେମାନେ ମୋ’ ବିପକ୍ଷରେ ଅଛନ୍ତି ବୋଲି ଦେଖାଇବା ପୂର୍ବରୁ ମୁଁ ଏକ ନିରୀହ ମେଷଶାବକ ପରି ହତ୍ୟା ପାଇଁ ରହିଥିଲି। ସେମାନେ ମୋ’ ବିରୁଦ୍ଧରେ ଅଛନ୍ତି ବୋଲି ମୁଁ ଜାଣି ନ ଥିଲି। ସେମାନେ ମୋ’ ବିରୁଦ୍ଧରେ କୁମନ୍ତ୍ରଣା କରି କହିଲେ, “ଆସ ଫଳ ସହିତ ବୃକ୍ଷକୁ କାଟି ନଷ୍ଟ କରିବା। ଲୋକେ ଯେପରି ତାଙ୍କୁ ଆଉ ସ୍ମରଣ ନ କରିବେ ସେଥିପାଇଁ ତାଙ୍କୁ କାଟି ପକାଇବା।” 20 କିନ୍ତୁ ହେ ସଦାପ୍ରଭୁ, “ତୁମ୍ଭେ ଜଣେ ପ୍ରକୃତ ବିଗ୍ଭରକ। ତୁମ୍ଭେ ଲୋକମାନଙ୍କର ମନ ଓ ବୁଦ୍ଧି ପରୀକ୍ଷା କରୁଥାଅ। ସେମାନଙ୍କ ପ୍ରତି ତୁମ୍ଭର ପ୍ରତିଶୋଧ ମୋତେ ଦେଖାଅ। କାରଣ ମୋର ଘଟଣାରୁ ମୁଁ ତୁମ୍ଭଙ୍କୁ ପୁରା ବିଶ୍ୱାସ କରିବି।”

21 ଅନାଥୋତର ଲୋକମାନେ ଯିରିମିୟଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲେ। ସେହି ଲୋକମାନେ ଯିରିମିୟଙ୍କୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ନାମରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର ନାହିଁ, କଲେ ଆମ୍ଭେମାନେ ତୁମ୍ଭକୁ ହତ୍ୟା କରିବୁ।” ତେଣୁ ସଦାପ୍ରଭୁ ସେମାନଙ୍କ ବିଷୟରେ ଏକ ସିଦ୍ଧାନ୍ତ ନେଲେ। 22 ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହିଲେ, “ଖୁବ୍ ଶୀଘ୍ର ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା। ସେମାନଙ୍କର ଯୁବାଗଣ ‌‌ଖ‌ଡ଼୍‌ଗରେ ନିହିତ ହେବେ ଓ ସେମାନଙ୍କର ପୁତ୍ରକନ୍ୟାଗଣ ଦୁର୍ଭିକ୍ଷରେ ମରିବେ। 23 ଅନାଥୋ‌‌‌ତ୍‌‌‌ରେ ଅବଶିଷ୍ଟ କେହି ରହିବେ ନାହିଁ। ଆମ୍ଭେ ସେମାନଙ୍କ ପ୍ରତି ଶାସ୍ତି ବିଧାନ କରିବା ଓ ସେମାନଙ୍କ ପ୍ରତି ଅମଙ୍ଗଳ ଘଟାଇବା।”

ମାଥିଉ ଲିଖିତ ସୁସମାଗ୍ଭର 10:16-22

ନିଜ ଶିଷ୍ୟମାନଙ୍କୁ ଯୀଶୁଙ୍କ ଚେତାବନୀ(A)

16 “ସାବଧାନ, ଗଧିଆମାନଙ୍କ ଭିତରେ ମେଷମାନଙ୍କୁ ଛାଡ଼ିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ, କପୋତ ଭଳି ନିରୀହ ହୁଅ। 17 କିନ୍ତୁ ଲୋକଙ୍କ ପ୍ରତି ସାବଧାନ ରୁହ। ତୁମ୍ଭକୁ ସେମାନେ ବାନ୍ଧି କରି ତାହାଙ୍କର ସ୍ଥାନୀୟ ବିଗ୍ଭରାଳୟ ହାତରେ ଦେଇଦେବେ ଓ ତାହାଙ୍କର ପ୍ରାର୍ଥନାଗୃହରେ ତୁମ୍ଭକୁ ଛାଟରେ ପିଟିବେ। 18 ତୁମ୍ଭେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ତୁମ୍ଭକୁ ଶାସକ ଓ ରାଜାଙ୍କ ଆଗକୁ ନିଆଯିବ। ଅଣଯିହୂଦୀ ତଥା ସେମାନଙ୍କ ଆଗରେ ତୁମ୍ଭେ ମୋ’ ବିଷୟରେ ସାକ୍ଷୀ ହେବ। 19 ସେମାନେ ତୁମ୍ଭକୁ ବାନ୍ଧି ନେବା ବେଳେ କ’ଣ କହିବ ଓ କିପରି କହିବ, ସେ ବିଷୟରେ ଚିନ୍ତାକରି କିଛି ବ୍ୟସ୍ତ ହୁଅ ନାହିଁ। କାରଣ ତୁମ୍ଭକୁ ସେତେବେଳେ କ’ଣ କହିବାକୁ ହେବ ତାହା ଜଣେଇ ଦିଆଯିବ। 20 ମନେରଖ, କହିବା ଲୋକ କେବେ ହେଲେ ତୁମ୍ଭେ ନୁହଁ, ତୁମ୍ଭର ପରମପିତାଙ୍କ ଆତ୍ମା ହିଁ ତୁମ୍ଭ ଭିତରୁ କହିବେ।

21 “ଭାଇ ତା’ ନିଜ ଭାଇକୁ ବାପାମା ନିଜ ପିଲାପିଲିଙ୍କୁ ମରଣ ମୁଖକୁ ଠେଲିଦେବେ। ପିଲାମାନେ ନିଜ ବାପାମାଙ୍କ ବିରୁଦ୍ଧରେ ଠିଆ ହେବେ ଓ ତାହାଙ୍କୁ ମାରି ପକାଇବେ। 22 ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଦୃଢ଼ ଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ।

ଗୀତସଂହିତା 112

112 ସଦାପ୍ରଭୁଙ୍କର ପ୍ରଶଂସା କର।

ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସେମାନେ ସମ୍ମାନରେ ଭାଗ୍ୟବାନ୍ ହୁଅନ୍ତି,
    ଯିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ୱସ୍ତ ହୋଇଥାଏ,
ତା’ର ବଂଶଧର ଭୂପୃଷ୍ଠରେ ବିକ୍ରମଶାଳୀ ହେବେ।
    ସରଳ ଲୋକର ବଂଶଧର ଆଶୀର୍ବାଦ ପ୍ରାପ୍ତ ହେବେ।
ସେହି ଲୋକର ପରିବାର ଧନଶାଳୀ ହେବେ
    ଏବଂ ତା’ର ଧର୍ମ ଚିରକାଳସ୍ଥାୟୀ ହେବ।
ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ୱର ଅନ୍ଧକାରରେ ଆଲୋକ ସଦୃଶ୍ୟ।
    ସେ କୃପାମୟ, ସ୍ନେହଶୀଳ ଓ ଧାର୍ମିକ।
ଦରକାର ବେଳେ ଋଣ ଦେବା ଏବଂ ଉଧାର ହେବା, ଏହା ଗୋଟିଏ ଲୋକର ଭଲ ଗୁଣ।
    କୌଣସି ବ୍ୟକ୍ତି ନିଜର ବ୍ୟାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।
ସେହି ଲୋକ କଦାପି ବିଚଳିତ ହେବ ନାହିଁ।
    ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ।
ସେ କୁସମ୍ବାଦ ଶୁଣି ଭୟ କରିବ ନାହିଁ।
    ସେହି ଲୋକ ସୁସ୍ଥିର ହେବ କାରଣ ସେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।
ସେହି ଲୋକ ସୁସ୍ଥିର ଥାଏ।
    ସେ କେବେ ଭୟ କରେ ନାହିଁ।
    ସେ ତା’ର ଶତ୍ରୁମାନଙ୍କୁ ପରାସ୍ତ ହେବାର ଦେଖିବ।
ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ,
    ତା’ର ଧର୍ମ ଏକ। ଚିରକାଳସ୍ଥାୟୀ।
    ସେ ବିଜୟ ଏବଂ ସମ୍ମାନ ପାଇବ।
10 ଦୁଷ୍ଟ ଲୋକ ଏହା ଦେଖି କ୍ରୋଧ କରିବେ।
    ସେମାନେ ରାଗରେ ଦାନ୍ତ କଡ଼ମଡ଼ କରିବେ।
କିନ୍ତୁ ଏହା ପରେ ସେମାନେ ଅଦୃଶ୍ୟ ହେବେ।
    ଦୁଷ୍ଟ ଲୋକମାନଙ୍କର ଇଚ୍ଛା କଦାପି ପୂର୍ଣ୍ଣ ହେବ ନାହିଁ।

ଗୀତସଂହିତା 125

ଆରୋହଣ ଗୀତ।

125 ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି ସେମାନେ ସିୟୋନ ପର୍ବତ ତୁଲ୍ୟ।
    ସେମାନେ କେବେ ମଧ୍ୟ ଥରିବେ ନାହିଁ।
    ସେମାନେ ନିତ୍ୟସ୍ଥାୟୀ ହୋଇ ବଞ୍ଚି ରହିବେ।
ଯେମନ୍ତ ଯିରୁଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ,
    ତେମନ୍ତ ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁଃର୍ଦ୍ଦିଗରେ ଥା’ନ୍ତି।
    ସେ ତାଙ୍କର ଲୋକମାନଙ୍କୁ ଚିରଦିନ ପାଇଁ ରକ୍ଷା କରିବେ।
ଧାର୍ମିକ ଲୋକମାନଙ୍କର ଭୂମିକୁ ସଦାକାଳ ଅଧର୍ମ ଲୋକମାନେ ନିଜ ନିୟନ୍ତ୍ରଣରେ ରଖିପାରିବେ ନାହିଁ।
    ଯଦି ଏପରି ଘଟିଲା, ତେବେ ଧାର୍ମିକ ଲୋକମାନେ ଅଧର୍ମ କାର୍ଯ୍ୟ କରିବାକୁ ଆରମ୍ଭ କରିଦେବେ।

ସଦାପ୍ରଭୁ, ଉତ୍ତମ ଲୋକମାନଙ୍କ ପ୍ରତି ମଙ୍ଗଳ କର।
    ପବିତ୍ର ହୃଦୟ ସହିତ ଲୋକମାନଙ୍କର ମଙ୍ଗଳ କର।
ସଦାପ୍ରଭୁ, ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି।
    ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି।

ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

ଏବ୍ରୀ 12:12-24

ଜୀବନ ପଦ୍ଧତି ବିଷୟରେ ସାବଧାନ ରୁହ

12 ତୁମ୍ଭେମାନେ ଦୁର୍ବଳ ହୋଇ ଯାଇଛ। ଅତଏବ ନିଜକୁ ପୁନର୍ବାର ଶକ୍ତିଶାଳୀ କର। 13 ଧାର୍ମିକ ହୋଇ ଜୀବନଯାପନ କର, ଯେପରି ତୁମ୍ଭମାନଙ୍କର ଦୁର୍ବଳତା ଗୁଡ଼ିକ ନଷ୍ଟ ହେବାର କାରଣ ହେବ ନାହିଁ, ଓ ତୁମ୍ଭେମାନେ ରକ୍ଷା ପାଇ ପାରିବ।

14 ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କର। ଯଦି ଜଣକର ଜୀବନ ପବିତ୍ର ନୁହେଁ, ତା’ହେଲେ ସେ ପ୍ରଭୁଙ୍କୁ କେବେ ହେଲେ ଦେଖି ପାରିବ ନାହିଁ। 15 ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ପରମେଶ୍ୱରଙ୍କ ଅନୁଗ୍ରହ ପାଇବାରେ ବଞ୍ଚିତ ହେବ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସେଭଳି ଲୋକ ସମୁଦାୟ ଦଳକୁ ନଷ୍ଟ କରିଦେବେ। 16 ସାବଧାନ ରୁହ ଯେପରି କେହିହେଲେ ଯୌନ ବ୍ୟଭିଗ୍ଭର ନ କରେ। ସାବଧାନ ରୁହ ଯେପରି କେହି ଏଷୌ ଭଳି ନ ହେଉ। ସେ ପରମେଶ୍ୱରଙ୍କ ବିଷୟରେ ଚିନ୍ତା କରେ ନାହିଁ। ଏଷୌ ଜ୍ୟେଷ୍ଠପୁତ୍ର ଥିଲା, ଓ ସେ ତା’ ପିତାଙ୍କଠାରୁ ସବୁକିଛି ଉତ୍ତରାଧିକାରୀ ଭାବରେ ପାଇଥା’ନ୍ତା। କିନ୍ତୁ ଥରକର ଭୋଜନ ବଦଳରେ ସେ ସବୁକିଛି ବିକ୍ରି କରି ଦେଲା। 17 ତୁମ୍ଭେମାନେ ଜାଣିଛ ଯେ, ଏପରି କରି ସାରିଲା ପରେ, ଏଷୌ ବାପାଙ୍କର ଆଶୀର୍ବାଦ ପାଇବା ପାଇଁ ଗ୍ଭହିଁଲା। ସେ ଆଶୀର୍ବାଦ ପାଇବା ନିମନ୍ତେ ଏତେ ବ୍ୟାକୁଳ ହେଲା ଯେ, ସେ ବହୁତ କାନ୍ଦିଲା। କିନ୍ତୁ ତା’ବାପା ତାହାକୁ ଆଶୀର୍ବାଦ କରିବା ପାଇଁ ମନା କଲେ, କାରଣ ଏଷୌ ଯାହା କରିଥିଲା, ତାହାକୁ ବଦଳାଇବା ପାଇଁ କୌଣସି ଉପାୟ ପାଇ ପାରିଲା ନାହିଁ।

18 ତୁମ୍ଭେମାନେ ଗୋଟିଏ ନୂଆ ଜାଗାକୁ ଆସିଛ। ଏହି ସ୍ଥାନଟି ଇସ୍ରାଏଲୀୟମାନେ ଆସିଥିବା ପର୍ବତ ଭଳି ଜାଗା ନୁହେଁ। ତୁମ୍ଭେମାନେ ଗୋଟିଏ ଛୁଇଁ ପାରୁଥିବା ଓ ନିଆଁରେ ଜଳୁଥିବା ପର୍ବତ ପାଖକୁ ଆସି ନାହଁ। ତୁମ୍ଭେମାନେ ଅନ୍ଧାରୁଆ, ଝା‌ପ୍‌ସା ଓ ଝଡ଼ ହେଉଥିବା ସ୍ଥାନକୁ ଆସି ନାହଁ। 19 ସେଠାରେ ତୂରୀର ଧ୍ୱନି, ଏବଂ ଶବ୍ଦ ଉଚ୍ଚାରଣ ଧ୍ୱନି ନାହିଁ। ଯେତେବେଳେ ଲୋକେ ସେ ଧ୍ୱନି ଶୁଣିଲେ, ସେମାନେ ପ୍ରାର୍ଥନା କଲେ ଯେ, ଅନ୍ୟ କୌଣସି ଶବ୍ଦ ଯେପରି ନ ଶୁଣନ୍ତି। 20 ସେମାନେ ଆଦେଶକୁ ସହି ପାରିଲେ ନାହିଁ: “ଯଦି କିଏ, କୌଣସି ପଶୁ ମଧ୍ୟ ପର୍ବତକୁ ଛୁଏଁ ତା’ହେଲେ ତାହାକୁ ପଥର ଆଘାତ ଦ୍ୱାରା ମାରି ଦେବାକୁହେବ।” [a] 21 ସେହି ଲୋକମାନେ ଯାହା ଦେଖିଲେ, ସେଗୁଡ଼ିକ ଏତେ ଭୟଙ୍କର ଥିଲା ଯେ, ମୋଶା କହିଥିଲେ: “ମୁଁ ଭୟରେ ଥରୁଛି।” [b]

22 କିନ୍ତୁ ତୁମ୍ଭେମାନେ ସେହିପରି ଜାଗାକୁ ଆସିନାହଁ। ତୁମ୍ଭେମାନେ ଯେଉଁ ନୂତନ ଜାଗାକୁ ଆସିଛ, ତାହାର ନାମ ସିୟୋନ ପର୍ବତ। [c] ତୁମ୍ଭେମାନେ ଜୀବନ୍ତ ପରମେଶ୍ୱରଙ୍କ ନଗରୀକୁ ଆସିଛ, ସ୍ୱର୍ଗୀୟ ଯିରୁଶାଲମକୁ ଆସିଛ। ତୁମ୍ଭେମାନେ ଏକତ୍ରିତ ହୋଇଥିବା ଓ ଆନନ୍ଦରେ ପରିପୂର୍ଣ୍ଣ ହଜାର ହଜାର ସ୍ୱର୍ଗଦୂତଙ୍କ ପାଖରେ ଆସି ପହଞ୍ଚିଛ। 23 ତୁମ୍ଭେମାନେ ପରମେଶ୍ୱରଙ୍କ ପ୍ରଥମଜାତ [d] ସନ୍ତାନମାନଙ୍କ ମିଳନ ସ୍ଥଳରେ ଆସି ପହଞ୍ଚିଛି। ସେମାନଙ୍କ ନାମ ସ୍ୱର୍ଗରେ ଲେଖା ରହିଛି। ସବୁଲୋକଙ୍କର ବିଗ୍ଭରପତି ପରମେଶ୍ୱରଙ୍କ ନିକଟକୁ ତୁମ୍ଭେମାନେ ଆସିଛ। ଯେଉଁ ଲୋକମାନେ ସିଦ୍ଧ ହୋଇ ସାରିଛନ୍ତି, ସେହିଭଳି ଭଲ ଲୋକମାନଙ୍କ ଆତ୍ମାମାନଙ୍କ ପାଖକୁ ତୁମ୍ଭେମାନେ ଆସିଛ। 24 ତୁମ୍ଭେମାନେ, ପରମେଶ୍ୱରଙ୍କଠାରୁ ନୂତନ ନିୟମ ନିଜ ଲୋକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍ଭେମାନେ ହେବଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ୟ କହି ପାରୁଥିବା ରକ୍ତ ସେଚନ [e] ନିକଟକୁ ଆସିଛ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center