Revised Common Lectionary (Semicontinuous)
ଆସଫର ଗୀତ।
82 ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି।
ସେ ବିଗ୍ଭରକର୍ତ୍ତାମାନଙ୍କ ମଧ୍ୟରେ ବିଗ୍ଭର କରନ୍ତି।
2 ପରମେଶ୍ୱର କହନ୍ତି, “ତୁମ୍ଭେମାନେ କେତେକାଳ ପର୍ଯ୍ୟନ୍ତ ଅନ୍ୟାୟ ବିଗ୍ଭର କରିବ?
ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ଦୁଷ୍ଟ ଲୋକମାନଙ୍କୁ ବିନା ଦଣ୍ଡରେ ମୁକ୍ତି କରିବ?”
3 “ଅନାଥ ଓ ଗରିବ ଲୋକମାନଙ୍କୁ ରକ୍ଷା କର।
ଅତ୍ୟାଗ୍ଭରିତ ଓ ଗରିବ ଲୋକମାନଙ୍କର ପ୍ରତି ନ୍ୟାୟ ବ୍ୟବହାର କର।
4 ଗରିବ ଓ ଦୀନହୀନମାନଙ୍କୁ ରକ୍ଷା କର।
ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ରକ୍ଷା କର।
5 “ଯାହାସବୁ ଘଟୁଛି ସେମାନେ ଜାଣନ୍ତି ନାହିଁ
କିଅବା ବୁଝନ୍ତି ନାହିଁ।
ସେମାନେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି।
ସେମାନଙ୍କର ପୃଥିବୀ ସେମାନଙ୍କର ଚତୁର୍ପାର୍ଶ୍ୱରେ ତଳକୁ ପଡ଼ୁଛି।”
6 ମୁଁ (ପରମେଶ୍ୱର) କହିଲି,
“ତୁମ୍ଭେମାନେ ଈଶ୍ୱରଗଣ ଓ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସନ୍ତାନ।
7 ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ।
ତୁମ୍ଭେ ରାଜକୁମାର ପରି ମୃତ୍ୟୁବରଣ କରିବ।”
8 ହେ ପରମେଶ୍ୱର, ଉଠ! ପୃଥିବୀର ବିଗ୍ଭର କର!
ସମସ୍ତ ଜାତିଗଣ ତୁମ୍ଭର ଅଟେ।
ଯିହୁଦା ପାଇଁ ଶାସ୍ତି
4 ସଦାପ୍ରଭୁ ଏହା କହନ୍ତି: “ଆମ୍ଭେ ବହୁ ଅପରାଧ କରିଥିବା ଯିହୁଦା ନିବାସୀମାନଙ୍କୁ ଦଣ୍ତ ଦେବା। କାରଣ ସେମାନେ ସଦାପ୍ରଭୁଙ୍କର ଆଦେଶକୁ ମାନିବାକୁ ମନା କଲେ। ସେମାନେ ତାଙ୍କର ଆଦେଶ ରଖିଲେ ନାହିଁ। ସେମାନଙ୍କର ପୂର୍ବପୁରୁଷଗଣ ଯେଉଁ ମିଥ୍ୟାକୁ ବିଶ୍ୱାସ କରୁଥିଲେ, ସେମାନେ ମଧ୍ୟ ତାହା ବିଶ୍ୱାସ କଲେ। 5 ତେଣୁ ଆମ୍ଭେ ଯିହୁଦାରେ ଅଗ୍ନି ସଂଯୋଗ କରିବା ଏବଂ ସେହି ଅଗ୍ନି ଯିରୁଶାଲମର ସମସ୍ତ ଉଚ୍ଚ ଅଟ୍ଟାଳିକା ଧ୍ୱଂସ କରିଦେବ।”
ଇସ୍ରାଏଲ ପାଇଁ ଦଣ୍ତବିଧାନ
6 ସଦାପ୍ରଭୁ ଏହା କହନ୍ତି: “ଆମ୍ଭେ ବହୁ ଅପରାଧ କରିଥିବା ଇସ୍ରାଏଲ ଲୋକଙ୍କୁ ଦଣ୍ତ ଦେବା। କାରଣ ସେମାନେ ରୌପ୍ୟ ବଦଳରେ ଉତ୍ତମ ଓ ନିରୀହ ଲୋକଙ୍କୁ ବୀକ୍ରି କରିଥିଲେ। ସେମାନେ ଏକହଳ ଜୋତା ପାଇଁ ଦରିଦ୍ର ଲୋକଙ୍କୁ ବୀକ୍ରି କରିଥିଲେ। 7 ସେମାନେ ଦରିଦ୍ର ଲୋକମାନଙ୍କର ମୁଖମଣ୍ତଳକୁ ଭୂମିରେ ମାଡ଼ି ଦଣ୍ତ ଦେଉଥିଲେ ଓ ସେମାନଙ୍କୁ ପଦାଘାତ କରୁଥିଲେ। ସେମାନେ ଅସହାୟ ଲୋକମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଶୁଣୁ ନ ଥିଲେ। ମୋର ପବିତ୍ର ନାମକୁ କଳୁଷିତ କରିବାକୁ ଯାଇ ଜଣେ ବ୍ୟକ୍ତି ଓ ତା’ର ପିତା, ଜଣେ ରମଣୀ ସହ ଯୌନ ସମ୍ପର୍କ ରଖିଥିଲେ। 8 ସେମାନେ ଦରିଦ୍ର ଲୋକମାନଙ୍କର ବସ୍ତ୍ର ନିଅନ୍ତି ଏବଂ ସେହି ବସ୍ତ୍ର ଉପରେ ବସି ଯଜ୍ଞବେଦି ନିକଟରେ ପୂଜା କରନ୍ତି। ସେମାନେ ଦରିଦ୍ର ଲୋକମାନଙ୍କୁ ଅର୍ଥ ଋଣ ଆକାରରେ ଧାର ଦିଅନ୍ତି ଏବଂ ଆନୁଷଙ୍ଗିକ ପରି ସେମାନେ ବସ୍ତ୍ରଗୁଡ଼ିକ ନେଇଯାଆନ୍ତି। ସେମାନେ ସେହି ଦରିଦ୍ରମାନଙ୍କ ଉପରେ ଅର୍ଥ ଦଣ୍ତ କରନ୍ତି ଏବଂ ସେହି ଅର୍ଥରେ ଦ୍ରାକ୍ଷାରସ କିଣି ସେମାନଙ୍କର ପରମେଶ୍ୱରଙ୍କ ମନ୍ଦିରରେ ସେବନ କରନ୍ତି।
9 “କିନ୍ତୁ ଆମ୍ଭେ ଯିଏ କି ଜଣେ ଥିଲୁ, ଇମୋରୀୟକୁ ସେମାନଙ୍କ ସମ୍ମୁଖରେ ଧ୍ୱଂସ କଲୁ। ଇମୋରୀୟ ଏରସ ବୃକ୍ଷ ସଦୃଶ ଉଚ୍ଚ ଓ ଆଲୋକ ଗଛ ସଦୃଶ ଶକ୍ତ ଥିଲା। ଆମ୍ଭେ ସେମାନଙ୍କର ଊର୍ଦ୍ଧ୍ୱ ଭାଗରେ ଥିବା ଫଳ ଓ ନିମ୍ନ ଭାଗରେ ଥିବା ମୂଳକୁ ନଷ୍ଟ କଲୁ।
10 “ଆମ୍ଭେ ତୁମ୍ଭମାନଙ୍କୁ ମିଶରରୁ ଆଣିଲୁ ଏବଂ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ମରୁଭୂମିରେ ଆଗେଇ ନେଲୁ। ଆମ୍ଭେ ମଧ୍ୟ ଇମୋରୀୟମାନଙ୍କର ଭୂମିକୁ ଅଧିକାର କରିବାକୁ ତୁମ୍ଭମାନଙ୍କୁ ସାହାଯ୍ୟ କଲୁ। 11 ତୁମ୍ଭମାନଙ୍କର ପୁତ୍ରମାନଙ୍କ ମଧ୍ୟରୁ କେତେକଙ୍କୁ ଭବିଷ୍ୟଦ୍ବକ୍ତା କରାଇଲୁ ଏବଂ ତୁମ୍ଭର କେତେକ ଯୁବକ ପୁରୁଷମାନଙ୍କୁ ନାସରୀୟ କରାଇଲୁ। ହେ ଇସ୍ରାଏଲୀୟ, ଏହା ସତ୍ୟ” ଏବଂ ସଦାପ୍ରଭୁ ଏହା ହିଁ କହିଥିଲେ।
9 “ସେହି ପୂର୍ବପୁରୁଷମାନେ ଯୋଷେଫଙ୍କର ପ୍ରତି ଈର୍ଷା କରି ତାହାଙ୍କୁ ମିଶର ଦେଶର ଜଣେ ଦାସ ଭାବରେ ବିକ୍ରୀ କରିଦେଲେ। କିନ୍ତୁ ପରମେଶ୍ୱର ଯୋଷେଫଙ୍କ ସହିତ ଥିଲେ। 10 ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରିଦେଲେ। 11 ସେ ସମୟରେ ସମଗ୍ର ମିଶର ଓ କିଣାନ ଦେଶରେ ଦୁର୍ଭିକ୍ଷ ପଡ଼ିବାରୁ ଲୋକେ ବହୁତ କଷ୍ଟରେ ପଡ଼ିଲେ। ଆମ୍ଭର ପୂର୍ବପୁରୁଷମାନେ ଖାଇବାକୁ କିଛି ପାଇଲେ ନାହିଁ।
12 “ମିଶରରେ ଶସ୍ୟଥିବା ଖବର ଶୁଣି ଯାକୁବ ପ୍ରଥମେ ଆମ୍ଭ ପୂର୍ବପୁରୁଷମାନଙ୍କୁ ସେଠାକୁ ପଠାଇଲେ। 13 ସେମାନଙ୍କର ଦ୍ୱିତୀୟ ଥର ଯିବା ସମୟରେ ଯୋଷେଫ ନିଜ ଭାଇମାନଙ୍କ ପାଖରେ ପରିଚିତ ହେଲେ ଓ ଫାରୋ ଯୋଷେଫଙ୍କ ପରିବାର ବିଷୟରେ ଜାଣିଲେ। 14 ତେଣୁ ଯୋଷେଫ ତାହାଙ୍କ ଭାଇମାନଙ୍କୁ ପଠାଇ ନିଜ ପିତା ଯାକୁବ ଓ ସମସ୍ତ ସମ୍ପର୍କୀୟଙ୍କୁ ନିଜ ପାଖକୁ ଡକେଇ ଆଣିଲେ। ସେମାନେ ସମୁଦାୟ ସତୁରି ଜଣ ଥିଲେ। 15 ତା’ପରେ ଯାକୁବ ମିଶର ଦେଶକୁ ଗଲେ। ସେଠାରେ ସେ ନିଜେ ଓ ଆମ୍ଭର ପୂର୍ବପୁରୁଷମାନେ ମୃତ୍ୟୁ ବରଣ କଲେ। 16 ସେମାନଙ୍କୁ ଶିଖିମକୁ ନିଆଯାଇ କବର ଦିଆଗଲା। ଶିଖିମର ଏହି କବର ସ୍ଥାନକୁ ଅବ୍ରହାମ ହମୋରର ପୁତ୍ରମାନଙ୍କ ପାଖରୁ କିଛି ରୂପାଟଙ୍କା ଦେଇ କିଣିଥିଲେ।
2010 by World Bible Translation Center