Revised Common Lectionary (Semicontinuous)
ପକ୍ୱଫଳର ଦର୍ଶନ
8 ସଦାପ୍ରଭୁ ମୋତେ ଏହା ଦେଖାଇଲେ, ମୁଁ ଏକଡାଲା ଗ୍ରୀଷ୍ମକାଳୀନ ଫଳ ଦେଖିଲି। 2 ସଦାପ୍ରଭୁ ମୋତେ ପଗ୍ଭରିଲେ, “ହେ ଆମୋଷ, ତୁମ୍ଭେ କ’ଣ ଦେଖୁଛ?”
ମୁଁ କହିଲି, “ଏକଡାଲା ଗ୍ରୀଷ୍ମକାଳୀନ ଫଳ ଦେଖୁଛି।”
ତା’ପରେ ସଦାପ୍ରଭୁ କହିଲେ, “ଆମ୍ଭର ଇସ୍ରାଏଲ ଲୋକମାନଙ୍କ ପାଇଁ ଶେଷ ସମୟ ଆସିଛି। ଆମ୍ଭେ ଏଣିକି ସେମାନଙ୍କର ପାପଗୁଡ଼ିକ ଦେଖି ପାରିବା ନାହିଁ। 3 ପୁଣି ମନ୍ଦିର ଗୀତ ଦୁଃଖପୂର୍ଣ୍ଣ ମୃତ୍ୟୁକାଳୀନ ସଙ୍ଗୀତରେ ପରିଣତ ହେବ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହିଲେ: “ସବୁ ସ୍ଥାନରେ ମୃତ ଶରୀର ପଡ଼ି ରହିବ। ନୀରବରେ ଲୋକମାନେ ସେହି ଶବଗୁଡ଼ିକୁ ନେଇ ଏକ ସ୍ଥାନରେ ପକାଇବେ।”
ଇସ୍ରାଏଲର ବ୍ୟବସାୟୀଗଣ କେବଳ ଅର୍ଥ ଉପାର୍ଜନରେ ଆଗ୍ରହୀ
4 ମୋ’ କଥା ଶୁଣ! ହେ ଦେଶର ଦରିଦ୍ରମାନଙ୍କୁ ବିନଷ୍ଟ କରୁଥିବା
ଓ ଅସହାୟମାନଙ୍କୁ ଦଳି ଦେଉଥିବା ଲୋକମାନେ,
5 ତୁମ୍ଭେ ବ୍ୟବସାୟୀଗଣ କହୁଛ,
“କେତେବେଳେ ଅମାବାସ୍ୟା ଗତ ହେବ ଓ ଆମ୍ଭେମାନେ ଆମ୍ଭର ଶସ୍ୟ ବୀକ୍ରି କରିବୁ?
ପୁଣି କେତେବେଳେ ବିଶ୍ରାମ ଦିନ ଗତ ହେବ,
ଆମ୍ଭେ ଆମ୍ଭର ଗହମ ବୀକ୍ରିପାଇଁ ଆଣିବୁ?
ଆମ୍ଭେମାନେ ଓଜନର ମାପ କମାଇବୁ
ଏବଂ ଜିନିଷର ମୂଲ୍ୟ ବୃଦ୍ଧି କରିବୁ।
ଆମ୍ଭେମାନେ ତରାଜୁକୁ କମ୍ ବେଶୀକରି
ଲୋକମାନଙ୍କୁ ଠକିବୁ।
6 ଆଉ ଦରିଦ୍ର ଲୋକମାନେ ସେମାନଙ୍କର ଋଣ ପରିଶୋଧ କରି ପାରିବେ ନାହିଁ,
ତେଣୁ ଆମ୍ଭେ ସେମାନଙ୍କୁ କ୍ରୀତଦାସ ରୂପେ କିଣିବୁ।
ସେହି ଅସହାୟ ଲୋକମାନଙ୍କୁ
ଏକହଳ ପାଦୁକା ବଦଳରେ କିଣି ପାରିବୁ।
ହାୟ! ପରିତ୍ୟକ୍ତ ଗହମ ପରି
ସେହି ଦରିଦ୍ର ବ୍ୟକ୍ତିମାନଙ୍କୁ ବୀକ୍ରି କରିବୁ।”
7 ସଦାପ୍ରଭୁ ଯାକୁବର ଗର୍ବକୁ ନେଇ ଶପଥ କରି କହିଲେ,
“ସେହି ଲୋକମାନେ ଯାହା କଲେ ଆମ୍ଭେ କେବେ ତାହା ପାଶୋରି ପାରିବା ନାହିଁ।
8 ସେହି ଯୋଗୁଁ ସମଗ୍ରଦେଶ ଥରିବ।
ସେହି ରାଜ୍ୟରେ ବାସ କରୁଥିବା ପ୍ରତ୍ୟେକ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ।
ମିଶର ନୀଳନଦୀ ପରି ସମଗ୍ର ଦେଶଟିର
ଉତ୍ଥାପନ ପତନ ଘଟିବ।
ଆଉ ଦେଶଟି ଆନ୍ଦୋଳିତ ହେବ।”
9 ସଦାପ୍ରଭୁ ଏହା କହିଥିଲେ:
“ସେଦିନ ମଧ୍ୟାହ୍ନରେ ସୂର୍ଯ୍ୟକୁ ଅସ୍ତ କରାଇବା
ଓ ଏକ ନିର୍ମଳ ଦିନରେ ପୃଥିବୀକୁ ଅନ୍ଧକାରମୟ କରାଇବା।
10 ତୁମ୍ଭର ଅବସର ଦିନକୁ ମୃତ ଲୋକର ଶୋକ ଦିବସରେ ପରିଣତ କରାଇବା
ଏବଂ ତୁମ୍ଭର ସମସ୍ତ ସଙ୍ଗୀତ ମୃତ ଲୋକଙ୍କ ବିଳାପରେ ପରିଣତ ହେବ।
ଆମ୍ଭେ ସମସ୍ତଙ୍କୁ ଦୁଃଖ ବସ୍ତ୍ର ପରିଧାନ କରାଇବା
ଓ ସମସ୍ତଙ୍କର ମସ୍ତକକୁ ଲଣ୍ତା କରାଇବା।
ଗୋଟିଏ ଲୋକର ଏକମାତ୍ର ସନ୍ତାନର ମୃତ୍ୟୁରେ ଯେପରି ଆକୁଳ କ୍ରନ୍ଦନ କରାଯାଏ
ସେହିପରି କରୁଣ ବିଳାପ କରାଇବା।
ଏହା ଅତି ଦୁଃଖର ଅନ୍ତିମ ପରିଣତି ହେବ।”
ପରମେଶ୍ୱରଙ୍କ ବାକ୍ୟ ପାଇଁ କ୍ଷୁଧାର ଏକ ଭୟଙ୍କର ସମୟ ଆସୁଛି
11 ସଦାପ୍ରଭୁ କୁହନ୍ତି:
“ଦେଖ, ସେହି ଦିନ ଆସୁଛି,
ଯେଉଁ ଦିନ ଆମ୍ଭେ ଏ ଦେଶକୁ ଦୁର୍ଭିକ୍ଷ ପ୍ରେରଣ କରିବା।
ତାହା କ୍ଷୁଧା ଓ ତୃଷାର ଦୁର୍ଭିକ୍ଷ ନୁହେଁ।
ମାତ୍ର ତାହା ସଦାପ୍ରଭୁଙ୍କର ବାକ୍ୟର ଦୁର୍ଭିକ୍ଷ ହେବ।
12 ଲୋକମାନେ ଗୋଟିଏ ସମୁଦ୍ରରୁ
ଅନ୍ୟ ଗୋଟିଏ ସମୁଦ୍ର ପର୍ଯ୍ୟନ୍ତ
ଏବଂ ଉତ୍ତର ଦିଗରୁ ପୂର୍ବ ଦିଗକୁ ଭ୍ରମଣ କରିବେ।
ସେମାନେ ସଦାପ୍ରଭୁଙ୍କର ବାର୍ତ୍ତା ଏଣେତେଣେ ଖୋଜି ବୁଲିବେ,
ମାତ୍ର ତାହା ପାଇବେ ନାହିଁ।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍, “ଦାଉଦ ଅହୀମେଲକର ଗୃହରେ ଅଛନ୍ତି” ବୋଲି ଇଦୋମୀୟ ଦୋୟେଗ୍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ।
52 ହେ ଶ୍ରେଷ୍ଠ ମାନବ, ତୁମ୍ଭେ କରୁଥିବା ଅନିଷ୍ଟ କର୍ମରେ ବଡ଼ିମା ହେଉଛି କାହିଁକି?
ପରମେଶ୍ୱରଙ୍କ ବିଶ୍ୱସ୍ତ ପ୍ରେମ ମୋତେ ଦିନ ତମାମ ସୁରକ୍ଷା କରିବ।
2 ତୁମ୍ଭେ ଲୋକମାନଙ୍କୁ ଧ୍ୱଂସ କରିବାକୁ ଚକ୍ରାନ୍ତ କରୁଅଛ।
ତୁମ୍ଭର ଜିହ୍ୱା କ୍ଷୁରତୁଲ୍ୟ ତୀକ୍ଷ୍ଣ।
ତୁମ୍ଭେ ମିଥ୍ୟା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ!
3 ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଅଧିକ ଭଲ ପାଉଛ।
ତୁମ୍ଭେ ସତ କହିବା ଅପେକ୍ଷା, ମିଥ୍ୟା କହିବାକୁ ଅଧିକ ଭଲ ପାଉଛ।
4 ତୁମ୍ଭେ ଲୋକମାନଙ୍କୁ ଆଘାତ ଦେଉଥିବା ଶବ୍ଦକୁ ଓ ପ୍ରତାରଣା କରୁଥିବା ଜିହ୍ୱାକୁ ଭଲ ପାଉଛ।
5 ଏଣୁ ପରମେଶ୍ୱର ଚିରଦିନ ପାଇଁ ତୁମ୍ଭକୁ ଧ୍ୱଂସ କରିବେ।
ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ।
ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ।
6 ଧାର୍ମିକ ଲୋକମାନେ ତାହା ଦେଖି ବିସ୍ମିତ ହେବେ।
ସେମାନେ ତୁମ୍ଭକୁ ପରିହାସ କରି କହିବେ।
7 “ଦେଖ, ତାଙ୍କୁ କ’ଣ ହେଲା।
ସେ ରକ୍ଷା ପାଇବା ପାଇଁ ପରମେଶ୍ୱରଙ୍କୁ ବିଶ୍ୱାସ କଲା ନାହିଁ।
ସେ ଭାବିଲା, ତା’ର ଧନ ଏବଂ ମିଥ୍ୟା ତାକୁ ଉଦ୍ଧାର କରିବ।”
8 କିନ୍ତୁ ମୁଁ ପରମେଶ୍ୱରଙ୍କ ମନ୍ଦିରରେ ବଢ଼ୁଥିବା ଏକ ସତେଜ ଜୀତବୃକ୍ଷ ତୁଲ୍ୟ ଅଛି।
ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ପ୍ରେମରେ ବିଶ୍ୱାସ କରେ।
9 ପରମେଶ୍ୱର, ତୁମ୍ଭେ କରିଥିବା କାମ ପାଇଁ ମୁଁ ତୁମ୍ଭକୁ ସର୍ବଦା ପ୍ରଶଂସା କରିବି।
ମୁଁ ତୁମ୍ଭ ରାଜ ଭକ୍ତମାନଙ୍କ ଉପସ୍ଥିତିରେ ତୁମ୍ଭର ନାମର ଘୋଷଣା କରିବି, କାରଣ ତୁମ୍ଭେ ଉତ୍ତମ ଅଟ।
ଯେତେବେଳେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖୁ, ସେତେବେଳେ ଆମ୍ଭେ ପରମେଶ୍ୱରଙ୍କୁ ଦେଖୁ
15 କୌଣସି ଲୋକ ପରମେଶ୍ୱରଙ୍କୁ ଦେଖି ପାରେ ନାହିଁ।
କିନ୍ତୁ ଖ୍ରୀଷ୍ଟ ଠିକ୍ ପରମେଶ୍ୱରଙ୍କ ଭଳି।
ଖ୍ରୀଷ୍ଟ ସମସ୍ତ ସୃଷ୍ଟ ବିଷୟ ଗୁଡ଼ିକର ଶାସକ ଅଟନ୍ତି।
16 ତାହାଙ୍କର ଶକ୍ତିରେ ସମସ୍ତ ବିଷୟ ଗୁଡ଼ିକର ଉତ୍ପତ୍ତି
ସ୍ୱର୍ଗର ଓ ପୃଥିବୀର ବିଷୟ, ଦୃଶ୍ୟ ଓ ଅଦୃଶ୍ୟ ବିଷୟ ସବୁ,
ସମସ୍ତ ଆଧ୍ୟାତ୍ମିକ ଶକ୍ତି,
ଅଧିକାରୀଗଣ, ପ୍ରଭୁଗଣ ଓ ଶାସକଗଣ।
17 ସବୁ ବିଷୟ ଗୁଡ଼ିକ ଖ୍ରୀଷ୍ଟଙ୍କ ମାଧ୍ୟମରେ ଓ ତାହାଙ୍କ ପାଇଁ ନିର୍ମିତ। ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ଖ୍ରୀଷ୍ଟ ଥିଲେ।
ସମସ୍ତ ବିଷୟର ଅସ୍ତିତ୍ୱ, ତାହାଙ୍କ ହେତୁ ରହିଛି।
18 ଖ୍ରୀଷ୍ଟ ମଣ୍ଡଳୀରୂପ ଶରୀରର ମୁଖ୍ୟ ଅଟନ୍ତି।
ପ୍ରତ୍ୟେକ ବିଷୟ ତାହାଙ୍କଠାରୁ ଆସିଥାଏ।
ସେ ମୃତ୍ୟୁରୁ ପୁର୍ନରୁଥିତ ଏକମାତ୍ର ପୁର୍ନରୁଥିତ ଈଶ୍ୱର ହୋଇଥିବା ପ୍ରଭୁ।
ଅତଏବ ପ୍ରତ୍ୟେକ ବିଷୟରେ ଖ୍ରୀଷ୍ଟ ସର୍ବାପେକ୍ଷା ମହତ୍ତ୍ୱପୂର୍ଣ୍ଣ ଅଟନ୍ତି।
19 ପରମେଶ୍ୱର ଖ୍ରୀଷ୍ଟଙ୍କଠାରେ ବାସ କରିବାକୁ ପସନ୍ଦ କଲେ।
20 ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ପୁଣି ଥରେ ସମସ୍ତ ପୃଥିବୀର ବିଷୟ ହେଉ ବା ସ୍ୱର୍ଗର ବିଷୟ ହେଉ ନିଜ ସହିତ ମିଳିତ କରିବାକୁ ପସନ୍ଦ କଲେ।
ଖ୍ରୀଷ୍ଟଙ୍କ କ୍ରୁଶର ରକ୍ତ ଦ୍ୱାରା ପରମେଶ୍ୱର ଶାନ୍ତି ଆଣିଲେ।
21 ପୂର୍ବରୁ ତୁମ୍ଭେ ମନ୍ଦ କାମ କରିଥିବା କାରଣରୁ ପରମେଶ୍ୱରଙ୍କ ବିରୋଧୀ ଥିଲ। ତୁମ୍ଭେମାନେ ମନରେ ପରମେଶ୍ୱରଙ୍କ ଶତ୍ରୁ ଥିଲ। ସେଥିପାଇଁ ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଥିଲ। 22 କିନ୍ତୁ ଖ୍ରୀଷ୍ଟ ପୁଣି ଥରେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ମିତ୍ର କରି ଦେଇଛନ୍ତି। ତାଙ୍କ ମାଂସମୟ ଶରୀରରେ, ନିଜ ମୃତ୍ୟୁ ଦ୍ୱାରା ସେ ଏହା କରିଛନ୍ତି। ନିଷ୍କଳଙ୍କ ଓ ନିର୍ଦ୍ଦୋଷ ଭାବରେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ଆଗକୁ ଆଣିବା ପାଇଁ ସେ ଏହା କଲେ। 23 ତୁମ୍ଭେମାନେ ଶୁଣିଥିବା ସୁସମାଗ୍ଭର ଉପରେ ବିଶ୍ୱାସ ରଖି ପାରିଲେ ଖ୍ରୀଷ୍ଟ ଏହି କାମ କରି ଗ୍ଭଲିବେ। ତୁମ୍ଭେମାନେ ନିଜ ବିଶ୍ୱାସରେ ଦୃଢ଼ତା ଓ ନିଶ୍ଚିତ ବୋଧ ରଖିଥିବ। ସୁସମାଗ୍ଭର ତୁମ୍ଭମାନଙ୍କୁ ଯେଉଁ ଭରସା ଦେଇଛି ସେଥିରୁ ବିଚଳିତ ହେବ ନାହିଁ। ସେହି ସମାନ ସୁସମାଗ୍ଭର ସମଗ୍ର ବିଶ୍ୱରେ ସମସ୍ତଙ୍କୁ କୁହାଯାଇଛି। ମୁଁ ପାଉଲ, ସେହି ସୁସମାଗ୍ଭର କହିବାରେ ସାହାଯ୍ୟ କରିଛି।
ମଣ୍ଡଳୀ ପାଇଁ ପାଉଲଙ୍କ କାମ
24 ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ କଷ୍ଟ ପାଇଛି, ସେଥିପାଇଁ ମୋତେ ଆନନ୍ଦ ମିଳୁଛି। ଖ୍ରୀଷ୍ଟଙ୍କ ପାଇଁ ତାଙ୍କ ଦେହ ସ୍ୱରୂପ ମଣ୍ଡଳୀ ମାଧ୍ୟମରେ କେତେକ କଷ୍ଟ ଭୋଗିବା ବାକି ଥିଲା। ସେଗୁଡ଼ିକରୁ ଦୁଃଖ ଭୋଗ କରିବା ପାଇଁ ଥିବା ମୋର ଅଂଶ ମୁଁ ମୋ’ ଦେହରେ ଗ୍ରହଣ କରୁଛି। 25 ପରମେଶ୍ୱର ମୋତେ ମଣ୍ଡଳୀର ଜଣେ ସେବକ ହେବା ପାଇଁ ଏକ ବିଶେଷ କାମ ଦେଇଛନ୍ତି। ଏହି କାମ ତୁମ୍ଭମାନଙ୍କୁ ସାହାଯ୍ୟ କରୁଛି। ମୋ’ କାମ ହେଉଛି ତୁମ୍ଭମାନଙ୍କୁ ପୂର୍ଣ୍ଣଭାବରେ ପରମେଶ୍ୱରଙ୍କ ଶିକ୍ଷା ପ୍ରଦାନ କରିବା। 26 ସୃଷ୍ଟିର ଆରମ୍ଭରୁ ଏହି ଗୁପ୍ତ ସତ୍ୟଟି ସମସ୍ତ ଲୋକମାନଙ୍କ ପାଇଁ ଗୋପନୀୟ ଥିଲା। କିନ୍ତୁ ଏବେ ସେହି ଗୁପ୍ତ ସତ୍ୟ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କୁ ଜଣାଇ ଦିଆଗଲା। 27 ଏହି ମହାନ୍ ସତ୍ୟଟି ସମସ୍ତଙ୍କ ପାଇଁ ଅଟେ। ପରମେଶ୍ୱର ଏହି ମହାନ୍ ଓ ବୈଭବପୂର୍ଣ୍ଣ ସତ୍ୟକୁ ନିଜ ଲୋକଙ୍କୁ ଜଣାଇ ଦେବା ପାଇଁ ସ୍ଥିର କଲେ। ଏହି ସତ୍ୟ ସ୍ୱୟଂ ତୁମ୍ଭମାନଙ୍କ ଭିତରେ ଥିବା ଖ୍ରୀଷ୍ଟ ନିଜେ ଅଟନ୍ତି। ପରମେଶ୍ୱରଙ୍କ ମହିମା ପ୍ରାପ୍ତ କରିବା ପାଇଁ, ସେ ହେଉଛନ୍ତି ଆମ୍ଭର ଏକମାତ୍ର ଭରସା। 28 ଅତଏବ ଆମ୍ଭେ ଖ୍ରୀଷ୍ଟଙ୍କ ବିଷୟରେ ଲୋକଙ୍କୁ କହି ଗ୍ଭଲିଛୁ। ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ଆମ୍ଭର ସମସ୍ତ ଜ୍ଞାନ ଖଟାଉଛୁ। ଏପରି କରି ଆମ୍ଭେ ଖ୍ରୀଷ୍ଟଙ୍କଠାରେ ଆଧ୍ୟାତ୍ମିକ ଭାବରେ ପରିପୂର୍ଣ୍ଣ ହୋଇ ପରମେଶ୍ୱରଙ୍କ ଆଗରେ ସମସ୍ତଙ୍କୁ ଉପସ୍ଥିତ କରି ପାଇବାକୁ ଚେଷ୍ଟା କରୁଛୁ।
ମରିୟମ ଓ ମାର୍ଥା
38 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯାତ୍ରା କରୁଥିବା ଅବସରରେ ଗୋଟିଏ ଗାଁକୁ ଯୀଶୁ ଗଲେ। ମାର୍ଥା ନାମକ ଜଣେ ସ୍ତ୍ରୀଲୋକ ଯୀଶୁଙ୍କୁ ନିଜ ଘରକୁ ସ୍ୱାଗତ କଲା। 39 ମାର୍ଥାର ମରିୟମ ନାମରେ ଗୋଟିଏ ଭଉଣୀ ଥିଲା। ମରିୟମ ଯୀଶୁଙ୍କ ପାଦ ପାଖରେ ବସି ତାହାଙ୍କ ଉପଦେଶ ଶୁଣୁଥିଲା, କିନ୍ତୁ ମାର୍ଥା ଘରର ସବୁ କାମ କରୁଥିଲା। 40 ମାର୍ଥାକୁ ବହୁତ ଗୁଡ଼ାଏ କାମ କରିବାକୁ ପଡ଼ୁଥିବାରୁ ସେ ରାଗିଗଲା। ସେ ଯୀଶୁଙ୍କ ପାଖକୁ ଆସି କହିଲା, “ପ୍ରଭୁ! ମୋ’ ଭଉଣୀ ଘରର ଯେ ସବୁ କାମ ମୋ’ ଉପରେ ଛାଡ଼ି ଦେଇଛି, ଏ ବିଷୟରେ କ’ଣ ଆପଣଙ୍କର ମନୋଯୋଗ ନାହିଁ? ଏଣୁ ତାହାକୁ କୁହନ୍ତୁ ଯେ ସେ ମୋତେ ସାହାଯ୍ୟ କରୁ।”
41 ଯୀଶୁ ଉତ୍ତର ଦେଲେ, “ମାର୍ଥା, ହେ ମାର୍ଥା, ବହୁତ ଗୁଡ଼ାଏ କଥା ପାଇଁ ତୁମ୍ଭେ ବ୍ୟସ୍ତ ଓ ଚିନ୍ତିତ ଅଛ। 42 କିନ୍ତୁ ଗୋଟିଏ ଜିନିଷ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ମରିୟମ ନିଜ ପାଇଁ ଠିକ୍ ଜିନିଷଟି ପସନ୍ଦ କରିଛି ଏବଂ ଏହା ତା’ଠାରୁ ଛଡ଼େଇ ନିଆଯିବ ନାହିଁ।”
2010 by World Bible Translation Center