Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 85

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣଙ୍କର ଗୀତ।

85 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ଦୟା ଦେଖାଇଅଛ।
    ବିଦେଶରେ ଯାକୁବର ଲୋକମାନେ ବନ୍ଦୀ ହୋଇଥିଲେ।
    ସେମାନଙ୍କୁ ଛଡ଼ାଇ ତାଙ୍କର ନିଜ ଦେଶକୁ ନେଇଆସିଲ।
ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କର ଅପରାଧ ସବୁ କ୍ଷମା କଲ।
    ଆଉ ତୁମ୍ଭେ ସେମାନଙ୍କର ପାପସବୁ ପୋଛିଲ।

ଆପଣା ସମସ୍ତ କ୍ରୋଧରୁ ନିବୃତ୍ତ ହେଲ।
    ଆପଣା କ୍ରୋଧରେ ପ୍ରଚଣ୍ଡ ହେଲ ନାହିଁ।
ହେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱର, ଆମ୍ଭମାନଙ୍କୁ ତୁମ୍ଭ ପାଖକୁ ଫେରାଇ ଆଣ
    ଏବଂ ଆମ୍ଭ ଉପରେ ଅପ୍ରସନ୍ନ ହେବା ବନ୍ଦ କର।
ତୁମ୍ଭେ କି ସଦାକାଳ ଆମ୍ଭ ଉପରେ
    କ୍ରୋଧିତ ହୋଇ ରହିବ?
ନିଶ୍ଚିତ ତୁମ୍ଭେ ଆଉଥରେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦେବ।
    ତେଣୁ ତୁମ୍ଭର ଲୋକମାନେ ତୁମ୍ଭ ସହିତ ଆନନ୍ଦ କରିବେ।
ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର
    ଏବଂ ଦେଖାଇ ଦିଅ ଯେ ତୁମ୍ଭେ ଆମ୍ଭକୁ ପ୍ରେମ କରୁଛ।

ସଦାପ୍ରଭୁ ପରମେଶ୍ୱର ଯାହା କହିବେ ମୁଁ ଶୁଣିବି।
    ସେ ପ୍ରତିଜ୍ଞା କରିଛନ୍ତି ଯେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ।
    ସେମାନେ ପୁନର୍ବାର ମୂର୍ଖତା ଜୀବନଯାପନ କରିବା ପାଇଁ ଫେରି ନ ଯାଆନ୍ତୁ।
ପରମେଶ୍ୱର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ।
    ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।
10 ସ୍ନେହପୂର୍ଣ୍ଣ କରୁଣା ଓ ବିଶ୍ୱସ୍ତତା ଦେଶକୁ ପ୍ରତ୍ୟାବର୍ତ୍ତନ କରେ।
    ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।
11 ପୃଥିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହେବେ
    ଏବଂ ସ୍ୱର୍ଗରେ ପରମେଶ୍ୱର ସେମାନଙ୍କର ମଙ୍ଗଳ କରିବେ।
12 ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ
    ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ।
13 ଧର୍ମ ପରମେଶ୍ୱରଙ୍କର ଆଗେ ଆଗେ ଯିବ
    ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।

ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 4

ସଦାପ୍ରଭୁ ଇସ୍ରାଏଲ ବିରୋଧରେ କ୍ରୋଧାନ୍ୱିତ

ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ଏହି ରାଜ୍ୟର ଲୋକମାନଙ୍କ ବିରୁଦ୍ଧରେ ସଦାପ୍ରଭୁ ତାଙ୍କର ଆରୋପ ଦର୍ଶାଇବେ। “ଏହି ଦେଶର ଲୋକମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ। ଏହି ଲୋକମାନେ ପ୍ରକୃତରେ ପରମେଶ୍ୱରଙ୍କ ପ୍ରତି ସତ୍ ଓ ବିଶ୍ୱସ୍ତ ନୁହନ୍ତି। ଏହି ଲୋକମାନେ ଶପଥ, ମିଥ୍ୟା, ହତ୍ୟା ଓ ଗ୍ଭେରି କରନ୍ତି। ସେମାନେ ବ୍ୟଭିଗ୍ଭରିତାର ପାପ ଦ୍ୱାରା ସନ୍ତାନ ଲାଭ କରନ୍ତି। ସେମାନେ ବାରମ୍ବାର ନରହତ୍ୟା କରନ୍ତି। ତେଣୁ ଦେଶଟି ବ୍ୟକ୍ତି ପରି ମୃତ୍ୟୁରେ କାନ୍ଦେ ଓ ତା’ର ଲୋକମାନେ ଦୁର୍ବଳ ହୋଇପଡ଼ନ୍ତି। ଏପରିକି ସ୍ଥଳଭାଗର ପ୍ରାଣୀ, ଆକାଶର ପକ୍ଷୀ ଓ ସାମୁଦ୍ରିକ ମତ୍ସ୍ୟ ମୃତ୍ୟୁବରଣ କରନ୍ତି। କୌଣସି ବ୍ୟକ୍ତି ଅନ୍ୟ ସହିତ ଯୁକ୍ତି କି ଅନ୍ୟକୁ ଦୋଷ ଦେବା ଉଚିତ୍ ନୁହେଁ। ଯାଜକ, ଆମ୍ଭ ଯୁକ୍ତି ତୁମ୍ଭ ସହିତ ଅଛି। ତୁମ୍ଭ ଯାଜକମାନଙ୍କର ଦିନରେ ସ୍ଖଳନ ଘଟିବ ଓ ରାତ୍ରିରେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ମଧ୍ୟ ତୁମ୍ଭ ସହିତ ସ୍ଖଳନ ଘଟିବ ଏବଂ ଆମ୍ଭେ ତୁମ୍ଭମାନଙ୍କର ମାଙ୍କୁ ବିନାଶ କରିବା।

“ଜ୍ଞାନ ଅଭାବ ଯୋଗୁଁ ଆମ୍ଭର ଲୋକମାନେ ବିନଷ୍ଟ ହୁଅନ୍ତି। କାରଣ ତୁମ୍ଭେମାନେ ଜ୍ଞାନରୁ ବିମୁଖ ହୋଇଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭ ପାଇଁ ଯାଜକ ହେବାକୁ ବାରଣ କରିବା। ତୁମ୍ଭେମାନେ ତୁମ୍ଭ ପରମେଶ୍ୱରଙ୍କ ନିୟମକୁ ଭୁଲିଯାଇଛ, ତେଣୁ ଆମ୍ଭେ ତୁମ୍ଭ ପିଲାମାନଙ୍କୁ ଭୁଲିଯିବା। ସେମାନଙ୍କର ସଂଖ୍ୟା ଓ ଶକ୍ତି ଯେତେ ଯେତେ ବଢ଼େ, ସେମାନେ ସେତେ ଅଧିକ ଆମ୍ଭ ବିରୁଦ୍ଧରେ ପାପ କରନ୍ତି। ତେଣୁ ସେମାନଙ୍କର ଗୌରବକୁ ଆମ୍ଭେ ଲଜ୍ଜାରେ ପରିଣତ କରିବା।

“ଆମ୍ଭର ଲୋକମାନଙ୍କ ପାପଗୁଡ଼ିକରୁ ଯାଜକମାନେ ଲାଭବାନ ହୁଅନ୍ତି। ସେମାନେ ଲୋକମାନଙ୍କର ଦୁଷ୍ଟପଣିଆରୁ ଫାଇଦା ଉଠାଇବାରେ ଲୋଭୀ। ତେଣୁ ଯାଜକମାନେ ଜୀବନ ଶୈଳୀରେ ସେହି ଲୋକମାନଙ୍କ ପରି ହେଲେ। ଆମ୍ଭେ ସେମାନଙ୍କୁ ଦଣ୍ତ ଦେବା। ସେମାନଙ୍କର ମନ୍ଦକାର୍ଯ୍ୟ ଲାଗି ଆମ୍ଭେ ସେମାନଙ୍କୁ ଫଳ ଦେବା। 10 ସେମାନେ ଯଦିଓ ଖାଇବେ କିନ୍ତୁ ସନ୍ତୁଷ୍ଟ ହେବେ ନାହିଁ। ସେମାନେ ଯୌନଭୋଗ ପାପ କରିବେ କିନ୍ତୁ ସନ୍ତାନ ଲାଭ କରିବେ ନାହିଁ। କାରଣ ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଥିଲେ ଓ ଗଣିକା ପରି ହୋଇଥିଲେ।

11 “ଯୌନ ଭୋଗ ପାପ, ଅତ୍ୟଧିକ ଦ୍ରାକ୍ଷାରସ ପାନ ଗୋଟିଏ ବ୍ୟକ୍ତିର ସ୍ୱାଧୀନ ଚିନ୍ତା କରିବାର ଧ୍ୱଂସ କରେ। 12 ଆମ୍ଭର ଲୋକମାନେ କାଠଖଣ୍ତିକୁ ଉପଦେଶ ଲାଗି ପଗ୍ଭରନ୍ତି। ସେମାନେ ଭାବନ୍ତି ସେହି କାଠଖଣ୍ତଗୁଡ଼ିକ ସେମାନଙ୍କୁ ଉତ୍ତର ଦେବ। କାରଣ, ସେମାନେ ଗଣିକାମାନଙ୍କପରି ମିଥ୍ୟାପ୍ରତିମାର ପଛରେ ଅନୁଧାବନ କରିଛନ୍ତି। ସେମାନେ ପରମେଶ୍ୱରଙ୍କୁ ବଳିଦାନ କରିଥିଲେ ଓ ଗଣିକା ହୋଇଯାଇଥିଲେ। 13 ସେମାନେ ପର୍ବତର ଅଗ୍ରଭାଗରେ ବଳି ଦିଅନ୍ତି ଓ ପାହାଡ଼ ଉପରେ ଥିବା ଅଲୋନ, ଲି‌ବ୍‌ନା ଓ ଏଲା ଗଛ ତଳେ ଧୂପ ଦିଅନ୍ତି। କାରଣ ସେହି ଗଛଗୁଡ଼ିକର ଛାୟା ତରୁଣ ଦେଖାଯାଏ। ତେଣୁ ତୁମ୍ଭର କନ୍ୟାମାନେ ଗଣିକା ପରି ସେହି ଗଛତଳେ ପଡ଼ି ରହନ୍ତି। ଏବଂ ତୁମ୍ଭର ବୋହୂମାନେ ଯୌନଭୋଗ ପାପ କରନ୍ତି।

14 “ଆମ୍ଭେ ତୁମ୍ଭର ସେହି ଗଣିକା କନ୍ୟାମାନଙ୍କୁ କି ଯୌନ ଭୋଗୀ ପାପିନୀ ବୋହୂମାନଙ୍କୁ ଦୋଷ ଦେଇ ପାରୁ ନାହୁଁ। ଲୋକମାନେ ଯାଇ ଗଣିକାମାନଙ୍କ ସହିତ ଶୟନ କରନ୍ତି। ସେମାନେ ସେହି ମନ୍ଦିରର ଗଣିକାମାନଙ୍କ ସହିତ ମନ୍ଦିରରେ ବଳିଦାନ ଉତ୍ସର୍ଗ କରନ୍ତି। ତେଣୁ ସେ ନିର୍ବୋଧମାନେ ନିଜେ ନିଜକୁ ନଷ୍ଟ କରୁଛନ୍ତି।

ଇସ୍ରାଏଲ ଲଜ୍ଜାଜନକ ପାପ

15 “ଇସ୍ରାଏଲ, ଯଦି ତୁମ୍ଭେ ନିହାତି ଗଣିକା ପରି କାର୍ଯ୍ୟ କର, ତୁମ୍ଭ ଅପରାଧ ପାଇଁ ଯିହୁଦାକୁ ଦୋଷୀ କର ନାହିଁ। ଗି‌‌ଲ୍‌‌‌‌ଗଲ୍ କି ବୈଥ୍-ଆବନକୁ ଯାଅ ନାହିଁ। ସଦାପ୍ରଭୁଙ୍କ ନାମରେ ଶପଥ କର ନାହିଁ। ‘ଯେହେତୁ ସଦାପ୍ରଭୁ ବାସ କରନ୍ତି ଏପରି କୁହ ନାହିଁ।’ 16 ଇସ୍ରାଏଲ ଏକ ଜି‌‌ଦ୍‌‌ଖୋର ବାଛୁରି ତୁଲ୍ୟ ବିଦ୍ରୋହ କରେ। ତେଣୁ ସଦାପ୍ରଭୁ ତାକୁ ଖୋଲା ପଡ଼ିଆରେ ଥିବା ଗୋଟିଏ ମେଣ୍ଢାଛୁଆ ପରି ଗ୍ଭରଣଭୂମିକୁ ନେଇ ଗଲେ।

17 “ଇଫ୍ରୟିମ ପ୍ରତିମା ପୂଜାରେ ଯୋଗ ଦେଇଛନ୍ତି। ତେଣୁ ତାକୁ ଏକୁଟିଆ ପ୍ରଭୁ ଛାଡ଼ନ୍ତି। 18 ମାତାଲ ହୋଇଗଲା ପରେ ସେମାନେ ବ୍ୟଭିଗ୍ଭରିଣୀ ପରି ବ୍ୟବହାର କରନ୍ତି। ସେମାନେ ଲାଞ୍ଚକୁ ଭଲ ପାଆନ୍ତି ଓ ଏହା ମାଗନ୍ତି। ସେମାନଙ୍କର ଶାସକଗଣ ସେମାନଙ୍କର ଲୋକମାନଙ୍କ ଉପରକୁ ଲଜ୍ଜା ଆଣନ୍ତି। 19 ଘୂର୍ଣ୍ଣିବାୟୁ ଦ୍ୱାରା ସେମାନେ ପତିତ ହୋଇଛନ୍ତି। ସେମାନେ ଆପଣା ମୂର୍ତ୍ତି ନିକଟରେ ବଳି କାରଣରୁ ଲଜ୍ଜିତ ହେବେ।”

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 1:15-20

15 ସେହି ସମୟରେ ସେଠାରେ ପ୍ରାୟ ଶହେକୋଡ଼ିଏ ଜଣ ବିଶ୍ୱାସୀ ଏକତ୍ର ହୋଇଥିଲେ। ପିତର ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, 16 “ଭାଇମାନେ, ଧର୍ମଶାସ୍ତ୍ରରେ ପବିତ୍ରଆତ୍ମା ଦାଉଦଙ୍କ ମୁଖ ଦ୍ୱାରା କହିଛନ୍ତି ଯେ, କିଛି ଗୋଟିଏ ନିଶ୍ଚୟ ଘଟିବ। ସେ ଏହା ଯିହୂଦାଙ୍କ ବିଷୟରେ କହିଥିଲେ। 17 ଯିହୂଦା ଆମ୍ଭ ଦଳରେ ଥିଲା ଓ ଆମ୍ଭ ସହିତ ଏକତ୍ର ସେବା କାର୍ଯ୍ୟ କରିଥିଲା, ପବିତ୍ରଆତ୍ମା କହିଥିଲେ ଯେ ଯେଉଁ ଲୋକମାନେ ଯୀଶୁଙ୍କୁ ବନ୍ଦୀ କରିବାକୁ ଯିବେ ଯିହୂଦା ସେମାନଙ୍କର ନେତା ହେବ।”

18 ଯିହୂଦାକୁ ଏହି ଘୃଣ୍ୟ କାମ କରିବା ପାଇଁ ଟଙ୍କା ଦିଆ ଯାଇଥିଲା। ସେଥିରେ ସେ ଗୋଟିଏ ଜମି କିମି ଦେଲା। କିନ୍ତୁ ସେ ନିଜେ ମୁଣ୍ଡ ମାଡ଼ି ହୋଇ ପଡ଼ିଲା। ପରେ ତା’ର ପେଟ ଫାଟିଗଲା ଓ ଅନ୍ତବୁଜୁଳା ବାହାରି ପଡ଼ିଲା। 19 ଏହି କଥା ଯିରୁଶାଲମ ବାସିନ୍ଦାମାନେ ସମସ୍ତେ ଜାଣିଲେ। ଏଣୁ ସେମାନେ ତାହାଙ୍କ ନିଜ ଭାଷାରେ ଏହି ଜମିକୁ “ହକ‌ଲ୍‌ଦମା” ଅର୍ଥାତ୍ “ରକ୍ତ କ୍ଷେତ୍ର ବୋଲି କହିଲେ।”

20 ପିତର ପୁଣି କହିଲେ, “ଗୀତସଂହିତାରେ ଯିହୂଦା ସମ୍ପର୍କରେ ଲେଖା ଯାଇଅଛି:

‘ତା’ର ବାସଗୃହ ଜନ ଶୂନ୍ୟ ହେଉ,
    ସେଠାରେ କୌଣସି ବ୍ୟକ୍ତି ବାସ ନ କରନ୍ତୁ।’ (A)

ଏବଂ ଆହୁରି ମଧ୍ୟ ଲେଖାଅଛି:

‘ତାହାଙ୍କୁ ଅର୍ପଣ କରାଯାଇଥିବା କାର୍ଯ୍ୟ ଅନ୍ୟ କେହି ବ୍ୟକ୍ତି କରନ୍ତୁ।’(B)

Odia Holy Bible: Easy-to-Read Version (ERV-OR)

2010 by World Bible Translation Center