Revised Common Lectionary (Semicontinuous)
ଦାଉଦଙ୍କର ଏକ ଗୀତ, ଏହି ଗୀତଟି ଈଶ୍ୱରଙ୍କ ମନ୍ଦିର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ।
30 ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କରିଛ।
ତୁମ୍ଭେ ମୋର ଶତ୍ରୁଙ୍କୁ ମୋତେ ପରାଜିତ କରିବାକୁ ସୁଯୋଗ ଦେଲ ନାହିଁ କି ସେମାନେ ମୋତେ ପରିହାସ କରିବାକୁ ଦେଲ ନାହିଁ।
ତେଣୁ ମୁଁ ତୁମ୍ଭକୁ ସମ୍ମାନ ଜଣାଉଛି।
2 ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲି
ଓ ତହିଁରେ ତୁମ୍ଭେ ମୋତେ ସୁସ୍ଥ କରିଅଛ।
3 ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁ ଗୁମ୍ଫାରୁ ମୋର ପ୍ରାଣ ବଞ୍ଚାଇ ରଖିଛ।
ମୋତେ ସେହି ମୃତ ଲୋକମାନଙ୍କ ସହିତ କବରରେ ରହିବାକୁ ଦେଇ ନାହଁ।
4 ହେ ପରମେଶ୍ୱରଙ୍କ ଅନୁଗାମୀମାନେ ସଦାପ୍ରଭୁଙ୍କ ପ୍ରଶଂସା କରି ସଙ୍ଗୀତ ଗାନ କର।
ତାଙ୍କର ସେହି ପବିତ୍ର ନାମର ପ୍ରଶଂସା କର।
5 ପରମେଶ୍ୱର କ୍ରୋଧିତ ହୁଅନ୍ତି।
ତେଣୁ ତାଙ୍କର ନିଷ୍ପତ୍ତି ହିଁ “ମୃତ୍ୟୁ”।
କିନ୍ତୁ ସେ ମୋ’ ପ୍ରତି କରୁଣା ପ୍ରଦର୍ଶନ କରି ମୋତେ “ଜୀବନଦାନ” ଦେଇଛନ୍ତି।
ସାରା ରାତି ମୁଁ କାନ୍ଦୁଥିଲି।
ତା’ ପରଦିନ ସକାଳୁ ଦେଖିଲି, ମୁଁ ଖୁସୀରେ ଗୀତ ବୋଲୁଛି।
6 ମୁଁ ସେତେବେଳେ ନିରାପଦରେ ନିଶ୍ଚିତ ଥିଲି,
ମୁଁ ଭାବୁଥିଲି ମୋର କିଛି କ୍ଷତି ହେବ ନାହିଁ।
7 ହଁ, ସଦାପ୍ରଭୁ, ଯେତେବେଳେ ତୁମ୍ଭେ ମୋ’ ପ୍ରତି ଦୟା କଲ,
ମୁଁ ସେତେବେଳେ ଭାବିଲି, କେହି ମୋତେ ପରାସ୍ତ କରି ପାରିବେ ନାହିଁ।
କିନ୍ତୁ ତୁମ୍ଭେ ଯେତେବେଳେ ମୋ’ ପାଖରୁ ଦୂରେଇ ଗଲ,
ମୁଁ ସେତେବେଳେ ବ୍ୟାକୁଳ ହୋଇ ଭୟରେ ଥରି ଉଠିଲି।
8 ତେଣୁ ହେ ପରମେଶ୍ୱର,
ମୁଁ ତୁମ୍ଭକୁ ମୋ’ ପ୍ରତି ସଦୟ ହେବାକୁ ନିବେଦନ କଲି।
9 ମୁଁ କହିଲି, “ହେ ପ୍ରଭୁ କ’ଣ ଭଲ ହେବ ଯଦି ମୁଁ ମରିଯାଏ?
ମୁଁ କବର ଭିତରକୁ ଗଲେ କ’ଣ ଲାଭ?
ମୃତ ଲୋକମାନେ ସେହି ମାଟିର କବରରେ ଶୋଇ ରହନ୍ତି।
ସେମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
ସେମାନେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭେମାନେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।
10 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ ଓ ମୋ’ ପ୍ରତି କରୁଣା ପ୍ରଦର୍ଶନ କର।
ହେ ସଦାପ୍ରଭୁ ମୋର ସହାୟ ହୁଅ।”
11 ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ତୁମ୍ଭେ ମୋତେ ସାହାଯ୍ୟ କଲ।
ତୁମ୍ଭେ ମୋର କ୍ରନ୍ଦନକୁ ନୃତ୍ୟରେ ପରିଣତ କଲ।
ତୁମ୍ଭେ ମୋର ଦୁଃଖର ପୋଷାକ ସବୁକୁ କାଢ଼ି ନେଲ ଓ ମୋତେ ସୁଖରେ ଆଚ୍ଛାଦିତ କରିଲ।
12 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୁଁ ଚିରଦିନ ତୁମ୍ଭର ଗୁଣଗାନ କରିବି, କେବେ ନୀରବରେ ବସି ରହିବି ନାହିଁ।
ତେଣୁ ସବୁବେଳେ କେହି ନା କେହି ତୁମ୍ଭକୁ ସମ୍ମାନ ଜଣାଇବା ପାଇଁ ତୁମ୍ଭର ଗୁଣଗାନ କରୁଥିବ।
18 ପିଲାଟି ବଢ଼ିବାକୁ ଲାଗିଲା। ଦିନେ ସେ କ୍ଷେତକୁ ଯାଇ ଲୋକମାନେ ଓ ତା’ର ପିତା ଶସ୍ୟ କାଟୁଥିବା ବେଳେ ତାଙ୍କ ନିକଟକୁ ଗଲା। 19 ପିଲାଟି ତା’ର ପିତାଙ୍କୁ କହିଲା, “ଓଃ, ମୋ’ ମୁଣ୍ତ ମୋ’ ମୁଣ୍ତ।”
ତା’ର ପିତା ଗୋଟିଏ ଦାସକୁ କହିଲା, “ପିଲାଟିକୁ ତା’ର ମାତାଙ୍କ ନିକଟକୁ ନେଇଯାଅ।”
20 ଦାସ ପିଲାଟିକୁ ତା’ର ମାତା ନିକଟକୁ ନେଇଗଲା। ପିଲାଟି ତା’ର ମାତା କୋଳରେ ମଧ୍ୟାହ୍ନ ପର୍ଯ୍ୟନ୍ତ ରହି ମରିଗଲା।
ସ୍ତ୍ରୀଲୋକଟି ଇଲୀଶାୟଙ୍କୁ ଦେଖା କରିବାକୁ ଯାଆନ୍ତି
21 ଏହା ପରେ ସ୍ତ୍ରୀଲୋକଟି ଉପର କୋଠରୀକୁ ଯାଇ ପରମେଶ୍ୱରଙ୍କ ଲୋକର ଖଟ ଉପରେ ପୁଅକୁ ଶୁଆଇ ଦେଇ ଦ୍ୱାର ବନ୍ଦ କରି ବାହାରକୁ ଆସିଲା। 22 ସେ ସ୍ତ୍ରୀଲୋକଟି ତା’ର ସ୍ୱାମୀକୁ ଡାକି କହିଲା, “ମୁଁ ବିନୟ କରୁଛି, ଦାସମାନଙ୍କ ମଧ୍ୟରୁ ଜଣକୁ ଓ ଗୋଟିଏ ଗର୍ଦ୍ଦଭକୁ ମୋ’ ନିକଟକୁ ପଠାନ୍ତୁ। ହେଲେ ମୁଁ ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କୁ ଶୀଘ୍ର ଆଣି ଫେରି ଆସିବି।”
23 ଏଥିରେ ତା’ର ସ୍ୱାମୀ କହିଲା, “ତୁମ୍ଭେ କାହିଁକି ଆଜି ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କ ନିକଟକୁ ଯିବ? ଆଜିତ ଅମାବାସ୍ୟା ନୁହେଁ କି ବିଶ୍ରାମବାର ନୁହେଁ।”
ତହୁଁ ତାଙ୍କ ସ୍ତ୍ରୀ କହିଲା, “ତୁମ୍ଭେ ବ୍ୟସ୍ତ ହୁଅ ନାହିଁ, ସବୁ ଠିକ୍ ହେବ।”
24 ତା’ପରେ ସେ ଗର୍ଦ୍ଦଭ ସଜାଇ ତାଙ୍କର ସେବକକୁ କହିଲେ, “ଦ୍ରୁତଗତିରେ ଗର୍ଦ୍ଦଭକୁ ଚଲାଅ ଓ ମୋର ଆଦେଶ ନ ପାଇବା ପର୍ଯ୍ୟନ୍ତ ଗତି ଧୀର କର ନାହିଁ।”
25 ଏହିରୂପେ ସେ କର୍ମିଲ ପର୍ବତରେ ପହଞ୍ଚି ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କୁ ଦେଖିଲେ।
ଇଲୀଶାୟ ମଧ୍ୟ ଦୂରରୁ ତାଙ୍କୁ ଆସୁଥିବାର ଦେଖି ନିଜର ଦାସ ଗିହେଜୀକି କହିଲେ, “ଦେଖ, ଏହି ଶୁନେମୀୟା ସ୍ତ୍ରୀ ଏଠାକୁ ଆସୁଛି। 26 ମୁଁ ବିନୟ କରୁଛି, ଦୌଡ଼ିଯାଇ ତାକୁ ଭେଟି ପଗ୍ଭର ‘ସବୁ ଠିକ୍ ଅଛି କି? ତୁମ୍ଭ ସ୍ୱାମୀର ଓ ତୁମ୍ଭ ପୁତ୍ରର ମଙ୍ଗଳ କି?’”
ଗିହୋଜୀ ଯେତେବେଳେ ସ୍ତ୍ରୀଲୋକକୁ ଏହିସବୁ ପଗ୍ଭରିଲେ ସେ ଉତ୍ତର କଲା, “ସମସ୍ତ ମଙ୍ଗଳ।”
27 ଅନନ୍ତର ସେ ପରମେଶ୍ୱରଙ୍କ ଲୋକ ନିକଟକୁ ଆସି ତାଙ୍କର ଚରଣ ତଳେ ପଡ଼ିଲା। ଏଥିରେ ଗିହେଜୀ ତାକୁ ଟାଣିବାରୁ ପରମେଶ୍ୱରଙ୍କ ଲୋକ କହିଲେ, “ତାହାକୁ ଛାଡ଼ିଦିଅ। କାରଣ ତା’ର ପ୍ରାଣ ଶୋକାକୁଳ। ମାତ୍ର ସଦାପ୍ରଭୁ ମୋତେ ଜାଣାଇଲେ ନାହିଁ କ’ଣ ବାଳକ ପ୍ରତି ଘଟିଅଛି। ସେ ଏହା ମୋ’ଠାରୁ ଗୋପନ ରଖିଲେ।”
28 ତା’ପରେ ସ୍ତ୍ରୀଲୋକଟି କହିଲା, “ଗୁରୁ, ମୁଁ କ’ଣ ପୁତ୍ର ମାଗିଥିଲି? ମୁଁ କି କହି ନ ଥିଲି, ‘ମୋତେ ପ୍ରତାରଣା କର ନାହିଁ।’”
29 ଏହା ପରେ ଇଲୀଶାୟ ଗିହେଜୀକୁ କହିଲେ, “ଯିବାକୁ ପ୍ରସ୍ତୁତ ହୁଅ। ମୋର ଯଷ୍ଟିଟିକୁ ସଙ୍ଗରେ ନିଅ। ଗଲାବେଳେ କୌଣସି ସ୍ଥାନରେ ଟିକିଏ ହେଲେ ଅଟକିବ ନାହିଁ। ଏପରିକି କାହାରିକୁ ଦେଖିଲେ ନମସ୍କାର କର ନାହିଁ ଓ କେହି ନମସ୍କାର କଲେ ତାକୁ ଉତ୍ତର ଦିଅ ନାହିଁ। ମୋର ଯଷ୍ଟି ନେଇ ସେହି ବାଳକର ମୁଖ ଉପରେ ରଖି ଦିଅ।”
30 ଏଥିରେ ବାଳକର ମା କହିଲା, “ମୁଁ ଶପଥ କରୁଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।”
ତହୁଁ ଇଲୀଶାୟ ଉଠି ତାଙ୍କ ପଛେ ପଛେ ଗ୍ଭଲିଲେ।
31 ଇଲୀଶାୟ ଓ ଶୁନେମୀୟା ପହଞ୍ଚିବା ପୂର୍ବରୁ ଗିହେଜୀ ସ୍ତ୍ରୀଲୋକଟିର ଘରେ ପହଞ୍ଚିଲା। ସେ ଆଶାବାଡ଼ିକୁ ବାଳକର ମୁଖ ଉପରେ ରଖିଲା। ମାତ୍ର ପିଲାଟିର କୌଣସି ରବ କି ଶବ୍ଦ ହେଲା ନାହିଁ। ତା’ପରେ ଗିହେଜୀ ଫେରି ଆସି ଇଲୀଶାୟଙ୍କୁ ଭେଟି ଜଣାଇଲା, “ବାଳକଟି ଉଠିଲା ନାହିଁ।”
ସହଖ୍ରୀଷ୍ଟିୟାନମାନଙ୍କୁ ସାହାଯ୍ୟ କର
8 ଭାଇ ଓ ଭଉଣୀମାନେ! ପରମେଶ୍ୱର ମାକିଦନିଆର ମଣ୍ଡଳୀମାନଙ୍କ ପ୍ରତି ଯେଉଁ ଅନୁଗ୍ରହ ପ୍ରକାଶ କରିଛନ୍ତି, ସେହି ବିଷୟ ଆମ୍ଭେ ତୁମ୍ଭମାନଙ୍କୁ ଜଣାଇବାକୁ ଇଚ୍ଛା କରୁଛୁ। 2 ସେହି ବିଶ୍ୱାସୀମାନେ ମହାକ୍ଳେଶ ଦୁଃଖ ଦ୍ୱାରା ପରୀକ୍ଷିତ ହେଲେ। ଏବଂ ସେମାନେ ଅତି ଗରିବ। କିନ୍ତୁ ସେମାନଙ୍କ ମହାନନ୍ଦ ହେତୁ ସେମାନେ ପ୍ରଚୁର ଉଦାରତାର ଦାନ ଦେଇଥିଲେ। 3 ମୁଁ କହିପାରେ ଯେ, ସେମାନେ ଯେତେ ଦେଇ ପାରିବା କଥା ତାହ ଦେଇଛନ୍ତି। ଏତିକି ନୁହେଁ, ସେମାନେ ସ୍ୱେଚ୍ଛାରେ ନିଜ ସାମର୍ଥ୍ୟ ଅପେକ୍ଷା ଅଧିକ ଦେଇଛନ୍ତି। କେହି ତାହାଙ୍କୁ ଏହା କରିବା ପାଇଁ କହି ନାହିଁ। 4 କିନ୍ତୁ ସେମାନେ ଆଗ୍ରହ ପୂର୍ବକ, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଏହି ସେବା କାର୍ଯ୍ୟରେ ଅଂଶଗ୍ରହଣ ପାଇଁ ଆମକୁ ବାରମ୍ବାର ଅନୁନୟ କରୁଥିଲେ। 5 ସେମାନେ ଯେଉଁଭଳି ଭାବରେ ଦେଲେ ଆମ୍ଭେ ତାହା କେବେ ଭାବି ନ ଥିଲୁ। ସେମାନେ ତାହାଙ୍କର ଅର୍ଥ ଦେବା ପୂର୍ବରୁ ପ୍ରଥମେ ନିଜକୁ ପ୍ରଭୁଙ୍କଠାରେ ଓ ଆମ୍ଭଠାରେ ସମର୍ପଣ କଲେ।
6 ପରମେଶ୍ୱର ଏହା ଇଚ୍ଛା କରନ୍ତି। ସେଥିପାଇଁ ଆମ୍ଭେ ତୀତସକୁ କହିଲୁ ଯେ ସେ ଏହି ଅନୁଗ୍ରହ କାର୍ଯ୍ୟକୁ ଯେପରି ଆରମ୍ଭ କରିଥିଲେ, ସେହିପରି ଏହି ବିଶେଷ ଅନୁଗ୍ରହର କାର୍ଯ୍ୟକୁ ସମାପ୍ତ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ ମଧ୍ୟ କରନ୍ତୁ। 7 ତୁମ୍ଭେମାନେ ବିଶ୍ୱାସ, ବାକ୍ୟ ପ୍ରଗ୍ଭର, ଜ୍ଞାନ, ଉପକାର କରିବାର ଉତ୍ସାହ, ଆମ୍ଭଠାରୁ ତୁମ୍ଭେମାନେ ଶିଖିଥିବା ପ୍ରେମ, ଆଜି ସବୁ ଗୁଡ଼ିକରେ ଧନୀ ଅଟ। ସେଥିପାଇଁ ଆମ୍ଭେ ଇଚ୍ଛା କରୁ ଯେ, ଏହି ଦାନ ଦେବା ସେବାରେ ତୁମ୍ଭେମାନେ ଧନୀ ହୁଅ।
2010 by World Bible Translation Center