Revised Common Lectionary (Semicontinuous)
ଗିମେଲ୍
17 ମୁଁ ଯେମନ୍ତ ବଞ୍ଚିପାରିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର,
ଯେଉଁଥିରେ ମୁଁ ତୁମ୍ଭର ବାକ୍ୟ ପାଳନ କରି ପାରିବି।
18 ହେ ସଦାପ୍ରଭୁ, ମୋର ଆଖି ଉନ୍ମୁକ୍ତ କର।
ଯେଉଁଥିରେ ମୁଁ ତୁମ୍ଭର ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି।
19 ମୁଁ ଏହି ସ୍ଥାନରେ ଜଣେ ପ୍ରବାସୀ।
ହେ ସଦାପ୍ରଭୁ, ତୁମ୍ଭର ଆଜ୍ଞାସବୁ
ମୋ’ଠାରୁ ଲୁଗ୍ଭଅ ନାହିଁ।
20 ମୁଁ ସର୍ବଦା ତୁମ୍ଭର ଶାସନସକଳ
ପଢ଼ିବା ପାଇଁ ବହୁତ ଗ୍ଭହେଁ।
21 ସଦାପ୍ରଭୁ ତୁମ୍ଭେ ଗର୍ବୀ ଲୋକମାନଙ୍କୁ ଉପହାସ କର।
ଯେଉଁମାନେ ତୁମ୍ଭର ଆଜ୍ଞାଗୁଡ଼ିକୁ ଅନୁସରଣ କରିବାକୁ ବନ୍ଦ କରନ୍ତି ସେମାନେ ଅଭିଶପ୍ତ ହୁଅନ୍ତି।
22 ମୋ’ଠାରୁ ନିନ୍ଦା ଓ ଅପମାନସବୁ ଦୂର କର।
ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିଅଛି।
23 ଏପରିକି ଅଧିପତିମାନେ ଶିଖନ୍ତି
ଏବଂ ମୋ’ ବିରୁଦ୍ଧରେ ମନ୍ଦ ଉପାୟ କରନ୍ତି।
ମୁଁ ତୁମ୍ଭର ଦାସ, ତୁମ୍ଭର ନିୟମର ମଧ୍ୟସ୍ଥି ହୋଇଛି।
24 ତୁମ୍ଭର ଆଇନଗତ ଆଦେଶ ମୋତେ ଆନନ୍ଦ ଦିଏ।
ସେମାନେ ମୋର ଅତି ଆପଣାର ଆଦେଶଦାତା।
ଦାଲତ୍
25 ମୁଁ ମରିବା ବେଳେ ଧୂଳିରେ ଗଡ଼େ।
ଯେପରି ତୁମ୍ଭର ବାକ୍ୟ ଦ୍ୱାରା ପ୍ରତିଜ୍ଞା କରିଛି, ମୋତେ ବଞ୍ଚିବାକୁ ଦିଅ।
26 ମୁଁ ତୁମ୍ଭକୁ ମୋର ଜୀବନ ବିଷୟରେ କହିଅଛି।
ଏବଂ ତୁମ୍ଭେ ମୋତେ ଉତ୍ତର ଦେଇଅଛ।
ବର୍ତ୍ତମାନ ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
27 ତୁମ୍ଭର ନିର୍ଦ୍ଦେଶଗୁଡ଼ିକ ଅନୁସାରେ ମୋତେ ବୁଝିବା ପାଇଁ ସାହାଯ୍ୟ କର।
ତେବେ ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନ ବିଷୟରେ ଗଭୀରତମ ଭାବିବି।
28 ମୁଁ ଦୁଃଖିତ ଓ କ୍ଳାନ୍ତ ଅଟେ।
ତୁମ୍ଭର ବାକ୍ୟର ପ୍ରତିଜ୍ଞା ଅନୁସାରେ ମୋତେ ପୁଣି ଶକ୍ତିଶାଳୀ କର।
29 ମୋତେ ମିଥ୍ୟା ଜୀବନ ବିତାଇବାକୁ ଦିଅ ନାହିଁ।
ଦୟାକରି ମୋତେ ତୁମ୍ଭର ବ୍ୟବସ୍ଥା ଶିଖାଅ।
30 ମୁଁ ତୁମ୍ଭ ନିକଟରେ ବିଶ୍ୱସ୍ତ ହେବା ପାଇଁ ମନୋନୀତ ହୋଇଅଛି।
ମୁଁ ଯତ୍ନ ସହକାରେ ତୁମ୍ଭର ନ୍ୟାୟପରାୟଣତାକୁ ଶିକ୍ଷା କରିବି।
31 ମୁଁ ତୁମ୍ଭ ବାକ୍ୟ ନିକଟବର୍ତ୍ତୀ ହୋଇ ଅନୁସରଣ କଲି।
ହେ ସଦାପ୍ରଭୁ, ମୋତେ ନିରାଶ କର ନାହିଁ।
32 ମୁଁ ବହୁ ଆନନ୍ଦ ସହକାରେ ତୁମ୍ଭର ଆଦେଶସବୁ ମାନିବି,
ଯେତେବେଳେ ତୁମ୍ଭେ ମୋର ବୁଝିବା ଶକ୍ତିକୁ ପ୍ରଶସ୍ତ କରିବ।
ପଙ୍ଗପାଳର ଦର୍ଶନ
7 ସଦାପ୍ରଭୁ ମୋତେ ଏହା ଦେଖାଇଲେ। ଦ୍ୱିତୀୟବାର ଶସ୍ୟ ଉତ୍ପାଦନ ଆରମ୍ଭ ହେବା ସମୟରେ ସେ ପଙ୍ଗପାଳ ସୃଷ୍ଟି କଲେ। ରାଜା ପ୍ରଥମବାର ଶସ୍ୟଅମଳ କଲାପରେ ଏହା ଦ୍ୱିତୀୟବାର ଶସ୍ୟ ଥିଲା। 2 ପଙ୍ଗପାଳ ଦଳ ରାଜ୍ୟର ସମସ୍ତ ତୃଣ ଖାଇଗଲେ। ତା’ପରେ ମୁଁ କହିଲି, “ହେ ମୋର ପ୍ରଭୁ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି। ଆମ୍ଭମାନଙ୍କୁ କ୍ଷମା କର। ଯାକୁବ କେବେ ତିଷ୍ଠିବ ନାହିଁ। କାରଣ ସେ ଅତି କ୍ଷୁଦ୍ର।”
3 ତା’ପରେ ସଦାପ୍ରଭୁ ତାଙ୍କର ମନ ପରିବର୍ତ୍ତନ କଲେ ଏବଂ କହିଲେ, “ଏହା ଘଟିବ ନାହିଁ।”
ଅଗ୍ନିର ଦର୍ଶନ
4 ମୋର ପ୍ରଭୁ ସଦାପ୍ରଭୁ ମୋତେ ଏହିସବୁ ଦେଖାଇଲେ। ମୁଁ ଦେଖିଲି ପ୍ରଭୁ ସଦାପ୍ରଭୁ ବିଗ୍ଭର ପାଇଁ ଅଗ୍ନିକୁ ଡକାଇଲେ। ସେହି ଅଗ୍ନି ମହାସାଗରକୁ ଧ୍ୱଂସ କଲା। ସେ ପୃଥିବୀକୁ ମଧ୍ୟ ଶେଷ କରିବାକୁ ଆରମ୍ଭ କଲା। 5 କିନ୍ତୁ ମୁଁ ପ୍ରାର୍ଥନା କଲି ଓ କହିଲି, “ହେ ମୋର ସଦାପ୍ରଭୁ ପରମେଶ୍ୱର, ମୁଁ ପ୍ରାର୍ଥନା କରୁଛି ବନ୍ଦ କର। ଯାକୁବ ବଞ୍ଚିବ ନାହିଁ। ସେ ଅତି କ୍ଷୁଦ୍ର।”
6 ତା’ପରେ ସଦାପ୍ରଭୁ ଏବିଷୟରେ ତାଙ୍କର ମନ ପରିବର୍ତ୍ତନ କଲେ। ସଦାପ୍ରଭୁ ପରମେଶ୍ୱର କହିଲେ, “ତାହା ଘଟିବ ନାହିଁ।”
27 ଏହି ମହାନ୍ ସତ୍ୟଟି ସମସ୍ତଙ୍କ ପାଇଁ ଅଟେ। ପରମେଶ୍ୱର ଏହି ମହାନ୍ ଓ ବୈଭବପୂର୍ଣ୍ଣ ସତ୍ୟକୁ ନିଜ ଲୋକଙ୍କୁ ଜଣାଇ ଦେବା ପାଇଁ ସ୍ଥିର କଲେ। ଏହି ସତ୍ୟ ସ୍ୱୟଂ ତୁମ୍ଭମାନଙ୍କ ଭିତରେ ଥିବା ଖ୍ରୀଷ୍ଟ ନିଜେ ଅଟନ୍ତି। ପରମେଶ୍ୱରଙ୍କ ମହିମା ପ୍ରାପ୍ତ କରିବା ପାଇଁ, ସେ ହେଉଛନ୍ତି ଆମ୍ଭର ଏକମାତ୍ର ଭରସା। 28 ଅତଏବ ଆମ୍ଭେ ଖ୍ରୀଷ୍ଟଙ୍କ ବିଷୟରେ ଲୋକଙ୍କୁ କହି ଗ୍ଭଲିଛୁ। ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ଆମ୍ଭର ସମସ୍ତ ଜ୍ଞାନ ଖଟାଉଛୁ। ଏପରି କରି ଆମ୍ଭେ ଖ୍ରୀଷ୍ଟଙ୍କଠାରେ ଆଧ୍ୟାତ୍ମିକ ଭାବରେ ପରିପୂର୍ଣ୍ଣ ହୋଇ ପରମେଶ୍ୱରଙ୍କ ଆଗରେ ସମସ୍ତଙ୍କୁ ଉପସ୍ଥିତ କରି ପାଇବାକୁ ଚେଷ୍ଟା କରୁଛୁ। 29 ଖ୍ରୀଷ୍ଟ ମୋତେ ଦେଇଥିବା ମହାନ୍ ଶକ୍ତି ବଳରେ ସଂଘର୍ଷ କରି ମୁଁ ଏହି କାମଟି କରୁଛି। ଏହି ଶକ୍ତି ମୋ’ ଜୀବନରେ କାମ କରୁଛି।
2 ମୁଁ ଗ୍ଭହେଁ ତୁମ୍ଭେମାନେ ଜାଣିରଖ ଯେ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଛି। ଏବଂ ଲାଅଦିକୀଆରେ ଥିବା ଲୋକମାନଙ୍କୁ ଓ ମୋତେ ଦେଖି ନ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ମୁଁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି। 2 ମୁଁ ଇଚ୍ଛା କରେ ଯେ ସେମାନେ ପ୍ରେମରେ ବାନ୍ଧି ହୋଇ ଶକ୍ତିଶାଳୀ ହୁଅନ୍ତୁ। ମୁଁ ଏହା ମଧ୍ୟ ଇଚ୍ଛା କରେ ଯେ ସେମାନେ ବୋଧଶକ୍ତି ଦ୍ୱାରା ପ୍ରାପ୍ତ ଦୃଢ଼ ବିଶ୍ୱାସରେ ଧନୀ ହୁଅନ୍ତୁ। ମୋର ଇଚ୍ଛା ଯେ ତୁମ୍ଭେମାନେ ପରମେଶ୍ୱରଙ୍କ ଦ୍ୱାରା ଜ୍ଞାତ କରାଯାଇଥିବା ଗୁପ୍ତ ସତ୍ୟ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ପୂର୍ଣ୍ଣ ଭାବରେ ଜାଣ। 3 ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବିଜ୍ଞତାର ଭଣ୍ଡାର ସୁରକ୍ଷିତ ରଖା ହୋଇଛି।
4 ମୋର ଏପରି କହିବା ଉଦ୍ଦେଶ୍ୟ ଯେ ତୁମ୍ଭମାନଙ୍କୁ ଯେପରି କେହି ଭଲ ବୋଲି ଜଣା ପଡ଼ୁଥିବା ଅସତ୍ୟ ଶିକ୍ଷା ଦ୍ୱାରା ବିଭ୍ରାନ୍ତ କରି ନ ଦେଉ। 5 ମୁଁ ମୋ’ ଶରୀରରେ ତୁମ୍ଭ ସହିତ ସେଠାରେ ନାହିଁ, କିନ୍ତୁ ମୋର ଆତ୍ମା ସେଠାରେ ଅଛି। ମୁଁ ତୁମ୍ଭମାନଙ୍କ ଉତ୍ତମ ଜୀବନ ଓ ତୁମ୍ଭମାନଙ୍କର ଖ୍ରୀଷ୍ଟଙ୍କଠାରେ ବଳିଷ୍ଠ ବିଶ୍ୱାସ ଦେଖି ପ୍ରସନ୍ନ ଅଟେ।
ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଥାଅ:
6 ତୁମ୍ଭେ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଗ୍ରହଣ କରିଛ। ଅତଏବ କୌଣସି ଅସ୍ଥିରଚିତ୍ତ ନ ହୋଇ ତାହାଙ୍କୁ ଅନୁସରଣ କରିଗ୍ଭଲ। 7 ତୁମ୍ଭେ କେବଳ ତାଙ୍କ ଉପରେ ନିର୍ଭର କର। ଜୀବନ ଓ ଶକ୍ତି ତାଙ୍କଠାରୁ ଆସେ। ତୁମ୍ଭକୁ ସତ୍ୟର ଶିକ୍ଷା ଦିଆଯାଇଛି। ସେହି ସତ୍ୟ ଶିକ୍ଷା ଉପରେ ତୁମ୍ଭର ଦୃଢ଼ ଆସ୍ଥା ରହିଥିବା ଉଚିତ୍। ପରମେଶ୍ୱରଙ୍କୁ ସବୁବେଳେ ଧନ୍ୟବାଦ ଦେଉଥାଅ।
2010 by World Bible Translation Center