Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ଉଦ୍ଦେଶ୍ୟରେ ତାରଯୁକ୍ତ ଯନ୍ତ୍ରରେ ଶିମିନୀତ ସ୍ୱରରେ ଦାଉଦଙ୍କର ଗୀତ।
6 ହେ ସଦାପ୍ରଭୁ, ତୁମ୍ଭେ କ୍ରୋଧିତ ହୋଇ ମୋତେ ଦଣ୍ଡିତ କର ନାହିଁ।
ତୁମ୍ଭେ ବିରକ୍ତ ହୋଇ ମୋତେ ଦଣ୍ଡ ଦିଅ ନାହିଁ।
2 ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
ମୁଁ ରୁଗ୍ଣ ଓ ଦୁର୍ବଳ।
ମୋତେ ସୁସ୍ଥ କର
କାରଣ ମୋର ଅସ୍ଥିସବୁ କମ୍ପିତ ହେଉଅଛି।
3 ମୋର ସମଗ୍ର ଶରୀର କମ୍ପୁଅଛି।
ହେ ସଦାପ୍ରଭୁ, ଆଉ କେତେ କାଳ ପରେ ତୁମ୍ଭେ ମୋତେ ସୁସ୍ଥ କରିବ।
4 ହେ ସଦାପ୍ରଭୁ, ତୁମ୍ଭେ ଫେରି ଆସ ଓ ମୋତେ ପୁନର୍ବାର ଅଧିକ ବଳଶାଳୀ କର।
ତୁମ୍ଭେ ଅତ୍ୟନ୍ତ କରୁଣାରେ ମୋତେ ଉଦ୍ଧାର କର।
5 ମୃତ ଲୋକମାନେ ତୁମ୍ଭକୁ ସେମାନଙ୍କର କବରରେ କେବେ ମନେ ପକାନ୍ତି ନାହିଁ।
ମୃତମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
ସେଥିପାଇଁ ମୋତେ ରକ୍ଷା କର।
6 ହେ ସଦାପ୍ରଭୁ,
ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ମୋର ବିଛଣା ମୋର ଲୁହରେ ଭିଜିଗଲା।
ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।
7 ମୋର ଶତ୍ରୁମାନେ ମୋତେ ବହୁତ ଦୁଃଖ ଦେଇଛନ୍ତି, ଯାହାକି ମୋତେ ବହୁତ ଦୁଃଖୀ କରିଛି।
ବର୍ତ୍ତମାନ ମୋର ଚକ୍ଷୁଦ୍ୱୟ ବହୁତ କ୍ରନ୍ଦନ କରିଥିବା ଯୋଗୁଁ କ୍ଷୀଣ।
8 ହେ ଅଧର୍ମୀ ଲୋକସବୁ, ମୋ’ ନିକଟରୁ ଦୂର ହୋଇଯାଅ।
କାରଣ ସଦାପ୍ରଭୁ ମୋର କ୍ରନ୍ଦନ ଶୁଣିଛନ୍ତି।
9 ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଛନ୍ତି।
ସଦାପ୍ରଭୁ ମୋର ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଓ ମୋର ପ୍ରାର୍ଥନାର ଉତ୍ତର ମଧ୍ୟ ଦେଇଛନ୍ତି।
10 ମୋର ସମସ୍ତ ଶତ୍ରୁମାନେ ଲଜ୍ଜିତ ଓ ବ୍ୟାକୁଳ ହେବେ।
ଓ ସେମାନେ ସମସ୍ତେ ଲଜ୍ଜିତ ହୋଇ ଏ ସ୍ଥାନ ପରିତ୍ୟାଗ କରିବେ।
19 ତା’ପରେ ଇଲୀଶାୟ ନାମାନଙ୍କୁ କହିଲେ, “ଶାନ୍ତିରେ ଯାଅ।”
ତେଣୁ ନାମାନ୍ ଇଲୀଶାୟଙ୍କୁ ଛାଡ଼ି ଅଳ୍ପଦୂର ଗଲେ। 20 କିନ୍ତୁ ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କ ଦାସ ଗିହେଜୀ କହିଲା, “ଦେଖ, ମୋର ପ୍ରଭୁ ଇଲୀଶାୟ ଏହି ଅରାମୀୟ ନାମାନ୍ଠାରୁ କୌଣସି ଉପହାର ଗ୍ରହଣ କଲେ ନାହିଁ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ଶପଥ କରୁଛି, ଏହା ପଛେ ପଛେ ଯାଇ ତାହାଠାରୁ କିଛି ନେବି।” 21 ତେଣୁ ଗିହେଜୀ ନାମାନଙ୍କୁ ଅନୁସରଣ କଲା।
ନାମାନ୍ ଦେଖିଲେ କେହି ଜଣେ ତାଙ୍କର ପଛରେ ଦୌଡ଼ୁଛି। ତେଣୁ ସେ ରଥରୁ ଓହ୍ଲାଇ ତାଙ୍କୁ ଅଭିନନ୍ଦନ କଲେ ଓ ପଗ୍ଭରିଲେ, “ସମସ୍ତ କୁଶଳତ?”
22 ଏହା ପରେ ଗିହେଜୀ କହିଲା, “ହଁ, ସବୁ କୁଶଳ। ମୋର ମହାଶୟ ଇଲୀଶାୟ ମୋତେ ତୁମ୍ଭକୁ କହିବାକୁ ପଠାଇଛନ୍ତି, ‘ଦେଖ ଏହିକ୍ଷଣି ଇଫ୍ରୟିମର ପର୍ବତମୟ ଦେଶରୁ ଭବିଷ୍ୟଦ୍ବକ୍ତାମାନଙ୍କ ପୁତ୍ରଗଣ ମଧ୍ୟରୁ ଦୁଇଜଣ ଯୁବକ ଆସିଲେ, ମୁଁ ବିନୟ କରୁଛି ସେମାନଙ୍କୁ ଏକ ତାଳନ୍ତ ରୂପା ଓ ଦୁଇ ସାଜ ପୋଷାକ ଦିଅ।’”
23 ଏଥିରେ ନାମାନ୍ କହିଲେ, “ଅନୁଗ୍ରହପୂର୍ବକ ଦୁଇ ତାଳନ୍ତ ରୂପା ନିଅ।” ଆଉ ସେ ଗିହେଜୀକୁ ବହୁ ଅନୁରୋଧ କଲେ ରୂପା ନେବାକୁ। ସେ ଦୁଇ ତଳାନ୍ତ ରୂପା ରହିଥିବା ଦୁଇଟି ଥଳୀ ନେଲା ଏବଂ ଦୁଇ ଶହ ସାଜ ପୋଷାକ ନେଲା। ନାମାନ ଏସବୁ ଜିନିଷଗୁଡ଼ିକୁ ଗିହେଜୀର ଦୁଇ ଯୁବକ ସାହାଯ୍ୟକାରୀଗଣଙ୍କୁ ଦେଲା ଏବଂ ସେମାନେ ଏହିସବୁ ଗିହେଜୀ ଆଗରେ ବହନ କରି ନେଲେ। 24 ଗିହେଜୀ ଉପପର୍ବତ ନିକଟରେ ପହଞ୍ଚି ସେମାନଙ୍କଠାରୁ ସମସ୍ତ ଦ୍ରବ୍ୟ ନେଇ ଗୃହ ଭିତରେ ଲୁଗ୍ଭଇ ରଖିଲା ଓ ସେହି ଦୁଇଜଣ ଦାସଙ୍କୁ ବିଦାୟ ଦେବାରୁ ସେମାନେ ଗ୍ଭଲିଗଲେ।
25 ଏହା ପରେ ସେ ଭିତରକୁ ଯାଇ ଆପଣା ମହାଶୟ ସମ୍ମୁଖରେ ଛିଡ଼ା ହେଲା। ତହୁଁ ଇଲୀଶାୟ ଗିହେଜୀକୁ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଲ?”
ଗିହେଜୀ କହିଲା, “ଆପଣଙ୍କ ଦାସ କେଉଁଠାକୁ ଯାଇ ନାହିଁ।”
26 ଏଥିରେ ଇଲୀଶାୟ ତାକୁ କହିଲେ, “ଏହା ସତ୍ୟ ନୁହେଁ କି? ସେ ଲୋକ ତୁମ୍ଭକୁ ଭେଟିବାକୁ ଯେତେବେଳେ ନିଜ ରଥରୁ ଫେରି ଆସିଲା, ସେତେବେଳେ ମୋର ଅନ୍ତଃକରଣ ତୁମ୍ଭ ସାଥୀରେ ଥିଲା? ଅର୍ଥ, ବସ୍ତ୍ର, ତୈଳ, ଦ୍ରାକ୍ଷା, ମେଷ, ଗୋରୁ ଓ ଦାସ-ଦାସୀ ଗ୍ରହଣ କରିବାର ତାହା କ’ଣ ସମୟ ନୁହେଁ? 27 ଏଣୁ ନାମାନ୍ର ଚର୍ମ ରୋଗ ତୁମ୍ଭଠାରେ ଓ ତୁମ୍ଭ ବଂଶଠାରେ ଚିରକାଳ ପର୍ଯ୍ୟନ୍ତ ଲାଗି ରହିବ।”
ତୁରନ୍ତ ଗିହେଜୀର ଶରୀର ବରଫ ଚର୍ମ ରୋଗ ସହିତ ଧବଳ ପାଲଟିଗଲା ଓ ସେ ସ୍ଥାନ ଛାଡ଼ି ଗ୍ଭଲିଗଲା।
28 ସେମାନେ ଏହା ଶୁଣି ଭୀଷଣ ରାଗିଗଲେ ଓ ଚିତ୍କାର କରି କହିଲେ, “ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ମହାନ୍ ଅଟନ୍ତି।” 29 ସମ୍ପୂର୍ଣ୍ଣ ସହରରେ ଚହଳ ପଡ଼ିଗଲା। ପାଉଲଙ୍କ ସହଯାତ୍ରୀ ମାକିଦନୀୟା ନିବାସୀ ଗାୟ ଓ ଆରିସ୍ତାର୍ଖଙ୍କୁ ଧରିନେଇ ସେମାନେ ଖେଳ ପଡ଼ିଆ ଆଡ଼କୁ ଦୌଡ଼ିଲେ। 30 ପାଉଲ ଭିତରକୁ ଯିବା ପାଇଁ ଇଚ୍ଛା କଲେ କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯିବାକୁ ଦେଲେ ନାହିଁ। 31 ସେହି ଦେଶର କେତେକ ନେତାମାନେ ପାଉଲଙ୍କର ବନ୍ଧୁ ଥିଲେ। ସେମାନେ ତାହାଙ୍କୁ ଖେଳପଡ଼ିଆ ପାଖକୁ ନ ଯିବା ପାଇଁ ଅନୁରୋଧ କରି ଖବର ପଠାଇଲେ।
32 ଏହି ସମୟ ଭିତରେ ନାନା ଲୋକ ନାନା କଥା କହିଲେ ଓ ପାଟିକଲେ। ଅଧିକାଂଶ ଲୋକମାନେ ସେମାନଙ୍କର ଏକାଠି ହେବାର କାରଣ ଜାଣି ନ ଥିଲେ। ଏହା ଫଳରେ ସଭାରେ ପାଟିତୁଣ୍ଡ ହେଉଥିଲା। 33 ସେତେବେଳେ ଯିହୂଦୀୟମାନେ ଆଲେକ୍ଜାଣ୍ଡାରକୁ ଆଗକୁ ପଠାଇଥିଲେ ଓ ତାହାଙ୍କୁ କିଛି କହିବା ପାଇଁ ଉପଦେଶ ଦେଉଥିଲେ। ଆଲେକ୍ଜାଣ୍ଡାର ଲୋକମାନଙ୍କ ଆଗରେ ହାତ ହଲେଇ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଥିଲେ। 34 କିନ୍ତୁ ଯେତେବେଳେ ଲୋକମାନେ ଆଲେକ୍ଜାଣ୍ଡାରଙ୍କୁ ଜଣେ ଯିହୂଦୀୟ ବୋଲି ଜାଣି ପାରିଲେ, ସେତେବେଳେ ସେମାନେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚିତ୍କାର କଲେ ଓ କହିଲେ, “ଏଫିସୀୟମାନଙ୍କର ମହାଦେବୀ ଆର୍ତ୍ତେମୀ ମହାନ୍ ଅଟନ୍ତି…!”
35 ଏହା ଶୁଣି ନଗରର ବେବର୍ତ୍ତା ଜନଗହଳିକୁ ଶାନ୍ତ କରେଇ କହିଲେ, “ହେ ଏଫିସୀୟ ବାସିନ୍ଦାମାନେ, ସାରା ପୃଥିବୀର କିଏ ନ ଜାଣେ ଯେ, ଏଫିସ ନଗର, ଆର୍ତ୍ତେମୀ ମହାଦେବୀ ଓ ସ୍ୱର୍ଗରୁ ପଡ଼ିଥିବା ପବିତ୍ର ଶିଳାର ମନ୍ଦିରର ରକ୍ଷକ ଅଟେ? 36 ଏ କଥା କେହି ଅସତ୍ୟ ବୋଲି କହିପାରିବେ ନାହିଁ। ତେଣୁ ତୁମ୍ଭେମାନେ ଶାନ୍ତ ରହିବା ଉଚିତ୍। ପ୍ରଥମେ କିଛି ନଭାବି ତୁମ୍ଭେମାନେ କିଛି କରିବା ଅନୁଚିତ୍।
37 “ତୁମ୍ଭେମାନେ ଯେଉଁ ଲୋକମାନଙ୍କୁ ଏଠାକୁ ଆଣିଛ, ସେମାନେ କୌଣସି ମନ୍ଦିର ଲୁଟ କରି ନାହାନ୍ତି ବା ଆମ୍ଭ ଦେବୀଙ୍କର ଅପମାନ କରି ନାହାନ୍ତି। 38 ସେ କହିଲେ, “ଆମ୍ଭର ବିଗ୍ଭରାଳୟ ଅଛି ଓ ବିଗ୍ଭରକମାନେ ମଧ୍ୟ ଅଛନ୍ତି। ଯଦି କାହାରି ବିରୁଦ୍ଧରେ ଦୀମୀତ୍ରିୟ ବା ତା’ର କାରିଗରମାନଙ୍କର କୌଣସି ଅଭିଯୋଗ ଥାଏ, ସେମାନେ ସେଠାକୁ ଯାଇ ପରସ୍ପର ବିରୁଦ୍ଧରେ ଅଭିଯୋଗ ଆଣି ପାରନ୍ତି।
39 “ମାତ୍ର ତୁମ୍ଭମାନଙ୍କର ଯଦି ଆଉ କିଛି ବିଷୟ ଅଛି, ତେବେ ତାହା ନିୟମିତ ଜନସଭାରେ ବିଗ୍ଭର କରାଯାଇ ପାରିବ। 40 ଆଜିର ଜନ ସଭାରେ ଆନ୍ଦୋଳନ ସକାଶେ ଆମ୍ଭେ ଦୋଷୀ ହୋଇପାରୁ, ଯେହେତୁ ଆମ୍ଭପାଖରେ ଏହାର କୌଣସି ଯଥାର୍ଥ କାରଣ ନାହିଁ।” 41 ଏହା କହି ସେ ସଭା ଭାଙ୍ଗିଲେ। ତା’ପରେ ସେ ଲୋକମାନଙ୍କୁ ଘରକୁ ଯିବା ପାଇଁ କହିଲେ। ସମସ୍ତେ ଗ୍ଭଲିଗଲେ।
2010 by World Bible Translation Center