Revised Common Lectionary (Semicontinuous)
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଏହି ଗୀତ, ଏହି ଗୀତଟି ଶିଗାୟୋନ ଯିଏକି କୂଶଙ୍କର ପୁତ୍ର ଏବଂ ବିନ୍ୟାମୀନୀୟ ପରିବାରର ଅନ୍ତର୍ଭୁକ୍ତ।
7 ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନେଉଛି।
ମୋ’ ପଛରେ ଗୋଡ଼ାଇଥିବା ଲୋକମାନଙ୍କଠାରୁ ମୋତେ ରକ୍ଷା କର ଓ ଉଦ୍ଧାର କର।
2 ତୁମ୍ଭେ ଯଦି ମୋତେ ସାହାଯ୍ୟ ନ କର ଶେଷରେ ସିଂହ ଦ୍ୱାରା ଧରା ପଡ଼ିଥିବା ପଶୁଟି ପରି ମୋର ଅବସ୍ଥା ହେବ।
ମୋତେ ସେମାନେ ବୋହି ନେଇଯିବେ।
ସେତେବେଳେ କେହି ମୋତେ ରକ୍ଷା କରିବାକୁ ନ ଥିବେ।
3 ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ କିଛି ଭୁଲ୍ କରି ନାହିଁ।
ମୁଁ ପ୍ରତିଜ୍ଞା କରି କହିପାରେ ମୁଁ କିଛି କୁକର୍ମ କରି ନାହିଁ।
4 ଯେବେ ମୋର ବନ୍ଧୁମାନଙ୍କ ପ୍ରତି ମୁଁ ଭୁଲ୍ କରିଥାଏ,
ମାତ୍ର ବିନା କାରଣରେ ଯେ ମୋର ବିପକ୍ଷ ମୁଁ ତାଙ୍କୁ ରକ୍ଷା କରିବି।
5 ଏହା ଯଦି ସତ୍ୟ ନୁହେଁ ତାହାହେଲେ ମୋତେ ଶାସ୍ତି ଦିଅ।
ମୋର ଶତ୍ରୁ ମୋ’ ପଛରେ ଗୋଡ଼ାଇ ମୋତେ ଧରି ମାରି ଦେଉ।
ମୋର ଜୀବନକୁ ଭୂମିରେ ଦଳି ପକାଉ।
ମୋର ଆତ୍ମାକୁ ତଥା ଗୌରବକୁ ଧୂଳିସାତ୍ କରୁ।
6 ହେ ସଦାପ୍ରଭୁ, ତୁମ୍ଭେ ଜାଗ୍ରତ ହୁଅ ଓ ତୁମ୍ଭର କ୍ରୋଧ ପ୍ରକାଶ କର।
ମୋର ଶତ୍ରୁମାନେ କ୍ରୋଧିତ ତେଣୁ ସେମାନଙ୍କ ସମ୍ମୁଖରେ ରହି ସେମାନଙ୍କ ବିରୁଦ୍ଧରେ ସଂଗ୍ରାମ କର।
ହେ ସଦାପ୍ରଭୁ, ମୋ’ ପକ୍ଷରେ ଜାଗ୍ରତ ହୁଅ ଓ ନ୍ୟାୟ ବିଗ୍ଭର କର।
7 ହେ ସଦାପ୍ରଭୁ, ଲୋକମାନଙ୍କର ବିଗ୍ଭର କର।
ଯେଉଁମାନେ କି ତୁମ୍ଭ ରାଜ୍ୟର ଚତୁର୍ଦ୍ଦିଗରେ ଏକତ୍ରିତ ହୋଇଛନ୍ତି।
8 ହେ ସଦାପ୍ରଭୁ ଲୋକମାନଙ୍କର ବିଗ୍ଭର କର।
ମୋର ମଧ୍ୟ ବିଗ୍ଭର କର।
ପ୍ରମାଣ କର ମୁଁ ଯାହା କହୁଛି ତାହା ଠିକ୍।
ପ୍ରମାଣ କର ଯେ ମୁଁ ନିରପରାଧ।
9 ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ।
ସାଧୁ ସନ୍ଥ ଲୋକଙ୍କୁ ସାହାଯ୍ୟ କର।
ହେ ପରମେଶ୍ୱର ତୁମ୍ଭେ ଅତ୍ୟନ୍ତ ମହାନ
ଏବଂ ଲୋକଙ୍କ ହୃଦୟକୁ ସହଜରେ ଚିହ୍ନିପାର।
10 ପରମେଶ୍ୱର ସବୁବେଳେ ଯଥାର୍ଥ ହୃଦୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରନ୍ତି,
ତେଣୁ ପରମେଶ୍ୱର ମୋତେ ନିଶ୍ଚୟ ରକ୍ଷା କରିବେ।
11 ପରମେଶ୍ୱର ହେଉଛନ୍ତି ଧର୍ମମୟ ବିଗ୍ଭରକର୍ତ୍ତା।
ସେ ସବୁବେଳେ ଦୁଷ୍ଟମାନଙ୍କର କାର୍ଯ୍ୟ ପାଇଁ କ୍ରୋଧ କରନ୍ତି।
12 ଯଦି ପରମେଶ୍ୱର କୌଣସି ନିଷ୍ପତ୍ତି ନିଅନ୍ତି ସେ ସହଜରେ ତାଙ୍କ ମନ ପରିବର୍ତ୍ତନ କରନ୍ତି ନାହିଁ।
13 ପରମେଶ୍ୱର ସବୁବେଳେ ଦୁଷ୍ଟମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ଥା’ନ୍ତି।
14 କିଛି ଲୋକ ସବୁବେଳେ ମନ୍ଦ ଯୋଜନାରେ ବ୍ୟସ୍ତ ଥା’ନ୍ତି।
ସେମାନେ ଗୋପନ ଯୋଜନା କରନ୍ତି ଓ ମିଥ୍ୟା ମଧ୍ୟ କହନ୍ତି।
15 ସେମାନେ ସବୁବେଳେ ଅନ୍ୟକୁ ଆଘାତ ଦେଇ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି।
କିନ୍ତୁ ଶେଷରେ ସେମାନେ ନିଜ ଯନ୍ତାରେ ପଡ଼ି ଆଘାତ ପାଇବେ।
16 ସେମାନେ ନିଶ୍ଚୟ ଦଣ୍ଡ ପାଇବେ।
ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର ପ୍ରଦର୍ଶନ କରନ୍ତି।
କିନ୍ତୁ ସେମାନେ ନିଜର ଦୌରାତ୍ମ୍ୟ ପାଇଁ ନିଜେ ହିଁ ଦଣ୍ଡ ପାଇବେ।
17 ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି କାରଣ ସେ ମହାନ।
ମୁଁ ସର୍ବୋପରିସ୍ଥ ସଦାପ୍ରଭୁଙ୍କର ନାମରେ ପ୍ରଶଂସା ଗାନ କରିବି।
ଇସ୍ରାଏଲ ପାଇଁ ଦୁଃଖ ସଙ୍ଗୀତ
5 ହେ ଇସ୍ରାଏଲୀୟବାସୀ, ଏହି ବାର୍ତ୍ତା ଶୁଣ। ତୁମ୍ଭମାନଙ୍କ ବିଷୟରେ ଏହା ହେଉଛି ବିଳାପର ସଙ୍ଗୀତ।
2 ଇସ୍ରାଏଲର କୁମାରୀ ପଡ଼ିଯାଇଛି
ଏବଂ ସେ ଆଉ ଉଠିପାରିବ ନାହିଁ।
ସେ ଏକାକିନୀ ପଡ଼ି ରହିଛି।
ସେହି ମଇଳାରୁ ତାକୁ ଉଠାଇବାକୁ କେହି ନାହିଁ।
3 ସଦାପ୍ରଭୁ ମୋର ପ୍ରଭୁ ଏହି ବାକ୍ୟ କୁହନ୍ତି:
“ସହରରୁ ବାହାରକୁ ଯାଇଥିବା ଏକ ହଜାର ମଧ୍ୟରୁ
ଏକଶହ ଅବଶିଷ୍ଟ ରହିବେ,
ଏବଂ ଏକଶହ ବାହାରିଥିବା ମଧ୍ୟରୁ
ମାତ୍ର ଦଶ ଜଣ ପ୍ରତ୍ୟାବର୍ତ୍ତନ କରିବେ।”
ସଦାପ୍ରଭୁ ଇସ୍ରାଏଲକୁ ଫେରିବାକୁ ଉତ୍ସାହିତ କରନ୍ତି
4 ଇସ୍ରାଏଲକୁ ସଦାପ୍ରଭୁ ଏହା ହିଁ କୁହନ୍ତି:
“ଆସ, ଆମ୍ଭର ଅନୁସନ୍ଧାନ କର ଏବଂ ବଞ୍ଚ।
5 ମାତ୍ର ବୈଥଲକୁ ଖୋଜ ନାହିଁ।
ଗିଲ୍ଗଲ୍କୁ ଯାଅ ନାହିଁ।
ସୀମା ଅତିକ୍ରମ କରି ବେର୍ଶେବାକୁ ଯାଅ ନାହିଁ।
ଗିଲ୍ଗଲ୍ର ଲୋକମାନଙ୍କୁ ବନ୍ଦୀରୂପେ ନିଆଯିବ
ଏବଂ ବୈଥଲ ଧ୍ୱଂସ ହେବ।
6 ସଦାପ୍ରଭୁଙ୍କ ଅନ୍ୱେଷଣ କର ଓ ବଞ୍ଚି ରୁହ।
ତୁମ୍ଭେ ଯଦି ସଦାପ୍ରଭୁଙ୍କ ନିକଟକୁ ନ ଯିବ ତାହାହେଲେ ଗୋଟିଏ ଅଗ୍ନି ସଞ୍ଚାର ହେବ
ଏବଂ ସେହି ଅଗ୍ନି ଯୋଷେଫଙ୍କ ଗୃହକୁ ଧ୍ୱଂସ କରିବ
ଏବଂ କୌଣସି ବ୍ୟକ୍ତି ବୈଥଲରେ ସେ ଅଗ୍ନିକୁ ଲିଭାଇ କରି ପାରିବେ ନାହିଁ।
7-9 ପରମେଶ୍ୱର କୃତ୍ତିକାକାର ଓ ମୃଗଶୀର୍ଷ ସୃଷ୍ଟି କଲେ।
ସେ ଅନ୍ଧକାରକୁ ପ୍ରଭାତ ଆଲୋକରେ ପରିଣତ କଲେ।
ସେ ମଧ୍ୟ ଦିନକୁ
ରାତ୍ରିରେ ପରିଣତ କଲେ।
ସେ ସାଗର ଜଳକୁ ଆହ୍ୱାନ କରନ୍ତି ଓ ପୃଥିବୀ ଉପରେ ଢାଳନ୍ତି।
ତାଙ୍କର ନାମ ଯିହୋବାଃ।
ସେ କୌଣସି ଶକ୍ତିଶାଳୀ ନଗରକୁ
ବା ଦୁର୍ଗକୁ ଧ୍ୱଂସ କରି ପାରନ୍ତି।”
ଇସ୍ରାଏଲୀୟମାନେ ମନ୍ଦକାର୍ଯ୍ୟସବୁ କଲେ
ତୁମ୍ଭେମାନେ ଅମୃତକୁ ବିଷରେ ପରିଣତ କରିଛ।
ଧାର୍ମିକତାର ଅଧଃପତନ ପାଇଁ ତୁମ୍ଭେମାନେ ଦାୟୀ।
ମନୁଷ୍ୟପୁତ୍ର ସମସ୍ତଙ୍କର ବିଗ୍ଭର କରିବେ
31 “ମନୁଷ୍ୟପୁତ୍ର ପୁଣି ଥରେ ଆସିବେ, ସେ ତାହାଙ୍କର ମହିମା ସହିତ ଆସିବେ। ତାହାଙ୍କ ସହିତ ସମସ୍ତ ସ୍ୱର୍ଗଦୂତମାନେ ଆସିବେ। ସେ ରାଜା ହେବେ ଏବଂ ତାହାଙ୍କର ମହାନ ସିଂହାସନ ଉପରେ ବସିବେ। 32 ମନୁଷ୍ୟପୁତ୍ରଙ୍କ ଆଗରେ ଜଗତର ସବୁ ଲୋକେ ଏକାଠି ହେବେ। ତା’ପରେ ମନୁଷ୍ୟପୁତ୍ର ସବୁ ଲୋକଙ୍କୁ ଦୁଇଟି ଦଳରେ ବାଣ୍ଟି ଦେବେ। ଜଣେ ଜଗୁଆଳ ଯେପରି ଛେଳିମାନଙ୍କ ଭିତରୁ ମେଣ୍ଢାମାନଙ୍କୁ ଅଲଗା କରିଦିଏ ଏହା ଠିକ୍ ସେହିପରି ଅଟେ। 33 ମନୁଷ୍ୟପୁତ୍ର ମେଷମାନଙ୍କୁ ତାହାଙ୍କ ଡାହାଣ ପଟେ ରଖିବେ ଓ ଛାଗକୁ ତାହାଙ୍କ ବାମ ପଟେ ରଖିବେ।
34 “ତା’ପରେ ରାଜା ତାହାଙ୍କ ଡାହାଣ ପଟରେ ଥିବା ଲୋକମାନଙ୍କୁ କହିବେ, ‘ଆସ, ମୋର ପରମପିତା ତୁମ୍ଭମାନଙ୍କୁ ଆଶାର୍ବାଦ କରିଛନ୍ତି। ପରମେଶ୍ୱର ତୁମ୍ଭକୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି, ତାହା ଲାଭ କର। ଜଗତ ସୃଷ୍ଟି ହେବା କାଳରୁ ତୁମ୍ଭ ପାଇଁ ସେ ରାଜ୍ୟ ପ୍ରସ୍ତୁତ ହୋଇ ସାରିଛି।” 35 ତୁମ୍ଭେ ଏହି ରାଜ୍ୟ ଲାଭ କରିବ କାରଣ ମୁଁ ଯେତେବେଳେ ଭୋକିଲା ଥିଲି, ସେତେବେଳେ ତୁମେ ମୋତେ ଖାଇବାକୁ ଦେଇଥିଲ। ମୋତେ ଶୋଷ ଲାଗୁଥିବା ସମୟରେ ମୋତେ କିଛି ପିଇବାକୁ ଦେଇଛ। ମୁଁ ଘରଠାରୁ ଦୂରରେ ଏକୁଟିଆ ଥିଲି। ତୁମ୍ଭେ ମୋତେ ତୁମ୍ଭ ଘରକୁ ଡାକିଥିଲ। 36 ମୋର କୌଣସି ଲୁଗାପଟା ନ ଥିଲା, ଏବଂ ତୁମ୍ଭେ ମୋତେ ପିନ୍ଧିବାକୁ ଦେଇଥିଲ। ମୁଁ ଅସୁସ୍ଥ ଥିଲି, ତୁମ୍ଭେ ମୋର ଯତ୍ନ ନେଇଥିଲ, ମୁଁ କାରାଗାରରେ ଥିଲି। ତୁମ୍ଭେ ମୋତେ ଦେଖିବାକୁ ଆସିଥିଲ।’
37 “ସେତେବେଳେ ଭଲ ଲୋକମାନେ ଉତ୍ତର ଦେବେ, ‘ହେ ପ୍ରଭୁ! ଆମ୍ଭେ କେତେବେଳେ ଆପଣଙ୍କୁ ଭୋକିଲା ଦେଖିଥିଲୁ ଓ ଖାଇବାକୁ ଦେଇଥିଲୁ? କେତେବେଳେ ଆମ୍ଭେ ଆପଣଙ୍କୁ ଶୋଷିଲା ଦେଖିଥିଲୁ ଓ ପିଇବାକୁ କିଛି ଦେଇଥିଲୁ? 38 କେତେବେଳେ ଆମ୍ଭେ ଆପଣଙ୍କୁ ଘରଠାରୁ ଦୂରରେ ଏକୁଟିଆ ଦେଖିଥିଲୁ ଓ ଆମ୍ଭ ଘରକୁ ଡାକିଥିଲୁ? କେତେବେଳେ ଆପଣଙ୍କୁ ଆମ୍ଭେ ପୋଷାକ ନ ଥିବା ବେଳେ ଦେଖିଥିଲୁ ଓ ପିନ୍ଧିବାକୁ କିଛି ଦେଇଥିଲୁ? 39 କେତେବେଳେ ଆପଣଙ୍କୁ ଆମ୍ଭେ ଅସୁସ୍ଥ ଅବସ୍ଥାରେ ବା କାରାଗାରରେ ଦେଖିଥିଲୁ ଓ ଆପଣଙ୍କର ଯତ୍ନ ନେଇଥିଲୁ?’
40 “ସେତେବେଳେ ରାଜା ଉତ୍ତର ଦେବେ, ‘ମୁଁ ତୁମ୍ଭକୁ ସତ୍ୟ କହୁଛି। ଏଠାରେ ତୁମ୍ଭେ ମୋର ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣକ ପାଇଁ ଯାହାକିଛି କଲ, ତାହା ତୁମ୍ଭେ ମୋ’ ପାଇଁ କଲ।’
41 “ତା’ପରେ ରାଜା ତାହାଙ୍କ ବାମ ପଟର ଲୋକମାନଙ୍କୁ କହିବେ, ‘ମୋ’ ପାଖରୁ ଗ୍ଭଲିଯାଅ। ପରମେଶ୍ୱର ତୁମ୍ଭ ନିମନ୍ତେ ଦଣ୍ଡ ନିରୂପଣ କରିଛନ୍ତି। ତୁମ୍ଭେ ଚିରକାଳ ଜଳୁଥିବା ନିଆଁକୁ ଯିବ, ଯାହାକି ଶୟତାନ ଓ ତା’ର ଦୂତମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି। 42 କାରଣ ମୁଁ ଭୋକିଲା ଥିଲି କିନ୍ତୁ ତୁମ୍ଭେ ମୋତେ କିଛି ଖାଇବାକୁ ଦେଇ ନ ଥିଲ, 43 ମୁଁ ଶୋଷିଲା ଥିଲି କିନ୍ତୁ ତୁମ୍ଭେ ମୋତେ କିଛି ପିଇବାକୁ ଦେଇ ନ ଥିଲ। ମୁଁ ଏକୁଟିଆ ଘରଠାରୁ ଦୂରରେ ଥିଲି, କିନ୍ତୁ ତୁମ୍ଭେ ମୋତେ ଘର ଭିତରକୁ ଡାକିଲ ନାହିଁ, ମୋର ଲୁଗାପଟା ନ ଥିଲା, ମୋତେ ତୁମ୍ଭେ ପିନ୍ଧିବାକୁ କିଛି ଦେଇ ନ ଥିଲ। ମୁଁ ଅସୁସ୍ଥ ଥିଲି, ଓ କାରାଗାରରେ ଥିଲି ଓ ତୁମ୍ଭେ ମୋ’ ପାଇଁ ଚିନ୍ତା କରି ନ ଥିଲ।’
44 “ତା’ପରେ ସେମାନେ ମଧ୍ୟ ଉତ୍ତର ଦେବେ, ‘ପ୍ରଭୁ, ଆପଣଙ୍କୁ କେତେବେଳେ ଆମ୍ଭେ ଭୋକିଲା ବା ଶୋଷିଲା ଦେଖିଥିଲୁ? ଆମ୍ଭେ କେତେବେଳେ ଆପଣଙ୍କୁ ଏକୁଟିଆ ଓ ଘରଠାରୁ ଦୂରରେ ଦେଖିଥିଲୁ? କେତେବେଳେ ଆପଣଙ୍କୁ ଆମ୍ଭେ ଲୁଗାପଟା ନ ଥିବା ଅବସ୍ଥାରେ ବା ଅସୁସ୍ଥ ଅବସ୍ଥାରେ ବା କାରାଗାରରେ ଦେଖିଥିଲୁ? କେବେ ଏସବୁ ଆମ୍ଭେ ଦେଖିଥିଲୁ ଓ ଆପଣଙ୍କୁ ସାହାଯ୍ୟ କଲୁ ନାହିଁ?’
45 “ତା’ପରେ ରାଜା ଉତ୍ତର ଦେବେ, ‘ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଯେତେବେଳେ ଏଠାରେ ତୁମ୍ଭେ ମୋର ଉପେକ୍ଷିତ ଲୋକଙ୍କ ଭିତରୁ ଯେକୌଣସି ଲୋକକୁ ସାହାଯ୍ୟ କରିବାକୁ ମନାକଲ, ତୁମ୍ଭେ ମୋତେ ସାହାଯ୍ୟ କରିବା ପାଇଁ ମନାକଲ!’
46 “ତା’ପରେ ଏହି ଲୋକଗୁଡ଼ିକ ଗ୍ଭଲିଯିବେ, ସେମାନଙ୍କୁ ସବୁ ଦିନ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ। କିନ୍ତୁ ଭଲ ଲୋକମାନେ ଅନନ୍ତ ଜୀବନ ଲାଭ କରିବେ।”
2010 by World Bible Translation Center