Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଆମୋଷ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 7:7-17

ଓଳମର ଦର୍ଶନ

ସଦାପ୍ରଭୁ ଏହି ଜିନିଷ ମୋତେ ଦେଖାଇଲେ: ସଦାପ୍ରଭୁ ଗୋଟିଏ କାନ୍ଥ ନିକଟରେ ଓଳମ ଧରି ଛିଡ଼ା ହେଲେ। କାନ୍ଥ ଓଳମ ଦ୍ୱାରା ସଳଖ କରାଯାଏ। ସଦାପ୍ରଭୁ ମୋତେ କହିଲେ, “ହେ ଆମୋଷ କ’ଣ ଦେଖୁଛ?”

ମୁଁ ଉତ୍ତରରେ କହିଲି, “ତାହା ଏକ ଓଳମ।”

ତା’ପରେ ମୋର ପ୍ରଭୁ କହିଲେ, “ଦେଖ, ଆମ୍ଭେ ଇସ୍ରାଏଲର ଆପଣା ଲୋକମାନଙ୍କ ମଧ୍ୟରେ ଏକ ଓଳମ ରଖିବା। ଆମ୍ଭେ ସେମାନଙ୍କର ‘କୁକର୍ମ ସବୁକୁ’ ହେୟଜ୍ଞାନ କରିବା ନାହିଁ। ଇ‌‌ସ୍‌‌ହାକର ଉଚ୍ଚସ୍ଥାନ ଧ୍ୱଂସ ହେବ। ଇସ୍ରାଏଲର ପବିତ୍ର ସ୍ଥାନଗୁଡ଼ିକ ପଥରରେ ପରିଣତ ହେବ। ଆମ୍ଭେ ‌‌ଖ‌ଡ଼୍‌ଗ ଦ୍ୱାରା ଯାରବିୟାମର ପରିବାରକୁ ଆକ୍ରମଣ କରିବା ଏବଂ ସେମାନଙ୍କୁ ହତ୍ୟା କରିବା।”

ଅମ‌‌‌‌ତ୍‌‌‌‌ସିୟ ଆମୋଷଙ୍କୁ ନିବୃତ୍ତ କରିବାକୁ ଚେଷ୍ଟା କରନ୍ତି

10 ବୈଥେ‌ଲ୍‌ର ଯାଜକ ଅମ‌‌‌‌ତ୍‌‌‌‌ସିୟ ଏହି ବାର୍ତ୍ତା ଇସ୍ରାଏଲର ରାଜା ଯାରବିୟାମଙ୍କୁ ପଠାଇଲେ, “ଆମୋଷ ତୁମ୍ଭ ବିରୁଦ୍ଧରେ ଇସ୍ରାଏଲୀୟମାନଙ୍କ ମଧ୍ୟରେ ଚକ୍ରାନ୍ତ କରୁଛନ୍ତି। ସେ ଏତେ ଅଧିକ କହୁଛନ୍ତି ଯେ ଦେଶ ତାହା ସହି ପାରୁ ନାହିଁ। 11 ଆମୋଷ କହୁଛନ୍ତି, ‘ଯାରବିୟାମ୍ ‌‌ଖ‌ଡ଼୍‌ଗରେ ନିହତ ହେବେ ଏବଂ ଇସ୍ରାଏଲର ଲୋକମାନଙ୍କୁ ଦେଶ ବାହାରକୁ ବନ୍ଦୀରୂପେ ନିଆଯିବ।’”

12 ଅମ‌‌‌‌ତ୍‌‌‌‌ସିୟ ମଧ୍ୟ ଆମୋଷକୁ କହିଥିଲେ, “ହେ ଦର୍ଶକ ଯିହୁଦାକୁ ଯାଅ ଓ ସେଠାରେ ରୋଟୀ ଉପାର୍ଜନ କର ଏବଂ ତୁମ୍ଭର ଉପଦେଶ ପ୍ରଗ୍ଭର କର। 13 କିନ୍ତୁ ଆଉ ବୈଥେ‌ଲ୍‌ରେ ପ୍ରଗ୍ଭର କର ନାହିଁ। ଏହା ଯାରବିୟା‌‌ମ୍‌‌ଙ୍କ ପବିତ୍ର ସ୍ଥାନ। ଏହା ଇସ୍ରାଏଲର ମନ୍ଦିର।”

14 ତା’ପରେ ଆମୋଷ ଅମ‌‌‌‌ତ୍‌‌‌‌ସିୟଙ୍କୁ ଉତ୍ତର ଦେଲେ, “ମୁଁ ଜଣେ ପେଷାଦାର ଭବିଷ୍ୟ‌ଦ୍‌ବକ୍ତା ନୁହେଁ। ଆଉ ମଧ୍ୟ ମୁଁ ଭବିଷ୍ୟ‌ଦ୍‌ବକ୍ତାର ପରିବାରରୁ ଆସିନାହିଁ। ମୁଁ କେବଳ ମେଷପାଳନ କରେ ଓ ଡିମ୍ବିରି ବୃକ୍ଷର ଯତ୍ନ ନିଏ। 15 ମୁଁ ଜଣେ ମେଷପାଳକ ଥିଲି ଓ ସଦାପ୍ରଭୁ ମୋତେ ଆଣି କହିଲେ, ‘ଯାଅ ଓ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର।’ 16 ତେଣୁ ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ। ତୁମ୍ଭେ ମୋତେ କହୁଛ, ‘ଇସ୍ରାଏଲ ବିରୁଦ୍ଧରେ ଭବିଷ୍ୟତବାକ୍ୟ ପ୍ରଗ୍ଭର କର ନାହିଁ। ଇ‌‌ସ୍‌‌ହାକ ପରିବାର ବିରୁଦ୍ଧରେ ମଧ୍ୟ ପ୍ରଗ୍ଭର କର ନାହିଁ।’ 17 କିନ୍ତୁ ସଦାପ୍ରଭୁ କୁହନ୍ତି, ‘ତୁମ୍ଭର ସ୍ତ୍ରୀ ନଗର ମଧ୍ୟରେ ଜଣେ ଗଣିକା ହେବ। ତୁମ୍ଭର ପୁତ୍ରକନ୍ୟାଗଣ ‌‌ଖ‌ଡ଼୍‌ଗରେ ନିହତ ହେବେ। ଅନ୍ୟ ଲୋକମାନଙ୍କୁ ତୁମ୍ଭ ରାଜ୍ୟରୁ ନିଆଯିବ ଏବଂ ସେମାନଙ୍କ ନିଜ ନିଜ ମଧ୍ୟରେ ବିଭାଗ କରାଯିବ। ଆଉ ମଧ୍ୟ ତୁମ୍ଭେ ବିଦେଶରେ ମୃତ୍ୟୁବରଣ କରିବ। ଇସ୍ରାଏଲର ଲୋକମାନେ ନିଶ୍ଚିତ ଏଦେଶରୁ ବନ୍ଦୀରୂପେ ବିତାଡ଼ିତ ହେବେ।’”

ଗୀତସଂହିତା 82

ଆସଫର ଗୀତ।

82 ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି।
    ସେ ବିଗ୍ଭରକର୍ତ୍ତାମାନଙ୍କ ମଧ୍ୟରେ ବିଗ୍ଭର କରନ୍ତି।
ପରମେଶ୍ୱର କହନ୍ତି, “ତୁମ୍ଭେମାନେ କେତେକାଳ ପର୍ଯ୍ୟନ୍ତ ଅନ୍ୟାୟ ବିଗ୍ଭର କରିବ?
    ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ଦୁଷ୍ଟ ଲୋକମାନଙ୍କୁ ବିନା ଦଣ୍ଡରେ ମୁକ୍ତି କରିବ?”

“ଅନାଥ ଓ ଗରିବ ଲୋକମାନଙ୍କୁ ରକ୍ଷା କର।
    ଅତ୍ୟାଗ୍ଭରିତ ଓ ଗରିବ ଲୋକମାନଙ୍କର ପ୍ରତି ନ୍ୟାୟ ବ୍ୟବହାର କର।
ଗରିବ ଓ ଦୀନହୀନମାନଙ୍କୁ ରକ୍ଷା କର।
    ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ରକ୍ଷା କର।

“ଯାହାସବୁ ଘଟୁଛି ସେମାନେ ଜାଣନ୍ତି ନାହିଁ
    କିଅବା ବୁଝନ୍ତି ନାହିଁ।
ସେମାନେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି।
    ସେମାନଙ୍କର ପୃଥିବୀ ସେମାନଙ୍କର ଚତୁର୍ପାର୍ଶ୍ୱରେ ତଳକୁ ପଡ଼ୁଛି।”
ମୁଁ (ପରମେଶ୍ୱର) କହିଲି,
    “ତୁମ୍ଭେମାନେ ଈଶ୍ୱରଗଣ ଓ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସନ୍ତାନ।
ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ।
    ତୁମ୍ଭେ ରାଜକୁମାର ପରି ମୃତ୍ୟୁବରଣ କରିବ।”

ହେ ପରମେଶ୍ୱର, ଉଠ! ପୃଥିବୀର ବିଗ୍ଭର କର!
    ସମସ୍ତ ଜାତିଗଣ ତୁମ୍ଭର ଅଟେ।

କଲସୀୟଙ୍କ ପ୍ରତି ପତ୍ର 1:1-14

ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ ମୁଁ ପାଉଲ ଓ ଆମ୍ଭ ଭାଇ ତୀମଥିଙ୍କଠାରୁ

କଲସୀରେ ରହୁଥିବା ଖ୍ରୀଷ୍ଟଙ୍କଠାରେ ପବିତ୍ର ଓ ବିଶ୍ୱସ୍ତ ଭାଇ ଓ ଭଉଣୀମାନଙ୍କୁ ଲେଖୁଛି:

ଆମର ପିତା ପରମେଶ୍ୱରଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ସହିତ ରହୁ।

ଆମ୍ଭ ପ୍ରାର୍ଥନାରେ ଆମ୍ଭେ ସବୁବେଳେ ତୁମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ପରମେଶ୍ୱର ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଅଟନ୍ତି। ତୁମ୍ଭମାନଙ୍କର ଯୀଶୁଙ୍କଠାରେ ବିଶ୍ୱାସ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପାଇଁ ତୁମ୍ଭଠାରେ ଥିବା ପ୍ରେମ ବିଷୟରେ ଶୁଣି ଆମ୍ଭେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ତୁମ୍ଭମାନଙ୍କର ଭରସା ହେତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ ଓ ସାଧୁମାନଙ୍କୁ ପ୍ରେମ କରୁଛ। ତୁମ୍ଭେ ଯେଉଁ ବିଷୟ ଗୁଡ଼ିକ ପାଇଁ ଭରସା କରୁଛ, ତାହା ସ୍ୱର୍ଗରେ ତୁମ୍ଭ ପାଇଁ ସୁରକ୍ଷିତ ଅଛି। ତୁମ୍ଭେମାନେ ଯେତେବେଳେ ସ‌ତ୍‌‌ଶିକ୍ଷା ବା ସୁସମାଗ୍ଭର ଶୁଣିଥିଲ, ସେତେବେଳେ ଏହି ଭରସା ବିଷୟରେ ଜାଣିଥିଲ। ବିଶ୍ୱରେ ସର୍ବତ୍ର ସୁସମାଗ୍ଭର ଆଶୀର୍ବାଦ ଆଣୁଛି ଓ ବୃଦ୍ଧି ଲାଭ କରୁଛି। ଯେଉଁ ଦିନଠାରୁ ତୁମ୍ଭେମାନେ ସୁସମାଗ୍ଭର ଶୁଣିଲ ଓ ପରମେଶ୍ୱରଙ୍କ ଅନୁଗ୍ରହର ସତ୍ୟ ବୁଝିଲ, ସେହି ଦିନଠାରୁ ତୁମ୍ଭେମାନେ ମଧ୍ୟ ଆଶୀର୍ବାଦ ଲାଭ କରୁଛ। ତୁମ୍ଭେମାନେ ପରମେଶ୍ୱରଙ୍କ ଅନୁଗ୍ରହ ବିଷୟରେ ଏପାଫ୍ରାଙ୍କଠାରୁ ଜାଣିଲ। ଏପାଫ୍ରା ଆମ୍ଭ ସହିତ କାମ କରନ୍ତି ଓ ଆମ୍ଭେମାନେ ତାହାଙ୍କୁ ଭଲ ପାଉ। ସେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱାସୀ ସେବକ। ଏପାଫ୍ରା, ପବିତ୍ରଆତ୍ମାଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ପ୍ରେମ ବିଷୟରେ ଆମ୍ଭକୁ କହିଛନ୍ତି।

ସେଥିପାଇଁ ଯେଉଁଦିନଠାରୁ ଆମ୍ଭେ ତୁମ୍ଭମାନଙ୍କ ବିଷୟରେ ଏହି କଥା ଶୁଣିଲୁ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରୁଛୁ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରୁଛୁ:

ଯେପରି ପରମେଶ୍ୱର ଇଚ୍ଛା କରୁଥିବା ବିଷୟ ଗୁଡ଼ିକ ତୁମ୍ଭେମାନେ ସମ୍ପୂର୍ଣ୍ଣ ଜାଣିବ; ଯେପରି ତୁମ୍ଭମାନଙ୍କ ଜ୍ଞାନ ସାହାଯ୍ୟରେ ତୁମ୍ଭେମାନେ ଆଧ୍ୟାତ୍ମିକ ବିଷୟ ଗୁଡ଼ିକରେ ସମସ୍ତ ଜ୍ଞାନ ଓ ବୋଧଶକ୍ତି ମଧ୍ୟ ଲାଭ କରିବ; 10 ଯେପରି ତୁମ୍ଭେମାନେ ପ୍ରଭୁଙ୍କୁ ଗୌରବ ଆଣିଲା ଭଳି ଓ ପ୍ରତ୍ୟେକ ଢଙ୍ଗରେ ତାହାଙ୍କୁ ପ୍ରସନ୍ନ କଲା ଭଳି ଏହି ବିଷୟ ଗୁଡ଼ିକ ବ୍ୟବହାର କରି ଜୀବନ-ଯାପନ କରିବ; ଯେପରି ତୁମ୍ଭେମାନେ ସମସ୍ତ ପ୍ରକାରର ଭଲ କାମ କରିବ ଓ ପରମେଶ୍ୱର ବିଷୟକ ଜ୍ଞାନରେ ବିକାଶ ଲାଭ କରିବ; 11 ଯେପରି ପରମେଶ୍ୱର ତାହାଙ୍କ ମହାନ୍ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ଶକ୍ତିଶାଳୀ କରନ୍ତୁ; ଯେ ତୁମ୍ଭେମାନେ ଧୈର୍ଯ୍ୟବାନ ହେବ ଓ କଷ୍ଟ ପଡ଼ିଲେ, ପଳାୟନ କରିବ ନାହିଁ, ସେଥିପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ଶକ୍ତି ଦିଅନ୍ତୁ।

ତା’ହେଲେ ଯାଇ ତୁମ୍ଭେ ପ୍ରସନ୍ନ ହେବ 12 ଓ ପିତାଙ୍କୁ ଧନ୍ୟବାଦ ଦେବ। ସେ ଯେଉଁ ବିଷୟ ଗୁଡ଼ିକ ତୁମ୍ଭ ପାଇଁ ପ୍ରସ୍ତୁତ କରିଛନ୍ତି, ସେଗୁଡ଼ିକ ପାଇବା ପାଇଁ ସେ ତୁମ୍ଭମାନଙ୍କୁ ଉପଯୁକ୍ତ କରି ଗଢ଼ିଛନ୍ତି। ଯେଉଁ ସାଧୁମାନେ ଆଲୁଅରେ ବାସ କରନ୍ତି, ସେମାନଙ୍କ ଲାଗି ସେ ଏହି ବିଷୟ ଗୁଡ଼ିକ ସୃଷ୍ଟି କରିଛନ୍ତି 13 ଅନ୍ଧକାରର ଶକ୍ତିରୁ ପରମେଶ୍ୱର ଆମ୍ଭକୁ ସ୍ୱାଧୀନ କରିଛନ୍ତି। ସେ ଆମ୍ଭକୁ ତାଙ୍କ ପ୍ରିୟ ପୁତ୍ରଙ୍କର ରାଜ୍ୟ ମଧ୍ୟକୁ ଆଣିଛନ୍ତି। 14 ସେହି ପୁତ୍ର ଆମ୍ଭକୁ ମୁକ୍ତ କରିବା ଲାଗି ମୂଲ୍ୟ ପ୍ରଦାନ କରିଛନ୍ତି। ତାହାଙ୍କ ଦ୍ୱାରା ଆମ୍ଭ ପାପରୁ ଆମ୍ଭକୁ କ୍ଷମା ମିଳିଛି।

ଲୂକ ଲିଖିତ ସୁସମାଗ୍ଭର 10:25-37

ଉତ୍ତମ ଶମିରୋଣୀୟ ଦୃଷ୍ଟାନ୍ତ

25 ତା’ପରେ ଜଣେ ଧର୍ମଶାସ୍ତ୍ରୀ ଠିଆ ହେଲେ। ସେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ’ଣ କରିବି?”

26 ଏହା ଶୁଣି ଯୀଶୁ ତାହାଙ୍କୁ କହିଲେ, “ବ୍ୟବସ୍ଥାଶାସ୍ତ୍ରରେ କ’ଣ ଲେଖାଅଛି? ସେଥିରେ ତୁମ୍ଭେ କ’ଣ ପଢ଼ୁଛ?”

27 ସେ ଉତ୍ତର ଦେଲେ, “‘ତୁମ୍ଭେ ନିଜର ସମସ୍ତ ହୃଦୟ, ସମସ୍ତ ଆତ୍ମା, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ତୁମ୍ଭର ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର’ [a] ଏବଂ, ‘ତୁମ୍ଭେ ନିଜକୁ ପ୍ରେମ କରିଲା ଭଳି ଅନ୍ୟମାନଙ୍କୁ ପ୍ରେମ କର।’” [b]

28 ତା’ପରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ଉତ୍ତର ଦେଇଛ। ଏହା ହିଁ କର। ଏହା ଫଳରେ ତୁମ୍ଭେ ଅନନ୍ତ ଜୀବନ ଲାଭ କରିବ।”

29 ନିଜେ ଠିକ୍ ଜୀବନଯାପନ କରୁଛନ୍ତି ବୋଲି ଧର୍ମଶାସ୍ତ୍ରୀ ଜଣକ ପ୍ରମାଣ କରିବାକୁ ଗ୍ଭହୁଁଥିଲେ। ତେଣୁ ସେ ଯୀଶୁଙ୍କୁ ପଗ୍ଭରିଲେ, “ତେବେ ଯେଉଁମାନଙ୍କୁ ପ୍ରେମ କରିବି, ସେମାନେ କିଏ?”

30 ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଯୀଶୁ କହିଲେ, “ଜଣେ ଲୋକ ଯିରୁଶାଲମରୁ ଯିରୀହୋକୁ ଯାଉଥିଲା। ବାଟରେ ସେ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଲା। ସେମାନେ ତା’ ଲୁଗାପଟା ସବୁ ଚିରି ବାହାର କରି ଓ ତାକୁ ମାଡ଼ ମାରି ଅର୍ଦ୍ଧମୃତ ଅବସ୍ଥାରେ ପକାଇଦେଇ ଗ୍ଭଲିଗଲେ।

31 “ଏପରି ଘଟିଲା ଯେ ଜଣେ ଯିହୂଦୀ ଯାଜକ ସେହି ରାସ୍ତା ଦେଇ ଯାଉଥିଲେ। ସେହି ଲୋକଟିକୁ ଦେଖି ସେ ବାଟ ଭାଙ୍ଗି ଗ୍ଭଲିଗଲେ। 32 ତା’ପରେ ଜଣେ ଲେବୀୟ [c] ସେହି ବାଟରେ ଆସିଲେ। ସେ ସେହି ଲୋକଟିକୁ ଦେଖିବା ସତ୍ତ୍ୱେ ତାକୁ ସାହାଯ୍ୟ କରିବାକୁ ନ ଅଟକି ଗ୍ଭଲିଗଲେ।

33 “ତା’ପରେ ଶମିରୋଣୀୟ ଦେଶର ଜଣେ ଲୋକ ସେହି ବାଟେ ଆସିଲେ। ଆହତ ଲୋକଟି ଯେଉଁଠାରେ ପଡ଼ିଥିଲା, ସେ ସେହି ସ୍ଥାନକୁ ଆସିଲେ। ସେ ସେହି ଲୋକଟିକୁ ଦେଖି ବହୁତ ମନ ଦୁଃଖ କଲେ। 34 ସେ ଆହତ ଲୋକଟି ପାଖକୁ ଗଲେ। ତା କ୍ଷତରେ ତେଲ ଓ ଅଙ୍ଗୁରରସ ଢାଳି ପଟି ବାନ୍ଧି ଦେଲେ। ତାହାଙ୍କ ପାଖରେ ଗଧଟିଏ ଥିଲା। ସେ ଆହତ ଲୋକଟିକୁ ତାହାଙ୍କ ଗଧ ଉପରେ ବସାଇ ଗୋଟିଏ ଚଟିଘରକୁ ନେଇଗଲେ। ଚଟିଘରେ ସେ ଆହତ ଲୋକଟିର ଯତ୍ନ ନେଲେ। 35 ତା’ ପରଦିନ ଶମିରୋଣୀୟ ଲୋକ ଜଣକ ଦୁଇଟି ରୂପାମୁଦ୍ରା ବାହାର କଲେ। ସେ ତାହା ପାନ୍ଥଶାଳାର ଦାୟିତ୍ୱରେ ଥିବା ଲୋକଟିକୁ ଦେଇ କହିଲେ, ‘ଏହି ଆହତ ଲୋକଟିର ଯତ୍ନ ନେବ। ତା’ ପାଇଁ ଯଦି ଆଉ ଅଧିକ ଟଙ୍କା ଖର୍ଚ୍ଚ ହୁଏ, ମୁଁ ଫେରିଲା ବେଳେ ତୁମ୍ଭକୁ ସେତକ ପରିଶୋଧ କରିଦେବି।”

36 ଏହା ପରେ ଯୀଶୁ କହିଲେ, “ଏବେ କୁହ, ଡକାୟତମାନଙ୍କ ହାବୁଡ଼ରେ ପଡ଼ି ଆହତ ହୋଇଥିବା ଲୋକଟିକୁ ଏହି ତିନି ଜଣଙ୍କ ମଧ୍ୟରୁ କିଏ ପ୍ରେମଭାବ ଦେଖାଇଲେ ବୋଲି ତୁମ୍ଭେ ଭାବୁଛ?”

37 ଶାସ୍ତ୍ରୀ ଜଣକ କହିଲେ, “ଯେଉଁ ଲୋକ ଆହତ ଲୋକଟିକୁ ସାହାଯ୍ୟ କଲା।”

ତା’ପରେ ଯୀଶୁ ତାହାଙ୍କୁ କହିଲେ, “ତେବେ ତୁମ୍ଭେ ଯାଅ, ଏବଂ ଲୋକମାନଙ୍କ ନିମନ୍ତେ ସେହିଭଳି କାମ କର।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center