Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 147:12-20

12 ହେ ଯିରୁଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର!
13 ହେ ଯିରୁଶାଲମ, ପରମେଶ୍ୱର ତୁମ୍ଭ ଫାଟକକୁ ଦୃଢ଼ କରିଛନ୍ତି,
    ଏବଂ ସେ ତୁମ୍ଭ ସହରର ଲୋକମାନଙ୍କୁ ଆଶୀର୍ବାଦ କରିଛନ୍ତି।
14 ସେ ତୁମ୍ଭ ଦେଶକୁ ଧନଧାନ୍ୟରେ ପୂର୍ଣ୍ଣ କରନ୍ତି,
    ଯେଉଁଥିପାଇଁ ତୁମ୍ଭମାନଙ୍କର ଖାଇବା ପାଇଁ ଯଥେଷ୍ଟ ଖାଦ୍ୟ ଅଛି।
15 ପରମେଶ୍ୱର ପୃଥିବୀକୁ ଆପଣା ଆଦେଶ ଦିଅନ୍ତି।
    ତାଙ୍କର ବାକ୍ୟସବୁ ଅତିଶୀଘ୍ର ପାଳନ କରାଯାଏ।
16 ପରମେଶ୍ୱର ପୃଥିବୀ ଧଳା ପଶମ ତୁଲ୍ୟ ହେବାଯାଏ ହିମପାତ କରନ୍ତି।
    ସେ ଧୂଳିପରି ପୃଥିବୀରେ ତାହା ବିକ୍ଷିପ୍ତ କରନ୍ତି।
17 ପରମେଶ୍ୱର ପଥର ପରି ଆକାଶରୁ ଖଣ୍ଡ ଖଣ୍ଡ ବରଫ ପକାନ୍ତି,
    ତାଙ୍କ ପଠାଯାଇଥିବା ଶୀତ ଆଗରେ କେହି ଠିଆ ହୋଇ ପାରିବେ ନାହିଁ।
18 ଏହା ପରେ ସେ ଗୋଟିଏ ଆଦେଶରେ ବରଫଗୁଡ଼ିକ ତରଳାଇ ପକାନ୍ତି,
    ଏବଂ ତାଙ୍କ ଆଜ୍ଞାରେ ପବନ ବହିଲେ ଜଳସ୍ରୋତ ବହେ।

19 ପରମେଶ୍ୱର ଯାକୁବକୁ ଆପଣା ଆଦେଶ ଦେଲେ,
    ପରମେଶ୍ୱର ଇସ୍ରାଏଲ ପ୍ରତି ଆପଣା ବ୍ୟବସ୍ଥା ଓ ବିଧି ପ୍ରକାଶ କଲେ!
20 ପରମେଶ୍ୱର କୌଣସି ଦେଶ ପାଇଁ କେବେ ଏହିପରି କରି ନାହାନ୍ତି।
    ସେ ତାଙ୍କର ନିୟମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାନ୍ତି।

ସଦାପ୍ରଭୁଙ୍କର ପ୍ରଶଂସା କର।

ବଂଶାବଳୀର ପ୍ରଥମ ପୁସ୍ତକ 28:1-10

ମନ୍ଦିର ନିମନ୍ତେ ରାଜାଙ୍କର ଯୋଜନା

28 ଦାଉଦ ଇସ୍ରାଏଲ ଲୋକମାନଙ୍କର ସମସ୍ତ ନେତାଗଣଙ୍କୁ ଏକତ୍ର କଲେ। ସେ ସେହି ନେତାଗଣଙ୍କୁ ଯିରୁଶାଲମକୁ ଆସିବା ନିମନ୍ତେ ଆଦେଶ ଦେଲେ। ଦାଉଦ ସବୁ ଗୋଷ୍ଠୀର ନେତାଗଣ, ରାଜାଙ୍କ ସୈନ୍ୟଦଳର ସେନାଧ୍ୟକ୍ଷଗଣ, ଅଧ୍ୟକ୍ଷଗଣ, ସେନାପତିଗଣ, ରାଜା ଓ ତାହାଙ୍କ ପୁତ୍ରମାନଙ୍କର ସମ୍ପତ୍ତି ଓ ପଶୁପଲର ଯତ୍ନ ନେଉଥିବା କାର୍ଯ୍ୟକାରୀଗଣ, ରାଜାଙ୍କର ବିଶେଷ କର୍ମଗ୍ଭରୀଗଣ, ପରାକ୍ରମୀ ବୀରଗଣ, ଓ ସମସ୍ତ ସାହସୀ ସୈନ୍ୟଗଣଙ୍କୁ ଡାକି ପଠାଇଲେ।

ରାଜା ଦାଉଦ ଉଠି ଠିଆ ହେଲେ ଓ କହିଲେ, “ହେ ମୋର ଭ୍ରାତା ଓ ମୋର ଲୋକଗଣ, ମୋର କଥା ଶୁଣ। ମୋର ହୃଦୟରେ ମୁଁ ସଦାପ୍ରଭୁଙ୍କ ନିୟମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ଇଚ୍ଛା କରିଥିଲି। ପରମେଶ୍ୱରଙ୍କ ପାଦପୀଠ ହେବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ମୁଁ ଇଚ୍ଛା କରିଥିଲି। ଆଉ, ପରମେଶ୍ୱରଙ୍କ ସେହି ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଅନେକ ଯୋଜନାମାନ କରିଥିଲି। କିନ୍ତୁ ପରମେଶ୍ୱର ମୋତେ କହିଲେ, ‘ନା, ଦାଉଦ, ତୁମ୍ଭେ ମୋ’ ନାମରେ ଆଦୌ ମନ୍ଦିର ନିର୍ମାଣ କରିବ ନାହିଁ। ତୁମ୍ଭେ ତାହା କରିବ ନାହିଁ, କାରଣ ତୁମ୍ଭେ ଜଣେ ସୈନିକ ଓ ତୁମ୍ଭେ ଅନେକ ଲୋକଙ୍କୁ ହତ୍ୟା କରିଅଛ।’

“ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲର ବାର ଗୋଟି ଗୋଷ୍ଠୀକୁ ପରିଗ୍ଭଳିତ କରିବା ନିମନ୍ତେ ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ। ଏହା ପରେ ସେହି ଗୋଷ୍ଠୀରୁ ସଦାପ୍ରଭୁ ମୋର ପିତାଙ୍କ ପରିବାରକୁ ମନୋନୀତ କଲେ। ଆଉ ସେହି ପରିବାରରୁ ପରମେଶ୍ୱର ମୋତେ ଚିରକାଳ ନିମନ୍ତେ ଇସ୍ରାଏଲର ରାଜା ହେବା ନିମନ୍ତେ ମନୋନୀତ କଲେ। ପରମେଶ୍ୱର ମୋତେ ଇସ୍ରାଏଲର ରାଜା କରିବାକୁ ଇଚ୍ଛା କଲେ। ସଦାପ୍ରଭୁ ମୋତେ ଅନେକ ପୁତ୍ର ଦେଇଅଛନ୍ତି। ଆଉ ଏହି ସମସ୍ତ ପୁତ୍ରଗଣଙ୍କ ମଧ୍ୟରୁ ସଦାପ୍ରଭୁ ଶଲୋମନକୁ ସଦାପ୍ରଭୁଙ୍କ ରାଜ୍ୟର ସିଂହାସନରେ ବସିବା ପାଇଁ ଏବଂ ଇସ୍ରାଏଲରେ ଶାସନ କରିବା ପାଇଁ ମନୋନୀତ କରିଅଛନ୍ତି। ସଦାପ୍ରଭୁ ମୋତେ କହିଲେ, ‘ଦାଉଦ, ତୁମ୍ଭର ପୁତ୍ର ଶଲୋମନ ଆମ୍ଭର ମନ୍ଦିର ଓ ତାହାର ଚତୁର୍ଦ୍ଦିଗସ୍ଥ ମନ୍ଦିର ପ୍ରାଙ୍ଗଣ ନିର୍ମାଣ କରିବ। କାରଣ, ଆମ୍ଭେ ଶଲୋମନକୁ ଆମ୍ଭର ପୁତ୍ରରୂପେ ମନୋନୀତ କରିଅଛୁ ଓ ଆମ୍ଭେ ତାହାର ପିତା ହେବା। ଶଲୋମନ ବର୍ତ୍ତମାନ ଆମ୍ଭର ସମସ୍ତ ବ୍ୟବସ୍ଥା ଓ ଆଜ୍ଞାର ବାଧ୍ୟ ହେଉଅଛି। ଯଦି ସେ ଆମ୍ଭର ବ୍ୟବସ୍ଥାଗୁଡ଼ିକର ବାଧ୍ୟ ହେବା ଜାରି ରଖିବ, ତେବେ ଆମ୍ଭେ ଚିରକାଳ ନିମନ୍ତେ ଶଲୋମନର ରାଜ୍ୟକୁ ଦୃଢ଼ କରିବା।’”

ଦାଉଦ କହିଲେ, “ବର୍ତ୍ତମାନ, ସମଗ୍ର ଇସ୍ରାଏଲ ଓ ପରମେଶ୍ୱରଙ୍କ ସାକ୍ଷାତରେ ମୁଁ ତୁମ୍ଭମାନଙ୍କୁ ଏହି କଥା କହୁଅଛି, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦତ୍ତ ଆଦେଶଗୁଡ଼ିକର ବାଧ୍ୟ ହେବା ନିମନ୍ତେ ଅତ୍ୟନ୍ତ ଯତ୍ନଶୀଳ ହୁଅ। ତେବେ ତୁମ୍ଭେମାନେ ଏହି ଉତ୍ତମ ଦେଶକୁ ରକ୍ଷା କରି ପାରିବ। ଆଉ ତୁମ୍ଭେ ତୁମ୍ଭର ବଂଶଧରମାନଙ୍କୁ ତାହା ଦେଇ ପାରିବ।”

“ଏବଂ ତୁମ୍ଭେ, ମୋର ପୁତ୍ର ଶଲୋମନ, ତୁମ୍ଭ ପିତାଙ୍କର ପରମେଶ୍ୱରଙ୍କୁ ଜାଣିଅଛ। ଶୁଦ୍ଧ ହୃଦୟରେ ପରମେଶ୍ୱରଙ୍କର ସେବା କର। ପରମେଶ୍ୱରଙ୍କ ସେବା କରିବା ନିମନ୍ତେ ହୃଦୟରେ ଆନନ୍ଦିତ ହୁଅ। କାରଣ ପ୍ରତିଟି ବ୍ୟକ୍ତିର ହୃଦୟରେ କ’ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦୟର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାଯ୍ୟ ମାଗବା ନିମନ୍ତେ ଯିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫେରି ଦୂରକୁ ଗ୍ଭଲିଯିବ, ତେବେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ୟାଗ କରିବେ। 10 ଶଲୋମନ, ସଦାପ୍ରଭୁ ଯେ ତୁମ୍ଭକୁ ତାଙ୍କରି ପବିତ୍ର ସ୍ଥାନର ମନ୍ଦିର ନିର୍ମାଣ କରିବା ନିମନ୍ତେ ମନୋନୀତ କରିଅଛନ୍ତି, ଏହା ତୁମ୍ଭର ବୁଝିବା ଉଚିତ୍। ଶକ୍ତିଶାଳୀ ହୁଅ ଏବଂ ଏହା କର।”

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:10-17

10 ଜଣେ ଦକ୍ଷ ଗୃହନିର୍ମାଣକାରୀ ଭଳି ମୁଁ ସେ ଘରର ଭିତ୍ତି ସ୍ଥାପନ କଲି। ପରମେଶ୍ୱରଙ୍କ ଦତ୍ତ ଅନୁଗ୍ରହ ମୁଁ ସେଥିପାଇଁ ବ୍ୟବହାର କଲି। ଅନ୍ୟମାନେ ସେହି ଭିତ୍ତିଭୂମି ଉପରେ ଗୃହ ନିର୍ମାଣ କରିବେ, କିନ୍ତୁ ପ୍ରତ୍ୟେକ ଲୋକ ନିର୍ମାଣ କଲାବେଳେ ସେ କିପରି ନିର୍ମାଣ କରୁଛି। ଏବିଷୟରେ ସତର୍କ ହେବା ଉଚିତ୍। 11 ତିଆରି ହୋଇଥିବା ମୂଳଦୁଆ ବ୍ୟତୀତ ଅନ୍ୟ ମୂଳଦୁଆ କେହି ପକାଇ ପାରିବ ନାହିଁ। 12 ଏହି ମୂଳଦୁଆ ସ୍ୱୟଂ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଜଣେଲୋକ ସେହି ମୂଳଦୁଆ ଉପରେ ସୁନା, ରୂପା, ବହୁମୂଲ୍ୟ ପଥର, କାଠ, ଘାସ ବା ନଡ଼ା, ଯାହାକିଛି ବ୍ୟବହାର କରି ନିର୍ମାଣ କରି ପାରିବ। 13 କିନ୍ତୁ ପ୍ରତ୍ୟେକ ଲୋକର କାମ ସେହି ଦିନ ସ୍ପଷ୍ଟ ଭାବରେ ପ୍ରକାଶିତ ହେବ। ସେହି ଦିନଟି ନିଆଁ ଦେଇ ଆସିବ, ଓ ସେହି ନିଆଁ ପ୍ରତ୍ୟେକ ଲୋକର କାର୍ଯ୍ୟକୁ ପରୀକ୍ଷା କରିବ। 14 ଯଦି ସେ ମୂଳଦୁଆ ଉପରେ ନିର୍ମିତ ଲୋକର ଗୃହ ଠିଆ ହୋଇ ରହିଥିବ। ତା’ହେଲେ ସେ ଲୋକ ତା’ର ପୁରସ୍କାର ପାଇବ। 15 କିନ୍ତୁ ଯେଉଁ ଲୋକର କାର୍ଯ୍ୟ ନିଆଁରେ ଭସ୍ମ ହୋଇଯିବ, ସେ କ୍ଷତି ସହିବ। ସେ ଲୋକ ରକ୍ଷା ପାଇବ, କିନ୍ତୁ ସେ ସେହି ଜ୍ୱଳନ୍ତ ନିଆଁରୁ ଯେପରି ଉଦ୍ଧାର ହେଲା ଭଳି ହେବ।

16 ତୁମ୍ଭେମାନେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭେମାନେ ପରମେଶ୍ୱରଙ୍କ ମନ୍ଦିର ଅଟ, ଏବଂ ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କଠାରେ ବାସ କରନ୍ତି। 17 ଯଦି କୌଣସି ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ନଷ୍ଟକରେ, ତାହାହେଲେ ପରମେଶ୍ୱର ତାକୁ ନଷ୍ଟ କରିଦେବେ। କାରଣ ପରମେଶ୍ୱରଙ୍କ ମନ୍ଦିର ହେଉଛି ପବିତ୍ର। ସେହି ପବିତ୍ର ମନ୍ଦିର ତୁମ୍ଭେମାନେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center