Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 12:2-6

ପରମେଶ୍ୱର ମୋର ତ୍ରାଣକର୍ତ୍ତା।
    ମୁଁ ତାଙ୍କୁ ବିଶ୍ୱାସ କରେ।
କିନ୍ତୁ ତାଙ୍କୁ ଭୟ କରେ ନାହିଁ।
    କାରଣ ସେ ମୋତେ ରକ୍ଷା କରନ୍ତି।
ଯିହୋବାଃ ସଦାପ୍ରଭୁ ମୋର ବଳ ଓ ତ୍ରାଣକର୍ତ୍ତା।
    ତେଣୁ ତାଙ୍କର ପ୍ରଶଂସା ଗାନ କରିବି।”

ପରିତ୍ରାଣ ରୂପକ କୂପରୁ ତୁମ୍ଭେମାନେ ଜଳ କାଢ଼ିବ।
    ତାହାହେଲେ ତୁମ୍ଭେମାନେ ସୁଖୀ ହେବ।
ତା’ପରେ ତୁମ୍ଭେ କହିବ, “ସଦାପ୍ରଭୁଙ୍କର ପ୍ରଶଂସା କର।
    ତାହାଙ୍କ ନାମରେ ପ୍ରାର୍ଥନା କର।
ସେ ଯେଉଁ ମହାନ କାର୍ଯ୍ୟ କରିଛନ୍ତି,
    ସେଥିପାଇଁ ସମସ୍ତ ଗୋଷ୍ଠୀ ଆଗରେ ତାଙ୍କର ପ୍ରଶଂସା କର।”
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର।
    କାରଣ ସେ ମହିମାଯୁକ୍ତ କାର୍ଯ୍ୟ କରିଛନ୍ତି।
ତାହାଙ୍କର ସମଗ୍ର ପୃଥିବୀରେ ମହିମା ବ୍ୟାପ୍ତ ହେଉ।
    ସମଗ୍ର ମାନବ ସମାଜ ଏହା ଜାଣନ୍ତୁ।
ହେ ସିୟୋନ ନିବାସୀଗଣ, ଉଚ୍ଚସ୍ୱରରେ ତାଙ୍କର ପ୍ରଶଂସା କର।
    ଇସ୍ରାଏଲ ସେହି ପବିତ୍ର ଧର୍ମସ୍ୱରୂପ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି,
    ତେଣୁ ଆନନ୍ଦ କର।

ଆମୋଷ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 9:8-15

ସଦାପ୍ରଭୁ, ମୋର ପ୍ରଭୁ ପାପପୂର୍ଣ୍ଣ ରାଜ୍ୟ ଇସ୍ରାଏଲ ଉପରେ ଦୃଷ୍ଟି ରଖିଛନ୍ତି।
ସଦାପ୍ରଭୁ କହିଲେ,
“ଆମ୍ଭେ ପୃଥିବୀରୁ ଇସ୍ରାଏଲକୁ ମୂଳପୋଛ କରିଦେବା।
    କିନ୍ତୁ କେବେ ଯାକୁବ ପରିବାରକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିବା ନାହିଁ।
ଆମ୍ଭେ ଇସ୍ରାଏଲର ଧ୍ୱଂସ ପାଇଁ ଆଦେଶ ଦେବା।
    ଆମ୍ଭେ ଇସ୍ରାଏଲବାସୀଙ୍କୁ ସମଗ୍ର ଦେଶଗୁଡ଼ିକରେ ବିକ୍ଷିପ୍ତ ଭାବରେ ବିଚ୍ଛୁରିତ କରିବା।
ଏହା ଗ୍ଭଲୁଣିରେ ଅଟା ଚଲାଇଲା ପରି ହେବ।
ଫସଲର ଏକ କଣିକା ଧରିତ୍ରୀ ଉପରେ ପଡ଼ିବ ନାହିଁ।
    ଯାକୁବଙ୍କର ପରିବାର ସେହିପରି ଭାବରେ ସେବା କରିବେ।

10 “ଆମ୍ଭ ଲୋକମାନଙ୍କ ମଧ୍ୟରେ ପାପୀଗଣ କହିବେ,
    ‘ଆମ୍ଭ ପ୍ରତି କିଛି ମନ୍ଦ ଘଟିବ ନାହିଁ।’
କିନ୍ତୁ ସେ ସମସ୍ତ ଲୋକ ‌‌ଖ‌ଡ଼୍‌ଗରେ ନିହତ ହେବେ।”

ପରମେଶ୍ୱର ରାଜ୍ୟ ପୁନଃନିର୍ମାଣ ପାଇଁ ପ୍ରତିଜ୍ଞା କରନ୍ତି

11 “ଦାଉଦଙ୍କର ପତିତ ତମ୍ବୁକୁ ଆମ୍ଭେ ପୁନର୍ବାର ଉଠାଇବା।
    ଆମ୍ଭେ କାନ୍ଥରେ ଥିବା କଣାସବୁ ବନ୍ଦ କରିବା।
ଆମ୍ଭେ ବିଧ୍ୱସ୍ତ ହୋଇଥିବା ଅଟ୍ଟାଳିକାଗୁଡ଼ିକୁ ପୁନର୍ବାର ନିର୍ମାଣ କରିବା
    ଓ ସେ ଗୁଡ଼ିକ ପୂର୍ବପରି ତମ୍ବୁ ନିର୍ମିତ ହେବ।
12 ତା’ପରେ ଇଦୋମର ଯାହାସବୁ ଛଡ଼ା ହୋଇଥିବ,
    ଆମ୍ଭ ଲୋକମାନେ ଅଧିକାର କରିବେ
ଏବଂ ସମସ୍ତ ଜାତିଗୁଡ଼ିକ ଆମ୍ଭ ନାମ ନେବେ।”
    ସଦାପ୍ରଭୁ ଏହା କହିବେ ଓ ସେହି ସମସ୍ତ ଘଟାଇବେ।
13 ସଦାପ୍ରଭୁ ପୁଣି କୁହନ୍ତି, “ସମୟ ଆସୁଛି ଯେତେବେଳେ ପ୍ରଚୁର ଅମଳ ହେବ
    ଏବଂ ତାହା ଶସ୍ୟ ଲଗାଇବା ସମୟ ପର୍ଯ୍ୟନ୍ତ ମଧ୍ୟ କ୍ଷେତ୍ରରେ ଥିବ।
    ଏତେ ଦ୍ରାକ୍ଷାଫଳ ହେବ ଯେ, ନୂତନ ଦ୍ରାକ୍ଷାଲତା ଲଗାଇବା ସମୟ ପୂର୍ବରୁ
ତଥାପି ଦ୍ରାକ୍ଷାରସ ପ୍ରସ୍ତୁତ ହୋଇ ପାରିବ ନାହିଁ।
    ଏବଂ ମଧୁର ଦ୍ରାକ୍ଷାରସ ପର୍ବତରୁ ବହିବ।
14 ଆମ୍ଭେ ଇସ୍ରାଏଲକୁ ବନ୍ଦୀରୁ ମୁକ୍ତ କରିବା
    ଏବଂ ସେମାନଙ୍କୁ ସେମାନଙ୍କର ଭୂମିକୁ ଫେରାଇ ଆଣିବା।
ସେମାନେ ଧ୍ୱଂସ ବିଧ୍ୱଂସ ନଗରଗୁଡ଼ିକୁ ପୁନଃନିର୍ମାଣ କରିବେ
    ଏବଂ ସେହି ନଗରୀରେ ବାସ କରିବେ।
ସେମାନେ ଦ୍ରାକ୍ଷାବୃକ୍ଷ କ୍ଷେତରେ ରୋପଣ କରିବେ
    ଏବଂ ଦ୍ରାକ୍ଷାରସ ପିଇବେ, ଯାହା ସେଠାକାର ଦ୍ରାକ୍ଷାଫଳରୁ ପ୍ରସ୍ତୁତ ହୁଏ।
ସେମାନେ ମଧ୍ୟ ଗ୍ଭଷ କରିବେ
    ଓ ଉତ୍ପାଦିତ ଶସ୍ୟକୁ ଭକ୍ଷ୍ୟଣ କରିବେ।
15 ଆମ୍ଭେ ଆପଣା ଲୋକମାନଙ୍କୁ ତାଙ୍କ ନିଜ ଭୂମିରେ ସ୍ଥାପନ କରିବା।
    ଆମ୍ଭେ ଯେଉଁ ଭୂମି ସେମାନଙ୍କୁ ଦେଇଛୁ, ସେମାନେ ଯେପରି ତାଙ୍କ ଭୂମିରୁ କେବେ ବିତାଡ଼ିତ ହେବେ ନାହିଁ।”
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଏହା କୁହନ୍ତି।

ଲୂକ ଲିଖିତ ସୁସମାଗ୍ଭର 1:57-66

ଯୋହନଙ୍କ ଜନ୍ମ

57 ଏଲୀଶାବେଥଙ୍କର ସନ୍ତାନ ପ୍ରସବ କରିବା ସମୟ ହେବାରୁ ସେ ପୁତ୍ରସନ୍ତାନଟିଏ ଜନ୍ମ ଦେଲେ। 58 ତାହାଙ୍କର ପଡ଼ୋଶୀ ଓ ପରିବାରର ଲୋକେ ଶୁଣିଲେ ଯେ, ପ୍ରଭୁ ତାହାଙ୍କ ଉପରେ ଅଶେଷ ଦୟା କରିଛନ୍ତି। ସେମାନେ ଏଲୀଶାବେଥଙ୍କ ପାଇଁ ଆନନ୍ଦିତ ହେଲେ।

59 ବାଳକର ଜନ୍ମ ହେବାର ଅଷ୍ଟମ ଦିନ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ସେମାନେ ବାଳକର ନାମ ତା’ର ପିତାଙ୍କ ନାମ ଅନୁସାରେ ଜିଖରିୟ ଦେବାକୁ ଗ୍ଭହୁଁଥିଲେ। 60 କିନ୍ତୁ ତାହାଙ୍କ ମା କହିଲେ, “ନା, ତା’ର ନାମ ଯୋହନ ଦିଆଯିବ।”

61 ଲୋକମାନେ ଏଲୀଶାବେଥଙ୍କୁ କହିଲେ, “ତୁମ୍ଭର କୌଣସି ସମ୍ପର୍କୀୟଙ୍କର ଏଭଳି ନାମ ନାହିଁ। 62 ତା’ପରେ ସେମାନେ ପରେ ତା’ର ବାପାଙ୍କୁ ପଗ୍ଭରିଲେ, “ତୁମ୍ଭେ ଏହି ଶିଶୁର ନାମ କ’ଣ ଦେବାକୁ ଗ୍ଭହୁଁଛ?”

63 ଏହା ଶୁଣି ଜିଖରିୟ ଲେଖିବା ପାଇଁ ସେମାନଙ୍କୁ ଏକ ଲେଖାଫଳକ ମାଗି ସେଥିରେ ଲେଖିଲେ, ତା’ର ନାମ “ଯୋହନ”। 64 ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ତା’ପରେ ତ‌ତ୍‌କ୍ଷଣାତ୍ ଜିଖରିୟଙ୍କ ପାଟି ଖୋଲିଗଲା। ସେ କଥାବାର୍ତ୍ତା କରି ପାରିଲେ। ସେ ପରମେଶ୍ୱରଙ୍କର ସ୍ତୁତି କରିବାରେ ଲାଗିଲେ। 65 ତାହାଙ୍କର ସମସ୍ତ ପଡ଼ୋଶୀ ଭୟଭୀତ ହେଲେ। ଯିହୂଦାର ସମସ୍ତ ପାହାଡ଼ିଆ ପ୍ରଦେଶରେ ଲୋକେ ଏହିସବୁ ଘଟଣା ବିଷୟରେ ଚର୍ଚ୍ଚା କରିବାକୁ ଲାଗିଲେ। 66 ଏ କଥା ଯେଉଁମାନେ ଶୁଣିଲେ, ସେମାନେ ବିସ୍ମିତ ହୋଇ ଗଲେ। ଲୋକେ ଭାବିଲେ, “ଏ ବାଳକଟି କ’ଣ ହେବ?” ପ୍ରଭୁଙ୍କ ହସ୍ତ ପିଲାଟିର ସହିତ ଅଛି, ସେମାନେ ଏପରି ଭାବିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center