Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
25 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ନିଜକୁ ସମର୍ପଣ କରୁଛି।
2 ହେ ମୋର ପରମେଶ୍ୱର, ମୁଁ ତୁମ୍ଭର ଶରଣାଗତ
ଓ ମୁଁ କେବେ ନିରାଶ ହେବି ନାହିଁ।
ମୋତେ ମୋର ଶତ୍ରୁମାନେ ଦେଖି କେବେ ହସିବେ ନାହିଁ।
3 ହଁ, ଯେଉଁମାନେ ତୁମ୍ଭ ନିକଟରେ ଶରଣ ନିଅନ୍ତି, ସେମାନେ ନିରାଶ ହେବେ ନାହିଁ।
କିନ୍ତୁ ବିଶ୍ୱାସଘାତକମାନେ ନିରାଶ ହେବେ।
ସେମାନେ କିଛି ପାଇବେ ନାହିଁ।
4 ହେ ସଦାପ୍ରଭୁ, ମୋତେ ତୁମ୍ଭର ପଥରେ ଗ୍ଭଲିବାକୁ ସାହାଯ୍ୟ କର।
ତୁମ୍ଭର ମାର୍ଗରେ ଗ୍ଭଲିବାକୁ ଶିକ୍ଷା ପ୍ରଦାନ କର।
5 ତୁମ୍ଭର ସତ୍ୟ ମାର୍ଗରେ ଗ୍ଭଲିବାକୁ ମୋତେ କଢ଼ାଇ ନିଅ ଓ ଶିକ୍ଷା ଦିଅ।
ତୁମ୍ଭେ ମୋର ପରିତ୍ରାଣର ପରମେଶ୍ୱର ଅଟ।
ମୁଁ ପ୍ରତିଦିନ ତୁମ୍ଭ ଉପରେ ଭରସା ରଖେ।
6 ହେ ସଦାପ୍ରଭୁ, ମୋ’ ପ୍ରତି ଦୟା ଦେଖାଇବାକୁ ସ୍ମରଣ କର।
ମୋତେ ଠିକ୍ ସେହିପରି ସ୍ନେହପୂର୍ଣ୍ଣ କରୁଣା ଦେଖାଅ, ଯାହାକି ତୁମ୍ଭେ ସର୍ବଦା ଦେଖାଇଅଛ।
7 ମୁଁ ଯୁବା ବେଳେ କରିଥିବା ପାପ ଓ ଅପରାଧକୁ ଭୁଲି ଯାଅ।
ତୁମ୍ଭର ପବିତ୍ର ନାମର ସାର୍ଥକତା ପାଇଁ, ହେ ସଦାପ୍ରଭୁ ମୋତେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାରେ ବାନ୍ଧି ରଖ।
8 ସଦାପ୍ରଭୁ ହିଁ ପ୍ରକୃତରେ ମହାନ।
ସେ ପାପୀକୁ ଉଚିତ୍ ମାର୍ଗରେ ଗ୍ଭଲିବାକୁ ନିର୍ଦ୍ଦେଶ ଦିଅନ୍ତି।
9 ସେ ଶୋଚନୀୟ ଲୋକକୁ ବିଗ୍ଭର ମାର୍ଗ ଦେଖାନ୍ତି
ଓ ନମ୍ର ଲୋକମାନଙ୍କୁ ତାଙ୍କ ପଥରେ ଗ୍ଭଲିବାକୁ ପ୍ରେରିତ କରନ୍ତି।
10 ସଦାପ୍ରଭୁ ସେହିମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି କରନ୍ତି,
ଯେଉଁମାନେ ତାଙ୍କର ନିୟମ ଓ ପ୍ରତିଜ୍ଞା ମାନି ଚଳନ୍ତି।
16 ମାତ୍ର ସେମାନେ, ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଗର୍ବ ଆଚରଣ କଲେ।
ସେମାନେ ଜିଦ୍ଖୋର ଥିଲେ ଓ ତୁମ୍ଭ ଆଜ୍ଞା ସେମାନେ ପାଳନ କଲେ ନାହିଁ।
17 ସେମାନେ ନିୟମମାନ ପାଳନ କରିବା ପାଇଁ ଅସମ୍ମତ ହେଲେ
ଏବଂ ସେମାନେ, ସେମାନଙ୍କ ପାଇଁ କରିଥିବା ଆଶ୍ଚର୍ଯ୍ୟ କର୍ମମାନ ମନେ ରଖିଲେ ନାହିଁ।
ସେମାନେ ଜିଦ୍ଖୋର ଥିଲେ।
ଦାସତ୍ୱ ଅବସ୍ଥାକୁ ଫେରିଯିବା ନିମନ୍ତେ ବିଦ୍ରୋହ ଭାବରେ ଜଣକୁ ପ୍ରଧାନ କରି ନିଯୁକ୍ତି କଲେ।
“ତଥାପି ତୁମ୍ଭେ ସେମାନଙ୍କୁ କ୍ଷମା କରିବାକୁ ଉଦ୍ୟତ,
କୃପାମୟ, ସ୍ନେହଶୀଳ, କ୍ରୋଧରେ ଧିର
ଓ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର ଅଟ।
ଏଣୁ ତୁମ୍ଭେ ସେମାନଙ୍କୁ ପରିତ୍ୟାଗ କଲ ନାହିଁ।
18 ସେମାନେ ଯେତେବେଳେ ଛାଞ୍ଚ ଢଳା ଗୋବତ୍ସ ନିର୍ମାଣ କଲେ, ‘ଯେଉଁ ଦେବତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ, ସେ ଇଏ ଅଟେ।’
ଏହା କହି ସେମାନେ ପରମେଶ୍ୱରଙ୍କର ବହୁତ ନିନ୍ଦା କଲେ।
19 ସେତେବେଳେ ତୁମ୍ଭେ ତୁମ୍ଭର ମହାନ କରୁଣା ଯୋଗୁଁ
ସେମାନଙ୍କୁ ପ୍ରାନ୍ତରରେ ପରିତ୍ୟାଗ କଲ ନାହିଁ।
ପଥ କଢ଼ାଇବା ନିମନ୍ତେ ଦିବସରେ ମେଘସ୍ତମ୍ଭ
ଓ ରାତ୍ରିରେ ଅଗ୍ନି ମଶାଲକୁ ସେମାନଙ୍କଠାରୁ ଛଡ଼ାଇ ନେଇ ନାହିଁ।
20 ତୁମ୍ଭେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଆପଣାର ମଙ୍ଗଳମୟ ଆତ୍ମା ପ୍ରଦାନ କଲ।
ତୁମ୍ଭେ ସେମାନଙ୍କଠାରୁ ତୁମ୍ଭର ମାନ୍ନା ଛଡ଼ାଇ ନେଲ ନାହିଁ।
ସେମାନଙ୍କର ତୃଷା ନିବାରଣାର୍ଥେ ସେମାନଙ୍କୁ ଜଳ ଦେଲ।
21 ତୁମ୍ଭେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେମାନଙ୍କୁ ପ୍ରତିପାଳନ କଲ।
ସେମାନଙ୍କର କିଛି ଅଭାବ ହେଲା ନାହିଁ।
ସେମାନଙ୍କର ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ
ଓ ସେମାନଙ୍କର ପାଦ ଫୁଲିଲା ନାହିଁ।
22 ହେ ସଦାପ୍ରଭୁ, ତୁମ୍ଭେ ତାଙ୍କୁ ନାନା ରାଜ୍ୟ ଓ ଗୋଷ୍ଠୀ ଦେଲ
ଓ ତାହା ସେମାନଙ୍କ ବାଣ୍ଟ ଅନୁସାରେ ନିରୂପଣ କଲ।
ତେଣୁ ସେମାନେ ସୀହୋନ ଦେଶ ହିଷ୍ବୋନ୍ ରାଜାର ଦେଶ,
ବାଶନର ଓଗ୍ ରାଜାର ଦେଶ ଅଧିକାର କଲେ।
23 ତୁମ୍ଭେ ସେମାନଙ୍କ ବଂଶଧରଗଣଙ୍କୁ
ଆକାଶର ନକ୍ଷେତ୍ରଗଣ ତୁଲ୍ୟ ବହୁସଂଖ୍ୟକ କଲ।
ଯେଉଁଦେଶ ସେମାନେ ଅଧିକାର କରିବାକୁ ଯିବେ ବୋଲି
ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଗଣଙ୍କଠାରେ ଶପଥ କରିଥିଲ,
ସେହି ଦେଶକୁ ସେମାନଙ୍କୁ ଆଣିଲ।
24 ଏହିପରି ସେହି ସନ୍ତାନଗଣ ଦେଶରେ ପଶି ଅଧିକାର କଲେ।
ଆଉ ତୁମ୍ଭେ ସେମାନଙ୍କ ସମ୍ମୁଖରେ ସେହି ଦେଶବାସୀ କିଣାନୀୟମାନଙ୍କୁ ପରାସ୍ତ କଲ।
ସେମାନେ ଯେପରି ନିଜ ଇଚ୍ଛାମତେ ବ୍ୟବହାର କରିବେ।
ଏଥିପାଇଁ ସେମାନଙ୍କୁ ଓ ସେମାନଙ୍କ ରାଜଗଣଙ୍କୁ
ଓ ଦେଶସ୍ଥ ନାନା ଗୋଷ୍ଠୀକୁ ସେମାନଙ୍କ ହସ୍ତରେ ସମର୍ପଣ କଲ।
25 ତହିଁରେ ସେମାନେ ପ୍ରାଚୀର ବେଷ୍ଟୀତ ନଗର ସକଳ
ଓ ଉର୍ବର ଭୂମି ନେଲେ।
ସର୍ବପ୍ରକାର ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ,
ଖୋଦିତ କୂପ, ଦ୍ରାକ୍ଷାକ୍ଷେତ୍ର, ଜୀତକ୍ଷେତ୍ର ଓ
ଅପାର ଫଳବୃକ୍ଷ ଅଧିକାର କଲେ।
ସେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ଖାଇଲେ।
ସେମାନେ ତୁମ୍ଭର ମହା ମଙ୍ଗଳ ଦାନରେ ଆନନ୍ଦ କଲେ।
ଶେଷ ନିର୍ଦ୍ଦେଶ ଓ ଅଭିନନ୍ଦନ
12 ଭାଇ ଓ ଭଉଣୀମାନେ! ଯେଉଁମାନେ ତୁମ୍ଭମାନଙ୍କ ସହିତ କଠୋର ପରିଶ୍ରମ କରୁଛନ୍ତି, ଓ ପ୍ରଭୁଙ୍କଠାରେ ତୁମ୍ଭକୁ ନେତୃତ୍ୱ ଦେଉଛନ୍ତି ଓ ତୁମ୍ଭକୁ ଉପଦେଶ ପ୍ରଦାନ କରୁଛନ୍ତି, ସେମାନଙ୍କୁ ସମ୍ମାନ ଦେବା ପାଇଁ ଆମ୍ଭେ ନିବେଦନ କରୁଛୁ। 13 ତୁମ୍ଭମାନଙ୍କ ମଧ୍ୟରେ କାମ କରୁଥିବା ଯୋଗୁଁ, ସେମାନଙ୍କୁ ପ୍ରେମ କର ଓ ସେମାନଙ୍କୁ ବିଶେଷ ସମ୍ମାନ ଦେଖାଅ।
ପରସ୍ପର ଶାନ୍ତିରେ ରୁହ। 14 ଯେଉଁମାନେ କାମ କରୁ ନାହାନ୍ତି, ଭାଇ ଓ ଭଉଣୀମାନେ, ସେମାନଙ୍କୁ ସତର୍କ କରିଦିଅ। ଯେଉଁମାନେ ଭୟରେ ଅଛନ୍ତି, ସେମାନଙ୍କୁ ଉତ୍ସାହିତ କର। ଦୁର୍ବଳ ଲୋକଙ୍କୁ ସାହାଯ୍ୟ କର। ପ୍ରତ୍ୟେକ ଲୋକ ପାଇଁ ଧୈର୍ଯ୍ୟବାନ ହୁଅ। 15 ଦେଖ, ଯେପରି କେହି ଅପକାର ବଦଳରେ ଅପକାର ନ କରୁ। ପରସ୍ପର ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉତ୍ତମ ବିଷୟ, ସବୁବେଳେ କରିବା ପାଇଁ ସର୍ବଦା ଚେଷ୍ଟା କର।
16 ସଦାସର୍ବଦା ଆନନ୍ଦିତ ରୁହ। 17 କଦାପି ପ୍ରାର୍ଥନା କରିବା ବନ୍ଦ କର ନାହିଁ। 18 ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଥାଅ। ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ପାଇଁ ଏହା ଗ୍ଭହାନ୍ତି।
19 କଦାପି ପବିତ୍ରଆତ୍ମାର କାର୍ଯ୍ୟ ବନ୍ଦ କର ନାହିଁ। 20 ଭବିଷ୍ୟଦ୍ବକ୍ତାମାନଙ୍କର କଥାଗୁଡ଼ିକୁ ତୁଚ୍ଛ ବୋଲି ମନେକର ନାହିଁ। 21 କିନ୍ତୁ ପ୍ରତ୍ୟେକ କଥାର ସତ୍ୟାସତ୍ୟ ପରୀକ୍ଷା କରି ଯାହା ଭଲ ତାହାକୁ ଧରି ରଖ। 22 ସମସ୍ତ ପ୍ରକାରର ମନ୍ଦଠାରୁ ଦୂରରେ ରୁହ।
2010 by World Bible Translation Center