Revised Common Lectionary (Semicontinuous)
ଚତୁର୍ଥ ପୁସ୍ତକ
(ଗୀତସଂହିତା 90-106)
ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା।
90 ହେ ପ୍ରଭୁ, ତୁମ୍ଭେ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହୋଇଅଛ।
2 ହେ ପରମେଶ୍ୱର, ତୁମ୍ଭେ ପର୍ବତମାଳାର ସୃଷ୍ଟି ପୂର୍ବରୁ
ଏବଂ ପୃଥିବୀ ଓ ଜଗତ ସୃଷ୍ଟି ପୂର୍ବରୁ ପରମେଶ୍ୱର ଥିଲ।
ତୁମ୍ଭେ ଚିରକାଳ ପରମେଶ୍ୱର ହୋଇ ରହିବ।
3 ତୁମ୍ଭେ ଲୋକମାନଙ୍କୁ ପୃଥିବୀକୁ ଆଣିଛ
ଏବଂ ପରିଶେଷରେ ତୁମ୍ଭେ ସେମାନଙ୍କୁ ଧୂଳିରେ ପରିଣତ କରିଛ।
4 ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ୟ
ଓ ରାତ୍ରିର ଅଳ୍ପ ସମୟପରି।
5 ତୁମ୍ଭେ ସେମାନଙ୍କର ଜୀବନକୁ ଉଚ୍ଛେଦ କରିଛ, ଯାହା ମୃତ୍ୟୁରେ ଶୋଇ ଥିବା ପରି।
ପ୍ରଭାତରେ ସେମାନେ ଗୁଜୁରିବା ତୃଣପରି।
6 ପ୍ରାତଃକାଳରେ ତୃଣ ସତେଜ ହୋଇ ବଢ଼େ।
ସନ୍ଧ୍ୟାକାଳରେ ତାହା ଶୁଖି ମରିଯାଏ।
7 ହେ ପରମେଶ୍ୱର, ତୁମ୍ଭ କ୍ରୋଧରେ ଆମ୍ଭେମାନେ କ୍ଷୟ ହେଉ।
ପୁଣି ତୁମ୍ଭ କ୍ରୋଧ ଆମ୍ଭଙ୍କୁ ଭୟଭୀତ କରେ।
8 ତୁମ୍ଭେ ଆମ୍ଭମାନଙ୍କର ପାପ ବିଷୟରେ ଜାଣ।
ତୁମ୍ଭେ ମଧ୍ୟ ଆମ୍ଭମାନଙ୍କର ଗୁପ୍ତ ପାପ ଦେଖିଅଛ।
9 ତୁମ୍ଭର କ୍ରୋଧ ଆମ୍ଭମାନଙ୍କ ଜୀବନକୁ ଶେଷ ଦିନ କରିଦେଇ ଥାଏ।
ଆମ୍ଭେ ଆମ୍ଭର ବର୍ଷ ଅତିଶୀଘ୍ର ସମାପ୍ତ କରୁଥାଉ।
10 ଆମ୍ଭେ ହୁଏତ ସତୁରି ବର୍ଷ ବଞ୍ଚିପାରୁ,
ଅଥବା ଯଦି ଆମ୍ଭେ ଶକ୍ତିଶାଳୀ ତେବେ ଅଶୀ ବର୍ଷ ବଞ୍ଚିପାରୁ।
ଆମ୍ଭମାନଙ୍କର ଜୀବନ କଠିନ ପରିଶ୍ରମ ଓ ଯନ୍ତ୍ରଣାରେ ଭରପୁର ହୋଇଥାଏ।
ଏହା ପରେ ହଠାତ୍ ଆମ୍ଭର ଜୀବନ ସମାପ୍ତ ହୁଏ ଓ ଆମ୍ଭେ ଉଡ଼ିଯାଉ।
11 କୌଣସି ଲୋକ ବାସ୍ତବରେ ତୁମ୍ଭର କ୍ରୋଧ ଦୂରତା ଜାଣନ୍ତି ନାହିଁ।
କିନ୍ତୁ ତୁମ୍ଭର କ୍ରୋଧ ତୁମ୍ଭେ ଆଶା କରୁଥିବା ସମ୍ମାନଠାରୁ ଅଧିକ।
12 ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ
ଯାହା ଫଳରେ ଆମ୍ଭେ ବୁଦ୍ଧିମାନ୍ ହୋଇ ପାରିବୁ।
13 ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫେରି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ?
ଆପଣା ଦାସ ପ୍ରତି ଦୟା କର।
14 ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର।
ଆମ୍ଭମାନଙ୍କୁ ଯାବଜ୍ଜୀବନ ଖୁସୀ ଓ ଆନନ୍ଦିତ ହେବାକୁ ଦିଅ।
15 ତୁମ୍ଭେ ଜୀବନରେ ଆମ୍ଭକୁ ବହୁ ବର୍ଷଧରି କଷ୍ଟ ଓ ଯନ୍ତ୍ରଣା ଦେଲ।
ବର୍ତ୍ତମାନ ଆମ୍ଭକୁ ଆନନ୍ଦିତ କର, ଯେପରି ଯଥାର୍ଥ।
16 ତୁମ୍ଭେ କରିପାରୁଥିବା ଆଶ୍ଚର୍ଯ୍ୟ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ
ଏବଂ ସେମାନଙ୍କ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦେଖାଅ।
17 ହେ ପରମେଶ୍ୱର ଆମ୍ଭମାନଙ୍କ ପ୍ରଭୁ, ଆମ୍ଭମାନଙ୍କୁ ଦୟାକର।
ଆମ୍ଭର କାର୍ଯ୍ୟ ଆମ୍ଭକୁ ସମର୍ଥନ କରେ,
ତେଣୁ ଦୟାକରି ଆମ୍ଭର କାର୍ଯ୍ୟକୁ ସମର୍ଥନ କର ଓ ଏହାକୁ ସଫଳ କରାଅ।
24 ଏହିସବୁ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲ ବଳଦାତା କୁହନ୍ତି, “ମୁଁ ମୋର ଶତ୍ରୁମାନଙ୍କୁ ଶାସ୍ତି ଦେବି, ମୁଁ ମୋର ଶତ୍ରୁମାନଙ୍କୁ ଶାସ୍ତି ଦେବି। 25 ଲୋକମାନେ ରୂପାର ଖାଦ ଦୂର କରିବାକୁ ଏକ ପ୍ରକାର ଜିନିଷ ବ୍ୟବହାର କରନ୍ତି। ସେହିପରି ଭାବରେ ମୁଁ ତୁମ୍ଭମାନଙ୍କର ଅପବିତ୍ରତାକୁ ଦୂର କରିବି। ତୁମ୍ଭମାନଙ୍କ ଭିତରୁ ସମସ୍ତ ମନ୍ଦ ଜିନିଷ କାଢ଼ି ନେବି ଓ ତୁମ୍ଭମାନଙ୍କୁ ପବିତ୍ର କରିବି। 26 ଆଦ୍ୟ ସମୟ ପରି ମୁଁ ବିଗ୍ଭରକାରୀଗଣଙ୍କୁ ଫେରାଇ ଆଣିବି। ପୂର୍ବେ ପୂର୍ବର ତୁମ୍ଭମାନଙ୍କର ମନ୍ତ୍ରୀମାନଙ୍କ ପରି ପରାମର୍ଶଦାତାଙ୍କୁ ପୁନଃସ୍ଥାପନ କରିବି। ତା’ପରେ ତୁମ୍ଭେ ‘ଉତ୍ତମ ଓ ବିଶ୍ୱସ୍ତ ନଗରୀ ବୋଲି କଥିତ ହେବ।”’
27 ପରମେଶ୍ୱର ଉତ୍ତମ ଏବଂ ସେ ନ୍ୟାୟ ବିଗ୍ଭର କରନ୍ତି। ତେଣୁ ସେ ସିୟୋନକୁ ରକ୍ଷା କରିବେ ଏବଂ ଲୋକମାନେ ତାଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ କରିବେ। 28 ମାତ୍ର ସମସ୍ତ ଅଧର୍ମାଗ୍ଭରୀ ଓ ପାପୀଗଣ ବିନଷ୍ଟ ହେବେ। ଯେଉଁମାନେ ସଦାପ୍ରଭୁଙ୍କୁ ଅବଜ୍ଞା କରନ୍ତି ସେମାନେ ସଂହାରିତ ହେବେ।
29 ତୁମ୍ଭେମାନେ ପୂଜା କରିବାକୁ ବାଛିଥିବା ଅଲୋନଗଛ ଓ ସ୍ୱତନ୍ତ୍ର ବଗିଗ୍ଭ ପାଇଁ ଭବିଷ୍ୟତରେ ଲୋକମାନେ ଲଜ୍ଜିତ ହେବେ। 30 ଏହା ଘଟିବ କାରଣ ତୁମ୍ଭେମାନେ ଶୁଷ୍କ ପତ୍ର ବିଶିଷ୍ଟ ଅଲୋନଗଛ ଓ ନିର୍ଜନ ଉଦ୍ୟାନ ସଦୃଶ ହେବ। 31 ଶକ୍ତିଶାଳୀ ମାନବ ଶୁଷ୍କ କାଠି ସଦୃଶ ହେବେ ଏବଂ ସେମାନଙ୍କର କର୍ମ ଅଗ୍ନିକଣା ସଦୃଶ ହେବ। ସେହି ବଳବାନ୍ ଲୋକମାନେ ଓ ସେମାନଙ୍କର କର୍ମ ସବୁ ଅଗ୍ନିରେ ପୋଡ଼ି ଦେବେ। ସେହି ଅଗ୍ନିକୁ କେହି ନିର୍ବାପିତ କରି ପାରିବେ ନାହିଁ।
ପ୍ରମାଣ ପାଇଁ ଦାବୀ(A)
29 ଧୀରେ ଧୀରେ ଭିଡ଼ ବଢ଼ିବାକୁ ଲାଗିଲା। ଯୀଶୁ କହିଲେ, “ବର୍ତ୍ତମାନ ଯୁଗର ଲୋକେ ବଡ଼ ମନ୍ଦ। ସେମାନେ ପରମେଶ୍ୱରଙ୍କଠାରୁ ପ୍ରମାଣ ସ୍ୱରୂପ ଏକ ଆଶ୍ଚର୍ଯ୍ୟକର୍ମ [a] ଦେଖିବାକୁ ଗ୍ଭହୁଁଛନ୍ତି। କିନ୍ତୁ ଏମାନଙ୍କୁ ଚିହ୍ନ ସ୍ୱରୂପ କୌଣସି ଆଶ୍ଚର୍ଯ୍ୟକର୍ମ ଦେଖାଇ ଦିଆ ଯିବ ନାହିଁ। ଯୂନସଙ୍କ [b] ସମ୍ବନ୍ଧରେ ଘଟିଥିବା ଆଶ୍ଚର୍ଯ୍ୟକର୍ମ ହେଉଛି ଏକମାତ୍ର ଚିହ୍ନ। 30 ଯୂନସ ଯେପରି ନୀନିବୀୟମାନଙ୍କ ପାଇଁ ଚିହ୍ନ ସ୍ୱରୂପ ହେଲେ, ସେହିଭଳି ଏହି ସମୟର ଲୋକମାନଙ୍କ ପାଇଁ ମନୁଷ୍ୟପୁତ୍ର ମଧ୍ୟ ଚିହ୍ନ ସ୍ୱରୂପ ହେବେ।
31 “ବିଗ୍ଭର ଦିନରେ ଦକ୍ଷିଣର ରାଣୀ [c] ପ୍ରକାଶିତ ହୋଇ ଏବେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବେ ଓ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ, କାରଣ ସେହି ରାଣୀ ଶଲୋମନଙ୍କ ଜ୍ଞାନମୂଳକ ଉପଦେଶ ଶୁଣିବା ପାଇଁ ବହୁତ ଦୂରରୁ ଆସିଥିଲେ ଏବଂ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଶଲୋମନଙ୍କ ଅପେକ୍ଷା ମହାନ୍ ଅଟେ।
32 “ବିଗ୍ଭର ହେବା ଦିନ ନିନିବୀର ଲୋକମାନେ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧରେ ଠିଆ ହୋଇ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ସେମାନେ ଯୂନସଙ୍କ ଉପଦେଶ ଶୁଣି ନିଜର ହୃଦୟ ଓ ଜୀବନଯାପନ ପ୍ରଣାଳୀ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଯୂନସଙ୍କ ଅପେକ୍ଷା ମହାନ୍ ଅଟେ।
2010 by World Bible Translation Center