Revised Common Lectionary (Semicontinuous)
ଶାନ୍ତିରାଜା ଅସୁଛନ୍ତି
11 ଅନନ୍ତର ଯିଶୟର ଗଣ୍ଡିରୁ ଏକ କ୍ଷୁଦ୍ର ଶାଖା ବହନ କରିବ, ତା’ର ମୂଳରୁ ଶାଖା ବଢ଼ିବ, 2 ସେହି ପିଲା ମଧ୍ୟରେ ସଦାପ୍ରଭୁଙ୍କର ଆତ୍ମା ସ୍ଥାନ ପାଇବ। ସେହି ଆତ୍ମା ଜ୍ଞାନ, ବିବେଚନା ମନ୍ତ୍ରଣା ଓ ପରାକ୍ରମ ପ୍ରଦାନ କରିବ। ଆଉ ମଧ୍ୟ ସେହି ଆତ୍ମା ସଦାପ୍ରଭୁଙ୍କୁ ଜାଣିବାକୁ ଓ ଅନୁସରଣ କରିବାକୁ ପିଲାକୁ ସାହାଯ୍ୟ କରିବେ। 3 ସଦାପ୍ରଭୁଙ୍କୁ ଭକ୍ତି କରିବେ ଏବଂ ସଦାପ୍ରଭୁଙ୍କ ଅଭୟ ଯୋଗୁଁ ସୁଖୀ ହେବେ।
ଏହି ପିଲା ନିଜ ଦୃଷ୍ଟି ବଳରେ ଲୋକମାନଙ୍କୁ ବିଗ୍ଭର କରିବ ନାହିଁ କିମ୍ବା ନିଜର ଶୁଣିବାନୁସାରେ ଅନୁଯୋଗ କରିବ ନାହିଁ। 4-5 ସେ ସାଧୁ ଓ ନିରପେକ୍ଷ ରହିବେ, ଯେତେବେଳେ ଗରିବ ଏବଂ ଅସହାୟ ଲୋକଙ୍କର ବିଗ୍ଭର କରୁଥିବେ। ସେ ଯେତେବେଳେ ଲୋକଙ୍କୁ ଦଣ୍ଡ ଦେବାକୁ ସ୍ଥିର କରିବ, ସେତେବେଳେ ସେମାନେ ଦଣ୍ଡିତ ହେବେ। ପୁଣି ଯେତେବେଳେ ଦୁଷ୍ଟାଗ୍ଭରୀମାନଙ୍କୁ ସଂହାର କରିବାକୁ ଆଦେଶ ଦେବେ, ସେତେବେଳେ ସେମାନେ ନିହତ ହେବେ। ଧର୍ମ ଓ ନ୍ୟାୟ ସେ ପିଲାକୁ ଶକ୍ତି ଦେବ। ସେଗୁଡ଼ିକ ତା’ର ଅଣ୍ଟାର ବଳୟ ସଦୃଶ ହେବ।
6 ସେ ସମୟରେ ଗଧିଆଗୁଡ଼ିକ ମେଷ ଶାବକମାନଙ୍କ ସହିତ ଶାନ୍ତିରେ ବାସ କରିବେ। ଛେଳିଛୁଆ ସହିତ ବାଘ ଏକତ୍ର ଶାନ୍ତିରେ ଶୋଇବେ। ବାଛୁରି, ସିଂହ ଓ ଷଣ୍ଢଗୁଡ଼ିକ ଏକତ୍ର ସୁଖ ଶାନ୍ତିରେ ବାସ କରିବେ। ଏପରିକି ଗୋଟିଏ ଛୋଟ ପିଲା ସେମାନଙ୍କୁ ଅଡ଼ାଇବ। 7 ଗାଈ ଓ ଭାଲୁଗୁଡ଼ିକ ଏକତ୍ର ଶାନ୍ତିରେ ବାସ କରିବେ। ସେ ସମସ୍ତଙ୍କର ପିଲାମାନେ ପରସ୍ପରକୁ ଆଘାତ ନ କରି ଏକତ୍ର ଶୋଇବେ। ସିଂହମାନେ ଗାଈପରି ନଡ଼ା ଖାଇବେ। ଏପରିକି ସର୍ପ ମଧ୍ୟ କାହାରିକୁ ଆଘାତ କରିବ ନାହିଁ। 8 ଗୋଟିଏ ଶିଶୁ ବିଷଧର ସର୍ପର ଗର୍ତ୍ତରେ ଖେଳିବ। ଆଉ ମଧ୍ୟ ଶିଶୁଟି ନିର୍ଭୟରେ ସର୍ପ ଗର୍ତ୍ତରେ ହାତ ପୁରାଇବ।
9 କୌଣସି ବ୍ୟକ୍ତି ଅନ୍ୟକୁ ଆଘାତ କରିବ ନାହିଁ। ମୋର ପବିତ୍ର ପର୍ବତରେ କୌଣସି ବ୍ୟକ୍ତି ଅନିଷ୍ଟ ଚିନ୍ତା କରିବ ନାହିଁ। କାରଣ ସଦାପ୍ରଭୁଙ୍କ ବିଷୟରେ ସେମାନଙ୍କ ପରିପୂର୍ଣ୍ଣ ଜ୍ଞାନ ହେବ। ସମୁଦ୍ର ଯେପରି ଜଳରେ ପରିପୂର୍ଣ୍ଣ ପୃଥିବୀ ସେହିପରି ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହେବ।
20 ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 21 “ତୁମ୍ଭେମାନେ ଏହି ମଣ୍ତଳୀଠାରୁ ପୃଥକ୍ ହୁଅ, ଆମ୍ଭେ ଏକନିମିଷରେ ସେମାନଙ୍କୁ ସଂହାର କରିବା।”
22 ତହୁଁ ସେମାନେ ମୁହଁ ମାଡ଼ି ପଡ଼ି କହିଲେ, “ହେ ପରମେଶ୍ୱର, ତୁମ୍ଭେ ଜାଣ ସମସ୍ତ ଲୋକମାନେ କ’ଣ ଚିନ୍ତା କରୁଛନ୍ତି, ଯଦି ମଣ୍ତଳୀର କେହି ପାପ କରେ, ସମସ୍ତ ମଣ୍ତଳୀକୁ ଉତ୍ପିଡ଼ୀନ କରିବା ଉଚିତ୍ କି?”
23 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 24 “ତୁମ୍ଭେ ମଣ୍ତଳୀକୁ କୁହ, କୋରହ, ଦାଥନ ଓ ଅବୀରାମର ତମ୍ବୁଠାରୁ ଗ୍ଭଲି ଯାଆନ୍ତୁ।”
25 ମୋଶା ଉଠି ଦାଥନ ଓ ଅବୀରାମ ନିକଟକୁ ଗଲେ। ଇସ୍ରାଏଲର ନେତୃବର୍ଗ ସେମାନଙ୍କୁ ଅନୁସରଣ କଲେ। 26 ତହୁଁ ମୋଶା ମଣ୍ତଳୀକି କହିଲେ, “ବିନୟ କରୁଅଛି ତୁମ୍ଭେମାନେ ଏହି ଦୁଷ୍ଟ ଲୋକମାନଙ୍କ ଛାଉଣିରୁ ଉଠିଯାଅ ଏବଂ ସେମାନଙ୍କର କିଛି ମାତ୍ର ସ୍ପର୍ଶ କର ନାହିଁ। ନଚେତ୍ ତୁମ୍ଭେମାନେ ସେମାନଙ୍କ ପାପ ଲାଗି ବିନଷ୍ଟ ହେବ।”
27 ଏଥିରେ ଲୋକମାନେ କୋରହ, ଦାଥନ ଓ ଅବୀରାମର ପବିତ୍ର ତମ୍ବୁଠାରୁ ଗ୍ଭଲିଗଲେ। ଦାଥନ ଓ ଅବୀରାମ ବାହାରକୁ ଆସି ନିଜ ନିଜ ସ୍ତ୍ରୀ, ପୁତ୍ର ଓ ପିଲାମାନଙ୍କ ସହିତ ନିଜ ନିଜ ତମ୍ବୁର ଫାଟକରେ ଠିଆ ହେଲେ।
28 ତା’ପରେ ମୋଶା କହିଲେ, “ମୁଁ ତୁମ୍ଭମାନଙ୍କୁ ପ୍ରମାଣ ଦେବି ଯେ ସଦାପ୍ରଭୁ ମୋତେ ଏସବୁ କରିବା ପାଇଁ ପଠାଇ ଅଛନ୍ତି, ମୁଁ ନିଜ ମନରୁ କିଛି କରୁ ନାହିଁ ବୋଲି ତୁମ୍ଭେମାନେ ଜାଣିବ। 29 ଯଦି ଏହି ଲୋକମାନେ ସ୍ୱାଭାବିକ ଭାବରେ ମରନ୍ତି, ତେବେ ବୁଝିବେ ସଦାପ୍ରଭୁ ମୋତେ ପଠାଇନାହାନ୍ତି। 30 ମାତ୍ର ସଦାପ୍ରଭୁ ଯେବେ କୌଣସି ନୂତନ କର୍ମ କରନ୍ତି, ଆଉ ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ସର୍ବଶ୍ୱ ଗ୍ରାସ କରେ, ସେମାନଙ୍କୁ ଜିଅନ୍ତା କବର ଦିଅ, ତେବେ ତୁମ୍ଭେମାନେ ହୃଦ୍ବୋଧ କରିବ ଯେ, ସେମାନେ ସଦାପ୍ରଭୁଙ୍କୁ କଳୁଷିତ କରିଅଛନ୍ତି।”
31 ମୋଶା ତାଙ୍କର ଏହି ବକ୍ତବ୍ୟ ଶେଷ କରିବା ମାତ୍ରେ ସେମାନଙ୍କ ଅଧଃସ୍ଥ ଭୂମି ଫାଟିଗଲା। 32 ପୁଣି ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ଆଉ କୋରହର ସପକ୍ଷ ଲୋକଙ୍କୁ ଓ ସେମାନଙ୍କର ସକଳ ସମ୍ପତ୍ତି ଗ୍ରାସ କଲା। 33 ଏହିରୂପେ ସେମାନେ ଜିଅନ୍ତା କବର ନେଲେ ଓ ପୃଥିବୀ ସେମାନଙ୍କୁ ଗ୍ଭପି ଦେଲା। ଏଥିରେ ସେମାନେ ମଣ୍ତଳୀରୁ ପୋଛି ହୋଇଗଲେ।
34 ଏଥିରେ ଇସ୍ରାଏଲ ଲୋକମାନେ ସେମାନଙ୍କର କରୁଣ ଚିତ୍କାର ଶୁଣି ଏଣେ ତେଣେ ପଳାୟନ କଲେ। ଆଉ ସେମାନେ କହିଲେ, “ପୃଥିବୀ ଆମ୍ଭମାନଙ୍କୁ ମଧ୍ୟ ଗ୍ରାସ କରିବ।”
35 ଏହା ପରେ ସଦାପ୍ରଭୁଙ୍କଠାରୁ ଅଗ୍ନି ନିର୍ଗତ ହୋଇ ସେହି 250 ଧୂପ ଉତ୍ସର୍ଗକାରୀଙ୍କୁ ଗ୍ରାସ କଲା।
23 ତେଣୁ ସେମାନେ ତାହାଙ୍କ ପାଖକୁ ଆସିବା ପାଇଁ ଗୋଟିଏ ଦିନ ସ୍ଥିର କଲେ। ବହୁ ସଂଖ୍ୟାରେ ଲୋକମାନେ ତାହାଙ୍କ ରହିବା ସ୍ଥାନକୁ ଆସିଲେ। ପାଉଲ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରମାଣ ସହିତ ସବୁ କଥା ବୁଝାଇ ଦେଲେ। ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ରରୁ ଯୀଶୁଙ୍କ ବିଷୟ ବୁଝାଇ ସେମାନଙ୍କୁ ବିଶ୍ୱାସ କରାଇବା ପାଇଁ ଚେଷ୍ଟା କଲେ। 24 ସେମାନଙ୍କ ମଧ୍ୟରୁ କେତେ ଜଣ ଯିହୂଦୀ ପାଉଲଙ୍କ କଥା ବିଶ୍ୱାସ କଲେ, କିନ୍ତୁ କେତେକ ବିଶ୍ୱାସ କଲେ ନାହିଁ। 25 ସେମାନେ ଶେଷରେ ନିଜ ନିଜ ଭିତରେ ତର୍କବିତର୍କ କରି ବିଦାୟ ନେଲେ। ସେତେବେଳେ ପାଉଲ ସେମାନଙ୍କୁ କହିଲେ, “ପବିତ୍ରଆତ୍ମା ଭାବବାଦୀ ଯିଶାଇୟଙ୍କ ଦ୍ୱାରା ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ସତ୍ୟ କଥା କହିଥିଲେ। ସେ କହିଲେ,
26 ‘ଏହି ଲୋକମାନଙ୍କ ପାଖକୁ ଯାଅ
ଓ ସେମାନଙ୍କୁ କୁହ ଯେ ତୁମ୍ଭେମାନେ ଶୁଣିବ,
କିନ୍ତୁ ବୁଝିବ ନାହିଁ।
ତୁମ୍ଭେମାନେ ଗ୍ଭହୁଁଥିବ, ଓ ଦେଖୁଥିବ
କିନ୍ତୁ ତୁମ୍ଭେ ଯାହା ଦେଖିବ, ତାହା ବୁଝିବ ନାହିଁ।
27 ହଁ, ଏଠାରେ ଏହି ଲୋକମାନଙ୍କର ମନ କଠୋର ହୋଇ ଯାଇଛି।
ଏ ଲୋକମାନଙ୍କର କାନ ଅଛି କିନ୍ତୁ ଏମାନେ ଶୁଣିପାରୁ ନାହାନ୍ତି।
ଏମାନେ ସତ୍ୟ କଥା ଦେଖିବା ପାଇଁ ଆଖି ବନ୍ଦ କରି ଦେଉଛନ୍ତି।
ନ ହେଲେ ହୁଏତ ସେମାନେ
ସେମାନଙ୍କ ଆଖିରେ ଦେଖି ପାରନ୍ତେ,
କାନରେ ଶୁଣି ପାରନ୍ତେ ଓ ବୁଝି ପାରନ୍ତେ।
ଏହା ଦ୍ୱାରା, ସେମାନେ ମନ ଫେରାଇ ମୋ’ ନିକଟକୁ ଆସନ୍ତେ ଓ ମୁଁ ସେମାନଙ୍କୁ ସୁସ୍ଥ କରନ୍ତି।’ (A)
28 “ତେଣୁ ମୁଁ ଗ୍ଭହେଁ ତୁମ୍ଭେମାନେ ଜାଣି ରଖ ଯେ, ପରମେଶ୍ୱର ତାହାଙ୍କର ଏହି ପରିତ୍ରାଣର ସମ୍ବାଦ ଅଣଯିହୂଦୀ ଲୋକମାନଙ୍କ ପାଖକୁ ପଠାଇଛନ୍ତି। ସେମାନେ ତାହାକୁ ଶୁଣିବେ, ପୁଣି ଗ୍ରହଣ କରିବେ।” 29 [a]
30 ପାଉଲ ଦୁଇ ବର୍ଷ ପର୍ଯ୍ୟନ୍ତ ନିଜର ଭଡ଼ା ଘରେ ରହିଲେ। 31 ଯେତେଲୋକ ପାଉଲଙ୍କୁ ଦେଖିବା ପାଇଁ ଆସୁଥିଲେ, ସେ ସମସ୍ତଙ୍କୁ ସେ ସ୍ୱାଗତ କଲେ ଓ ପାଉଲ ମୁକ୍ତ ଭାବରେ, ବିନା ବାଧାରେ ପୁଣି ଅତି ସାହସର ସହିତ ପରମେଶ୍ୱରଙ୍କ ରାଜ୍ୟ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କଲେ। ପୁଣି ସେହି ଶିକ୍ଷା ଦେବାରୁ କେହିହେଲେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ ନାହିଁ।
2010 by World Bible Translation Center