Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 148

148 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!

ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର!
    ସ୍ୱର୍ଗରୁ ତାଙ୍କର ପ୍ରଶଂସା କର!
ହେ ତାଙ୍କର ସମସ୍ତ ସ୍ୱର୍ଗଦୂତଗଣ, ତାଙ୍କର ପ୍ରଶଂସା କର।
    ହେ ତାଙ୍କର ସମସ୍ତ ସୈନ୍ୟଗଣ, ତାଙ୍କର ପ୍ରଶଂସା କର।
ହେ ସୂର୍ଯ୍ୟ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର!
    ହେ ଆକାଶର ଦୀପ୍ତିମୟ ତାରାଗଣ, ତାଙ୍କର ପ୍ରଶଂସା କର।
ହେ ଉଚ୍ଚତମ ସ୍ୱର୍ଗ, ତାଙ୍କର ପ୍ରଶଂସା କର!
    ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର।
ସେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରିବା ଉଚିତ୍
    କାରଣ ତାଙ୍କର ଆଦେଶରେ ସମସ୍ତେ ସୃଷ୍ଟି ହେଲେ।
ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ,
    ଏହିପରି ଗୋଟିଏ ବ୍ୟବସ୍ଥା ଦେଲେ ଯାହା କେବେହେଲେ ପରିବର୍ତ୍ତନ ହେବ ନାହିଁ।
ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ସମୁଦ୍ରର ମହାନ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର!
ପରମେଶ୍ୱରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ପ,
    ଏବଂ ପ୍ରଚଣ୍ଡ ବାୟୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।
ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ
    ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ।
10 ସମସ୍ତ ବନ୍ୟ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର।
    ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି।
11 ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ, ତାଙ୍କର ପ୍ରଶଂସା କର।
    ପରମେଶ୍ୱର ସମସ୍ତ ବିଗ୍ଭରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି।
12 ହେ ଯୁବକ ଓ ଯୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରିତ ହୋଇ
    ପରମେଶ୍ୱରଙ୍କ ପ୍ରଶଂସା କର।
13 ସେମାନେ ସମସ୍ତେ ସଦାପ୍ରଭୁଙ୍କ ନାମକୁ
    ପ୍ରଶଂସା କରିବା ଉଚିତ୍।
ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ।
    ତାଙ୍କର ଖ୍ୟାତି ସ୍ୱର୍ଗ ଏବଂ ପୃଥିବୀରେ ମହାନ।
14 ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ,
    ତେଣୁ ସେ ତାଙ୍କର ବିଶ୍ୱସ୍ତ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୁଅନ୍ତି।
ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରଶଂସା କର।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 54:1-13

ପରମେଶ୍ୱର ଆପଣା ଲୋକଙ୍କୁ ଗୃହକୁ ଆଣନ୍ତି

54 “ହେ ବନ୍ଧ୍ୟା, ଅପ୍ରସୂତେ ନାରୀ! ତୁମ୍ଭେ ଗାନ କର।
ହେ ଗର୍ଭବେଦନାରହିତ ନାରୀ!
    ତୁମ୍ଭେ ଉଚ୍ଚସ୍ୱରରେ ଗାନ କରି ଆନନ୍ଦଧ୍ୱନି କର।

କାରଣ ସଦାପ୍ରଭୁ କୁହନ୍ତି,
    “ବିବାହିତା ଭାର୍ଯ୍ୟାର ସନ୍ତାନ ଅପେକ୍ଷା ଅନାଥର ସନ୍ତାନ ଅଧିକ।”

“ତୁମ୍ଭେ ନିଜ ତମ୍ବୁର ବସତି ବଢ଼ାଅ
    ଓ ସେମାନେ ତୁମ୍ଭର ବାସ ସ୍ଥାନର ଯବନିକା ସବୁ ବିସ୍ତାର କରନ୍ତୁ।
    ବ୍ୟୟର ଆଶଙ୍କା କର ନାହିଁ।
ତୁମ୍ଭର ଦଉଡ଼ି ସବୁ ଲମ୍ବାଇ ଦିଅ ଓ କିଳାଗୁଡ଼ିକୁ ସୁଦୃଢ଼ କର।
    କାରଣ ତୁମ୍ଭେ ଦକ୍ଷିଣ ଓ ବାମରେ ବ୍ୟାପି ଯିବ
ଓ ତୁମ୍ଭର ବଂଶ ଅନ୍ୟ ଦେଶୀୟମାନଙ୍କୁ ଅଧିକାର କରିବେ
    ଏବଂ ଜନଶୂନ୍ୟ ନଗରଗୁଡ଼ିକୁ ନିଜର ବସତି ସ୍ଥାନ କରାଇବେ।
ଭୟ କର ନାହିଁ,
    କାରଣ ତୁମ୍ଭେ ଲଜ୍ଜିତ ହେବ ନାହିଁ;
କିମ୍ବା ବିଷଣ୍ଣମନା ହୁଅ ନାହିଁ;
    କାରଣ ତୁମ୍ଭକୁ ଲଜ୍ଜିତ କରାଯିବ ନାହିଁ।
ତୁମ୍ଭେ ଯୌବନକାଳର ଲଜ୍ଜା ଭୁଲିଯିବ
    ଓ ବିଧବାବସ୍ଥାର ଦୁର୍ନାମ ଆଉ ମନେ କରିବ ନାହିଁ।
କାରଣ ତୁମ୍ଭର ସୃଷ୍ଟିକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି
    ଓ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ।
ପୁଣି ସେ ଇସ୍ରାଏଲର ପବିତ୍ର ସ୍ୱରୂପ ତୁମ୍ଭର ମୁକ୍ତିଦାତା;
    ସେ ସମଗ୍ର ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ।

“କାରଣ ତୁମ୍ଭ ପରମେଶ୍ୱର କୁହନ୍ତି, ତ୍ୟକ୍ତା
    ଓ ମନୋଦୁଃଖିନୀ ଭାର୍ଯ୍ୟା
କିମ୍ବା ଯୌବନକାଳୀନ ପରିତ୍ୟକ୍ତା ଭାର୍ଯ୍ୟାପରି
    ସଦାପ୍ରଭୁ ତୁମ୍ଭକୁ ଆହ୍ୱାନ କରିଅଛନ୍ତି।”
“ଆମ୍ଭେ ଅଳ୍ପକ୍ଷଣ ପାଇଁ ତୁମ୍ଭକୁ ପରିତ୍ୟାଗ କରିଅଛୁ,
    ମାତ୍ର ମହାକରୁଣାରେ ତୁମ୍ଭକୁ ପୁନର୍ବାର ସଂଗ୍ରହ କରିବା।
ଅତି କ୍ରୋଧରେ ନିମିଷକ ନିମିତ୍ତ ଆମ୍ଭର ମୁଖ ତୁମ୍ଭଠାରୁ ଲୁଗ୍ଭଇଲୁ;
    ମାତ୍ର ଅନନ୍ତକାଳସ୍ଥାୟୀ ଦୟାରେ ଆମ୍ଭେ ତୁମ୍ଭ ପ୍ରତି କରୁଣା କରିବା।”
    ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ ଏହା କୁହନ୍ତି।

“କାରଣ ଏହା ଆମ୍ଭ ପ୍ରତି ନୋହଙ୍କ ସମୟର ଜଳ ସଦୃଶ ଅଟେ;
    ନୋହଙ୍କ ସମୟର ଜଳ ଆଉ ଯେପରି ପୃଥିବୀକୁ ପ୍ଳାବିତ କରିବ ନାହିଁ ବୋଲି ଆମ୍ଭେ ଶପଥ କରିଅଛୁ,
ସେହିପରି ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ
    କିମ୍ବା ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।

10 ସଦାପ୍ରଭୁ ଯେ କି ତୁମ୍ଭ ପ୍ରତି କରୁଣା କରିଅଛନ୍ତି କୁହନ୍ତି:
    “ଯଦିଓ ପର୍ବତଗୁଡ଼ିକ ବିଚଳିତ ହୋଇ ଘୁଞ୍ଚିଯିବେ;
ଉପପର୍ବତଗୁଡ଼ିକ ଟଳି ପଡ଼ିବେ,
    ତଥାପି ଆମ୍ଭର ଦୟା ତୁମ୍ଭଠାରୁ ଦୂରେଇ ଯିବ ନାହିଁ
କିମ୍ବା ଆମ୍ଭର ଶାନ୍ତିର ବ୍ୟବସ୍ଥା ଟଳିବ ନାହିଁ।”

11 “ହେ ଦୁଃଖିନୀ, ତୋଫାନ ବିଧ୍ୱସ୍ତ
    ଓ ସାନ୍ତ୍ୱନା ବିରହିତ ନଗରୀ!
    ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣରେ
ତୁମ୍ଭର ପ୍ରସ୍ତର ବସାଇବା
    ଓ ନୀଳମଣିଦ୍ୱାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।
12 ଆମ୍ଭେ ପଦ୍ମରାଗ ମଣିରେ ତୁମ୍ଭ ସ୍ତମ୍ଭର ଚୂଡ଼ା,
    ସୂର୍ଯ୍ୟକାନ୍ତ ମଣିରେ ତୁମ୍ଭ ନଗରର ଦ୍ୱାର ସକଳ
    ଓ ମନୋରମ ପ୍ରସ୍ତରରେ ତୁମ୍ଭ ସମଗ୍ର ସୀମା ପ୍ରାଚୀର ନିର୍ମାଣ କରିବା।
13 ତୁମ୍ଭର ସନ୍ତାନମାନେ ସମସ୍ତେ ପରମେଶ୍ୱରଙ୍କ ଦ୍ୱାରା ଶିକ୍ଷିତ ହେବେ
    ଓ ସେମାନଙ୍କର ପରମ ଶାନ୍ତି ହେବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:1-7

ନୂତନ ଯିରୁଶାଲମ

21 ଏହା ପରେ ମୁଁ ଗୋଟିଏ ନୂତନ ସ୍ୱର୍ଗ ଓ ନୂତନ ପୃଥିବୀ ଦେଖିଲି। ପ୍ରଥମ ସ୍ୱର୍ଗ ଓ ପ୍ରଥମ ପୃଥିବୀ ଅଦୃଶ୍ୟ ହୋଇଯାଇଥିଲା। ସେଠାରେ ଆଉ ସମୁଦ୍ର ନ ଥିଲା। ତା’ପରେ ମୁଁ ପରମେଶ୍ୱରଙ୍କଠାରୁ ସ୍ୱର୍ଗରୁ ପବିତ୍ର ନଗରୀ ତଳକୁ ଆସିବାର ଦେଖିଲି। ଏହି ପବିତ୍ର ନଗରୀ ନୂତନ ଯିରୁଶାଲମ ଅଟେ। ବର ପାଇଁ କନ୍ୟା ଯେପରି ସୁସଜ୍ଜିତା ହୋଇଥାଏ, ଠିକ୍ ସେହିପରି ଏହା ପ୍ରସ୍ତୁତ ଥିଲା।

ମୁଁ ସିଂହାସନରୁ ଏକ ଉଚ୍ଚ ସ୍ୱର ଶୁଣିଲି। ସେହି ସ୍ୱର କହିଲା, “ବର୍ତ୍ତମାନ ପରମେଶ୍ୱରଙ୍କର ବାସସ୍ଥାନ ଲୋକମାନଙ୍କ ପାଖରେ ଅଛି। ସେ ସେମାନଙ୍କ ସହିତ ରହିବେ। ସେମାନେ ତାହାଙ୍କର ଲୋକ ହେବେ। ପରମେଶ୍ୱର ନିଜେ ସେମାନଙ୍କ ସହିତ ରହିବେ ଓ ସେମାନଙ୍କର ପରମେଶ୍ୱର ହେବେ। ପରମେଶ୍ୱର ସେମାନଙ୍କ ଆଖିରୁ ସମସ୍ତ ଲୁହ ପୋଛି ଦେବେ। ଆଉ ଅଧିକ ମୃତ୍ୟୁ, ବିଷାଦ, କ୍ରନ୍ଦନ ବା କଷ୍ଟ ରହିବ ନାହିଁ। ସବୁ ପୁରାତନ ବିଷୟ ଲୋପପାଇଛି।”

ସିଂହାସନ ଉପରେ ଯିଏ ବସିଥିଲେ, ସେ କହିଲେ, “ମୁଁ ସମସ୍ତ ବିଷୟ ନୂତନ କରୁଅଛି।” ତା’ପରେ ସେ କହିଲେ, “ଏହା ଲେଖି ରଖ, କାରଣ ଏହି କଥାସବୁ ବିଶ୍ୱାସ ଯୋଗ୍ୟ ଓ ସତ୍ୟ।”

ସିଂହାସନରେ ବସିଥିବା ବ୍ୟକ୍ତି ମୋତେ କହିଲେ, “ଏହା ସମାପ୍ତ ହୋଇଯାଇଛି। ମୁଁ ହେଉଛି ପ୍ରଥମ ଓ ଶେଷ। [a] ମୁଁ ତୃଷାର୍ତ୍ତ ଲୋକକୁ ବିନା ମୂଲ୍ୟରେ ଜୀବନ୍ତଜଳ ନିର୍ଝରରୁ ପାନ କରିବାକୁ ଦେବି। ଯେ ବିଜୟୀ ହେବ, ସେ ଏହିସବୁ ପାଇବ। ମୁଁ ତାହାର ପରମେଶ୍ୱର ହେବି ଓ ସେ ମୋର ପୁତ୍ର ହେବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center