Revised Common Lectionary (Semicontinuous)
148 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର!
ସ୍ୱର୍ଗରୁ ତାଙ୍କର ପ୍ରଶଂସା କର!
2 ହେ ତାଙ୍କର ସମସ୍ତ ସ୍ୱର୍ଗଦୂତଗଣ, ତାଙ୍କର ପ୍ରଶଂସା କର।
ହେ ତାଙ୍କର ସମସ୍ତ ସୈନ୍ୟଗଣ, ତାଙ୍କର ପ୍ରଶଂସା କର।
3 ହେ ସୂର୍ଯ୍ୟ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର!
ହେ ଆକାଶର ଦୀପ୍ତିମୟ ତାରାଗଣ, ତାଙ୍କର ପ୍ରଶଂସା କର।
4 ହେ ଉଚ୍ଚତମ ସ୍ୱର୍ଗ, ତାଙ୍କର ପ୍ରଶଂସା କର!
ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର।
5 ସେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରିବା ଉଚିତ୍
କାରଣ ତାଙ୍କର ଆଦେଶରେ ସମସ୍ତେ ସୃଷ୍ଟି ହେଲେ।
6 ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ,
ଏହିପରି ଗୋଟିଏ ବ୍ୟବସ୍ଥା ଦେଲେ ଯାହା କେବେହେଲେ ପରିବର୍ତ୍ତନ ହେବ ନାହିଁ।
7 ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ସମୁଦ୍ରର ମହାନ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର!
8 ପରମେଶ୍ୱରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ପ,
ଏବଂ ପ୍ରଚଣ୍ଡ ବାୟୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।
9 ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ
ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ।
10 ସମସ୍ତ ବନ୍ୟ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର।
ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି।
11 ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ, ତାଙ୍କର ପ୍ରଶଂସା କର।
ପରମେଶ୍ୱର ସମସ୍ତ ବିଗ୍ଭରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି।
12 ହେ ଯୁବକ ଓ ଯୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରିତ ହୋଇ
ପରମେଶ୍ୱରଙ୍କ ପ୍ରଶଂସା କର।
13 ସେମାନେ ସମସ୍ତେ ସଦାପ୍ରଭୁଙ୍କ ନାମକୁ
ପ୍ରଶଂସା କରିବା ଉଚିତ୍।
ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ।
ତାଙ୍କର ଖ୍ୟାତି ସ୍ୱର୍ଗ ଏବଂ ପୃଥିବୀରେ ମହାନ।
14 ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ,
ତେଣୁ ସେ ତାଙ୍କର ବିଶ୍ୱସ୍ତ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୁଅନ୍ତି।
ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରଶଂସା କର।
17 ଯିହୋୟାଦାଙ୍କ ମୃତ୍ୟୁ ପରେ, ଯିହୁଦାର ନେତାମାନେ ଆସିଲେ ଓ ରାଜା ଯୋୟାଶଙ୍କ ସମ୍ମୁଖରେ ପ୍ରଣିପାତ କଲେ। ରାଜା ସେହି ନେତାମାନଙ୍କର କଥା ଶୁଣିଲେ। 18 ରାଜା ଓ ସେହି ନେତାମାନେ ସଦାପ୍ରଭୁ ପରମେଶ୍ୱରଙ୍କର ମନ୍ଦିରକୁ ଅଗ୍ରାହ୍ୟ କଲେ। ସେମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁ ପରମେଶ୍ୱରଙ୍କର ଅନୁଗମନ କରିଥିଲେ। ସେମାନେ ଆଶେରା ସ୍ତମ୍ଭ ଓ ଅନ୍ୟ ମୂର୍ତ୍ତିଗୁଡ଼ିକୁ ପୂଜା କଲେ। ପରମେଶ୍ୱର ଯିହୁଦାର ଓ ଯିରୁଶାଲମର ଲୋକମାନଙ୍କ ଉପରେ କ୍ରୋଧ କଲେ, କାରଣ ରାଜା ଓ ସେହି ନେତାମାନେ ଦୋଷୀ ଥିଲେ। 19 ଲୋକମାନଙ୍କୁ ସଦାପ୍ରଭୁଙ୍କ ପ୍ରତି ଫେରାଇ ଆଣିବାକୁ ପରମେଶ୍ୱର ସେମାନଙ୍କ ନିକଟକୁ ଭବିଷ୍ୟଦ୍ବକ୍ତାମାନଙ୍କୁ ପ୍ରେରଣ କଲେ। ଭବିଷ୍ୟଦ୍ବକ୍ତାମାନେ ଲୋକମାନଙ୍କୁ ସାବଧାନ କରାଇ ଦେଲେ। କିନ୍ତୁ ଲୋକମାନେ ଶୁଣିବାକୁ ମନା କଲେ।
20 ପରମେଶ୍ୱରଙ୍କର ଆତ୍ମା ଯିଖରିୟଙ୍କ ଉପରେ ଅବତରଣ କଲେ। ଯିହୋୟାଦା ଯାଜକ ଯିଖରିୟଙ୍କ ପିତା ଥିଲେ। ଯିଖରିୟ ଲୋକମାନଙ୍କ ସମ୍ମୁଖରେ ଛିଡ଼ା ହେଲେ ଓ କହିଲେ, “ପରମେଶ୍ୱର ଏହା କହନ୍ତି: ‘ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ଆଜ୍ଞାର ବାଧ୍ୟ ହେବା ନିମନ୍ତେ ଅଗ୍ରାହ୍ୟ କରୁଛ? ତୁମ୍ଭେମାନେ କୃତକାର୍ଯ୍ୟ ହେବ ନାହିଁ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛ। ତେଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ତ୍ୟାଗ କରିଅଛନ୍ତି!’”
21 କିନ୍ତୁ ଲୋକମାନେ ଯିଖରିୟଙ୍କ ବିରୁଦ୍ଧରେ ମନ୍ତ୍ରଣା କଲେ । ଯିଖରିୟଙ୍କୁ ବଧ କରିବା ନିମନ୍ତେ ରାଜା ଆଦେଶ ଦେଲେ, ତେଣୁ ମୃତ୍ୟୁ ହେବା ପର୍ଯ୍ୟନ୍ତ ସେମାନେ ତାଙ୍କ ଆଡ଼କୁ ପଥର ଫୋପାଡ଼ିଲେ। ସଦାପ୍ରଭୁଙ୍କର ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ଲୋକମାନେ ଏହା କଲେ। 22 ରାଜା ଯୋୟାଶଙ୍କ ପ୍ରତି ଯିହୋୟାଦା ଯେଉଁ ଦୟା କରିଥିଲେ, ତାହାକୁ ସ୍ମରଣ କଲେ ନାହିଁ। ଯିହୋୟାଦା ଯିଖରିୟଙ୍କ ପିତା ଥିଲେ। କିନ୍ତୁ ଯୋୟାଶ୍, ଯିହୋୟାଦାଙ୍କ ପୁତ୍ର ଯିଖରିୟଙ୍କୁ ହତ୍ୟା କଲେ। ଯିଖରିୟ ମୃତ୍ୟୁ ଭୋଗ କରିବା ପୂର୍ବରୁ ଏହିକଥା କହିଲେ, “ତୁମ୍ଭେମାନେ ଯାହା କହୁଅଛ, ସଦାପ୍ରଭୁ ତାହା ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ!”
23 ବର୍ଷର ଶେଷ ଆଡ଼କୁ ଅରାମୀୟ ସୈନ୍ୟଦଳ ଯୋୟାଶଙ୍କ ବିରୁଦ୍ଧରେ ଆସିଲେ। ସେମାନେ ଯିହୁଦା ଓ ଯିରୁଶାଲମକୁ ଆକ୍ରମଣ କଲେ ଏବଂ ଲୋକମାନଙ୍କର ସବୁ ନେତାମାନଙ୍କୁ ହତ୍ୟା କଲେ। ସେମାନେ ସବୁ ବହୁମୂଲ୍ୟ ସାମଗ୍ରୀଗୁଡ଼ିକୁ ଦମ୍ମେଶକର ରାଜାଙ୍କ ନିକଟକୁ ପଠାଇ ଦେଲେ। 24 ଅରାମୀୟ ସୈନ୍ୟଦଳ ନିଜ ସହିତ ଲୋକମାନଙ୍କର ଏକ କ୍ଷୁଦ୍ରଦଳକୁ ନେଇ ଆସିଥିଲେ କିନ୍ତୁ ସଦାପ୍ରଭୁ ସେମାନଙ୍କୁ ଯିହୁଦାର ବୃହତ୍ ସୈନ୍ୟଦଳ ଉପରେ ବିଜୟଲାଭ କରିବାକୁ ଦେଲେ। ସଦାପ୍ରଭୁ ଏହିପରି କଲେ, କାରଣ ଯିହୁଦାର ଲୋକମାନେ ସେମାନଙ୍କ ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କର ଅନୁଗାମୀ ହୋଇଥିଲେ, ସେମାନେ ତାଙ୍କୁ ପରିତ୍ୟାଗ କରିଥିଲେ। ତେଣୁ ଯୋୟାଶ୍ ଦଣ୍ଡିତ ହେଲେ।
ବିଶେଷ କାର୍ଯ୍ୟ ପାଇଁ ସାତ ଜଣଙ୍କୁ ବାଛିଲେ
6 ଏହି ସମୟ ମଧ୍ୟରେ ଶିଷ୍ୟମାନଙ୍କ ସଂଖ୍ୟା ବଢ଼ିଗଲା। ସେତେବେଳେ ଗ୍ରୀକ୍ ଭାଷା କହୁଥିବା ଯିହୂଦୀମାନେ ଏବ୍ରୀଭାଷା କହୁଥିବା ଯିହୂଦୀମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ସେମାନଙ୍କ ବିଧବାମାନଙ୍କୁ ଉଚିତ୍ ପରିମାଣରେ ଖାଦ୍ୟ ବଣ୍ଟା ନ ଯାଉଥିବା କାରଣରୁ ଏପରି ବଚସା ହେଲା। 2 ତେଣୁ ପ୍ରେରିତମାନେ ସମ୍ପୂର୍ଣ୍ଣ ଶିଷ୍ୟ ମଣ୍ଡଳୀକୁ ଡାକି କହିଲେ,
“ଆମ୍ଭେ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭରରେ ଅବହେଳା କରିବା ଠିକ୍ ହେବ ନାହିଁ। ଖାଦ୍ୟ ବଣ୍ଟନରେ ସମୟ ଦେବା ଅପେକ୍ଷା ପ୍ରଗ୍ଭର କାର୍ଯ୍ୟ ଗ୍ଭଲୁ ରଖିବା ଆମ୍ଭପକ୍ଷେ ଯଥାର୍ଥ ହେବ। 3 ଏଥିପାଇଁ ହେ ଭାଇମାନେ, ତୁମ୍ଭେମାନେ ନିଜ ଭିତରୁ ସାତ ଜଣ ପୁରୁଷଙ୍କୁ ବାଛ। ସେମାନେ ଯେପରି ଲୋକମାନଙ୍କ ଦୃଷ୍ଟିରୁ ଉତ୍ତମ, ପବିତ୍ରଆତ୍ମା ଓ ଜ୍ଞାନରେ ପୂର୍ଣ୍ଣ ହୋଇଥିବେ। ଆମ୍ଭେମାନେ ସେମାନଙ୍କୁ ଏହି କାମ କରିବା ପାଇଁ ଦେବୁ। 4 ତେବେ ଆମ୍ଭେମାନେ ଆମ୍ଭର ସମସ୍ତ ସମୟ ଶିକ୍ଷାଦାନ ଓ ପ୍ରାର୍ଥନାରେ ଦେଇ ପାରିବୁ।”
5 ସେହି ଦଳର ସମସ୍ତେ ଏହି ଚିନ୍ତାଧାରାକୁ ପସନ୍ଦ କଲେ। ସେମାନେ ନିଜ ମଧ୍ୟରୁ ସ୍ତିଫାନ, ଯେ କି ପବିତ୍ରଆତ୍ମା ଓ ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ, ଫିଲିପ୍ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ନୀକଲାୟଙ୍କୁ (ସେ ଆନ୍ତିୟଖିଅରୁ ଆସିଥିଲେ ଓ ଯିହୂଦୀ ଧର୍ମରୁ ଧର୍ମାନ୍ତରୀତ ହୋଇଥିଲେ)। 6 ସେମାନେ ଏହି ଲୋକମାନଙ୍କୁ ପ୍ରେରିତମାନଙ୍କ ପାଖରେ ଉପସ୍ଥିତ କରାଇଲେ। ପ୍ରେରିତମାନେ ପ୍ରାର୍ଥନା କରି ସେମାନଙ୍କ ଉପରେ ହାତ ରଖିଲେ।
7 ଏହିପରି ଭାବରେ ପରମେଶ୍ୱରଙ୍କର ବାକ୍ୟ ଗ୍ଭରିଆଡ଼େ ବ୍ୟାପିଗଲା। ଯିରୁଶାଲମରେ ଶିଷ୍ୟମାନଙ୍କର ସଂଖ୍ୟା ବହୁତ ବଢ଼ିଗଲା। ଏପରିକି ଯିହୂଦୀ ଯାଜକମାନଙ୍କ ମଧ୍ୟରୁ ଅନେକ ବିଶ୍ୱାସ କଲେ ଓ ପାଳନ କଲେ।
51 ସ୍ତିଫାନ କହିଲେ, “ହେ ଯିହୂଦୀ ଲୋକମାନେ, ତୁମ୍ଭେମାନେ କେଡ଼େ ଜିଦ୍ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ୱରଙ୍କର ନୁହେଁ। ତୁମ୍ଭେମାନେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କର ବିରୋଧ କରିଛ। ତୁମ୍ଭେମାନେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ। 52 ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନ କରି ଛାଡ଼ି ନାହାନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସେହି ଧାର୍ମିକ ବ୍ୟକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସେହି ଲୋକମାନଙ୍କୁ ମଧ୍ୟ ମାରି ଦେଇଥିଲେ। ବର୍ତ୍ତମାନ ତୁମ୍ଭେମାନେ ସେହି ଧାର୍ମିକ ବ୍ୟକ୍ତିଙ୍କୁ ପ୍ରତାରିତ ଓ ହତ୍ୟା କରିଛ। 53 ତୁମ୍ଭେମାନେ ପରମେଶ୍ୱରଙ୍କ ଦୂତ ଦ୍ୱାରା ମୋଶାଙ୍କୁ ଦିଆଯାଇଥିବା ବ୍ୟବସ୍ଥାକୁ ଗ୍ରହଣ କରିଛ, କିନ୍ତୁ ତାହାର ବାଧ୍ୟ ହୋଇ ନାହଁ।”
ସ୍ତିଫାନଙ୍କ ହତ୍ୟା
54 ଯିହୂଦୀ ନେତାମାନେ ଏହା ଶୁଣି ସ୍ତିଫାନଙ୍କର ଉପରେ ଭୀଷଣ ରାଗି ଦାନ୍ତ କଡ଼ମଡ଼ କଲେ। 55 କିନ୍ତୁ ସ୍ତିଫାନ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଆକାଶକୁ ଗ୍ଭହିଁଲେ। ସେଠାରେ ସେ ପରମେଶ୍ୱରଙ୍କ ଗୌରବ ଦେଖିଲେ। ସେ ଯୀଶୁଙ୍କୁ ପରମେଶ୍ୱରଙ୍କ ଡାହାଣ ପଟେ ଠିଆ ହେବାର ଦେଖିଲେ। 56 ସ୍ତିଫାନ କହିଲେ, “ଦେଖ, ମୁଁ ସ୍ୱର୍ଗକୁ ଖୋଲା ଅବସ୍ଥାରେ ଓ ପରମେଶ୍ୱରଙ୍କ ଡାହାଣ ପଟେ ମନୁଷ୍ୟପୁତ୍ରଙ୍କୁ ଠିଆ ହେବାର ଦେଖୁଛି।”
57 ଏଥିରେ ଯିହୂଦୀ ନେତାମାନେ କାନରେ ହାତ ଦେଇ ଖୁବ୍ ଜୋର୍ରେ ପାଟି କଲେ। ସେମାନେ ଏକାଠି ହୋଇ ସ୍ତିଫାନଙ୍କ ଆଡ଼କୁ ଦୌଡ଼ିଲେ। 58 ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ନେଇ ପଥର ମାରିବା ଆରମ୍ଭ କରିଦେଲେ। ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକର ପାଖରେ ସେମାନଙ୍କର ଲୁଗାପଟା ରଖିଲେ। 59 ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ ଯୀଶୁ, ମୋ’ ଆତ୍ମାକୁ ଗ୍ରହଣ କର।” 60 ତା’ପରେ ସେ ଆଣ୍ଠୁମାଡ଼ି ପଡ଼ି ଜୋର୍ରେ କହିଲେ, “ହେ ପ୍ରଭୁ, ଏହି ପାପ ନିମନ୍ତେ ଏମାନଙ୍କୁ ଅପରାଧୀ ଗଣନା କର ନାହିଁ।” ଏହା କହି ସେ ମୃତ୍ୟୁବରଣ କଲେ।
2010 by World Bible Translation Center