Revised Common Lectionary (Semicontinuous)
ଦାଉଦ ମନ୍ଦିର ଯିବା ସମୟରେ ଗୀତ।
122 ମୁଁ ଖୁସୀ ହେଲି, ଯେତେବେଳେ ଲୋକମାନେ କହିଲେ,
“ଗ୍ଭଲ ସଦାପ୍ରଭୁଙ୍କ ମନ୍ଦିରକୁ ଯିବା।”
2 ହେ ଯିରୁଶାଲମ!ଏହିଠାରେ ଆମ୍ଭେମାନେ ତୁମ୍ଭର ଫାଟକ ପାଖରେ ଠିଆ ହୋଇଅଛୁ।
3 ଯିରୁଶାଲମ ସହର ଭଳି ତିଆରି ହୋଇଅଛି,
ଏହା ଦୃଢ଼ ଭାବରେ ଏବଂ କଠିନ ଭାବରେ ନିର୍ମିତ ହେବା ଉଚିତ୍।
4 ଏହା ହେଉଛି ଯେଉଁଠାରେ କି ଗୋଷ୍ଠୀବର୍ଗ ଆସନ୍ତି।
ସଦାପ୍ରଭୁଙ୍କର ଗୋଷ୍ଠୀବର୍ଗ ତାଙ୍କୁ ପ୍ରଶଂସା କରିବା ପାଇଁ ଏଠାକୁ ଆସନ୍ତି।
ଇସ୍ରାଏଲକୁ ଏହିସବୁ କରିବା ପାଇଁ ଆଦେଶ ଦିଆହୁଏ।
5 ଦାଉଦଙ୍କ ପରିବାରର ରାଜାମାନେ ସେମାନଙ୍କର ସିଂହାସନ ଏଠାରେ ସ୍ଥାପନ କରିଥିଲେ।
ସେମାନେ ସେଠାରେ ଲୋକମାନଙ୍କୁ ସୁବିଗ୍ଭର ଦେବା ପାଇଁ ସିଂହାସନ ସ୍ଥାପନ କଲେ।
6 ଯିରୁଶାଲମରେ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କର।
“ମୁଁ ଆଶାକରେ ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ସେମାନେ ସେଠାରେ ଶାନ୍ତି ପାଇବେ।
7 ମୁଁ ଆଶାକରେ ସେଠାରେ ତୁମ୍ଭର ପବିତ୍ର ଗୃହ ଭିତରେ ଶାନ୍ତି ମିଳିବ।
ମୁଁ ଆଶା କରେ ଯେ, ତୁମ୍ଭର ବିରାଟ ରାଜପ୍ରାସାଦରେ ନିରାପଦ ହେଉ।”
8 ମୋର ପରିବାର ଏବଂ ମୋର ପଡ଼ୋଶୀମାନଙ୍କର ମଙ୍ଗଳ ପାଇଁ
ଯିରୁଶାଲମ, ତୁମ୍ଭର ଶାନ୍ତି ପାଇଁ ପ୍ରାର୍ଥନା କରେ।
9 ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କର ମନ୍ଦିରର ମଙ୍ଗଳ ନିମନ୍ତେ ମୁଁ ପ୍ରାର୍ଥନା କରେ ଯେ,
ଯିରୁଶାଲମ ତୁମ୍ଭ ପାଇଁ ସବୁ ଉତ୍ତମ ଘଟୁ।
ଯିହୁଦୀମାନଙ୍କର ଜୟ
9 ଅଦର ନାମକ ଦ୍ୱାଦଶ ମାସରେ ତ୍ରୟୋଦଶ ଦିନରେ ରାଜା ଆଜ୍ଞା ଓ ନିୟମର ସିଧି ସମୟ ନିକଟତର ହେଲା। ଅର୍ଥାତ୍ ଯେଉଁ ଦିନ ଯିହୁଦୀୟମାନଙ୍କ ଶତ୍ରୁଗଣ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବାକୁ ଅପେକ୍ଷା କରିଥିଲେ। ସେହି ଦିନ ଏପରି ବିପରୀତ ଘଟଣା ହେଲା, ଯେ ଯିହୁଦୀୟମାନେ ନିଜର ଘୃଣାକାରୀମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। 2 ସେହି ସମୟରେ, ରାଜା ଅକ୍ଷଶ୍ୱେରଶଙ୍କର ରାଜ୍ୟର ସମସ୍ତ ନଗରରେ ଯିହୁଦୀୟମାନେ ସେମାନଙ୍କୁ କ୍ଷତି କରିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କ ବିରୁଦ୍ଧରେ ପ୍ରତିବାଦ କରିବାକୁ ଏକତ୍ରିତ ହେଲେ। ପୁଣି ସେମାନଙ୍କ ସମ୍ମୁଖରେ କେହି ଠିଆ ହୋଇପାରିଲେ ନାହିଁ, କାରଣ ସମୁଦାୟ ଲୋକେ ସେମାନଙ୍କୁ ଭୟ କରୁଥିଲେ। 3 ପ୍ରଦେଶ ଅଧିପତି ଓ କ୍ଷିତିପାଳ, ଶାସନକର୍ତ୍ତା ଓ ରାଜ କର୍ମଗ୍ଭରୀମାନେ ଯିହୁଦୀୟମାନଙ୍କୁ ସାହାଯ୍ୟ କଲେ। କାରଣ ସେମାନେ ମର୍ଦ୍ଦଖୟକୁ ଭୟ କରୁଥିଲେ। 4 କାରଣ ମର୍ଦ୍ଦଖୟ ରାଜଗୃହ ମଧ୍ୟରେ ଶକ୍ତିଶାଳୀ ଥିଲା ଓ ତାହାର ଯଶ ସର୍ବପ୍ରଦେଶରେ ପ୍ରଗ୍ଭରିତ ହେଲା ଏବଂ ମର୍ଦ୍ଦଖୟ ଲଗାତର ଭାବରେ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିଲା।
5 ଯିହୁଦୀୟମାନେ ସେମାନଙ୍କର ସମସ୍ତ ଶତ୍ରୁଙ୍କୁ ଖଣ୍ଡାରେ ହାଣି ବିନାଶ କଲେ। ସେମାନେ ସେମାନଙ୍କର ଘୃଣାକାରୀଗଣ ପ୍ରତି ମନ ଇଚ୍ଛା ବ୍ୟବହାର କଲେ।
ପୂରୀମ୍ର ପର୍ବ
18 ମାତ୍ର ଶୂଶନରେ ବାସ କରୁଥିବା ଯିହୁଦୀୟମାନେ ସେହି ମାସର ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନରେ ଏକତ୍ରିତ ହେଲେ। ସେହି ମାସର ପଞ୍ଚଦଶ ଦିନରେ ବିଶ୍ରାମ କରି ତାହା ଭୋଜନପାନର ଓ ଆନନ୍ଦର ଦିନ କଲେ। 19 ଏଥିନିମନ୍ତେ ଗ୍ରାମର ଏବଂ ପ୍ରଦେଶ ଘେରି ରହିଥିବା ନଗର ନିବାସୀ ଯିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ, ଭୋଜନପାନର ଦିବସ ଭାବେ ପାଳନ କରନ୍ତି, ଯେଉଁଥିରେ ସେମାନେ ଜଣେ ଅନ୍ୟଜଣକୁ ଉପହାର ପଠାନ୍ତି।
20 ଏହା ପରେ ମର୍ଦ୍ଦଖୟ ଏହିସବୁ ବିଷୟ ଲେଖିଲା ଓ ଅକ୍ଷଶ୍ୱେରଶ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶରେ ଥିବା ସମସ୍ତ ଯିହୁଦୀମାନଙ୍କ ନିକଟକୁ ପଠାଇଲା। 21 ଆଉ ଯେଉଁ ଦୁଇ ଦିନ ଯିହୁଦୀମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇଲେ, ଯେଉଁ ମାସରେ ସେମାନଙ୍କର ଦୁଃଖ ସୁଖରେ ଓ ଶୋକ ମଙ୍ଗଳ ଦିନରେ ପରିଣତ ହେଲା। 22 ସେ ଆଦେଶ ଦେଲେ ଯେ, ସେମାନେ ସେହି ଦିନଗୁଡ଼ିକ ପାଳନ କରିବେ, ଯେତେବେଳେ ସେମାନେ ଶତ୍ରୁମାନଙ୍କଠାରୁ ଆଶ୍ୱସ୍ତ ପାଇଲେ ଏବଂ ସେମାନଙ୍କର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବରେ ବଦଳି ଗଲା, ଯେହେତୁ ଭୋଜିର ଦିନ, ଆନନ୍ଦର ଦିନରେ ଜଣେ ଅନ୍ୟ ଜଣ ପାଖକୁ ଉପହାର ପଠାଇବେ ଏବଂ ପ୍ରତ୍ୟେକ ବର୍ଷ ଗରିବ ଲୋକମାନଙ୍କ ପାଖକୁ ଉପହାର ପଠାଇବେ।
23 ତହିଁରେ ଯିହୁଦୀମାନେ ଯେପରି ଆରମ୍ଭ କରିଥିଲେ ଓ ମର୍ଦ୍ଦଖୟ ଯେପରି ଲେଖିଥିଲେ, ସେମାନେ ଠିକ୍ ସେହିପରି କରିବାକୁ ରାଜି ହେଲେ।
କେବଳ ପରମେଶ୍ୱରଙ୍କୁ ଭୟ କର(A)
4 ତା’ପରେ ଯୀଶୁ ଲୋକମାନଙ୍କୁ କହିଲେ, “ହେ ମୋର ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କୁ କହୁଛି, ଲୋକଙ୍କୁ ଭୟ କର ନାହିଁ। ଲୋକେ କେବଳ ଶରୀରକୁ ମାରି ପକାଇବେ। କିନ୍ତୁ ସେତିକି କରି ସାରିବା ପରେ ସେମାନେ ତୁମ୍ଭମାନଙ୍କର ଆଉ ଅଧିକା କିଛି କରି ପାରିବେ ନାହିଁ। 5 ତୁମ୍ଭେମାନେ ଯାହାକୁ ଭୟ କରିବା ଉଚିତ୍ ମୁଁ ତୁମ୍ଭମାନଙ୍କୁ ତାହାଙ୍କୁ ଦେଖାଇ ଦେବି। ତୁମ୍ଭମାନଙ୍କୁ ମାରି ସାରି ନର୍କରେ ଫିଙ୍ଗି ଦେବା ଶକ୍ତି ଯାହାର ଅଛି, ତୁମ୍ଭେମାନେ ସେହି ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍। ହଁ, ମୁଁ ତୁମ୍ଭମାନଙ୍କୁ କହୁଛି, କେବଳ ତାହାଙ୍କୁ ଭୟ କର।
6 “ଚଢ଼େଇ ବିକାଯିବା ବେଳେ ପାଞ୍ଚଟା ଚଢ଼େଇଙ୍କର ମୂଲ୍ୟ ଅଳ୍ପ କେତେକ ପଇସା ହୁଏ। ତଥାପି, ପରମେଶ୍ୱର ସେମାନଙ୍କ ମଧ୍ୟରୁ ଗୋଟିକୁ ହେଲେ ଭୁଲି ଯାଆନ୍ତି ନାହିଁ। 7 ହଁ, ତୁମ୍ଭମାନଙ୍କ ମୁଣ୍ଡରେ କେତେ ଗୋଟି ବାଳ ଅଛି, ତାହା ମଧ୍ୟ ପରମେଶ୍ୱର ଜାଣନ୍ତି। ଭୟ କର ନାହିଁ। ତୁମ୍ଭମାନଙ୍କର ମୂଲ୍ୟ ଅନେକ ଚଢ଼େଇଙ୍କ ଅପେକ୍ଷା ବହୁତ ଅଧିକ।
ଯୀଶୁଙ୍କ ଯୋଗୁଁ ଲଜ୍ଜା କର ନାହିଁ(B)
8 “ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁ ଲୋକ ସମସ୍ତଙ୍କ ଆଗରେ ଠିଆ ହୋଇ କହେ ଯେ ସେ ମୋ’ଠାରେ ବିଶ୍ୱାସ କରୁଛି, ତା’ହେଲେ ମୁଁ ମନୁଷ୍ୟପୁତ୍ର, ପରମେଶ୍ୱରଙ୍କ ଦୂତମାନଙ୍କ ଆଗରେ କହିବି ଯେ, ସେହି ଲୋକଟି ମୋର ନିଜର ଲୋକ। 9 କିନ୍ତୁ ଯେଉଁ ଲୋକ ଅନ୍ୟମାନଙ୍କ ଆଗରେ ଠିଆ ହୋଇ କୁହେ ଯେ, ସେ ମୋ’ଠାରେ ବିଶ୍ୱାସ କରେ ନାହିଁ, ତେବେ ମୁଁ ମଧ୍ୟ ପରମେଶ୍ୱରଙ୍କ ଦୂତମାନଙ୍କ ଆଗରେ କହିବି ଯେ ସେ ଲୋକ ମୋ’ ନିଜ ଲୋକ ନୁହେଁ।
10 “ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କିଛି କହୁଥିବା ଲୋକକୁ କ୍ଷମା କରି ଦିଆଯାଇ ପାରେ। କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କହୁଥିବା ଲୋକକୁ କ୍ଷମା କରାଯାଇ ପାରିବ ନାହିଁ।
11 “ଯେତେବେଳେ ଲୋକମାନେ ତୁମ୍ଭମାନଙ୍କୁ ଯିହୂଦୀ ପ୍ରାର୍ଥନାଗୃହ, ଶାସକ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ଆଗକୁ ଆଣିବେ, ସେତେବେଳେ ତୁମ୍ଭେମାନେ କିପରି ଉତ୍ତର ଦେବ, ଓ କ’ଣ କହିବ, ସେ ବିଷୟରେ ଆଦୌ ଚିନ୍ତା କର ନାହିଁ। 12 କାରଣ ସେହି ସମୟରେ ପବତ୍ର ଆତ୍ମା ତୁମ୍ଭମାନଙ୍କୁ ଶିଖାଇ ଦେବେ ତୁମ୍ଭମାନଙ୍କୁ କ’ଣ କହିବାକୁ ହେବ।।”
2010 by World Bible Translation Center