Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 31:9-16

ହେ ସଦାପ୍ରଭୁ, ମୋ’ ଉପରେ ଅନେକ ବିପଦ ପଡ଼ିଛି, ତେଣୁ ମୋ’ ପ୍ରତି କରୁଣା କର।
    ମୁଁ ଏତେ ବିଚଳିତ ହୋଇ ପଡ଼ିଛି ଯେ ମୋର ଚକ୍ଷୁ ଯନ୍ତ୍ରଣା କରୁଛି।
    ମୋର ଗଳା ଶୁଖି ଯାଉଛି, ମୋ’ ପାକସ୍ଥଳୀ ଯନ୍ତ୍ରଣା ଦେଉଛି।
10 ମୋର ଜୀବନ ଦୁଃଖରେ ଶେଷ ହେବାକୁ ଯାଉଛି।
ମୋର ଜୀବନ ଦୁଃଖରେ ସରିଯିବ।
    ମୋର ଅସ୍ଥିସବୁ କ୍ଷୀଣ ହୋଇ ଯାଉଛି
    ଓ ମୁଁ ଅଧିକରୁ ଅଧିକ ଦୁର୍ବଳ ହୋଇଯାଉଛି।
11 ମୋର ଶତ୍ରୁମାନେ ମୋତେ ଘୃଣା କରନ୍ତି,
    ମୋର ପଡ଼ୋଶୀମାନେ ମଧ୍ୟ ମୋତେ ଘୃଣା କରନ୍ତି।
ମୋର ବନ୍ଧୁବାନ୍ଧବମାନେ ରାସ୍ତାରେ ଦେଖା ହେଲେ
    ଭୟ କରି ମୋ’ଠାରୁ ଦୂରେଇ ଯାଆନ୍ତି।
12 ଲୋକମାନେ ମୋତେ ସମ୍ପୂର୍ଣ୍ଣ ଭୁଲି ଗଲେଣି
    ଯେମିତି କୌଣସି ପୁରୁଣା ଭଙ୍ଗାପାତ୍ର ପରି।
13 ମୁଁ ଲୋକମାନେ କହୁଥିବା ସେହି ଭୟଙ୍କର କଥାସବୁ ଶୁଣେ,
    ସେମାନେ ମୋ’ ବିରୁଦ୍ଧରେ ଯୋଜନା କରୁଛନ୍ତି।
    ସେମାନେ ମୋତେ ମାରିବାକୁ ମନ୍ତ୍ରଣା କରୁଛନ୍ତି।

14 ହେ ସଦାପ୍ରଭୁ ମୁଁ ତୁମ୍ଭର ଆଶ୍ରିତ ଅଟେ।
    ତୁମ୍ଭେ ହିଁ ମୋର ପରମେଶ୍ୱର।
15 ମୋର ଜୀବନ ତୁମ୍ଭ ହାତରେ, ମୋତେ ଶତ୍ରୁ କବଳରୁ ତୁମ୍ଭେ ଉଦ୍ଧାର କର।
    କେତେକ ଲୋକ ମୋ’ ପଛରେ ଗୋଡ଼ାଇଛନ୍ତି।
    ସେମାନଙ୍କଠାରୁ ମୋତେ ରକ୍ଷା କର।
16 ଆପଣା ସେବକକୁ ଦୟାକର
    ଓ ଆପଣା ସ୍ନେହପୂର୍ଣ୍ଣ କରୁଣା ପ୍ରଦର୍ଶନ କରି ମୋର ଜୀବନ ରକ୍ଷା କର।

ଲେବୀୟ ପୁସ୍ତକ 23:1-8

ସ୍ୱତନ୍ତ୍ର ବିଶ୍ରାମ ଦିନ

23 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ସଦାପ୍ରଭୁଙ୍କର ଯେଉଁସବୁ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘୋଷଣା କରିବ, ଆମ୍ଭର ସେସମସ୍ତ ପର୍ବ ଏହି।

ବିଶ୍ରାମ ଦିନ

“ଛଅ ଦିନ କାମ କରାଯିବ, ମାତ୍ର ସପ୍ତମ ଦିନ, ବିଶ୍ରାମ ଦିନ। ଅର୍ଥାତ୍ ପବିତ୍ର ସଭା ହେବ। ତୁମ୍ଭେମାନେ କୌଣସି ପ୍ରକାର କର୍ମ କରିବ ନାହିଁ। ତାହା ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ଦିନ ହେବ।

ନିସ୍ତାରପର୍ବ

“ଏଗୁଡ଼ିକ ସଦାପ୍ରଭୁଙ୍କ ନିରୂପିତ ପର୍ବ। ତୁମ୍ଭେମାନେ ସେହି ନିରୂପିତ ଦିନରେ ପବିତ୍ର ସଭା ଘୋଷଣା କରିବ। ପ୍ରଥମ ମାସରେ, ମାସର ଚତୁର୍ଦ୍ଦଶ ଦିନରେ ସନ୍ଧ୍ୟାବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବ ହେବ।

ତାଡ଼ିଶୂନ୍ୟ ରୋଟୀର ପର୍ବ

“ପୁଣି ସେହି ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଡ଼ିଶୂନ୍ୟ ରୋଟୀର ପର୍ବ ହେବ। ତୁମ୍ଭେମାନେ ସାତ ଦିନ ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ। ପର୍ବର ପ୍ରଥମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ। ସେଦିନ ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ। ମାତ୍ର ତୁମ୍ଭେମାନେ ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କରିବା ଉଚିତ୍। ସପ୍ତମ ଦିନରେ ବିଶେଷ ସଭା ହେବ। ତୁମ୍ଭେମାନେ ସେଦିନ କୌଣସି ବ୍ୟବସାୟ କିମ୍ବା କୌଣସି ଚିରାଚରିତ କର୍ମ କରିବା ଉଚିତ୍ ନୁହେଁ।”

ଲୂକ ଲିଖିତ ସୁସମାଗ୍ଭର 22:1-13

ଯିହୂଦୀ ନେତାମାନେ ଯୀଶୁଙ୍କୁ ମାରିଦେବାକୁ ଗ୍ଭହିଁଲେ(A)

22 ଖମୀରଶୂନ୍ୟ ରୋଟୀ ପର୍ବ, ଯାହାକୁ ନିସ୍ତାରପର୍ବ ମଧ୍ୟ କୁହାଯାଏ, ତାହାର ସମୟ ନିକଟ ହୋଇ ଆସୁଥିଲା। ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ଜୀବନରେ ମାରିଦେବା ପାଇଁ ଉପାୟ ଖୋଜୁଥିଲେ। କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।

ଯୀଶୁଙ୍କ ବିରୁଦ୍ଧରେ ଯିହୂଦାଙ୍କ ଯୋଜନା

ଯୀଶୁଙ୍କର ବାରଜଣ ପ୍ରେରିତଙ୍କ ମଧ୍ୟରେ ଜଣକର ନାମ ଥିଲା ଇଷ୍କାରିୟୋତ ଯିହୂଦା। ଶୟତାନ ଯିହୂଦାଙ୍କ ଶରୀର ମଧ୍ୟରେ ପ୍ରବେଶ କରି ତାହାଙ୍କୁ ଗୋଟିଏ ଖରାପ କାମ କରିବା ପାଇଁ ପ୍ରବର୍ତ୍ତାଇଲା। ଯିହୂଦା ଯାଇ ପ୍ରଧାନଯାଜକ ଓ ମନ୍ଦିରର ସେନାପତିମାନଙ୍କ ସହିତ କଥାବାର୍ତ୍ତା କଲା। ଯୀଶୁଙ୍କୁ ସେମାନଙ୍କ ହାତରେ ସମର୍ପଣ କରିବା ପାଇଁ ଯିହୂଦା ସେମାନଙ୍କ ସହିତ ଏକ ମନ୍ତ୍ରଣା କଲା। ଏଥିରେ ଯାଜକମାନେ ଖୁସୀ ହୋଇଗଲେ। ଯୀଶୁଙ୍କୁ ସେମାନଙ୍କ ହାତରେ ଦେଇଦେଲେ ସେମାନେ ଯିହୂଦାକୁ ଅର୍ଥ ଦେବା ପାଇଁ ପ୍ରତିଶ୍ରୁତି ଦେଲେ। ଯିହୂଦା ରାଜି ହେଲା। ସେ ଯୀଶୁଙ୍କୁ ଯାଜକମାନଙ୍କ ହାତରେ ଧରେଇ ଦେବା ପାଇଁ ଗୋଟିଏ ସୁଯୋଗର ଅପେକ୍ଷାରେ ରହିଲା। ଯିହୂଦା ଗ୍ଭହୁଁଥିଲା ଯେ, ଯେତେବେଳେ କୌଣସି ଲୋକ ଉପସ୍ଥିତ ନ ଥିବେ, ସେ ସେତିକିବେଳେ ଏ କାମ କରିବ।

ନିସ୍ତାରପର୍ବର ଖାଦ୍ୟ ତିଆରି(B)

ଖମୀରହୀନ ରୋଟୀ ପର୍ବର [a] ଦିନଟି ଆସିଗଲା। ଏହି ଦିନ ଯିହୂଦୀମାନେ ନିସ୍ତାରପର୍ବର ମେଷଶାବକମାନଙ୍କୁ ବଳି ଦିଅନ୍ତି। ଯୀଶୁ ପିତର ଓ ଯୋହନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଆମ୍ଭମାନଙ୍କର ଖାଇବା ପାଇଁ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତି କର।”

ପିତର ଓ ଯୋହନ ଯୀଶୁଙ୍କୁ ପଗ୍ଭରିଲେ, “ଏ ଖାଦ୍ୟ କେଉଁ ସ୍ଥାନରେ ଆମ୍ଭେ ପ୍ରସ୍ତୁତି କରିବୁ ବୋଲି ଆପଣ ଗ୍ଭହୁଁଛନ୍ତି?”

ଯୀଶୁ ସେମାନଙ୍କୁ କହିଲେ, 10 “ଶୁଣ! ତୁମ୍ଭେମାନେ ନଗର ଭିତରକୁ ଯିବା ପରେ ଜଣେ ଲୋକକୁ ପାଣି ମାଠିଆଟିଏ ନେଇ ଯାଉଥିବାର ଦେଖିବ। ତୁମ୍ଭେମାନେ ତା’ ପଛେ ପଛେ ଯିବ। ସେ ଗୋଟିଏ ଘର ଭିତରକୁ ଯିବ। ତୁମ୍ଭେମାନେ ତା’ ସହିତ ଯିବ। 11 ତୁମ୍ଭେମାନେ ଘରମାଲିକଙ୍କୁ ପଗ୍ଭରିବ, ‘ଗୁରୁ ପଗ୍ଭରୁଛନ୍ତି ଯେ ସେ ଓ ତାହାଙ୍କର ଶିଷ୍ୟମାନେ ନିସ୍ତାରପର୍ବର [b] ଖାଦ୍ୟ ଯେଉଁଠାରେ ଖାଇବେ, ତୁମ୍ଭେ ତାହା ଆମ୍ଭକୁ ଦେଖାଇ ଦିଅ।’ 12 ତା’ପରେ ଘରମାଲିକ ତୁମ୍ଭମାନଙ୍କୁ ଉପର ମହଲାର ଗୋଟିଏ ବଡ଼ ବଖରା ଦେଖାଇ ଦେବେ। ଏ ବଖରାଟିରେ ତୁମ୍ଭେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କରିବ।”

13 ପିତର ଓ ଯୋହନ ବାହାରି ଗଲେ। ଯୀଶୁ ଯେଭଳି କହିଥିଲେ, ସବୁ ଘଟଣା ସେହିଭଳି ଘଟିଲା। ସେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center