Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ସ୍ୱରରେ ଦାଉଦଙ୍କ ମସ୍କୀଲ୍।
53 କେବଳ ନିର୍ବୋଧଗଣ ଭାବନ୍ତି, ପରମେଶ୍ୱର ନାହାନ୍ତି।
ସେମାନେ ଦୁର୍ନିତୀଗ୍ରସ୍ତ ଓ ସେମାନଙ୍କର କୁକର୍ମଗୁଡ଼ିକ ଭୟଙ୍କର,
ଓ ସେମାନଙ୍କ ମଧ୍ୟରୁ କେହି ଭଲକାମ କରନ୍ତି ନାହିଁ।
2 ପରମେଶ୍ୱର ସ୍ୱର୍ଗରୁ ସମସ୍ତ ମନୁଷ୍ୟ ସମାଜକୁ ନିରୀକ୍ଷଣ କରନ୍ତି।
ସେ ଲକ୍ଷ୍ୟ କରନ୍ତି, ଯଦି କେହି ଜ୍ଞାନୀ ବ୍ୟକ୍ତି
ପରମେଶ୍ୱରଙ୍କୁ ଅନ୍ୱେଷଣ କରେ।
3 ସେମାନଙ୍କର ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରୁ ବିମୁଖ ହୋଇଛନ୍ତି।
ସେ ସମସ୍ତେ ଅଶୁଚି ହୋଇଛନ୍ତି।
କୌଣସି ଲୋକ ସେମାନଙ୍କ ମଧ୍ୟରୁ ସୁକର୍ମ କରି ନାହାନ୍ତି।
ନାଁ, ଜଣେ କେହି ନାହିଁ!
4 ପରମେଶ୍ୱର କହନ୍ତି, “ଦୁଷ୍ଟମାନେ କିଛି ବୁଝନ୍ତି ନାହିଁ?
ଅଧର୍ମାଗ୍ଭରୀମାନେ ଖାଦ୍ୟଗ୍ରାସ କଲାପରି ମୋ’ ଲୋକମାନଙ୍କୁ ଗ୍ରାସ କରୁଛନ୍ତି
ଏବଂ ସେମାନେ ମୋତେ ପ୍ରାର୍ଥନା କରନ୍ତି ନାହିଁ।”
5 କିନ୍ତୁ ସେହି ଅଧର୍ମାଗ୍ଭରୀ ଲୋକମାନେ ଭୟଭୀତ ହେବେ।
ଏପରି ସେମାନେ ପୂର୍ବରୁ କେବେ ଭୟଭୀତ ହୋଇ ନ ଥିବେ।
ଇସ୍ରାଏଲ, ସେହି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି।
କିନ୍ତୁ ପରମେଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି।
ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରିବ ଏବଂ ପରମେଶ୍ୱର ସେମାନଙ୍କର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।
6 ମୁଁ ଇଚ୍ଛାକରେ, ସେହି ବିଜୟ ସିୟୋନ ପର୍ବତରୁ
ଇସ୍ରାଏଲକୁ ଆସନ୍ତା କି!
ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ ପୁଣି ଥରେ ବନ୍ଦୀତ୍ୱରୁ ଆଣିବେ,
ସେତେବେଳେ ଯାକୁବ ଆନନ୍ଦିତ ହେବେ
ଏବଂ ଇସ୍ରାଏଲ ଉଲ୍ଲସିତ ହେବେ।
ଭୂମି ବିଶ୍ରାମର ସମୟ
25 ଅନନ୍ତର ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କୁ କହିଲେ, 2 “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ତୁମ୍ଭେମାନେ ସେହି ଦେଶରେ ପ୍ରବେଶ କଲେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମି ବିଶ୍ରାମ କରିବ। 3 ଛଅ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ନିଜ ନିଜ କ୍ଷେତ୍ରରେ ବୀଜ ବୁଣିବ ଓ ଛଅ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ନିଜ ଦ୍ରାକ୍ଷାଲତା ଝାଡ଼ିବ ଓ ତହିଁର ଫଳ ସଂଗ୍ରହ କରିବ। 4 ମାତ୍ର ସପ୍ତମ ବର୍ଷରେ ଭୁମିକୁ ତୁମ୍ଭେମାନେ ବିଶ୍ରାମ ଦେବ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହା ମହାବିଶ୍ରାମ ହେବ। ତୁମ୍ଭେମାନେ ନିଜ କ୍ଷେତ୍ରରେ ବୀଜ ବୁଣିବ ନାହିଁ କି ନିଜ ଦ୍ରାକ୍ଷାଲତା ଝାଡ଼ିବ ନାହିଁ। 5 ଯେଉଁ ଶସ୍ୟ ତୁମ୍ଭ କ୍ଷେତ୍ରରେ ଆପେ ହୋଇଥିବ, ତାକୁ ତୁମ୍ଭେମାନେ କାଟିବ ନାହିଁ କିମ୍ବା ତୁମ୍ଭ ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ। ତାହା ଭୂମିର ମହାବିଶ୍ରାମ ବର୍ଷ ହେବ।
6 “ଯଦିଓ ଭୂମି ପାଇଁ ବିଶ୍ରାମ ଅଟେ, ତୁମ୍ଭମାନଙ୍କ ପାଇଁ ଖାଦ୍ୟର ଅଭାବ ହେବ ନାହିଁ। ତୁମ୍ଭ ଦାସମାନଙ୍କର, ତୁମ୍ଭ ବର୍ତ୍ତନଜୀବୀମାନଙ୍କର ଓ ତୁମ୍ଭ ସହବାସୀ ବିଦେଶୀମାନଙ୍କର ଭକ୍ଷ୍ୟର ଅଭାବ ହେବ ନାହିଁ। ତେଣୁ ତୁମ୍ଭମାନଙ୍କର କାହାରି ଖାଦ୍ୟର ଅଭାବ ରହିବ ନାହିଁ। 7 ଆଉ ତୁମ୍ଭମାନଙ୍କର ପଶୁର ଓ ଅନ୍ୟାନ୍ୟ ବନପଶୁମାନଙ୍କ ନିମନ୍ତେ ପ୍ରଚୁର ଖାଦ୍ୟ ହେବ।
ଯୋବେଲ ମୁକ୍ତିର ବର୍ଷ
8 “ଆଉ ତୁମ୍ଭେ ନିଜ ପାଇଁ ସାତ ବିଶ୍ରାମ ବର୍ଷ, ଅର୍ଥାତ୍ ସାତଗୁଣ ସାତ ବର୍ଷ ଗଣନା କରିବ, ତାହା ଦ୍ୱାରା ସେହି ସାତଗୁଣ ସାତ ବର୍ଷର ସମୟ ତୁମ୍ଭ ପାଇଁ ଅଣଗ୍ଭଶ ବର୍ଷ ହେବ। 9 ତହୁଁ ସପ୍ତମ ମାସର ଦଶମ ଦିନରେ ତୁମ୍ଭେ ମହାଶବ୍ଦକାରୀ ତୂରୀ ବଜାଇବ, ପ୍ରାୟଶ୍ଚିତ ଦିନରେ ତୁମ୍ଭେମାନେ ନିଜର ସମଗ୍ର ଦେଶରେ ତୂରୀ ବଜାଇବ। 10 ପୁଣି ତୁମ୍ଭେ ପଗ୍ଭଶତମ ବର୍ଷକୁ ପବିତ୍ରରୂପେ ବିବେଚନା କରିବ। ସମୁଦାୟ ଦେଶରେ ପ୍ରତ୍ୟେକ ବାସିନ୍ଦାମାନଙ୍କ ପ୍ରତି ମୁକ୍ତି ଘୋଷଣା କରିବ। ତାହା ତୁମ୍ଭମାନଙ୍କ ନିମନ୍ତେ ‘ଯୋବେଲ’ (ମହୋଲ୍ଲାସ ଉତ୍ସବ) ହେବ। ତୁମ୍ଭେମାନେ ସମସ୍ତେ ନିଜ ନିଜର ସମ୍ପତ୍ତି ନିକଟକୁ ଫେରିଯିବ ଓ ପ୍ରତ୍ୟେକ ନିଜ ନିଜ ବଂଶ ନିକଟକୁ ଫେରିଯିବ। 11 ସେହି ପଗ୍ଭଶତମ ବର୍ଷ ବ୍ୟାପି ତୁମ୍ଭମାନଙ୍କ ନିମନ୍ତେ ଯୋବେଲ ହେବ। ତୁମ୍ଭେମାନେ କ୍ଷେତ୍ରରେ ଶସ୍ୟ ବୁଣିବ ନାହିଁ କିମ୍ବା ଆପେ ବଢ଼ିଥିବା ଶସ୍ୟ କାଟିବ ନାହିଁ ଓ ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ। 12 କାରଣ ସେହି ବର୍ଷ ମହୋଲ୍ଲାସ-ଉତ୍ସବ ଅଟେ, ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହେବ। ତଥାପି ତୁମ୍ଭେମାନେ କ୍ଷେତ୍ରୋତ୍ପନ୍ନ ଶସ୍ୟାଦି ଖାଇ ପାରିବ। 13 ସେ ମହୋଲ୍ଲାସ-ଉତ୍ସବ ବର୍ଷରେ ପ୍ରତ୍ୟେକ ନିଜ ନିଜ ଅଧିକାରକୁ ଫେରିଯିବା ଉଚିତ୍।
14 “ତୁମ୍ଭେ ଯେତେବେଳେ ତୁମ୍ଭର ପ୍ରତିବାସୀ ନିକଟରେ ଜମି ବିକ୍ରୟ କରିବ, ସେତେବେଳେ ତାହା ସହିତ କୌଣସି ପ୍ରତାରଣା କର ନାହିଁ। ପୁଣି ଯେତେବେଳେ କିଣିବ, ତେବେ ତା’ ପ୍ରତି ଅନ୍ୟାୟ କରିବ ନାହିଁ। 15 ତୁମ୍ଭେ ମହୋଲ୍ଲାସ-ଉତ୍ସବ ପରବର୍ଷର ସଂଖ୍ୟା ଅନୁସାରେ ଆପଣା ପ୍ରତିବାସୀଠାରୁ କିଣିବ ଓ ଫଳ ଉତ୍ପତ୍ତି ବର୍ଷର ସଂଖ୍ୟା ଅନୁସାରେ ସେ ତୁମ୍ଭଠାରେ ବିକ୍ରୟ କରିବ। 16 ତୁମ୍ଭେ ମହୋଲ୍ଲାସ-ଉତ୍ସବ ବର୍ଷର ଆଧିକ୍ୟ ଅନୁସାରେ ତହିଁର ମୂଲ୍ୟ ବୃଦ୍ଧି କରିବ ଓ ବର୍ଷର ନ୍ୟୂନତା ଅନୁସାରେ ମୂଲ୍ୟ ଊଣା କରିବ, କାରଣ ସେ ତୁମ୍ଭକୁ ବର୍ଷର ସଂଖ୍ୟା ଅନୁସାରେ ଭୂମି ଜାତ ଦ୍ରବ୍ୟ ବିକ୍ରୟ କରିବ। 17 ତୁମ୍ଭେମାନେ ପରସ୍ପର ପ୍ରତି ଅନ୍ୟାୟ କରିବ ନାହିଁ। କିନ୍ତୁ ଆପଣା ପରମେଶ୍ୱରଙ୍କୁ ଭୟ କରିବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
18 “ଆମ୍ଭର ବ୍ୟବସ୍ଥା ଅନୁସାରେ ଆଚରଣ କରିବ ଓ ଆମ୍ଭର ଶାସନ ସକଳ ମାନିବ ଓ ପାଳନ କରିବ। ତାହାହେଲେ ତୁମ୍ଭେମାନେ ଦେଶରେ ନିର୍ଭୟରେ ବାସ କରି ପାରିବ। 19 ପୁଣି ଭୁମିରେ ପ୍ରଚୁର ଶସ୍ୟ ଉତ୍ପନ୍ନ ହେବ। ତୁମ୍ଭେମାନେ ତୃପ୍ତିରେ ଭୋଜନ କରିବ ଓ ଦେଶରେ ନିର୍ଭୟରେ ବାସ କରିବ।
9 ତା’ପରେ ଦୂତ ମୋତେ କହିଲେ, “ଏହା ଲେଖ: ମେଷଶାବକଙ୍କ ବିବାହ ଭୋଜିକୁ ନିମନ୍ତ୍ରିତ ବ୍ୟକ୍ତିମାନେ ଧନ୍ୟ!” ସେ ଦୂତ ପୁଣି କହିଲେ, “ପରମେଶ୍ୱରଙ୍କର ବାକ୍ୟ ସତ୍ୟ ଅଟେ।”
10 ତା’ପରେ ମୁଁ ଦୂତଙ୍କୁ ପ୍ରଣାମ କରିବା ପାଇଁ ତାହାଙ୍କ ପାଦତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ଖ୍ରୀଷ୍ଟ ବିଶ୍ୱାସୀ ଓ ଯୀଶୁଙ୍କର ସାକ୍ଷୀ ଭାଇମାନଙ୍କ ପରି ପରମେଶ୍ୱରଙ୍କର ଜଣେ ସେବକ ମାତ୍ର। ତେଣୁ ପରମେଶ୍ୱରଙ୍କୁ ଉପାସନା କର! କାରଣ ଯୀଶୁଙ୍କ ପାଇଁ ସାକ୍ଷ୍ୟ ହେଉଛି ଭବିଷ୍ୟଦ୍ବାଣୀର ମୂଳ ଆତ୍ମା ସ୍ୱରୂପ।’’
2010 by World Bible Translation Center