Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯାତ୍ରାପୁସ୍ତକ 12:1-4

ନିସ୍ତାରପର୍ବ

12 ଯେଉଁ ସମୟରେ ମୋଶା ଏବଂ ହାରୋଣ ମିଶରରେ ଥିଲେ, ସଦାପ୍ରଭୁ ସେମାନଙ୍କୁ କହିଲେ, “ଏହି ମାସ ତୁମ୍ଭମାନଙ୍କ ପାଇଁ ବର୍ଷର ପ୍ରଥମ ମାସ ହେବ ଏବଂ ଏହା ତୁମ୍ଭମାନଙ୍କ ପାଇଁ ପ୍ରଧାନ ମାସ ହେବ। ଏହି ଆଜ୍ଞା ସମଗ୍ର ଇସ୍ରାଏଲୀୟମାନଙ୍କ ପାଇଁ ଥିଲା। ଏହି ମାସର ଦଶମ ଦିନରେ ପ୍ରତ୍ୟେକ ଲୋକ ଗୋଟିଏ ମେଷ ଶାବକ ଆପଣା ପରିବାରମାନଙ୍କ ପାଇଁ ନେବ। ଯଦି, ତୁମ୍ଭ ପରିବାରରେ ଯଥେଷ୍ଟ ଲୋକ ନ ଥା’ନ୍ତି ତାକୁ ଖାଇବାକୁ, ତେବେ ସେ ତା’ର ପଡ଼ୋଶୀଙ୍କୁ ନିମନ୍ତ୍ରଣ କରି ଆଣିବ। ସମସ୍ତଙ୍କ ପାଇଁ ଯେପରି ଉପଯୁକ୍ତ ପରିମାଣରେ ଖାଦ୍ୟ ହେବ।

ଯାତ୍ରାପୁସ୍ତକ 12:5-10

ଯେଉଁ ମେଷ ଶାବକଟିକୁ ନେବ ତାହା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟବାନ ଓ ଏହା ଏକ ବର୍ଷର ପୁରୁଷ ମେଷ ହେବା ଆବଶ୍ୟକ। ଏହି ପଶୁଟି ଏକ ଯୁବାମେଷ କିମ୍ବା ଏକ ଛେଳି ଶାବକ ହେବା ଦରକାର। ତୁମ୍ଭମାନଙ୍କୁ ସେହି ମେଷ ଶାବକକୁ ମାସର ଚତୁର୍ଦ୍ଦଶ ଦିନଯାଏ ନଜରରେ ରଖିବାକୁ ହେବ। ସେହି ଦିନ ଇସ୍ରାଏଲର ସମସ୍ତ ଲୋକମାନେ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ପୂର୍ବରୁ ଏମାନଙ୍କୁ ହତ୍ୟା କରିବେ। ତୁମ୍ଭେମାନେ ସେହି ପଶୁର ରକ୍ତ ନେଇ ତୁମ୍ଭେ ଯେଉଁ ଘରେ ମେଷ ଖାଉଥିବ, ସେହି ଗୃହର ଦ୍ୱାରବନ୍ଧ ଉପର ଓ ବାଜୁବନ୍ଧ ପାଖରେ ସେହି ରକ୍ତ ଲଗାଇବ।

“ସେହି ରାତ୍ରିରେ, ତୁମ୍ଭେ ତା’ର ମାଂସକୁ ଅଗ୍ନିରେ ଦ‌ଗ୍‌ଧ କରି ତାଡ଼ି ଶୂନ୍ୟ ରୋଟୀ ଓ ତିକ୍ତ ଶାକ ସହିତ ତାହା ଭୋଜନ କରିବ। ତୁମ୍ଭେ ସେହି ମାଂସକୁ କଞ୍ଚା ଖାଇବ ନାହିଁ କିମ୍ବା ପାଣିରେ ସିଝାଇବ ନାହିଁ। ତୁମ୍ଭେ ସେହି ମେଷ ଶାବକକୁ ନିଆଁରେ ପୁରାପୁରି ପୋଡ଼ିବା ଉଚିତ୍। ମେଷର ମୁଣ୍ତ, ଗୋଡ଼ ଏବଂ ଭିତରର ସମସ୍ତ ଅଂଶ ରହିବା ଉଚିତ୍। 10 ତୁମ୍ଭେ ନିଶ୍ଚିତ ତା’ର ମାଂସକୁ ସେହି ଦିନ ରାତ୍ରିରେ ଖାଇ ଶେଷ କରିବ। ଯଦି କିଛି ମାଂସ ପ୍ରଭାତ ପର୍ଯ୍ୟନ୍ତ ବଳିଯାଏ, ତେବେ ତାହାକୁ ନ ଖାଇ ଅଗ୍ନିରେ ଦ‌ଗ୍‌ଧ କରିବ।

ଯାତ୍ରାପୁସ୍ତକ 12:11-14

11 “ତୁମ୍ଭେମାନେ ଯେତେବେଳେ ଏହି ମାଂସ ଭୋଜନ କରିବ, ସେତେବେଳେ ତୁମ୍ଭେମାନେ ଉତ୍ତମ ପୋଷାକମାନ ପରିଧାନ କରିବ, ତୁମ୍ଭେମାନେ ଭ୍ରମଣ ପାଇଁ ଯିବା ବେଳେ ଯେଉଁପରି ଭାବରେ ପୋଷାକ ପରିଧାନ କର। ତୁମ୍ଭେ ଜୋତା ପିନ୍ଧିବା ଉଚିତ୍ ଓ ତୁମ୍ଭ ହସ୍ତରେ ତୁମ୍ଭର ଆଶାବାଡ଼ି ରହିବା ଉଚିତ୍। ତୁମ୍ଭେ ଏହାକୁ ଶୀଘ୍ର ଭୋଜନ କରିବ। କାରଣ ଏହା ହେଉଛି ସଦାପ୍ରଭୁଙ୍କର ନିସ୍ତାରପର୍ବ।

12 “ଆଜି ରାତ୍ରିରେ ମୁଁ ମିଶର ଦେଶ ମଧ୍ୟଦେଇ ଯିବି ଓ ସେମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କରିବି। ଏହି ପ୍ରକାରରେ ମିଶରର ସମସ୍ତ ଦେବତାମାନଙ୍କର ବିଗ୍ଭର କରିବି। ମୁଁ ତାଙ୍କୁ ଦେଖାଇବି ଯେ, ମୁଁ ହେଉଛି ସଦାପ୍ରଭୁ। 13 ମନେରଖ ସେହି ରକ୍ତ ତୁମ୍ଭ ଘରମାନଙ୍କର ଚିହ୍ନ ସ୍ୱରୂପ ହେବ। ମୁଁ ଯେତେବେଳେ ସେହି ରକ୍ତ ଦେଖିବି ସେହି ଘରକୁ ଛାଡ଼ି ଆଗକୁ ଆଗେଇବି। ସଂହାର କାର୍ଯ୍ୟ କେବଳ ମିଶର ଉପରେ ହେବ ତୁମ୍ଭମାନଙ୍କର କିଛି ହେବ ନାହିଁ।

14 “ତେଣୁ ତୁମ୍ଭେମାନେ ଭଲଭାବେ ମନେରଖ ଯେ, ଆଜି ରାତ୍ରଟି ତୁମ୍ଭମାନଙ୍କ ପାଇଁ ସ୍ମରଣୀୟ ଦିନ ହେବ। ତୁମ୍ଭେମାନେ ଏହି ଦିନକୁ ସଦାପ୍ରଭୁଙ୍କର ପର୍ବରୂପେ ପାଳନ କରିବ। ତୁମ୍ଭର ଭବିଷ୍ୟଦ୍ ବଂଶଧରମାନେ ଏହି ପର୍ବ ପ୍ରତି ବର୍ଷ ପାଳନ କରିବେ।

ଗୀତସଂହିତା 116:1-2

116 ମୁଁ ତାଙ୍କୁ ପ୍ରେମ କରେ,
    କାରଣ ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଅଛନ୍ତି।
ମୁଁ ତାଙ୍କୁ ଭଲ ପାଏ ଯେତେବେଳେ ସେ ମୋ’ ପ୍ରାର୍ଥନା ଶୁଣିଲେ
    ଏବଂ ମୁଁ ମୃତ୍ୟୁବରଣ କଲା ପୂର୍ବରୁ [a] ଉତ୍ତର ଦେଲେ।

ଗୀତସଂହିତା 116:12-19

12 ସେ କରିଥିବା ମଙ୍ଗଳଦାନର ଫଳସ୍ୱରୂପ
    ମୁଁ ସଦାପ୍ରଭୁଙ୍କୁ କ’ଣ ଦେଇପାରେ?
13 ସେ ମୋତେ ରକ୍ଷା କଲେ।
    ତେଣୁ ମୁଁ ତାଙ୍କୁ ପେୟନୈବେଦ୍ୟ ଉତ୍ସର୍ଗ କରିବି।
    ଏବଂ ମୁଁ ସଦାପ୍ରଭୁଙ୍କ ନାମ ପ୍ରାର୍ଥନା କରିବି।
14 ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ
    ତାଙ୍କର ସବୁ ଲୋକଙ୍କ ଆଗରେ ପୂର୍ଣ୍ଣ କରିବି।

15 ସଦାପ୍ରଭୁଙ୍କର ଅନୁସରଣକାରୀ ମଧ୍ୟରୁ
    ସ‌ଦ୍‌ଭକ୍ତମାନଙ୍କ ମୃତ୍ୟୁ ବହୁମୂଲ୍ୟ ଅଟେ।
16 ମୁଁ ତୁମ୍ଭର ଦାସ।
    ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ।
    ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁର ଶିଙ୍କୁଳିରୁ ମୁକ୍ତ କର।
17 ମୁଁ ତୁମ୍ଭକୁ ଏକ ଧନ୍ୟବାଦାର୍ଥକ ବଳି ଦେବି।
    ମୁଁ ସଦାପ୍ରଭୁଙ୍କର ନାମକୁ ଡାକିବି।
18 ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ
    ତାଙ୍କ ଲୋକମାନଙ୍କ ଆଗରେ ପୂର୍ଣ୍ଣ କରିବି।
19 ମୁଁ ତାଙ୍କର ଯିରୁଶାଲମରେ ଥିବା
    ମନ୍ଦିରକୁ ଯିବି।

ସଦାପ୍ରଭୁଙ୍କର ପ୍ରଶଂସା କର!

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:23-26

23 ଯେଉଁ ଶିକ୍ଷା ମୁଁ ପ୍ରଭୁଙ୍କଠାରୁ ଗ୍ରହଣ କରିଥିଲି, ସେହି ସମାନ ଶିକ୍ଷା ତୁମ୍ଭମାନଙ୍କୁ ଦେଲି। ଯେଉଁ ରାତ୍ରିରେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଧରାଇ ଦିଆଯାଇଥିଲା। ସେହି ରାତ୍ରିରେ ସେ ରୋଟୀ ନେଲେ ଓ ତା’ ପାଇଁ ଧନ୍ୟବାଦ ଦେଇଥିଲେ। 24 ତା’ପରେ ସେହି ରୋଟୀକୁ ଛିଣ୍ଡାଇ ସେ କହିଲେ: “ଏହା ତୁମ୍ଭମାନଙ୍କ ନିମନ୍ତେ ମୋର ଶରୀର। ମୋତେ ସ୍ମରଣ କରିବା ପାଇଁ ତୁମ୍ଭେମାନେ ଏହା କର।” 25 ସେହିପରି ସେମାନେ ଖାଇ ସାରିଲା ପରେ, ସେ ପାନପାତ୍ର ନେଲେ ଓ କହିଲେ: “ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ଚୁକ୍ତିର ନିଦର୍ଶନ। ତୁମ୍ଭେମାନେ ଯେତେଥର ଏହି ପାତ୍ରକୁ ପାନ କରିବ, ମୋତେ ସ୍ମରଣ କରିବା ପାଇଁ ତାହା କରିବ।” 26 ପ୍ରତ୍ୟେକ ଥର ଏହି ରୋଟୀ ଖାଇଲା ବେଳେ ଓ ଏହି ପାନପାତ୍ରରୁ ପାନ କଲାବେଳେ, ପ୍ରଭୁଙ୍କ ଦିନ ଆସିବା ପର୍ଯ୍ୟନ୍ତ, ପ୍ରଭୁଙ୍କ ମୃତ୍ୟୁର ଘୋଷଣା କରୁଥିବ।

ଯୋହନ ଲିଖିତ ସୁସମାଗ୍ଭର 13:1-17

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କର ପାଦ ଧୋଇଲେ

13 ସେତେବେଳେ ଯିହୂଦୀମାନଙ୍କର ନିସ୍ତାରପର୍ବ ସମୟ ପ୍ରାୟ ହୋଇଯାଇଥିଲା। ଯୀଶୁ ଜାଣିଥିଲେ, ତାହାଙ୍କୁ ଜଗତକୁ ଛାଡ଼ିଯିବାର ସମୟ ଉପସ୍ଥିତ ହୋଇଗଲାଣି। ବର୍ତ୍ତମାନ ସେ ତାହାଙ୍କ ପରମପିତାଙ୍କ ନିକଟକୁ ଫେରିଯିବେ। ସେ ସବୁବେଳେ ଏହି ଜଗତରେ ଥିବା ତାହାଙ୍କ ନିଜର ହୋଇଯାଇଥିବା ଲୋକମାନଙ୍କୁ ଭଲ ପାଉଥିଲେ। ସେ ସେମାନଙ୍କ ପ୍ରତି ତାହାଙ୍କର ଗଭୀର ଓ ଚୁଡ଼ାନ୍ତ ପ୍ରେମ ଦେଖାଇଥିଲେ।

ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସନ୍ଧ୍ୟା ଭୋଜନରେ ବସିଥିଲେ। ଶିମୋନର ପୁତ୍ର ଇଷ୍କାରିୟୋତ ଯିହୂଦାଙ୍କୁ ଯୀଶୁଙ୍କ ବିରୁଦ୍ଧରେ ଶୟତାନ ପ୍ରବର୍ତ୍ତାଇ ସାରିଥିଲା। ପରମପିତା ଯୀଶୁଙ୍କୁ ସବୁ ବିଷୟରେ କ୍ଷମତା ଦେଇଥିଲେ। ଯୀଶୁ ଏହା ଜାଣିଥିଲେ। ସେ ପରମେଶ୍ୱରଙ୍କଠାରୁ ଆସିଛନ୍ତି, ବୋଲି ମଧ୍ୟ ଜାଣିଥିଲେ। ସେ ତାହାଙ୍କ ପାଖକୁ ଫେରିଯାଉଛନ୍ତି ବୋଲି ମଧ୍ୟ ଜାଣିଥିଲେ। ସେମାନେ ଖାଇବା ସମୟରେ ଯୀଶୁ ଠିଆ ହୋଇ ପିନ୍ଧିଥିବା ଲମ୍ବା ପୋଷାକଟି ଖୋଲିଦେଲେ। ସେ ଅଣ୍ଟାରେ ଗୋଟିଏ ତଉଲିଆ ଗୁଡ଼େଇ ହୋଇ ପଡ଼ିଲେ। ତା’ପରେ ସେ ପାତ୍ରରେ ଜଳ ଭର୍ତ୍ତି କଲେ ଓ ଶିଷ୍ୟମାନଙ୍କର ପାଦ ଧୋଇବା ଆରମ୍ଭ କଲେ। ସେ ଅଣ୍ଟାରେ ବାନ୍ଧିଥିବା ତଉଲିଆରେ ସେମାନଙ୍କର ପାଦ ପୋଛିଲେ।

ଯୀଶୁ ଶିମୋନ ପିତରଙ୍କ ପାଖକୁ ଆସିଲେ। କିନ୍ତୁ ପିତର ତାହାଙ୍କୁ କହିଲେ, “ପ୍ରଭୁ, ତୁମେ ମୋର ପାଦ ଧୋଇବା ଉଚିତ୍ ନୁହେଁ।”

ଯୀଶୁ କହିଲେ, “ତୁମେ ଏବେ ଜାଣିପାରୁ ନାହଁ ଯେ, ମୁଁ କ’ଣ କରୁଛି। କିନ୍ତୁ ପରେ ତୁମେ ବୁଝିବ।”

ପିତର କହିଲେ, “ନା, ଆପଣ ମୋ’ ପାଦ କେବେ ଧୋଇବେ ନାହିଁ।”

ଯୀଶୁ ଉତ୍ତର ଦେଲେ, “ଯଦି ମୁଁ ତୁମ ପାଦ ଧୋଇବି ନାହିଁ, ତେବେ ତୁମେ କଦାପି ମୋର ଲୋକମାନଙ୍କ ମଧ୍ୟରୁ ଜଣେ ହେବ ନାହିଁ।”

ଶିମୋନ ପିତର ଉତ୍ତର ଦେଲେ, “ହେ ପ୍ରଭୁ, ତୁମେ ମୋର ପାଦ ଧୋଇବା ପରେ ମୋର ହାତ ଓ ମୁଣ୍ଡ ମଧ୍ୟ ଧୋଇ ଦିଅ।”

10 ଯୀଶୁ କହିଲେ, “ଜଣେ ଲୋକ ସ୍ନାନ କରିବାପରେ ତା’ର ସମ୍ପୂର୍ଣ୍ଣ ଶରୀରଟା ନିର୍ମଳ ହୋଇଯାଏ। କେବଳ ତା’ର ପାଦ ସେ ଧୋଇବା ଦରକାର। ମୁଁ ଜାଣେ ତୁମ୍ଭେମାନେ ପରିଷ୍କାର ହୋଇଛ, କିନ୍ତୁ ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।” 11 ଯୀଶୁ ଜାଣିଥିଲେ ଯେ କିଏ ତାହାଙ୍କ ବିରୁଦ୍ଧରେ ଉଠିବ, ତେଣୁ ସେ କହିଲେ, “ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।”

12 ଯୀଶୁ ଶିଷ୍ୟମାନଙ୍କ ପାଦ ଧୋଇ ସାରିଲେ। ତା’ପରେ ସେ ଲୁଗାପଟା ପିନ୍ଧି ମେଜ ପାଖରେ ପୁଣି ବସିଲେ, ଯୀଶୁ ପଗ୍ଭରିଲେ, “ମୁଁ ତୁମ ପାଇଁ କ’ଣ କଲି, ତୁମ୍ଭେ ତାହା ବୁଝିପାରିଲ କି? 13 ତୁମେ ମୋତେ ‘ଗୁରୁ’ ଓ ‘ପ୍ରଭୁ’ କହୁଛ। ଅବଶ୍ୟ, ଏହା ଠିକ୍, କାରଣ ମୁଁ ତାହା ଅଟେ।” 14 ମୁଁ ତୁମ୍ଭର ଗୁରୁ ଓ ପ୍ରଭୁ। କିନ୍ତୁ ମୁଁ ତୁମ୍ଭର ପାଦକୁ ଗୋଟିଏ ସେବକ ରୂପେ ଧୋଇଲି। ତେଣୁ ତୁମେ ମଧ୍ୟ ପରସ୍ପରର ପାଦ ଧୋଇବା ଉଚିତ୍। 15 ମୁଁ ଏହା ତୁମ୍ଭ ପାଇଁ ଗୋଟିଏ ଆଦର୍ଶ ସ୍ୱରୂପ କଲି। ତେଣୁ ତୁମ୍ଭେ ପରସ୍ପର ମଧ୍ୟରେ ଏହିପରି କରିବ। 16 ମୁଁ ଏହା ସତ୍ୟ କହୁଛି, ଜଣେ ସେବକ ତା’ର ପ୍ରଭୁଠାରୁ ବଡ଼ ନୁହେଁ। ଯେଉଁ ଲୋକକୁ କିଛି କାର୍ଯ୍ୟ କରିବା ପାଇଁ ପଠାଯାଇଛି, ସେ ପ୍ରେରଣକର୍ତ୍ତାଙ୍କଠାରୁ ବଡ଼ ନୁହେଁ। 17 ଯଦି ତୁମ୍ଭେ ଏହା ସବୁ ଜାଣ ତେବେ ତୁମ୍ଭେ ଏହି କାର୍ଯ୍ୟ କରି ଖୁସୀ ହେବ।

ଯୋହନ ଲିଖିତ ସୁସମାଗ୍ଭର 13:31-35

ଯୀଶୁ ନିଜର ମୃତ୍ୟୁ ବିଷୟରେ କହିଲେ

31 ଯିହୂଦା ଗଲାପରେ ଯୀଶୁ କହିଲେ, “ବର୍ତ୍ତମାନ ମନୁଷ୍ୟପୁତ୍ର ଗୌରବ ପାଉଛନ୍ତି। ପରମେଶ୍ୱର ମଧ୍ୟ ମନୁଷ୍ୟପୁତ୍ରଙ୍କ ଦ୍ୱାରା ଗୌରବ ପାଉଛନ୍ତି। 32 ଯଦି ପରମେଶ୍ୱର ତାହାଙ୍କ ମାଧ୍ୟମରେ ଗୌରବ ଅର୍ଜ୍ଜନ କରନ୍ତି, ତେବେ ପରମେଶ୍ୱର ତାହାଙ୍କଠାରେ ପୁତ୍ରଙ୍କୁ ଗୌରବ ଦେବେ। ସେ ତାହାଙ୍କୁ ଅତି ଶୀଘ୍ର ଗୌରବାନ୍ୱିତ କରିବେ।”

33 ଯୀଶୁ କହିଲେ, “ମୋର ସନ୍ତାନମାନେ, ମୁଁ ତୁମ୍ଭମାନଙ୍କ ସହିତ ମାତ୍ର ଅଳ୍ପ ସମୟ ପାଇଁ ରହିବି। ତୁମ୍ଭେ ମୋତେ ଖୋଜିବ। ମୁଁ ଯିହୂଦୀମାନଙ୍କୁ ଯାହା କହିଛି, ତାହା ମୁଁ ବର୍ତ୍ତମାନ ତୁମ୍ଭକୁ କହୁଛି। ମୁଁ ଯେଉଁଠିକୁ ଯାଉଛି, ତୁମ୍ଭେ ସେଠାକୁ ଆସିପାରିବ ନାହିଁ।

34 “ମୁଁ ତୁମ୍ଭକୁ ଗୋଟିଏ ନୂତନ ଆଜ୍ଞା ଦେଉଛି। ତୁମ୍ଭେମାନେ ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରୁଛି, ତୁମ୍ଭେମାନେ ପରସ୍ପରକୁ ସେହିପରି ପ୍ରେମ କରିବା ଉଚିତ୍ । 35 ତୁମ୍ଭେ ଯଦି ପରସ୍ପରକୁ ପ୍ରେମ କରିବ, ତେବେ ସମସ୍ତେ ଜାଣିବେ ଯେ ତୁମ୍ଭେମାନେ ମୋର ଶିଷ୍ୟ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center