Revised Common Lectionary (Semicontinuous)
14 “ଆମ୍ଭେମାନେ ସମସ୍ତେ ମନୁଷ୍ୟ।
ଆମ୍ଭର ଜୀବନ ଅଳ୍ପାୟୁ ତଥା ନାନା ବିପଦରେ ପୂର୍ଣ୍ଣ।
2 ମଣିଷର ଜୀବନ ଫୁଲ ସଦୃଶ,
ସେ ଖୁବ୍ ଶୀଘ୍ର ବଢ଼ିଯାଏ ଓ ଶେଷରେ ମରିଯାଏ।
ମଣିଷର ଜୀବନ ଛାୟା ତୁଲ୍ୟ ଏଠାରେ ଖୁବ୍ କମ ସମୟ ପାଇଁ,
ଘଡ଼ିକେ ଦେଖାଯାଏ ପୁଣି ଅଦୃଶ୍ୟ ହୋଇଯାଏ।
3 ଏହା ସତ୍ୟ, କିନ୍ତୁ ପରମେଶ୍ୱର ତୁମ୍ଭେ କ’ଣ ଜଣେ ବ୍ୟକ୍ତିକୁ ଦେଖିବ?
ତୁମ୍ଭେ କ’ଣ ମୋ’ ସହିତ ବିଗ୍ଭରସ୍ଥଳକୁ ଆସିବ ଏବଂ ଆମ୍ଭେ ଦୁଇଜଣ ନିଜ ନିଜର ଯୁକ୍ତି ଉପସ୍ଥାପନା କରିବା?
4 “ଅପରିଷ୍କାର ବସ୍ତୁରୁ କିଏ ପରିଷ୍କାର ବସ୍ତୁ ଉତ୍ପନ୍ନ କରିପାରେ ନା, କେହି ଜଣେ ମନୁଷ୍ୟ କରି ପାରିବ ନାହିଁ।
5 ମଣିଷର ଜୀବନର ଏକ ନିର୍ଦ୍ଦିଷ୍ଟ ସୀମା ଅଛି।
ହେ ପରମେଶ୍ୱର, ତୁମ୍ଭେ ନିର୍ଣ୍ଣୟ କର ଜଣେ ମନୁଷ୍ୟ କେତେ ଦିନ ବଞ୍ଚିବ।
ତୁମ୍ଭେ ମଣିଷ ପାଇଁ ସେହି ସୀମା ନିର୍ଦ୍ଦିଷ୍ଟ କରିଛ।
ଏହା କ’ଣ କେହି ବଦଳାଇ ପାରେ?
6 ତେଣୁ ହେ ପରମେଶ୍ୱର ଆମ୍ଭକୁ ନିରୀକ୍ଷଣ କରିବା ବନ୍ଦ କର।
ଆମ୍ଭର କ୍ଷଣିକ ଜୀବନ ଆମ୍ଭକୁ ଏକୁଟିଆ ଉପଭୋଗ କରିବା ପାଇଁ ଦିଅ।
ଯେପରି ଦିନ ମଜୁରୀଆ କାମ ଶେଷ ପରେ ତା’ର ମଜୁରୀକୁ ଉପଭୋଗ କରିଥାଏ।
7 “ଗୋଟିଏ ଗଛ ପାଇଁ ମଧ୍ୟ ଆଶା ଅଛି।
ଯଦି ଥରେ ଏହା କଟା ହୋଇଯାଏ, ଏହା ମଧ୍ୟ ପୁଣି ବଞ୍ଚିପାରେ।
ପୁଣି ଡାଳପତ୍ର ମେଲି ଶାଖା ବୃଦ୍ଧି କରିପାରେ।
8 ଯଦିଓ ତାହାର ଚେର ଭୂମି ତଳେ ଜୀର୍ଣ୍ଣ ହୋଇଯାଏ
ଏବଂ ତାହାର କର୍ତ୍ତିତ ମୂଳଟି ଭୂମିରେ ମରିଯାଏ।
9 କିନ୍ତୁ ପାଣିର ଗନ୍ଧ ପାଇବା ମାତ୍ରେ
ଏହା ତାହାର ଶାଖା ଗୋଟିଏ ଯୁବା ବୃକ୍ଷପରି ବଢ଼ାଇପାରେ।
10 କିନ୍ତୁ ମଣିଷ ଯେତେବେଳେ ମରିଯାଏ।
ସେ ସମସ୍ତ ଶକ୍ତି ହରାଇ ଦିଏ।
ସେପରି ଶେଷ ନିଶ୍ୱାସ ନିଏ ଏବଂ ତା’ପରେ ସେ କେଉଁଠାରେ?
11 ହ୍ରଦରୁ ପାଣି ଶୂନ୍ୟ ହୋଇଯାଏ
ଏବଂ ଜଳ ପ୍ରପାତର ପ୍ରବାହ ବନ୍ଦ ହୋଇଯାଏ ଏବଂ ଶୁଖିଯାଏ।
12 ଠିକ୍ ସେହିପରି, ମଣିଷ ଶୋଇପଡ଼େ
ଏବଂ ଆଉ ଉଠେ ନାହିଁ।
ଯେପର୍ଯ୍ୟନ୍ତ ସ୍ୱର୍ଗ ଅଛି,
ମୃତ ଲୋକ କେବେ ସେହି ନିଦ୍ରାରୁ ଉଠିବେ ନାହିଁ।
13 “ମୁଁ ଇଚ୍ଛାକରେ, ତୁମ୍ଭେ ମୋତେ ପାତାଳରେ ଲୁଗ୍ଭଇ ରଖନ୍ତ।
ମୁଁ ଇଚ୍ଛାକରେ, ତୁମ୍ଭେ ମୋତେ ଲୁଗ୍ଭଇ ରଖନ୍ତ, ଯେପର୍ଯ୍ୟନ୍ତ ତୁମ୍ଭର ରାଗ ଶାନ୍ତ ନ ହୋଇଛି।
ତା’ପରେ ତୁମ୍ଭେ ମୋତେ ମନେକରିବା ପାଇଁ ଗୋଟେ ସମୟ ଠିକ୍ କରିବ।
14 ମନୁଷ୍ୟ ମଲେ କ’ଣ ପୁଣି ଆଉ ବଞ୍ଚିବ?
ମୁଁ ନିଶ୍ଚୟ ଅପେକ୍ଷା କରିବି ଯେତେଦିନ ପର୍ଯ୍ୟନ୍ତ ମୁଁ ମୁକ୍ତ ନ ହୋଇଛି।
କ୍ଳେଶର ଫଳ
3 ମୁଁ ସେହି ମନୁଷ୍ୟ, ଯେ କି ସଦାପ୍ରଭୁଙ୍କ କ୍ରୋଧରୂପ ପାଞ୍ଚଣ ଦ୍ୱାରା
ପ୍ରହୃତ ହୋଇଥିବା କ୍ଳେଶ ଦେଖିଅଛି।
2 ସଦାପ୍ରଭୁ ମୋତେ ଆଲୋକରେ ନୁହେଁ,
ଅନ୍ଧକାର ମଧ୍ୟରେ ଚଳାଇ ଅଛନ୍ତି।
3 ସଦାପ୍ରଭୁ ଦିନସାରା ମୋ’ ବିରୁଦ୍ଧରେ
ଆପଣା ହସ୍ତ ପୁନଃ ପୁନଃ ଫେରାଇ ଅଛନ୍ତି।
4 ମୋର ମାଂସ ଓ ଚର୍ମକୁ ସେ ଶକ୍ତିହୀନ କରିଅଛନ୍ତି
ଓ ସେ ମୋର ଅସ୍ଥିସବୁ ଭାଙ୍ଗି ପକାଇ ଅଛନ୍ତି।
5 ସଦାପ୍ରଭୁ ମୋର ଚତୁର୍ଦ୍ଦିଗରେ ତିକ୍ତତା
ଓ କ୍ଳେଶ ଭରି ଦେଇଅଛନ୍ତି।
6 ସେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ୟ
ମୋତେ ଅନ୍ଧକାର ସ୍ଥାନରେ ବାସ କରାଇ ଅଛନ୍ତି।
7 ସଦାପ୍ରଭୁ ମୋତେ ଭାରି ଶୃଙ୍ଖଳରେ ବାନ୍ଧି ଭିତରେ ଅବରୁଦ୍ଧ କରିଅଛନ୍ତି,
ଫଳରେ ମୁଁ ବାହାରି ଯାଇପାରିବି ନାହିଁ।
8 ଏପରି କି ମୁଁ ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର କଲେ ବି
ସଦାପ୍ରଭୁ ମୋ’ ପ୍ରାର୍ଥନା ଶୁଣି ନାହାନ୍ତି।
9 ସେ ପଥରଦ୍ୱାରା ମୋର ପଥ ଅବରୋଧ କରିଅଛନ୍ତି
ଓ ମୋର ପଥକୁ ଜଟିଳ କରିଅଛନ୍ତି।
19 ହେ ସଦାପ୍ରଭୁ, ମୋର ଦୁଃଖ, ଦୁର୍ଗତି ସ୍ମରଣ କର।
ତାହା ନାଗଦଅଣା ଓ ବିଷ ସ୍ୱରୂପ।
20 ମୋର ସମସ୍ତ କ୍ଳେଶକୁ ସ୍ମରଣ କରି
ମୁଁ ଅତି ଅବସନ୍ନ ହୋଇ ପଡ଼ୁଛି।
21 ଏହା ମୁଁ ସ୍ମରଣ କରୁଛି,
ଏଥିପାଇଁ ଏପର୍ଯ୍ୟନ୍ତ ମୋର ଆଶା ଅଛି।
22 ସଦାପ୍ରଭୁଙ୍କର ପ୍ରେମ
ଓ ଦୟା ଶେଷ ହୁଏ ନାହିଁ।
23 ତାହା ପ୍ରତି ପ୍ରଭାତରେ ନୂତନ ହୋଇଥାଏ
ଓ ସଦାପ୍ରଭୁଙ୍କର ବିଶ୍ୱସ୍ତତା ମହାନ ଅଟେ।
24 ତେଣୁ ମୋର ଅନ୍ତର କହୁଛି, “ସଦାପ୍ରଭୁ ମୋର ପରମେଶ୍ୱର
ମୁଁ ତାଙ୍କଠାରେ ବିଶ୍ୱାସ ରଖିବି।”
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୋଟିଏ ଗୀତ।
31 ହେ ସଦାପ୍ରଭୁ, ମୁଁ ତୁମ୍ଭ ଉପରେ ନିର୍ଭରଶୀଳ।
ମୋତେ ତୁମ୍ଭେ ନିରାଶ କର ନାହିଁ।
ମୋ’ ପ୍ରତି ଦୟା କର ଓ ମୋତେ ଉଦ୍ଧାର କର।
2 ହେ ପରମେଶ୍ୱର, ମୋ’ ନିବେଦନ ଶୁଣ।
ଶୀଘ୍ର ଆସି ମୋତେ ଉଦ୍ଧାର କର।
ମୋତେ ଚଟାଣ ସଦୃଶ ରକ୍ଷା କର।
ମୋର ନିରାପଦ ଆଶ୍ରୟସ୍ଥଳର ଦୁର୍ଗ ଭଳି କାର୍ଯ୍ୟ କର।
ମୋର ନିରାପତ୍ତା ବଳୟ ହୁଅ।
ମୋତେ ରକ୍ଷା କର।
3 ହେ ମୋର ପରମେଶ୍ୱର, ତୁମ୍ଭେ ମୋର ଦୃଢ଼ ଶୈଳ।
ତେଣୁ ମୋତେ ତୁମ୍ଭର ପଥ ଦେଖାଅ ଓ ଦିଗଦର୍ଶନ ଦିଅ।
4 ମୋର ଶତ୍ରୁମାନେ ମୋ’ ସମ୍ମୁଖରେ ଏକ ଯନ୍ତା ବସାଇଛନ୍ତି।
ସେମାନଙ୍କ ସେହି ଯନ୍ତାରୁ ମୋତେ ଉଦ୍ଧାର କର।
ତୁମ୍ଭେ ମୋର ନିରାପଦ ସ୍ଥଳ।
15 ମୋର ଜୀବନ ତୁମ୍ଭ ହାତରେ, ମୋତେ ଶତ୍ରୁ କବଳରୁ ତୁମ୍ଭେ ଉଦ୍ଧାର କର।
କେତେକ ଲୋକ ମୋ’ ପଛରେ ଗୋଡ଼ାଇଛନ୍ତି।
ସେମାନଙ୍କଠାରୁ ମୋତେ ରକ୍ଷା କର।
16 ଆପଣା ସେବକକୁ ଦୟାକର
ଓ ଆପଣା ସ୍ନେହପୂର୍ଣ୍ଣ କରୁଣା ପ୍ରଦର୍ଶନ କରି ମୋର ଜୀବନ ରକ୍ଷା କର।
ପରିବର୍ତ୍ତିତ ଜୀବନ
4 ଖ୍ରୀଷ୍ଟ ନିଜ ଶରୀରରେ ଥିଲାବେଳେ ଯାତନା ପାଇଲେ। ଅତଏବ ତାହାଙ୍କର ଯେଭଳି ଚିନ୍ତାଧାରା ଥିଲା, ତାହା ଦ୍ୱାରା ତୁମ୍ଭେ ଆପଣାକୁ ଶକ୍ତିଯୁକ୍ତ କର। ଯେଉଁ ଲୋକ ନିଜ ଶରୀରରେ ଯାତନ ଭୋଗ କଲା; ସେ ପାପରୁ ନିବୃତ୍ତ ହୋଇଛି। 2 ତୁମ୍ଭେ ଏପରି ଭାବରେ ନିଜକୁ ଶକ୍ତିଶାଳୀ କର, ଯେପରି ତୁମ୍ଭେ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଜୀବନଯାପନ କରିବ, ଲୋକମାନଙ୍କ ଇଚ୍ଛାରେ, ମନ୍ଦକାର୍ଯ୍ୟ କରି ଜୀବନଯାପନ କରିବ ନାହିଁ। 3 ଅତୀତରେ ଅବିଶ୍ୱାସୀ ଲୋକଙ୍କ କଥାରେ କାମ କରି ତୁମ୍ଭେ ଅନେକ ସମୟ ନଷ୍ଟ କରିସାରିଛ। ତୁମ୍ଭେ ଯୌନପାପ କରୁଥିଲ। ନିଜ ଇଚ୍ଛାନୁସାରେ ମନ୍ଦକାମ କରୁଥିଲ। ତୁମ୍ଭେ ମାତାଲ ହେଉଥିଲ, ନାନାଦି ହିଂସ୍ରକ ଓ ଧ୍ୱଂସର କାର୍ଯ୍ୟ କରୁଥିଲ, ମଦ୍ୟପାନ ଦଳରେ ଯୋଗ ଦେଉଥିଲ, ଓ ମୂର୍ତ୍ତିମାନଙ୍କୁ ଉପାସନା କରି ମନ୍ଦକାମ କରୁଥିଲ।
4 ସେହି ଅବିଶ୍ୱାସୀମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ବର୍ତ୍ତମାନ ତୁମ୍ଭେ ସେମାନଙ୍କ ଭଳି ହିଂସ୍ରକ ଓ ଧ୍ୱଂସକାରୀ କାମମାନ କରୁ ନାହଁ। 5 ଅତଏବ ସେମାନେ ତୁମ୍ଭ ବିଷୟରେ ମନ୍ଦକଥା କହୁଛନ୍ତି। କିନ୍ତୁ ସେମାନଙ୍କୁ ସେମାନଙ୍କ କୃତ କର୍ମ ଲାଗି ଉତ୍ତର ଦେବାକୁ ହେବ। ଯେଉଁ ଖ୍ରୀଷ୍ଟ ମୃତ ଓ ଜୀବନ ଉଭୟର ବିଗ୍ଭର କରିବାକୁ ପ୍ରସ୍ତୁତ, ତାହାଙ୍କ ନିକଟରେ ସେମାନଙ୍କୁ ସମସ୍ତ କର୍ମର ହିସାବ ଦେବାକୁ ହେବ। 6 ଯେଉଁ ଲୋକମାନେ ବର୍ତ୍ତମାନ ମୃତ, ସେମାନଙ୍କୁ ସୁସମାଗ୍ଭର କୁହାଯାଇଥିଲା, କାରଣ ସବୁ ଲୋକଙ୍କର ବିଗ୍ଭର ହେବା ଭଳି ସେମାନଙ୍କର ମଧ୍ୟ ବିଗ୍ଭର ହେବ। ସେମାନେ ଜୀବିତ ଥିଲାବେଳେ ଯାହାକିଛି କରିଥିଲେ, ସେହି ଅନୁସାରେ ବିଗ୍ଭରିତ ହେବେ। କିନ୍ତୁ ସେମାନେ ଯେପରି ପରମେଶ୍ୱରଙ୍କ ଭଳି ଆତ୍ମାରେ ଜୀବିତ ହେବେ, ଏଥିପାଇଁ ସେମାନଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭରିତ ହୋଇଥିଲା।
ପରମେଶ୍ୱରଙ୍କ ଦାନଗୁଡ଼ିକର ଭଲ ତତ୍ତ୍ୱାବଧାରକ ହୁଅ
7 ସବୁ ବିଷୟ ସମାପ୍ତ ହେବାର ସମୟ ନିକଟତର ହେଲାଣି। ଅତଏବ ନିଜର ମନକୁ ଶୁଚି ରଖ ଏବଂ ନିଜକୁ ସଂଯତ କର। ଏହା ତୁମ୍ଭକୁ ପ୍ରାର୍ଥନା କରିବାରେ ସାହାଯ୍ୟ କରିବ। 8 ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ରେମ କର।
ଯୀଶୁଙ୍କୁ କବର ଦିଆଗଲା(A)
57 ସନ୍ଧ୍ୟା ହେବା ବେଳକୁ ଯୋଷେଫ ନାମକ ହାରାମଥିୟାର ଜଣେ ଧନୀ ଲୋକ ଯିରୁଶାଲମରେ ଆସି ପହଞ୍ଚିଲେ। ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ। 58 ସେ ପୀଲାତଙ୍କ ପାଖକୁ ଗଲେ ଓ ଯୀଶୁଙ୍କ ଶରୀର ପାଇଁ ଅନୁରୋଧ କଲେ। ପୀଲାତ ସୈନ୍ୟମାନଙ୍କୁ ଆଜ୍ଞା ଦେଇ କହିଲେ ଶରୀରକୁ ତାହାଙ୍କୁ ଦେଇଦିଅ। 59 ଯୋଷେଫ ଶରୀରକୁ ନେଲେ ଓ ତାହାଙ୍କୁ ନୂଆ ରେଶମ ବସ୍ତ୍ର ଦ୍ୱାରା ଘୋଡ଼େଇ ଦେଲେ। 60 ଯୋଷେଫ ଯୀଶୁଙ୍କ ଶରୀରକୁ ତାହାଙ୍କ ନୂଆ କବର ମଧ୍ୟରେ ରଖିଲେ। ସେହି କବରକୁ ଯୋଷେଫ ପଥରର କାନ୍ଥ କାଟି ତିଆରି କରିଥିଲେ। ତା’ପରେ ସେ ଗୋଟିଏ ବହୁତ ବଡ଼ ପଥର ଗଡ଼େଇ ଆଣି ପ୍ରବେଶଦ୍ୱାରକୁ ବନ୍ଦ କରିଦେଲେ। ଏସବୁ କଲାପରେ ଯୋଷେଫ ଗ୍ଭଲିଗଲେ। 61 ମଗ୍ଦଲିନୀ ମରିୟମ ଓ ମରିୟମ ନାମକ ଅନ୍ୟ ସ୍ତ୍ରୀଲୋକ ଜଣକ ସେଠାରେ କବର ଆଗରେ ବସି ରହିଥିଲେ।
ଯୀଶୁଙ୍କ କବର ପାଖରେ ପହରା
62 ସେହି ଦିନଟି ପ୍ରସ୍ତୁତି ଦିବସ ଥିଲା, ସେହି ଶୁକ୍ରବାରର ପରଦିନ ପ୍ରମୁଖ ଯାଜକ ଓ ଫାରୂଶୀମାନେ ପୀଲାତଙ୍କୁ ଭେଟିଲେ। 63 ସେମାନେ କହିଲେ, “ମହାଶୟ, ଆମ୍ଭର ମନେ ଅଛି ଯେ ସେହି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, ‘ତୃତୀୟ ଦିନ ପରେ ମୁଁ ମୃତ୍ୟୁରୁ ପୁଣି ପୁନରୁତ୍ଥିତ ହେବି।’ 64 ତେଣୁ ତୃତୀୟ ଦିନ ପର୍ଯ୍ୟନ୍ତ କବରକୁ ପହରା ଦେବା ପାଇଁ ଆପଣ ଆଦେଶ ଦିଅନ୍ତୁ। ତାହାଙ୍କର ଶିଷ୍ୟମାନେ ସେଠାକୁ ଆସି ତାହାଙ୍କ ମୃତଦେହକୁ ଗ୍ଭେରି କରି ନେବା ପାଇଁ ଚେଷ୍ଟା କରିବେ। ତା’ପରେ ସେମାନେ ଲୋକମାନଙ୍କୁ କହିବେ ଯେ ସେ ମୃତ୍ୟୁରୁ ଉଠିଛନ୍ତି। ତାହାହେଲେ ଏହି ଶେଷ ପ୍ରତାରଣା ଆଗ ପ୍ରତାରଣା ଅପେକ୍ଷା ଅଧିକ ଖରାପ ହେବ।”
65 ପୀଲାତ ସେମାନଙ୍କୁ କହିଲେ, “ତୁମ୍ଭେ ପହରା ପାଇଁ ସୈନ୍ୟ ନେଇ ଯାଇପାର। ତୁମ୍ଭେ ଯେଭଳି ଭଲ ଭାବୁଛ, ଯାଅ ଓ ସେହିପରି କବରସ୍ଥାନକୁ ପହରା ଦେଇ ନିରାପଦରେ ରଖ।” 66 ତା’ପରେ ସେମାନେ କବର ପାଖକୁ ଗଲେ ଓ ପ୍ରବେଶଦ୍ୱାରରେ ମୋହର ଲଗେଇଲେ। ସେଠାରେ ସୈନ୍ୟମାନଙ୍କୁ ପହରା ଦେବା ପାଇଁ ଆଦେଶ ଦେଇ ଗ୍ଭେରମାନଙ୍କ କବଳରୁ କବରକୁ ନିରାପଦ ରଖିବାର ବ୍ୟବସ୍ଥା କଲେ।
ଯୀଶୁଙ୍କର ସମାଧି(A)
38 ଏହା ପରେ ହାରାମାଥୀୟାର ଯୋସେଫ ନାମକ ଜଣେ ଲୋକ ପୀଲାତଙ୍କୁ ଯୀଶୁଙ୍କର ଶରୀରଟି ମାଗିଲେ। ଯୋସେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ତାହା କହିଲେ ନାହିଁ, କାରଣ ସେ ଯିହୂଦୀମାନଙ୍କୁ ଭୟ କରୁଥିଲେ। ପୀଲାତ ଯିହୂଦୀମାନଙ୍କୁ ଯୀଶୁଙ୍କର ଶରୀର ନେବା ପାଇଁ ଅନୁମତି ଦେଲେ। ତେଣୁ ଯୋସେଫ ଆସି ଯୀଶୁଙ୍କର ଶରୀର ନେଇଗଲେ।
39 ନୀକଦୀମ ମଧ୍ୟ ଯୋସେଫଙ୍କ ସହିତ ଗଲେ। ସେ ପ୍ରଥମେ ଯୀଶୁଙ୍କ ସହିତ ରାତ୍ରିରେ ସାକ୍ଷାତ କରିବାକୁ ଯାଇଥିଲେ ଓ ତାହାଙ୍କ ସହିତ କଥା ହୋଇଥିଲେ। ସେ ଯୀଶୁଙ୍କ ଦେହରେ ଲଗାଇବା ପାଇଁ ପ୍ରାୟ ପ୍ରଗ୍ଭଶ କିଲୋଗ୍ରାମ ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ। 40 ଯିହୂଦୀମାନଙ୍କର ସମାଧି ଦେବା ପ୍ରଥାନୁସାରେ ସେମାନେ ଦୁହେଁ ଯୀଶୁଙ୍କର ମୃତଦେହକୁ ସୁଗନ୍ଧି ଅଗୁରୁ ସହିତ ପତଳା ଲୁଗାରେ ଗୁଡ଼େଇ ଦେଲେ। 41 ଯୀଶୁଙ୍କୁ ଯେଉଁଠାରେ କ୍ରୁଶବିଦ୍ଧ କରାଯାଇଥିଲା, ସେହି ସ୍ଥାନ ପାଖରେ ଗୋଟିଏ ବଗିଗ୍ଭ ଥିଲା। ସେହି ବଗିଗ୍ଭରେ ଗୋଟିଏ ନୂଆ କବର ଥିଲା, ଯେଉଁଥିରେ ପୂର୍ବରୁ କାହାକୁ ସମାଧି ଦିଆ ଯାଇ ନ ଥିଲା, 42 ବିଶ୍ରାମବାର ଆରମ୍ଭ ହେବା ପୂର୍ବରୁ ତାହାର ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ପାଇଁ ସେମାନେ ଯୀଶୁଙ୍କୁ ସେଠାରେ ସମାଧିସ୍ଥ କଲେ, କାରଣ ସେହି ସମାଧିଟି ପାଖରେ ଥିଲା।
2010 by World Bible Translation Center