Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 20

ଦାଉଦଙ୍କର ଏକ ଗୀତ।

20 ତୁମ୍ଭେ ଯେତେବେଳେ ବିପଦରେ ପଡ଼ିଥାଅ, ସେହି ସଦାପ୍ରଭୁ ତୁମ୍ଭର ଡାକ ଶୁଣି ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ।
    ଯାକୁବଙ୍କର ପରମେଶ୍ୱର ତୁମ୍ଭକୁ ରକ୍ଷା କରନ୍ତୁ।
ପରମେଶ୍ୱର ତାଙ୍କର ପବିତ୍ର ସ୍ଥାନରୁ ତୁମ୍ଭକୁ ସାହାଯ୍ୟ ପଠାନ୍ତୁ।
    ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାଯ୍ୟ କରନ୍ତୁ।
ତୁମ୍ଭର ଉପହାର ସବୁ ଯାହା ତାଙ୍କ ଉଦ୍ଦେଶ୍ୟରେ ଅର୍ପିତ, ପରମେଶ୍ୱର ତାକୁ ଗ୍ରହଣ କରନ୍ତୁ।
    ତୁମ୍ଭର ହୋମବଳିକୁ ସେ ଗ୍ରହଣ କରନ୍ତୁ।
ତୁମ୍ଭେ ଯାହା ଗ୍ଭହୁଁଛ, ପରମେଶ୍ୱର ତୁମ୍ଭକୁ ତାହା ପ୍ରଦାନ କରନ୍ତୁ।
    ସେ ତୁମ୍ଭର ସକଳ ମନସ୍କାମନା ପୂରଣ କରନ୍ତୁ ଓ ତୁମ୍ଭର ସକଳ ଯୋଜନାକୁ ସଫଳ କରନ୍ତୁ।
ଆମ୍ଭେ ସମସ୍ତେ ଖୁସୀ ହେବୁ ଯେତେବେଳେ ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରିବେ।
    ଆସ ସମସ୍ତେ ପରମେଶ୍ୱରଙ୍କ ନାମର ଜୟଗାନ କରିବା।
ଯାହା ତୁମ୍ଭେ ଗ୍ଭହୁଁଛ, ସଦାପ୍ରଭୁ ତୁମ୍ଭର ସେହି ସକଳ କାମନା ପୂରଣ କରନ୍ତୁ।

ବର୍ତ୍ତମାନ ମୁଁ ଜାଣେ ସଦାପ୍ରଭୁ ତାଙ୍କ ଅଭିଷିକ୍ତ ରାଜାକୁ ସାହାଯ୍ୟ କରନ୍ତି।
    ପରମେଶ୍ୱର ତାଙ୍କର ପବିତ୍ର ସ୍ୱର୍ଗ ରାଜ୍ୟରେ ଥା’ନ୍ତି ଓ ତାଙ୍କ ଅଭିଷିକ୍ତ ରାଜାକୁ ଉତ୍ତର ଦିଅନ୍ତି।
    ସେ ତାଙ୍କର ମହାନ ଶକ୍ତିରେ ରାଜାଙ୍କୁ ତ୍ରାଣ କରନ୍ତି।
କେତେକ ଲୋକ ସେମାନଙ୍କ ରଥ ଉପରେ ବିଶ୍ୱାସ ରଖନ୍ତି।
ଅନ୍ୟ ଲୋକମାନେ ସେମାନଙ୍କ ସୈନିକଙ୍କ ଉପରେ ରଖନ୍ତି
    କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ନାମକୁ ଉଚ୍ଚସ୍ୱରରେ ଡାକୁ।
ସେହି ଅନ୍ୟ ଲୋକମାନେ ପରାସ୍ତ ହୋଇ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ।
    ଆମ୍ଭେ ବିଜୟୀ ଦଳ।

ସଦାପ୍ରଭୁ ତାଙ୍କର ମନୋନୀତ ରାଜାଙ୍କୁ ଉଦ୍ଧାର କଲେ
    କାରଣ ପରମେଶ୍ୱରଙ୍କ ମନୋନୀତ ରାଜା ତାଙ୍କୁ ସାହାଯ୍ୟ ପାଇଁ ନିବେଦନ କଲେ ଓ ପରମେଶ୍ୱର ତାକୁ ଉଦ୍ଧାର ଦେଲେ।

ହବ‌କ୍‌କୂକ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 3:2-15

ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରସିଦ୍ଧ ବିଷୟରେ ଶୁଣିଛି
    ଏବଂ ମୁଁ ପରମେଶ୍ୱରଙ୍କ ଭୟରେ ପରିପୂର୍ଣ୍ଣ ହୋଇଛି।
ହେ ସଦାପ୍ରଭୁ, ଅତୀତରେ ଯେଉଁସବୁ ଶକ୍ତିଶାଳୀ କାର୍ଯ୍ୟ କରିଛ, ସେଥିରେ ମୁଁ ଆଶ୍ଚର୍ଯ୍ୟାନ୍ୱିତ।
    ବର୍ତ୍ତମାନ ମୁଁ ପ୍ରାର୍ଥନା କରୁଛି ତୁମ୍ଭେ ଆମ୍ଭ ବିଷୟରେ ଅନେକ ବଡ଼ କାର୍ଯ୍ୟ କରିବ।
ଆମ୍ଭ ସମୟରେ ଏହିସବୁ ଘଟୁ ତୁମ୍ଭେ ଦୟାପୂର୍ବକ କର।
    ତୁମ୍ଭର ସେହି କ୍ରୋଧିତ ଅବସ୍ଥାରେ ଆମ୍ଭ ପ୍ରତି ଦୟା କର।

ପରମେଶ୍ୱର ତୈମନରୁ ଆସୁଛନ୍ତି।
    ସେହି ପବିତ୍ର ପୁରୁଷ ପାରଣ ପର୍ବତରୁ ଓହ୍ଲାଇ ଆସୁଛନ୍ତି।

ସଦାପ୍ରଭୁଙ୍କ ମହିମା ସ୍ୱର୍ଗକୁ ଆବୃତ କରେ।
    ତାଙ୍କର ପ୍ରଶଂସା ପୃଥିବୀକୁ ପୂର୍ଣ୍ଣ କରେ।
ଆଲୋକରଶ୍ମି ସଦାପ୍ରଭୁଙ୍କ ହସ୍ତରୁ ଆସି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
    ତାଙ୍କର ଶକ୍ତି ସେଠାରେ ଲୁଚିଅଛି।
ରୋଗଗୁଡ଼ିକ ତାଙ୍କ ଆଗେ ଆଗେ ଗ୍ଭଲିଲେ
    ଏବଂ ଧ୍ୱଂସକାରୀ ଶକ୍ତି ତାଙ୍କୁ ଅନୁସରଣ କଲେ।
ସଦାପ୍ରଭୁ ଦଣ୍ଡାୟମାନ ହେଲେ ଓ ପୃଥିବୀର ବିଗ୍ଭର କଲେ।
    ସେ ଦୃଷ୍ଟିଜାତ କରି ଗୋଷ୍ଠୀଗଣଙ୍କୁ
    ଭିନ୍ନଭିନ୍ନ କରି ତଡ଼ି ଦେଲେ।
ଯେଉଁ ପର୍ବତଗୁଡ଼ିକ ବହୁବର୍ଷ ପର୍ଯ୍ୟନ୍ତ ଛିଡ଼ା ହୋଇଥିଲେ
    ସେଗୁଡ଼ିକ ଧ୍ୱଂସ ହେଲେ।
ପୁରାତନ ପାହାଡ଼ଗୁଡ଼ିକର ମଧ୍ୟ ପତନ ହେଲା।
    କିନ୍ତୁ ପରମେଶ୍ୱର ଅନନ୍ତକାଳସ୍ଥାୟୀ।

ମୁଁ ଦେଖିଲି କୂଶନର ନଗରଗୁଡ଼ିକ ଅସୁବିଧାରେ ଥିଲେ।
    ମିଦିୟନର ଗୃହଗୁଡ଼ିକ ଭୟରେ ଥରିଲେ।
ହେ ସଦାପ୍ରଭୁ, ତୁମ୍ଭେ କ’ଣ ନଦୀ, ଝରଣା,
    ସମୁଦ୍ର ଉପରେ କ୍ରୋଧାନ୍ୱିତ ହୋଇଥିଲ?
ସେଥିପାଇଁ କ’ଣ ତୁମ୍ଭେ ତୁମ୍ଭର ଅଶ୍ୱ
    ଏବଂ ରଥକୁ ଆରୋହଣ କଲ?

ତା’ପରେ ତୁମ୍ଭେ ଧନୁ କାଢ଼ିଲ।
    ଶପଥ ପୂର୍ବକ ତୀରଗୁଡ଼ିକୁ ନିକ୍ଷେପ କଲ।

ତୁମ୍ଭେ ପୃଥିବୀକୁ ନଦୀମାନଙ୍କ ଦ୍ୱାରା ଭାଗ କଲ।
10     ପର୍ବତଗୁଡ଼ିକ ତୁମ୍ଭକୁ ଦେଖି ଥରିଲେ।
ପ୍ରଚଣ୍ତ ଜଳ ଭୂମିରେ ପ୍ରବାହିତ ହେଲା।
    ସମୁଦ୍ର ଭୟଙ୍କର ଗର୍ଜନ କଲା,
    ଢେଉଗୁଡ଼ିକ ଉପରକୁ ଉଠିଲା।
11 ସୂର୍ଯ୍ୟ ଚନ୍ଦ୍ର ତାଙ୍କର କକ୍ଷରେ ଛିଡ଼ା ହେଲେ।
    ଯେତେବେଳେ ସେମାନେ ତୁମ୍ଭର ବିଦ୍ୟୁ‌ତ୍‌ର ଉଜ୍ଜ୍ୱଳ ଦେଖିଲେ ସେମାନେ ଆଲୋକ ଦେବା ବନ୍ଦ କଲେ।
    ସେହି ବିଦ୍ୟୁତ୍ ପବନରେ ବର୍ଚ୍ଛା ଓ ତୀର ଗତି କଲାପରି କ୍ଷିପ୍ର ଥିଲା।
12 କ୍ରୋଧରେ ତୁମ୍ଭେ ପୃଥିବୀ ଉପରେ ଗ୍ଭଲିଲ
    ଏବଂ ଦେଶଗୁଡ଼ିକୁ ଦଣ୍ତ ଦେଲ।
13 ତୁମ୍ଭେ ଆପଣା ଲୋକଙ୍କୁ ପରିତ୍ରାଣ କରିବକୁ ଆସିଲ।
    ତୁମ୍ଭେ ଆପଣା ମନୋନୀତ ରାଜାଙ୍କୁ ରକ୍ଷା କରିବାକୁ ଆସିଲ।
ପ୍ରତି ମନ୍ଦ ଗୃହରେ ଥିବା ମୁଖ୍ୟଙ୍କୁ ହତ୍ୟା କଲ।
    ତୁମ୍ଭେ ତାକୁ ଆପାଦମସ୍ତକ
    ଗ୍ଭବୁକରେ ପ୍ରହାର କଲ।

14 ତୁମ୍ଭେ ତା’ର ନିଜ ବର୍ଚ୍ଛାରେ
    ତା’ର ମୁଣ୍ତକୁ ଗଣ୍ତିରୁ ଅଲଗା କଲ।
ସେହି ସୈନ୍ୟମାନେ ଶକ୍ତିଶାଳୀ ଝଡ଼ ଭଳି
    ଆମ୍ଭ ବିରୁଦ୍ଧରେ ଲଢ଼ିବାକୁ ଆସିଥିଲେ।
ଗୋଟିଏ ଗରିବ ଲୋକକୁ
    ଗୋପନରେ ଲୁଣ୍ଠନ କଲାପରି ସେମାନେ କଲେ।
15 କିନ୍ତୁ ତୁମ୍ଭେ ସେହି କାଦୁଅ ଓ ପ୍ରବଳ ଜଳସ୍ରୋତ ମଧ୍ୟଦେଇ
    ଘୋଡ଼ାକୁ ଝପଟାଇ ଦେଲ।

ଲୂକ ଲିଖିତ ସୁସମାଗ୍ଭର 18:31-34

ଯୀଶୁ ମୃତ୍ୟୁରୁ ପୁଣି ଜୀବିତ ହେବେ(A)

31 ତା’ପରେ ଯୀଶୁ ଅଲଗା ଭାବରେ ବାରଜଣ ଶିଷ୍ୟଙ୍କୁ କହିଲେ, “ଶୁଣ, ଆମ୍ଭେମାନେ ଯିରୁଶାଲମକୁ ଯାଉଛୁ। ପରମେଶ୍ୱର ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ମନୁଷ୍ୟପୁତ୍ରଙ୍କ ବିଷୟରେ ଯାହାସବୁ ଲେଖିବାକୁ କହିଥିଲେ, ସେ ସବୁ ଘଟିବ। 32 ତାହାଙ୍କ ଲୋକମାନେ ତାହାଙ୍କୁ ବିଧର୍ମୀମାନଙ୍କ ହାତରେ ଦେଇଦେବେ। ତାହାଙ୍କୁ ଉପହାସ କରାଯିବ। ଲୋକେ ତାହାଙ୍କୁ ଅପମାନ ଦେବେ ଓ ତାହାଙ୍କୁ ଉପରକୁ ଛେପ ପକାଇବେ। 33 ସେମାନେ ତାହାଙ୍କୁ ଗ୍ଭବୁକରେ ପିଟିବେ ଓ ଶେଷରେ ମାରିଦେବେ। କିନ୍ତୁ ମୃତ୍ୟୁର ତୃତୀୟ ଦିବସରେ ସେ ପୁଣି ଜୀବିତ ହୋଇ ଉଠିବେ।” 34 ପ୍ରେରିତମାନେ ଏ କଥା ବୁଝିବାକୁ ଚେଷ୍ଟା କଲେ। ମାତ୍ର ସେମାନେ ବୁଝି ପାରିଲେ ନାହିଁ। ଏ କଥାର ଅର୍ଥ ସେମାନଙ୍କ ପାଖରେ ଗୁପ୍ତ ରହିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center