Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ସ୍ୱରରେ ଦାଉଦଙ୍କ ମସ୍କୀଲ୍।
53 କେବଳ ନିର୍ବୋଧଗଣ ଭାବନ୍ତି, ପରମେଶ୍ୱର ନାହାନ୍ତି।
ସେମାନେ ଦୁର୍ନିତୀଗ୍ରସ୍ତ ଓ ସେମାନଙ୍କର କୁକର୍ମଗୁଡ଼ିକ ଭୟଙ୍କର,
ଓ ସେମାନଙ୍କ ମଧ୍ୟରୁ କେହି ଭଲକାମ କରନ୍ତି ନାହିଁ।
2 ପରମେଶ୍ୱର ସ୍ୱର୍ଗରୁ ସମସ୍ତ ମନୁଷ୍ୟ ସମାଜକୁ ନିରୀକ୍ଷଣ କରନ୍ତି।
ସେ ଲକ୍ଷ୍ୟ କରନ୍ତି, ଯଦି କେହି ଜ୍ଞାନୀ ବ୍ୟକ୍ତି
ପରମେଶ୍ୱରଙ୍କୁ ଅନ୍ୱେଷଣ କରେ।
3 ସେମାନଙ୍କର ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରୁ ବିମୁଖ ହୋଇଛନ୍ତି।
ସେ ସମସ୍ତେ ଅଶୁଚି ହୋଇଛନ୍ତି।
କୌଣସି ଲୋକ ସେମାନଙ୍କ ମଧ୍ୟରୁ ସୁକର୍ମ କରି ନାହାନ୍ତି।
ନାଁ, ଜଣେ କେହି ନାହିଁ!
4 ପରମେଶ୍ୱର କହନ୍ତି, “ଦୁଷ୍ଟମାନେ କିଛି ବୁଝନ୍ତି ନାହିଁ?
ଅଧର୍ମାଗ୍ଭରୀମାନେ ଖାଦ୍ୟଗ୍ରାସ କଲାପରି ମୋ’ ଲୋକମାନଙ୍କୁ ଗ୍ରାସ କରୁଛନ୍ତି
ଏବଂ ସେମାନେ ମୋତେ ପ୍ରାର୍ଥନା କରନ୍ତି ନାହିଁ।”
5 କିନ୍ତୁ ସେହି ଅଧର୍ମାଗ୍ଭରୀ ଲୋକମାନେ ଭୟଭୀତ ହେବେ।
ଏପରି ସେମାନେ ପୂର୍ବରୁ କେବେ ଭୟଭୀତ ହୋଇ ନ ଥିବେ।
ଇସ୍ରାଏଲ, ସେହି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି।
କିନ୍ତୁ ପରମେଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି।
ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରିବ ଏବଂ ପରମେଶ୍ୱର ସେମାନଙ୍କର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।
6 ମୁଁ ଇଚ୍ଛାକରେ, ସେହି ବିଜୟ ସିୟୋନ ପର୍ବତରୁ
ଇସ୍ରାଏଲକୁ ଆସନ୍ତା କି!
ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ ପୁଣି ଥରେ ବନ୍ଦୀତ୍ୱରୁ ଆଣିବେ,
ସେତେବେଳେ ଯାକୁବ ଆନନ୍ଦିତ ହେବେ
ଏବଂ ଇସ୍ରାଏଲ ଉଲ୍ଲସିତ ହେବେ।
ଜଣେ ଭବିଷ୍ୟଦ୍ବକ୍ତାଙ୍କ ବିଧବା ଇଲୀଶାୟଙ୍କୁ ସାହାଯ୍ୟ ଭିକ୍ଷା କରନ୍ତି
4 ଭବିଷ୍ୟଦ୍ବକ୍ତାଗଣଙ୍କ ଦଳର ମଧ୍ୟରୁ ଜଣକର ଭାର୍ଯ୍ୟା ଇଲୀଶାୟଙ୍କ ସମ୍ମୁଖରେ ଆସି କ୍ରନ୍ଦନ କରି କହିଲା, “ଆପଣଙ୍କର ଦାସ ଯିଏ ମୋର ସ୍ୱାମୀ ଥିଲେ, ସେ ମରିଅଛନ୍ତି। ଆପଣ ଜାଣନ୍ତି ସେ ସଦାପ୍ରଭୁଙ୍କୁ ଭୟ କରୁଥିଲେ। ମାତ୍ର ସେ ଏକ ମନୁଷ୍ୟଠାରୁ ଟଙ୍କା କରଜ କରିଥିଲେ ଓ ସେହି ମହାଜନ ମୋର ଦୁଇପୁତ୍ରଙ୍କୁ ଦାସ କରିନେବାକୁ ଆସିଅଛି।”
2 ତହୁଁ ଇଲୀଶାୟ କହିଲେ, “ମୁଁ କିପରି ତୁମ୍ଭକୁ ସାହାଯ୍ୟ କରି ପାରିବି? ଏବେ କୁହ, ତୁମ୍ଭ ଘରେ କ’ଣ ଅଛି?”
ତହୁଁ ସ୍ତ୍ରୀଲୋକଟି କହିଲା, “ଏକ ତୈଳ ପାତ୍ର ଛଡ଼ା ମୋର ଘରେ ଆଉ କିଛି ନାହିଁ।”
3 ତା’ପରେ ଇଲୀଶାୟ କହିଲେ, “ଯାଅ, ତୁମ୍ଭର ପଡ଼ୋଶୀମାନଙ୍କଠାରୁ ଖାଲି ପାତ୍ରଗୁଡ଼ିକ ଧାର କରି ଆଣ। ସେମାନଙ୍କର ଅନେକ ଶୂନ୍ୟ ପାତ୍ର ଥିବ, ସେଗୁଡ଼ିକୁ ସବୁ ଆଣ। 4 ତା’ପରେ ତୁମ୍ଭ ଘରକୁ ଯାଇ ଦ୍ୱାର ବନ୍ଦ କର। କେବଳ ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ହିଁ ସେହି ଘରେ ରହିବ। ତା’ପରେ ସେହି ପାତ୍ରମାନଙ୍କରେ ତୈଳ ଢାଳିବ। ଯେଉଁ ପାତ୍ରଟି ପୂର୍ଣ୍ଣ ହେଉଛି, ତାକୁ ଅଲଗା ରଖିବ।”
5 ଇଲୀଶାୟ ନିକଟରୁ ସେ ବିଧବା ସ୍ତ୍ରୀଲୋକଟି ନିଜ ଘରକୁ ଆସି ଘରର ଦ୍ୱାର ବନ୍ଦ କଲା। ଘର ଭିତରେ ସେ ଓ ତା’ର ଦୁଇପୁତ୍ର ମାତ୍ର ରହିଲେ। ତା’ର ପୁତ୍ରମାନେ ପାତ୍ରଗୁଡ଼ିକୁ ଆଣିଲେ ଓ ସେ ସେଥିରେ ତୈଳ ଢାଳିଲେ। 6 ସେ ଅନେକ ପାତ୍ର ପୂର୍ଣ୍ଣ କଲା। ଶେଷରେ ତା’ର ପୁଅମାନଙ୍କୁ କହିଲା, “ମୋତେ ଆଉ ଗୋଟିଏ ପାତ୍ର ଦିଅ।”
ମାତ୍ର ପୁଅମାନଙ୍କ ମଧ୍ୟରୁ ଗୋଟିଏ ପୁଅ କହିଲା ସମସ୍ତ ପାତ୍ର ପୂର୍ଣ୍ଣ ହୋଇଅଛି, “ଆଉ କୌଣସି ପାତ୍ର ନାହିଁ।” ସେହି ସମୟରେ ସେ ପାତ୍ରରୁ ତୈଳ ବନ୍ଦ ହେଲା।
7 ତା’ପରେ ସ୍ତ୍ରୀଲୋକଟି ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କୁ ଯାହାସବୁ ଘଟିଥିଲା କହିଲେ। ତହୁଁ ଇଲୀଶାୟ କହିଲେ, “ଏବେ ଯାଅ, ସେ ସମସ୍ତ ତୈଳକୁ ବିକି ଋଣ ପରିଶୋଧ କର ଓ ଅବଶିଷ୍ଟ ଅର୍ଥରେ ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ କାଳାତିପାତ କର।”
ଯୀଶୁ ପାଞ୍ଚ ହଜାର ଲୋକଙ୍କୁ ଖାଇବାକୁ ଦେଲ(A)
10 ପ୍ରେରିତମାନେ ଫେରି ଆସି ସେମାନେ ଯାତ୍ରା କରିବା ସମୟରେ ଯାହାସବୁ କରିଥିଲେ, ସେ ବିଷୟରେ ଯୀଶୁଙ୍କ ଆଗରେ ବର୍ଣ୍ଣନା କଲେ। ତା’ପରେ ଯୀଶୁ ପ୍ରେରିତମାନଙ୍କୁ ସାଙ୍ଗରେ ନେଇ ସେଠାରୁ ବେଥ୍ସାଇଦା ନାମକ ନଗରକୁ ଅନ୍ୟମାନଙ୍କଠାରୁ ଅଲଗା ରହିବା ପାଇଁ ଗ୍ଭଲିଗଲେ। 11 କିନ୍ତୁ ଯୀଶୁ କେଉଁଠାକୁ ଗଲେ ଏହା ଲୋକମାନେ ଜାଣି ପାରିଲେ। ସେମାନେ ତାହାଙ୍କର ଅନୁସରଣ କଲେ। ଯୀଶୁ ସେମାନଙ୍କୁ ସ୍ୱାଗତ କଲେ ଏବଂ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ଶିକ୍ଷା ଦେଲେ। ସେ ରୋଗୀମାନଙ୍କୁ ସୁସ୍ଥ କଲେ।
12 ଅପରାହ୍ନର ବିଳମ୍ବିତ ପ୍ରହରରେ ବାରଜଣ ଯାକ ପ୍ରେରିତ ଯୀଶୁଙ୍କ ପାଖକୁ ଆସି କହିଲେ, “ଏ ସ୍ଥାନଟି ନିର୍ଜନ ଅଟେ। ଆପଣ ଲୋକମାନଙ୍କୁ ବିଦାୟ କରିଦିଅନ୍ତୁ। ସେମାନେ ଆଖପାଖ ଗାଁ ଓ କ୍ଷେତ୍ରକୁ ଯାଇ ବସା ଓ ଖାଦ୍ୟର ବ୍ୟବସ୍ଥା କରନ୍ତୁ।”
13 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏମାନଙ୍କୁ କିଛି ଖାଇବାକୁ ଦିଅ।”
ଶିଷ୍ୟମାନେ କହିଲେ, “ଆମ୍ଭ ପାଖରେ କେବଳ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଛଡ଼ା ଆଉ କିଛି ହେଲେ ନାହିଁ। ଆମ୍ଭେ ଯାଇ ଏସବୁ ଲୋକମାନଙ୍କ ପାଇଁ ଖାଦ୍ୟ କିଣି ଆଣିବୁ ବୋଲି ଆପଣ ଗ୍ଭହୁଁଛନ୍ତି କି?” 14 ସେଠାରେ କେବଳ ପ୍ରାୟ ପାଞ୍ଚ ହଜାର ପୁରୁଷ ଲୋକ ଥିଲେ।
ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ଲୋକମାନଙ୍କୁ ପଗ୍ଭଶ ପଗ୍ଭଶ ଜଣ ହିସାବରେ ଦଳ ଦଳ କରି ବସାଅ।”
15 ସେମାନେ ତାହା କଲେ ଓ ସବୁ ଲୋକଙ୍କୁ ବସାଇ ଦେଲେ। 16 ତା’ପରେ ଯୀଶୁ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ନେଲେ। ସେ ସ୍ୱର୍ଗ ଆଡ଼କୁ ଗ୍ଭହିଁ ଖାଦ୍ୟପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ ଖାଦ୍ୟତକ ଖଣ୍ଡ ଖଣ୍ଡ କରି ତାହାଙ୍କ ଶିଷ୍ୟମାନଙ୍କୁ ଲୋକଙ୍କ ଭିତରେ ପରଶି ଦେବାକୁ ଦେଲେ। 17 ସବୁ ଲୋକ ଖାଇଲେ ଓ ତୃପ୍ତ ହୋଇଗଲେ। ତଥାପି ବହୁତ ଖାଦ୍ୟ ବଳିଗଲା। ବଳକା ଖାଦ୍ୟ ଟୁକୁରାତକ ଶିଷ୍ୟମାନେ ବାରଟି ଟୋକେଇରେ ଭର୍ତ୍ତି କଲେ।
2010 by World Bible Translation Center