Revised Common Lectionary (Semicontinuous)
118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
2 ଇସ୍ରାଏଲ ଏବେ କହନ୍ତୁ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ [a] ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା।
ସଦାପ୍ରଭୁ ମୋତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ।
ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା।
ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।
17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି
ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି।
ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।
22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।
ସେ (ସ୍ତ୍ରୀ) କହିଲେ
3 ରାତ୍ରିରେ ବିଛଣାରେ
ମୁଁ ମୋର ନର ମଣିଷକୁ ଖୋଜିଲି ଯାହାକୁ ମୁଁ ପ୍ରେମ କରେ।
ମୁଁ ତାହାଙ୍କୁ ଖୋଜିଲି।
କିନ୍ତୁ ମୁଁ ତାଙ୍କୁ ପାଇଲି ନାହିଁ।
2 ମୁଁ କହିଲି, ମୁଁ ଏବେ ଉଠି
ନଗର ଭ୍ରମଣ କରିବି।
ଯାହାଙ୍କୁ ମୋର ପ୍ରାଣ ପ୍ରେମ କରେ,
ତାହାଙ୍କୁ ମୁଁ ଗଳିଗଳି ଛକଛକ ଖୋଜିବି।
ମୁଁ ତାହାଙ୍କୁ ଖୋଜିଲି
ମାତ୍ର ପାଇଲି ନାହିଁ।
3 ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ।
ମୁଁ ସେମାନଙ୍କୁ ପଗ୍ଭରିଲି, “ଯାହାଙ୍କୁ ମୋର ପ୍ରାଣ ପ୍ରେମ କରେ, ତାହାଙ୍କୁ ତୁମ୍ଭେ ଦେଖିଛ କି?”
4 ସେମାନଙ୍କୁ ଛାଡ଼ିବାର ଅଳ୍ପକ୍ଷଣ ପରେ ଯାହାଙ୍କୁ ମୋର ପ୍ରାଣ ପ୍ରେମ କରେ,
ତାହାଙ୍କୁ ମୁଁ ପାଇଲି।
ମୁଁ ତାହାଙ୍କୁ ମୋର ମାର ଗୃହର କୋଠରୀକୁ ନେଇଗଲି,
ଯେଉଁଠାରେ ମୁଁ ଗର୍ଭରେ ସଞ୍ଚାରିତ ହୋଇଥିଲି,
ମୁଁ ତାଙ୍କୁ ଧରି ରଖିଲି ଏବଂ ଯିବାକୁ ଦେଲି ନାହିଁ।
ସେ (ସ୍ତ୍ରୀ) ଲୋକମାନଙ୍କୁ କହିଲେ
5 ହେ ଯିରୁଶାଲମ ଚତୁର୍ପାର୍ଶ୍ୱର କ୍ଷେତ୍ରସବୁ,
କ୍ଷେତ୍ରର ହରିଣ ଓ କୃଷ୍ଣସାର ମୃଗଗଣର ନାମରେ ପ୍ରତିଜ୍ଞା କର।
ଉଚିତ୍ ସମୟ ନ ହେବା ଯାଏ
ତୁମ୍ଭେମାନେ ପ୍ରେମକୁ ଜାଗ୍ରତ କର ନାହିଁ।
ସେ (ପୁ) ଏବଂ ତାଙ୍କର ଅନୁଢ଼ା କନ୍ୟା
6 ସିଏ କିଏ ଅଟେ,
ଯେଉଁ ସ୍ତ୍ରୀଲୋକ ଧୂମ୍ର ସ୍ତମ୍ଭ ତୁଲ୍ୟ ପ୍ରାନ୍ତରରୁ ଆସୁଅଛି?
ଗନ୍ଧରସ ଓ କୁନ୍ଦୁରୁରେ,
ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣରେ ସୁବାସିତା ହୋଇ।
7 ଦେଖ, ତାହା ଶଲୋମନଙ୍କର ଘୋଡ଼ା ଗାଡ଼ି।
ସେଠାରେ ଷାଠିଏ ଜଣ ଇସ୍ରାଏଲୀୟ ରଥକୁ ଘେରି ଅଛନ୍ତି।
8 ସେ ସମସ୍ତେ ଖଡ଼୍ଗଧାରି ଓ ଯୁଦ୍ଧରେ ନିପୁଣ।
ରାତ୍ରିକାଳରେ ଆଶଙ୍କା ହେତୁ।
ପ୍ରତ୍ୟେକର କଟି ଦେଶରେ ସ୍ୱ ସ୍ୱ ଖଡ଼୍ଗ ବନ୍ଧା ଥାଏ।
9 ଶଲୋମନ ରାଜା ଆପଣା ପାଇଁ ଲିବାନୋନ୍ର
କାଠର ଏକ ପାଲିଙ୍କି ନିର୍ମାଣ କଲେ।
10 ସେ ତହିଁରେ ସ୍ତମ୍ଭସବୁ ରୂପାର,
ତହିଁର ତଳଭାଗ ସୁବର୍ଣ୍ଣର ଓ ତହିଁର ଆସନ ବାଇଗଣି ରଙ୍ଗର
ଏବଂ ତହିଁର ଭିତର ପାଖଗୁଡ଼ିକ,
ପ୍ରେମ ନିମନ୍ତେ ଯିରୁଶାଲମର ଚତୁର୍ପାର୍ଶ୍ୱର ଗ୍ରାମଗୁଡ଼ିକ ସାମଗ୍ରୀ ଦ୍ୱାରା ସଜ୍ଜିତ ହୋଇଥିଲା।
11 ଆଗୋ ସିୟୋନର କନ୍ୟାଗଣ,
ତୁମ୍ଭେମାନେ ବାହାରେ ଯାଇ
ମୁକୁଟ ଭୂଷିତ ଶଲୋମନ ରାଜାଙ୍କୁ ଦେଖ।
ତାହାଙ୍କ ବିବାହ ଦିନରେ ଓ ତାହାଙ୍କ ମନର ଆନନ୍ଦ ଦିନରେ
ତାହାଙ୍କ ମାତା ତାହାଙ୍କୁ ସେହି ମୁକୁଟ ପିନ୍ଧାଇ ଅଛନ୍ତି
ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେଲେ(A)
16 ବିଶ୍ରାମ ଦିବସର ପରଦିନ ମଗ୍ଦଲୀନୀ ମରିୟମ, ଯାକୁବଙ୍କ ମା ମରିୟମ ଓ ଶଲୋମୀ, ଯୀଶୁଙ୍କ ଶରୀରକୁ ଅଭିଷିକ୍ତ କରିବା ପାଇଁ କିଛି ସୁଗନ୍ଧିତ ତେଲ ଆଣିଲେ। 2 ସପ୍ତାହର ସେହି ପ୍ରଥମ ଦିନ ଖୁବ୍ ଶୀଘ୍ର ଠିକ୍ ସୂର୍ଯ୍ୟୋଦୟ ପରେ ପରେ ସେମାନେ କବର ପାଖକୁ ଗଲେ। 3 ସେମାନେ ନିଜ ନିଜ ଭିତରେ କୁହା କୁହି ହେଲେ, “କବର ମୁହଁକୁ ଗୋଟିଏ ବିରାଟ ପଥର ଦ୍ୱାରା ବନ୍ଦ କରି ଦିଆ ହୋଇଛି। ପଥରଟିକୁ ଆମ୍ଭ ପାଇଁ କିଏ ସେଠାରୁ ଗଡ଼େଇ ଦେବ?”
4 ତା’ପରେ ସେମାନେ ସେ ଆଡ଼କୁ ଗ୍ଭହିଁଲେ। ସେମାନେ ଦେଖିଲେ ଯେ, ସେହି ବଡ଼ ପଥରଟି ସେଠାରୁ ଘୁଞ୍ଚା ଯାଇଛି। 5 ସେମାନେ କବର ଭିତରକୁ ଗଲେ। ସେଠାରେ ସେମାନେ ଧଳା ପୋଷାକ ପିନ୍ଧିଥିବା ଜଣେ ଯୁବକକୁ ଦେଖିଲେ। ସେ ସମାଧିର ଡାହାଣ ପଟେ ବସି ରହିଥିଲେ। ସେମାନେ ଡରିଗଲେ।
6 କିନ୍ତୁ ଯୁବକ ଜଣକ କହିଲେ, “ଭୟ କର ନାହିଁ। ତୁମ୍ଭେମାନେ କ୍ରୁଶବିଦ୍ଧ ନାଜରିତର ଯୀଶୁଙ୍କୁ ଖୋଜୁଛ। ସେ ମୃତ୍ୟୁରୁ ପୁନରୁତ୍ଥିତ ହୋଇଛନ୍ତି। ସେ ଏଠାରେ ନାହାନ୍ତି। ଦେଖ, ସେମାନେ ତାହାଙ୍କୁ ଏହି ସ୍ଥାନରେ ରଖିଥିଲେ। 7 ଏବେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଏବଂ ପିତରଙ୍କୁ କୁହ ଯେ, ତୁମ୍ଭମାନଙ୍କ ପୂର୍ବରୁ ଯୀଶୁ ଗାଲିଲୀକୁ ଯାଉଛନ୍ତି। ସେ ତୁମ୍ଭକୁ ପୂର୍ବରୁ ଯେଉଁଭଳି କହିଥିଲେ, ତୁମ୍ଭେମାନେ ତାହାଙ୍କୁ ସେହିଭଳି ସେଠାରେ ଦେଖିବ।”
8 ସେହି ସ୍ତ୍ରୀଲୋକମାନେ ଭୟ ପାଇ ଯାଇଥିଲେ ଏବଂ ବିସ୍ମୟରେ ଅଭିଭୂତ ହୋଇ ଯାଉଥିଲେ। ସେମାନେ କବରରୁ ବାହାରି ଦୌଡ଼ି ପଳାଇଲେ, କିନ୍ତୁ ଭୟଭୀତ ହୋଇ ଯାଇଥିବାରୁ ଏସବୁ ଘଟଣା କାହାରିକୁ କହିଲେ ନାହିଁ।
2010 by World Bible Translation Center