Revised Common Lectionary (Semicontinuous)
ପଞ୍ଚମ ପୁସ୍ତକ
(ଗୀତସଂହିତା 107-150)
107 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମହାନ।
ତାଙ୍କର ଦୟା ଅନନ୍ତକାଳସ୍ଥାୟୀ।
2 ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍।
ସଦାପ୍ରଭୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଛନ୍ତି।
3 ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରିତ କଲେ।
ସେ ସେମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରିତ କଲେ।
4 ସେମାନଙ୍କ ମଧ୍ୟରୁ କେତେକ ଶୁଷ୍କ ମରୁଭୂମିରେ ଏଣେତେଣେ ଭ୍ରମଣ କଲେ।
ସେମାନେ ସହରରେ ବାସ କରିବାକୁ ଏକ ସ୍ଥାନ ଖୋଜୁଥିଲେ,
କିନ୍ତୁ ସେମାନେ ପାଇଲେ ନାହିଁ।
5 ସେମାନେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ
ଏବଂ ସେମାନେ ଦୁର୍ବଳ ହୋଇଯାଇଥିଲେ।
6 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
ଏବଂ ସେ ତାଙ୍କୁ ସେହି ବିପଦରୁ ମୁକ୍ତ କଲେ।
7 ପରମେଶ୍ୱର ସେମାନଙ୍କୁ ବସତି ନଗରକୁ ଆଗେଇ ନେଲେ, ଯେଉଁଠାରେ ସେମାନେ ବାସ କରି ପାରିବେ।
8 ସେମାନେ ସଦାପ୍ରଭୁଙ୍କ କରୁଣା ପାଇଁ ତାଙ୍କୁ ଧନ୍ୟବାଦ କରିବା ଉଚିତ୍
କାରଣ ସେ ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି।
9 କାରଣ ପରମେଶ୍ୱର ତୃଷାର୍ତ୍ତ ପ୍ରାଣକୁ ଶାନ୍ତ କରିଛନ୍ତି।
କ୍ଷୁଧାର୍ତ୍ତମାନଙ୍କର ଉଦର ପରମେଶ୍ୱର ପୂର୍ଣ୍ଣ କରିଛନ୍ତି।
10 ପରମେଶ୍ୱରଙ୍କର କିଛି ଲୋକ ଦୁଃଖ ଓ ଲୌହ ଶୃଙ୍ଖଳରେ ବନ୍ଧାହୋଇ
ଅନ୍ଧକାରରେ ଥିଲେ।
11 କାରଣ ସେମାନେ ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ କଲେ।
ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ଉପଦେଶକୁ ମାନିବାକୁ ମନା କଲେ।
12 ପରମେଶ୍ୱର ସେମାନଙ୍କୁ ନମ୍ର କରେଇବା ପାଇଁ
ଅସୁବିଧାର ସମ୍ମୁଖୀନ କଲେ।
ସେମାନେ ପତିତ ହେଲେ
ଓ ସାହାଯ୍ୟ କରିବାକୁ କେହି ନ ଥିଲେ।
13 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
ଏବଂ ସେ ସେମାନଙ୍କୁ ବିପଦରୁ ରକ୍ଷା କଲେ।
14 ପରମେଶ୍ୱର ସେମାନଙ୍କୁ ଅନ୍ଧକାର ଓ ମୃତ୍ୟୁ ଛାୟାରୁ ସେମାନଙ୍କୁ ବାହାର କରି ଆଣିଲେ
ଓ ସେମାନଙ୍କ ବନ୍ଧନ ଛେଦନ କଲେ।
15 ସେମାନେ ସଦାପ୍ରଭୁଙ୍କର କରୁଣା ପ୍ରେମ ପାଇଁ ତାଙ୍କୁ ଧନ୍ୟବାଦ କରନ୍ତୁ।
ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି ବୋଲି।
16 ପରମେଶ୍ୱର ପିତ୍ତଳ ଫାଟକକୁ ଭାଙ୍ଗି ଦେଇ ପାରିବେ।
ସେ କଏଦୀମାନଙ୍କର ଲୌହ ନିର୍ମିତ ଫାଟକରେ ଥିବା ଲୁହା ଅର୍ଗଳକୁ ଭାଙ୍ଗି ଚୂନା କରି ପାରିବେ।
ଇସ୍ରାଏଲ ପ୍ରାନ୍ତର ମଧ୍ୟକୁ ଯାଆନ୍ତି
22 ମୋଶା ଇସ୍ରାଏଲ ଲୋକମାନଙ୍କୁ ସୂଫସାଗରଠାରୁ ପର୍ବତ ଆଡ଼କୁ ନେଇଗଲେ। ସେମାନେ ତିନି ଦିନ ଧରି ମରୁଭୂମିରେ ଯାତ୍ରା କଲେ, ଲୋକମାନେ ଟିକେ ମଧ୍ୟ ପାଣି ପାଇଲେ ନାହିଁ। 23 ତିନି ଦିନ ପରେ ଲୋକମାନେ ମାରାଠାରେ ପହଞ୍ଚିଲେ। ସେଠାରେ ପାଣି ଥିଲା କିନ୍ତୁ ତିକ୍ତତା ହେତୁ ପାନୀୟ ଯୋଗ୍ୟ ନ ଥିଲା। ଯେଉଁଥିପାଇଁ ସେହି ସ୍ଥାନର ନାମ ହେଲା ମାରା।
24 ଲୋକମାନେ ମୋଶାଙ୍କ ନିକଟରେ ଅଭିଯୋଗ କଲେ। ଲୋକମାନେ କହିଲେ, “ଆମ୍ଭେ କ’ଣ ପିଇବୁ?”
25 ମୋଶା ସଦାପ୍ରଭୁଙ୍କୁ ଡାକ ପକାଇଲେ। ତେଣୁ ସଦାପ୍ରଭୁ ତାଙ୍କୁ ଏକ ବୃକ୍ଷ ଦେଖାଇଲେ। ମୋଶା ସେହି ବୃକ୍ଷର ଶାଖାକୁ ଜଳରେ ପକାନ୍ତେ ଏହା ମଧୁର ହୋଇଗଲା।
ସେହି ସ୍ଥାନରେ, ସଦାପ୍ରଭୁ ତାଙ୍କୁ ବ୍ୟବସ୍ଥା ଓ ଆଜ୍ଞା ଦେଲେ। ସେଠାରେ ସେ ତାଙ୍କୁ ପରୀକ୍ଷା କଲେ। 26 ତା’ପରେ ସେ କହିଲେ, “ତୁମ୍ଭେ ଯେବେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର ଏବଂ ତାଙ୍କ ଦୃଷ୍ଟିରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ୟବସ୍ଥାସବୁ ପାଳନ କର, ତେବେ ମିଶରୀୟମାନେ ଯେଉଁସବୁ ରୋଗରେ ପିଡ଼ୀତ ହେଲେ, ତୁମ୍ଭେମାନେ ସେହି ରୋଗରେ ପିଡ଼ୀତ ହେବ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।”
27 ଏହା ପରେ ଲୋକମାନେ ଏଲୀମକୁ ଗଲେ। ଏଲୀମଠାରେ ବାରଟି ନିର୍ଝର ଏବଂ ସତୁରୀଟି ଖଜୁରୀ ଗଛ ଥିଲା। ତେଣୁ ଲୋକମାନେ ସେଠାରେ ପାଣି ପାଖରେ ଛାଉଣି ସ୍ଥାପନ କଲେ।
ମୋଶାଙ୍କଠାରୁ ଯୀଶୁ ମହାନ
3 ଅତଏବ ତୁମ୍ଭେମାନେ ସମସ୍ତେ ଯୀଶୁଙ୍କଠାରେ ମନ ଦିଅ। ପରମେଶ୍ୱର ତାହାଙ୍କୁ ଆମ୍ଭପାଖକୁ ପଠାଇଛନ୍ତି। ସେ ଆମ୍ଭ ବିଶ୍ୱାସର ମହାଯାଜକ। ମୋ’ ପବିତ୍ର ଭାଇ ଓ ଭଉଣୀମାନେ, ମୁଁ ଏ କଥା ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ୱର ତୁମ୍ଭମାନଙ୍କୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। 2 ପରମେଶ୍ୱର ଯୀଶୁଙ୍କୁ ମହାଯାଜକ ସ୍ୱରୂପେ ଆମ୍ଭ ପାଖକୁ ପଠାଇଛନ୍ତି। ମୋଶାଙ୍କ ପରି ଯୀଶୁ ମଧ୍ୟ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଥିଲେ। ଈଶ୍ୱରଙ୍କ ଗୃହରେ ଈଶ୍ୱର ଇଚ୍ଛା କରୁଥିବା ସମସ୍ତ କାର୍ଯ୍ୟ ସେ କଲେ। 3 ଯେତେବେଳେ ଜଣେ ଲୋକ ଘରଟିଏ ତିଆରି କଲେ, ଲୋକେ ଘର ତୁଳନାରେ ସେହି ଲୋକକୁ ଅଧିକ ସମ୍ମାନ ଦିଅନ୍ତି। ଯୀଶୁଙ୍କ ପାଇଁ ମଧ୍ୟ ଏହା ପ୍ରଜୁଜ୍ୟ। ମୋଶାଙ୍କ ତୁଳନାରେ ଯୀଶୁ ଅଧିକ ସମ୍ମାନର ଯୋଗ୍ୟ। 4 ପ୍ରତ୍ୟେକ ଘର କୌଣସି ଲୋକ ଦ୍ୱାରା ନିର୍ମିତ। 5 କିନ୍ତୁ ପରମେଶ୍ୱର ସମସ୍ତ ବିଷୟ ନିର୍ମାଣ କରିଛନ୍ତି। ପରମେଶ୍ୱରଙ୍କ ଗୃହରେ ମୋଶା ଜଣେ ସେବକ ରୂପେ ବିଶ୍ୱସ୍ତ ଥିଲେ। ପରମେଶ୍ୱର ଭବିଷ୍ୟତରେ ଯାହାକିଛି କହିବେ, ସେ ଲୋକମାନଙ୍କୁ ସେହି କଥା କହିଥିଲେ। 6 କିନ୍ତୁ ଖ୍ରୀଷ୍ଟ ପୁତ୍ର ଭାବେ ପରମେଶ୍ୱରଙ୍କ ଗୃହର ତତ୍ତ୍ୱାବଧାନରେ ବିଶ୍ୱସ୍ତ ଥିଲେ। ଆମ୍ଭେ ବିଶ୍ୱାସୀଗଣ ପରମେଶ୍ୱରଙ୍କ ଗୃହ ପରିବାର ସ୍ୱରୂପ ଅଟୁ। ଯଦି ଆମ୍ଭେ ସେହି ମହତ୍ ଆଶାର ଅପେକ୍ଷାରେ ଦୃଢ଼ ଓ ଅଟଳ ରହିବା, ତା’ହେଲେ ଆମ୍ଭ ଅନ୍ତରରେ ପରମେଶ୍ୱର ବାସ କରିବେ।
2010 by World Bible Translation Center