Revised Common Lectionary (Semicontinuous)
ବୈତ୍
9 ତୁମ୍ଭର ବାକ୍ୟାନୁଯାୟୀ କିପରି ଜଣେ ଯୁବକ
ତା’ର ଜୀବନକୁ ପବିତ୍ର କରି ପାରିବ?
10 ସଦାପ୍ରଭୁ, ମୁଁ ଚେଷ୍ଟା କରିବି ମୋର ସର୍ବାନ୍ତକରଣ ହୃଦୟରେ ତୁମ୍ଭର ସେବା କରିବି।
ତୁମ୍ଭର ଆଜ୍ଞାରୁ ଗ୍ଭଲିଯିବାକୁ ମୋତେ ପ୍ରତିରୋଧ କର।
11 ମୁଁ ମୋ’ ହୃଦୟରେ ତୁମ୍ଭର ପ୍ରତିଜ୍ଞାକୁ ସଞ୍ଚୟ କରି ରଖିଅଛି,
ଯେପରି ମୁଁ ତୁମ୍ଭ ବିରୁଦ୍ଧରେ ପାପ ନ କରିବି।
12 ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରଶଂସା କରେ।
ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
13 ମୋ’ ଓଷ୍ଠସହ ତୁମ୍ଭର ନ୍ୟାୟପରାୟଣତାକୁ ବାରମ୍ବାର କହିଅଛି।
14 ତୁମ୍ଭର ବାକ୍ୟରେ ରହି
ମୁଁ ସବୁ ସମ୍ଭବ ସମ୍ପଦ ପାଇଅଛି।
15 ମୁଁ ତୁମ୍ଭର ନିର୍ଦ୍ଦେଶର ମଧ୍ୟସ୍ଥି ହେବାକୁ ଗ୍ଭହୁଁଛି
ଏବଂ ଯେଉଁ ରାସ୍ତା ତୁମ୍ଭେ ଅନୁସରଣ କରିବାକୁ କହିଅଛ ମୁଁ ତାହା ଅନୁସରଣ କରିବି।
16 ମୁଁ ତୁମ୍ଭ ବ୍ୟବସ୍ଥାରେ ଆନନ୍ଦ କରିବି।
ମୁଁ ତୁମ୍ଭର ବାକ୍ୟ ପାଶୋରିବି ନାହିଁ।
ସଦାପ୍ରଭୁ ଲୋକମାନଙ୍କୁ ଉତ୍ସାହିତ କରନ୍ତି
2 ସପ୍ତମ ମାସର ଏକବିଂଶ ଦିବସରେ ସଦାପ୍ରଭୁଙ୍କଠାରୁ ଏହି ବାର୍ତ୍ତା ହାଗୟଙ୍କ ନିକଟକୁ ଆସିଲା। 2 “ଏହି ବାର୍ତ୍ତା ଯିହୁଦାର ଦେଶାଧ୍ୟକ୍ଷ ଶଲ୍ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲଙ୍କୁ ଓ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କୁ ଏବଂ ସମସ୍ତ ଲୋକଙ୍କୁ କୁହ। 3 ‘ତୁମ୍ଭମାନଙ୍କ ମଧ୍ୟରୁ କିଏ ଏହି ମନ୍ଦିରର ପୂର୍ବ ମହିମା ଦେଖିଲା? ଧ୍ୱଂସ ହୋଇ ଯାଇଥିବା ସୁନ୍ଦର ଗୃହ ସହିତ ତୁମ୍ଭେମାନେ ଏହାକୁ ତୁଳନା କରିଛ। ଯଦି ଏହି ଗୃହକୁ ପ୍ରଥମ ଗୃହ ସହିତ ତୁଳନା କର ତେବେ ତୁମ୍ଭର ଦୃଷ୍ଟିରେ ଏହା କିଛି ନୁହେଁ। 4 କିନ୍ତୁ ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, “ଯିରୁବ୍ବାବିଲର ସାହସ ଜଗାଅ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ, ତୁମ୍ଭେ ଜଣେ ମହାଯାଜକ ସାହସ ଜଗାଅ ଏବଂ ତୁମ୍ଭେ ସବୁଲୋକ ସାହସ ଜଗାଅ।” ସଦାପ୍ରଭୁ କୁହନ୍ତି, “ଏହି କାର୍ଯ୍ୟ ଗ୍ଭଲୁ ରଖ, କାରଣ ଆମ୍ଭେ ତୁମ୍ଭମାନଙ୍କ ସହିତ ଅଛୁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ।
5 ସଦାପ୍ରଭୁ କୁହନ୍ତି, “‘ତୁମ୍ଭେମାନେ ମିଶର ପରିତ୍ୟାଗ କଲାବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ଚୁକ୍ତି କରିଥିଲୁ। ଆମ୍ଭେ ଆପଣା ପ୍ରତିଜ୍ଞା ରକ୍ଷା କରିଅଛୁ। ଆମ୍ଭର ଆତ୍ମା ତୁମ୍ଭମାନଙ୍କ ମଧ୍ୟରେ ଅଛି। ତେଣୁ ଭୟ କର ନାହିଁ।’ 6 କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହିଛନ୍ତି। ‘ଅଳ୍ପ ସମୟ ପରେ ଆମ୍ଭେ ପୁନର୍ବାର କମ୍ପନ ସୃଷ୍ଟି କରିବା। ସ୍ୱର୍ଗ, ମର୍ତ୍ତ୍ୟ, ଜଳ ଓ ସ୍ଥଳରେ କମ୍ପନ ଆଣିବା। 7 ଆମ୍ଭେ ସମସ୍ତ ଦେଶକୁ ଥରାଇ ଦେବା ଏବଂ ସେମାନେ ଧନସମ୍ପଦ ଧରି ତୁମ୍ଭ ନିକଟକୁ ଆସିବେ। ତା’ପରେ ଆମ୍ଭେ ଏହି ମନ୍ଦିରକୁ ମହିମାରେ ପୂର୍ଣ୍ଣ କରିବା।’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଛନ୍ତି। 8 ‘ସେମାନଙ୍କର ସମସ୍ତ ରୂପାର ଅଧିକାରୀ ଆମ୍ଭେ ଏବଂ ସମସ୍ତ ସ୍ୱର୍ଣ୍ଣ ମଧ୍ୟ ଆମ୍ଭର। ସର୍ବଶକ୍ତିମାନ ସଦାପ୍ରଭୁ ଏହା ହିଁ କହୁଛନ୍ତି। 9 ସର୍ବଶକ୍ତିମାନ୍ ସଦାପ୍ରଭୁ କହନ୍ତି, ‘ଏହି ମନ୍ଦିରଟିର ସମ୍ମାନ ପ୍ରଥମ ମନ୍ଦିର ସମ୍ମାନ ଅପେକ୍ଷା ଅଧିକ ହେବ ଏବଂ ଆମ୍ଭେ ଏହି ସ୍ଥାନକୁ ଶାନ୍ତି ପ୍ରଦାନ କରିବା,’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହନ୍ତି।”
20 ମାସର ଚତୁର୍ବିଂଶ ଆଉ ଏକ ବାର୍ତ୍ତା ସଦାପ୍ରଭୁଙ୍କଠାରୁ ହାଗୟ ନିକଟକୁ ଆସିଲା। ବାର୍ତ୍ତାଟି ହେଉଛି। 21 “ଯିହୁଦାର ଶାସକ ଯିରୁବ୍ବାବିଲଙ୍କ ନିକଟକୁ ଯାଅ। ଆମ୍ଭେ ପୃଥିବୀ ଓ ସ୍ୱର୍ଗକୁ ଥରାଇ ଦେବା। 22 ଆମ୍ଭେ ବହୁ ରାଜ୍ୟ ଓ ରାଜାଙ୍କୁ ଓଲଟାଇ ଦେବା, ଆମ୍ଭେ ରାଜ୍ୟର ଅନ୍ୟ ଲୋକମାନଙ୍କର କ୍ଷମତାକୁ ଲୋପ କରିବା, ସେମାନଙ୍କର ରଥ ଓ ଆରୋହୀଙ୍କୁ ଧ୍ୱଂସ କରିବା। ଆମ୍ଭେ ସେମାନଙ୍କର ଯୁଦ୍ଧ ଅଶ୍ୱ ଓ ଆରୋହୀଙ୍କୁ ପରାସ୍ତ କରିବା। ସେ ସୈନିକମାନେ ବର୍ତ୍ତମାନ ପରସ୍ପର ବନ୍ଧୁଭାବରେ ଅଛନ୍ତି। କିନ୍ତୁ ସେମାନେ ପରସ୍ପର ବିରୁଦ୍ଧରେ ଯିବେ ଏବଂ ପରସ୍ପର ଖଣ୍ଡାରେ ହଣାହଣି ହୋଇ ମରିବେ।” 23 ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହୁଛନ୍ତି। “ଶଲ୍ଟିୟେଲଙ୍କ ପୁତ୍ର ଯିରୁବ୍ବାବିଲ, ତୁମ୍ଭେ ଆମ୍ଭର ଭୃତ୍ୟ। ଆମ୍ଭେ ତୁମ୍ଭକୁ ବାଛିଅଛୁ, ସେହି ସମୟରେ ଆମ୍ଭେ ତୁମ୍ଭକୁ ଏକ ମୋହର ଥିବା ମୁଦି କରିବା। ଆମ୍ଭେ ଏସବୁ କରିଛୁ ବୋଲି ତୁମ୍ଭେ ଏହାର ପ୍ରମାଣ ହେବ।”
ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ ବାକ୍ୟ କହିଲେ।
34 ଲୋକମାନେ କହିଲେ, “ଆମ୍ଭ ବ୍ୟବସ୍ଥା କୁହେ ଯେ, ଖ୍ରୀଷ୍ଟ ଚିରଦିନ ପାଇଁ ଜୀବିତ ରହିବେ। ତେବେ ତୁମ୍ଭେ କାହିଁକି କହୁଛ ଯେ ‘ମନୁଷ୍ୟପୁତ୍ର ନିଶ୍ଚୟ ଊର୍ଦ୍ଧ୍ୱକୁ ଯିବେ?’ ଏହି ମନୁଷ୍ୟପୁତ୍ର କିଏ?”
35 ଯୀଶୁ କହିଲେ, “ତୁମ୍ଭମାନଙ୍କ ପାଖରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖରେ ଥିବା ପର୍ଯ୍ୟନ୍ତ ଗ୍ଭଲ। ତେବେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାରରେ ଗ୍ଭଲୁଥିବା ବ୍ୟକ୍ତି କେଉଁଆଡ଼େ ଯାଉଛି ଜାଣି ପାରେ ନାହିଁ। 36 ତେଣୁ ତୁମ୍ଭ ପାଖରେ ଆଲୋକ ଥିବା ପର୍ଯ୍ୟନ୍ତ ତା’ଠାରେ ତୁମ୍ଭେ ବିଶ୍ୱାସ ରଖ। ତେବେ ତୁମ୍ଭେମାନେ ଆଲୋକର ସନ୍ତାନ ହେବ।” ଯୀଶୁ ଏ କଥା କରିବା ପରେ ସେମାନଙ୍କର ପାଖରୁ ଗ୍ଭଲି ଗଲେ। ସେ ଏପରି ସ୍ଥାନରେ ରହିଲେ, ଯେଉଁଠି ଲୋକମାନେ ତାହାଙ୍କୁ ପାଇଲେ ନାହିଁ।
ଯୀଶୁଙ୍କୁ ବିଶ୍ୱାସ କରିବା ପାଇଁ ଯିହୂଦୀମାନେ ଅସ୍ୱୀକାର କଲେ
37 ଯୀଶୁ ବହୁତ ଗୁଡ଼ିଏ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ। ଲୋକମାନେ ଏ ସବୁ ଦେଖିବା ସତ୍ତ୍ୱେ ତାହାଙ୍କୁ ବିଶ୍ୱାସ କଲେ ନାହିଁ। 38 ଅତଏବ ଭବିଷ୍ୟଦ୍ବକ୍ତା ଯିଶାଇୟ ଯାହା କହିଥିଲେ ତାହା ସତ୍ୟ ହେଲା, ସେ କହିଥିଲେ,
“ହେ ପ୍ରଭୁ, ଆମ୍ଭେ କହିଥିବା କଥାରେ କିଏ ବିଶ୍ୱାସ କରିଛି?
କିଏ ପ୍ରଭୁଙ୍କର ଶକ୍ତି ଦେଖିଛି?”(A)
39 ସେମାନେ ବିଶ୍ୱାସ କରି ପାରି ନ ଥିଲେ, କାରଣ ଯିଶାଇୟ ଆହୁରି ମଧ୍ୟ କହିଥିଲେ:
40 “ପରମେଶ୍ୱର ଲୋକମାନଙ୍କୁ ଅନ୍ଧ କରିଛନ୍ତି।
ସେ ସେମାନଙ୍କର ହୃଦୟ କଠିନ କରି ଦେଇଛନ୍ତି।
ସେମାନେ ଯେପରି ଆଖିରେ ଦେଖି ପାରିବେ ନାହିଁ
ଓ ବୁଦ୍ଧିରେ ବୁଝିପାରିବେ ନାହିଁ ସେଥି ନିମନ୍ତେ ପରମେଶ୍ୱର ଏହା କରିଅଛନ୍ତି।
ତା’ପରେ ମୁଁ ସେମାନଙ୍କୁ ସୁସ୍ଥ କରିବି।” (B)
41 ଯିଶାଇୟ ଏ କଥା କହିଥେଲେ, କାରଣ ସେ ପ୍ରଭୁଙ୍କର ଗୌରବ ଦେଖିଥିଲେ। ତେଣୁ ସେ ତାହାଙ୍କ (ଯୀଶୁଙ୍କ) ବିଷୟରେ ଏହା କହିଲେ।
42 କିନ୍ତୁ ଯୀଶୁଙ୍କୁ ଅନେକ ଲୋକ ବିଶ୍ୱାସ କଲେ। ଏପରିକି, ଅନେକ ଯିହୂଦୀ ନେତାମାନେ ମଧ୍ୟ ତାହାଙ୍କଠାରେ ବିଶ୍ୱାସ କଲେ। କିନ୍ତୁ ସେମାନେ ଫାରୂଶୀମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ତାହାଙ୍କ ବିଶ୍ୱାସ ସମ୍ବନ୍ଧରେ ଖୋଲାଖୋଲି ଭାବେ କହିଲେ ନାହିଁ। ସେମାନେ ଡରିଲେ, କାଳେ ଫାରୂଶୀମାନେ ସେମାନଙ୍କୁ ସମାଜଗୃହରୁ ବାହାର କରିଦେବେ। 43 ସେ ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଅପେକ୍ଷା ଲୋକଙ୍କର ପ୍ରଶଂସା ପାଇବାକୁ ଭଲ ପାଉଥିଲେ।
ଯୀଶୁଙ୍କ ଶିକ୍ଷା ଲୋକଙ୍କର ବିଗ୍ଭର କରିବ
44 ତା’ପରେ ଯୀଶୁ ଚିତ୍କାର କରି କହିଲେ, “ମୋ’ଠାରେ ଯେଉଁ ଲୋକ ବିଶ୍ୱାସ ରଖେ, ସେ ପ୍ରକୃତରେ ମୋ’ଠାରେ ନୁହେଁ ମାତ୍ର ଯେ ମୋତେ ପଠାଇଛନ୍ତି, ତାହାଙ୍କଠାରେ ବିଶ୍ୱାସ ରଖେ। 45 ମୋତେ ଯେଉଁ ଲୋକ ଦେଖେ, ସେ ପ୍ରକୃତରେ ମୋର ପ୍ରେରଣ କର୍ତ୍ତାଙ୍କୁ ଦେଖେ। 46 ମୁଁ ଆଲୋକ ଓ ମୁଁ ଏ ଜଗତକୁ ଆସିଛି। ମୋର ଆସିବାର କାରଣ, ମୋ’ଠାରେ ବିଶ୍ୱାସ ରଖିଥିବା ପ୍ରତ୍ୟେକ ଲୋକ କେବେ ଅନ୍ଧକାରରେ ରହିବ ନାହିଁ।
47 “ମୁଁ ଲୋକମାନଙ୍କର ବିଗ୍ଭର କରିବା ପାଇଁ ଆସି ନାହିଁ। ମାତ୍ର ମୁଁ ଏ ଜଗତର ଲୋକଙ୍କୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଆସିଛି। ଯେଉଁମାନେ ମୋ’ ଶିକ୍ଷା ଶୁଣନ୍ତି କିନ୍ତୁ ତାହା ଅମାନ୍ୟ କରନ୍ତି ମୁଁ ସେହି ଲୋକମାନଙ୍କର ବିଗ୍ଭର କରିବା ପାଇଁ ଆସି ନାହିଁ। 48 ଜଣେ ବିଗ୍ଭରକ ଅଛନ୍ତି. ଯିଏ ବିଗ୍ଭର କରିବେ କି, କେଉଁ ଲୋକ ମୋତେ ବିଶ୍ୱାସ କରୁ ନାହିଁ ଓ ମୋ’ କଥା ଗ୍ରହଣ କରୁ ନାହିଁ। ମୁଁ ଯେଉଁ ଉପଦେଶ ଶିକ୍ଷା ଦେଇଛି, ତାହା ଦ୍ୱାରା ସେହି ଲୋକ ଶେଷ ଦିନରେ ବିଗ୍ଭର ହେବ। 49 ଏହାର କାରଣ ହେଉଛି, ମୁଁ ଯାହା ଶିକ୍ଷା ଦେଇଛି ତାହା ମୋର ନୁହେଁ। ମୋର ପ୍ରେରଣକର୍ତ୍ତା ପରମପିତା ମୋତେ କ’ଣ କହିବାକୁ ଓ କ’ଣ ଉପଦେଶ ଦେବାକୁ ପଡ଼ିବ ତାହା କହିଛନ୍ତି। 50 ମୁଁ, ଜାଣେ, ମୋ’ ପରମପିତା ଯାହା ଆଦେଶ ଦିଅନ୍ତି, ସେହିଠାରୁ ଅନନ୍ତ ଜୀବନ ଆସେ। ତେଣୁ ମୁଁ ଯାହା କହିଛି, ତାହା କହିବା ପାଇଁ ମୋତେ ପରମପିତା କହିଛନ୍ତି।”
2010 by World Bible Translation Center