Revised Common Lectionary (Semicontinuous)
118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
2 ଇସ୍ରାଏଲ ଏବେ କହନ୍ତୁ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।
22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।
25 ଲୋକମାନେ କହନ୍ତି, “ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର।
ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।”
26 ଯାଜକମାନେ କହନ୍ତି, “ଯିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।
ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।
27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି।
ଯଜ୍ଞବେଦିର ଶିଙ୍ଗରେ ରଜ୍ଜୁଦ୍ୱାରା ମେଷକୁ ବାନ୍ଧ।”
28 ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର, ମୁଁ ତୁମ୍ଭ ନାମର ଧନ୍ୟବାଦ କରୁଛି।
ମୁଁ ତୁମ୍ଭକୁ ପ୍ରଶଂସା କରୁଛି।
29 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
ହଁ, ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
10 “ତୁମ୍ଭେମାନେ କହୁଅଛ, ‘ଏହି ସ୍ଥାନ ନରଶୂନ୍ୟ ଓ ପଶୁଶୂନ୍ୟ ହୋଇ ଏକ ଧ୍ୱଂସିତ ନଗର ହେବ।’ ମାତ୍ର ଏହି ସ୍ଥାନ ଖୁବ୍ ଶୀଘ୍ର କୋଳାହଳପୂର୍ଣ୍ଣ ହେବ। 11 ସଦାପ୍ରଭୁ କହନ୍ତି, ଏଠାରେ ତୁମ୍ଭେମାନେ ଆନନ୍ଦ ଧ୍ୱନି ଓ ହର୍ଷନାଦ, ବର କନ୍ୟାଙ୍କର ହର୍ଷଧ୍ୱନି, ସଦାପ୍ରଭୁଙ୍କର ପ୍ରଶଂସା ଗାନର କୋଳାହଳ ପାଇବ। ସେମାନେ କହିବେ, ‘ସଦାପ୍ରଭୁ ମଙ୍ଗଳମୟ ଓ ତାଙ୍କର କରୁଣା ସଦାକାଳ ସ୍ଥାୟୀ।’ ତେଣୁ ତାଙ୍କର ଧନ୍ୟବାଦ କର। ପୁଣି ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦସ୍ୱରୂପ ବଳି ଆଣିବାର ଶବ୍ଦ ଶୁଣାଯିବ। ଏହା ହେବ କାରଣ ଆମ୍ଭେ ଆପଣା ଲୋକମାନଙ୍କର ଭାଗ୍ୟ ପରିବର୍ତ୍ତନ କରିବା। ସେଥିପାଇଁ ସବୁକିଛି ପୂର୍ବରୁ ଯେପରି ଥିଲା, ସେପରି ହୋଇଯିବ।”
12 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଏହି ଜନଶୂନ୍ୟ ଓ ପଶୁଶୂନ୍ୟ ଧ୍ୱଂସ ସ୍ଥାନରେ ଓ ତହିଁର ସକଳ ନଗରରେ ପୁନର୍ବାର ପଶୁପାଳକମାନଙ୍କର ବସତି ସ୍ଥାନ ହେବ। ସେମାନେ ସେ ସ୍ଥାନରେ ଆପଣା ଆପଣା ମେଷପଲକୁ ବିଶ୍ରାମ କରାଇବେ। 13 ସଦାପ୍ରଭୁ କହନ୍ତି, ପାର୍ବତୀୟ ଦେଶର ନଗର ସମୂହରେ, ନିମ୍ନଭୂମିର ନଗରମାନଙ୍କରେ, ଦକ୍ଷିଣଦିଗସ୍ଥ ସକଳ ନଗରରେ, ବିନ୍ୟାମୀନ ଦେଶରେ, ଯିରୁଶାଲମର ଚତୁର୍ଦ୍ଦିଗସ୍ଥ ଅଞ୍ଚଳରେ ଓ ଯିହୁଦାର ନଗରମାନଙ୍କରେ ଲୋକମାନେ ସେମାନଙ୍କର ମେଷପଲକୁ ଗଣନା କରିବେ।”
ଉତ୍ତମ ଶାଖା
14 ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସମ୍ବନ୍ଧରେ ଯେଉଁ ମଙ୍ଗଳ ବାକ୍ୟ କହିଅଛୁ। ତାହାକୁ ସଫଳ କରିବାର ସମୟ ଆସୁଅଛି। 15 ସେହି ସମୟରେ ଆମ୍ଭେ ଦାଉଦ ବଂଶରେ ଧର୍ମସ୍ୱରୂପ ଏକ ‘ଶାଖା’ ଉତ୍ପନ୍ନ କରାଇବା। ସେହି ‘ଶାଖା’ ସେ ଦେଶରେ ନ୍ୟାୟ ଓ ଧାର୍ମିକତା ବିଗ୍ଭର ପ୍ରତିଷ୍ଠା କରିବେ। 16 ସେହି ସମୟରେ ସେ ଯିହୁଦା ପରିତ୍ରାଣ ପାଇବ ଓ ଯିରୁଶାଲମ ନିରାପଦରେ ବାସ କରିବ। ଆଉ ‘ସଦାପ୍ରଭୁ ଆମ୍ଭମାନଙ୍କର ପରିଗ୍ଭଳକ ହେବେ, ସଦାପ୍ରଭୁ ଆମ୍ଭର ନ୍ୟାୟବାନ।’”
ଯୀଶୁ ତାଙ୍କ ମୃତ୍ୟୁ ବିଷୟରେ ପୁଣି ଥରେ କହନ୍ତି(A)
32 ଯୀଶୁ ଓ ତାହାଙ୍କ ସହିତ ଲୋକମାନେ ଯିରୁଶାଲମକୁ ଯାଉଥିଲେ। ଯୀଶୁ ସେମାନଙ୍କ ଆଗେ ଆଗେ ଯାଉଥିଲେ। ତାହାଙ୍କ ଶିଷ୍ୟମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ଯାଉଥିଲେ। କିନ୍ତୁ ତାହାଙ୍କୁ ଅନୁସରଣ କରି ଆସୁଥିବା ଲୋକେ ସବୁ ଡରି ଯାଇଥିଲେ। ଯୀଶୁ ତାହାଙ୍କର ବାରଜଣ ପ୍ରେରିତଙ୍କୁ ଅଲଗା ଡାକି ଯିରୁଶାଲମରେ ଯାହାସବୁ ଘଟିବ, ସେ ବିଷୟରେ କହିବାକୁ ଲାଗିଲେ। 33 ଯୀଶୁ କହିଲେ, “ଶୁଣ, ଆମ୍ଭେମାନେ ଯିରୁଶାଲମକୁ ଯାଉଛୁ। ମନୁଷ୍ୟପୁତ୍ରଙ୍କୁ ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ହାତରେ ଦେଇ ଦିଆଯିବ ଏବଂ ସେମାନେ ତାହାଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ଅଣଯିହୂଦୀମାନଙ୍କୁ ସମର୍ପି ଦେବେ। 34 ସେମାନେ ତାହାଙ୍କୁ ଉପହାସ କରିବେ ଓ ତାହାଙ୍କ ଉପରେ ଛେପ ପକାଇବେ। ତାହାଙ୍କୁ କୋରଡ଼ାରେ ପିଟିବେ ଓ ଶେଷରେ ମାରି ପକାଇବେ। କିନ୍ତୁ ମୃତ୍ୟୁଠାରୁ ତୃତୀୟ ଦିନରେ ସେ ପୁନରୁତ୍ଥାନ ହେବେ।”
ଯୀଶୁ ଜଣେ ଅନ୍ଧକୁ ଚକ୍ଷୁଦାନ କଲେ(A)
46 ତା’ପରେ ସେମାନେ ଯିରୀହୋକୁ ଆସିଲେ। ଯୀଶୁ ତାହାଙ୍କ ଶିଷ୍ୟ ଓ ଅନେକ ଲୋକଙ୍କ ସହିତ ସେହି ସହର ଛାଡ଼ିଯିବା ସମୟରେ ଟୀମାୟର ପୁଅ ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକାରୀ ରାସ୍ତା କଡ଼ରେ ବସିଥିଲା। ସେ ସଦାବାଳେ ଲୋକଙ୍କୁ ଭିକ ମାଗୁଥିଲା। 47 ସେ ଶୁଣିଲା ଯେ, ନାଜରିତୀୟ ଯୀଶୁ ସେହି ବାଟ ଦେଇ ଯାଉଛନ୍ତି। ସେ ଚିତ୍କାର କରି କହିଲା, “ହେ ଦାଉଦଙ୍କ ପୁତ୍ର ଯୀଶୁ: ମୋ’ ଉପରେ କୃପାକର।”
48 ଅନେକ ଲୋକ ତାକୁ ତୁନି ହେବା ପାଇଁ ଧମକ ଦେଲେ। କିନ୍ତୁ ସେହି ଅନ୍ଧ ଭିକାରୀଟି ଅଧିକରୁ ଅଧିକ ଚିତ୍କାର କରି କହିଲା, “ହେ ଦାଉଦଙ୍କ ପୁତ୍ର ଯୀଶୁ, ମୋ’ ଉପରେ କୃପାକର।”
49 ଯୀଶୁ ଅଟକି ଗଲେ ଓ କହିଲେ, “ତାହାକୁ କୁହ ମୋ’ ପାଖକୁ ଆସୁ।”
ଲୋକମାନେ ଅନ୍ଧ ଲୋକଟିକୁ ଡାକି କହିଲେ, “ସାହସ ଧର, ଉଠ। ଯୀଶୁ ତୁମ୍ଭକୁ ଡାକୁଛନ୍ତି।” 50 ଅନ୍ଧ ଲୋକଟି ତତ୍କ୍ଷଣାତ୍ ତା’ର ଗ୍ଭଦରଟି ଫିଙ୍ଗିଦେଲା ଓ ଡେଇଁ ପଡ଼ିଲା। ସେ ଯୀଶୁଙ୍କ ନିକଟକୁ ଆସିଲା।
51 ଯୀଶୁ ଅନ୍ଧ ଲୋକଟିକୁ ପଗ୍ଭରିଲେ, “ମୁଁ ତୁମ୍ଭ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?”
ଅନ୍ଧଟି ଉତ୍ତର ଦେଲୋ, “ଗୁରୁ, ମୁଁ ଦେଖିବାକୁ ଗ୍ଭହୁଁଛି।”
52 ଯୀଶୁ କହିଲେ, “ଯାଅ, ତୁମ୍ଭେ ଭଲ ହୋଇଗଲ, କାରଣ ତୁମ୍ଭେ ବିଶ୍ୱାସ କଲ।” ତା’ପରେ ଲୋକଟି ସବୁକିଛି ଦେଖି ପାରିଲା ଓ ସେ ପଥରେ ଯୀଶୁଙ୍କୁ ଅନୁସରଣ କଲା।
2010 by World Bible Translation Center