Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 84

ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ କୋରହ ସନ୍ତାନଗଣର ଗୀତ।

84 ହେ ସର୍ବଶକ୍ତିମାନ୍ ସଦାପ୍ରଭୁ ତୁମ୍ଭର ପବିତ୍ର ତମ୍ବୁ [a] ବାସ୍ତବରେ ସୁନ୍ଦର ଅଟେ।
ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା,
    ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଗ୍ଭହେଁ।
ମୋର ହୃଦୟ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ୱରଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ।
ହେ ସୈନ୍ୟାଧିପତି ସଦାପ୍ରଭୁ, ମୋର ରାଜା, ମୋର ପରମେଶ୍ୱର,
    ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ
ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ
    ତୁମ୍ଭର ଯଜ୍ଞବେଦି ପାଖରେ ଏକ ବସା ପାଇଛନ୍ତି।
ଯେଉଁ ଲୋକମାନେ ତୁମ୍ଭ ପବିତ୍ର ମନ୍ଦିରରେ ବାସ କରନ୍ତି ସେମାନେ ଧନ୍ୟ,
    ସେମାନେ ସର୍ବଦା ତୁମ୍ଭର ପ୍ରଶଂସା କରୁଥିବେ।

ସେହି ଲୋକମାନେ କେତେ ଭାଗ୍ୟବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ।
    ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।
ସେମାନେ କ୍ରନ୍ଦନ ଉପତ୍ୟକା ଦେଇ ଯାଆନ୍ତି,
    ଯେଉଁଠି ଏକ ଝରଣା ସୃଷ୍ଟି ହୋଇଛି।
    ଶରତ ଋତୁରେ ବର୍ଷାପାଣି ପୁଷ୍କରିଣୀ ସୃଷ୍ଟି କରେ।
ସେମାନେ ପ୍ରତ୍ୟେକ ସିୟୋନରେ ପରମେଶ୍ୱରଙ୍କ ଆଗରେ ଉପସ୍ଥିତ ହେବା ପର୍ଯ୍ୟନ୍ତ
    ଲୋକମାନେ ସହରରୁ ସହରକୁ [b] ଭ୍ରମଣ କରନ୍ତି।

ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
    ହେ ଯାକୁବର ପରମେଶ୍ୱର, ମୋର କଥା ଶ୍ରବଣ କର।

ହେ ପରମେଶ୍ୱର, ଆମ୍ଭର ଢାଲ ସ୍ୱରୂପ ଦୃଷ୍ଟିପାତ କର
    ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର।
10 ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ
    ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ।
ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା
    ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।
11 ସୂର୍ଯ୍ୟ ଯେପରି ତା’ର ଆଲୋକର କିରଣ ତଳକୁ ପଠାଇବା ପରି
    ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି।
ସେ ଆମ୍ଭର ଢାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ଯ୍ୟ କରନ୍ତି
    ସେମାନଙ୍କ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
12 ହେ ସର୍ବଶକ୍ତିମାନ ସଦାପ୍ରଭୁ,
    ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ୱାସ କରନ୍ତି ସେମାନେ କେତେ ଭାଗ୍ୟବାନ୍।

ବଂଶାବଳୀର ଦ୍ୱିତୀୟ ପୁସ୍ତକ 29:1-11

ଯିହୁଦାର ରାଜା ହିଜକିୟ

29 ହିଜକିୟ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଅଣତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅବିଜା। ଅବିଜା ଯିଖରିୟଙ୍କ କନ୍ୟା ଥିଲେ। ହିଜକିୟ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଯଥାର୍ଥ କର୍ମ କଲେ।

ହିଜକିୟ ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାରସବୁ ମରାମତି କଲେ। ହିଜକିୟ ମନ୍ଦିରକୁ ପୁନର୍ବାର ଉନ୍ମୁକ୍ତ କଲେ। ସେ ରାଜା ହେବାର ପ୍ରଥମ ବର୍ଷର ପ୍ରଥମ ମାସରେ ହିଁ ଏହା କଲେ। ହିଜକିୟ ଯାଜକ ଓ ଲେବୀୟମାନଙ୍କୁ ଏକ ସଭାରେ ସମ୍ମିଳିତ କରାଇଲେ। ମନ୍ଦିରର ପୂର୍ବ ପାର୍ଶ୍ୱସ୍ଥ ଉନ୍ମୁକ୍ତ ପ୍ରାଙ୍ଗଣରେ ସେ ସେମାନଙ୍କ ସହିତ ଏକ ସଭା କଲେ। ହିଜକିୟ ସେମାନଙ୍କୁ କହିଲେ, “ହେ ଲେବୀୟମାନେ, ମୋ’ କଥା ଶୁଣ। ତୁମ୍ଭର ପୂର୍ବପୁରୁଷମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ମନ୍ଦିରରେ ସେବା କରିବା ପାଇଁ ନିଜକୁ ଉତ୍ସର୍ଗୀକୃତ କର। ଅପବିତ୍ର ବସ୍ତୁକୁ ମନ୍ଦିରରୁ ବାହାର କରିନିଅ। ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କୁ ତ୍ୟାଗ କଲେ। ସଦାପ୍ରଭୁ ପରମେଶ୍ୱର ମନ୍ଦ ବୋଲି ବିବେଚନା କରିଥିବା କାର୍ଯ୍ୟକୁ ସେମାନେ କଲେ। ସେମାନେ ସଦାପ୍ରଭୁଙ୍କୁ ଅବମାନନା କଲେ। ସେମାନେ ସଦାପ୍ରଭୁଙ୍କୁ ପଛ କଲେ। ସେମାନେ ମନ୍ଦିର ଅଳିନ୍ଦର ଦ୍ୱାରସବୁ ବନ୍ଦ କରିଦେଲେ ଓ ପ୍ରଦୀପର ଶିଖା ଲିଭାଇ ଦେଲେ। ସେମାନେ ଇସ୍ରାଏଲର ପରମେଶ୍ୱରଙ୍କର ପବିତ୍ର ସ୍ଥାନରେ ସୁଗନ୍ଧିଧୂପ ଜଳାଇବା ଓ ନୈବେଦ୍ୟ ହୋମବଳି ଉପହାର ଉତ୍ସର୍ଗ କରିବା ବନ୍ଦ କରିଦେଲେ। ତେଣୁ ସଦାପ୍ରଭୁ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କଲେ। ସଦାପ୍ରଭୁ ସେମାନଙ୍କୁ ଦଣ୍ଡିତ କଲେ। ଯିହୁଦା ଓ ଯିରୁଶାଲମର ଲୋକମାନଙ୍କର ସଦାପ୍ରଭୁ ଯାହା ଘଟାଇଲେ, ତାହା ଯେତେବେଳେ ଅନ୍ୟ ଲୋକମାନେ ଦେଖିଲେ, ସେମାନେ ଅତ୍ୟନ୍ତ ଭୟଭୀତ ଓ ହତଚକିତ ହୋଇପଡ଼ିଲେ। ସେହି ଅନ୍ୟ ଦେଶମାନେ ଯିହୁଦାର ଲୋକଙ୍କ ନିମନ୍ତେ ଘୃଣା ଓ ଲଜ୍ଜାରେ ଆପଣା ଆପଣା ମୁଣ୍ଡ ନୁଆଁଇଲେ। ତୁମ୍ଭେମାନେ ତାହା ସ୍ୱଚକ୍ଷୁରେ ଦେଖୁଅଛ। ଆଉ ସେଥି ନିମନ୍ତେ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ଯୁଦ୍ଧରେ ନିହତ ହେଲେ। ଆମ୍ଭମାନଙ୍କ ପୁତ୍ର ଓ କନ୍ୟା ଓ ସ୍ତ୍ରୀମାନେ ବନ୍ଦୀରୂପେ ନିଆଗଲେ। 10 ତେଣୁ ବର୍ତ୍ତମାନ ମୁଁ ହିଜକିୟ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କ ସହିତ ଏକ ନିୟମ କରିବାକୁ ମନସ୍ଥ କରିଅଛି। ତେବେ ସେ ଆମ୍ଭମାନଙ୍କ ଉପରେ ଆଉ କ୍ରୋଧ କରିବେ ନାହିଁ। 11 ତେଣୁ ହେ ମୋର ପୁତ୍ରଗଣ, ଆଉ ପରିଚର୍ଯ୍ୟା କର ନାହିଁ କି ଆଉ ସମୟ ନଷ୍ଟ କର ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ସେବାକାର୍ଯ୍ୟ ନିମନ୍ତେ ମନୋନୀତ କରିଅଛନ୍ତି। ସେ ତୁମ୍ଭମାନଙ୍କୁ ତାଙ୍କର ମନ୍ଦିରରେ ସେବାକାର୍ଯ୍ୟ କରିବା ଓ ସୁଗନ୍ଧିଧୂପ ଜଳାଇବା ନିମନ୍ତେ ମନୋନୀତ କରିଛନ୍ତି।”

ବଂଶାବଳୀର ଦ୍ୱିତୀୟ ପୁସ୍ତକ 29:16-19

16 ଯାଜକମାନେ ମନ୍ଦିରକୁ ପରିଷ୍କାର କରିବା ନିମନ୍ତେ ତାହା ମଧ୍ୟରେ ପ୍ରବେଶ କଲେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ଯେତେ ଅପବିତ୍ର ବସ୍ତୁ ପାଇଲେ, ତାହାକୁ ବାହାର କରିଦେଲେ। ସେମାନେ ସେହି ଅପବିତ୍ର ବସ୍ତୁଗୁଡ଼ିକୁ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣକୁ ଆଣିଲେ। ଏହା ପରେ ଲେବୀୟମାନେ ଅପବିତ୍ର ବସ୍ତୁଗୁଡ଼ିକୁ ବାହାର କରି କିଦ୍ରୋଣ ଉପତ୍ୟକାକୁ ନେଇଗଲେ। 17 ପ୍ରଥମ ମାସର ପ୍ରଥମ ଦିନରେ ଲେବୀୟମାନେ ପବିତ୍ର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦେଲେ। ମାସର ଅଷ୍ଟମ ଦିନରେ, ଲେବୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ଅଳିନ୍ଦକୁ ଆସିଲେ। ସଦାପ୍ରଭୁଙ୍କ ମନ୍ଦିରକୁ ପବିତ୍ରରୂପେ ବ୍ୟବହାର କରିବା ପାଇଁ ସେମାନେ ଆହୁରି ଆଠ ଦିନ ପର୍ଯ୍ୟନ୍ତ ତାହାକୁ ପରିଷ୍କାର କଲେ। ସେମାନେ ପ୍ରଥମ ମାସର ଷୋହଳତମ ଦିନରେ ତାହା ସମାପ୍ତ କଲେ।

18 ଏହା ପରେ ସେମାନେ ରାଜା ହିଜକିୟଙ୍କ ନିକଟକୁ ଗଲେ। ସେମାନେ ତାଙ୍କୁ କହିଲେ, “ରାଜା ହିଜକିୟ, ଆମ୍ଭେମାନେ ସଦାପ୍ରଭୁଙ୍କ ସମଗ୍ର ମନ୍ଦିର, ସୁଗନ୍ଧିଧୂପ ଜ୍ୱଳାଇବାର ଯଜ୍ଞବେଦି ଓ ମନ୍ଦିରସ୍ଥ ସମସ୍ତ ବିଷୟକୁ ପରିଷ୍କାର କରିଅଛୁ। ଧାଡ଼ିଧାଡ଼ି ଦର୍ଶନୀୟ ରୋଟୀ ରଖାଯିବାର ମେଜ ଓ ମେଜରେ ବ୍ୟବହୃତ ସାମଗ୍ରୀକୁ ଆମ୍ଭେମାନେ ପରିଷ୍କାର କରିଅଛୁ। 19 ଆହସ୍ ରାଜା ଥିବା ସମୟରେ ପରମେଶ୍ୱରଙ୍କର ବିରୁଦ୍ଧରେ ବିଦ୍ରୋହ କଲେ। ସେ ମନ୍ଦିର ମଧ୍ୟରେ ଥିବା ଅନେକ ସାମଗ୍ରୀକୁ ଫୋପାଡ଼ି ଦେଇଥିଲେ। କିନ୍ତୁ ଆମ୍ଭେମାନେ ସେହିସବୁ ସାମଗ୍ରୀକୁ ନିରୂପିତ କରିଅଛୁ ଓ ସେଗୁଡ଼ିକୁ ବିଶେଷ ବ୍ୟବହାର ନିମନ୍ତେ ପ୍ରସ୍ତୁତ କରିଅଛୁ। ସେଗୁଡ଼ିକ ବର୍ତ୍ତମାନ ସଦାପ୍ରଭୁଙ୍କ ଯଜ୍ଞବେଦିର ସମ୍ମୁଖରେ ଅଛି।”

ଏବ୍ରୀ 9:23-28

ଖ୍ରୀଷ୍ଟଙ୍କ ବଳିଦାନ ପାପଗୁଡ଼ିକୁ ଧୋଇ ଦିଏ

23 ସ୍ୱର୍ଗସ୍ଥ ବିଷୟ ଗୁଡ଼ିକର ପ୍ରତିକୃତିଗୁଡ଼ିକ ପଶୁବଳି ଦ୍ୱାରା ଶୁଦ୍ଧ କରାଯାଏ। କିନ୍ତୁ ସ୍ୱର୍ଗସ୍ଥ ବିଷୟରେ ଶୁଦ୍ଧତା ପାଇଁ ଅପେକ୍ଷାକୃତ ଭଲ ବଳି ଦରକାର। 24 ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ଭିତରକୁ ଗଲେ। କିନ୍ତୁ ସେ ମନୁଷ୍ୟ ହସ୍ତନିର୍ମିତ ମହାପବିତ୍ର ସ୍ଥାନକୁ ଗଲେ ନାହିଁ। ଏହି ପରମ ପବିତ୍ର ସ୍ଥାନଟି ପ୍ରକୃତ ସ୍ଥାନର ପ୍ରତିକୃତି ମାତ୍ର। ଯୀଶୁ ସ୍ୱର୍ଗ ଭିତରକୁ ଗଲେ।

25 ବର୍ତ୍ତମାନ ସେ ମଧ୍ୟ ଆମ୍ଭକୁ ସାହାଯ୍ୟ କରିବା ପାଇଁ ସେଠାରେ ପରମେଶ୍ୱରଙ୍କ ଆଗରେ ଅଛନ୍ତି। ମହାଯାଜକ ମହାପବିତ୍ର ସ୍ଥାନରେ ବର୍ଷକୁ ଥରେ ମାତ୍ର ପ୍ରବେଶ କରନ୍ତି। ପୁଣି ଉତ୍ସର୍ଗ କରିବା ନିମନ୍ତେ ରକ୍ତ ନେଇ ଯାଆନ୍ତି। କିନ୍ତୁ ସେ ଯୀଶୁଙ୍କ ଭଳି ନିଜର ରକ୍ତ ସମର୍ପଣ କରନ୍ତି ନାହିଁ। ମହାଯାଜକ ଯେପରି ଥରକୁ ଥର ରକ୍ତ ସମର୍ପଣ କରନ୍ତି, ଖ୍ରୀଷ୍ଟ ନିଜକୁ ସେଭଳି ଥରକୁ ଥର ସମର୍ପଣ କରିବା ପାଇଁ ସ୍ୱର୍ଗରେ ପ୍ରବେଶ କରି ନ ଥିଲେ। 26 ଯଦି ଖ୍ରୀଷ୍ଟ ନିଜକୁ ଅନେକ ଥର ସମର୍ପଣ କରି ଥାଆନ୍ତେ, ତା’ହେଲେ ଜଗତ ସୃଷ୍ଟି ହେବା ଦିନଠାରୁ ତାହାଙ୍କୁ ଅନେକ ଥର ଯାତନା ସହିବାକୁ ପଡ଼ିଥା’ନ୍ତା। କିନ୍ତୁ ଖ୍ରୀଷ୍ଟ ଥରେ ମାତ୍ର ଆସିଲେ ଓ ନିଜକୁ ଉତ୍ସର୍ଗ କଲେ। ଯୁଗାନ୍ତ ସମୟରେ ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ୱାରା ଯୀଶୁ ସମସ୍ତ ପାପ ହରଣ କରିବା ପାଇଁ ଆସିଥିଲେ।

27 ପ୍ରତ୍ୟେକ ଲୋକ ଥରେ ମରିବା ଦରକାର। ଜଣେ ମଲାପରେ ତାହାର ବିଗ୍ଭର ହୁଏ। 28 ଖ୍ରୀଷ୍ଟ ଥରେ ବଳି ଭାବରେ ସମର୍ପିତ ହେଲେ, ଯେପରି ଅନେକ ଲୋକଙ୍କର ପାପ ଦୂର କରି ପାରିବେ। ଖ୍ରୀଷ୍ଟ ଦ୍ୱିତୀୟ ଥର ଲୋକମାନଙ୍କର ପାପ ପାଇଁ ନୁହେଁ, ମାତ୍ର ଯେଉଁମାନେ ତାହାଙ୍କ ପାଇଁ ପ୍ରତୀକ୍ଷା କରୁଥିବେ, ସେମାନଙ୍କର ମୁକ୍ତି ପାଇଁ ଆସିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center