Revised Common Lectionary (Semicontinuous)
ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ।
110 ସଦାପ୍ରଭୁ ମୋର ପ୍ରଭୁଙ୍କୁ କହିଲେ,
“ମୋ’ ସହିତ ମୋର ଦକ୍ଷିଣ ପାଖରେ ବସ।
ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ଯ୍ୟନ୍ତ।”
2 ସଦାପ୍ରଭୁ ତୁମ୍ଭର ରାଜ୍ୟ ସିୟୋନରୁ ବଢ଼ାଇବେ,
ଯେପରିକି ତୁମ୍ଭେ ଶତ୍ରୁଗଣର ରାଜ୍ୟକୁ ଶାସନ କର।
3 ତୁମ୍ଭ ପରାକ୍ରମର ଦିନରେ,
ଯେତେବେଳେ ତୁମ୍ଭର ସୈନ୍ୟବାହିନୀ ଏକତ୍ର ହେବେ,
ତୁମ୍ଭ ଲୋକମାନେ ସ୍ୱଇଚ୍ଛାରେ ମିଶିବେ।
ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସେମାନେ ମିଳିତ ହେବେ।
ସେହି ସମସ୍ତ ଯୁବକ ତୁମ୍ଭ ଗ୍ଭରିପଟେ ପଡ଼ିଆରେ
କାକର ଟୋପା ପରି ବେଢ଼ି ରହିବେ।
4 ସଦାପ୍ରଭୁ ପ୍ରତିଜ୍ଞା କଲେ,
ସେ ତାଙ୍କର ମନ ପରିବର୍ତ୍ତନ କରିବେ ନାହିଁ।
“ଯାଜକ ମଲ୍କୀଷେଦକଙ୍କ ପରି
ତୁମ୍ଭେ ଅନନ୍ତକାଳୀନ ଯାଜକ ହେବ।”
7 ତେଣୁ ମୋଶା ଗଲେ ଓ ସମସ୍ତ ପ୍ରାଚୀନବର୍ଗମାନଙ୍କୁ ଡାକି ଏକତ୍ର କରାଇଲେ। ମୋଶା ସେମାନଙ୍କୁ ପରମେଶ୍ୱରଙ୍କର ଆଜ୍ଞା ସମସ୍ତ କହିଲେ। 8 ସମସ୍ତ ଲୋକେ ଏକ ସମୟରେ କହିଲେ, “ଆମ୍ଭେ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ମାନିବୁ।”
ଏହା ପରେ ମୋଶା ପୁନରାୟ ପର୍ବତ ଉପରକୁ ପରମେଶ୍ୱରଙ୍କର ନିକଟକୁ ଗଲେ। ମୋଶା ପରମେଶ୍ୱରଙ୍କୁ କହିଲେ, ଲୋକମାନେ ଆପଣଙ୍କର ସମସ୍ତ ଆଜ୍ଞା ମାନିବେ। 9 ଏବଂ ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସିବି। ମୁଁ ତୁମ୍ଭକୁ ଏକଥା କହିବି ଯେପରି ସମସ୍ତେ ଶୁଣି ପାରିବେ। ମୁଁ ଏପରି କରିବି କାରଣ ସମସ୍ତ ଲୋକ ତୁମ୍ଭ ଉପରେ ବିଶ୍ୱାସ ରଖିବେ। ତୁମ୍ଭେ ସେମାନଙ୍କୁ ଯାହା କହିବ ସେମାନେ ତାହା ବିଶ୍ୱାସ କରିବେ।”
ଏହା ପରେ ମୋଶା ପରମେଶ୍ୱରଙ୍କୁ ଲୋକମାନଙ୍କର ସମସ୍ତ କଥା କହିଲେ।
10 ଏବଂ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆଜି ଏବଂ ଆସନ୍ତା କାଲି ତୁମ୍ଭେ ଏକ ବିଶେଷ ସଭାର ଆୟୋଜନ କର। ଲୋକମାନେ ସମସ୍ତେ ତାଙ୍କର ବସ୍ତ୍ର ଧୌତ କରି ପିନ୍ଧିବେ। 11 ଏବଂ ତୃତୀୟ ଦିନ ପାଇଁ ପ୍ରସ୍ତୁତ ହୋଇ ରହିବେ କାରଣ ଏହି ଦିନ ଆମ୍ଭେ ସୀନୟ ପର୍ବତ ଉପରକୁ ଓହ୍ଲାଇ ଆସିବୁ। ଏବଂ ସମସ୍ତ ଲୋକେ ମୋତେ ଦେଖି ପାରିବେ। 12 କିନ୍ତୁ ତୁମ୍ଭେ ଲୋକମାନଙ୍କୁ ଦୂରେଇ ରହିବା ପାଇଁ କୁହ। ଏକ ସୀମା ନିର୍ଦ୍ଧାରଣ କର, ସେହି ସୀମାକୁ ଯେପରି କେହି ସ୍ପର୍ଶ କରି ପାରିବ ନାହିଁ। ପଶୁ ହେଉ କି ମନୁଷ୍ୟ ହେଉ ଯିଏ ପର୍ବତ ସ୍ପର୍ଶ କରିବ ସେ ମରିବ। 13 କିଏ ପଥର ଛେଗ୍ଭରେ ମରିବ ତ କିଏ ବାଣ ଦ୍ୱାରା ମରିବ। କିନ୍ତୁ କେହି ଏହି ବ୍ୟକ୍ତିକୁ ହତ୍ୟା କରି ପାରିବେ ନାହିଁ। ଲୋକମାନଙ୍କୁ ଏହିପରି ତୂରୀ ବାଜିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହା ପରେ ସେମାନେ ପର୍ବତ ଉପରକୁ ଯାଇ ପାରିବେ।”
14 ତେଣୁ ମୋଶା ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଗଲେ, ସମସ୍ତ ଲୋକେ ସେମାନଙ୍କର ବସ୍ତ୍ର ଧୌତ କରି ନିଜକୁ ପବିତ୍ର କଲେ।
15 ଏହା ପରେ ମୋଶା ଲୋକମାନଙ୍କୁ କହିଲେ, “ତୃତୀୟ ଦିନରେ ପ୍ରସ୍ତୁତ ହୁଅ। ତୁମ୍ଭେମାନେ ସ୍ତ୍ରୀ ଲୋକଙ୍କ ସଂସ୍ପର୍ଶରେ ଆସିବ ନାହିଁ।”
16 ତୃତୀୟ ଦିନ ପ୍ରଭାତରେ ଏକ ଘନ ମେଘ ପର୍ବତକୁ ସ୍ପର୍ଶ କଲା। ଘଡ଼ଘଡ଼ି, ବିଜୁଳି ଏବଂ ଏକ ଗମ୍ଭୀର ତୂରୀ ଧ୍ୱନି ଶୁଣାଗଲା। ଛାଉଣିର ଲୋକମାନେ ଭୟଭୀତ ହୋଇଗଲେ। 17 ଏହା ପରେ ମୋଶା ଲୋକମାନଙ୍କୁ ଛାଉଣିରୁ ବାହାର କରି ପରମେଶ୍ୱରଙ୍କର ସାକ୍ଷାତ ପାଇଁ ପର୍ବତର ପାଦଦେଶକୁ ଆଣିଲେ। 18 ସୀନୟ ପର୍ବତ ଧୂଆଁରେ ପରିପୂର୍ଣ୍ଣ ଥିଲା। ଚିମିନିରୁ ଧୂଆଁ ବାହାରିଲା ପରି ପର୍ବତରୁ ଧୂଆଁ ବାହାରୁଥିଲା। ଏପରି ଘଟିଲା କାରଣ ସଦାପ୍ରଭୁ ଅଗ୍ନି ବାହନରେ ପର୍ବତରେ ଅବତରଣ କରିଥିଲେ। ପର୍ବତଟି କମ୍ପନ କରିବାକୁ ଲାଗିଲା। 19 ତୂରୀ ଧ୍ୱନି ଅଧିକରୁ ଅଧିକ ଶବ୍ଦରେ ଶୁଭିଲା। ମୋଶା ପରମେଶ୍ୱରଙ୍କୁ ଯେକୌଣସି ପ୍ରଶ୍ନ କଲେ ପରମେଶ୍ୱର ପ୍ରତ୍ୟେକ ଥର ବଜ୍ର ସ୍ୱରରେ ଉତ୍ତର ଦେଲେ।
20 ଏହା ପରେ ସଦାପ୍ରଭୁ ପର୍ବତ ଉପରେ ଅବତରଣ କଲାପରେ ସେ ମୋଶାଙ୍କୁ ପର୍ବତ ଉପରକୁ ଡାକିଲେ। ତେଣୁ ମୋଶା ପର୍ବତ ଉପରକୁ ଚଢ଼ିଲେ।
21 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତଳକୁ ଯାଇ ଲୋକମାନଙ୍କୁ ସତର୍କ କରାଇ ଦିଅ ଯେ ସେମାନେ ମୋ’ ଆଡ଼କୁ ଗ୍ଭହିଁବେ ନାହିଁ କି ମୋ’ ନିକଟକୁ ଆସିବେ ନାହିଁ, ଯଦି କିଏ ଅମାନ୍ୟ କରେ ତେବେ ସେ ମରିବ। 22 ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଥା’ନ୍ତି, ସେମାନେ ହିଁ ନିଜ ନିଜକୁ ପବିତ୍ର କରନ୍ତୁ। ନ ହେଲେ ସେମାନେ ଦଣ୍ଡ ଭୋଗ କରିବେ।”
23 ତହିଁରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ଲୋକମାନେ ସୀନୟ ପର୍ବତକୁ ଆସି ପାରିବେ ନାହିଁ। କାରଣ ତୁମ୍ଭେ ଦୃଢ଼ ଆଜ୍ଞା ଦେଇ ଆମ୍ଭମାନଙ୍କୁ କହିଛ ଯେ, ପର୍ବତର ସୀମା ନିରୂପଣ କର ଓ ତାହା ପବିତ୍ର କର।”
24 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଓହ୍ଲାଇ ଯାଅ। ତୁମ୍ଭେ ହାରୋଣ ସହିତ ଆରୋହଣ କରିବ। ମାତ୍ର ଦେଖ, ଯାଜକଗଣ ଓ ଲୋକମାନେ ଯେପରି ସୀମା ଅତିକ୍ରମ ନ କରନ୍ତି, ନ ହେଲେ ମୁଁ ସେମାନଙ୍କୁ ଦଣ୍ଡ ଦେବି।”
25 ତେଣୁ ମୋଶା ଓହ୍ଲାଇ ଗଲେ ଓ ଲୋକମାନଙ୍କୁ କହିଲେ।
ବ୍ୟବସ୍ଥା ଅପେକ୍ଷା ଆମ୍ଭର ପରିତ୍ରାଣ ସର୍ବଶ୍ରେଷ୍ଠ
2 ଅତଏବ, ଆମ୍ଭକୁ ଶିଖା ଯାଇଥିବା କଥାଗୁଡ଼ିକୁ ପାଳନ କରିବା ବିଷୟରେ ଅଧିକ ମନୋଯୋଗୀ ହେବା ଦରକାର, ନଚେତ୍ ସତ୍ୟମାର୍ଗରୁ ବିଚଳିତ ହୋଇ ପଥଭ୍ରଷ୍ଟ ହେବୁ। 2 ସ୍ୱର୍ଗଦୂତମାନଙ୍କ ମାଧ୍ୟମରେ ପରମେଶ୍ୱର କହିଥିବା ଶିକ୍ଷା ସତ୍ୟ ବୋଲି ଦେଖାଇ ଦିଆଗଲା। ପ୍ରତ୍ୟେକ ଥର ଯିହୂଦୀମାନେ ତାହାର ବିରୁଦ୍ଧାଚରଣ କରି ଦଣ୍ଡ ପାଇଥିଲେ। ଯେତେବେଳେ ସେହି ଶିକ୍ଷାକୁ ସେମାନେ ଅବମାନନା କଲେ, ସେମାନେ ଦଣ୍ଡିତ ହେଲେ। 3 ଆମ୍ଭକୁ ଦତ୍ତ ମହା ପରିତ୍ରାଣ ଅବହେଳା କଲେ, ଆମ୍ଭେ ମଧ୍ୟ ନିଶ୍ଚିତ ଭାବରେ ଦଣ୍ଡ ପାଇବା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପ୍ରଥମ ବ୍ୟକ୍ତି, ଯିଏ ଲୋକମାନଙ୍କୁ ଏହି ପରିତ୍ରାଣ ବିଷୟରେ କହିଲେ। ଯେଉଁମାନେ ଶୁଣିଲେ, ସେମାନେ ଆମ୍ଭକୁ ଏହାର ସତ୍ୟତା ପ୍ରମାଣ କରି ଦେଖାଇ ଦେଲେ। ଆଶ୍ଚର୍ଯ୍ୟକର୍ମ, ନାନାଦି ଚିହ୍ନ ଓ ଅନେକ ପ୍ରକାରର ଅଦ୍ଭୂତ 4 କର୍ମ ଦ୍ୱାରା ପରମେଶ୍ୱର ମଧ୍ୟ ଏହାର ପ୍ରମାଣ ଦେଲେ। ପରମେଶ୍ୱର ଆପଣା ଇଚ୍ଛାନୁସାରେ ପବିତ୍ରଆତ୍ମାଙ୍କ ଅନ୍ୟାନ୍ୟ ଦାନ ଦ୍ୱାରା ଏହା ପ୍ରମାଣିତ କରିଅଛନ୍ତି।
2010 by World Bible Translation Center