Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 105:1-11

105 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
    ତାଙ୍କର ନାମକୁ ଡାକ।
    ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ।
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
    ତାଙ୍କର ପ୍ରଗ୍ଭରିତ କର।
    ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।
ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର।
    ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ।
    ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ।
ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ।
    ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।
ତୁମ୍ଭେ ହେଉଛ ତାଙ୍କର ସେବକ,
    ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।
ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର,
    ସେ ସମୁଦାୟ ପୃଥିବୀରେ ଶାସନ କରନ୍ତି।
ସେ ଚିରଦିନ ଚୁକ୍ତି ମନେ ରଖନ୍ତି।
    ଏକ ହଜାର ବଂଶଧର ପର୍ଯ୍ୟନ୍ତ, ସେ କରିଥିବା ପ୍ରତିଜ୍ଞା ରଖନ୍ତି।
ସେ ଅବ୍ରହାମଙ୍କ ସାଙ୍ଗରେ କରିଥିବା ଚୁକ୍ତିକୁ
    ପରମେଶ୍ୱର ଇସ୍‌ହାକଙ୍କ ସହିତ କରିଥିବା ପ୍ରତିଜ୍ଞା ମନେ ରଖିବେ।
10 ପରମେଶ୍ୱର ଏହି ନିୟମ ଯାକୁବ ପାଇଁ ତିଆରି କରିଥିଲେ।
    ପରମେଶ୍ୱର ଇସ୍ରାଏଲ ସହିତ କରିଥିବା ନିୟମ ସବୁଦିନ ପାଇଁ ଦୃଢ଼ ରହିବ।
11 ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭକୁ କିଣାନ ଦେଶ ଦେବା
    ଏବଂ ସେହି ଭୂମି ତୁମ୍ଭର ହେବ।”

ଗୀତସଂହିତା 105:37-45

37 ପରମେଶ୍ୱର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
    ସେମାନଙ୍କ ନିଜ ସହିତ ରୂପା ଓ ସୁନା ଆଣିଲେ।
    ଓ ତା’ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ।
38 ଇସ୍ରାଏଲ ଲୋକମାନେ ଗ୍ଭଲିଯିବାର ଦେଖି ମିଶରୀୟମାନେ ଖୁସୀ ହେଲେ।
    କାରଣ ସେମାନେ ପରମେଶ୍ୱରଙ୍କର ଲୋକମାନଙ୍କୁ ଭୟ କରୁଥିଲେ।
39 ପରମେଶ୍ୱର କମ୍ବଳ ସ୍ୱରୂପ ବାଦଲକୁ ମେଲି ଦେଲେ।
    ପରମେଶ୍ୱର ନିଜ ଲୋକମାନଙ୍କୁ ରାତିରେ ଦେଖାଇବା ପାଇଁ ଏକ ଅଗ୍ନିସ୍ତମ୍ଭ ପ୍ରଜ୍ୱଳନ କଲେ।
40 ଯେତେବେଳେ ଲୋକମାନେ ଖାଦ୍ୟ ମାଗନ୍ତେ, ପରମେଶ୍ୱର ଭାଟୋଇ ପକ୍ଷୀମାନଙ୍କୁ ଦେଲେ।
    ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ପ୍ରଚୁର ମାନ୍ନା ପ୍ରଦାନ କଲେ।
41 ପରମେଶ୍ୱର ଶୈଳକୁ ଫଟାନ୍ତେ ଜଳସ୍ରୋତ ବହିବା ଆରମ୍ଭ ହେଲା।
    ତାହା ଶୁଷ୍କ ଭୂମିରେ ନଦୀତୁଲ୍ୟ ପ୍ରବାହୀତ ହେଲା।

42 ପରମେଶ୍ୱର ଆପଣା ପବିତ୍ର ବାକ୍ୟ
    ଓ ଆପଣା ଦାସ ଅବ୍ରହାମଠାରେ କରିଥିବା ପ୍ରତିଜ୍ଞା ମନେ କଲେ।
43 ପରମେଶ୍ୱର ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
    ସେମାନେ ଆନନ୍ଦରେ ଗୀତ ଗାଇ ଗାଇ ଆସିଲେ।
44 ଏହା ପରେ ପରମେଶ୍ୱର ତାଙ୍କର ଗୋଷ୍ଠୀୟବର୍ଗଙ୍କୁ ବାସ କରିବାକୁ ସ୍ଥାନ ଦେଲେ।
    ପରମେଶ୍ୱରଙ୍କର ଲୋକମାନେ ସମସ୍ତ ଦ୍ରବ୍ୟ ପାଇଲେ।
    ଯେଉଁଥିପାଇଁ ଅନ୍ୟ ଜାତିଗଣ ବହୁ ପରିଶ୍ରମ କରିଥିଲେ।
45 ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ
    ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ।

ପରମେଶ୍ୱରଙ୍କର ପ୍ରଶଂସା କର!

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 30:12-22

12 ପୁଣି ସଦାପ୍ରଭୁ କହନ୍ତି,
    “ତୁମ୍ଭମାନଙ୍କର କ୍ଷତ ଦୁରାରୋଗ୍ୟ
    ଓ ତୁମ୍ଭମାନଙ୍କର ଘା କେବେ ପୂରଣ ହେବ ନାହିଁ।
13 ତୁମ୍ଭମାନଙ୍କର ଘା’ର ଯତ୍ନ କେହି ନେବେ ନାହିଁ,
    ତେଣୁ ତାହା ସୁସ୍ଥ ହେବ ନାହିଁ।
14 ତୁମ୍ଭେ ବହୁ ଗୋଷ୍ଠୀ ସହିତ ବନ୍ଧୁତା ସ୍ଥାପନ କରିଅଛ।
    ମାତ୍ର ‘ବନ୍ଧୁମାନେ’ ତୁମ୍ଭକୁ ପାଶୋରି ଅଛନ୍ତି।
    ସେମାନେ ତୁମ୍ଭକୁ ମନେ ପକାନ୍ତି ନାହିଁ।
କାରଣ ତୁମ୍ଭର ବହୁ ଅଧର୍ମ
    ଓ ବହୁ ପାପ ଯୋଗୁଁ
ଆମ୍ଭେ ତୁମ୍ଭକୁ ଶତ୍ରୁ ତୁଲ୍ୟ ଆଘାତ କରିଅଛୁ
    ଓ ନିର୍ଦ୍ଦୟଲୋକ ତୁଲ୍ୟ ଶାସ୍ତି ଦେଇଅଛୁ।
15 ହେ ଇସ୍ରାଏଲ ଓ ଯିହୁଦା, ତୁମ୍ଭେମାନେ ଆପଣା କ୍ଷତ ଯୋଗୁଁ କାହିଁକି କ୍ରନ୍ଦନ କରୁଅଛ?
    ତୁମ୍ଭମାନଙ୍କର ଏହି କ୍ଷତ ଯନ୍ତ୍ରଣାଦାୟକ ଓ ଦୁରାରୋଗ୍ୟ।
ତୁମ୍ଭମାନଙ୍କର ଅଧର୍ମ ଅନେକ ଓ ପାପ ବହୁତ।
    ତେଣୁ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଏହିସବୁ କରିଅଛୁ।
16 ଏଣୁ ଯେଉଁମାନେ ତୁମ୍ଭମାନଙ୍କୁ ଗ୍ରାସ କରନ୍ତି,
    ସେମାନେ ଗ୍ରାସିତ ହେବେ।
    ତୁମ୍ଭର ବିପକ୍ଷ ସମସ୍ତେ ସେମାନଙ୍କର ପ୍ରତ୍ୟେକର ବନ୍ଦୀତ୍ୱ ସ୍ଥାନକୁ ଯିବେ।
ଆଉ ଯେଉଁମାନେ ତୁମ୍ଭମାନଙ୍କୁ ଲୁଣ୍ଠନ କରନ୍ତି,
    ସେମାନେ ଲୁଣ୍ଠିତ ହେବେ।
ଯେଉଁମାନେ ତୁମ୍ଭମାନଙ୍କର ଦ୍ରବ୍ୟ ଅପହରଣ କରନ୍ତି,
    ଆମ୍ଭେ ସେମାନଙ୍କର ଦ୍ରବ୍ୟ ଅପହରଣ କରାଇବା।”
17 କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା
    ଓ ଆମ୍ଭେ ତୁମ୍ଭର ଘା’ସବୁ ସୁସ୍ଥ କରିବା।
କାରଣ ସେମାନେ ତୁମ୍ଭକୁ ବାସନ୍ଦ ବା ଦୂରୀକୃତା ବୋଲି କହନ୍ତି।
    ‘ଆଉ ସିୟୋନକୁ କେହି ଗ୍ଭହାନ୍ତି ନାହିଁ।’”

18 ସଦାପ୍ରଭୁ କହନ୍ତି,
“ମୁଁ ଯାକୁବର ତମ୍ବୁଗୁଡ଼ିକର
    ବନ୍ଦୀତ୍ୱର ପରିବର୍ତ୍ତନ କରିବି
    ଓ ତାହାର ସମସ୍ତ ବାସସ୍ଥାନ ପ୍ରତି ଦୟା କରିବି।
ସେହି ଧ୍ୱଂସ ସ୍ଥାନରେ ନଗର ନିର୍ମିତ ହେବ
    ଓ ରାଜଗୃହ ଯଥା ସ୍ଥାନରେ ପୁନଃନିର୍ମିତ ହେବ।
19 ସେହି ସ୍ଥାନମାନଙ୍କରୁ ଧନ୍ୟବାଦ
    ଓ ଆନନ୍ଦର ଧ୍ୱନି ବାହାରିବ।
ଆମ୍ଭେ ସେମାନଙ୍କୁ ଅସଂଖ୍ୟ କରିବା।
    ସେମାନେ ଅଳ୍ପ ସଂଖ୍ୟକ ହୋଇ ରହିବେ ନାହିଁ
ଆଉ ଆମ୍ଭେ ସେମାନଙ୍କୁ ଗୌରବାନ୍ୱିତ କରିବା।
    କେହି ସେମାନଙ୍କୁ ଘୃଣା କରିବେ ନାହିଁ।
20 ଯାକୁବର ସନ୍ତାନଗଣ ଇସ୍ରାଏଲର ପୂର୍ବପରି ହେବେ।
    ଆମ୍ଭେ ଇସ୍ରାଏଲ ଓ ଯିହୁଦାକୁ ଶକ୍ତିଶାଳୀ କରାଇବା।
    ଯେଉଁମାନେ ସେମାନଙ୍କ ଉପରେ ଉପଦ୍ରବ କରିବେ ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା।
21 ପୁଣି ସେମାନଙ୍କର ଅଧିପତି ସେମାନଙ୍କ ମଧ୍ୟରୁ ହେବେ।
ସେମାନଙ୍କର ଶାସନକର୍ତ୍ତା ସେମାନଙ୍କ ମଧ୍ୟରୁ ସୃଷ୍ଟି ହେବେ।
    ଆଉ ଆମ୍ଭେ ତାହାକୁ ଆପଣାର ନିକଟବର୍ତ୍ତୀ କରାଇବା
ଓ ସେ ଆମ୍ଭ ନିକଟକୁ ଆସିବେ।”
    କାରଣ ସଦାପ୍ରଭୁ କହନ୍ତି,
    “ଆମ୍ଭ ନିକଟକୁ ଯେ ଆସିବା ପାଇଁ ସାହସ କରିଅଛନ୍ତି, ସେ କିଏ?
22 ପୁଣି ତୁମ୍ଭେମାନେ ଆମ୍ଭର ଲୋକ ହେବ
    ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା।”

ଯୋହନ ଲିଖିତ ସୁସମାଗ୍ଭର 12:36-43

36 ତେଣୁ ତୁମ୍ଭ ପାଖରେ ଆଲୋକ ଥିବା ପର୍ଯ୍ୟନ୍ତ ତା’ଠାରେ ତୁମ୍ଭେ ବିଶ୍ୱାସ ରଖ। ତେବେ ତୁମ୍ଭେମାନେ ଆଲୋକର ସନ୍ତାନ ହେବ।” ଯୀଶୁ ଏ କଥା କରିବା ପରେ ସେମାନଙ୍କର ପାଖରୁ ଗ୍ଭଲି ଗଲେ। ସେ ଏପରି ସ୍ଥାନରେ ରହିଲେ, ଯେଉଁଠି ଲୋକମାନେ ତାହାଙ୍କୁ ପାଇଲେ ନାହିଁ।

ଯୀଶୁଙ୍କୁ ବିଶ୍ୱାସ କରିବା ପାଇଁ ଯିହୂଦୀମାନେ ଅସ୍ୱୀକାର କଲେ

37 ଯୀଶୁ ବହୁତ ଗୁଡ଼ିଏ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ। ଲୋକମାନେ ଏ ସବୁ ଦେଖିବା ସତ୍ତ୍ୱେ ତାହାଙ୍କୁ ବିଶ୍ୱାସ କଲେ ନାହିଁ। 38 ଅତଏବ ଭବିଷ୍ୟ‌‌‌ଦ୍‌‌‌ବକ୍ତା ଯିଶାଇୟ ଯାହା କହିଥିଲେ ତାହା ସତ୍ୟ ହେଲା, ସେ କହିଥିଲେ,

“ହେ ପ୍ରଭୁ, ଆମ୍ଭେ କହିଥିବା କଥାରେ କିଏ ବିଶ୍ୱାସ କରିଛି?
    କିଏ ପ୍ରଭୁଙ୍କର ଶକ୍ତି ଦେଖିଛି?”(A)

39 ସେମାନେ ବିଶ୍ୱାସ କରି ପାରି ନ ଥିଲେ, କାରଣ ଯିଶାଇୟ ଆହୁରି ମଧ୍ୟ କହିଥିଲେ:

40 “ପରମେଶ୍ୱର ଲୋକମାନଙ୍କୁ ଅନ୍ଧ କରିଛନ୍ତି।
    ସେ ସେମାନଙ୍କର ହୃଦୟ କଠିନ କରି ଦେଇଛନ୍ତି।
ସେମାନେ ଯେପରି ଆଖିରେ ଦେଖି ପାରିବେ ନାହିଁ
    ଓ ବୁଦ୍ଧିରେ ବୁଝିପାରିବେ ନାହିଁ ସେଥି ନିମନ୍ତେ ପରମେଶ୍ୱର ଏହା କରିଅଛନ୍ତି।
    ତା’ପରେ ମୁଁ ସେମାନଙ୍କୁ ସୁସ୍ଥ କରିବି।” (B)

41 ଯିଶାଇୟ ଏ କଥା କହିଥେଲେ, କାରଣ ସେ ପ୍ରଭୁଙ୍କର ଗୌରବ ଦେଖିଥିଲେ। ତେଣୁ ସେ ତାହାଙ୍କ (ଯୀଶୁଙ୍କ) ବିଷୟରେ ଏହା କହିଲେ।

42 କିନ୍ତୁ ଯୀଶୁଙ୍କୁ ଅନେକ ଲୋକ ବିଶ୍ୱାସ କଲେ। ଏପରିକି, ଅନେକ ଯିହୂଦୀ ନେତାମାନେ ମଧ୍ୟ ତାହାଙ୍କଠାରେ ବିଶ୍ୱାସ କଲେ। କିନ୍ତୁ ସେମାନେ ଫାରୂଶୀମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ତାହାଙ୍କ ବିଶ୍ୱାସ ସମ୍ବନ୍ଧରେ ଖୋଲାଖୋଲି ଭାବେ କହିଲେ ନାହିଁ। ସେମାନେ ଡରିଲେ, କାଳେ ଫାରୂଶୀମାନେ ସେମାନଙ୍କୁ ସମାଜଗୃହରୁ ବାହାର କରିଦେବେ। 43 ସେ ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଅପେକ୍ଷା ଲୋକଙ୍କର ପ୍ରଶଂସା ପାଇବାକୁ ଭଲ ପାଉଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center