Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 19

ଦାଉଦଙ୍କର ଏକ ଗୀତ

19 ଆକାଶ ପରମେଶ୍ୱରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ।
    ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ।
ପ୍ରତି ନୂତନ ଦିନ, ନୂଆ ନୂଆ କାହାଣୀ କହିଗ୍ଭଲେ।
    ପ୍ରତ୍ୟେକ ରାତ୍ରି ପରମେଶ୍ୱରଙ୍କ ଶକ୍ତି ବିଷୟରେ ନାନା ତଥ୍ୟ ପ୍ରଦାନ କରେ।
ତୁମ୍ଭେ କୌଣସି ବାକ୍ୟ କିମ୍ବା ଶବ୍ଦ ଶୁଣିପାର ନାହିଁ
    କାରଣ ଏହା କୌଣସି ଶବ୍ଦ ସୃଷ୍ଟି କରେ ନାହିଁ, ଯାହାକୁ ଆମ୍ଭେ ଶୁଣି ପାରିବା।
କିନ୍ତୁ ସେମାନଙ୍କର “କଣ୍ଠସ୍ୱର” ସମଗ୍ର ପୃଥିବୀରେ ଶୁଣାଯାଏ।
    ସେମାନଙ୍କର “ବାକ୍ୟ” ପୃଥିବୀର ଶେଷ ସୀମାକୁ ଯାଇପାରିବ।

ଆକାଶ ହେଉଛି ସୂର୍ଯ୍ୟର ବାସସ୍ଥଳୀ ଭଳି।
    ସୂର୍ଯ୍ୟ ଆପଣା ଅନ୍ତଃପୂରରୁ ବରପରି ବାହାରି ଆସେ।
ସୂର୍ଯ୍ୟ ଆକାଶରେ ଗ୍ଭଲିବାକୁ ଆରମ୍ଭ କରେ।
    ଠିକ୍ ଯେମିତି ଜଣେ କ୍ରୀଡ଼ାବିତ୍ ଦୌଡ଼ ପ୍ରତିଯୋଗିତାରେ ଦୌଡ଼େ।
ସୂର୍ଯ୍ୟ ଆକାଶର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଯାଏ।
    ତା’ର ଉତ୍ତପ୍ତ କିରଣରୁ କୌଣସି ବସ୍ତୁ ଗୁପ୍ତ ହୋଇ ରହିପାରିବ ନାହିଁ।
    ସଦାପ୍ରଭୁଙ୍କ ନୀତିଶିକ୍ଷାଗୁଡ଼ିକ ଠିକ୍ ସେହିଭଳି।

ପରମେଶ୍ୱରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ।
    ସେଗୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ।
    ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାସବୁ ଯଥାର୍ଥ।
    ସେଗୁଡ଼ିକ ଲୋକଙ୍କୁ ସୁଖୀ କରାଏ।
ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ।
    ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାଯ୍ୟ କରେ।

ସଦାପ୍ରଭୁଙ୍କର ଉପାସନା ଆଲୋକ ସଦୃଶ।
    ଯାହା ଚିରକାଳ ଆହୁରି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
ସଦାପ୍ରଭୁଙ୍କର ବିଗ୍ଭର ପଦ୍ଧତି ନିର୍ମଳ ଓ ନ୍ୟାୟପୂର୍ଣ୍ଣ।
    ସେଗୁଡ଼ିକ ସର୍ବତୋଭାବେ ସତ୍ୟ।
10 ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ।
    ସେଗୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫେଣାରୁ ଆସିଥାଏ।
11 ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ।
    ଯଦି ତୁମ୍ଭେମାନେ ସେଗୁଡ଼ିକୁ ପାଳନ କର, ତୁମ୍ଭେମାନେ ଉତ୍ତମ ପୁରସ୍କାର ପାଇବ।

12 କେହି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ।
    ତେଣୁ ମୋତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
13 ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର।
    ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ।
ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା’ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ
    ସମସ୍ତ ପାପରୁ ମୁକ୍ତ ହୋଇ ପାରିବି।
14 ହେ ସଦାପ୍ରଭୁ, ମୁଁ ଆଶା କରୁଛି ମୋର କଥା ଓ ଭାବନା ନିଶ୍ଚୟ ତୁମ୍ଭକୁ ସନ୍ତୁଷ୍ଟ କରିବ।
    ତୁମ୍ଭେ ମୋର ଦୃଢ଼ ବିଶ୍ୱାସର ପଥର ପରି ପ୍ରତୀକ ସଦୃଶ।
    ତୁମ୍ଭେ ହିଁ କେବଳ ମୋର ରକ୍ଷାକର୍ତ୍ତା ଅଟ।

ଯାତ୍ରାପୁସ୍ତକ 19:9-15

ଏବଂ ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସିବି। ମୁଁ ତୁମ୍ଭକୁ ଏକଥା କହିବି ଯେପରି ସମସ୍ତେ ଶୁଣି ପାରିବେ। ମୁଁ ଏପରି କରିବି କାରଣ ସମସ୍ତ ଲୋକ ତୁମ୍ଭ ଉପରେ ବିଶ୍ୱାସ ରଖିବେ। ତୁମ୍ଭେ ସେମାନଙ୍କୁ ଯାହା କହିବ ସେମାନେ ତାହା ବିଶ୍ୱାସ କରିବେ।”

ଏହା ପରେ ମୋଶା ପରମେଶ୍ୱରଙ୍କୁ ଲୋକମାନଙ୍କର ସମସ୍ତ କଥା କହିଲେ।

10 ଏବଂ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆଜି ଏବଂ ଆସନ୍ତା କାଲି ତୁମ୍ଭେ ଏକ ବିଶେଷ ସଭାର ଆୟୋଜନ କର। ଲୋକମାନେ ସମସ୍ତେ ତାଙ୍କର ବସ୍ତ୍ର ଧୌତ କରି ପିନ୍ଧିବେ। 11 ଏବଂ ତୃତୀୟ ଦିନ ପାଇଁ ପ୍ରସ୍ତୁତ ହୋଇ ରହିବେ କାରଣ ଏହି ଦିନ ଆମ୍ଭେ ସୀନୟ ପର୍ବତ ଉପରକୁ ଓହ୍ଲାଇ ଆସିବୁ। ଏବଂ ସମସ୍ତ ଲୋକେ ମୋତେ ଦେଖି ପାରିବେ। 12 କିନ୍ତୁ ତୁମ୍ଭେ ଲୋକମାନଙ୍କୁ ଦୂରେଇ ରହିବା ପାଇଁ କୁହ। ଏକ ସୀମା ନିର୍ଦ୍ଧାରଣ କର, ସେହି ସୀମାକୁ ଯେପରି କେହି ସ୍ପର୍ଶ କରି ପାରିବ ନାହିଁ। ପଶୁ ହେଉ କି ମନୁଷ୍ୟ ହେଉ ଯିଏ ପର୍ବତ ସ୍ପର୍ଶ କରିବ ସେ ମରିବ। 13 କିଏ ପଥର ଛେଗ୍ଭରେ ମରିବ ତ କିଏ ବାଣ ଦ୍ୱାରା ମରିବ। କିନ୍ତୁ କେହି ଏହି ବ୍ୟକ୍ତିକୁ ହତ୍ୟା କରି ପାରିବେ ନାହିଁ। ଲୋକମାନଙ୍କୁ ଏହିପରି ତୂରୀ ବାଜିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହା ପରେ ସେମାନେ ପର୍ବତ ଉପରକୁ ଯାଇ ପାରିବେ।”

14 ତେଣୁ ମୋଶା ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଗଲେ, ସମସ୍ତ ଲୋକେ ସେମାନଙ୍କର ବସ୍ତ୍ର ଧୌତ କରି ନିଜକୁ ପବିତ୍ର କଲେ।

15 ଏହା ପରେ ମୋଶା ଲୋକମାନଙ୍କୁ କହିଲେ, “ତୃତୀୟ ଦିନରେ ପ୍ରସ୍ତୁତ ହୁଅ। ତୁମ୍ଭେମାନେ ସ୍ତ୍ରୀ ଲୋକଙ୍କ ସଂସ୍ପର୍ଶରେ ଆସିବ ନାହିଁ।”

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 7:30-40

30 “ଦୀର୍ଘ ଗ୍ଭଳିଶ୍ ବର୍ଷ ଅତିବାହିତ ହେବା ପରେ ଜଣେ ସ୍ୱର୍ଗଦୂତ ସୀନୟ ପର୍ବତ ନିକଟରେ ଥିବା ମରୁଭୂମିରେ ଗୋଟିଏ ଜ୍ୱଳନ୍ତ ବୁଦାର ଅଗ୍ନିଶିଖାରେ ମୋଶାଙ୍କୁ ଦର୍ଶନ ଦେଲେ। 31 ମୋଶା ସେ ଦୃଶ୍ୟ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ତାହାକୁ ଭଲଭାବେ ଦେଖିବା ପାଇଁ ନିକଟକୁ ଯିବାବେଳକୁ ସେ ପ୍ରଭୁଙ୍କର ସ୍ୱର ଶୁଣିଲେ: 32 ‘ମୁଁ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ୱର। ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବର ପରମେଶ୍ୱର।’ [a] ଏହା ଶୁଣି ମୋଶା ଭୟରେ ଥରିଲେ ଓ ଆଉ ଦେଖିବା ପାଇଁ ସାହସ କଲେ ନାହିଁ।

33 “ତା’ପରେ ପ୍ରଭୁ ତାହାଙ୍କୁ କହିଲେ, ‘ତୁମ୍ଭେ ପାଦରୁ ପାଦୁକା କାଢ଼ିଦିଅ, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଠିଆ ହୋଇଛ ତାହା ପବିତ୍ରଭୂମି। 34 ମୁଁ ମିଶର ଦେଶରେ ମୋ’ ଲୋକମାନଙ୍କୁ କରାଯାଉଥିବା ସମସ୍ତ ଦୁର୍ବ୍ୟବହାର ଦେଖିଛି। ମୁଁ ସେମାନଙ୍କର କ୍ରନ୍ଦନ ଶୁଣିଲି। ମୁଁ ସେମାନଙ୍କୁ ମୁକ୍ତି ଦେବା ପାଇଁ ଓହ୍ଲାଇ ଆସିଛି। ଏଥିପାଇଁ ତୁମ୍ଭେ ଆସ। ମୁଁ ତୁମ୍ଭକୁ ମିଶର ଦେଶକୁ ପଠାଇବି।’ [b]

35 “ଯେଉଁ ମୋଶାଙ୍କୁ ସେମାନେ ଅବଜ୍ଞା କରି କହିଥିଲେ, ‘କିଏ ତୁମ୍ଭକୁ ଶାସକ ଓ ବିଗ୍ଭରକ କଲା?’ ସେହି ମୋଶାଙ୍କୁ ହିଁ ବର୍ତ୍ତମାନ ପରମେଶ୍ୱର ସେମାନଙ୍କର ଶାସନକର୍ତ୍ତା ଓ ମୁକ୍ତିଦାତା କରି ପଠାଇଲେ। ଯେଉଁ ସ୍ୱର୍ଗଦୂତ ମୋଶାଙ୍କୁ ବୁଦା ଭିତରେ ଦର୍ଶନ ଦେଇଥିଲେ ସେହି ସ୍ୱର୍ଗଦୂତଙ୍କ ସାହାଯ୍ୟରେ ପରମେଶ୍ୱର ମୋଶାଙ୍କୁ ପଠାଇଲେ। 36 ତେଣୁ ମୋଶା ମିଶର ଦେଶରେ ଓ ସୂଫ ସମୁଦ୍ରରେ ତଥା ମରୂଭୂମିରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟ ପୂର୍ଣ୍ଣ ଚିହ୍ନ ଓ କାର୍ଯ୍ୟମାନ କରି ସେମାନଙ୍କୁ ବାହାରକୁ ଆଣିଲେ।

37 “ସେ ମୋଶା ଇସ୍ରାଏଲର ସନ୍ତାନମାନଙ୍କୁ କହିଲେ, ‘ପରମେଶ୍ୱର ତୁମ୍ଭମାନଙ୍କ ମଧ୍ୟରୁ ମୋ’ ପରି ଜଣେ ଭାବବାଦୀଙ୍କୁ ସୃଷ୍ଟି କରିବେ।’ [c] 38 ଏହି ମୋଶା ମରୁଭୂମିରେ ଯିହୂଦୀମାନଙ୍କ ମଣ୍ଡଳୀରେ ଥିଲେ। ଯେଉଁ ସ୍ୱର୍ଗଦୂତ ସୀନୟ ପର୍ବତରେ ରହି ତାହାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ, ସେହି ସ୍ୱର୍ଗଦୂତ ଆମ୍ଭ ପିତୃପୁରୁଷ ମୋଶାଙ୍କ ସହିତ ଥିଲେ, ମୋଶା ପରମେଶ୍ୱରଙ୍କଠାରୁ ଜୀବନ ଦାନକାରୀ ଆଜ୍ଞା ପାଇଥିଲେ। ଏହି ଆଜ୍ଞାସବୁ ମୋଶା ଆମ୍ଭମାନଙ୍କୁ ଦେଲେ।

39 “କିନ୍ତୁ ଆମ୍ଭ ପୂର୍ବପୁରୁଷମାନେ ତାହାଙ୍କୁ ମାନିବା ପାଇଁ ଇଚ୍ଛା କଲେ ନାହିଁ। ସେମାନେ ତାହାଙ୍କୁ ଗ୍ରହଣ କରିବାକୁ ମନା କଲେ ଓ ମିଶରକୁ ଫେରି ଯିବା ପାଇଁ ଇଚ୍ଛା କଲେ। 40 ସେମାନେ ହାରୋଣଙ୍କୁ ଯାଇ କହିଲେ, ‘ଆମ୍ଭମାନଙ୍କର ପଥ ଦେଖାଇବା ପାଇଁ କେତେ ଜଣ ଦେବତାଙ୍କୁ ନିର୍ମାଣ କର। ଏହି ଯେଉଁ ମୋଶା ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଥିଲେ, ତାହାଙ୍କର କ’ଣ ହେଲା ଆମ୍ଭେ ଜାଣି ନାହୁଁ।’ [d]

Odia Holy Bible: Easy-to-Read Version (ERV-OR)

2010 by World Bible Translation Center